ଅଧ୍ୟବସାୟର ବାସ୍ତବ ଅର୍ଥ କ’ଣ ତାହା ସୁନୀତା ୱିଲିୟମ୍ସ ଏବଂ କ୍ରୁ-9 ମହାକାଶଚାରୀମାନେ ଆମକୁ ପ୍ରମାଣିତ କରି ଦେଖାଇଛନ୍ତି: ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନୀତା ୱିଲିୟମ୍ସଙ୍କ ସମେତ କ୍ରୁ-9 ମହାକାଶଚାରୀଙ୍କ ସୁରକ୍ଷିତ ପୃଥବୀ ପ୍ରତ୍ୟାବର୍ତ୍ତନକୁ ନେଇ ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଶ୍ରୀ ମୋଦୀ କ୍ରୁ-9 ମହାକାଶ ଯାତ୍ରୀଙ୍କ ସାହସ, ଦୃଢ଼ ସଂକଳ୍ପ ଏବଂ ମହାକାଶ ଅନ୍ୱେଷଣରେ ସେମାନଙ୍କର ଯୋଗଦାନକୁ ପ୍ରଶଂସା କରିଛନ୍ତି ।

ଶ୍ରୀ ମୋଦୀ କହିଛନ୍ତି ଯେ ମହାକାଶ ଅନ୍ୱେଷଣର ଅର୍ଥ ହେଉଛି ମାନବ ସାମର୍ଥ୍ୟର ସୀମାକୁ ଆଗକୁ ବଢ଼ାଇବା, ସ୍ୱପ୍ନ ଦେଖିବା ଏବଂ ସେହି ସ୍ୱପ୍ନଗୁଡ଼ିକୁ ବାସ୍ତବତାରେ ପରିଣତ କରିବାର ସାହସ ରଖିବା। ସୁନୀତା ୱିଲିୟମ୍ସ ଜଣେ ପଥପ୍ରଦର୍ଶକ ଏବଂ ଆଦର୍ଶ ରୂପେ ନିଜ କ୍ୟାରିୟରରେ ଏହି ଭାବନାର ଚମତ୍କାର ଉଦାହରଣ ଦେଇଛନ୍ତି ।

ଏକ୍ସରେ ନିଜର ଏକ ବାର୍ତ୍ତାରେ ପ୍ରଧାନମନ୍ତ୍ରୀ କହିଛନ୍ତି;

‘‘କ୍ରୁ-9 ଆପଣମାନଙ୍କୁ ସ୍ୱାଗତ, ପୃଥିବୀବାସୀ ଆପଣଙ୍କୁ ଅପେକ୍ଷା କରି ରହିଥିଲେ।

ଏହା ସେମାନଙ୍କର ଧୈର୍ଯ୍ୟ, ସାହସ ଏବଂ ଅସୀମ ମାନବୀୟ ଭାବନାର ଏକ ପରୀକ୍ଷା ରହିଥିଲା। ଅଧ୍ୟବସାୟର ବାସ୍ତବ ଅର୍ଥ କ’ଣ ତାହା ସୁନୀତା ୱିଲିୟମ୍ସ ଏବଂ କ୍ରୁ-9 ମହାକାଶଚାରୀମାନେ ପୁଣିଥରେ ଆମକୁ ପ୍ରମାଣିତ କରି ଦେଖାଇଛନ୍ତି। ବିଶାଳ ଅଜ୍ଞାତ ବିଷୟ ସାମ୍ନାରେ ସେମାନଙ୍କର ଅବିଚଳିତ  ଦୃଢ଼ସଂକଳ୍ପ ସବୁବେଳେ ଅଗଣିତ ଲୋକଙ୍କୁ ପ୍ରେରଣା ଯୋଗାଇଦେବ।

ମହାକାଶ ଅନ୍ୱେଷଣର ଅର୍ଥ ମାନବୀୟ ସୀମାକୁ ଆଗକୁ ବଢ଼ାଇବା, ସ୍ୱପ୍ନ ଦେଖିବା ଏବଂ ସେହି ସ୍ୱପ୍ନଗୁଡ଼ିକୁ ବାସ୍ତବତାରେ ପରିଣତ କରିବାର ସାହସ ରଖିବା। ସୁନୀତା ୱିଲିୟମକ୍ସ ଜଣେ ପଥପ୍ରଦର୍ଶକ ଏବଂ ଆଦର୍ଶ ରୂପେ ନିଜ କ୍ୟାରିୟରରେ ଏହି ଭାବନାର ଚମତ୍କାର ଉଦାହରଣ ଦେଇଛନ୍ତି ।

ଆମେ ସେହି ସମସ୍ତଙ୍କୁ ନେଇ ଗର୍ବିତ ଯେଉଁମାନେ ସେମାନଙ୍କର ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ସୁନିଶ୍ଚିତ କରିବା ଲାଗି ଅବିଶ୍ରାନ୍ତ ପରିଶ୍ରମ କରିଥିଲେ। ସଠିକ୍‌ ପ୍ରୟାସ ଓ ଆବେଗ ସହିତ ପ୍ରଯୁକ୍ତି ଓ ଅଧ୍ୟବସାୟର ସାମଞ୍ଜସ୍ୟ ଘଟିଲେ କାର୍ଯ୍ୟ ସିଦ୍ଧି ହୋଇଥାଏ ବୋଲି ସେମାନେ ପ୍ରମାଣିତ କରି ଦେଖାଇଛନ୍ତି ।’’

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
On Puri’s Grand Road, a devotee’s submission

Media Coverage

On Puri’s Grand Road, a devotee’s submission
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 16, 2026
July 16, 2026

Atmanirbhar to Inclusive: PM Modi’s Blueprint for a Self-Reliant, Empowered & Culturally Rooted Bharat