ଖଣି, ରେଳପଥ, ଜଳସମ୍ପଦ ପ୍ରକଳ୍ପର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ;ସମୟସୀମାରେ ସାରିବାକୁ ଗୁରୁତ୍ୱ
ସ୍ୱାସ୍ଥ୍ୟ ସମାନତାକୁ ଧ୍ୟାନ: ଦୁର୍ଗମ ଏବଂ ଆକାଂକ୍ଷୀ ଜିଲ୍ଲାରେ ସ୍ୱାସ୍ଥ୍ୟ ଭିତ୍ତିଭୂମିର ବିକାଶ ତ୍ୱରାନ୍ୱିତ କରିବାକୁ ରାଜ୍ୟଗୁଡ଼ିକୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ
ପ୍ରତିରକ୍ଷା ଆତ୍ମନିର୍ଭରତାର ରଣନୀତିକ ଭୂମିକାକୁ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱ: ଦେଶବ୍ୟାପୀ ସର୍ବୋତ୍ତମ ବ୍ୟବସ୍ଥା ଆଦରିବାକୁ ଉତ୍ସାହିତ କଲେ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ସାଉଥ ବ୍ଲକରେ ପ୍ରଗତିର ୪୮ତମ ବୈଠକରେ ଅଧ୍ୟକ୍ଷତା କରିଥିଲେ । ପ୍ରଗତି କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସାମିଲ କରୁଥିବା ସକ୍ରିୟ ଶାସନ ଏବଂ ସମୟଭିତ୍ତକ କାର୍ଯ୍ୟାନ୍ୱୟନ ସମ୍ବନ୍ଧିତ ଆଇସିଟି ଆଧାରିତ ବହୁସ୍ତରୀୟ ପ୍ଲାଟଫର୍ମ ।

ବୈଠକ ଅବସରରେ ପ୍ରଧାନମନ୍ତ୍ରୀ ଖଣି, ରେଳପଥ, ଜଳସମ୍ପଦ କ୍ଷେତ୍ରର କେତେକ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭମି ପ୍ରକଳ୍ପର ସମୀକ୍ଷା କରିଥିଲେ । ଆର୍ଥିକ ଅଭିବୃଦ୍ଧି ଓ ଜନ କଲ୍ୟାଣ ପାଇଁ ଗୁରୁତ୍ୱପୂର୍ଣ୍ଣ ଏହି ପ୍ରକଳ୍ପ ଗୁଡ଼ିକୁ ନିର୍ଦ୍ଦିଷ୍ଟ ସମୟରେ ଶେଷ କରିବା, ଆନ୍ତଃସଂସ୍ଥାଗତ ସମନ୍ୱୟ ଏବଂ ସମସ୍ୟାର ସମାଧାନ ଆଦି ପ୍ରସଙ୍ଗରେ ସମୀକ୍ଷା କରାଯାଇଥିଲା ।

ପ୍ରଧାନମନ୍ତ୍ରୀ ଉଲ୍ଳେଖ କରିଥିଲେ ଯେ, ପ୍ରକଳ୍ପ କାର୍ଯ୍ୟକାରିତାରେ ବିଳମ୍ବ ଯୋଗୁ ବ୍ୟୟ ଅଟକଳ ଦୁଇଗୁଣା ହୋଇଥାଏ ଏବଂ ଅତ୍ୟାବଶ୍ୟକ ସେବା ଓ ଭିତ୍ତିଭୂମି ସୁବିଧାରୁ ନାଗରିକଙ୍କୁ ବଂଚିତ କରିଥାଏ । ଉଭୟ କେନ୍ଦ୍ର ଓ ରାଜ୍ୟ ଅଧିକାରୀମାନଙ୍କୁ ସେ ପରିଣାମ ସଞ୍ଚାଳିତ ଦୃଷ୍ଟିକୋଣ ଆଦରିବା ସହ ସୁଯୋଗର ସଦବ୍ୟବହାର କରି ଜୀବନକୁ ସମୃଦ୍ଧ କରିବାକୁ ପରାମର୍ଶ ଦେଇଥିଲେ ।

ପ୍ରଧାନମନ୍ତ୍ରୀ- ଆୟୁଷ୍ମାନ ଭାରତ ହେଲଥ ଇନଫ୍ରାଷ୍ଟ୍ରକଚର ମିସନ (ପିଏମ୍-ଏବିଏଚଆଇଏମ୍) ର ସମୀକ୍ଷା ଅବସରରେ ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ ଭିତ୍ତିଭୂମିର ବିକାଶକୁ ତ୍ୱରାନ୍ୱିତ କରିବାକୁ ପରାମର୍ଶ ଦେଇଥିଲେ । ଏ କ୍ଷେତ୍ରରେ ଆକାଂକ୍ଷୀ ଜିଲ୍ଲା, ଦୁର୍ଗମ, ଆଦିବାସୀ ଓ ସୀମାବର୍ତ୍ତୀ ଅଞ୍ଚଳକୁ ସ୍ୱତନ୍ତ୍ର ଗୁରୁତ୍ୱ ଦେବାକୁ କହିଥିଲେ । ଗରିବ, ବଞ୍ଚିତ ବର୍ଗ ଏବଂ ଅବହେଳିତ ଜନସାଧାରଣଙ୍କ ପାଖରେ ଯେପରି ନ୍ୟାୟସଙ୍ଗତ ଭାବେ ସ୍ୱାସ୍ଥ୍ୟସେବା ପହଞ୍ଚି ପାରିବ ତାହା ନିଶ୍ଚିତ କରିବାକୁ ସେ ଗୁରୁତ୍ୱ ଦେଇଥିଲେ । ଏସବୁ ଅଞ୍ଚଳରେ ମହତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଥିବା ସମସ୍ୟାକୁ ଦୂର କରିବା ଦିଗରେ ତତ୍କାଳ ଓ ନିରନ୍ତର ପ୍ରୟାସ ଜାରି ରଖିବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଥିଲେ ।

ପ୍ରଧାନମନ୍ତ୍ରୀ ଉଲ୍ଳେଖ କରିଥିଲେ, ପିଏମ୍-ଏବିଏଚଆଇଏମ ରାଜ୍ୟଗୁଡ଼ିକ ପାଇଁ ବ୍ଲକ, ଜିଲ୍ଲା ଏବଂ ରାଜ୍ୟସ୍ତରରେ ପ୍ରାଥମିକ, ତୃତୀୟକ ଏବଂ ସ୍ୱତନ୍ତ୍ର ସ୍ୱାସ୍ଥ୍ୟସେବା କ୍ଷେତ୍ରକୁ ଦୃଢ଼ କରିବା ପାଇଁ ସୁବର୍ଣ୍ଣ ସୁଯୋଗ ଆଣିଛି ।

ପ୍ରଧାନମନ୍ତ୍ରୀ ବିଭିନ୍ନ ମନ୍ତ୍ରଣାଳୟ, ବିଭାଗ, ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଦ୍ୱାରା ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରତାକୁ ବୃଦ୍ଧ କରିବା ପାଇଁ ଗ୍ରହଣ କରାଯାଇଥିବା ଅନୁକରଣୀୟ ଅଭ୍ୟାସର ସମୀକ୍ଷା କରିଥିଲେ । ପ୍ରଧାନମନ୍ତ୍ରୀ ସେମାନଙ୍କ ପଦକ୍ଷେପ ଗୁଡ଼ିକର ରଣନୀତିକ ଗୁରୁତ୍ୱତା ଏବଂ ଡିଫେନ୍ସ ଇକୋସିଷ୍ଟମରେ ନବପ୍ରବର୍ତ୍ତନକୁ ବଢ଼ାଇବାର କ୍ଷମତା ପାଇଁ ପ୍ରଶଂସା କରିଥିଲେ । ଏଗୁଡ଼ିକର ବ୍ୟାପକ ପ୍ରାସଙ୍ଗିକତାକୁ ରେଖାଙ୍କିତ କରି ପ୍ରଧାନମନ୍ତ୍ରୀ ଅପରେସନ ସିନ୍ଦୂରର ଉଦାହରଣ ଦେଇଥିଲେ, ଯାହାକି ସ୍ୱଦେଶୀ ଜ୍ଞାନକୌଶଳ କ୍ଷମତାର ପ୍ରଦର୍ଶନ ଥିଲା ଏବଂ ପ୍ରତିରକ୍ଷା କ୍ଷେତ୍ରରେ ଭାରତର ବିକଶିତ ଆତ୍ମନିର୍ଭରତାର ଦୃଢ଼ ଉଦାହରଣ ଥିଲା ।

ପ୍ରଧାନମନ୍ତ୍ରୀ ମଧ୍ୟ ଉଲ୍ଲେଖ କରିଥିଲେ, କିପରି ରାଜ୍ୟଗୁଡ଼ିକ କିପରି ଇକୋସିଷ୍ଟମକୁ ସୁଦୃଢ଼ କରିବା ଏବଂ ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରତା ଦିଗରେ ଅବଦାନ ଦେବାର ସୁଯୋଗ ଦେଇପାରିବେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
‘Shortcuts will cut you short’: PM Modi’s message for youngsters at former President Kovind’s autobiography launch

Media Coverage

‘Shortcuts will cut you short’: PM Modi’s message for youngsters at former President Kovind’s autobiography launch
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 13, 2026
August 13, 2026

Aatmanirbhar in Motion: Solar Homes, Made-in-India Containers, Record Exports & a Rising Global Footprint Under the Leadership of PM Modi