ପିପରାହୱା ଅବଶେଷ ପ୍ରଦର୍ଶନୀ ଭଗବାନ ବୁଦ୍ଧଙ୍କ ମହାନ ଚିନ୍ତାଧାରାକୁ ଆହୁରି ଲୋକପ୍ରିୟ କରିବା ପାଇଁ ଆମର ପ୍ରତିବଦ୍ଧତାର ଅନୁରୂପ: ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୨୬ ଜାନୁଆରୀ ୩ ତାରିଖ ଦିନ ସକାଳ ୧୧ଟାରେ ନୂଆଦିଲ୍ଲୀର ରାଇ ପିଥୋରା ସାଂସ୍କୃତିକ କମ୍ପ୍ଲେକ୍ସରେ 'ଦ ଲାଇଟ ଆଣ୍ଡ ଦ ଲୋଟସ: ରେଲିକ୍ସ ଅଫ ଦ ଆୱାକେଣ୍ଡ ୱାନ" ଶୀର୍ଷକ ପବିତ୍ର ପିପରାହୱା ଅବଶେଷର ବିଶାଳ ଅନ୍ତର୍ଜାତୀୟ ପ୍ରଦର୍ଶନୀକୁ ଉଦଘାଟନ କରିବେ।
ସଂସ୍କୃତି ଏବଂ ବୌଦ୍ଧ ଧର୍ମ ପ୍ରତି ଆଗ୍ରହୀ ଥିବା ସମସ୍ତଙ୍କୁ ଏହି ପ୍ରଦର୍ଶନୀ ପରିଦର୍ଶନ କରିବା ଏବଂ ପିପରାହୱାର ପବିତ୍ର ଐତିହ୍ୟକୁ ଅନୁଭବ କରିବା ପାଇଁ ପ୍ରଧାନମନ୍ତ୍ରୀ ଆଜି ଆହ୍ୱାନ ଦେଇଛନ୍ତି। 
ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏହି ପ୍ରଦର୍ଶନୀ ଏକ ଶତାବ୍ଦୀରୁ ଅଧିକ ସମୟ ପରେ ପ୍ରତ୍ୟାବର୍ତ୍ତନ କରାଯାଇଥିବା ପିପରାହୱା ଅବଶେଷକୁ ଏକତ୍ର କରିଛି। ଏହା ନୂଆଦିଲ୍ଲୀର ଜାତୀୟ ସଂଗ୍ରହାଳୟ ଏବଂ କୋଲକାତାର ଭାରତୀୟ ସଂଗ୍ରହାଳୟରେ ସଂରକ୍ଷିତ ପିପରାହୱାର ପ୍ରାମାଣିକ ଅବଶେଷ ଏବଂ ପ୍ରତ୍ନତାତ୍ତ୍ୱିକ ସାମଗ୍ରୀ ।  
ଏକ୍ସରେ ଅଲଗା ଅଲଗା ପୋଷ୍ଟରେ ଶ୍ରୀ ମୋଦୀ କହିଛନ୍ତି: 
"ଯେଉଁମାନେ ଇତିହାସ, ସଂସ୍କୃତି ଏବଂ ଭଗବାନ ବୁଦ୍ଧଙ୍କ ଆଦର୍ଶ ପ୍ରତି ଆଗ୍ରହୀ, ସେମାନଙ୍କ ପାଇଁ ଆସନ୍ତାକାଲି ଜାନୁଆରୀ ୩ ତାରିଖ ଏକ ବିଶେଷ ଦିନ। 
ସକାଳ ୧୧ଟାରେ ଦିଲ୍ଲୀର ରାଇ ପିଥୋରା ସାଂସ୍କୃତିକ କମ୍ପ୍ଲେକ୍ସରେ ଭଗବାନ ବୁଦ୍ଧଙ୍କ ସହ ଜଡ଼ିତ ପବିତ୍ର ପିପରାହୱା ଅବଶେଷର ବିଶାଳ ଅର୍ନ୍ତଜାତୀୟ ପ୍ରଦର୍ଶନୀ, 'ଦ ଲାଇଟ୍ ଆଣ୍ଡ ଦ ଲୋଟସ୍: ରିଲେକ୍ସ ଅଫ୍ ଦ ଆୱାକେଣ୍ଡ ୱାନ୍' ଉଦଘାଟିତ ହେବ। 
ଏହି ପ୍ରଦର୍ଶନୀ ସମସ୍ତଙ୍କୁ ଏକାଠି କରିବ : 
ପିପରାହୱା ଅବଶେଷ ଏକ ଶତାବ୍ଦୀରୁ ଅଧିକ ସମୟ ପରେ ପ୍ରତ୍ୟାବର୍ତ୍ତନ କରାଯାଇଥିଲା । 
ପିପରାହାୱାର ପ୍ରାମାଣିକ ଅବଶେଷ ଏବଂ ପ୍ରତ୍ନତାତ୍ତ୍ୱିକ ସାମଗ୍ରୀ ଯାହା ନୂଆଦିଲ୍ଲୀର ଜାତୀୟ ସଂଗ୍ରହାଳୟ ଏବଂ କୋଲକାତାର ଭାରତୀୟ ସଂଗ୍ରହାଳୟରେ ସଂରକ୍ଷିତ ରହିଛି ।
ଏହି ପ୍ରଦର୍ଶନୀ ଭଗବାନ ବୁଦ୍ଧଙ୍କ ମହାନ ଚିନ୍ତାଧାରାକୁ ଆହୁରି ଲୋକପ୍ରିୟ କରିବା ପାଇଁ ଆମର ପ୍ରତିବଦ୍ଧତାର ଅନୁରୂପ। ଏହା ଆମ ଯୁବପିଢ଼ି ଏବଂ ଆମର ସମୃଦ୍ଧ ସଂସ୍କୃତି ମଧ୍ୟରେ ଥିବା ସମ୍ପର୍କକୁ ଆହୁରି ମଜୁବୁତ କରିବା ପାଇଁ ମଧ୍ୟ ଏକ ପ୍ରୟାସ। ଏହି ଅବଶେଷଗୁଡ଼ିକର ପ୍ରତ୍ୟାବର୍ତ୍ତନ ଦିଗରେ କାର୍ଯ୍ୟ କରିଥିବା ସମସ୍ତଙ୍କୁ ମଧ୍ୟ ମୁଁ ପ୍ରଶଂସା କରିବାକୁ ଚାହେଁ ।
"ଏଠାରେ ଦିଲ୍ଲୀର ପବିତ୍ର ପିପରାହୱା ଅବଶେଷର ବିଶାଳ ଅର୍ନ୍ତଜାତୀୟ ପ୍ରର୍ଦଶନୀର ଝଲକ ରହିଛି। ସଂସ୍କୃତି ଏବଂ ବୌଦ୍ଧ ଧର୍ମ ପ୍ରତି ଆଗ୍ରହୀ ଥିବା ସମସ୍ତଙ୍କୁ ମୁଁ ଏହି ପ୍ରଦର୍ଶନୀକୁ ଆସିବାକୁ ଆହ୍ୱାନ କରୁଛି ।’’

 

“Here are glimpses from the Grand International Exposition of Sacred Piprahwa Relics in Delhi. I call upon all those passionate about culture and Buddhism to come to this Exposition.”

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
How GST 2.0 changed India’s car market and boosted small car sales

Media Coverage

How GST 2.0 changed India’s car market and boosted small car sales
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 19, 2026
May 19, 2026

Exports Up, Economy Strong, World Collaborating: PM Modi's Reforms Delivering Jobs, Growth & Green Future