Inaugurates, dedicates to nation and lays foundation stone for multiple development projects worth over Rs 34,400 crore in Chhattisgarh
Projects cater to important sectors like Roads, Railways, Coal, Power and Solar Energy
Dedicates NTPC’s Lara Super Thermal Power Project Stage-I to the Nation and lays foundation Stone of NTPC’s Lara Super Thermal Power Project Stage-II
“Development of Chhattisgarh and welfare of the people is the priority of the double engine government”
“Viksit Chhattisgarh will be built by empowerment of the poor, farmers, youth and Nari Shakti”
“Government is striving to cut down the electricity bills of consumers to zero”
“For Modi, you are his family and your dreams are his resolutions”
“When India becomes the third largest economic power in the world in the next 5 years, Chhattisgarh will also reach new heights of development”
“When corruption comes to an end, development starts and creates many employment opportunities”

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ 'ବିକଶିତ ଭାରତ ବିକଶିତ ଛତିଶଗଡ଼' କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ୩୪,୪୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ, ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ ଏବଂ ଶିଳାନ୍ୟାସ କରିଥିଲେ । ଏହି ପ୍ରକଳ୍ପଗୁଡ଼ିକ ସଡ଼କ, ରେଳବାଇ, କୋଇଲା, ଶକ୍ତି ଏବଂ ସୌର ଶକ୍ତି ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରକୁ ସେବା ପ୍ରଦାନ କରିଥାଏ ।

ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଛତିଶଗଡ଼ର ସମସ୍ତ ବିଧାନସଭା ନିର୍ବାଚନ ମଣ୍ଡଳୀର ଲକ୍ଷ ଲକ୍ଷ ପରିବାରଙ୍କୁ ଅଭିନନ୍ଦନ ଜଣାଇଥିଲେ । ଯୁବକ, ମହିଳା, ଗରିବ ଏବଂ କୃଷକଙ୍କ ସଶକ୍ତୀକରଣ ଦ୍ୱାରା ବିକଶିତ ଛତିଶଗଡ଼ ଗଠନ ହେବ ଏବଂ ଆଧୁନିକ ଭିତ୍ତିଭୂମି ବିକଶିତ ଛତିଶଗଡ଼ର ଭିତ୍ତିଭୂମିକୁ ସୁଦୃଢ଼ କରିବ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ଆଜି ଯେଉଁ ସବୁ ପ୍ରକଳ୍ପର ଉଦଘାଟନ କିମ୍ବା ଶିଳାନ୍ୟାସ ହେଉଛି ତାହା ଛତିଶଗଡ଼ବାସୀଙ୍କ ପାଇଁ ନୂଆ ସୁଯୋଗ ସୃଷ୍ଟି କରିବ ବୋଲି ସେ କହିଛନ୍ତି। 

