ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତ୍ରିପୁରାର ମନ୍ତ୍ରୀ ତଥା ରାଜନେତା ଶ୍ରୀ ଏନସି ଦେବବର୍ମାଙ୍କ ମୃତ୍ୟୁରେ ଦୁଃଖ ପ୍ରକାଶ କରିଛନ୍ତି ।
ଏକ ଟୁଇଟରେ ଶ୍ରୀ ମୋଦୀ କହିଛନ୍ତି:
“ଶ୍ରୀ ଏନସି ଦେବବର୍ମା ଜୀଙ୍କୁ ଆଗାମୀ ପୀଢି ଜଣେ ପରିଶ୍ରମୀ ତୃଣମୂଳ ସ୍ତରର ନେତା ଭାବରେ ସ୍ମରଣ କରିବେ ଯିଏ ସର୍ବଦା ଲୋକଙ୍କ କଲ୍ୟାଣ ପାଇଁ କାର୍ଯ୍ୟ କରିଥିଲେ । ତ୍ରିପୁରାର ପ୍ରଗତିରେ ସେ ବହୁ ଅବଦାନ ରଖିଥିଲେ । ତାଙ୍କ ବିୟୋଗରେ ଦୁଃଖିତ । ତାଙ୍କ ପରିବାର ଏବଂ ସମର୍ଥକଙ୍କ ପ୍ରତି ସମବେଦନା । ଓମ୍ ଶାନ୍ତି ।”
Shri NC Debbarma Ji will be remembered by the coming generations as a hardworking grassroots leader who always worked for the well-being of people. He made a rich contribution to Tripura’s progress. Pained by his demise. Condolences to his family and supporters. Om Shanti.
— Narendra Modi (@narendramodi) January 1, 2023


