ଦେଶରେ ପ୍ରଥମ ଥର ପାଇଁ ନଦୀ ଡଲଫିନ୍ ଗଣନା ରିପୋର୍ଟ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ
ଦେଶର ନଦୀଗୁଡ଼ିକରେ ମୋଟ 6,327 ଡଲଫିନ୍ ଥିବା ସୂଚନା
ଜୁନାଗଡ଼ ଠାରେ ବନ୍ୟଜନ୍ତୁଙ୍କ ପାଇଁ ଜାତୀୟ ରେଫରଲ କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ କଲେ ପ୍ରଧାନମନ୍ତ୍ରୀ
2025 ମସିହାରେ ଷୋଡ଼ଶ ଏସୀୟ ସିଂହ ସଂଖ୍ୟା ଗଣନା କରାଯିବ ଏବଂ କୋଏମ୍ବାଟୁରର ସାକୋନ୍ ଠାରେ ମାନବ-ବନ୍ୟପ୍ରାଣୀ ସଂଘର୍ଷର ମୁକାବିଲା ପାଇଁ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା କରାଯିବ ବୋଲି ଘୋଷଣା କଲେ ପ୍ରଧାନମନ୍ତ୍ରୀ
ମଧ୍ୟପ୍ରଦେଶର ଗାନ୍ଧୀସାଗର ଅଭୟାରଣ୍ୟ ଏବଂ ଗୁଜରାଟର ବନ୍ନି ତୃଣଭୂମି ପର୍ଯ୍ୟନ୍ତ ଚିତା ଛାଡ଼ିବା ଅଭିଯାନ ସମ୍ପ୍ରସାରିତ ହେବା ନେଇ ଘୋଷଣା କଲେ ପ୍ରଧାନମନ୍ତ୍ରୀ
ବନ୍ୟପ୍ରାଣୀ ସଂରକ୍ଷଣ ପ୍ରୟାସକୁ ସୁଦୃଢ଼ କରି ପ୍ରଧାନମନ୍ତ୍ରୀ ଘଡ଼ିଆଳମାନଙ୍କ ପାଇଁ ଏକ ନୂତନ ପ୍ରକଳ୍ପ ଏବଂ ଗୋଟିଏ ଜାତୀୟ ଗ୍ରେଟ ଇଣ୍ଡିଆନ୍ ବଷ୍ଟାର୍ଡ ସଂରକ୍ଷଣ କାର୍ଯ୍ୟ ଯୋଜନାର କଲେ ଘୋଷଣା
ଜଙ୍ଗଲ ନିଆଁ ଏବଂ ମାନବ-ପ୍ରାଣୀ ସଂଘର୍ଷ ଭଳି ସମସ୍ୟାର ମୁକାବିଲା ପାଇଁ ରିମୋଟ ସେନ୍ସିଂ ଓ ଭୂ-ସ୍ଥାନିକ ମ୍ୟାପିଂ ଏବଂ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଓ ମେସିନ୍ ଲର୍ଣ୍ଣିଂର ବ୍ୟବହାର ଉପରେ ପ୍ରଧାନମନ୍ତ୍ରୀ କଲେ ଗୁରୁତ୍ୱାରୋପ
ବନ୍ୟପ୍ରାଣୀ ପର୍ଯ୍ୟଟନ ପାଇଁ ସୁଗମ ଯାତ୍ରା ଏବଂ ସଂଯୋଗର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି ପ୍ରଧାନମନ୍ତ୍ରୀ
ଜଙ୍ଗଲ ଓ ବନ୍ୟଜନ୍ତୁଙ୍

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସକାଳେ ଗୁଜରାଟର ଗିର୍ ଜାତୀୟ ଉଦ୍ୟାନ ପରିଦର୍ଶନ କରିଛନ୍ତି । ସେଠାରେ ସେ ଜାତୀୟ ବନ୍ୟପ୍ରାଣୀ ବୋର୍ଡର ସପ୍ତମ ବୈଠକରେ ଅଧ୍ୟକ୍ଷତା କରିଛନ୍ତି ।

