ପଶ୍ଚିମବଙ୍ଗର ସିତଲକୁଚିରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଭ୍ୟାନ ଜଳିଯିବାରୁ ହୋଇଥିବା ମୃତ୍ୟୁ ଘଟଣାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ପୀଡିତଙ୍କ ପାଇଁ ଶ୍ରୀ ମୋଦୀ ପିଏମଏନଆରଏଫରୁ ଅନୁକମ୍ପାମୂଳକ ସହାୟତା ରାଶି ମଧ୍ୟ ଘୋଷଣା କରିଛନ୍ତି ।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ କରାଯାଇଛି;
“ପଶ୍ଚିମବଙ୍ଗର ସିତଲକୁଚିରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଭ୍ୟାନ ଜଳିଯିବାରୁ ମୃତ୍ୟୁ ଘଟଣା ମର୍ମାହତ କରିଛି । ଶୋକସନ୍ତପ୍ତ ପରିବାରଗୁଡିକୁ ସମବେଦନା ଜଣାଉଛି । ଆହତମାନଙ୍କ ଦ୍ରୁତ ଆରୋଗ୍ୟ କାମନା କରୁଛି: ପ୍ରଧାନମନ୍ତ୍ରୀ” ।
“ମୃତକଙ୍କ ନିକଟ ପରିଜନଙ୍କୁ ପିଏମଏନଆରଏଫରୁ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ପ୍ରଦାନ କରାଯିବ । ଆହତମାନଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ: ପ୍ରଧାନମନ୍ତ୍ରୀ”
Distressed by the loss of lives due to a van getting electrocuted in Sitalkuchi, West Bengal. Condolences to the bereaved families. May the injured recover soon: PM @narendramodi
— PMO India (@PMOIndia) August 2, 2022
An ex-gratia of Rs. 2 lakh each, from PMNRF, would be given to the next of kin of the deceased. Rs. 50,000 would be given to the injured: PM @narendramodi
— PMO India (@PMOIndia) August 2, 2022