ଏନଟିପିସିର ସୁପର ଥର୍ମାଲ ପାୱାର ପ୍ରୋଜେକ୍ଟକୁ ଆଜି ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପଣ ଏବଂ ୧୬୦୦ ମେଗାୱାଟ କ୍ଷମତା ବିଶିଷ୍ଟ ଷ୍ଟେଜ-୨ର ଶିଳାନ୍ୟାସ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ବର୍ତ୍ତମାନ କମ୍ ଖର୍ଚ୍ଚରେ ନାଗରିକମାନଙ୍କ ପାଇଁ ବିଜୁଳି ଉପଲବ୍ଧ ହେବ । ଛତିଶଗଡକୁ ସୌର ଶକ୍ତି କେନ୍ଦ୍ରରେ ପରିଣତ କରିବା ପାଇଁ ସରକାରଙ୍କ ପ୍ରୟାସ ଉପରେ ଆଲୋକପାତ କରିବା ସହ ରାଜନନ୍ଦଗାଁ ଏବଂ ଭିଲାଇରେ ସୌର ଶକ୍ତି ପ୍ଲାଣ୍ଟ ଗୁଡିକୁ ଲୋକାର୍ପିତ କରିବା ବିଷୟରେ ଉଲ୍ଲେଖ କରିଥିଲେ ଯାହା ରାତିରେ ମଧ୍ୟ ଆଖପାଖ ଅଞ୍ଚଳକୁ ବିଜୁଳି ଯୋଗାଣ କରିବାର କ୍ଷମତା ରଖିଛି । ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମୁକ୍ତ ବିଜୁଳି ଯୋଜନା ବିଷୟରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, "ଉପଭୋକ୍ତାଙ୍କ ବିଦ୍ୟୁତ ବିଲ୍ କୁ ଶୂନକୁ ହ୍ରାସ କରିବାକୁ ସରକାର ପ୍ରୟାସ କରୁଛନ୍ତି। ଛାତ ଉପରେ ସୋଲାର ପ୍ୟାନେଲ ସ୍ଥାପନ ପାଇଁ ସରକାର ସିଧାସଳଖ ବ୍ୟାଙ୍କ ଆକାଉଣ୍ଟକୁ ଆର୍ଥିକ ସହାୟତା ପ୍ରଦାନ କରିବେ, ଯେଉଁଠାରେ ୩୦୦ ୟୁନିଟ୍ ବିଜୁଳି ମାଗଣା କରାଯିବ ଏବଂ ଉତ୍ପାଦିତ ଅତିରିକ୍ତ ବିଜୁଳି କୁ ସରକାର କ୍ରୟ କରିନେବେ, ଯାହା ଦ୍ୱାରା ହଜାର ହଜାର ଟଙ୍କାର ନାଗରିକଙ୍କ ପାଇଁ ଅତିରିକ୍ତ ଆୟ ସୃଷ୍ଟି ହେବ ବୋଲି ସେ ସୂଚନା ଦେଇଛନ୍ତି। ଉଜୁଡ଼ି ଯାଇଥିବା ଚାଷ ଜମିରେ କ୍ଷୁଦ୍ର ଧରଣର ସୌର ପ୍ଲାଣ୍ଟ ସ୍ଥାପନ ପାଇଁ କୃଷକମାନଙ୍କୁ ସହାୟତା କରି ଅନ୍ନଦାତାଙ୍କୁ ଉର୍ଜାଦାତାରେ ପରିଣତ କରିବା ଉପରେ ସରକାର ଗୁରୁତ୍ୱାରୋପ କରିଛନ୍ତି।

 

ଛତିଶଗଡରେ ଡବଲ ଇଞ୍ଜିନ ସରକାରଙ୍କ ଦ୍ୱାରା ଗ୍ୟାରେଣ୍ଟି ସମ୍ପୂର୍ଣ୍ଣ ହୋଇଥିବାରୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ। ରାଜ୍ୟର ଲକ୍ଷ ଲକ୍ଷ ଚାଷୀ ଦୁଇ ବର୍ଷ ଧରି ବକେୟା ଥିବା ବୋନସ ପାଇ ସାରିଲେଣି। ଡବଲ ଇଞ୍ଜିନ ବିଶିଷ୍ଟ ସରକାର କେନ୍ଦୁପତ୍ର ସଂଗ୍ରହକାରୀଙ୍କ ଦରମା ବୃଦ୍ଧି ପାଇଁ ନିର୍ବାଚନୀ ଗ୍ୟାରେଣ୍ଟି ମଧ୍ୟ ପୂରଣ କରିଛନ୍ତି ବୋଲି ସେ ସୂଚନା ଦେଇଛନ୍ତି। ପିଏମ ଆବାସ ଏବଂ ହର ଘର ନଳ ସେ ଜଳ ଭଳି ଯୋଜନା ଏକ ନୂତନ ଗତି ହାସଲ କରିଛି ବୋଲି ସେ କହିଛନ୍ତି । ବିଭିନ୍ନ ପରୀକ୍ଷାରେ ଅନିୟମିତତାର ତଦନ୍ତ କରାଯାଉଛି ଏବଂ ପ୍ରଧାନମନ୍ତ୍ରୀ ମେହେତାରୀ ବନ୍ଦନ ଯୋଜନା ପାଇଁ ରାଜ୍ୟର ମହିଳାମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । 