ଜାତୀୟ ବନ୍ୟପ୍ରାଣୀ ବୋର୍ଡ ବୈଠକରେ ବନ୍ୟଜନ୍ତୁ ସଂରକ୍ଷଣ କ୍ଷେତ୍ରରେ ସରକାରଙ୍କ ଦ୍ୱାରା ନିଆଯାଇଥିବା ବିଭିନ୍ନ ପଦକ୍ଷେପର ସମୀକ୍ଷା କରାଯାଇଛି । ନୂତନ ସଂରକ୍ଷିତ କ୍ଷେତ୍ର ସୃଷ୍ଟି ଏବଂ ପ୍ରଜାତି-ନିର୍ଦ୍ଦିଷ୍ଟ ଫ୍ଲାଗସିପ୍ କାର୍ଯ୍ୟକ୍ରମ ଯେପରିକି ବ୍ୟାଘ୍ର ପ୍ରକଳ୍ପ, ହାତୀ ପ୍ରକଳ୍ପ, ତୁଷାର ଚିତା ପ୍ରକଳ୍ପ ଆଦି ଉପରେ ଆଲୋକପାତ କରାଯାଇଥିଲା। ଡଲଫିନ୍ ଏବଂ ଏସୀୟ ସିଂହମାନଙ୍କ ପାଇଁ ସଂରକ୍ଷଣ ପ୍ରୟାସ ଓ ଅନ୍ତର୍ଜାତୀୟ ବିଗ୍ କ୍ୟାଟ୍ ଆଲାଏନ୍ସ ପ୍ରତିଷ୍ଠା ଉପରେ ମଧ୍ୟ ବୋର୍ଡ ଆଲୋଚନା କରିଥିଲା।

ଏହି ବୈଠକରେ ପ୍ରଧାନମନ୍ତ୍ରୀ ଦେଶରେ କରାଯାଇଥିବା ପ୍ରଥମ ନଦୀ ଡଲଫିନ୍ ଗଣନା ରିପୋର୍ଟ ପ୍ରକାଶ କରିଥିଲେ । ଦେଶରେ ମୋଟ 6,327 ଡଲଫିନ୍ ଥିବା ଆକଳନ କରାଯାଇଛି। ଏହି ଅଗ୍ରଣୀ ପ୍ରୟାସରେ ଆଠଟି ରାଜ୍ୟରେ 28ଟି ନଦୀର ସର୍ଭେ କରାଯାଇଥିଲା, ଯେଉଁଥିରେ 3150 ମାନବ ଦିବସ 8500 କିଲୋମିଟର କ୍ଷେତ୍ର ଅତିକ୍ରମ କରାଯାଇଥିଲା । ଉତ୍ତର ପ୍ରଦେଶ ସର୍ବାଧିକ ସଂଖ୍ୟାରେ ରେକର୍ଡ କରିଛି, ତା’ପରେ ବିହାର, ପଶ୍ଚିମବଙ୍ଗ ଏବଂ ଆସାମ ରହିଛି।

 

ସ୍ଥାନୀୟ ଲୋକ ଏବଂ ଗ୍ରାମବାସୀଙ୍କ ଅଂଶଗ୍ରହଣ ଦ୍ୱାରା ଡଲଫିନ ସଂରକ୍ଷଣ ଉପରେ ସଚେତନତାର ଗୁରୁତ୍ୱ ଉପରେ ପ୍ରଧାନମନ୍ତ୍ରୀ ଜୋର ଦେଇଥିଲେ। ଡଲଫିନ ବାସସ୍ଥଳୀ ଅଞ୍ଚଳରେ ସ୍କୁଲ ପିଲାମାନଙ୍କ ପାଇଁ ସଚେତନତା ପରିଦର୍ଶନ ଆୟୋଜନ କରିବାକୁ ମଧ୍ୟ ସେ ପରାମର୍ଶ ଦେଇଥିଲେ।

ପ୍ରଧାନମନ୍ତ୍ରୀ ଜୁନାଗଡ଼ ଠାରେ ଜାତୀୟ ବନ୍ୟପ୍ରାଣୀ ରେଫରଲ କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ, ଯାହା ବନ୍ୟପ୍ରାଣୀ ସ୍ୱାସ୍ଥ୍ୟ ଏବଂ ରୋଗ ପରିଚାଳନା ସମ୍ବନ୍ଧୀୟ ବିଭିନ୍ନ ଦିଗ ଉପରେ ସମନ୍ୱୟ ଏବଂ ଶାସନ ପାଇଁ କେନ୍ଦ୍ର ଭାବେ କାର୍ଯ୍ୟ କରିବ।

