India has shown remarkable resilience in this pandemic, be it fighting the virus or ensuring economic stability: PM
India offers Democracy, Demography, Demand as well as Diversity: PM Modi
If you want returns with reliability, India is the place to be: PM Modi

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆୟୋଜିତ ବୈଶ୍ୱିକ ଭର୍ଚୁଆଲ ନିବେଶକ ରାଉଣ୍ଡଟେବୁଲ ସମ୍ମିଳନୀରେ ଅଧ୍ୟକ୍ଷତା କରିଛନ୍ତି ।

ଏହି ରାଉଣ୍ଡଟେବୁଲକୁ ସମ୍ବୋଧିତ କରି ପ୍ରଦାନମନ୍ତ୍ରୀ କହିଲେ ଯେ ଚଳିତ ବର୍ଷ ସାରା, ଭାରତ ଯେତେବେଳେ କରୋନା ମହାମାରୀ ସହିତ ସଂଗ୍ରାମ କରିଚାଲିଛି, ସମଗ୍ର ବିଶ୍ୱ ଭାରତର ଏହି ରାଷ୍ଟ୍ରୀୟ ଚରିତ୍ର ଏବଂ ଭାରତର ବାସ୍ତବ ସାମର୍ଥ୍ୟକୁ ଲକ୍ଷ୍ୟ କରୁଛି । ସେ କହିଲେ ଯେ ଏଭଳି ବୈଶ୍ୱିକ ମହାମାରୀ ଆମର ଦାୟିତ୍ୱବୋଧର ବାସ୍ତବ ସ୍ୱରୂପ, ଅନ୍ୟମାନଙ୍କ ପ୍ରତି ଆମ ମନରେ ଥିବା ଅନୁକମ୍ପା ଭାବ, ଜାତୀୟ ଐକ୍ୟ ଏବଂ ଅଭିନବତ୍ୱର ଝଲକ ଦେଖିବାକୁ ପାଇଛି । ଏଭଳି ସ୍ୱଭାବ ପାଇଁ ହିଁ ଭାରତ ସର୍ବତ୍ର ସୁପରିଚିତ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଲେ ଯେ ଭାରତ ଏଭଳି ଅଭୂତପୂର୍ବ ବୈଶ୍ୱିକ ମହାମାରୀ ପରିସ୍ଥିତିରେ ସହନଶୀଳତା କହିଲେ ବାସ୍ତବରେ କ’ଣ ବୁଝାଏ ତାହା ସମସ୍ତଙ୍କ ନିକଟରେ ଉଦାହରଣ ରୂପେ ପ୍ରଦର୍ଶିତ କରିପାରିଛି । ଏଭଳି ସ୍ଥିତିରେ ଭାରତ କେବଳ କରୋନା ଭୂତାଣୁ ସହିତ ସଂଗ୍ରାମ କରିନାହିଁ ଅପରନ୍ତୁ ଦେଶର ଆର୍ଥିକ ସ୍ଥିରତାକୁ ମଧ୍ୟ ସୁନିଶ୍ଚିତ କରିପାରିଛି । ଭାରତରେ ପ୍ରଚଳିତ ବ୍ୟବସ୍ଥାର ସାମର୍ଥ୍ୟ ହିଁ ଏଭଳି ସହନଶୀଳତା ପାଇଁ ବାସ୍ତବରେ ପ୍ରଶଂସାଯୋଗ୍ୟ ବୋଲି କହି ପ୍ରଧାନମନ୍ତ୍ରୀ ମତ ପୋଷଣ କରିଛନ୍ତି ଯେ ଦେଶବାସୀଙ୍କ ଅକୁଣ୍ଠ ସମର୍ଥନ ଏବଂ ସରକାରଙ୍କ ନୀତିର ସ୍ଥିରତା ଏହି ଦିଗରେ ମଧ୍ୟ ସହାୟକ ହୋଇପାରିଛି ।

