ବିହାରର ବେଟିଆରେ ପ୍ରାୟ ୧୨,୮୦୦ କୋଟି ଟଙ୍କାର ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ
୧୦୯ କିଲୋମିଟର ଦୀର୍ଘ ଇଣ୍ଡିଆନ ଅଏଲର ମୁଜାଫରପୁର - ମୋତିହାରୀ ଏଲପିଜି ପାଇପଲାଇନ ଉଦଘାଟିତ
ମୋତିହାରୀରେ ଇଣ୍ଡିଆନ୍ ଅଏଲର ଏଲପିଜି ବଟଲିଂ ପ୍ଲାଣ୍ଟ ଏବଂ ଷ୍ଟୋରେଜ୍ ଟର୍ମିନାଲକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ
ସିଟି ଗ୍ୟାସ ବିତରଣ ପ୍ରକଳ୍ପ ଏବଂ ଶସ୍ୟ ଭିତ୍ତିକ ଇଥାନଲ ପ୍ରକଳ୍ପର ଶିଳାନ୍ୟାସ
ଏକାଧିକ ରେଳ ଓ ସଡ଼କ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ
ବେଟିଆ ରେଳ ଷ୍ଟେସନର ପୁନଃବିକାଶ ପାଇଁ ଶିଳାନ୍ୟାସ
ନରକଟିଆଗଞ୍ଜ-ଗୌନାହା ଏବଂ ରକ୍ସୌଲ-ଯୋଗବାଣୀ ମଧ୍ୟରେ ଦୁଇଟି ନୂଆ ଟ୍ରେନ୍ ଚଳାଚଳକୁ ପତାକା ଦେଖାଇ ଶୁଭାରମ୍ଭ
ଡବଲ ଇଞ୍ଜିନ ସରକାର ଅଧୀନରେ ବିହାର ନିଜର ପୁରୁଣା ଗୌରବ ଫେରାଇ ଆଣିବା ପଥରେ ଦ୍ରୁତ ଗତିରେ ଆଗକୁ ବଢୁଛି
ବିକଶିତ ବିହାର ଓ ବିକଶିତ ଭାରତର ସଂକଳ୍ପ ନେବା ପାଇଁ ବେଟିଆ, ଚମ୍ପାରଣଠାରୁ ଭଲ ସ୍ଥାନ ଆଉ କିଛି ହୋଇପାରିବ ନାହିଁ
ବିହାର ଯେତେବେଳେ ବି ସମୃଦ୍ଧ ହୋଇଛି, ଭାରତ ସମୃଦ୍ଧ ହୋଇଛି ତେଣୁ ବିକଶିତ ଭାରତ ପାଇଁ ବିକଶିତ ବିହାର ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ
ଏନଡିଏର ଡବଲ ଇଞ୍ଜିନ ସରକାର ବିହାରର ଯୁବକମାନଙ୍କୁ ବିହାରରେ ଚାକିରି ଦେବା ପାଇଁ ଚେଷ୍ଟା କରୁଛନ୍ତି
ମୋ ପାଇଁ ସମଗ୍ର ଭାରତ ମୋର ଘର, ପ୍ରତ୍ୟେକ ଭାରତୀୟ ମୋ ପରିବାର
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବିହାରର ପଶ୍ଚିମ ଚମ୍ପାରଣ ଜିଲ୍ଲାର ବେଟିୟାଠାରେ ପ୍ରାୟ ୧୨,୮୦୦ କୋଟି ଟଙ୍କାର ରେଳ, ସଡ଼କ ଏବଂ ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ ସମ୍ବନ୍ଧୀୟ ଏକାଧିକ ଭିତ୍ତିଭୂମି ପ୍ରକଳ୍ପର ଶିଳାନ୍ୟାସ ଏବଂ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବିହାରର ପଶ୍ଚିମ ଚମ୍ପାରଣ ଜିଲ୍ଲାର ବେଟିୟାଠାରେ ପ୍ରାୟ ୧୨,୮୦୦ କୋଟି ଟଙ୍କାର ରେଳ, ସଡ଼କ ଏବଂ ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ ସମ୍ବନ୍ଧୀୟ ଏକାଧିକ ଭିତ୍ତିଭୂମି ପ୍ରକଳ୍ପର ଶିଳାନ୍ୟାସ ଏବଂ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି ।

ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ବେଟିଆ ଭୂମି ସ୍ୱାଧୀନତା ସଂଗ୍ରାମକୁ ପୁନର୍ଜୀବିତ କରିଥିଲା ଏବଂ ଲୋକମାନଙ୍କ ମଧ୍ୟରେ ନୂତନ ଚେତନା ସୃଷ୍ଟି କରିଥିଲା । "ମୋହନ ଦାସଙ୍କ ଠାରୁ ମହାତ୍ମା ଗାନ୍ଧୀଙ୍କୁ ଏହି ମାଟି ହିଁ ସୃଷ୍ଟି କରିଥିଲା", ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିକଶିତ ବିହାର ଏବଂ ବିକଶିତ ଭାରତର ସଂକଳ୍ପ ନେବା ପାଇଁ ବେଟିଆ, ଚମ୍ପାରଣଠାରୁ ଭଲ ସ୍ଥାନ ଆଉ କିଛି ହୋଇପାରିବ ନାହିଁ । ପ୍ରଧାନମନ୍ତ୍ରୀ ରାଜ୍ୟର ବିଭିନ୍ନ ଲୋକସଭା ଏବଂ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିକଶିତ ବିହାର କାର୍ଯ୍ୟକ୍ରମରେ ଲୋକଙ୍କ ଉପସ୍ଥିତିକୁ ସ୍ୱୀକାର କରିଥିଲେ ଏବଂ ଆଜିର ବିକାଶ ମୂଳକ ପ୍ରକଳ୍ପ ପାଇଁ ଶୁଭେଚ୍ଛା ଜଣାଇଥିଲେ । 

"ବିହାର ଭୂମି ଶତାବ୍ଦୀ ଧରି ଦେଶ ପାଇଁ ଅତୁଳନୀୟ ନେତୃତ୍ୱ ଦେଖାଇଛି ଏବଂ ଦେଶ ପାଇଁ ଅନେକ ମହାନ ବ୍ୟକ୍ତିତ୍ୱ ମଧ୍ୟ ସୃଷ୍ଟି କରିଛି", ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିହାରର ସମୃଦ୍ଧି ସହିତ ଭାରତ ସମୃଦ୍ଧ ହୋଇଛି ଏବଂ ବିକଶିତ ଭାରତର ଲକ୍ଷ୍ୟ ହାସଲ କରିବା ପାଇଁ ରାଜ୍ୟର ବିକାଶ ମଧ୍ୟ ସମାନ ଭାବରେ ଗୁରୁତ୍ୱପୂର୍ଣ୍ଣ । ରାଜ୍ୟରେ ଡବଲ ଇଞ୍ଜିନ ସରକାର ଗଠନ ସହିତ ବିକଶିତ ବିହାର ସହ ଜଡିତ ବିକାଶ କାର୍ଯ୍ୟ ନୂଆ ଗତି ପାଇଥିବାରୁ ପ୍ରଧାନମନ୍ତ୍ରୀ ମୋଦୀ ଖୁସି ବ୍ୟକ୍ତ କରିବା ସହ ରେଳ, ସଡ଼କ, ଇଥାନଲ ପ୍ଲାଣ୍ଟ, ସିଟି ଗ୍ୟାସ ଯୋଗାଣ ଏବଂ ଏଲପିଜି ଗ୍ୟାସ ଭଳି ଆଜିର ପ୍ରକଳ୍ପ ବିଷୟରେ ଉଲ୍ଲେଖ କରିଥିଲେ । ବିକଶିତ ବିହାରର ସଂକଳ୍ପ କୁ ସାକାର କରିବା ପାଇଁ ଏହି ଗତି ବଜାୟ ରଖିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ ।

 

