PM Modi chairs PRAGATI meet, projects pertaining to Railways, MORTH, Power reviewed
PM Modi reviews the Pradhan Mantri Bhartiya Jan Aushadhi Pariyojana during PRAGATI meet
Up to the 34th edition of PRAGATI meetings, 283 projects having a total cost of 13.14 lakh crore have been reviewed

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମ୍ପୃକ୍ତି ସହିତ ସକ୍ରିୟ ପ୍ରଶାସନ ଏବଂ ସମୟୋପଯୋଗୀ କାର୍ଯ୍ୟକାରିତା ଲାଗି ଆଇସିଟି ଆଧାରିତ ବହୁମୁଖୀ ପ୍ଲାଟଫର୍ମ ପ୍ରଗତିର 35ତମ ବୈଠକ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ହୋଇଯାଇଛି।

ଏହି ବୈଠକରେ ନଅଟି ପ୍ରକଳ୍ପ ଏବଂ ଗୋଟିଏ ଯୋଜନା ସମେତ ଦଶଟି ପ୍ରସଙ୍ଗରେ ସମୀକ୍ଷା କରାଯାଇଥିଲା। ଏହି ନଅଟି ପ୍ରକଳ୍ପ ମଧ୍ୟରେ ରେଳ ମନ୍ତ୍ରଣାଳୟର ତିନୋଟି ପ୍ରକଳ୍ପ, ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟର ତିନୋଟି ଏବଂ ଡିପିଆଇଆଇଟି, ଶକ୍ତି ମନ୍ତ୍ରଣାଳୟ ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଗୋଟିଏ ଲେଖାଏଁ ପ୍ରକଳ୍ପ ସାମିଲ ରହିଛି।

ମୋଟ 54,675 କୋଟି ଟଙ୍କାର ଏହି ନଅଟି ପ୍ରକଳ୍ପ ଓଡ଼ିଶା, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର, ଛତିଶଗଡ଼, ପଞ୍ଜାବ, ଝାଡ଼ଖଣ୍ଡ, ବିହାର, ତେଲଙ୍ଗାନା, ରାଜସ୍ଥାନ, ଗୁଜରାଟ, ପଶ୍ଚିମବଙ୍ଗ, ହରିୟାଣା, ଉତ୍ତରାଖଣ୍ଡ ଓ ଉତ୍ତର ପ୍ରଦେଶ ଆଦି 15ଟି ରାଜ୍ୟରେ କାର୍ଯ୍ୟକାରୀ ହେଉଛି।

ପ୍ରଧାନମନ୍ତ୍ରୀ ଏହି ସମୀକ୍ଷା ଅବସରରେ ପ୍ରଧାନମନ୍ତ୍ରୀ ଭାରତୀୟ ଜନୌଷଧି ପରିଯୋଜନାର ମଧ୍ୟ ସମୀକ୍ଷା କରିଥିଲେ।

ଭିତ୍ତିଭୂମି ପ୍ରକଳ୍ପରେ ବାଧକ ସାଜୁଥିବା ପ୍ରସଙ୍ଗଗୁଡ଼ିକର ତ୍ବରିତ ସମାଧାନ ଲାଗି ପ୍ରଧାନମନ୍ତ୍ରୀ ସମସ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେ ମଧ୍ୟ ପ୍ରଧାନମନ୍ତ୍ରୀ ଭାରତୀୟ ଭାରତୀୟ ଜନୌଷଧି ପରିଯୋଜନାର ବ୍ୟାପକ ପ୍ରଚାର ଏବଂ ଏହାର ପ୍ରଭାବକୁ ବୃଦ୍ଧି କରିବା ଲାଗି ପ୍ରଯୁକ୍ତିର ଉପଯୋଗ ସୁନିଶ୍ଚିତ କରିବା ସକାଶେ ଫାର୍ମାସ୍ୟୁଟିକାଲ୍ସ ବିଭାଗ ଓ ରାଜ୍ୟ ତଥା କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକୁ ପରାମର୍ଶ ଦେଇଥିଲେ।

ପ୍ରଗତୀର 34ତମ ବୈଠକ ସୁଦ୍ଧା ମୋଟ 13.14 ଲକ୍ଷ କୋଟି ଟଙ୍କାର 283ଟି ପ୍ରକଳ୍ପର ସମୀକ୍ଷା କରାଯାଇସାରିଛି।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s Space Economy Takes Off As Private Sector Gains Momentum

Media Coverage

India’s Space Economy Takes Off As Private Sector Gains Momentum
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 22, 2026
August 22, 2026

Citizens Appreciate PM Modi’s Leadership Driving India’s Growth, Innovation and Connectivity