NDRF pre-positions 46 teams, 13 teams being airlifted today
Indian Coast Guard and the Navy have deployed ships and helicopters for relief, search and rescue operations.
PM directs officers to ensure timely evacuation of those involved in off-shore activities.
PM asks officials to minimise time of outages of power, telephone networks
Involve various stakeholders like coastal communities, industries, etc by directly reaching out to them and sensitising them: PM

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ ବାତ୍ୟା ‘ୟାସ’ ଜନିତ ପରିସ୍ଥିତିର ମୁକାବିଲା ଲାଗି ହୋଇଥିବା ପ୍ରସ୍ତୁତି ଓ ଯୋଜନାର ସମୀକ୍ଷା କରିଛନ୍ତି। ଏଥିରେ ସେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରୀୟ ମନ୍ତ୍ରଣାଳୟ/ସଂସ୍ଥାର ପ୍ରତିନିଧିମାନଙ୍କ ସହିତ ଆଲୋଚନା କରିଥିଲେ। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ସୂଚନା ଦେଇଛି ଯେ ‘ୟାସ’ ବାତ୍ୟା 26 ତାରିଖ ସନ୍ଧ୍ୟାରେ ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳ ଦେଇ ଗତି କରିବ। ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି 155-165 କିମି କିମ୍ବା ସ୍ଥଳବିଶେଷରେ ଘଣ୍ଟା ପ୍ରତି 185 କିମି ରହିବ ବୋଲି ପୂର୍ବାନୁମାନ କରାଯାଇଛି। ବାତ୍ୟା ପ୍ରଭାବରେ ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗର ଉପକୂଳବର୍ତ୍ତୀ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ଓଡ଼ିଶା ଓ ପଶ୍ଚିମବଙ୍ଗର ଉପକୂଳବର୍ତ୍ତୀ କ୍ଷେତ୍ରରେ ସମୁଦ୍ରରୁ 2-4 ମିଟର ଉଚ୍ଚତାର ଜୁଆର ଉଠି ଆସିବ ବୋଲି ଆଇଏମଡି ପକ୍ଷରୁ ସତର୍କ ସୂଚନା ଦିଆଯାଇଛି। ଆଇଏମଡି ପକ୍ଷରୁ ସମ୍ପୃକ୍ତ ରାଜ୍ୟଗୁଡ଼ିକୁ ନିୟମିତ ବୁଲେଟିନ୍ ଜରିଆରେ ସଦ୍ୟତମ ସୂଚନା ଦିଆଯାଉଛି।

ବୈଠକ ଅବସରରେ ପ୍ରଧାନମନ୍ତ୍ରୀଙ୍କୁ ସୂଚନା ଦିଆଯାଇଥିଲା ଯେ 22 ମେ, 2021ରେ କ୍ୟାବିନେଟ ସଚିବ ପ୍ରଭାବିତ ହେବାକୁ ଥିବା ସମସ୍ତ ଉପକୂଳବର୍ତ୍ତୀ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶର ମୁଖ୍ୟ ଶାସନ ସଚିବ ଏବଂ କେନ୍ଦ୍ରୀୟ ମନ୍ତ୍ରଣାଳୟ/ଏଜେନ୍ସିର ଅଧିକାରୀଙ୍କୁ ନେଇ ଜାତୀୟ ବିପର୍ଯ୍ୟୟ ପ୍ରଶମନ ସମିତି (ଏନସିଏମସି)ର ବୈଠକରେ ଆଲୋଚନା କରିଥିଲେ।