ପ୍ରଧାନମନ୍ତ୍ରୀ ବିହାରର ଏକ ଗମ୍ଭୀର ସମସ୍ୟା ଅର୍ଥାତ୍ ଖରାପ ଆଇନ ଶୃଙ୍ଖଳା ପରିସ୍ଥିତି ଏବଂ ବଂଶବାଦ ରାଜନୀତି କାରଣରୁ ରାଜ୍ୟରୁ ଯୁବକମାନଙ୍କ ପଳାୟନ ବିଷୟରେ ଉଲ୍ଲେଖ କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ, "ବିହାରର ଡବଲ୍ ଇଞ୍ଜିନ ସରକାରଙ୍କ ପ୍ରୟାସ ହେଉଛି ରାଜ୍ୟର ଯୁବକମାନଙ୍କୁ ବିହାରରେ ହିଁ ନିଯୁକ୍ତି ପ୍ରଦାନ କରିବା। ସେ କହିଛନ୍ତି ଯେ ଆଜିର ପ୍ରକଳ୍ପଗୁଡ଼ିକର ସବୁଠାରୁ ଅଧିକ ଲାଭବାନ ହେବେ ଯୁବକମାନେ ଯେଉଁମାନେ ରୋଜଗାର ଖୋଜୁଛନ୍ତି । ଗଙ୍ଗା ନଦୀର ପାଟନାଠାରେ ଦୀଘା-ସୋନପୁର ରେଳ-ତଥା-ରୋଡ୍ ବ୍ରିଜର ସମାନ୍ତରାଳ ଗଙ୍ଗା ନଦୀ ଉପରେ ୬ ଲେନ୍ କେବୁଲ୍ ବ୍ରିଜ୍ ଉଦଘାଟନ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗଙ୍ଗା ନଦୀ ଉପରେ ୫ଟି ପୋଲ ସମେତ ୨୨,୦୦୦ କୋଟି ଟଙ୍କା ଆବଣ୍ଟନ ସହିତ ବିହାରରେ ଏକ ଡଜନରୁ ଅଧିକ ପୋଲ ନିର୍ମାଣ କାର୍ଯ୍ୟ ଚାଲିଛି। "ଏହି ପୋଲ ଏବଂ ବ୍ୟାପକ ରାସ୍ତା ବିକାଶର ମାର୍ଗ ପ୍ରଶସ୍ତ କରିବ", ପ୍ରଧାନମନ୍ତ୍ରୀ କହିଥିଲେ । ଆଧୁନିକ ଭିତ୍ତିଭୂମି ନିଯୁକ୍ତିର ନୂଆ ବାଟ ସୃଷ୍ଟି କରୁଛି ବୋଲି ସେ କହିଛନ୍ତି। 

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଦେଶରେ ଯେଉଁ ସବୁ ରେଳ ଲାଇନ୍ ବିଛାଯାଉଛି କିମ୍ବା ଟ୍ରେନ୍ ଗୁଡ଼ିକୁ ପତାକା ଦେଖାଇ ଶୁଭାରମ୍ଭ କରାଯାଉଛି ତାହା ସମ୍ପୂର୍ଣ୍ଣ ଭାବେ ମେଡ୍ ଇନ୍ ଇଣ୍ଡିଆ, ଯାହା ଦ୍ୱାରା ନାଗରିକମାନଙ୍କ ପାଇଁ ରୋଜଗାର ସୃଷ୍ଟି ହେବ। ସେ କହିଛନ୍ତି ଯେ ବିହାରରେ ଆଧୁନିକ ରେଳ ଇଞ୍ଜିନ୍ ଉତ୍ପାଦନ କାରଖାନା ବର୍ତ୍ତମାନର ସରକାର ନିଜେ ଆରମ୍ଭ କରିଛନ୍ତି। ପ୍ରଧାନମନ୍ତ୍ରୀ ଡିଜିଟାଲ ଇଣ୍ଡିଆ ଅଭିଯାନ କୁ ସ୍ପର୍ଶ କରି କହିଥିଲେ ଯେ ଅନେକ ବିକଶିତ ରାଷ୍ଟ୍ରରେ ଏଭଳି ଡିଜିଟାଲ ସୁବିଧା ନାହିଁ । ସେ ଡିଜିଟାଲ ସେବାକୁ ତ୍ୱରାନ୍ୱିତ କରିବା ପାଇଁ ଭାରତର ଯୁବକମାନଙ୍କୁ ଶ୍ରେୟ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, "ମୋଦୀ ପ୍ରତ୍ୟେକ ପଦକ୍ଷେପରେ ଭାରତର ଯୁବକମାନଙ୍କ ସହିତ ଠିଆ ହେବାର ଗ୍ୟାରେଣ୍ଟି ଦେଇଛନ୍ତି", ପ୍ରଧାନମନ୍ତ୍ରୀ ମୋଦୀ କହିଲେ, "ଆଜି ମୁଁ ବିହାରର ଯୁବକମାନଙ୍କୁ ଏହି ଗ୍ୟାରେଣ୍ଟି ଦେଉଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ମୋଦିଙ୍କ ଗ୍ୟାରେଣ୍ଟି ଅର୍ଥ ଗ୍ୟାରେଣ୍ଟି ପୂରଣ କରିବାର ଗ୍ୟାରେଣ୍ଟି ।

