ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ତାଙ୍କର ଚମତ୍କାର ତଥା ପୁନର୍ବାର ବିଜୟ ଆମେରିକାର ଲୋକମାନଙ୍କ ଗଭୀର ବିଶ୍ୱାସକୁ ପ୍ରତିଫଳିତ କରେ
ବିଶ୍ୱ ଶାନ୍ତି ଏବଂ ସ୍ଥିରତା ପାଇଁ ଭାରତ-ଆମେରିକା ବିସ୍ତୃତ ବିଶ୍ୱସ୍ତରୀୟ ରଣନୀତିକ ଭାଗିଦାରୀ ଗୁରୁତ୍ୱକୁ ଦୁଇ ନେତା ଦୋହରାଇଥିଲେ
ବ୍ୟାପକ କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ମଜବୁତ କରିବା ପାଇଁ ସେମାନଙ୍କର ପ୍ରତିବଦ୍ଧତାକୁ ନିଶ୍ଚିତ କରିଥିଲେ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆମେରିକାର ରାଷ୍ଟ୍ରପତି ଭାବେ ନୂଆ କରି ନିର୍ବାଚିତ ହୋଇଥିବା ଡୋନାଲ୍ଡ ଟ୍ରମ୍ପଙ୍କ ସହ ଟେଲିଫୋନରେ ବାର୍ତ୍ତାଳାପ କରିଛନ୍ତି ।

ଆମେରିକାର ରାଷ୍ଟ୍ରପତି ଭାବରେ ପୁନନିର୍ବାଚିତ ହେବା ସହ କଂଗ୍ରେସ ନିର୍ବାଚନରେ ରିପବ୍ଲିକାନ ପାର୍ଟିର ସଫଳତା ପାଇଁ ପ୍ରଧାନମନ୍ତ୍ରୀ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ଏହି ଅବସରରେ ତାଙ୍କର ଚମତ୍କାର ତଥା ପୁନର୍ବାର ବିଜୟ ତାଙ୍କ ନେତୃତ୍ୱ ଏବଂ ଦୃଷ୍ଟିକୋଣ ପ୍ରତି ଆମେରିକୀୟ ଲୋକମାନଙ୍କର ଗଭୀର ବିଶ୍ୱାସକୁ ପ୍ରତିଫଳିତ କରିଛି ବୋଲି ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ ।

ରାଷ୍ଟ୍ରପତି ଟ୍ରମ୍ପଙ୍କ ପ୍ରଥମ କାର୍ଯ୍ୟକାଳ ସମୟରେ ଭାରତ-ଆମେରିକା ସହଭାଗିତାର ସକରାତ୍ମକ ଗତିକୁ ଦର୍ଶାଇବା ସହ ପ୍ରଧାନମନ୍ତ୍ରୀ, ୨୦୧୯ ସେପ୍ଟେମ୍ବରରେ ହ୍ୟୁଷ୍ଟନ୍‌ରେ ହାଓଡି ମୋଦୀ କାର୍ଯ୍ୟକ୍ରମ ଏବଂ ୨୦୨୦ ଫେବୃଆରୀରେ ଟ୍ରମ୍ପ୍‌ଙ୍କ ଭାରତ ଗସ୍ତ ସମୟରେ ଅହମ୍ମଦାବାଦରେ ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମ ସମେତ ସେମାନଙ୍କର ଅନେକ ସ୍ମରଣୀୟ ପାରସ୍ପରିକ ଆଲୋଚନାକୁ ମନେ ପକାଇଥିଲେ ।

ଦୁଇ ଦେଶର ଲୋକମାନଙ୍କ ସୁବିଧା ତଥା ବିଶ୍ୱ ଶାନ୍ତି ଏବଂ ସ୍ଥିରତା ପାଇଁ ଭାରତ-ଆମେରିକା ବିସ୍ତୃତ ବିଶ୍ୱସ୍ତରୀୟ ରଣନୀତିକ ଭାଗିଦାରୀ ଉପରେ ଉଭୟ ନେତା ଗୁରୁତ୍ୱ ଦେଇଥିଲେ ।

ପ୍ରଯୁକ୍ତିବିଦ୍ୟା, ପ୍ରତିରକ୍ଷା, ଶକ୍ତି, ମହାକାଶ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ମଜବୁତ କରିବା ପାଇଁ ମିଳିତ ଭାବେ କାର୍ଯ୍ୟ କରିବା ନିମନ୍ତେ ସେମାନଙ୍କର ପ୍ରତିବଦ୍ଧତାକୁ ନିଶ୍ଚିତ କରିଛନ୍ତି ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Auckland's Sky Tower lights up in India's tricolour as PM Modi begins historic New Zealand visit

Media Coverage

Auckland's Sky Tower lights up in India's tricolour as PM Modi begins historic New Zealand visit
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 11, 2026
July 11, 2026

Record Exports, Record Investments, Record Pride: India’s Rise Under PM Modi is Multi-Dimensional