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଛତିଶଗଡ଼ରେ କଠିନ ପରିଶ୍ରମୀ କୃଷକ, ପ୍ରତିଭାସମ୍ପନ୍ନ ଯୁବକ ଏବଂ ପ୍ରାକୃତିକ ସମ୍ପଦ ରହିଛି, ଯାହା ବିକଶିତ ହେବା ଆବଶ୍ୟକ । ରାଜ୍ୟରେ ପ୍ରଗତି ଅଭାବରୁ ପୂର୍ବ ସରକାର ମାନଙ୍କର ଅବହେଳା ଓ ସ୍ୱାର୍ଥପର ବଂଶବାଦ ରାଜନୀତିକୁ ସେ ସମାଲୋଚନା କରିଥିଲେ। ସେ କହିଛନ୍ତି, ମୋଦିଙ୍କ ପାଇଁ ଆପଣମାନେ ତାଙ୍କ ପରିବାର ଏବଂ ଆପଣଙ୍କ ସ୍ୱପ୍ନ ହିଁ ତାଙ୍କର ସଂକଳ୍ପ। ସେଥିପାଇଁ ମୁଁ ଆଜି ବିକଶିତ ଭାରତ ଏବଂ ବିକଶିତ ଛତିଶଗଡ଼ ବିଷୟରେ କହୁଛି"।  ସେ ଆହୁରି କହିଥିଲେ, "୧୪୦ କୋଟି ଭାରତୀୟଙ୍କ ମଧ୍ୟରୁ ପ୍ରତ୍ୟେକଙ୍କୁ ଏହି ସେବକ ତାଙ୍କ ପ୍ରତିବଦ୍ଧତା ଏବଂ କଠିନ ପରିଶ୍ରମର ଗ୍ୟାରେଣ୍ଟି ଦେଇଛନ୍ତି" ଏବଂ ବିଶ୍ୱରେ ଭାରତର ଭାବମୂର୍ତ୍ତି ପାଇଁ ପ୍ରତ୍ୟେକ ଭାରତୀୟଙ୍କୁ ଗର୍ବିତ କରିବାର ତାଙ୍କର ୨୦୧୪ ର ଗ୍ୟାରେଣ୍ଟିକୁ ମନେ ପକାଇଥିଲେ। ସେହିଭଳି ଗରିବ ନାଗରିକଙ୍କ ଟଙ୍କା ଲୁଟ୍ କରିଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଏହି ଅର୍ଥକୁ ଗରିବଙ୍କ କଲ୍ୟାଣ ପାଇଁ ଯୋଜନାରେ ବ୍ୟବହୃତ କରାଯାଉଛି ବୋଲି ସେ କହିଛନ୍ତି। ଗରିବଙ୍କ ପାଇଁ ମାଗଣା ରାସନ, ମାଗଣା ଚିକିତ୍ସା, ସୁଲଭ ଔଷଧ, ବାସଗୃହ, ପାଇପ୍ ପାଣି, ଗ୍ୟାସ୍ ସଂଯୋଗ ଓ ଶୌଚାଳୟ ଆଦି ବିଷୟରେ ସେ ଉଲ୍ଲେଖ କରିଥିଲେ। ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ମୋଦିଙ୍କ ଗ୍ୟାରେଣ୍ଟି ଗାଡି ପ୍ରତ୍ୟେକ ଗାଁକୁ ଯାଇଥିଲା । 

 