ପ୍ରଧାନମନ୍ତ୍ରୀ କହିଲେ ଯେ ଏବେ ଏକ ନୂତନ ଭାରତ ନିର୍ମାଣ କରାଯାଉଛି ଯାହା ସକଳ ପ୍ରକାର ପୁରୁଣା ପଦ୍ଧତି ଓ ଧାରା ଠାରୁ ଭିନ୍ନ ଏବଂ ଆଜି ଭାରତ ଉତ୍କର୍ଷ ହାସଲ କରିବା ଏବଂ ଅଧିକ ଉତ୍ତମ ବ୍ୟବସ୍ଥା ଦିଗରେ ଆଗକୁ ଅଗ୍ରସର ହେଉଛି । ସେ କହିଲେ ଯେ ଆତ୍ମ ନିର୍ଭର ହେବା ସକାଶେ ଭାରତର ଏହା କେବଳ ପରିକଳ୍ପନା ନୁହେଁ ବରଂ ଏହା ହେଉଛି ସୁଚିନ୍ତିତ ଆର୍ଥିକ ରଣନୀତି । ଏହି ରଣନୀତି ସମସ୍ତଙ୍କର ସାମର୍ଥ୍ୟକୁ ସୁଉପଯୋଗ କରି ଭାରତର ବ୍ୟବସାୟିକ କ୍ଷମତା ଓ କୌଶଳକୁ ବୃଦ୍ଧି କରିବ ଏବଂ ଦେଶର ପ୍ରଯୁକ୍ତି ସାମର୍ଥ୍ୟର ଉପଯୋଗ କରି ରାଷ୍ଟ୍ରକୁ ବିଶ୍ୱ ଉତ୍ପାଦନର ପ୍ରାଣକେନ୍ଦ୍ରରେ ପରିଣତ କରିବ । ଶ୍ରୀ ମୋଦୀ କହିଲେ ଯେ ଦେଶର ପ୍ରଯୁକ୍ତି ସାମର୍ଥ୍ୟର ସୁଉପଯୋଗ ଦ୍ୱାରା ଭାରତ ମଧ୍ୟ ଅଭିନବତ୍ୱର ଶକ୍ତିକେନ୍ଦ୍ର ପାଲଟିବ ଏବଂ ନିଜର ମାନବ ସମ୍ବଳ ତଥା ସେମାନଙ୍କ ପ୍ରଜ୍ଞାରୁ ବିନିଯୋଗ କରି ବୈଶ୍ୱିକ ବିକାଶ ଦିଗରେ ନିଜର ଅବଦାନକୁ ସୁପ୍ରତିଷ୍ଠିତ କରିପାରିବ ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଲେ ଯେ ଆଜି ନିବେଶକମାନେ ସେହିଭଳି କମ୍ପାନୀମାନଙ୍କ ଆଡ଼କୁ ବିଶେଷ ଭାବେ ଆକର୍ଷିତ ହେଉଛନ୍ତି ଯେଉଁମାନଙ୍କର ପର୍ଯ୍ୟାବରଣ ସୁରକ୍ଷା ଦିଗରେ ବିଶେଷ ଭାବେ ଦକ୍ଷତାର ରହିଛି । ପାରିବେଶିକ, ସାମାଜିକ ଓ ଗଭର୍ଣ୍ଣାନନ୍ସ (ଇଏଜି) ସ୍କୋର ହିଁ ହେଉଛି ସେମାନଙ୍କ ପାଇଁ ମାପଦଣ୍ଡ । ଏହି ପରିପ୍ରେକ୍ଷୀରେ ଭାରତକୁ ସେହିଭଳି ଏକ ଅନୁକୂଳ ରାଷ୍ଟ୍ର ରୂପେ ପ୍ରଦର୍ଶିତ କରି ସେ କହିଲେ ଯେ ସେପରି ବ୍ୟବସ୍ଥା ଏବେ ଦେଶରେ ସୁପ୍ରତିଷ୍ଠିତ ଏବଂ କମ୍ପାନୀମାନେ ଇଏସଜି ସ୍କୋରରେ ଅତି ଉଚ୍ଚ ସ୍ଥାନରେ ରହିଛନ୍ତି । ଭାରତ ସଦାସର୍ବଦା ବିକାଶର ମାର୍ଗରେ ବିଶ୍ୱାସୀ ଏବଂ ଏଥି ସହିତ ଇଏସଜି ସ୍କୋର ପ୍ରତି ମଧ୍ୟ ସଚେତନ ବୋଲି ପ୍ରଧାନମନ୍ତ୍ରୀ ସୂଚାଇଥିଲେ ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଲେ ଯେ ଭାରତ  ନିବେଶକମାନଙ୍କ ନିମନ୍ତେ ଗଣତନ୍ତ୍ର, ଜନସଂଖ୍ୟା, ବଜାର ଚାହିଦା ତଥା ବିବିଧତା ପ୍ରଦାନ କରିଥାଏ । ସେ କହିଲେ ଯେ, ‘ ଆମର ବିବିଧତା ଏଭଳି ଯେ ଗୋଟିଏ ବଜାର ଭିତରେ ଆପଣମାନେ ଅନେକ ବଜାରର ଉପସ୍ଥିତି ସହଜରେ ପାଇପାରିବେ । ଏହା ଆପଣମାନଙ୍କ ପାଇଁ ବିବିଧ ପକେଟ ଆକାରର ଏବଂ ବିବିଧ ଆବଶ୍ୟକତା ସମ୍ବଳିତ ଉପଲବ୍ଧ । ସେଥିରେ ଅନେକ ଋତୁ ରହିଛି ଏବଂ ବିବିଧ ସ୍ତରର ବିକାଶ ମଧ୍ୟ ରହିଛି ।’

