ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଶ୍ରୀ ମୋରିସନ୍ ଏବଂ ଅଷ୍ଟ୍ରେଲିଆର ପୂର୍ବତନ ପ୍ରଧାନମନ୍ତ୍ରୀ ଟୋନି ଆବର୍ଟଙ୍କୁ ତାଙ୍କର ନେତୃତ୍ୱ ନିମନ୍ତେ ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ
“ଏତେ କମ୍ ସମୟ ଭିତରେ ଇଣ୍ଡସ୍ ଏକ୍‌ଟାରେ ହସ୍ତାକ୍ଷର କରିବା ଦୁଇ ଦେଶ ମଧ୍ୟରେ ରହିଥିବା ପାରସ୍ପରିକ ବିଶ୍ୱାସର ଗଭୀରତାକୁ ଦର୍ଶାଉଛି”
“ଏହି ରାଜିନାମା ଅଧାରରେ ଆମେ ଯୋଗାଣ ଶୃଙ୍ଖଳା ଗୁଡିକୁ ଆହୁରି ଅଧିକ ସୁଦୃଢ଼ କରିବା ଏବଂ ଭାରତ- ପ୍ରଶାନ୍ତ ମହାସାଗରୀୟ ଅଂଚଳରେ ସ୍ଥିରତା ପ୍ରତି ଯୋଗଦାନ ଦେବା ନିମନ୍ତେ ସକ୍ଷମ ହୋଇପାରିବା”
“ଏହି ରାଜିନାମା ଆମ ବିଦ୍ୟାର୍ଥୀ, ପେଶାଦାର ଏବଂ ପର୍ଯ୍ୟଟକଙ୍କ ମଧ୍ୟରେ ବିନିମୟର ସୁବିଧା ପ୍ରଦାନ କରିବ, ଯାହା ଜନ ସମ୍ପର୍କକୁ ଆହୁରି ମଜଭୁତ କରିବ”
ଆଗାମୀ ବିଶ୍ୱ କପ୍ ଫାଇନାଲ୍ ନିମନ୍ତେ ଅଷ୍ଟ୍ରେଲିଆର ମହିଳା କ୍ରିକେଟ୍ ଦଳକୁ ଶୁଭେଚ୍ଛା

ଭାରତ - ଅଷ୍ଟ୍ରେଲିଆ ଅର୍ଥନୀତିକ ସହଯୋଗ ଏବଂ ବାଣିଜ୍ୟ ରାଜିନାମା (ଇଣ୍ଡସ୍ ଏକ୍‌ଟା) ଭାରତ ସରକାରଙ୍କ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ, ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଂଟନ ଏବଂ ବୟନ ମନ୍ତ୍ରୀ ଶ୍ରୀ ପୀୟୁଷ ଗୋୟଲ ଏବଂ ଅଷ୍ଟ୍ରେଲିଆ ସରକାରଙ୍କ ବାଣିଜ୍ୟ, ପର୍ଯ୍ୟଟନ ଏବଂ ନିବେଶ ମନ୍ତ୍ରୀ ଶ୍ରୀ ଡାନ୍ ତେହାନ୍‌ଙ୍କ ଦ୍ୱାରା ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଅଷ୍ଟ୍ରେଲିଆର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ସ୍କର୍ଟ ମୋରିସନ୍‌ଙ୍କ ଉପସ୍ଥିତିରେ ଆଜି ଏକ ଆଭାସୀ ଉତ୍ସବରେ ସମ୍ପନ୍ନ ହୋଇଯାଇଛି ।

