ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ହିନ୍ଦୀ ଏବଂ ଓଡ଼ିଆ ସିନେମାର ପ୍ରଖ୍ୟାତ ବ୍ୟକ୍ତିତ୍ୱ ଶ୍ରୀ ସାଧୁ ମେହେରଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:
“ଶ୍ରୀ ସାଧୁ ମେହେରଙ୍କ ବିୟୋଗ ଚଳଚ୍ଚିତ୍ର ଜଗତ ଓ ସାଂସ୍କୃତିକ ଐତିହ୍ୟ ପାଇଁ ଏକ ଅବର୍ଣ୍ଣନୀୟ କ୍ଷତି । ଉଭୟ ହିନ୍ଦୀ ଏବଂ ଓଡ଼ିଆ ସିନେମା କ୍ଷେତ୍ରର ଜଣେ ଦକ୍ଷ ବ୍ୟକ୍ତିତ୍ୱ ଶ୍ରୀ ମେହେରଙ୍କର ସିନେମାରେ ପ୍ରଦର୍ଶନ ଓ ସିନେମା ପ୍ରତି ସମର୍ପଣ ଉଦାହରଣୀୟ ଥିଲା । ତାଙ୍କ ପରିବାର, ସହକର୍ମୀ ଏବଂ ପ୍ରଶଂସକ ମାନଙ୍କ ପ୍ରତି ମୋର ଗଭୀର ସମବେଦନା ରହିଛି । ତାଙ୍କ ସ୍ମୃତିରେ ସେ ଛାଡି ଯାଇଥିବା ସମୃଦ୍ଧ କଳାତ୍ମକ ଐତିହ୍ୟକୁ ଆମେ ସ୍ମରଣ କରୁଛୁ । ଓମ୍ ଶାନ୍ତି ।“
The demise of Shri Sadhu Meher Ji is a profound loss for the world of films and our cultural heritage. A stalwart in both Hindi and Odia cinema, his cinematic performances and dedication was exemplary. My thoughts are with his family, colleagues, and many fans mourning this…
— Narendra Modi (@narendramodi) February 3, 2024


