“ଗୋଟିଏ ବର୍ଷ ମଧ୍ୟରେ ପ୍ରଶ୍ନ ‘ଭାରତରେ କାହିଁକି ବିନିଯୋଗ କରିବା’ ରୁ ଭାରତରେ କାହିଁକି ନିବେଶ କରିବା ନାହିଁ ’ କୁ ବଦଳି ଯାଇଛି
ଯେଉଁ ଲୋକମାନେ ନିଜ ସ୍ୱପ୍ନକୁ ଭାରତର ସାମର୍ଥ୍ୟ ସହିତ ଯୋଡିଥାନ୍ତି ସେମାନଙ୍କୁ ଭାରତ ନିରାଶ କରେ ନାହିଁ ”
ଗଣତନ୍ତ୍ର, ଜନସଂଖ୍ୟା ଏବଂ ଲାଭାଂଶ ଭାରତରେ ବ୍ୟବସାୟ ଗୁଡିକୁ ଦ୍ୱିଗୁଣିତ ଏବଂ ତିନି ଗୁଣ କରିବ ”
ସ୍ୱାସ୍ଥ୍ୟ ହେଉ, କୃଷି ହେଉ କିମ୍ବା ଲଜିଷ୍ଟିକ୍ସ ହେଉ, ସ୍ମାର୍ଟ ଟେକ୍ନୋଲୋଜିର ବ୍ୟବହାର ପାଇଁ ଭାରତ କାର୍ଯ୍ୟ କରୁଛି ”
“ବିଶ୍ୱ ଏକ ନିର୍ଭରଯୋଗ୍ୟ ଯୋଗାଣ ଶୃଙ୍ଖଳା ଆବଶ୍ୟକ କରେ । ବିଶ୍ୱର ବୃହତ୍ତମ ଗଣତନ୍ତ୍ର ଅପେକ୍ଷା କିଏ ଅଧିକ ବିଶ୍ୱସ୍ତ ଭାଗୀଦାର ହୋଇ ପାରିବ ”
“ସେମିକଣ୍ଡକ୍ଟର ନିବେଶ ପାଇଁ ଭାରତ ଏକ ଉତ୍କୃଷ୍ଟ ମାଧ୍ୟମ ପାଲଟିଛି ”
“ଭାରତ ଏହାର ବିଶ୍ୱସ୍ତରୀୟ ଦାୟିତ୍ୱକୁ ବୁଝିଥାଏ ଏବଂ ବନ୍ଧୁ ଦେଶ ମାନଙ୍କ ସହିତ ଏକ ବିସ୍ତୃତ ରୋଡ୍ ମ୍ୟାପ୍ ଉପରେ କାର୍ଯ୍ୟ କରୁଛି”

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର ଗାନ୍ଧିନଗରର ମହାତ୍ମା ମନ୍ଦିରରେ ସେମିକନ୍ ଇଣ୍ଡିଆ ୨୦୨୩ ର ଉଦଘାଟନ କରିଛନ୍ତି । ସମ୍ମିଳନୀର ବିଷୟବସ୍ତୁ ହେଉଛି ‘ଭାରତର ସେମିକଣ୍ଡକ୍ଟର ପାରିବେଶିକ ବ୍ୟବସ୍ଥାର ଉତ୍‌ପ୍ରେରିତ କରିବା’ । ଏହା ଭାରତର ସେମିକଣ୍ଡକ୍ଟର ରଣନୀତି ଏବଂ ନୀତିକୁ ପ୍ରଦର୍ଶିତ କରେ, ଯାହା ଭାରତକୁ ସେମିକଣ୍ଡକ୍ଟର ଡିଜାଇନ୍‌, ଉତ୍ପାଦନ ଏବଂ ପ୍ରଯୁକ୍ତି  ବିକାଶ ପାଇଁ ଏକ ବିଶ୍ୱସ୍ତରୀୟ କେନ୍ଦ୍ର କରିବାକୁ କଳ୍ପନା କରେ ।

 