ରାଜିନାମା ସ୍ୱାକ୍ଷର ହେବା ପରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉଦ୍‌ବୋଧନରେ କହିଛନ୍ତି, ଗତ ଏକ ମାସ ମଧ୍ୟରେ ଏହା ହେଉଛି ତାଙ୍କର ଅଷ୍ଟ୍ରେଲିଆ ପ୍ରତିପକ୍ଷଙ୍କ ସହ ତୃତୀୟ ଭାବ ବିନିମୟ । ସେ  ପ୍ରଧାନମନ୍ତ୍ରୀ ମୋରିସନ୍ ଏବଂ ଅଷ୍ଟ୍ରେଲିଆର ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଟୋନି ଆବୋର୍ଟଙ୍କର ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଥିଲେ । ସେ ମଧ୍ୟ ଏକ ସଫଳ ଏବଂ ପ୍ରଭାବଶାଳୀ ସମ୍ପୃକ୍ତି ନିମନ୍ତେ ବାଣିଜ୍ୟ ମନ୍ତ୍ରୀମାନଙ୍କୁ ଏବଂ ସେମାନଙ୍କର ଦଳକୁ ବହୁତ ପ୍ରଶଂସା କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏଭଳି ଏକ ସ୍ୱଳ୍ପ ସମୟର ଅବଧି ମଧ୍ୟରେ ଇଣ୍ଡସ୍ ଏକ୍‌ଟା ରାଜିନାମା ସ୍ୱାକ୍ଷରିତ ହେବା ଦୁଇ ଦେଶ ମଧ୍ୟରେ ପାରସ୍ପରିକ ବିଶ୍ୱାସର ଗଭୀରତାକୁ ପ୍ରତିଫଳିତ କରୁଛି । ଶ୍ରୀଯୁକ୍ତ ମୋଦୀ ପରସ୍ପରଙ୍କର ଆବଶ୍ୟକତାକୁ ପୂରଣ କରିବା ପାଇଁ ଦୁଇ ଅର୍ଥନୀତି ମଧ୍ୟରେ ରହିଥିବା ବିପୁଳ ସମ୍ଭାବନା ସମ୍ପର୍କରେ ଉଲ୍ଲେଖ କରିଥିଲେ । ଏବଂ ଏହି ରାଜିନାମା ସେହି ସବୁ ସୁଯୋଗଗୁଡିକୁ ସମ୍ପୂର୍ଣ୍ଣ ଭାବରେ ରୂପାୟନ କରିବାରେ ସମର୍ଥ ହେବ ବୋଲି କହିଥିଲେ । ‘ଏହା ହେଉଛି ଆମର ଦ୍ୱିପାକ୍ଷିକ ସମ୍ପର୍କ କ୍ଷେତ୍ରରେ ଏକ ଅବିସ୍ମରଣୀୟ ମୁହୂର୍ତ’ ବୋଲି ସେ ଗୁରୁତ୍ୱାରୋପ କରିଥିଲେ । ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ, “ଏହି ରାଜିନାମା ବଳରେ ଆମେମାନେ ଏକାଠି ଯୋଗାଣ ଶୃଙ୍ଖଳାର ପ୍ରତିରୋଧୀ ବ୍ୟବସ୍ଥାକୁ ବୃଦ୍ଧି କରାଇବାରେ ସମର୍ଥ ହେବୁ ଏବଂ ଭାରତ - ପ୍ରଶାନ୍ତ ମହାସାଗରୀୟ ଅଂଚଳରେ ସ୍ଥିରତା ଆଣିବାରେ ସକ୍ଷମ ହୋଇପାରିବୁ ।“

‘ବ୍ୟକ୍ତି – ବ୍ୟକ୍ତି’ ସମ୍ପର୍କକୁ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ସମ୍ପର୍କର ଆଧାରଶିଳା ଭାବରେ ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ କହିଲେ, “ଏହି ରାଜିନାମା ଆମ ଭିତରେ ବିଦ୍ୟାର୍ଥୀ, ପେଶାଦାର, ବ୍ୟକ୍ତିବିଶେଷ ଏବଂ ପର୍ଯ୍ୟଟକ ମାନଙ୍କର ବିନିମୟକୁ ସୁଗମ କରାଇବ, ଯାହା ଏହି ସବୁ ସମ୍ପର୍କକୁ ଆହୁରି ସୁଦୃଢ଼ କରିବ ।”

