ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କେନିଆର ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ରାଇଲା ଓଡିଙ୍ଗାଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି । ଶ୍ରୀ ମୋଦୀ କହିଛନ୍ତି, “ମୋର ପ୍ରିୟ ବନ୍ଧୁ ଏବଂ କେନିଆର ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ରାଇଲା ଓଡିଙ୍ଗାଙ୍କ ବିୟୋଗରେ ମୁଁ ଗଭୀର ମର୍ମାହତ । ସେ ଜଣେ ଉଚ୍ଚମାନର ରାଜନେତା ଏବଂ ଭାରତର ପ୍ରିୟ ବନ୍ଧୁ ଥିଲେ । ଗୁଜରରାଟର ମୁଖ୍ୟମନ୍ତ୍ରୀ ଥିବା ସମୟରେ ମୋତେ ତାଙ୍କୁ ନିକଟରୁ ଜାଣିବାର ସୌଭାଗ୍ୟ ମିଳିଥିଲା ଏବଂ ଆମର ସମ୍ପର୍କ ବର୍ଷ ବର୍ଷ ଧରି ରହିଥିଲା । ଶ୍ରୀ ରାଇଲା ଓଡିଙ୍ଗାଙ୍କର ଭାରତର ସଂସ୍କୃତି, ମୂଲ୍ୟବୋଧ ଏବଂ ପ୍ରାଚୀନ ଜ୍ଞାନ ପ୍ରତି ବିଶେଷ ଆଗ୍ରହ ଥିଲା, ଯାହା ଭାରତ-କେନିଆ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ତାଙ୍କ ପ୍ରୟାସରେ ପରିଲକ୍ଷିତ ହୋଇଥିଲା ।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି;

“ମୋର ପ୍ର୍ରିୟ ବନ୍ଧୁ ଏବଂ କେନିଆର ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ରାଇଲା ଓଡିଙ୍ଗାଙ୍କ ବିୟୋଗରେ ମୁଁ ଗଭୀର ଦୁଃଖିତ । ସେ ଜଣେ ଉଚ୍ଚମାନର ରାଜନେତା ଏବଂ ଭାରତର ପ୍ରିୟ ବନ୍ଧୁ ଥିଲେ । ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବା ସମୟରେ ମୋତେ ତାଙ୍କୁ ନିକଟରୁ ଜାଣିବାର ସୌଭାଗ୍ୟ ମିଳିଥିଲା ଏବଂ ଆମର ସମ୍ପର୍କ ବର୍ଷ ବର୍ଷ ଧରି ରହିଥିଲା । ଭାରତର ସଂସ୍କୃତି, ମୂଲ୍ୟବୋଧ ଏବଂ ପ୍ରାଚୀନ ଜ୍ଞାନ ପ୍ରତି ତାଙ୍କର ବିଶେଷ ଆଗ୍ରହ ଥିଲା । ଏହା ଭାରତ-କେନିଆ ସମ୍ପର୍କକୁ ମଜବୁତ କରିବା ପାଇଁ ତାଙ୍କ ପ୍ରୟାସରେ ପରିଲକ୍ଷିତ ହୋଇଥିଲା । ସେ ବିଶେଷ ଭାବରେ ଭାରତର ଆୟୁର୍ବେଦ ଏବଂ ପାରମ୍ପରିକ ଚିକିତ୍ସା ପ୍ରଣାଳୀକୁ ପ୍ରଶଂସା କରିଥିଲେ । ତାଙ୍କ ଝିଅର ସ୍ୱାସ୍ଥ୍ୟ ଉପରେ ସେ ଏହାର ସକରାତ୍ମକ ପ୍ରଭାବ ଦେଖିଥିଲେ । ଏହି ଦୁଃଖ ସମୟରେ ମୁଁ ତାଙ୍କ ପରିବାର, ବନ୍ଧୁ ଏବଂ କେନିଆର ଲୋକଙ୍କ ପ୍ରତି ଗଭୀର ସମବେଦନା ଜଣାଉଛି ।”

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s GDP To Grow 7% In FY26: Crisil Revises Growth Forecast Upward

Media Coverage

India’s GDP To Grow 7% In FY26: Crisil Revises Growth Forecast Upward
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଡିସେମ୍ବର 16, 2025
December 16, 2025

Global Respect and Self-Reliant Strides: The Modi Effect in Jordan and Beyond