୧୦ ବର୍ଷ ପୂର୍ବେ ମୋଦୀଙ୍କ ଗ୍ୟାରେଣ୍ଟିକୁ ମନେ ପକାଇ ପ୍ରଧାନମନ୍ତ୍ରୀ ଆମ ପୂର୍ବପୁରୁଷଙ୍କ ସ୍ୱପ୍ନ ଓ ଆକାଂକ୍ଷାର ଭାରତ ଗଠନ ବିଷୟରେ ଉଲ୍ଲେଖ କରିଥିଲେ ଏବଂ କହିଥିଲେ ଯେ ଆଜି ଏପରି ଏକ ବିକଶିତ ଭାରତ ଉଭା ହେଉଛି । ସେ ଡିଜିଟାଲ ଇଣ୍ଡିଆ ପଦକ୍ଷେପ ବିଷୟରେ ଉଲ୍ଲେଖ କରିଥିଲେ ଏବଂ ରିୟଲ ଟାଇମ୍ ପେମେଣ୍ଟ, ବ୍ୟାଙ୍କିଙ୍ଗ ବ୍ୟବସ୍ଥା ଏବଂ ପ୍ରାପ୍ତ ଦେୟ ପାଇଁ ବିଜ୍ଞପ୍ତିର ଉଦାହରଣ ଦେଇଥିଲେ ଏବଂ ଏହା ଆଜି ବାସ୍ତବରେ ପରିଣତ ହୋଇଛି ବୋଲି ଆଲୋକପାତ କରିଥିଲେ। ବର୍ତ୍ତମାନର ସରକାର ଡାଇରେକ୍ଟ ବେନିଫିଟ ଟ୍ରାନ୍ସଫର ଜରିଆରେ ଦେଶର ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୩୪ ଲକ୍ଷ କୋଟି ରୁ ଅଧିକ ଟଙ୍କା ଟ୍ରାନ୍ସଫର କରିଛନ୍ତି, ମୁଦ୍ରା ଯୋଜନାରେ ରୋଜଗାର ଓ ଆତ୍ମନିଯୁକ୍ତି ପାଇଁ ଯୁବକମାନଙ୍କୁ ୨୮ ଲକ୍ଷ କୋଟି ଟଙ୍କାର ସହାୟତା ଏବଂ ପିଏମ କିଷାନ ସମ୍ମାନ ନିଧି ଅଧୀନରେ ୨.୭୫ ଲକ୍ଷ କୋଟି ଟଙ୍କା ସହାୟତା ପ୍ରଦାନ କରିଛନ୍ତି । ସ୍ୱଚ୍ଛତା ଅଭାବରୁ ପୂର୍ବ ସରକାରମାନଙ୍କ ସମୟରେ ଯେଉଁ ପାଣ୍ଠି ହସ୍ତାନ୍ତର ହୋଇଥାନ୍ତା, ସେଥିରେ ଯେଉଁ ତ୍ରୁଟି ରହିଥାନ୍ତା ତାହା ମଧ୍ୟ ସେ ଦର୍ଶାଇଥିଲେ। ସ୍ୱାସ୍ଥ୍ୟ ସୁବିଧା ଏବଂ ଶିକ୍ଷା ଭିତ୍ତିଭୂମିର ବିକାଶ ଏବଂ ସୁଶାସନର ଫଳସ୍ୱରୂପ ନୂତନ ସଡ଼କ ଏବଂ ରେଳ ଲାଇନ ନିର୍ମାଣ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ, "ଯେତେବେଳେ ଦୁର୍ନୀତିର ସମାପ୍ତ ହୁଏ, ବିକାଶ ଆରମ୍ଭ ହୁଏ ଏବଂ ଅନେକ ନିଯୁକ୍ତି ସୁଯୋଗ ସୃଷ୍ଟି ହୁଏ"। 

 

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏଭଳି କାର୍ଯ୍ୟ ଏକ ବିକଶିତ ଛତିଶଗଡ଼ ସୃଷ୍ଟି କରିବ ଏବଂ ଆଗାମୀ ୫ ବର୍ଷ ମଧ୍ୟରେ ଯେତେବେଳେ ଭାରତ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି ଭାବେ ଉଭା ହେବ, ଛତିଶଗଡ଼ ମଧ୍ୟ ବିକାଶର ନୂତନ ଶୀଖରରେ ପହଞ୍ଚିବ।  "ଏହା ଏକ ବଡ଼ ସୁଯୋଗ, ବିଶେଷକରି ପ୍ରଥମ ଥର ମତଦାତା ଏବଂ ସ୍କୁଲ ଓ କଲେଜରେ ପଢୁଥିବା ଯୁବକମାନଙ୍କ ପାଇଁ । ବିକଶିତ ଛତିଶଗଡ଼ ସେମାନଙ୍କ ସ୍ୱପ୍ନ ପୂରଣ କରିବ" ବୋଲି ପ୍ରଧାନମନ୍ତ୍ରୀ ଶେଷରେ କହିଥିଲେ ।

 