ପ୍ରଧାନମନ୍ତ୍ରୀ ମଧ୍ୟ ଆଗାମୀ ମହିଳା ବିଶ୍ୱ କପ୍ ଫାଇନାଲ୍ ମ୍ୟାଚ୍ ପାଇଁ ଅଷ୍ଟ୍ରେଲୀୟ ମହିଳା କ୍ରିକେଟ୍ ଦଳଙ୍କୁ ତାଙ୍କର ଶୁଭେଚ୍ଛା ଜଣେଇଥିଲେ ।

ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ମୋରିସନ୍ ମଧ୍ୟ ସାମ୍ପ୍ରତିକ ବର୍ଷ ଗୁଡିକରେ ଦୁଇ ଦେଶ ମଧ୍ୟରେ ଉଲ୍ଲେଖନୀୟ ସହଯୋଗ ସମ୍ପର୍କରେ ଉଲ୍ଲେଖ କରିଥିଲେ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ତାଙ୍କର ନେତୃତ୍ୱ ନିମନ୍ତେ ବଧାଇ ଜଣେଇଥିଲେ । ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ସମ୍ପର୍କର ଅନ୍ୟ ଏକ କ୍ରମବର୍ଦ୍ଧିଷ୍ଣୁ ମାଇଲ୍‌ଖୁଂଟ ଭାବରେ ଇଣ୍ଡସ୍ ଏକ୍‌ଟା ରାଜିନାମାକୁ ଉଲ୍ଲେଖ କରି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏହି ରାଜିନାମା ପ୍ରତିଶ୍ରୁତିପୂର୍ଣ୍ଣ ସମ୍ପର୍କକୁ ଅଧିକ ପ୍ରୋତ୍ସାହନ ଯୋଗାଇବ । କ୍ରମବର୍ଦ୍ଧିଷ୍ଣୁ ବାଣିଜ୍ୟ ଏବଂ ଅର୍ଥନୀତିକ ସହଯୋଗ ବ୍ୟତୀତ ଇଣ୍ଡସ୍ ଏକ୍‌ଟା କାର୍ଯ୍ୟ ପରିସର, ଅଧ୍ୟୟନ, ଯାତାୟତ ସୁଯୋଗକୁ ଅଧିକ ସମ୍ପ୍ରସାରିତ କରି ଦୁଇ ଦେଶର ଲୋକମାନଙ୍କ ମଧ୍ୟରେ ସମ୍ପର୍କକୁ ଅଧିକ ଗଭୀର ଓ ନିବିଡ କରିବ । ଏହା ଆମର ବ୍ୟବସାୟକୁ ଏକ ଶକ୍ତିଶାଳୀ ସଙ୍କେତ ପଠାଇବ ଯେ ଦୁଇଟି ଗତିଶୀଳ ଆଂଚଳିକ ଅର୍ଥନୀତି ଏବଂ ସମାନ ଚିନ୍ତାଧାରା ସମ୍ପନ୍ନ ଗଣତାନ୍ତ୍ରିକ ରାଷ୍ଟ୍ରଗୁଡିକ ପାରସ୍ପରିକ ଲାଭ ପାଇଁ ଏକତ୍ର କାର୍ଯ୍ୟ କରୁଥିବାରୁ ‘ବର୍ତମାନ ଏକ ବିଶାଳ ଦ୍ୱାର ଉନ୍ମୁକ୍ତ ଅଛି’ । ସେ ଆହୁରି ମଧ୍ୟ କହିଥିଲେ ଯେ, ଦୁଇ ଗୋଟି ଗଣତାନ୍ତ୍ରିକ ରାଷ୍ଟ୍ର ମିଳିତ ଭାବେ କାର୍ଯ୍ୟ କରୁଛନ୍ତି ଏବଂ ଯୋଗାଣ ଶୃଙ୍ଖଳାର ନିରାପତା ଏବଂ ସ୍ଥିରତାକୁ ସୁନିଶ୍ଚିତ କରୁଛନ୍ତି ବୋଲି ଏହା ମଧ୍ୟ ଏକ ସ୍ପଷ୍ଟ ବାର୍ତା ପ୍ରଦାନ କରୁଛି ।