 

ଭାରତର ପ୍ରତ୍ୟେକ ଘରକୁ ସୂର୍ଯ୍ୟ ଘର କରିବା ଉପରେ ସରକାରଙ୍କ ଗୁରୁତ୍ୱ ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ ଯେଉଁଠାରେ ଛାତ ଉପରେ ସୌର ପ୍ଲାଣ୍ଟ ମାଧ୍ୟମରେ ବିଜୁଳି ଉତ୍ପାଦନ କରାଯାଇପାରିବ ଏବଂ ଉତ୍ପାଦିତ ଅତିରିକ୍ତ ବିଜୁଳି ନାଗରିକମାନଙ୍କ ପାଇଁ ଅତିରିକ୍ତ ରୋଜଗାର ସୃଷ୍ଟି କରି ସରକାରଙ୍କୁ ବିକ୍ରି କରାଯାଇ ପାରିବ । ପ୍ରଧାନମନ୍ତ୍ରୀ ବଂଶବାଦ ରାଜନୀତିର କୁସଂସ୍କାର ବିଷୟରେ ଲୋକଙ୍କୁ ସଚେତନ କରିବା ସହ ଜନ ନାୟକ କର୍ପୁରୀ ଠାକୁର, ଜୟ ପ୍ରକାଶ ନାରାୟଣ, ରାମ ମନୋହର ଲୋହିଆ, ବାବା ସାହେବ ଆମ୍ବେଦକର ଏବଂ ମହାତ୍ମା ଗାନ୍ଧୀଙ୍କ ଆଦର୍ଶକୁ ମନେ ପକାଇଥିଲେ । 

ମାଗଣା ରାସନ ଯୋଜନା, ଆୟୁଷ୍ମାନ ଭାରତ ଯୋଜନା, ପକ୍କା ଘର, ଶୌଚାଳୟ, ବିଜୁଳି, ଗ୍ୟାସ ଏବଂ ଜଳ ସଂଯୋଗ, ଏଆଇଆଇଏମଏସ୍, ଆଇଆଇଟି, ଆଇଆଇଏମ୍ ଏବଂ ଅନ୍ୟାନ୍ୟ ମେଡିକାଲ କଲେଜ ରେକର୍ଡ ସଂଖ୍ୟାରେ ସୃଷ୍ଟି, କୃଷକମାନଙ୍କୁ ଉର୍ଜାଦତା ଏବଂ ଉର୍ବରକଦାତାରେ ପରିଣତ କରିବା ଆଦି ବିଷୟରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରି ଗରିବ, ମହିଳା, ଯୁବକ ଏବଂ କୃଷକମାନଙ୍କ ସମସ୍ୟାର ମୁକାବିଲା ପାଇଁ ସରକାରଙ୍କ ପ୍ରୟାସ ଉପରେ ଆଲୋକପାତ କରିଥିଲେ । ଏହା ସହିତ ଆଖୁ ଏବଂ ଧାନ ଚାଷୀଙ୍କ ଦ୍ୱାରା ଉପଉତ୍ପାଦ ବ୍ୟବହାର କରିବା ପାଇଁ ଇଥାନଲ ପ୍ଲାଣ୍ଟ ସ୍ଥାପନ କରିବା ବିଷୟରେ ସୂଚନା ପ୍ରଦାନ କରିଥିଲେ । ନିକଟରେ ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ଆଖୁର କ୍ରୟ ମୂଲ୍ୟ କୁଇଣ୍ଟାଲ ପିଛା ୩୪୦ ଟଙ୍କାକୁ ବୃଦ୍ଧି କରାଯାଇଛି ଏବଂ ବିଶ୍ୱର ସର୍ବବୃହତ ଶସ୍ୟ ସଂରକ୍ଷଣ ଯୋଜନା ଆରମ୍ଭ କରାଯାଇଛି ଯେଉଁଠାରେ ଦେଶ ଏବଂ ବିହାରରେ ହଜାର ହଜାର ଗୋଦାମ ନିର୍ମାଣ କରାଯିବ । କୃଷକମାନଙ୍କୁ ହଜାର ହଜାର କୋଟି ଟଙ୍କାର ଆର୍ଥିକ ସହାୟତା ପାଇଁ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ବିଷୟରେ ସୂଚନା ପ୍ରଦାନ କରି ଶ୍ରୀ ମୋଦୀ  ସୂଚନା ଦେଇଛନ୍ତି ଯେ ଏହି ଯୋଜନା ଅଧୀନରେ ବେଟିଆର କୃଷକମାନଙ୍କୁ ବର୍ତ୍ତମାନ ସୁଦ୍ଧା ୮୦୦ କୋଟି ଟଙ୍କା ପ୍ରଦାନ କରାଯାଇଛି। ପ୍ରଧାନମନ୍ତ୍ରୀ ବରୁଉନିରେ ଥିବା ସାର କାରଖାନା ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ ଯାହା ଦୀର୍ଘ ଦିନ ଧରି ବନ୍ଦ ରହିଥିଲା ଏବଂ ମୋଦୀ ହିଁ ଏହାକୁ ଉଠାଇ ପୁଣି ଥରେ ଚଳାଇବାର ପ୍ରତିଶ୍ରୁତି ଦେଇଥିଲେ । ଆଜି ଏହି ସାର କାରଖାନା ନିଜର ସେବା ଯୋଗାଇବା ସହ ରୋଜଗାର ସୃଷ୍ଟି କରୁଛି। ସେଥିପାଇଁ ଲୋକମାନେ କହୁଛନ୍ତି- ମୋଦିଙ୍କ ଗ୍ୟାରେଣ୍ଟି ଅର୍ଥ ଗ୍ୟାରେଣ୍ଟି ପୂରଣର ଗ୍ୟାରେଣ୍ଟି। 

