ପଶ୍ଚିମବଙ୍ଗରେ ୪୫୦୦ କୋଟିରୁ ଅଧିକ ଟଙ୍କାର ରେଳ ଓ ସଡ଼କ କ୍ଷେତ୍ର ସହିତ ଜଡିତ ଏକାଧିକ ପ୍ରକଳ୍ପର ଉଦଘାଟନ ଓ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ
ରେଳ ଲାଇନର ବିଦ୍ୟୁତିକରଣର ଏକାଧିକ ପ୍ରକଳ୍ପ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ରେଳ ପ୍ରକଳ୍ପ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ
ସିଲିଗୁଡି - ରାଧିକାପୁର ମଧ୍ୟରେ ନୂତନ ଯାତ୍ରୀବାହୀ ଟ୍ରେନ୍ ସେବାର ଶୁଭାରମ୍ଭ
୩୧୦୦ କୋଟି ଟଙ୍କାର ଦୁଇଟି ଜାତୀୟ ରାଜପଥ ପ୍ରକଳ୍ପର ଉଦଘାଟନ
"ଆଜିର ପ୍ରକଳ୍ପ ଗୁଡ଼ିକ ବିକଶିତ ପଶ୍ଚିମବଙ୍ଗ ଦିଗରେ ଆଉ ଏକ ପଦକ୍ଷେପ"
ଆମ ସରକାର ପୂର୍ବ ଭାରତକୁ ଦେଶର ଅଭିବୃଦ୍ଧି ଇଞ୍ଜିନ୍ ବୋଲି ବିବେଚନା କରୁଛନ୍ତି
ଏହି ୧୦ ବର୍ଷ ମଧ୍ୟରେ , ଆମେ ରେଳବାଇର ବିକାଶକୁ ଯାତ୍ରୀବାହୀ ଗତିରୁ ଏକ୍ସପ୍ରେସର ଗତିକୁ ନେଇଛୁ । ତୃତୀୟ ପାଳିରେ ଏହା ସୁପରଫାଷ୍ଟ ଗତିରେ ଆଗକୁ ବଢ଼ିବ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପଶ୍ଚିମବଙ୍ଗର ସିଲିଗୁଡି ଠାରେ ' ବିକଶିତ ଭାରତ ବିକଶିତ ପଶ୍ଚିମବଙ୍ଗ' କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଥିଲେ । ସେ ପଶ୍ଚିମବଙ୍ଗରେ ୪୫୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ରେଳ ଓ ସଡ଼କ କ୍ଷେତ୍ର ସହିତ ଜଡିତ ଏକାଧିକ ପ୍ରକଳ୍ପର ଉଦଘାଟନ ଓ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ । 

ଏହି ଅବସରରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ଚା'ର ସୁନ୍ଦର ଭୂମିରେ ଉପସ୍ଥିତ ରହି ଖୁସି ବ୍ୟକ୍ତ କରିଥିଲେ । ଆଜିର ପ୍ରକଳ୍ପକୁ ସେ ପଶ୍ଚିମବଙ୍ଗର ବିକାଶ ଦିଗରେ ଆଉ ଏକ ପଦକ୍ଷେପ ବୋଲି କହିଛନ୍ତି । 

 

