ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମିଶନ ଦୃଷ୍ଟିର ସଫଳ ଶୁଭାରମ୍ଭ ପାଇଁ ଗାଲାକ୍ସଆଇର ପ୍ରତିଷ୍ଠାତା ଏବଂ ସମଗ୍ର ଟିମକୁ ଅଭିନନ୍ଦନ ଜଣାଇଛନ୍ତି।
ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ଗାଲାକ୍ସଆଇର ମିଶନ ଦୃଷ୍ଟି ଭାରତର ମହାକାଶ ଯାତ୍ରାରେ ଏକ ପ୍ରମୁଖ ସଫଳତା। ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ ଯେ ବିଶ୍ୱର ପ୍ରଥମ ଓପ୍ଟୋସାର ଉପଗ୍ରହ ଏବଂ ଭାରତର ସର୍ବବୃହତ ଘରୋଇ ଭାବେ ନିର୍ମିତ ଉପଗ୍ରହର ସଫଳ ଉତକ୍ଷେପଣ ନବସୃଜନ ଏବଂ ରାଷ୍ଟ୍ର ନିର୍ମାଣ ପ୍ରତି ଯୁବକମାନଙ୍କ ଉତ୍ସାହର ଏକ ପ୍ରମାଣ। ସେ ମଧ୍ୟ ଗାଲାକ୍ସଆଇର ପ୍ରତିଷ୍ଠାତା ଏବଂ ସମଗ୍ର ଦଳକୁ ତାଙ୍କର ହାର୍ଦ୍ଦିକ ଅଭିନନ୍ଦନ ଏବଂ ଶୁଭେଚ୍ଛା ଜଣାଇଥିଲେ।
ପ୍ରଧାନମନ୍ତ୍ରୀ 'ଏକ୍ସ ’ ରେ ପୋଷ୍ଟ କରିଛନ୍ତି:
"ଗାଲାକ୍ସଆଇ ଦ୍ୱାରା ମିଶନ ଦୃଷ୍ଟି ଆମର ମହାକାଶ ଯାତ୍ରାରେ ଏକ ପ୍ରମୁଖ ସଫଳତା ଚିହ୍ନିତ କରେ । ବିଶ୍ୱର ପ୍ରଥମ ଓପ୍ଟୋସାର ଉପଗ୍ରହ ଏବଂ ଭାରତର ସର୍ବବୃହତ ଘରୋଇ ନିର୍ମିତ ଉପଗ୍ରହର ସଫଳ ଉତକ୍ଷେପଣ ଅଭିନବତ୍ୱ ଏବଂ ରାଷ୍ଟ୍ର ନିର୍ମାଣ ପ୍ରତି ଆମ ଯୁବପିଢ଼ିଙ୍କ ଉତ୍ସାହର ଏକ ପ୍ରମାଣ।
ଗାଲାକ୍ସଆଇର ପ୍ରତିଷ୍ଠାତା ଏବଂ ସମଗ୍ର ଦଳକୁ ହାର୍ଦ୍ଦିକ ଅଭିନନ୍ଦନ ଏବଂ ଶୁଭେଚ୍ଛା । "
Mission Drishti by GalaxEye marks a major achievement in our space journey. The successful launch of the world’s first OptoSAR satellite and the largest privately-built satellite in India is a testament to our youth’s passion for innovation and nation-building.
— Narendra Modi (@narendramodi) May 3, 2026
Heartiest…