 

ପ୍ରଧାନମନ୍ତ୍ରୀ ଅଯୋଧ୍ୟା ଧାମରେ ଶ୍ରୀରାମ ମନ୍ଦିରକୁ ନେଇ ବିହାରବାସୀଙ୍କ ଖୁସିକଥା ଉଲ୍ଲେଖ କରିଥିଲେ । ସେ କହିଛନ୍ତି ଯେ ଆଜି ଭାରତ ଏହାର ଐତିହ୍ୟ ଓ ସଂସ୍କୃତିକୁ ସ୍ୱୀକାର କରୁଛି । 

ଏହି ଅଞ୍ଚଳରେ ପ୍ରକୃତିପ୍ରେମୀ ଥାରୁ ଜନଜାତିର ଉପସ୍ଥିତି କୁ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ଥାରୁ ସମ୍ପ୍ରଦାୟରୁ ପ୍ରେରଣା ନେବାକୁ ସେ ସମସ୍ତଙ୍କୁ ଆହ୍ୱାନ ଦେଇ କହିଛନ୍ତି, "ଆଜି ଥାରୁ ଭଳି ଜନଜାତିଙ୍କ ଠାରୁ ପ୍ରେରଣା ନେଇ ପ୍ରକୃତିର ସୁରକ୍ଷା କରି ଭାରତ ବିକାଶ କରୁଛି। ସେଥିପାଇଁ ମୁଁ କହୁଛି ଯେ ଏକ ବିକଶିତ ଭାରତ ଗଠନ ପାଇଁ ସମସ୍ତଙ୍କ ପ୍ରୟାସ, ସମସ୍ତଙ୍କ ପ୍ରେରଣା ଏବଂ ସମସ୍ତଙ୍କ ଶିକ୍ଷା ର ଆବଶ୍ୟକତା ରହିଛି ।

ଶେଷରେ ପ୍ରଧାନମନ୍ତ୍ରୀ ମୋଦୀ ଭାରତକୁ ତୃତୀୟ ବୃହତ୍ତମ ଅର୍ଥନୀତି ରେ ପରିଣତ କରିବା, ଲୋକଙ୍କୁ ଦାରିଦ୍ର୍ୟରୁ ବାହାର କରିବା, ଯୁବକମାନଙ୍କ ପାଇଁ ଚାକିରି, ଗରିବଙ୍କ ପାଇଁ ପକ୍କା ଘର, ୧ କୋଟି ପରିବାର ପାଇଁ ସୌର ପ୍ୟାନେଲ, ୩ କୋଟି ଲଖପତି ଦିଦି ଏବଂ ବନ୍ଦେ ଭାରତ ଭଳି ଆଧୁନିକ ଟ୍ରେନ୍ ଚଳାଇବାର ଗୁରୁତ୍ୱ କୁ ଦୋହରାଇଥିଲେ । 