ପ୍ରଧାନମନ୍ତ୍ରୀ କହିଥିଲେ ଯେ ପଶ୍ଚିମବଙ୍ଗର ଉତ୍ତର ଭାଗ ହେଉଛି ଉତ୍ତର - ପୂର୍ବର ପ୍ରବେଶ ଦ୍ୱାର ଏବଂ ଏହା ପଡୋଶୀ ଦେଶମାନଙ୍କ ସହିତ ବାଣିଜ୍ୟ ଚ୍ୟାନେଲ ମଧ୍ୟ ପ୍ରଦାନ କରେ । ତେଣୁ ପଶ୍ଚିମବଙ୍ଗର ବିକାଶ ସହ ରାଜ୍ୟର ଉତ୍ତର ଭାଗର ବିକାଶ ସରକାରଙ୍କ ପ୍ରାଥମିକତା ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସେ ରେଳ ଓ ସଡ଼କ ଭିତ୍ତିଭୂମିର ଆଧୁନିକୀକରଣ ଉପରେ ଗୁରୁତ୍ୱାରୋପ କରିବା ସହ ଏକଲାଖୀ - ବାଲୁରଘାଟ, ରାଣୀନଗର ଜଳପାଇଗୁଡ଼ି - ହଳଦୀବାରୀ ଏବଂ ସିଲିଗୁଡି - ଆଲୁଅବାରୀ ସେକ୍ସନରେ ରେଳ ଲାଇନର ବିଦ୍ୟୁତିକରଣ କାର୍ଯ୍ୟ ଶେଷ ହେବା ବିଷୟରେ ଉଲ୍ଲେଖ କରିଥିଲେ ଯାହା ଉତ୍ତର ଏବଂ ଦକ୍ଷିଣ ଦିନାଜପୁର, କୁଚବିହାର ଏବଂ ଜଳପାଇଗୁଡି ଅଞ୍ଚଳରେ ଟ୍ରେନର ବେଗ ବୃଦ୍ଧି କରିବ ଏବଂ ସିଲିଗୁଡ଼ି - ସମୁକତାଲା ମାର୍ଗ ନିକଟବର୍ତ୍ତୀ ଜଙ୍ଗଲ ଅଞ୍ଚଳରେ ପ୍ରଦୂଷଣ ହ୍ରାସ କରିବ । ବାରସୋଇ - ରାଧିକାପୁର ସେକ୍ସନର ବିଦ୍ୟୁତିକରଣ ଦ୍ୱାରା ଉଭୟ ବିହାର ଓ ପଶ୍ଚିମବଙ୍ଗ ଉପକୃତ ହେବେ ବୋଲି ସେ କହିଥିଲେ । ରାଧିକାପୁର ଏବଂ ସିଲିଗୁଡ଼ି ମଧ୍ୟରେ ନୂତନ ରେଳ ସେବାର ଶୁଭାରମ୍ଭ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ ପଶ୍ଚିମବଙ୍ଗରେ ରେଳବାଇର ସୁଦୃଢ଼ୀକରଣ ବିକାଶର ନୂତନ ସମ୍ଭାବନାକୁ ତ୍ୱରାନ୍ୱିତ କରିବ ଏବଂ ସାଧାରଣ ଲୋକଙ୍କ ଜୀବନକୁ ସହଜ କରିବ ।

 

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ଅଞ୍ଚଳରେ ଭାରତର ଅନ୍ୟ ସ୍ଥାନ ଭଳି ସମାନ ବେଗରେ ଟ୍ରେନ୍ ଚଳାଚଳ କରିବାକୁ ସରକାର ପ୍ରତିଶ୍ରୁତିବଦ୍ଧ ଏବଂ ଆଧୁନିକ ଦ୍ରୁତଗତିସମ୍ପନ୍ନ ଟ୍ରେନ୍‌ର ଶୁଭାରମ୍ଭ କରାଯାଉଛି । ମିତାଲି ଏକ୍ସପ୍ରେସ ନ୍ୟୁ ଜଳପାଇଗୁଡ଼ିରୁ ଢାକା କ୍ୟାଣ୍ଟ ପର୍ଯ୍ୟନ୍ତ ଚାଲୁଥିବାରୁ ବାଂଲାଦେଶ ସହ ରେଳ ସଂଯୋଗ ଏବଂ ବାଂଲାଦେଶ ସରକାରଙ୍କ ସହଯୋଗରେ ରାଧିକାପୁର ଷ୍ଟେସନ ପର୍ଯ୍ୟନ୍ତ ଯୋଗାଯୋଗ ବିସ୍ତାର କରାଯାଉଛି ବୋଲି ସେ ଉଲ୍ଲେଖ କରିଥିଲେ । 