ଗୃହ ମନ୍ତ୍ରଣାଳୟ ପକ୍ଷରୁ 24 ଘଣ୍ଟିଆ ସ୍ଥିତି ସମୀକ୍ଷା ସହିତ ସମ୍ପୃକ୍ତ ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶ ଏଜେନ୍ସିଗୁଡ଼ିକ ସହିତ ନିୟମିତ ଯୋଗାଯୋଗ ରକ୍ଷା କରାଯାଉଛି। ସମସ୍ତ ରାଜ୍ୟଗୁଡ଼ିକୁ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏସଏଚଏର ପ୍ରଥମ କିସ୍ତି ଜାରି କରାଯାଇସାରିଛି। ଏନଡିଆରଏଫ ପକ୍ଷରୁ ଡଙ୍ଗା, ଗଛକଟା ଯନ୍ତ୍ର, ଟେଲିକମ ଉପକରଣ ଆଦି ସମସ୍ତ ସରଞ୍ଜାମ ସହିତ 46ଟି ଦଳ 5ଟି ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶରେ ନିୟୋଜିତ କରାଯାଇସାରିଛି। ଏହାବ୍ୟତୀତ ଆଜି ବିମାନ ଯୋଗେ ସ୍ଥାନାନ୍ତରିତ କରାଯାଇ 13ଟି ଦଳକୁ ନିୟୋଜିତ କରାଯିବ ଏବଂ 10ଟି ଦଳକୁ ପ୍ରତୀକ୍ଷାରତ ଭାବେ ପ୍ରସ୍ତୁତ ରଖାଯିବ।

ସହାୟତା, ସନ୍ଧାନ ଓ ଉଦ୍ଧାର କାର୍ଯ୍ୟ ପାଇଁ ଭାରତୀୟ ତଟରକ୍ଷୀବାହିନୀ ଓ ନୌସେନା ପକ୍ଷରୁ ଜାହାଜ ଓ ହେଲିକପ୍ଟର ମୁତୟନ କରାଯାଇଛି। ଡଙ୍ଗା ଓ ଉଦ୍ଧାରକାରୀ ସରଞ୍ଜାମ ସହିତ ଭାରତୀୟ ବାୟୁସେନା ଏବଂ ସ୍ଥଳସେନାର ଇଞ୍ଜିନିୟର ଟାସ୍କ ଫୋର୍ସ ୟୁନିଟକୁ ଆବଶ୍ୟକତା କ୍ଷେତ୍ରରେ ନିୟୋଜିତ କରିବା ଲାଗି ପ୍ରସ୍ତୁତ ରଖାଯାଇଛି। ପଶ୍ଚିମ ତଟରେ ମାନବୀୟ ସହାୟତା ଏବଂ ବିପର୍ଯ୍ୟୟ ସହାୟତା ୟୁନିଟ ସହିତ ସାତଟି ଜାହାଜକୁ ପ୍ରସ୍ତୁତ ରଖାଯାଇଛି।

ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ ପକ୍ଷରୁ ସମୁଦ୍ରରେ ସମସ୍ତ ତୈଳ ପ୍ରକଳ୍ପଗୁଡ଼ିକୁ ସୁରକ୍ଷିତ ରଖିବା ଲାଗି ପଦକ୍ଷେପ ଗ୍ରହଣ କରାଯାଇଛି ଏବଂ ପରିବହନକାରୀ ଜାହାଜଗୁଡ଼ିକୁ ସୁରକ୍ଷିତ ଭାବେ କୂଳକୁ ଅଣାଯାଇଛି। ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ଜରୁରିକାଳିନ କାର୍ଯ୍ୟାନୁଷ୍ଠାନ ବ୍ୟବସ୍ଥାକୁ ସକ୍ରିୟ କରାଯାଇଛି ଏବଂ ତୁରନ୍ତ ବିଦ୍ୟୁତ ସେବାକୁ ସ୍ବାଭାବିକ କରିବା ଲାଗି ଟ୍ରାନ୍ସଫର୍ମର, ଡିଜି ସେଟ ଆଦି ସରଞ୍ଜାମ ପ୍ରସ୍ତୁତ ରଖାଯାଇଛି। ଟେଲିକମ ମନ୍ତ୍ରଣାଳୟ ସମସ୍ତ ଟେଲିକମ ଟାଓ୍ବାର ଓ ଏକ୍ସଚେଞ୍ଜଗୁଡ଼ିକ ପ୍ରତି ନିୟମିତ ଦୃଷ୍ଟି ରଖିଛି ଏବଂ ଟେଲିକମ ନେଟଓ୍ବର୍କଗୁଡ଼ିକୁ ପୁନରୁଦ୍ଧାର କରିବା ଲାଗି ସମ୍ପୂର୍ଣ୍ଣ ପ୍ରସ୍ତୁତି ଶେଷ ହୋଇଛି। ସ୍ବାସ୍ଥ୍ୟ କ୍ଷେତ୍ରର ପ୍ରସ୍ତୁତି ଏବଂ କୋଭିଡ ପ୍ରଭାବିତ ଅଞ୍ଚଳରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ବାତ୍ୟା ପ୍ରଭାବିତ ହେବାକୁ ଥିବା ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକ ପାଇଁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି। ବନ୍ଦର, ଜାହାଜ ଚଳାଚଳ ଏବଂ ଜଳମାର୍ଗ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ପଣ୍ୟବାହୀ ଜାହାଜକୁ ସୁରକ୍ଷିତ ରଖାଯିବା ସହ ଜରୁରିକାଳୀନ ଜାହାଜଗୁଡ଼ିକୁ ମୁତୟନ କରାଯାଇଛି।

