Diversity of India is its identity as well as its strength: PM Modi
Ek Bharat, Shrestha Bharat would enable the coming generations to understand the diversity of different states and their cultures: PM
 
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉଗାଡ଼ି ସମାରୋହରେ ସାମିଲ ହୋଇ କହିଛନ୍ତି ଯେ ଭାରତର ବିବିଧତା ତା’ର ପରିଚୟ ଓ ସାମର୍ଥ୍ୟ । ନିଜ ବାସଭବନରେ ଏହି କାର୍ଯ୍ୟକ୍ରମର ଆୟୋଜନ ସୂଚନା ଓ ପ୍ରସାରଣ, ସହରାଂଚଳ ବିକାଶ ଓ ଗୃହନିର୍ମାଣ ମନ୍ତ୍ରୀ ଏମ୍. ଭେଙ୍କୟା ନାଇଡୁ କରିଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଦେଶକୁ ନବବର୍ଷର ଶୁଭକାମନା ଜଣାଇବା ସହ କହିଥିଲେ ଯେ ପର୍ବପର୍ବାଣି ପ୍ରକୃତିରେ ପରିବର୍ତ୍ତନକୁ ଦର୍ଶାଇଥାଏ ଓ ଏହା ଆମର ସଂସ୍କୃତି ତଥା ପରମ୍ପରା ସହ ଜଡ଼ିତ ।

ସରକାରଙ୍କ ‘ଏକ ଭାରତ ଶ୍ରେଷ୍ଠ ଭାରତ’ ପଦକ୍ଷେପର ଉଦାହରଣ ଦେଇ ମୋଦୀ କହିଛନ୍ତି ଯେ ଏହା ଆଗାମୀ ପୀଢ଼ିକୁ ବିଭିନ୍ନ ରାଜ୍ୟ ଓ ତା’ର ସଂସ୍କୃତିଗୁଡ଼ିକର ବିବିଧତାକୁ ବୁଝିବାରେ ସହାୟତା ମିଳିବ । ଏଥିରେ ସମସ୍ତ ଭାରତୀୟଙ୍କ ମନରେ ଏକତାର ଭାବନା ସୁଦୃଢ଼ ହେବ । ସେ ରାଜ୍ୟ ସରକାରମାନଙ୍କୁ ନିଜ ରାଜ୍ୟର ବିଭିନ୍ନ କ୍ଷେତ୍ରର ସଂସ୍କୃତି ଓ ପରାମ୍ପରାର ବୈଶିଷ୍ଟ୍ୟକୁ ପ୍ରୋତ୍ସାହନ ଦେବା ପାଇଁ ପରସ୍ପରକୁ ସହଯୋଗ କରିବା ନିମନ୍ତେ ଆହ୍ୱାନ ମଧ୍ୟ ଦେଇଛନ୍ତି ।

ଏକ ଭାରତ ଶ୍ରେଷ୍ଠ ଭାରତ ପଦକ୍ଷେପ ସମ୍ପର୍କରେ ପ୍ରଧାନମନ୍ତ୍ରୀ ହରିଆଣା ଓ ତେଲଙ୍ଗାନା ମଧ୍ୟରେ ହୋଇଥିବା ବୁଝାମଣାପତ୍ରର ଉଦାହରଣ ଦେଇଥିଲେ । ଯାହା ଆଧାରରେ ଫିଲ୍ମତ୍ସୋବ, ଭାଷା, ବ୍ୟଞ୍ଜନ କ୍ଷେତ୍ରରେ ଉଭୟ ରାଜ୍ୟ ମଧ୍ୟରେ ସହଯୋଗ ବୃଦ୍ଧି ପାଇବ । ଖେଳାଳୀ, ନୀତି ନିର୍ମାତା ଓ ବିଧାୟକମାନଙ୍କୁ ପରସ୍ପରର ରାଜ୍ୟକୁ ଯିବାଆସିବାର ସୁଯୋଗ ମିଳିବ ।