ଏସୀୟ ସିଂହମାନଙ୍କର ସଂଖ୍ୟା ଗଣନା ପ୍ରତି ପାଞ୍ଚ ବର୍ଷରେ ଥରେ କରାଯାଇଥାଏ। ଶେଷ ଥର ପାଇଁ ଏଭଳି ଅଭ୍ୟାସ 2020ରେ କରାଯାଇଥିଲା। 2025 ମସିହାରେ ସିଂହ ଗଣନାର ଶୋଡ଼ଷ ଚକ୍ର ଆରମ୍ଭ କରାଯିବ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ।

ଏସୀୟ ସିଂହମାନେ ବର୍ତ୍ତମାନ ବର୍ଦା ବନ୍ୟପ୍ରାଣୀ ଅଭୟାରଣ୍ୟକୁ ପ୍ରାକୃତିକ ବିସ୍ତାର ମାଧ୍ୟମରେ ସେମାନଙ୍କ ବାସସ୍ଥାନ କରିଛନ୍ତି ବୋଲି ବିବେଚନା କରି ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ ଯେ ବର୍ଦାଠାରେ ଶିକାର ବୃଦ୍ଧି ରୋକିବା ଏବଂ ଅନ୍ୟାନ୍ୟ ବାସସ୍ଥାନ ଉନ୍ନତି ପ୍ରୟାସ ମାଧ୍ୟମରେ ସିଂହ ସଂରକ୍ଷଣକୁ ସମର୍ଥନ କରାଯିବ। ବନ୍ୟପ୍ରାଣୀ ଆବାସସ୍ଥଳୀର ବିକାଶ ଓ ସଂରକ୍ଷଣ ପାଇଁ ଇକୋ-ଟୁରିଜିମ୍ ଉପରେ ଗୁରୁତ୍ୱାରୋପ କରି ସେ କହିଥିଲେ ଯେ ବନ୍ୟପ୍ରାଣୀ ପର୍ଯ୍ୟଟନ ପାଇଁ ଭ୍ରମଣ ଏବଂ ସଂଯୋଗ ସହଜ ହେବା ଉଚିତ।

 

ମାନବ-ବନ୍ୟପ୍ରାଣୀ ସଂଘର୍ଷର ପ୍ରଭାବଶାଳୀ ପରିଚାଳନା ପାଇଁ ପ୍ରଧାନମନ୍ତ୍ରୀ କୋଏମ୍ବାଟୁରର ସାକୋନ୍ (ସଲିମ୍ ଅଲି ପକ୍ଷୀ ବିଜ୍ଞାନ ଏବଂ ପ୍ରାକୃତିକ ଇତିହାସ କେନ୍ଦ୍ର) କ୍ୟାମ୍ପସରେ ଥିବା ୱାଇଲ୍ଡଲାଇଫ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆଠାରେ ଏକ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା ପାଇଁ ଘୋଷଣା କରିଥିଲେ। ଦ୍ରୁତ ପ୍ରତିକ୍ରିୟା ଦଳକୁ ଉନ୍ନତ ପ୍ରଯୁକ୍ତିବିଦ୍ୟା, ଟ୍ରାକିଂ, ପୂର୍ବ ଚେତାବନୀ ପାଇଁ ଉପକରଣ ସହିତ ସଜ୍ଜିତ କରିବାରେ କେନ୍ଦ୍ର ସରକାର ମଧ୍ୟ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ସହାୟତା ଯୋଗାଇ ଦେବ ।  ମାନବ-ବନ୍ୟପ୍ରାଣୀ ସଂଘର୍ଷ ହଟସ୍ପଟଗୁଡ଼ିକରେ ତଦାରଖ ଏବଂ ଅନୁପ୍ରବେଶ ଚିହ୍ନଟ ପ୍ରଣାଳୀ ସ୍ଥିର କରାଯିବ । ବିବାଦ ପ୍ରଶମନ ପଦକ୍ଷେପ କାର୍ଯ୍ୟକାରୀ କରିବା ପାଇଁ କ୍ଷେତ୍ର ଅଭ୍ୟାସକାରୀ ଏବଂ ସ୍ଥାନୀୟ ଲୋକଙ୍କ କ୍ଷମତା ନିର୍ମାଣ କରାଯିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଥିଲା ।