ଭାରତ ଏବଂ ଅଷ୍ଟ୍ରେଲିଆର ମନ୍ତ୍ରୀମଣ୍ଡଳ ମଧ୍ୟ ରାଜିନାମାରେ ସ୍ୱାକ୍ଷର କରିବା ପୂର୍ବରୁ ଦୁଇ ଦେଶ ମଧ୍ୟରେ ସମ୍ପର୍କର ଦୃଢ଼ତା ବୃଦ୍ଧି କରିବା ବିଷୟରେ ସେମାନଙ୍କର ନିଜ ନିଜର ମତ ବ୍ୟକ୍ତ କରିଥିଲେ ।

ଭାରତ - ଅଷ୍ଟ୍ରେଲିଆ ଅର୍ଥନୀତିକ ଏବଂ ବାଣିଜ୍ୟିକ ସମ୍ପର୍କ ବୃଦ୍ଧି ପାଇବା ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଦ୍ରୁତ ଗତିରେ ବିବିଧ କ୍ଷେତ୍ରକୁ ପ୍ରସାରିତ କରିବା ଏବଂ ଗଭୀର କରିବାରେ ଅବଦାନ ରଖୁଅଛି । ବାଣିଜ୍ୟ ଏବଂ ସାମଗ୍ରୀ ଏବଂ ସେବା କ୍ଷେତ୍ରକୁ ପରିସରଭୁକ୍ତ କରୁଥିବା ଇଣ୍ଡସ୍ ଏକ୍‌ଟା ହେଉଛି ଏକ ସନ୍ତୁଳିତ ଏବଂ ନ୍ୟାୟସଙ୍ଗତ ବ୍ୟବସାୟିକ ରାଜିନାମା ଅଟେ, ଯାହା ଦୁଇ ଦେଶ ମଧ୍ୟରେ ପୂର୍ବରୁ ରହିଥିବା ଗଭୀର, ଘନିଷ୍ଠ  ଏବଂ ରଣନୀତିପୂର୍ଣ୍ଣ ସମ୍ପର୍କକୁ ସୁଦୃଢ଼ କରିବ ତଥା ବସ୍ତୁ ଏବଂ ସାମଗ୍ରୀ ସେବା ଗୁଡିକରେ ଦ୍ୱିପାକ୍ଷିକ ବ୍ୟବସାୟକୁ ବୃଦ୍ଧି କରିବ, ନୂତନ ରୋଜଗାରର ଅବସର ସୃଷ୍ଟି କରିବ, ଜୀବନଧାରଣର ମାନକୁ ବୃଦ୍ଧି କରିବ ଏବଂ ଦୁଇ ଦେଶର ଲୋକ ମାନଙ୍କର ସାଧାରଣ ହିତରେ ସୁଧାର ଆଣିବ ।

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India is a significant player in Asia Pacific air traffic growth: IATA

Media Coverage

India is a significant player in Asia Pacific air traffic growth: IATA
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares a Sanskrit Subhashitam highlighting the welfare of all living beings and harmony with nature
June 08, 2026

Prime Minister Shri Narendra Modi shared a Sanskrit Subhashitam today highlighting that achieving the welfare of all living beings by striking a balance with nature has been the core spirit of our culture.

The Prime Minister noted that with this comprehensive vision, India is continuously moving forward on the path of progress and prosperity today.

The Prime Minister wrote on X:

"प्रकृति के साथ संतुलन बिठाकर समस्त जीवों का कल्याण हो, यही हमारी संस्कृति की मूल भावना रही है। इसी व्यापक दृष्टि से आज भारतवर्ष प्रगति और समृद्धि के पथ पर निरंतर आगे बढ़ रहा है।

यावच्चतस्रः प्रदिशश्चक्षुर्यावत् समश्नुते।
तावत् समैत्विन्द्रियं मयि तद्धस्तिवर्चसम्॥"

May we attain such prosperity that is endowed with the vast expanse of all four directions and the alert awareness of the eyes' vision - where, living in complete harmony with nature, the environment is preserved and the sustainable well-being of all life is ensured.