ଅନ୍ୟମାନଙ୍କ ମଧ୍ୟରେ ବିହାର ରାଜ୍ୟପାଳ ଶ୍ରୀ ଆର.ଭି. ଆର୍ଲେକର, ବିହାର ମୁଖ୍ୟମନ୍ତ୍ରୀ ଶ୍ରୀ ନୀତୀଶ କୁମାର, ବିହାରର ଉପମୁଖ୍ୟମନ୍ତ୍ରୀ ଶ୍ରୀ ସମ୍ରାଟ ଚୌଧୁରୀ ଏବଂ ଶ୍ରୀ ବିଜୟ କୁମାର ସିହ୍ନା, କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ରାୟ ଏବଂ ସାଂସଦ ଶ୍ରୀ ସଞ୍ଜୟ ଜୟସ୍ୱାଲ ଉପସ୍ଥିତ ଥିଲେ । 

 

ପୃଷ୍ଠଭୂମି

ପ୍ରଧାନମନ୍ତ୍ରୀ ୧୦୯ କିଲୋମିଟର ଦୀର୍ଘ ଇଣ୍ଡିଆନ ଅଏଲର ମୁଜାଫରପୁର - ମୋତିହାରୀ ଏଲପିଜି ପାଇପଲାଇନକୁ ଉଦଘାଟନ କରିଥିଲେ ଯାହା ବିହାର ରାଜ୍ୟ ଏବଂ ପଡ଼ୋଶୀ ଦେଶ ନେପାଳରେ ସ୍ୱଚ୍ଛ ରୋଷେଇ ଇନ୍ଧନ ଉପଲବ୍ଧ କରାଇବ । ପ୍ରଧାନମନ୍ତ୍ରୀ ମୋତିହାରୀଠାରେ ଇଣ୍ଡିଆନ ଅଏଲର ଏଲପିଜି ବଟଲିଂ ପ୍ଲାଣ୍ଟ ଏବଂ ଷ୍ଟୋରେଜ୍ ଟର୍ମିନାଲକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ। ନୂଆ ପାଇପଲାଇନ ଟର୍ମିନାଲ ନେପାଳକୁ ପେଟ୍ରୋଲିୟମ ଉତ୍ପାଦର ରପ୍ତାନୀ ପାଇଁ ଏକ ରଣନୈତିକ ଯୋଗାଣ ବିନ୍ଦୁ ଭାବରେ ମଧ୍ୟ କାର୍ଯ୍ୟ କରିବ।  ଏହା ଉତ୍ତର ବିହାରର ୮ଟି ଜିଲ୍ଲା ଯଥା ପୂର୍ବ ଚମ୍ପାରଣ, ପଶ୍ଚିମ ଚମ୍ପାରଣ, ଗୋପାଳଗଞ୍ଜ, ସିୱାନ, ମୁଜାଫରପୁର, ଶିଓହର, ସୀତାମଢୀ ଏବଂ ମଧୁବନୀରେ ସେବା ଯୋଗାଇବ। ମୋତିହାରୀଠାରେ ନୂତନ ବଟଲିଂ ପ୍ଲାଣ୍ଟ ମୋତିହାରୀ ପ୍ଲାଣ୍ଟ ସହ ଜଡିତ ଫିଡିଂ ମାର୍କେଟରେ ଯୋଗାଣ ଶୃଙ୍ଖଳାକୁ ସହଜ କରିବ ।

ପ୍ରଧାନମନ୍ତ୍ରୀ ପୂର୍ବ ଚମ୍ପାରଣ, ପଶ୍ଚିମ ଚମ୍ପାରଣ, ଗୋପାଳଗଞ୍ଜ, ସିୱାନ ଏବଂ ଦେଓରିଆରେ ସିଟି ଗ୍ୟାସ ବିତରଣ ପ୍ରକଳ୍ପ ଏବଂ ଏଚବିଏଲର ସୁଗୌଲି ଏବଂ ଲୌରିଆରେ ଶସ୍ୟ ଭିତ୍ତିକ ଇଥାନଲ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ ।

