ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆନ୍ଧ୍ର ପ୍ରଦେଶର ନେଲ୍ଲୋର ଠାରେ ସାଧାରଣ ସଭାରେ ଦୁର୍ଘଟଣା ଯୋଗୁଁ ହୋଇଥିବା ମୃତ୍ୟୁରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଦୁର୍ଘଟଣାରେ ମୃତକଙ୍କ ନିକଟତମ ପରିଜନଙ୍କୁ ୨ ଲକ୍ଷ ଟଙ୍କା ଲେଖାଏଁ ଓ ଆହତଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ ପାଣ୍ଠି (ପିଏମଏନଆରଏଫ)ରୁ ପ୍ରଦାନ କରାଯିବ ବୋଲି ଘୋଷଣା କରିଛନ୍ତି ।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ କରାଯାଇଛି;
“ଆନ୍ଧ୍ରପ୍ରଦେଶର ନେଲ୍ଲୋର ଠାରେ ସାଧାରଣ ସଭାରେ ହୋଇଥିବା ଦୁର୍ଘଟଣା ବେଶ ଦୁଃଖଦ । ଶୋକସନ୍ତପ୍ତ ପରିବାରଗୁଡିକୁ ସମବେଦନା । ଆହତମାନଙ୍କ ଦ୍ରୁତ ଆରୋଗ୍ୟ କାମନା କରୁଛି । ମୃତକଙ୍କ ନିକଟତମ ପରିଜନଙ୍କୁ ପିଏମଏନଆରଏଫରୁ ୨ ଲକ୍ଷ ଟଙ୍କା ଲେଖାଏଁ ଓ ଆହତମାନଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ: ପ୍ରଧାନମନ୍ତ୍ରୀ @narendramodi”
Pained by the mishap at a public meeting in Nellore, AP. Condolences to the bereaved families. May the injured recover soon. An ex-gratia of Rs. 2 lakh from PMNRF would be given to the next of kin of each deceased and the injured would be given Rs. 50,000: PM @narendramodi
— PMO India (@PMOIndia) December 29, 2022


