ଜାତୀୟ ଡିଜିଟାଲ ସ୍ୱାସ୍ଥ୍ୟ ମିଶନ (ଏନଡିଏଚଏମ)ର ସମୀକ୍ଷା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। 15 ଅଗଷ୍ଟ 2020ରେ, ନିଜର ସ୍ୱାଧୀନତା ଦିବସ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ଏନଡିଏଚଏମର ଶୁଭାରମ୍ଭ ଘୋଷଣା କରିଥିଲେ। ସେବେଠାରୁ, ଡିଜିଟାଲ ମଡ୍ୟୁଲ ଓ ରେଜିଷ୍ଟ୍ରି ବିକଶିତ କରାଯାଇ ଆସୁଛି ଏବଂ ଏହି ମିଶନକୁ ଛଅଟି କେନ୍ଦ୍ର ଶାସିତ ପ୍ରଦେଶରେ କାର୍ଯ୍ୟକାରୀ କରାଯାଇଛି। ବର୍ତ୍ତମାନସୁଦ୍ଧା 11.9 ଲକ୍ଷ ସ୍ୱାସ୍ଥ୍ୟ ଆଇଡି ସୃଷ୍ଟି କରାଯାଇଛି ଏବଂ 3106 ଡାକ୍ତର ଓ 1490 ଡାକ୍ତରଖାନା ଏହି ପ୍ଲାଟଫର୍ମରେ ପଞ୍ଜୀକରଣ କରିଛନ୍ତି।

ଡିଜିଟାଲ ସ୍ୱାସ୍ଥ୍ୟ ପାଇଁ ଏକ ମୁକ୍ତ ଓ ଆନ୍ତଃପରିଚାଳିତ ଆଇଟି ନେଟଓ୍ବର୍କ-ୟୁନିଫାଏଡ ହେଲ୍ଥ ଇଣ୍ଟରଫେସ (ୟୁଏଚଆଇ) ଖୁବଶୀଘ୍ର କାର୍ଯ୍ୟକାରୀ କରିବା ପାଇଁ ପରିକଳ୍ପନା କରାଯାଇଛି। ଏହା ବ୍ୟବହାରକାରୀମାନଙ୍କୁ ଟେଲି ପରାମର୍ଶ ଏବଂ ଲାବୋରେଟୋରୀ ପରୀକ୍ଷା ଭଳି ଜରୁରି ଚିକିତ୍ସା ସେବା ସନ୍ଧାନ କରିବା, ପଞ୍ଜୀକରଣ କରିବା ଓ ହାସଲ କରିବାରେ ସହାୟକ ହୋଇପାରିବ। ଏହି ବ୍ୟବସ୍ଥା ଫଳରେ କେବଳ ପ୍ରାମାଣିକ ଚିକିତ୍ସା ସେବା ପ୍ରଦାନକାରୀମାନେ ବ୍ୟବସ୍ଥା ସହିତ ଯୋଡ଼ି ହୋଇପାରିବେ। ଏହା ନବୋନ୍ମେଷ ସହିତ ନାଗରିକମାନଙ୍କ ପାଇଁ ବିଭିନ୍ନ ସେବା ସହିତ ଡିଜିଟାଲ ସ୍ୱାସ୍ଥ୍ୟ ପ୍ରଯୁକ୍ତି ବିପ୍ଳବ ଆଣିବ ବୋଲି ଆଶା କରାଯାଉଛି। ଏପରି କରାଯିବା ଫଳରେ, ସାରା ଦେଶରେ ଅଧିକ ପ୍ରଭାବୀ ଢଙ୍ଗରେ ସ୍ୱାସ୍ଥ୍ୟସେବା ଭିତ୍ତିଭୂମି ଓ ମାନବ ସମ୍ବଳକୁ ଉପଯୋଗ କରାଯାଇପାରିବ।

ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ ଇଣ୍ଡିଆ (ଏନପିସିଆଇ) ଦ୍ଵାରା ବିକଶିତ ୟୁପିଆଇ ଇ-ଭାଉଚର ବିଷୟରେ ମଧ୍ୟ ଆଲୋଚନା କରାଯାଇଥିଲା। ଏହି ଡିଜିଟାଲ ପଇଠ ବିକଳ୍ପ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ସହ ଜଡ଼ିତ ଆର୍ଥିକ କାରବାର ପାଇଁ ସୁବିଧା ଯୋଗାଇବ ଯାହାକୁ କେବଳ ନିର୍ଦ୍ଦିଷ୍ଟ ୟୁଜର ହିଁ ବ୍ୟବହାର କରିପାରିବେ। ବିଭିନ୍ନ ସରକାରୀ ଯୋଜନାର ବାଞ୍ଝିତ ଓ ପ୍ରଭାବୀ ବିତରଣ ଲାଗି ଏହା ଉପଯୋଗୀ ହୋଇପାରିବ। ଏହାଛଡ଼ା ଚିକିତ୍ସା ସେବା ପାଇବା ଲାଗି ୟୁପିଆଇ ଇ-ଭାଉଚରକୁ ଉପଯୋଗ କରାଯାଇପାରିବ। 

ଏନଡିଏଚଏମ ଅନ୍ତର୍ଗତ ବିଭିନ୍ନ କାର୍ଯ୍ୟକ୍ରମଗୁଡ଼ିକୁ ସମ୍ପ୍ରସାରିତ କରିବା ଲାଗି ତ୍ୱରିତ ପଦକ୍ଷେପ ନେବା ନିମନ୍ତେ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ବହୁସଂଖ୍ୟକ ଚିକିତ୍ସା ସେବା ଉପଲବ୍ଧ କରାଇବା ଜରିଆରେ ଏନଡିଏଚଏମ ନାଗରିକମାନଙ୍କ ଜୀବନକୁ ସହଜ କରିବ। ସେ ଉଲ୍ଲେଖ କରିଥିଲେ ଯେ ଯଦିଓ ବୈଷୟିକ ପ୍ଲାଟଫର୍ମ ଓ ରେଜିଷ୍ଟ୍ରି ପ୍ରସ୍ତୁତି ଅତ୍ୟନ୍ତ ଜରୁରି ଉପାଦାନ, ତଥାପି ସାରା ଦେଶର ନାଗରିକମାନଙ୍କୁ ଡାକ୍ତରଙ୍କ ଟେଲି ପରାମର୍ଶ, ପରୀକ୍ଷାଗାରର ସେବା ପାଇବା, ଡାକ୍ତରଙ୍କୁ ପରୀକ୍ଷା ରିପୋର୍ଟ ଓ ସ୍ୱାସ୍ଥ୍ୟ ରେକର୍ଡ ଡିଜିଟାଲ ମାଧ୍ୟମରେ ହସ୍ତାନ୍ତର କରିବା ଏବଂ ଉପରୋକ୍ତ କୌଣସି ସେବା ପାଇଁ ଡିଜିଟାଲ ମାଧ୍ୟମରେ ଅର୍ଥ ପଇଠ କରିବା ଭଳି ସେବା ନାଗରିକମାନଙ୍କୁ ଉପଲବ୍ଧ କରାଯାଇପାରିଲେ ଏହି ପ୍ଲାଟଫର୍ମର ଉପଯୋଗିତା ସାବ୍ୟସ୍ତ ହୋଇପାରିବ। ଏ ଦିଗରେ ସମନ୍ୱିତ ପ୍ରୟାସ କରିବା ଲାଗି ଏନଏଚଏ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଓ ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରଣାଳୟକୁ ସେ ନିର୍ଦ୍ଦେଶ ଦେଇଥିଲେ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
ISRO Successfully Tests CE20 Cryogenic Engine At Uprated 220 KN Thrust For C32 Stage Of Upcoming LVM3 Mission

Media Coverage

ISRO Successfully Tests CE20 Cryogenic Engine At Uprated 220 KN Thrust For C32 Stage Of Upcoming LVM3 Mission
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ସେପ୍ଟେମ୍ବର 11, 2026
September 11, 2026

Seva Pakhwada to Superpower Status: Why Citizens Are Hailing PM Modi’s Relentless Push