ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପ୍ରଗତି ମତ ବିନିମୟ କାର୍ଯ୍ୟକ୍ରମ ବୈଠକରେ ଅଧ୍ୟକ୍ଷତା କରିଛନ୍ତି । ଏହା ପ୍ରଧାନମନ୍ତ୍ରୀଙ୍କ 33ତମ ପ୍ରଗତି ମତ ବିନିମୟ କାର୍ଯ୍ୟକ୍ରମ ଯେଉଁଥିରେ ସକ୍ରିୟ ପ୍ରଶାସନ ଏବଂ ଭିଭିନ୍ନ କାର୍ଯ୍ୟକ୍ରମର ସମୟୋଚିତ କ୍ରିୟାନ୍ୱୟନ ନେଇ ରାଜ୍ୟ ସରକାରଙ୍କ  ସହ ଆଲୋଚନା ହୋଇଥାଏ ।

ଆଜିର ପ୍ରଗତି ବୈଠକରେ ଏକାଧିକ ପ୍ରକଳ୍ପ, ଆପତ୍ତି ଅଭିଯୋଗ ଓ କାର୍ଯ୍ୟକ୍ରମଗୁଡିକର ସମୀକ୍ଷା କରାଯାଇଥିଲା । ରେଳବାଇ ମନ୍ତ୍ରଣାଳୟର କାର୍ଯ୍ୟକ୍ରମ, ମୋର୍ଥ, ଡିପିଆଇଆଇଟି ଏବଂ ଶକ୍ତି ମନ୍ତ୍ରଣାଳୟର କାର୍ଯ୍ୟକ୍ରମ ଏଥିରେ ଅନ୍ତର୍ଭୁକ୍ତ ଥିଲା । 1 କୋଟି 41 ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏହି ପ୍ରକଳ୍ପଗୁଡ଼ିକ 10ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଯଥା ଓଡିଶା, ମହାରାଷ୍ଟ୍ର, କର୍ଣ୍ଣାଟକ, ଉତ୍ତରପ୍ରଦେଶ, ଜମ୍ମୁ ଓ କଶ୍ମୀର, ଗୁଜରାଟ, ହରିୟାଣା, ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଦାଦ୍ରା ଓ ନଗର ହାବେଳିରେ କାର୍ଯ୍ୟ କରୁଛି । ପ୍ରଧାନମନ୍ତ୍ରୀ,  କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗର ସଚିବ ଓ ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ ପ୍ରମୁଖ ଏଥିରେ ଯୋଗ ଦେଇଥିଲେ ।

ବୈଠକ କାଳରେ ପ୍ରଧାନମନ୍ତ୍ରୀ ସମ୍ପୃକ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବମାନଙ୍କୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ କାର୍ଯ୍ୟଗୁଡିକ ଶେଷ କରିବାକୁ ପରାମର୍ଶ ଦେଇଥିଲେ । ସେହିଭଳି  କୋଭିଡ-19 ଚିକିତ୍ସାର ଅସୁବିଧା ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରିବାକୁ କହିଥିଲେ ।

ପ୍ରଧାନମନ୍ତ୍ରୀ ସ୍ଵନିଧି, କୃଷିଗତ ସଂସ୍କାର ଉପରେ ସମୀକ୍ଷା କରାଯାଇଥିଲା । ପ୍ରଧାନମନ୍ତ୍ରୀ ରାଜ୍ୟଗୁଡିକୁ ସେମାନଙ୍କ ରପ୍ତାନି ରଣନୀତି କାର୍ଯ୍ୟକ୍ରମ କରିବାକୁ  ପରାମର୍ଶ ଦେଇଥିଲେ । ପ୍ରଧାନମନ୍ତ୍ରୀ ଆପତ୍ତି ଓ ଅଭିଯୋଗ ସମାଧାନର ଗୁରୁତ୍ଵ ଉପରେ ଜୋର ଦେଇଥିଲେ ଏବଂ କହିଥିଲେ ଯେ, କେବଳ ଆପତ୍ତି ଅଭିଯୋଗର ସମାଧାନ ଉପରେ ଧ୍ୟାନ କେନ୍ଦ୍ରିତ ନକରି ଏହାର ଗୁଣାତ୍ମକ ବିକାଶ ଉପରେ ଆଲୋକପାତ କରିବା ଆବଶ୍ୟକ । ଜଣେ କର୍ତ୍ତବ୍ୟ ସମ୍ପାଦନ କଲେ ହିଁ ସଂସ୍କାରର ସୁବିଧା ହାସଲ ହୋଇଥାଏ ଏବଂ ଏହାଦ୍ଵାରା ହିଁ ଦେଶର ପରିବର୍ତ୍ତନ ହୋଇପାରିବ ।

ଗତ 32 ଟି ବୈଠକରେ 12.5 ଲକ୍ଷ କୋଟି ଟଙ୍କାର 275ଟି ପ୍ରକଳ୍ପର ସମୀକ୍ଷା କରାଯାଇଛି ଏବଂ 17ଟି ଯୋଜନା ଓ 17ଟି ସେକ୍ଟରର ଆପତ୍ତି ଅଭିଯୋଗ ସମ୍ପର୍କରେ ଆଲୋଚନା କରାଯାଇ ସମାଧାନ କରାଯାଇଛି ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Defence ministry inks Rs 5,083 cr pact for acquisition of six Mk-III light helicopters and missiles

Media Coverage

Defence ministry inks Rs 5,083 cr pact for acquisition of six Mk-III light helicopters and missiles
NM on the go

Nm on the go

Always be the first to hear from the PM. Get the App Now!
...
Prime Minister thanks President Emmanuel Macron for Holi greetings
March 04, 2026

The Prime Minister, Shri Narendra Modi, today thanked the President of the French Republic, H.E. Emmanuel Macron, for his Holi greetings.

Responding to the X post of French President about Holi Greetings, Shri Modi posted on X;

“बहुत-बहुत धन्यवाद, मेरे मित्र!

होली के पावन अवसर पर आपको और फ्रांस के लोगों को ढेर सारी खुशियां और समृद्धि की हार्दिक शुभकामनाएं।”