ଜଙ୍ଗଲ ନିଆଁ ଏବଂ ମାନବ-ପ୍ରାଣୀ ସଂଘର୍ଷ ଭଳି ସମସ୍ୟାର ମୁକାବିଲା ପାଇଁ ରିମୋଟ ସେନ୍ସିଂ ଓ ଭୂସ୍ଥାନିକ ମ୍ୟାପିଂ ଏବଂ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଓ ମେସିନ୍ ଲର୍ଣ୍ଣିଂ ବ୍ୟବହାର ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ମାନବ-ବନ୍ୟପ୍ରାଣୀ ସଂଘର୍ଷର ଆହ୍ୱାନର ମୁକାବିଲା ପାଇଁ ଭାସ୍କରାଚାର୍ଯ୍ୟ ନେସନାଲ ଇନଷ୍ଟିଚ୍ୟୁଟ୍ ଫର୍ ସ୍ପେସ୍ ଆପ୍ଲିକେସନ୍ ଆଣ୍ଡ ଜିଓ-ଇନଫରମାଟିକ୍ସ (ବିଆଇଏସଏଜି-ଏନ୍) ସହିତ ୱାଇଲ୍ଡଲାଇଫ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆକୁ ନିୟୋଜିତ କରିବାକୁ ସେ ପରାମର୍ଶ ଦେଇଥିଲେ।

ବିଶେଷ କରି ଅତ୍ୟଧିକ ସମ୍ବେଦନଶୀଳ ସଂରକ୍ଷିତ ଅଞ୍ଚଳରେ ଜଙ୍ଗଲ ନିଆଁର ନିରୀକ୍ଷଣ ଓ ପ୍ରଶମନକୁ ବୃଦ୍ଧି କରିବା, ପୂର୍ବାନୁମାନ, ଚିହ୍ନଟ, ପ୍ରତିରୋଧ ଏବଂ ନିୟନ୍ତ୍ରଣ ଉପରେ ଧ୍ୟାନ ଦେବା ପାଇଁ ପ୍ରଧାନମନ୍ତ୍ରୀ ଡେରାଡୁନର ଫରେଷ୍ଟ ସର୍ଭେ ଅଫ୍ ଇଣ୍ଡିଆ ଏବଂ ବିଆଇଏସଏଜି-ଏନ୍ ମଧ୍ୟରେ ମହାକାଶ ପ୍ରଯୁକ୍ତିର ବ୍ୟବହାର ମାଧ୍ୟମରେ ସହଯୋଗ ପାଇଁ ପରାମର୍ଶ ଦେଇଥିଲେ।

 

ପ୍ରଧାନମନ୍ତ୍ରୀ ଏହା ମଧ୍ୟ ଘୋଷଣା କରିଥିଲେ ଯେ ଚିତାଙ୍କୁ ଛାଡ଼ିବା ଅଭିଯାନ ମଧ୍ୟପ୍ରଦେଶର ଗାନ୍ଧୀସାଗର ଅଭୟାରଣ୍ୟ ଏବଂ ଗୁଜରାଟର ବନ୍ନି ତୃଣଭୂମି ସମେତ ଅନ୍ୟାନ୍ୟ ଅଞ୍ଚଳକୁ ବିସ୍ତାର କରାଯିବ।

ବ୍ୟାଘ୍ର ଅଭୟାରଣ୍ୟ ବାହାରେ ବାଘ ସଂରକ୍ଷଣ ଉପରେ ଧ୍ୟାନ କେନ୍ଦ୍ରିତ କରି ପ୍ରଧାନମନ୍ତ୍ରୀ ଏକ ଯୋଜନା ଘୋଷଣା କରିଥିଲେ। ସ୍ଥାନୀୟ ଜନସମୁଦାୟ ସହିତ ସହାବସ୍ଥାନ ସୁନିଶ୍ଚିତ କରି ଏହି ସଂରକ୍ଷିତ ଅଞ୍ଚଳ ବାହାରେ ଥିବା ଅଞ୍ଚଳରେ ମାନବ-ବାଘ ଏବଂ ଅନ୍ୟାନ୍ୟ ସହ-ଶିକାରୀ ବିବାଦର ସମାଧାନ କରିବା ଏହି ପଦକ୍ଷେପର ଉଦ୍ଦେଶ୍ୟ।