 

ପ୍ରଧାନମନ୍ତ୍ରୀ ଜାତୀୟ ରାଜପଥ -୨୮ଏ ର ପିପ୍ରାକୋଠି - ମୋତିହାରୀ - ରକ୍ସୌଲ ସେକ୍ସନକୁ ପେଭଡ୍ ସୋଲଡରରେ ଦୁଇ ଲେନ୍ କରିବା ସମେତ; ଜାତୀୟ ରାଜପଥ-୧୦୪ର  ଶିଓହର-ସୀତାମଢି ସେକ୍ସନର  ଦୁଇ ଲେନ୍ ସଡ଼କ ପ୍ରକଳ୍ପଗୁଡ଼ିକୁ ଉଦଘାଟନ କରିଥିଲେ । ଗଙ୍ଗା ନଦୀର ପାଟନାଠାରେ ଦୀଘା-ସୋନପୁର ରେଳ-କମ-ରୋଡ୍ ବ୍ରିଜ୍ ସମାନ୍ତରାଳ ଭାବେ ଗଙ୍ଗା ନଦୀ ଉପରେ ୬ ଲେନ୍ କେବୁଲ୍ ବ୍ରିଜ୍ ନିର୍ମାଣ ସମେତ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ। ୧୯ ନମ୍ବର ଜାତୀୟ ରାଜପଥର ବକରପୁର ହାଟ- ମାଣିକପୁର ସେକ୍ସନକୁ ୪ ଲେନ୍ କରାଯାଇଛି।

ପ୍ରଧାନମନ୍ତ୍ରୀ ବିଭିନ୍ନ ରେଳ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଥିଲେ । ବାପୁଧାମ ମୋତିହାରୀ-ପିପରାହାଁ ଏବଂ ନରକଟିଆଗଞ୍ଜ-ଗୌନାହା ଗେଜ୍ ରୂପାନ୍ତର ଆଦି ୬୨ କିଲୋମିଟର ରେଳ ଲାଇନର ଦୋହରୀକରଣ କରି ପ୍ରଧାନମନ୍ତ୍ରୀ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ । ପ୍ରଧାନମନ୍ତ୍ରୀ ୯୬ କିଲୋମିଟର ଦୀର୍ଘ ଗୋରଖପୁର କ୍ୟାଣ୍ଟ -ବାଲ୍ମିକି ନଗର ରେଳ ଲାଇନର ଦୋହରୀକରଣ ଏବଂ ବିଦ୍ୟୁତୀକରଣ ଏବଂ ବେଟିଆ ରେଳ ଷ୍ଟେସନର ପୁନଃବିକାଶ ପାଇଁ ଶିଳାନ୍ୟାସ କରିଥିଲେ । ପ୍ରଧାନମନ୍ତ୍ରୀ ନରକଟିଆଗଞ୍ଜ- ଗୌନାହା ଏବଂ ରକ୍ସୌଲ-ଯୋଗବାଣୀ ମଧ୍ୟରେ ଦୁଇଟି ନୂତନ ଟ୍ରେନ୍ ସେବାକୁ ମଧ୍ୟ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Cabinet approves Rs 4,415 crore upgrade of 233 km NH-347B in Madhya Pradesh

Media Coverage

Cabinet approves Rs 4,415 crore upgrade of 233 km NH-347B in Madhya Pradesh
NM on the go

Nm on the go

Always be the first to hear from the PM. Get the App Now!
...
UK Foreign Secretary meets Prime Minister
June 04, 2026

UK Foreign Secretary Yvette Cooper today met Prime Minister Shri Narendra Modi.

The Prime Minister expressed his pleasure upon the meeting and appreciated the deepening of the India-UK partnership in recent times which has unlocked unprecedented growth opportunities for both countries.

The Prime Minister affirmed that the India-UK Vision 2035 will continue to guide the partnership and strengthen joint efforts for the global good.

The Prime Minister posted on X:

"Pleased to meet UK Foreign Secretary Yvette Cooper. Appreciated the deepening of the India-UK partnership in recent times that has unlocked unprecedented growth opportunities for both our countries.

India-UK Vision 2035 will continue to guide our partnership and strengthen our joint efforts for global good.@YvetteCooperMP"