ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରପ୍ରଦେଶର ପ୍ରୟାଗରାଜରେ ଏକ କୋଠା ଭୁଶୁଡ଼ିବା ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।
ଏହି କଠିନ ସମୟରେ ତାଙ୍କ ଚିନ୍ତାଧାରା ପ୍ରଭାବିତ ପରିବାର ସହିତ ଅଛି ବୋଲି ପ୍ରକାଶ କରି ଶ୍ରୀ ମୋଦୀ ଆହତମାନଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରିଥିଲେ ଏବଂ ପ୍ରତ୍ୟେକ ମୃତ ବ୍ୟକ୍ତିଙ୍କ ନିକଟ ସମ୍ପର୍କୀୟଙ୍କ ପାଇଁ ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ ପାଣ୍ଠି (ପି. ଏମ୍. ଏନ୍. ଆର୍. ଏଫ୍.) ରୁ ୨ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଥିଲେ। ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ ଉଲ୍ଲେଖ କରିଥିଲେ ଯେ ଏହି ଘଟଣାରେ ଯେଉଁମାନେ ଆହତ ହୋଇଛନ୍ତି ସେମାନଙ୍କୁ ୫୦,୦୦୦ ଟଙ୍କା କରି ପ୍ରଦାନ କରାଯିବ।
ପ୍ରଧାନମନ୍ତ୍ରୀ 'ଏକ୍ସ' ରେ ଲେଖିଛନ୍ତି :
"ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଏକ ଅଟ୍ଟାଳିକା ଭୁଶୁଡ଼ି ପଡ଼ିବାରୁ ଘଟିଥିବା ଦୁର୍ଘଟଣାରେ ମୁଁ ଗଭୀର ଭାବେ ମର୍ମାହତ। ମୋର ଚିନ୍ତାଧାରା ଏହି କଠିନ ସମୟରେ ପ୍ରଭାବିତ ଲୋକ ଏବଂ ସେମାନଙ୍କ ପରିବାର ସହିତ ଅଛି। ଆହତମାନେ ଯଥାଶୀଘ୍ର ସୁସ୍ଥ ହୁଅନ୍ତୁ।
ପ୍ରତ୍ୟେକ ମୃତକଙ୍କ ନିକଟ ସମ୍ପର୍କୀୟଙ୍କୁ ପି. ଏମ୍. ଏନ୍. ଆର୍. ଏଫ୍. ରୁ ୨ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରାଯିବ। ଆହତମାନଙ୍କୁ ୫୦,୦୦୦ ଟଙ୍କା କରି ଦିଆଯିବ: ପ୍ରଧାନମନ୍ତ୍ରୀ
Deeply saddened by the mishap due to the collapse of a building in Prayagraj, Uttar Pradesh. My thoughts are with the affected people and their families in this difficult hour. May those injured recover at the earliest.
— PMO India (@PMOIndia) March 23, 2026
An ex-gratia of Rs. 2 lakh from PMNRF would be given to the…