ବିପଦପୂର୍ଣ୍ଣ ଅଞ୍ଚଳରୁ ଲୋକମାନଙ୍କୁ ଉଦ୍ଧାର କରିବା ଲାଗି ରାଜ୍ୟ ସରକାରଙ୍କ ସଂସ୍ଥାଗୁଡ଼ିକୁ ଏନଡିଆରଏଫ ପକ୍ଷରୁ ସହାୟତା କରାଯାଉଛି । ଏହାଛଡ଼ା ବାତ୍ୟା ପରିସ୍ଥିତିର ମୁକାବିଲା ଲାଗି ନିୟମିତ ଭାବେ ଜନସଚେତନତା ଆୟୋଜନ କରାଯାଉଛି।

ଅଧିକ ବିପଦପୂର୍ଣ୍ଣ ଅଞ୍ଚଳରୁ ଲୋକମାନଙ୍କୁ ନିରାପଦ ଭାବେ ଉଦ୍ଧାର କରିବା ଲାଗି ରାଜ୍ୟଗୁଡ଼ିକ ସହିତ ନିବିଡ଼ ସହଯୋଗ ରକ୍ଷା କରି କାର୍ଯ୍ୟ କରିବା ନିମନ୍ତେ ପ୍ରଧାନମନ୍ତ୍ରୀ ବରିଷ୍ଠ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେହିପରି ସମୁଦ୍ର ଗର୍ଭରେ କାର୍ଯ୍ୟରତ ଲୋକମାନଙ୍କୁ ଠିକ ସମୟରେ ଉଦ୍ଧାର କରିବା ଲାଗି ସେ ସମସ୍ତ ସମ୍ପୃକ୍ତ ବିଭାଗଗୁଡ଼ିକୁ ନିର୍ଦ୍ଦେଶ ଦେଇଥିଲେ। ସେ ମଧ୍ୟ ବିଦ୍ୟୁତ ସେବା ଏବଂ କମ୍ୟୁନିକେସନ ନେଟଓ୍ବର୍କର କ୍ଷତିକୁ ସର୍ବନିମ୍ନ ସ୍ତରରେ ରଖିବା ଓ ତୁରନ୍ତ ଅତି କମ ଅବଧି ମଧ୍ୟରେ ସେଗୁଡ଼ିକୁ କାର୍ଯ୍ୟକ୍ଷମ କରିବା ଦିଗରେ ପଦକ୍ଷେପ ଗ୍ରହଣ କରିବା ଉପରେ ଗୁରୁତ୍ବାରୋପ କରିଥିଲେ। ଡାକ୍ତରଖାନାରେ କୋଭିଡ ଚିକିତ୍ସା ଓ ଟିକାକରଣ ଯେପରି ପ୍ରଭାବିତ ନହୁଏ ତାହା ସୁନିଶ୍ଚିତ କରିବା ଲାଗି ବାତ୍ୟା ପ୍ରଭାବିତ ହେବାକୁ ଥିବା ରାଜ୍ୟଗୁଡ଼ିକ ସହିତ ଉପଯୁକ୍ତ ସମନ୍ବୟ ଓ ଯୋଜନା ପ୍ରସ୍ତୁତ କରି କାର୍ଯ୍ୟ କରିବା ନିମନ୍ତେ ପ୍ରଧାନମନ୍ତ୍ରୀ ଅଧିକାରୀମାନଙ୍କୁ କହିଥିଲେ। ଶ୍ରେଷ୍ଠ ପଦକ୍ଷେପ ଏବଂ ବାଧାମୁକ୍ତ ସମନ୍ବୟ ସ୍ଥାପନ ପାଇଁ ଯୋଜନା ଓ ପ୍ରସ୍ତୁତି ପ୍ରକ୍ରିୟାରେ ଜିଲ୍ଲା ପ୍ରଶାସନକୁ ସମ୍ପୃକ୍ତ କରିବା ଲାଗି ମଧ୍ୟ ସେ ନିର୍ଦ୍ଦେଶ ଦେଇଥିଲେ। ବାତ୍ୟା ସମୟରେ କ’ଣ କରିବା ଉଚିତ ଏବଂ ଅନୁଚିତ୍ ସେ ସମ୍ପର୍କରେ ପ୍ରଭାବିତ କ୍ଷେତ୍ରର ସ୍ଥାନୀୟ ଭାଷାରେ ମାର୍ଗଦର୍ଶିକା ଜାରି କରିବା ନିମନ୍ତେ ପ୍ରଧାନମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ଯାହାଫଳରେ ନାଗରିକମାନେ ସେଗୁଡ଼ିକୁ ସହଜରେ ବୁଝିପାରିବେ। ଉପକୂଳବର୍ତ୍ତୀ ସମୁଦାୟ, ଶିଳ୍ପ ଆଦି ବିଭିନ୍ନ ଅଂଶୀଦାରଙ୍କ ସହିତ ସିଧାସଳଖ ସମ୍ପର୍କ ସ୍ଥାପନ କରି ସେମାନଙ୍କୁ ସଚେତନ କରିବା ଜରିଆରେ ସମ୍ପୂର୍ଣ୍ଣ ପ୍ରକ୍ରିୟାରେ ସେମାନଙ୍କୁ ସାମିଲ କରିବା ନିମନ୍ତେ ପ୍ରଧାନମନ୍ତ୍ରୀ  ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଏହି ବୈଠକରେ ଗୃହ ମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ, ଗୃହ ରାଷ୍ଟ୍ର ମନ୍ତ୍ରୀ, କ୍ୟାବିନେଟ ସଚିବ, ଗୃହ, ଟେଲିଯୋଗାଯୋଗ, ମତ୍ସ୍ୟପାଳନ, ବେସାମରିକ ବିମାନ ଚଳାଚଳ, ଶକ୍ତି, ବନ୍ଦର, ଜାହାଜ ଓ ଜଳମାର୍ଗ, ଭୂବିଜ୍ଞାନ, ରେଳବୋର୍ଡ ଅଧ୍ୟକ୍ଷ, ଏନଡିଏମଏର ସଦସ୍ୟ ଓ ସଦସ୍ୟ ସଚିବ, ଏନଡିଆରଏଫ ଓ ଆଇଏମଡିର ମହାନିର୍ଦ୍ଦେଶକ ଏବଂ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ ଗୃହ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi Conferred With Uzbekistan's Highest Honour For Foreign Leaders

Media Coverage

PM Modi Conferred With Uzbekistan's Highest Honour For Foreign Leaders
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 30, 2026
August 30, 2026

Tiranga in Tashkent, Relief in Nepal: Soft Power Meets First Responder

Vocal for Local, Nari Shakti, Real Heroes: Mann Ki Baat’s Atmanirbhar Hour