ଏହି ଅବସରରେ ଉଦ୍ୟୋଗ ଜଗତର ନେତାମାନେ  ନିଜର ମତ ରଖିଥିଲେ । ଏସ୍‌ଇଏମ୍‌ଆଇର ଅଧ୍ୟକ୍ଷ ତଥା ସିଇଓ ଶ୍ରୀ ଅଜିତ ମିନୋଚା କହିଛନ୍ତି ଯେ ଭାରତର ଇତିହାସରେ ପ୍ରଥମ ଥର ପାଇଁ ଭୂ- ରାଜନୀତି, ଘରୋଇ ରାଜନୀତି ଏବଂ ଘରୋଇ ଗୁପ୍ତ କ୍ଷମତା ସେମିକଣ୍ଡକ୍ଟର ଉତ୍ପାଦନରେ ଖେଳାଳୀ ହେବା ପାଇଁ ଭାରତ ସପକ୍ଷରେ ଏକଜୁଟ ହୋଇ ଯାଇଛନ୍ତି । ସେ କହିଛନ୍ତି ମାଇକ୍ରୋନ୍ ଦ୍ୱାରା କରାଯାଇଥିବେ  ନିବେଶ ଭାରତରେ ଇତିହାସ ସୃଷ୍ଟି କରୁଛି ଏବଂ ଅନ୍ୟ ମାନଙ୍କ ଅନୁସରଣ ପାଇଁ ମଞ୍ଚ ସ୍ଥିର କରିବ ।  ସେ କହିଛନ୍ତି ଯେ , ସେମିକଣ୍ଡକ୍ଟର ପାରିବେଶିକ ବ୍ୟବସ୍ଥାକୁ ବୁଝୁଥିବା ନେତୃତ୍ୱ ହିଁ ବର୍ତ୍ତମାନର ବ୍ୟବସ୍ଥାକୁ ଭିନ୍ନ କରିଥାଏ । ସେ କହିଛନ୍ତି ଯେ ଏସିଆର ଇତିହାସରେ ସେମିକଣ୍ଡକ୍ଟର କ୍ଷେତ୍ରରେ  ଭାରତ ପରବର୍ତ୍ତୀ ଶକ୍ତି କେନ୍ଦ୍ର ହେବ ।

ନିକଟରେ ହ୍ୱାଇଟ ହାଉସରେ ପ୍ରଧାନମନ୍ତ୍ରୀଙ୍କ ସହ ସିଇଓ ଏଏମଡିଙ୍କର ବୈଠକକୁ ଶ୍ରୀ ମାର୍କ ପେପରମାଷ୍ଟର, ଇଭିପି ଏବଂ ସିଟିଓ ଏଏମ୍‌ଡି ମନେ ପକାଇଛନ୍ତି । ଆସନ୍ତା ୫ ବର୍ଷରେ ଏଏମ୍‌ଡି ପ୍ରାୟ ୪୦୦ ମିଲିୟନ୍ ଡଲାର ନିବେଶ କରିବ ବୋଲି ସେ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ଏଏମ୍‌ଡି ଏହାର ଗବେଷଣା ଏବଂ ବିକାଶ  କ୍ଷମତା ସମୂହକୁ ବୃଦ୍ଧି କରିବ । ସେ କହିଛନ୍ତି ଯେ, “ଆମେ ବେଙ୍ଗାଲୁରୁ ଠାରେ ଆମର ସର୍ବ ବୃହତ ଡିଜାଇନ କେନ୍ଦ୍ର ନିର୍ମାଣ କରିବୁ ।

ସେମିକଣ୍ଡକ୍ଟର ପ୍ରଡକ୍ଟ ଗ୍ରୁପ୍ ଆପ୍ଲାଏଡ୍ ମ୍ୟାଟେରିଆଲର ଅଧ୍ୟକ୍ଷ ଡଃ ପ୍ରଭୁ ରାଜ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କର ମଜଭୁତ ଦୃଷ୍ଟିକୋଣରୁ ଭାରତ ବିଶ୍ୱ ସେମିକଣ୍ଡକ୍ଟର ଉାଦ୍ୟାଗ କ୍ଷେତ୍ରରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବାକୁ ପ୍ରସ୍ତୁତ ଅଛନ୍ତି । ସେ କହିଛନ୍ତି ଯେ , ଆମେ ଦୃଢ଼ ଭାବରେ ବିଶ୍ୱାସ କରୁଛୁ ଯେ ଏହା ହେଉଛି ଭାରତର ଉଜ୍ଜ୍ୱଳ ସମୟ । କୌଣସି କମ୍ପାନୀ କିମ୍ବା ଦେଶ ଏକାକୀ ଏହି କ୍ଷେତ୍ରର ଆହ୍ୱାନ ଗୁଡିକ ଦୂର କରି ପାରିବେ ନାହିଁ । ଏହି କ୍ଷେତ୍ରରେ ସହଯୋଗୀ ଭାଗିଦାରୀ ପାଇଁ ଏହା ହେଉଛି ପ୍ରକୃଷ୍ଟ ସମୟ । ଏହି ନୂତନ ସହଯୋଗୀ ମଡେଲ ଆମକୁ ଏହି କ୍ଷେତ୍ରର ଅନୁକ୍ରମଣିକା ହେବାରେ ସକ୍ଷମ କରିପାରେ ବୋଲି ସେ ଗୁରୁତ୍ୱାରୋପ କରିଛନ୍ତି । ସେ କହିଛନ୍ତି, “ଭାରତର ସେମିକଣ୍ଡକ୍ଟର ଦୃଷ୍ଟିକୋଣରେ ଆମକୁ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର ବୋଲି ବିବେଚନା କରି ଥିବାରୁ ମୁଁ ଆପଣଙ୍କୁ ଧନ୍ୟବାଦ ଜଣାଉଛି ।”