ସ୍ୱାଧୀନତା ପରବର୍ତ୍ତୀ ଦଶନ୍ଧିରେ ପୂର୍ବ ଭାରତର ସ୍ୱାର୍ଥ ପ୍ରତି ଅବହେଳାକୁ ମନେ ପକାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ବର୍ତ୍ତମାନର ସରକାର ପୂର୍ବ ଭାରତକୁ ଦେଶର ଅଭିବୃଦ୍ଧି ଇଞ୍ଜିନ୍ ଭାବେ ବିବେଚନା କରୁଛନ୍ତି । ସେଥିପାଇଁ ଏହି ଅଞ୍ଚଳରେ ଯୋଗାଯୋଗରେ ଉନ୍ନତି ଆଣିବା ପାଇଁ ଅଭୂତପୂର୍ବ ପୁଞ୍ଜି ନିବେଶ କରାଯାଉଛି । ପ୍ରଧାନମନ୍ତ୍ରୀ କହିଥିଲେ ଯେ , ପଶ୍ଚିମବଙ୍ଗ ପାଇଁ ବାର୍ଷିକ ହାରାହାରି ରେଳ ବଜେଟ୍ ଯାହା ପୂର୍ବରୁ ମାତ୍ର ୪,୦୦୦ କୋଟି ଟଙ୍କା ଥିଲା , ତାହା ବର୍ତ୍ତମାନ ୧୪,୦୦୦ କୋଟି ଟଙ୍କାକୁ ବୃଦ୍ଧି ପାଇଛି । ପ୍ରଧାନମନ୍ତ୍ରୀ ଉତ୍ତର ବଙ୍ଗରୁ ଗୌହାଟୀ ଏବଂ ହାୱଡ଼ା ପର୍ଯ୍ୟନ୍ତ ଅର୍ଦ୍ଧ ହାଇସ୍ପିଡ୍ ବନ୍ଦେ ଭାରତ ଟ୍ରେନ୍ ଏବଂ ଉନ୍ନତିକରଣ ପାଇଁ ହାତକୁ ନିଆଯାଇଥିବା ୫୦୦ ଅମୃତ ଭାରତ ଷ୍ଟେସନରେ ସିଲିଗୁଡ଼ି ଷ୍ଟେସନକୁ ଅନ୍ତର୍ଭୁକ୍ତ କରିବା ବିଷୟରେ ଉଲ୍ଲେଖ କରିଥିଲେ । ଏହି ୧୦ ବର୍ଷ ମଧ୍ୟରେ ଆମେ ରେଳବାଇର ବିକାଶକୁ ଯାତ୍ରୀବାହୀ ବେଗ ଠାରୁ ଏକ୍ସପ୍ରେସ ବେଗକୁ ନେଇଛୁ । ଆମର ତୃତୀୟ ପାଳିରେ ଏହା ସୁପରଫାଷ୍ଟ ଗତିରେ ଆଗକୁ ବଢ଼ିବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ । 

 

ପ୍ରଧାନମନ୍ତ୍ରୀ ଉତ୍ତର ପଶ୍ଚିମବଙ୍ଗରେ ୩,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଦୁଇଟି ସଡ଼କ ପ୍ରକଳ୍ପର ଉଦଘାଟନ ବିଷୟରେ କହିଥିଲେ । ୨୭ ନମ୍ବର ଜାତୀୟ ରାଜପଥର ଘୋଷପୁକୁର - ଧୁପଗୁଡ଼ି ସେକ୍ସନକୁ ୪ ଲେନ୍ ଏବଂ ୪ ଲେନ୍ ବିଶିଷ୍ଟ ଇସଲାମପୁର ବାଇପାସ୍ ନିର୍ମାଣ କଲେ ଜଳପାଇଗୁଡ଼ି, ସିଲିଗୁଡ଼ି ଓ ମୈନାଗୁରୀ ସହରରେ ଟ୍ରାଫିକ୍ ଜାମ୍ ହ୍ରାସ ପାଇବା ସହ ସିଲିଗୁଡ଼ି, ଜଳପାଇଗୁଡ଼ି ଓ ଅଲିପୁରଦ୍ୱାର ଅଞ୍ଚଳକୁ ଉନ୍ନତ ଯୋଗାଯୋଗ ଉପଲବ୍ଧ ହେବ । ଦୁଆର, ଦାର୍ଜିଲିଂ, ଗ୍ୟାଙ୍ଗଟକ ଏବଂ ମିରିକ୍ ଭଳି ପର୍ଯ୍ୟଟନସ୍ଥଳୀରେ ପହଞ୍ଚିବା ସହଜ ହେବା ସହିତ, ଏହା ଅଂଚଳର ବାଣିଜ୍ୟ , ଉଦ୍ୟୋଗ ଏବଂ ଚା’ ବଗିଚାର ବିକାଶକୁ ପ୍ରୋତ୍ସାହିତ କରିବ ବୋଲି ସେ କହିଛନ୍ତି ।