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ନିଜର ବକ୍ତବ୍ୟରେ ଏକଥା ବିସ୍ତୃତ ଭାବେ ଆଲୋଚନା କରିଥିଲେ ଯେ ବିଭିନ୍ନ ସମସ୍ୟାବଳୀର ଦୀର୍ଘକାଳୀନ ସମାଧାନ ପନ୍ଥା ବାହାର କରିବାରେ ସରକାର କିଭଳି ପଦକ୍ଷେପମାନ ଗ୍ରହଣ କରିଛନ୍ତି ଏବଂ ନିବେଶକମାନଙ୍କ ଆବଶ୍ୟକତା ପାଇଁ ସେମାନଙ୍କ ମନରେ କିଭଳି ଭାବେ ଆସ୍ଥା ଓ ବିଶ୍ୱାସ ସୃଷ୍ଟି କରିବାରେ ସକ୍ଷମ ହୋଇପାରିଛନ୍ତି । ନିବେଶକମାନେ ଏବେ ଭାରତରେ ପୁଞ୍ଜି ଖଟାଇଲେ ସେମାନଙ୍କୁ ସବୁଠାରୁ ଅଧିକ ତଥା ନିରାପଦ ଭାବେ ଦୀର୍ଘକାଳୀନ ଫାଇଦା ମିଳିବ ବୋଲି ସେ ସୂଚାଇଥିଲେ । ଏହି ପରିପ୍ରେକ୍ଷୀରେ ସେ ତାଙ୍କ ସରକାରଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ବିଭିନ୍ନ ନୀତିଗତ ପଦକ୍ଷେପ ସଂପର୍କରେ ଅବତାରଣା କରିଥିଲେ । ଏହିସବୁ ପଦକ୍ଷେପ ଉତ୍ପାଦନ ପାଇଁ ସାମର୍ଥ୍ୟ ବୃଦ୍ଧି ଓ ଇଜ୍‌ ଅଫ୍‌ ଡ଼ୁଇଂ ବିଜିନେଓ ପାଇଁ ସହାୟକ ହେଉଛି ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଲେ ଯେ, ‘ ଆମେ ଆମର ଉତ୍ପାଦନ କ୍ଷମତା ବୃଦ୍ଧି ସକାଶେ ଅନେକ ଗୁଡ଼ିଏ ପଦକ୍ଷେପ ଗ୍ରହଣ କରିଛୁ । ଆମେ ଜିଏସଟି ବ୍ୟବସ୍ଥା ମାଧ୍ୟମରେ ଏକ ରାଷ୍ଟ୍ର, ଏକ ଟିକଟ ବ୍ୟବସ୍ଥା ପ୍ରଚଳନ କରିଛୁ; ଏବେ ଭାରତରେ ସର୍ବନିମ୍ନ କର୍ପୋରେଟ ଟିସକ ସଂଗ୍ରହ କରାଯାଉଛି ଏବଂ ନୂତନ ଉତ୍ପାଦନ ୟୁନିଟମାନଙ୍କୁ ଅନେକ ପ୍ରକାର ସୁବିଧାସୁଯୋଗ ତଥା ସରକାରୀ ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି । ସେହିଭଳି ଆୟକର ଆକଳନ ଓ ଅପିଲ ନିମନ୍ତେ ଫେସ୍‌ଲେସ୍‌ ବ୍ୟବସ୍ଥା ପ୍ରଚଳନ କରାଯାଇଛି । ନୂତନ ଭାବେ ପ୍ରବର୍ତ୍ତିତ ଶ୍ରମ ଆଇନ ଶ୍ରମିକମାନଙ୍କ କଲ୍ୟାଣ  ଓ କର୍ମନିଯୋକ୍ତାମାନଙ୍କ ସକାଶେ ଇଜ୍‌ ଅଫ୍‌ ଡ଼ୁଇଂ ବିଜିନେଓ ମଧ୍ୟର ଉପଯୁକ୍ତ ସନ୍ତୁଳନ ରକ୍ଷା କରିବାରେ ସହାୟକ ହୋଇପାରିଛି । କେତେକ ନିର୍ଦ୍ଦିଷ୍ଟ କ୍ଷେତ୍ରରେ ଉତ୍ପାଦନ ସଂଯେଗୀ ପ୍ରୋତ୍ସାହନ ଯୋଜନା କାର୍ଯ୍ୟକାରୀ କରାଯାଇଛି ଏବଂ ନିବେଶକମାନଙ୍କ ନିମନ୍ତେ ହାତ ଧରି ଆଗକୁ ଅଗ୍ରସର ହେବା ଭଳି କ୍ଷମତାପ୍ରାପ୍ତ ଆନୁଷ୍ଠାନିକ ବ୍ୟବସ୍ଥା ମଧ୍ୟ ସରକାର କରିଛନ୍ତି ।”