ପୃଷ୍ଠଭୂମି

ପ୍ରଧାନମନ୍ତ୍ରୀ ଏନଟିପିସିର ଲାରା ସୁପର ଥର୍ମାଲ ପାୱାର ପ୍ରୋଜେକ୍ଟ ଷ୍ଟେଜ-୧ (୨×୮୦୦ ମେଗାୱାଟ)କୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିବା ସହ ଛତିଶଗଡ଼ର ରାୟଗଡ଼ ଜିଲ୍ଲାରେ ଏନଟିପିସିର ଲାରା ସୁପର ଥର୍ମାଲ ପାୱାର ପ୍ରୋଜେକ୍ଟ ଷ୍ଟେଜ-୨ (୨×୮୦୦ ମେଗାୱାଟ)ର ଶିଳାନ୍ୟାସ କରିଥିଲେ । ଷ୍ଟେସନର ଷ୍ଟେଜ୍ -୧ ପ୍ରାୟ ୧୫,୮୦୦ କୋଟି ଟଙ୍କା ବିନିଯୋଗରେ ନିର୍ମିତ ହୋଇଥିବା ବେଳେ ପ୍ରକଳ୍ପର ଷ୍ଟେଜ୍ -୨ ଷ୍ଟେଜ୍ -୧ ପରିସରର ଉପଲବ୍ଧ ଜମିରେ ନିର୍ମାଣ କରାଯିବ, ଯାହାଫଳରେ ସମ୍ପ୍ରସାରଣ ପାଇଁ କୌଣସି ଅତିରିକ୍ତ ଜମିର ଆବଶ୍ୟକତା ପଡିବ ନାହିଁ ଏବଂ ଏଥିପାଇଁ ୧୫,୫୩୦ କୋଟି ଟଙ୍କା ବିନିଯୋଗ ହେବ । ଅତ୍ୟନ୍ତ ଦକ୍ଷ ସୁପର କ୍ରିଟିକାଲ ଟେକ୍ନୋଲୋଜି (ଷ୍ଟେଜ୍ -୧ ପାଇଁ) ଏବଂ ଅଲ୍ଟ୍ରାସୁପର କ୍ରିଟିକାଲ ଟେକ୍ନୋଲୋଜି (ଷ୍ଟେଜ୍ -୨ ପାଇଁ) ସହିତ ସଜ୍ଜିତ ଏହି ପ୍ରକଳ୍ପ କମ୍ ନିର୍ଦ୍ଦିଷ୍ଟ କୋଇଲା ବ୍ୟବହାର ଏବଂ କାର୍ବନ ଡାଇଅକ୍ସାଇଡ ନିର୍ଗମନକୁ ସୁନିଶ୍ଚିତ କରିବ ।  ଉଭୟ ଷ୍ଟେଜ -୧ ଏବଂ ୨ ରୁ ୫୦% ଶକ୍ତି ଛତିଶଗଡ଼ ରାଜ୍ୟକୁ ଆବଣ୍ଟିତ ହୋଇଥିବା ବେଳେ ଏହି ପ୍ରକଳ୍ପ ଅନ୍ୟ କେତେକ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ବିଦ୍ୟୁତ ସ୍ଥିତିରେ ଉନ୍ନତି ଆଣିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ଯେଉଁଥିରେ ରହିଛି ଗୁଜରାଟ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଗୋଆ, ଡାମନ ଓ ଡିଉ, ଦାଦ୍ରା ଓ ନଗର ହାଭେଲି।

