ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ୩୯ ତମ ପ୍ରଗତି ବୈଠକରେ ଅଧ୍ୟକ୍ଷତା କରିଛନ୍ତି; ଯାହାକି କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସାମିଲ କରି ସକରାତ୍ମକ ପ୍ରଶାସନ ଏବଂ ଠିକଣା ସମୟରେ କାର୍ଯ୍ୟକାରୀତା ପାଇଁ ଏକ ଆଇସିଟି ଆଧାରିତ ମଲ୍ଟି ମୋଡାଲ ପ୍ଲାଟଫର୍ମ ଅଟେ ।

ବୈଠକରେ ଆଠଟି ପ୍ରକଳ୍ପ ଏବଂ ଗୋଟିଏ ଯୋଜନା ସମେତ ନଅଟି ବିଷୟ ଉପରେ ସମୀକ୍ଷା କରାଯାଇଥିଲା। ଏହି ଆଠଟି ପ୍ରକଳ୍ପ ମଧ୍ୟରେ ତିନୋଟି ପ୍ରକଳ୍ପ ରେଳ ମନ୍ତ୍ରଣାଳୟର, ଦୁଇଟି ପ୍ରକଳ୍ପ ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ଏବଂ ଗୋଟିଏ ପ୍ରକଳ୍ପ ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟର ଥିଲା । ଏହି ଆଠଟି ପ୍ରକଳ୍ପର ଆନୁମାନିକ ମୂଲ୍ୟ ପ୍ରାୟ ୨୦,୦୦୦ କୋଟି ଟଙ୍କା ହେବ, ଯାହାକି ସାତଟି ରାଜ୍ୟ ଯଥା ବିହାର, ମଧ୍ୟପ୍ରଦେଶ, ରାଜସ୍ଥାନ, ଆନ୍ଧ୍ରପ୍ରଦେଶ, ଗୁଜୁରାଟ, ମହାରାଷ୍ଟ୍ର ଏବଂ ପଶ୍ଚିମବଙ୍ଗ ପାଇଁ ରହିଛି । ପ୍ରକଳ୍ପଗୁଡିକ ଠିକଣା ସମୟରେ ସମାପ୍ତ ହେବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ।

ଆଲୋଚନା ସମୟରେ ପ୍ରଧାନମନ୍ତ୍ରୀ ପୋଷଣ ଅଭିଯାନର ମଧ୍ୟ ସମୀକ୍ଷା କରିଥିଲେ । ସେ କହିଛନ୍ତି ଯେ ପୋଷଣ ଅଭିଯାନକୁ ପ୍ରତ୍ୟେକ ସରକାରୀ ଆଭିମୁଖ୍ୟ ସହିତ ପ୍ରତ୍ୟେକ ରାଜ୍ୟରେ ମିଶନ ମୋଡରେ କାର୍ଯ୍ୟକାରୀ କରାଯିବା ଉଚିତ । ତୃଣମୂଳ ସ୍ତରରେ ଶିଶୁଙ୍କ ସ୍ୱାସ୍ଥ୍ୟ ଏବଂ ପୁଷ୍ଟିକର ଖାଦ୍ୟ ବିଷୟରେ ସଚେତନତା ସୃଷ୍ଟି କରିବାରେ ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି) ଏବଂ ଅନ୍ୟାନ୍ୟ ସ୍ଥାନୀୟ ସଂଗଠନର ଅଂଶଗ୍ରହଣ ବିଷୟରେ ମଧ୍ୟ ସେ ଆଲୋଚନା କରିଥିଲେ, ଯାହାକି ଅଭିଯାନ ନିକଟରେ ପହଞ୍ଚିବା ସହିତ ଏଥିରେ ଉନ୍ନତି କରିବାରେ ସହାୟକ ହେବ ।

ପ୍ରଗତି ବୈଠକର ୩୮ ତମ ସଂସ୍କରଣ ପର୍ଯ୍ୟନ୍ତ, ୧୪.୬୪ଲକ୍ଷ କୋଟି ଟଙ୍କା ମୂଲ୍ୟର ୩୦୩ ଟି ପ୍ରକଳ୍ପର ସମୀକ୍ଷା କରାଯାଇଛି ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Indian Railways plans four-laning of 11,000-km high-density network to boost train capacity

Media Coverage

Indian Railways plans four-laning of 11,000-km high-density network to boost train capacity
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 26, 2026
August 26, 2026

Accountability Meets Ambition: Record Low NPAs, Record Defence Output, Record Digital Adoption Under the Leadership of PM Modi