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ତାଙ୍କର ଭାଷଣ ପ୍ରସଙ୍ଗରେ ନିଜର ମତ ରଖି କହିଲେ ଯେ ରାଷ୍ଟ୍ରୀୟ ଭିତ୍ତିଭୂମି ପାଇପଲାଇନରେ 1.5 ଟ୍ରିଲିଅନ ଡଲାର ନିବେଶ ନିମନ୍ତେ ସରକାର ଏକ ମହତ୍ତ୍ୱାକାଂକ୍ଷୀ ଯୋଜନା ପ୍ରସ୍ତୁତ କରିଛନ୍ତି । ଏହି ପାଇପ ଲାଇନ ଅଧୀନରେ ଭାରତରେ ଯୋଜନାବଦ୍ଧ ବିଭିନ୍ନ ସାମାଜିକ ଓ ଆର୍ଥିକ ଭିତ୍ତିଭୂମି ପ୍ରକଳ୍ପକୁ ଏଥିରେ ସାମିଲ କରାଯାଇଛି । ଏହା ଦ୍ୱାରା ଦେଶର ଆର୍ଥିକ ବିକାଶ ପ୍ରକ୍ରିୟା ତ୍ୱରାନ୍ୱିତ ହେବ ଏବଂ ଦାରିଦ୍ର୍ୟ ଦୂର ହୋଇପାରିବ ବୋଲି ସେ କହିଥିଲେ । ପ୍ରଧାନମନ୍ତ୍ରୀ କହିଲେ ଯେ ଭାରତ ଏବେ ଦେଶର ବିଭିନ୍ନ ଭାଗରେ ଜାତୀୟ ରାଜପଥ, ରେଳବାଇ, ମେଟ୍ରୋ ସେବା, ଜଳପଥ, ବିମାନ ବନ୍ଦର ଆଜି କ୍ଷେତ୍ରରେ  ବ୍ୟାପକ ଭିତ୍ତିଭୂମି ନିର୍ମାଣ କାର୍ଯ୍ୟକ୍ରମ ଆରମ୍ଭ କରିଛି । ଦେଶରେ ମୁଣ୍ଡ ଟେକିଥିବା ନବ୍ୟ ମଧ୍ୟମ ବର୍ଗର ଲୋକମାନଙ୍କ ନିମନ୍ତେ ସୁଲଭ ମୂଲ୍ୟର ଲକ୍ଷ ଲକ୍ଷ ବାସଗୃହ ନିର୍ମାଣ କରାଯିବା ନିମନ୍ତେ ଯୋଜନା ପ୍ରସ୍ତୁତ କରାଯାଇଛି । ଏହିସବୁ ନିବେଳ କେବଳ ବଡ଼ ବଡ଼ ସହରମାନଙ୍କରେ ହେବନାହିଁ ବରଂ ତାହା ଦେଶର ଛୋଟ ଛୋଟ ସହର ଓ ଟାଉନମାନଙ୍କରେ ମଧ୍ୟ କରାଯିବା ସକାଶେ ଯୋଜନା ପ୍ରସ୍ତୁତ ହୋଇଛି । ତେଣୁ ନିବେଶକାରୀମାନେ ଏହିସବୁ ବଡ଼ ବଡ଼ ସହରମାନଙ୍କରେ ନିଜକୁ ସୀମିତ ନରଖି ସେହିସବୁ ନୂତନ କ୍ଷେତ୍ର ଦିଗରେ ଦୃଷ୍ଟିପାତ କରିବା ସକାଶେ ପ୍ରଧାନମନ୍ତ୍ରୀ ସେମାନଙ୍କୁ ଆହ୍ୱାନ ଜଣାଇଥିଲେ । ଏହିସବୁ କାର୍ଯ୍ୟକ୍ରମ ମିଶନ ମୋଡ଼ରେ କାର୍ଯ୍ୟକାରୀ କରାଯିବ ଏବଂ ସେହିସବୁ ସହରମାନଙ୍କର ବିକାଶ କରାଯିବ ।