ମୋଟ ୬୦୦ କୋଟି ଟଙ୍କାରୁ ଅଧିକ ବ୍ୟୟରେ ନିର୍ମିତ ସାଉଥ୍ ଇଷ୍ଟର୍ଣ୍ଣ କୋଲ୍ ଫିଲ୍ଡସ୍ ଲିମିଟେଡ୍ ର ତିନୋଟି ପ୍ରମୁଖ ପ୍ରଥମ ମାଇଲ୍ ସଂଯୋଗ (ଏଫ୍ଏମସି) ପ୍ରକଳ୍ପକୁ ପ୍ରଧାନମନ୍ତ୍ରୀ ଉଦ୍ ଘାଟନ କରିଥିଲେ। ସେମାନେ କୋଇଲାକୁ ଦ୍ରୁତ, ପରିବେଶ ଅନୁକୂଳ ଏବଂ ଦକ୍ଷ ଯାନ୍ତ୍ରିକ ସ୍ଥାନାନ୍ତରକରିବାରେ ସାହାଯ୍ୟ କରିବେ । ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ଏସଇସିଏଲର ଦୀପକା ଅଞ୍ଚଳ ଏବଂ ଛାଲରେ ଥିବା ଦୀପକା ଓସିପି କୋଇଲା ପରିଚାଳନା କାରଖାନା ଏବଂ ଏସଇସିଏଲର ରାୟଗଡ଼ ଅଞ୍ଚଳରେ ଥିବା ବାରୁଦ ଓସିପି କୋଇଲା ପରିଚାଳନା କାରଖାନା ଅନ୍ତର୍ଭୁକ୍ତ । ଏଫଏମସି ପ୍ରକଳ୍ପଗୁଡିକ ପିଟହେଡ୍ ରୁ କୋଇଲା ପରିଚାଳନା କାରଖାନାକୁ କୋଇଲା ପରିବହନ ସୁନିଶ୍ଚିତ କରେ ଯେଉଁଥିରେ ସାଇଲୋ, ବଙ୍କର ଏବଂ କନଭେୟାର ବେଲ୍ଟ ମାଧ୍ୟମରେ ଦ୍ରୁତ ଲୋଡିଂ ସିଷ୍ଟମ ରହିଛି । ସଡ଼କ ପଥରେ କୋଇଲା ପରିବହନ ହ୍ରାସ କରିବା ଦ୍ୱାରା ଏହି ପ୍ରକଳ୍ପଗୁଡ଼ିକ କୋଇଲା ଖଣି ଆଖପାଖରେ ରହୁଥିବା ଲୋକଙ୍କ ଜୀବନଶୈଳୀକୁ ସହଜ କରିବାରେ ସହାୟକ ହେବ ଏବଂ ଟ୍ରାଫିକ୍ ଭିଡ଼, ସଡ଼କ ଦୁର୍ଘଟଣା ଏବଂ କୋଇଲା ଖଣି ଆଖପାଖ ପରିବେଶ ଏବଂ ସ୍ୱାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ହ୍ରାସ ହେବ। ପିଟ୍ ହେଡରୁ ରେଳ ସାଇଡିଂ ପର୍ଯ୍ୟନ୍ତ କୋଇଲା ପରିବହନ କରୁଥିବା ଟ୍ରକ୍ ଗୁଡ଼ିକ ଦ୍ୱାରା ଡିଜେଲ ବ୍ୟବହାର ହ୍ରାସ କରି ପରିବହନ ଖର୍ଚ୍ଚରେ ମଧ୍ୟ ସଞ୍ଚୟ ହେଉଛି।   

 

ଏହି ଅଞ୍ଚଳରେ ଅକ୍ଷୟ ଶକ୍ତି ଉତ୍ପାଦନକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରଧାନମନ୍ତ୍ରୀ ରାଜନାନ୍ଦଗାଓଁଠାରେ ପାଖାପାଖି ୯୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ସୌର ପିଭି ପ୍ରକଳ୍ପର ଉଦଘାଟନ କରିଥିଲେ । ଏହି ପ୍ରକଳ୍ପ ବାର୍ଷିକ ଆନୁମାନିକ ୨୪୩.୫୩ ନିୟୁତ ୟୁନିଟ୍ ଶକ୍ତି ଉତ୍ପାଦନ କରିବ ଏବଂ ୨୫ ବର୍ଷ ମଧ୍ୟରେ ପ୍ରାୟ ୪.୮୭ ନିୟୁତ ଟନ୍ ସିଓ୨ ନିର୍ଗମନକୁ ହ୍ରାସ କରିବ, ଯାହା ସମାନ ସମୟ ମଧ୍ୟରେ ପ୍ରାୟ ୮.୮୬ ନିୟୁତ ଗଛ ଦ୍ୱାରା ନିର୍ଗତ କାର୍ବନ ସହ ସମାନ ।