ସାଂସ୍କୃତିକ କାର୍ଯ୍ୟକ୍ରମ ‘ଜଟାୟୁ ମୋକ୍ଷମ’ର ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଜଟାୟୁର ସଂଘର୍ଷ ଆମ ସମସ୍ତଙ୍କୁ ଆତଙ୍କବାଦକୁ ସାହାସର ସହ ମୁକାବିଲା କରିବା ପାଇଁ ପ୍ରେରଣା ଦେଉଛି । ଯାହା ଆଜି ସମ୍ପୂର୍ଣ୍ଣ ମାନବତା ସମ୍ମୁଖରେ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ପାଲଟିଛି । ଅତିଥିମାନଙ୍କୁ ସ୍ୱାଗତ କରି ଶ୍ରୀ ନାଇଡୁ କହିଥିଲେ ଯେ ଭାରତୀୟ କ୍ୟାଲେଣ୍ଡର ଅନୁସାରେ ଉଗାଡ଼ିରୁ ନବବର୍ଷର ଆରମ୍ଭ ହୋଇଥାଏ । ଏହା ସମଗ୍ର ଦେଶରେ ଚଳିତ ମାସରୁ ପାଳନ ହୋଇଥାଏ । ଉଗାଡ଼ି ପଛାଡ଼ି 6 ଟି ବିଭିନ୍ନ ସ୍ୱାଦ(ସଟ୍ ରୁଚି)ର ସମ୍ମିଶ୍ରଣ ହୋଇଥାଏ । ଯେଉଁଥିରେ ମିଠା, ଖଟା, ମସଲା, ଲୁଣିଆ, କଷା ଓ ପିତାର ସ୍ୱାଦ ଖୁସି, ଘୃଣା, କ୍ରୋଧ, ଭୟ, ଆଶ୍ଚର୍ଯ୍ୟ ଓ ଉଦାସିର ବିଭିନ୍ନ ଭାବନାର ପ୍ରତୀକ ।

ସେ କହିଛନ୍ତି ଯେ ଭାରତୀୟ ସଂସ୍କୃତି ହେଉଛି ଅଭିନବ ଓ ସବୁଠାରୁ ଭବ୍ୟ । କାରଣ ଏଠାରେ ପ୍ରତ୍ୟେକ ପର୍ବପର୍ବାଣି ଓ ପରମ୍ପରା ବିଜ୍ଞାନ ଉପରେ ଆଧାରିତ । ଶ୍ରୀ ନାଇଡୁ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ନୂଆ ବର୍ଷରେ ଦେଶରେ ଅଧିକ ସମୃଦ୍ଧି ଓ ବିକାଶ ହେବ । ଦକ୍ଷିଣ ଭାରତର କେତେକ ଭାଗରେ ଉଗାଡ଼ି ବସନ୍ତ ଓ ଗ୍ରୀଷ୍ମ ଋତୁର ଆଗମନରେ ତଥା ନବବର୍ଷର ଆରମ୍ଭରେ ପାଳନ ହୋଇଥାଏ । ଖୁସିର ଏହି ଉତ୍ସବ ବିକାଶ ଓ ସମୃଦ୍ଧିର ପ୍ରତୀକ ଅଟେ । କାରଣ ଏହା ନବବର୍ଷର ପର୍ବପର୍ବାଣି ସହ ନୂଆ କାର୍ଯ୍ୟ ଆରମ୍ଭ କରିବାର ସୁଯୋଗ ମଧ୍ୟ ଦେଇଥାଏ । ଏହି କାର୍ଯ୍ୟକ୍ରମରେ ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ, ଦିଲ୍ଲୀ ଉପରାଜ୍ୟପାଳ ଅନୀଲ ବୈଜଲ, ଆଇନ ଓ ନ୍ୟାୟ ମନ୍ତ୍ରୀ ରବି ଶଙ୍କର ପ୍ରସାଦ, ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ମହେଶ ଶର୍ମା, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଡଃ ହର୍ଷବର୍ଦ୍ଧନ, କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ବିଜୟ ଗୋଏଲ, ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ରାଜ୍ୟବର୍ଦ୍ଧନ ରାଠୋର, ସାଂସଦମାନେ, ସୁପ୍ରିମକୋର୍ଟ ଓ ହାଇକୋର୍ଟର ବରିଷ୍ଠ ବିଚାରପତିଗଣ, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଏବଂ ସହରାଂଚଳ ବିକାଶ ଓ ଗୃହନିର୍ମାଣ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ ।

ଏହି ଅବସରରେ ତାମିଲନାଡୁ, କର୍ଣ୍ଣାଟକ, କେରଳ, ତେଲଙ୍ଗାନା ଓ ଆନ୍ଧ୍ରପ୍ରଦେଶର କଳାକାରମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Teachers: The artists of education

Media Coverage

Teachers: The artists of education
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ସେପ୍ଟେମ୍ବର 7, 2026
September 07, 2026

Vasudhaiva Kutumbakam in Action: Tech Hub, Border Villages, Global Leadership by PM Modi