ରାଉଣ୍ଡଟେବୁଲକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଲେ ଯେ ଆର୍ଥିକ କ୍ଷେତ୍ରର ବିକାଶ ନିମନ୍ତେ ସାମଗ୍ରିକ ଭାବେ ବିସ୍ତୃତ ରଣନୀତି ପ୍ରସ୍ତୁତ କରାଯାଇଛି । ଏହି ପରିପ୍ରେକ୍ଷୀରେ ସେ କେତେଗୁଡ଼ିଏ ପ୍ରମୁଖ ବିକାଶ ପ୍ରୟାସର ତାଲିକା ପ୍ରଦାନ କରିଥିଲେ । ଆର୍ଥିକ କ୍ଷେତ୍ରରେ ଅଣା ଯାଇଥିବା ବିକାଶ କାର୍ଯ୍ୟକ୍ରମ ମଧ୍ୟରେ ବ୍ୟାଙ୍କିଙ୍ଗ୍‌ କ୍ଷେତ୍ରର ସଂସ୍କାର, ଆର୍ଥିକ ବଜାରର ସୁଦୃଢ଼ୀକରଣ, ଅନ୍ତରାଷ୍ଟ୍ରୀୟ ଆର୍ଥିକ ସେବା କେନ୍ଦ୍ର ପାଇଁ ସମନ୍ୱିତ ପ୍ରାଧିକରଣ, ଅତି ମାତ୍ରାରେ ଉଦାରବାଦୀ ଏଫଡ଼ିଆଇ ବ୍ୟବସ୍ଥା, ବିଦେଶୀ ପୁଞ୍ଜି ନିମନ୍ତେ ଲୋକାଭିମୁଖୀ ଟିକସ ବ୍ୟବସ୍ଥା, ଭିତ୍ତିଭୂମି ନିବେଶ ଟ୍ରଷ୍ଟ ଓ ରିଅଲ ଇଷ୍ଟେଟ ନିବେଶ ଟ୍ରଷ୍ଟ ଭଳି ନିବେଶ ଯାନ ସଦୃଶ କାର୍ଯ୍ୟକ୍ରମ ନିମନ୍ତେ ଉପଯୁକ୍ତ ନୀତି ପ୍ରଣୟନ କରାଯିବା ଓ ଇନସଲଭେନ୍ସି ଓ ଦେବାଳିଆ ଆଇନର ପ୍ରବର୍ତ୍ତନ, ପ୍ରତ୍ୟକ୍ଷ ସୁବିଧା ହସ୍ତାନ୍ତରଣ ମାଧ୍ୟମରେ ଆର୍ଥିକ ସଶକ୍ତିକରଣ ଓ ଫିନ୍‌- ଟେକ୍‌ ଭିତ୍ତିକ ପେମେଣ୍ଟ ବ୍ୟବସ୍ଥା ଯେଉଁଥିରେ କି ରୁ- ପେ କାର୍ଡ଼ ଏବଂ ଭୀମ- ୟୁପିଆଇ ସାମିଲ ତାହା ଏବେ ପ୍ରବର୍ତ୍ତିତ ହୋଇସାରିଛି ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଲେ ଯେ ଅଭିନବତା ସଂପର୍କୀତ ପ୍ରୟାସ ଏବଂ ଡିଜିଟାଲ କାରବାର ସଦାବେଳେ ସାକରାଙ୍କ ନୀତି ଓ ସଂସ୍କାର କାର୍ଯ୍ୟକ୍ରମର କେନ୍ଦ୍ରବିନ୍ଦୁ ଭାବେ ରହିଆସିଛି । ଏହାର ସୂଚନା ଦେଇ ପ୍ରଧାନମନ୍ତ୍ରୀ କହିଲେ ଯେ ଷ୍ଟାର୍ଟ ଅପ୍‌ ଏବଂ ୟୁନିକର୍ଣ୍ଣଙ୍କ ସଂଖ୍ୟା ଦୃଷ୍ଟିରୁ ଭାରତ ହେଉଛି ବିଶ୍ୱର ସର୍ବବୃହତ ରାଷ୍ଟ୍ର । ପୁଣି ଏହି ଦିଗରେ ଦେଶ ଦ୍ରୁତ ଗତିରେ ଆଗକୁ ଆଗେଇ ଚାଲିଛି । ଘରୋଇ ସଂସ୍ଥାମାନଙ୍କ ପ୍ରଗତି ନିମନ୍ତେ ସରକାର ଗ୍ରହଣ କରିଥିବା ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ଶ୍ରୀ ମୋଦୀ ଅବତାରଣା କରିଥିଲେ । ସେ କହିଥିଲେ ଯେ ଆଜି ଭାରତର ପ୍ରତ୍ୟେକ କ୍ଷେତ୍ରରେ ତାହା ଉତ୍ପାଦନ ହୋଇଥାଉ ଅବା ଭିତ୍ତିଭୂମି, ପ୍ରଯୁକ୍ତି, କୃଷି, ଆର୍ଥିକ ବ୍ୟବସ୍ଥା ଓ ଏପରିକି ସ୍ୱାସ୍ଥ୍ୟ ଓ ଶିକ୍ଷା ଭଳି ସାମାଜିକ ସେକ୍ଟର, ଭାରତ ସଦାବେଳେ ପ୍ରଗତି ପଥରେ ରହିଛି ।

ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଆରୋପ କରି କହିଲେ ଯେ ନିକଟରେ କୃଷି କ୍ଷେତ୍ରରେ ଅଣାଯାଇଥିବା ସଂସ୍କାର ଦେଶର କୃଷକମାନଙ୍କ ସହିତ ସହଭାଗୀତା ନିମନ୍ତେ ନୂତନ ତଥା ଆକର୍ଷଣୀୟ ସମ୍ଭାବନାମାନ ସୃଷ୍ଟି କରିଛି । ଭାରତ ଖୁବ୍‌ ଶୀଘ୍ର କୃଷି କ୍ଷେତ୍ରରେ ଏକ ରପ୍ତାନୀ ହବ୍‌ରେ ପରିଣତ ହେବାକୁ ଯାଉଛି ବୋଲି ଦର୍ଶାଇ ପ୍ରଧାନମନ୍ତ୍ରୀ କହିଲେ ଯେ ପ୍ରଯୁକ୍ତି ଓ ଆଧୁନିକ ପ୍ରୋସେସିଂ ସଲ୍ୟୁସନ ସହାୟତାରେ ତାହା ଆହୁରି ପ୍ରଖରିତ ହେବାକୁ ଯାଉଛି । ସେ ସୂଚାଇଥିଲେ ଯେ ଜାତୀୟ ଶିକ୍ଷା ନୀତି ପ୍ରବର୍ତ୍ତନ ଦ୍ୱାରା ଯେଉଁ ସୁଯୋଗ ସୃଷ୍ଟି ହୋଇଛି ତାହା ବିଦେଶୀ ବିଶ୍ୱବିଦ୍ୟାଳୟମାନେ ଭାରତରେ ସେମାନଙ୍କର କ୍ୟାମ୍ପସ୍‌ ଖୋଲିବାର ସୁଯୋଗ ସୃଷ୍ଟି କରିଛି । ପ୍ରଧାନମନ୍ତ୍ରୀ ନିଜର ସନ୍ତୋଷ ବ୍ୟକ୍ତ କରି କହିଲେ ଯେ ବୈଶ୍ୱିକ ନିବେଶକ ଗୋଷ୍ଠୀ ଭାରତର ଭବିଷ୍ୟତ ଉପରେ ସେମାନଙ୍କର ଆସ୍ଥା ଓ ବିଶ୍ୱାସ ସ୍ଥାପନ କରିଛନ୍ତି । ସେ କହିଲେ ଯେ ଗତ ୫ ମାସ ମଧ୍ୟରେ ବିଗତ ବର୍ଷ ତୁଳନାରେ ଏଫଡ଼ିଆଇ ମାତ୍ରାରେ 13% ଅଭିଭୃଦ୍ଧି ପରିଲକ୍ଷିତ ହୋଇଛି ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଦୃଢ଼ତାର ସହ ମତ ପୋଷଣ କରି କହିଲେ ଯେ ଭାରତ ଏବେ ସେହିଭଳି ସ୍ଥାନରେ ପରିଣତ ହୋଇଛି ଯେଉଁଠାରେ ନିବେଶକମାନେ ସେମାନଙ୍କର ନିବେଶର ଉଚିତ ଲାଭ ପାଇପାରିବେ । ଏଠାରେ ଚାହିଦା ସହିତ ଗଣତନ୍ତ୍ର, ସ୍ଥିରତା ସହିତ ପୋଷଣୀୟତା ଏବଂ ବିକାଶ ସହିତ ସବୁଜ ଆଭିମୁଖ୍ୟ ଭରି ରହିଛି । ସେ କହିଲେ ଯେ ଭାରତର ବିକାଶର ଏଭଳି ସାମର୍ଥ୍ୟ ରହିଛି ଯାହା ବୈଶ୍ୱିକ ଆର୍ଥିକ ପୁନରୁତ୍ଥାନର ବାହକ ସାଜି ପାରିବ । ସେ କହିଲେ ଯେ ଭାରତର ଯେକୌଣସି ସଫଳତାର ବିଶ୍ୱ ବିକାଶ ଓ କଲ୍ୟାଣ ଉପରେ ବିବିଧ ପ୍ରଭାବ ରହିଛି । ଏକ ସୁଦୃଢ଼ ଓ ସ୍ପନ୍ଦିତ ଭାରତ ବିଶ୍ୱ ଆର୍ଥିକ ଶୃଙ୍ଖଳାକୁ ସ୍ଥିରତା ପ୍ରଦାନ କରିବାରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ । ଏଥିପାଇଁ ସେ ନିବେଶକମାନଙ୍କୁ ଆଶ୍ୱାସନା ଦେଇ କହିଲେ ଯେ ବୈଶ୍ୱିକ ବିକାଶର ପୁନରୁତ୍ଥାନ ନିମନ୍ତେ ଯାହା କିଛି କରାଯିବା ଆବଶ୍ୟକ ଭାରତ ସେସବୁ କରିବା ନିମନ୍ତେ ପ୍ରସ୍ତୁତ ରହିଛି ।