ଏହି ଅଞ୍ଚଳରେ ରେଳ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ପ୍ରଧାନମନ୍ତ୍ରୀ ପ୍ରାୟ ୩୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ବିଳାସପୁର - ଉସଲାପୁର ଫ୍ଲାଏଓଭରକୁ ଲୋକାର୍ପଣ କରିଥିଲେ । ଏହାଦ୍ୱାରା ବିଳାସପୁରରେ ପ୍ରବଳ ଟ୍ରାଫିକ୍ ସମସ୍ୟା କମିବ ଏବଂ କଟନୀ ଆଡ଼କୁ ଯାଉଥିବା କୋଇଲା ଟ୍ରାଫିକ୍ ସମସ୍ୟା ହ୍ରାସ ହେବ। ପ୍ରଧାନମନ୍ତ୍ରୀ ଭିଲାଇରେ ୫୦ ମେଗାୱାଟ ସୌର ଶକ୍ତି ପ୍ଲାଣ୍ଟକୁ ମଧ୍ୟ ଲୋକାର୍ପଣ କରିଥିଲେ । ଚଳନ୍ତା ଟ୍ରେନରେ ସୌର ଶକ୍ତିର ଉପଯୋଗ ରେ ଏହା ସହାୟକ ହେବ ।

ପ୍ରଧାନମନ୍ତ୍ରୀ ଜାତୀୟ ରାଜପଥ-୪୯ ର ୫୫.୬୫ କିଲୋମିଟର ଦୀର୍ଘ ଅଂଶର ପୁନରୁଦ୍ଧାର ଓ ଉନ୍ନତିକରଣ କୁ ପେଭ୍‌ଡ ସୋଲ୍‌ଡର୍ସ ରେ ଦୁଇ ଲେନ୍ ରେ ପରିଣତ କରିବା ପାଇଁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ । ଏହି ପ୍ରକଳ୍ପ ଦୁଇ ଗୁରୁତ୍ୱପୂର୍ଣ୍ଣ ସହର ବିଳାସପୁର ଏବଂ ରାୟଗଡ଼ ମଧ୍ୟରେ ଯୋଗାଯୋଗରେ ଉନ୍ନତି ଆଣିବାରେ ସହାୟକ ହେବ । ପ୍ରଧାନମନ୍ତ୍ରୀ ଜାତୀୟ ରାଜପଥ-୧୩୦ ର ୫୨.୪୦ କିଲୋମିଟର ଦୀର୍ଘ ଅଂଶକୁ ପେଭ୍‌ଡ ସୋଲ୍‌ଡର୍ସ ସହିତ ଦୁଇ ଲେନ୍ କୁ ଥଇଥାନ ଏବଂ ଉନ୍ନତିକରଣକୁ ସମର୍ପିତ କରିଥିଲେ । ଏହି ପ୍ରକଳ୍ପ ରାୟପୁର ଏବଂ କୋରବା ସହର ସହିତ ଅମ୍ବିକାପୁର ସହରର ଯୋଗାଯୋଗରେ ଉନ୍ନତି ଆଣିବାରେ ସହାୟକ ହେବ ଏବଂ ଅଞ୍ଚଳର ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବ ।

 

 

 

 

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
New train services to boost Purvanchal connectivity from June 19

Media Coverage

New train services to boost Purvanchal connectivity from June 19
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares Sanskrit Subhashitam highlighting the value of respect and appreciation
June 17, 2026

The Prime Minister, Shri Narendra Modi, said that affectionate respect and acceptance make an individual feel valued, proud and satisfied. He noted that such recognition not only enhances self-confidence but also infuses a person with renewed energy and enthusiasm.

The Prime Minister shared a Sanskrit Subhashitam-

“त्वत्सम्भावितमात्मानं बहु मन्यामहे वयम्‌ ।

प्रायः प्रत्ययमाधत्ते स्वगुणेषूत्तमादरः।। ”

The Subhashitam conveys that we feel extremely proud and blessed to be accepted with respect by any person, because it is absolutely true that respect given by great men strongly awakens self-confidence in a person about his own qualities.

The Prime Minister wrote on X;

“स्नेहपूर्ण सम्मान और स्वीकार्यता व्यक्ति को गर्व और संतोष का अनुभव कराती है। इससे जहां आत्मविश्वास बढ़ता है, वहीं एक नई ऊर्जा और उत्साह का भी संचार होता है।

त्वत्सम्भावितमात्मानं बहु मन्यामहे वयम्‌ ।

प्रायः प्रत्ययमाधत्ते स्वगुणेषूत्तमादरः।।”