ଉଦ୍ଧାର କାର୍ଯ୍ୟ ଏବଂ ପ୍ରଭାବିତଙ୍କୁ ସହାୟତା ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ସୂଚନା ଦେଲେ ଅଧିକାରୀ
ପ୍ରଶାସନ ପ୍ରଭାବିତ ପରିବାରଙ୍କ ସହ ସମ୍ପର୍କରେ ରହିବା ସହିତ ଯଥାସମ୍ଭବ ସହାୟତା ସୁନିଶ୍ଚିତ କରିବା ଉଚିତ୍‌ : ପ୍ରଧାନମନ୍ତ୍ରୀ
ଏହି ଅଘଟଣ ସହ ଜଡ଼ିତ ସବୁ ଦିଗକୁ ଉଜାଗର କରିବା ଲାଗି ଏକ ବିସ୍ତୃତ ତଥା ବ୍ୟାପକ ତଦନ୍ତ କରିବା ବର୍ତ୍ତମାନ ସମୟର ଆବଶ୍ୟକତା : ପ୍ରଧାନମନ୍ତ୍ରୀ
ତଦନ୍ତରୁ ମିଳିବାକୁ ଥିବା ଗୁରୁତ୍ବପୂର୍ଣ୍ଣ ଶିକ୍ଷାକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଲେ ପ୍ରଧାନମନ୍ତ୍ରୀ

ଗୁଜରାଟର ମୋରବୀ ଠାରେ ଘଟିଥିବା ଦୁର୍ଭାଗ୍ୟଜନକ ସେତୁ ଦୁର୍ଘଟଣା ଯୋଗୁ ଉତ୍ପନ୍ନ ପରିସ୍ଥିତିର ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ମୋରବୀରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା।

ବୈଠକରେ ପ୍ରଧାନମନ୍ତ୍ରୀ ପ୍ରଶାସନକୁ ନିର୍ଦ୍ଦେଶ ଦେଇ କହିଥିଲେ ଯେ ପ୍ରଭାବିତ ପରିବାର ସହ ସରକାରୀ କର୍ତ୍ତୃପକ୍ଷ ନିୟମିତ ଯୋଗାଯୋଗରେ ରହିବା ଉଚିତ୍‌ । ଏଭଳି ଏକ ସଙ୍କଟପୂର୍ଣ୍ଣ ମୁହୂର୍ତ୍ତରେ ସେମାନଙ୍କୁ ଯଥାସମ୍ଭବ ସହାୟତା ସୁନିଶ୍ଚିତ କରିବା ଲାଗି ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ ।

ସରକାରୀ ଅଧିକାରୀମାନେ ପ୍ରଧାନମନ୍ତ୍ରୀଙ୍କୁ ଉଦ୍ଧାର କାର୍ଯ୍ୟ ଏବଂ ପ୍ରଭାବିତ ପରିବାରକୁ ଦିଆଯାଉଥିବା ସହାୟତା ସମ୍ପର୍କରେ ସୂଚନା ଦେଇଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏହି ଅଘଟଣ ସହ ଜଡ଼ିତ ସବୁ ଦିଗକୁ ଉଜାଗର କରିବା ଲାଗି ଏକ ବିସ୍ତୃତ ତଥା ବ୍ୟାପକ ତଦନ୍ତ କରିବା ବର୍ତ୍ତମାନ ସମୟର ଆବଶ୍ୟକତା । ତଦନ୍ତରୁ ମିଳିବାକୁ ଥିବା ଗୁରୁତ୍ବପୂର୍ଣ୍ଣ ଶିକ୍ଷାକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ପ୍ରଧାନମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଏହି ସମୀକ୍ଷା ବୈଠକରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ରଭାଇ ପଟେଲ, ଗୁଜରାଟର ଗୃହ ରାଷ୍ଟ୍ର ମନ୍ତ୍ରୀ ହର୍ଷ ସାଙ୍ଗଭୀ, ଗୁଜରାଟର ସରକାରରେ ମନ୍ତ୍ରୀ ବ୍ରିଜେଶ ମର୍ଜା, ମୁଖ୍ୟ ଶାସନ ସଚିବ, ପୁଲିସ ମହାନିର୍ଦ୍ଦେଶକ, ସ୍ଥାନୀୟ ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ, ପୁଲିସ ମହାନିରୀକ୍ଷକ, ସ୍ଥାନୀୟ ବିଧାୟକ, ସାଂସଦ ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଏଥିର୍ପୂବରୁ ପ୍ରଧାନମନ୍ତ୍ରୀ ମୋଦୀ ବ୍ରିଜ ଦୁର୍ଘଟଣା କ୍ଷେତ୍ର ପରିଦର୍ଶନ କରିଥିଲେ । ସେ ସ୍ଥାନୀୟ ଡାକ୍ତରଖାନାକୁ ଯାଇ ଦୁର୍ଘଟଣାରେ ଆହତମାନଙ୍କର ଅବସ୍ଥା ପଚାରି ବୁଝିଥିଲେ । ସେ ମଧ୍ୟ ଉଦ୍ଧାର ଓ ସହାୟତା କାର୍ଯ୍ୟରେ ସମ୍ପୃକ୍ତ ଲୋକମାନଙ୍କ ସହିତ ଆଲୋଚନା କରିଥିଲେ ଏବଂ ସେମାନଙ୍କର ସାହସକୁ ପ୍ରଶଂସା କରିଥିଲେ । 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's $13 billion semiconductor mission: Boosting domestic chip manufacturing and design

Media Coverage

India's $13 billion semiconductor mission: Boosting domestic chip manufacturing and design
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ସେପ୍ଟେମ୍ବର 8, 2026
September 08, 2026

Viksit Bharat, Many Engines: Defence, Diplomacy, Growth & Green Power Under PM Modi