ଏହି କାର୍ଯ୍ୟକ୍ରମ ପରେ ସିପିପି ଇନଭେଷ୍ଟମେଣ୍ଟସ୍‌ର ଅଧ୍ୟକ୍ଷ ତଥା ସିଇଓ ଶ୍ରୀ ମାର୍କ ମାଚିନ ନିଜର ମନ୍ତବ୍ୟ ରଖି କହିଥିଲେ ଯେ, ‘ଭିଜିଆଇଆର 2020 ରାଉଣ୍ଡଟେବୁଲ ବେଶ୍‌ ଫଳପ୍ରସୂ ଓ ସକାରାତ୍ମକ ଫୋରମ ଯାହା ଆମମାନଙ୍କୁ ଭାରତର ଅର୍ଥନୀତି ସଂପର୍କରେ ସରକାରଙ୍କ ପରିକଳ୍ପନା ପ୍ରସଙ୍ଗରେ ସବିଶେଷ ତଥ୍ୟ ଯୋଗାଇଛି ଏବଂ ଅନ୍ତରାଷ୍ଟ୍ରୀୟ ନିବେଶକାରୀ ସଂସ୍ଥାମାନେ ଭାରତରେ ବିକାଶ ନିମନ୍ତେ କିପରି ଭାବେ ନିବେଶ କରିପାରିବେ ତାହା ସ୍ପଷ୍ଟ କରିଛି । ଦୀର୍ଘକାଳୀନ ନିବେଶ ରଣନୀତିରେ ଭାରତ ହେଉଛି ଏକ ପ୍ରମୁଖ ରାଷ୍ଟ ଯାହାକି ବଜାରର ଅଭିବୃଦ୍ଧି ଉପରେ ବିଶେଷ ଧ୍ୟାନ ଦିଏ ଏବଂ ଆମେମାନେ ଦେଶର ଭିତ୍ତିଭୂମି, ଶିଳ୍ପ ତଥା ଖାଉଟି ବଜାର କ୍ଷେତ୍ରରେ ବର୍ତ୍ତମାନର ନିବେଶ ସହ ଅଧିକ ପୁଞ୍ଜି ଖଟାଇବା ଲାଗି ଆଗ୍ରହୀ ।’

ସିଡ଼ିପିକ୍ୟୁର ଅଧ୍ୟକ୍ଷ ତଥା ସିଇଓ ଶ୍ରୀ ଚାର୍ଲସ୍‌ ଏମୋଣ୍ଡ ଭାରତ ସଂପର୍କରେ ତାଙ୍କର ମତ ରଖି କହିଥିଲେ ଯେ  ‘ସିଡିପିକ୍ୟୁ ପାଇଁ ଭାରତ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ବଜାର- ଆମେ ଅକ୍ଷୟ ଶକ୍ତି, ଲଜିଷ୍ଟିକ୍ସ, ଆର୍ଥିକ ସେବା ଓ ପ୍ରଯୁକ୍ତିଭିତ୍ତିକ ସେବା ଆତି କ୍ଷେତ୍ରରେ ଅନେକ ବିଲିଅନ ଡଲାର ନିବେଶ କରିଛୁ ଏବଂ ଆମେ ଲକ୍ଷ୍ୟ ରଖିଛୁ ଯେ ଆଗାମୀ ବର୍ଷମାନଙ୍କରେ ଆମେ ଆମର ଉପସ୍ଥିତିକୁ ଅଧିକ ସୁଦୃଢ଼ କରିବୁ । ଏଥିପାଇଁ ମୁଁ ନିଷ୍ଠାର ସହିତ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଓ ତାଙ୍କ ସରକାରଙ୍କୁ ଧନ୍ୟବାଦ ଦେବାକୁ ଚାହେଁ ଏ ଯେ ସେମାନେ  ବୈଶ୍ୱିକ ନିବେଶକ ଓ ବ୍ୟବସାୟିକ ନେତୃବୃନ୍ଦଙ୍କର ଏଭଳି ଏକ ରାଉଣ୍ଡ ଟେବୁଲର ଆୟୋଜନ କରିଛନ୍ତି ଯେଉଁଠାରେ ଭାରତରେ ଉପଲବ୍ଧ ବିଭିନ୍ନ ସୁବିଧା ସୁଯୋଗ ତଥା ଦେଶର ସୁଦୃଢ଼ ଅର୍ଥବ୍ୟବସ୍ଥା ସଂପର୍କରେ ସମସ୍ତ ତଥ୍ୟ ସୂଚନା ଯୋଗାଇ ଦିଆଯାଇଛି ।’