 ବକ୍ତବ୍ୟ ଶେଷ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ପଶ୍ଚିମବଙ୍ଗର ବିକାଶ ପାଇଁ କେନ୍ଦ୍ର ସରକାର ସମସ୍ତ ପ୍ରୟାସ କରୁଛନ୍ତି ଏବଂ ଆଜିର ବିକାଶ ମୂଳକ ପ୍ରକଳ୍ପ ପାଇଁ ନାଗରିକ ମାନଙ୍କୁ ଅଭିନନ୍ଦନ ଜଣାଇଥିଲେ । 

 

ଏହି ଅବସରରେ ପଶ୍ଚିମବଙ୍ଗ ରାଜ୍ୟପାଳ ଶ୍ରୀ ସି ଭି ଆନନ୍ଦ ବୋଷ, କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ନିଶିଥ ପ୍ରାମାଣିକ ଏବଂ ସାଂସଦ ଶ୍ରୀ ରାଜୁ ବିଷ୍ଟଙ୍କ ସମେତ ଅନ୍ୟ ସାଂସଦ ଓ ବିଧାନ ସଭା ସଦସ୍ୟମାନେ ଉପସ୍ଥିତ ଥିଲେ । 

ପୃଷ୍ଠଭୂମି

ଉତ୍ତରବଙ୍ଗ ଏବଂ ଆଖପାଖି ଅଂଚଳର ଲୋକମାନଙ୍କୁ ଉପକୃତ କରିବା ପାଇଁ ରେଳ ଲାଇନର ବିଦ୍ୟୁତିକରଣର ଏକାଧିକ ପ୍ରକଳ୍ପକୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି । ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ଏକଲାଖୀ - ବାଲୁରଘାଟ ସେକ୍ସନ୍‌; ବାରସୋଇ - ରାଧିକାପୁର ସେକ୍ସନ; ରାଣୀନଗର ଜଳପାଇଗୁଡ଼ି - ହଳଦୀବାଡ଼ି ସେକ୍ସନ; ସିଲିଗୁଡ଼ି - ଆଲୁଅବାରି ସେକ୍ସନ ଭାୟା ବାଗଡୋଗ୍ରା ଏବଂ ସିଲିଗୁଡ଼ି - ସିଭୋକ୍ - ଅଲିପୁରଦ୍ୱାର ଜଙ୍କସନ୍ - ସମୁକତାଲା (ଅଲିପୁରଦ୍ୱାର ଜଙ୍କସନ୍ - ନ୍ୟୁ କୁଚ୍ ବିହାର ସମେତ) ବିଭାଗ ଅନ୍ତର୍ଭୁକ୍ତ । 

 

ପ୍ରଧାନମନ୍ତ୍ରୀ ମଣିଗ୍ରାମ - ନିମତିତା ସେକ୍ସନରେ ରେଳ ଲାଇନ ଦୋହରୀକରଣ ପ୍ରକଳ୍ପ ଏବଂ ଅମ୍ବାରୀ ଫାଲକଟା - ଆଲୁଅବାରିରେ ସ୍ୱୟଂଚାଳିତ ଅବରୋଧ ସଂକେତ ସହିତ ନ୍ୟୁ ଜଳପାଇଗୁଡ଼ିରେ ଇଲେକ୍ଟ୍ରୋନିକ୍ ଇଣ୍ଟରଲକିଂ ପ୍ରକଳ୍ପ ସମେତ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ରେଳ ପ୍ରକଳ୍ପକୁ ଲୋକାର୍ପିତ କରିଥିଲେ । ପ୍ରଧାନମନ୍ତ୍ରୀ ସିଲିଗୁଡ଼ି ଏବଂ ରାଧିକାପୁର ମଧ୍ୟରେ ଏକ ନୂତନ ଯାତ୍ରୀବାହୀ ଟ୍ରେନ୍ ସେବାକୁ ମଧ୍ୟ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ରେଳ ପ୍ରକଳ୍ପଗୁଡିକ ରେଳ ସଂଯୋଗରେ ଉନ୍ନତି ଆଣିବ, ମାଲ ପରିବହନକୁ ସୁଗମ କରିବ ଏବଂ ଏହି ଅଞ୍ଚଳରେ ନିଯୁକ୍ତି ସୃଷ୍ଟି ଏବଂ ଅର୍ଥନୈତିକ ଅଭିବୃଦ୍ଧିରେ ସହାୟକ ହେବ ।