ଘଡ଼ିଆଳଙ୍କ ହ୍ରାସ ପାଉଥିବା ସଂଖ୍ୟାକୁ ଦୃଷ୍ଟିରେ ରଖି ଏବଂ ଘଡ଼ିଆଳଙ୍କ ସଂରକ୍ଷଣ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ଘଡ଼ିଆଳଙ୍କ ସଂରକ୍ଷଣ ପାଇଁ ଏକ ନୂତନ ପ୍ରକଳ୍ପ ଆରମ୍ଭ କରିବାକୁ ମଧ୍ୟ ଘୋଷଣା କରିଥିଲେ।

ଗ୍ରେଟ ଇଣ୍ଡିଆନ୍ ବଷ୍ଟାର୍ଡ ବା ଗୋଡ଼ାବଣର ସଂରକ୍ଷଣ ଦିଗରେ ନିଆଯାଇଥିବା ପ୍ରୟାସକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ। ସଂରକ୍ଷଣ ପ୍ରୟାସକୁ ତ୍ୱରାନ୍ୱିତ କରିବାର ଆବଶ୍ୟକତାକୁ ବିଚାରକୁ ନେଇ ସେ ଏକ ଜାତୀୟ ଗ୍ରେଟ ଇଣ୍ଡିଆନ୍ ବଷ୍ଟାର୍ଡ ସଂରକ୍ଷଣ କାର୍ଯ୍ୟ ଯୋଜନା ଘୋଷଣା କରିଥିଲେ।

ସମୀକ୍ଷା ବୈଠକରେ ପ୍ରଧାନମନ୍ତ୍ରୀ ବୋର୍ଡ ଏବଂ ପରିବେଶ ମନ୍ତ୍ରଣାଳୟକୁ ଗବେଷଣା ଓ ବିକାଶ ପାଇଁ ଜଙ୍ଗଲ ଓ ବନ୍ୟପ୍ରାଣୀଙ୍କ ସଂରକ୍ଷଣ ଏବଂ ପରିଚାଳନା ସମ୍ବନ୍ଧରେ ଭାରତର ବିଭିନ୍ନ ଅଞ୍ଚଳର ପାରମ୍ପାରିକ ଜ୍ଞାନ ଓ ପାଣ୍ଡୁଲିପି ସଂଗ୍ରହ କରିବାକୁ କହିଥିଲେ। ପ୍ରଧାନମନ୍ତ୍ରୀ ବନ୍ୟପ୍ରାଣୀ ସଂରକ୍ଷଣ ରଣନୀତି ଏବଂ ମନ୍ତ୍ରଣାଳୟ ପାଇଁ ଭବିଷ୍ୟତ କାର୍ଯ୍ୟାନୁଷ୍ଠାନ ପାଇଁ ଏକ ରୋଡମ୍ୟାପ୍ ପ୍ରସ୍ତୁତ କରିଥିଲେ। ଭାରତୀୟ ସ୍ଲଥ୍ ଭାଲୁ, ଘଡ଼ିଆଳ ଏବଂ ଗ୍ରେଟ୍ ଇଣ୍ଡିଆନ୍ ବଷ୍ଟାର୍ଡ ସଂରକ୍ଷଣ ଓ ବିକାଶ ଉପରେ କାର୍ଯ୍ୟ କରିବା ପାଇଁ ବିଭିନ୍ନ ଟାସ୍କ ଫୋର୍ସ ଗଠନ କରିବାକୁ ମଧ୍ୟ କହିଥିଲେ।

ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ଗିର ହେଉଛି ସିଂହ ଓ ଚିତାବାଘ ସଂରକ୍ଷଣର ଏକ ସଫଳ କାହାଣୀ। ସେ କହିଥିଲେ ଯେ ଏହି ପାରମ୍ପରିକ ଜ୍ଞାନକୁ ଅନ୍ୟ ଜାତୀୟ ଉଦ୍ୟାନ ଓ ଅଭୟାରଣ୍ୟରେ ବ୍ୟବହାର ପାଇଁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ସହାୟତାରେ ଦସ୍ତାବିଜକରଣ କରାଯିବା ଉଚିତ।

 

ବନ୍ୟପ୍ରାଣୀଙ୍କ ପ୍ରବାସୀ ପ୍ରଜାତି ସଂରକ୍ଷଣ ଉପରେ ମିଳିତ ଜାତିସଂଘର ସମ୍ମିଳନୀ (ସିଏମଏସ) ଅଧୀନରେ ସମନ୍ୱୟ ୟୁନିଟରେ ସହଯୋଗ ବୃଦ୍ଧି ପାଇଁ ମଧ୍ୟ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ।