ଆମେରିକାର ଟିଚର ରିଟାୟାରମେଣ୍ଟ ସିଷ୍ଟମ ଅଫ୍‌ ଟେକ୍ସାସର ଚିଫ୍‌ ଇନଭେଷ୍ଟମେଣ୍ଟ ଅଫିସର ଶ୍ରୀ ଜେସ୍‌ ଅବି ଏହି ରାଉଣ୍ଡଟେବୁଲରେ ଭାରତ ସଂପର୍କରେ ନିଜର ବକ୍ତବ୍ୟ ରଖି କହିଥିଲେ ଯେ “2020 ଭର୍ଚୁଆଲ ଗ୍ଲୋବାଲ ନିବେଶକ ରାଉଣ୍ଡଟେବୁଲରେ ଅଂଶ ଗ୍ରହଣ କରି ସେ ବେଶ୍‌ ଆନନ୍ଦିତ । ପେନସନ ପାଣ୍ଡି ନିବେଶକମାନେ ସେମାନଙ୍କ ପେନସନ ଉପାର୍ଜନର ଅଧିକାଂଶ ଭାଗ ଏଭଳି ନିବେଶରେ ଖଟାଇବାକୁ ଚାହାନ୍ତି ଏବଂ ସେମାନେ ସେଥିରୁ ଲାଭ ମଧ୍ୟ ଆଶା କରନ୍ତି । ସେମାନେ ଚାହାନ୍ତି ଯେ ଏକ ବିକାଶଶୀଳ ଅର୍ଥନୀତି ଓ ବଜାରରେ ହିଁ ନିବେଶ କଲେ ସେମାନଙ୍କୁ ବିଶେଷ ଲାଭ ମିଳିପାରିବ । ଭାରତରେ ନିକଟ ଅତୀତରେ ଯେଉଁ ଢାଞ୍ଚାଗତ ସଂସ୍କାର କାର୍ଯ୍ୟକାରୀ କରାଯାଇଛି ତାହା ଭବିଷ୍ୟତରେ ଏଭଳି ଉଚ୍ଚତର ବିକାଶର ମୂଳଭିତ୍ତିକୁ ଅଧିକ ସୁଦୃଢ଼ କରିବ” ବୋଲି ସେ ମତ ପୋଷଣ କରିଥିଲେ ।

 

Click here to read PM's speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Total Urea stocks currently at 61.14 LMT, up from 55.22 LMT in March 2025

Media Coverage

Total Urea stocks currently at 61.14 LMT, up from 55.22 LMT in March 2025
NM on the go

Nm on the go

Always be the first to hear from the PM. Get the App Now!
...
PM chairs CCS Meeting to review the situation and mitigating measures in the context of ongoing West Asia Conflict
March 22, 2026
Short, Medium and Long term measures to ensure continued availability of essential needs discussed in detail
Alternate sources of fertilizers for farmers were also discussed to ensure continued availability in the future
Several measures discussed to diversify sources of imports required by chemicals, pharmaceuticals, petrochemicals and other industrial sectors
New export destinations to promote Indian goods to be developed in near future
PM instructs that all arms of government should work together to ensure least inconvenience to citizens
PM directs that a group of Ministers and Secretaries be created to work dedicatedly in a whole of government approach
PM instructs for sectoral groups to work in consultation with all stakeholders
PM asks for proper coordination with state governments to ensure no black-marketing and hoarding of important commodities

Prime Minister Shri Narendra Modi chaired a meeting of the Cabinet Committee on Security to review the situation and ongoing and proposed mitigating measures in the context of ongoing West Asia Conflict.

The Cabinet Secretary gave a detailed presentation on the global situation and mitigating measures taken so far and being planned by all concerned Ministries/Departments of Government of India. The expected impact and measures taken to address it across sectors like agriculture, fertilisers, food security, petroleum, power, MSMEs, exporters, shipping, trade, finance, supply chains and all affected sectors were discussed. The overall macro-economic scenario in the country and further measures to be taken were also discussed.

The ongoing conflict in West Asia will have significant short, medium and long term impact on the global economy and its effect on India were assessed and counter-measures, both immediate and long-term, were discussed.

Detailed assessment of availability for critical needs of the common man, including food, energy and fuel security was made. Short term, Medium term and Long term measures to ensure continued availability of essential needs were discussed in detail.

The impact on farmers and their requirement for fertiliser for the Kharif season was assessed. The measures taken in the last few years to maintain adequate stocks of fertilizers will ensure timely availability and food security. Alternate sources of fertilizers were also discussed to ensure continued availability in the future.

It was also determined that adequate supply of coal stocks at all power plants will ensure no shortage of electricity in India.

Several measures were discussed to diversify sources of imports required by chemicals, pharmaceuticals, petrochemicals and other industrial sectors. Similarly new export destinations to promote Indian goods will be developed in the near future.

Several measures proposed by different ministries will be prepared and implemented in the coming days after consultation with all stakeholders.

PM directed that a group of ministers and secretaries be created to work dedicatedly in a whole of government approach. PM also instructed for sectoral groups to work in consultation with all stakeholders.

PM said that the conflict is an evolving situation and the entire world is affected in some form. In such a situation, all efforts must be made to safeguard the citizens from the impact of this conflict. PM instructed that all arms of government should work together to ensure least inconvenience to the citizens. PM also asked for proper coordination with state governments to ensure no black-marketing and hoarding of important commodities.