ପ୍ରଧାନମନ୍ତ୍ରୀ ପଶ୍ଚିମବଙ୍ଗରେ ୩,୧୦୦ କୋଟି ଟଙ୍କାର ଦୁଇଟି ଜାତୀୟ ରାଜପଥ ପ୍ରକଳ୍ପର ଉଦଘାଟନ କରିଥିଲେ । ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ଜାତୀୟ ରାଜପଥ ୨୭ ର ୪ ଲେନ୍ ବିଶିଷ୍ଟ ଘୋସପୁକୁର- ଧୁପଗୁଡ଼ି ସେକ୍ସନ୍ ଏବଂ ୨୭ ନମ୍ବର ଜାତୀୟ ରାଜପଥର ୪ ଲେନ୍ ବିଶିଷ୍ଟ ଇସଲାମପୁର ବାଇପାସ୍ ଅନ୍ତର୍ଭୁକ୍ତ । ଘୋସପୁକୁର - ଧୁପଗୁଡ଼ି ସେକ୍ସନ ପୂର୍ବ ଭାରତକୁ ଦେଶର ଅନ୍ୟାନ୍ୟ ଅଂଶ ସହିତ ସଂଯୋଗ କରୁଥିବା ଉତ୍ତର - ଦକ୍ଷିଣ ପରିବହନ କରିଡରର ଏକ ଅଂଶ ଅଟେ । ଏହି ସେକ୍ସନର ଚାରି ଲେନ୍ ନିର୍ମାଣ ହେଲେ ଉତ୍ତର ବଙ୍ଗ ଓ ଉତ୍ତର - ପୂର୍ବାଞ୍ଚଳ ମଧ୍ୟରେ ନିରବଚ୍ଛିନ୍ନ ଯୋଗାଯୋଗ ହୋଇପାରିବ । ୪ ଲେନ୍ ବିଶିଷ୍ଟ ଇସଲାମପୁର ବାଇପାସ୍ ଇସଲାମପୁର ସହରରେ ଟ୍ରାଫିକ୍ ଭିଡ଼ ହ୍ରାସ କରିବାରେ ସହାୟକ ହେବ । ଏହି ସଡ଼କ ପ୍ରକଳ୍ପଗୁଡ଼ିକ ଏହି ଅଞ୍ଚଳର ଶିଳ୍ପ ଏବଂ ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
First multilingual Indian speech recognition model trained on 65 languages and dialects released

Media Coverage

First multilingual Indian speech recognition model trained on 65 languages and dialects released
NM on the go

Nm on the go

Always be the first to hear from the PM. Get the App Now!
...
Prime Minister greets everyone on the occasion of Independence Day
August 15, 2026
PM remembers the courage, sacrifice, and unwavering commitment of the countless freedom fighters

Prime Minister Shri Narendra Modi today extended his warm greetings to the nation on the occasion of Independence Day. He noted that this national festival serves as a poignant reminder of the incredible courage, tireless struggle, and unparalleled dedication of our brave freedom fighters to the motherland, which ensured the end of colonial rule.

​The Prime Minister observed that their dreams continue to inspire us, urging citizens to adopt their ideals as we collectively work to realize the resolution of a Viksit Bharat.

​Shri Modi highlighted that, powered by 140 crore Indians, our nation is scaling new heights of progress across different sectors. He expressed his hope that this developmental journey will keep progressing at an even greater pace in the times to come.

​In a post on X, the Prime Minister wrote:

​"Warm greetings on the occasion of Independence Day.

​We remember with gratitude the countless freedom fighters whose courage, sacrifice and unwavering commitment ensured the end of colonial rule. Their dreams continue to inspire us as we work together to build a Viksit Bharat.

​Powered by 140 crore Indians, our nation is scaling new heights of progress across different sectors. May this journey keep progressing at an even greater pace in the times to come.

​सभी देशवासियों को स्वतंत्रता दिवस की असीम शुभकामनाएं।

​यह राष्ट्रीय पर्व हमें देश के वीर सेनानियों के अद्भुत साहस, अथक संघर्ष और मातृभूमि के प्रति अतुलनीय समर्पण का स्मरण कराता है।

​आइए, उनके आदर्शों को अपनाकर विकसित भारत के संकल्प को साकार करें।"