ବିଶେଷ କରି କମ୍ୟୁନିଟି ରିଜର୍ଭ ପ୍ରତିଷ୍ଠା ମାଧ୍ୟମରେ ସ୍ଥାନୀୟ ସମ୍ପ୍ରଦାୟର ସକ୍ରିୟ ଅଂଶଗ୍ରହଣକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ। ଗତ ଦଶନ୍ଧି ମଧ୍ୟରେ, ଭାରତରେ ଗୋଷ୍ଠୀ ସଂରକ୍ଷଣ କ୍ଷେତ୍ରରେ ଛଅ ଗୁଣରୁ ଅଧିକ ବୃଦ୍ଧି ଘଟିଛି। ବନ୍ୟଜନ୍ତୁ ସଂରକ୍ଷଣରେ ଏଆଇ ସମେତ ଉନ୍ନତ ପ୍ରଯୁକ୍ତିର ଉପଯୋଗ ଉପରେ ମଧ୍ୟ ସେ ଗୁରୁତ୍ୱାରୋପ କରିଥିଲେ।

ଜଙ୍ଗଲ ଅଞ୍ଚଳରେ ଔଷଧୀୟ ଗଛର ଗବେଷଣା ଏବଂ ଡକ୍ୟୁମେଣ୍ଟେସନ୍ ଉପରେ ମଧ୍ୟ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି ଯାହା ପ୍ରାଣୀ ସ୍ୱାସ୍ଥ୍ୟ ପରିଚାଳନାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ। ବିଶ୍ୱ ସ୍ତରରେ ପଶୁ ସ୍ୱାସ୍ଥ୍ୟ ପରିଚାଳନା ପାଇଁ ଉଦ୍ଭିଦ ଆଧାରିତ ଔଷଧ ପ୍ରଣାଳୀର ବ୍ୟବହାରକୁ ପ୍ରୋତ୍ସାହିତ କରିବାର ସମ୍ଭାବନା ବିଷୟରେ ମଧ୍ୟ ସେ ଉଲ୍ଲେଖ କରିଥିଲେ।

ବୈଠକ ପରେ, ଆଗଧାଡ଼ିର ବନ କର୍ମଚାରୀଙ୍କ ପରିବହନ ସୁବିଧା ପାଇଁ ପ୍ରଧାନମନ୍ତ୍ରୀ ମୋଟର ସାଇକେଲଗୁଡ଼ିକୁ ମଧ୍ୟ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ସେ ଗିରରେ ଆଞ୍ଚଳିକ କାର୍ଯ୍ୟକର୍ତ୍ତାଙ୍କ ସହ ମଧ୍ୟ କଥାବାର୍ତ୍ତା କରିଥିଲେ ଯେଉଁଥିରେ ଆଗଧାଡ଼ିର କର୍ମଚାରୀ, ଇକୋ ଗାଇଡ୍ ଏବଂ ଟ୍ରାକର୍ ସାମିଲ ଥିଲେ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM SVANidhi Success Story: How Modi Govt’s street vendor scheme transformed more than 75 lakh lives across Bharat

Media Coverage

PM SVANidhi Success Story: How Modi Govt’s street vendor scheme transformed more than 75 lakh lives across Bharat
NM on the go

Nm on the go

Always be the first to hear from the PM. Get the App Now!
...
Prime Minister congratulates Indian contingent on winning 19 medals at 22nd Asian U20 Athletics Championships
June 01, 2026

The Prime Minister, Shri Narendra Modi today congratulated the Indian contingent for its outstanding performance at the 22nd Asian U20 Athletics Championships.

The Prime Minister congratulated the Indian contingent on winning 19 medals, including 10 Gold medals, at the Championships.

The Prime Minister said that the achievement reflects the determination and excellence of India’s young athletes.

He expressed hope that these accomplishments would inspire many more young Indians to pursue sports in the years to come.

The Prime Minister wrote on X;

“Congratulations to the Indian contingent at the 22nd Asian U20 Athletics Championships for winning 19 medals, including 10 Golds. This outstanding performance reflects the determination and excellence of India’s young athletes. May these achievements inspire many more young Indians to pursue sports in the years to come.”