 

କ୍ୟାଡେନ୍ସର ଅଧ୍ୟକ୍ଷ  ତଥା ସିଇଓ ଶ୍ରୀ ଅନିରୁଦ୍ଧ ଦେବଗନ କହିଛନ୍ତି ଯେ ଭାରତରେ ସେମିକଣ୍ଡକ୍ଟରରେ ପୁଞ୍ଜି ବିନିଯୋଗ କରିବା ପ୍ରକୃତରେ ଭଲ । ସରକାର ସମଗ୍ର ପାରିବେଶିକ ବ୍ୟବସ୍ଥାରେ ନିବେଶ କରୁଛନ୍ତି ବୋଲି ସେ ଖୁସି ବ୍ୟକ୍ତ କରିଛନ୍ତି ।

ବେଦାନ୍ତ ଗ୍ରୁପ୍‌ର ଅଧ୍ୟକ୍ଷ ଶ୍ରୀ ଅନୀଲ ଅଗ୍ରୱାଲ କହିଛନ୍ତି ଯେ ବିଶେଷଜ୍ଞମାନେ ଏହା ଅନୁଭବ କରୁଛନ୍ତି ଯେ ଗୁଜରାଟ ହେଉଛି ଭାରତର ସିଲିକନ୍ ଉପତ୍ୟକା ପାଇଁ ଉପଯୁକ୍ତ ସ୍ଥାନ । ସେ ଭାରତର ଯୁବକମାନଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି କରିବା କ୍ଷେତ୍ରରେ  ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ଉପରେ ଆଲୋକପାତ କରିଛନ୍ତି । “ଆମେ ଦେଖିଛୁ ଗତ ଦଶନ୍ଧିରେ ଭାରତ କିପରି ପରିବର୍ତ୍ତିତ ହୋଇଛି ଏବଂ ଯୁବ ଭାରତୀୟ ମାନଙ୍କର ଆକାଂକ୍ଷା ପ୍ରକୃତରେ ଅଧିକ ।

ମାଇକ୍ରୋନ ଟେକ୍ନୋଲୋଜିର ଅଧ୍ୟକ୍ଷ ତଥା ସିଇଓ ଶ୍ରୀ ସଞ୍ଜୟ ମେହେରୋତ୍ରା ଭାରତକୁ ଏକ ବିଶ୍ୱ ସେମିକଣ୍ଡକ୍ଟର କେନ୍ଦ୍ରରେ ପରିଣତ କରିବା ପାଇଁ ବିଶ୍ୱ ଦୃଷ୍ଟିକୋଣ ନିମନ୍ତେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଗୁଜରାଟ ରାଜ୍ୟରେ ମେମୋରି ପାଇଁ ଏକ ସେମିକଣ୍ଡକ୍ଟର ଆସେମ୍ବଲି ଏବଂ ପରୀକ୍ଷା ସୁବିଧା ସ୍ଥାପନ କରି ଶ୍ରୀ ମେହରୋତ୍ରା ଗର୍ବ ଅନୁଭବ କରି କହିଛନ୍ତି ଯେ ଏହି ପ୍ରକଳ୍ପ ଆସନ୍ତା ବର୍ଷରେ ସମୁଦାୟ ମଧ୍ୟରେ ୧୫,୦୦୦ ଅତିରିକ୍ତ ଚାକିରି ସହିତ ପ୍ରାୟ ୫୦୦୦ ନିଯୁକ୍ତି ସୃଷ୍ଟି କରିବାକୁ ଯାଉଛି । ରାଜ୍ୟରେ ସେମିକଣ୍ଡକ୍ଟର ଉଦ୍ୟୋଗ ପ୍ରତିଷ୍ଠା କରିବାରେ ସହଯୋଗ କରି ଥିବାରୁ ସେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ନବସୃଜନ, ବ୍ୟବସାୟ ଅଭିବୃଦ୍ଧି ଏବଂ ସାମାଜିକ ପ୍ରଗତିର ପରିବେଶକୁ ପ୍ରୋତ୍ସାହିତ କରିବା ନିମନ୍ତେ  ସହଯୋଗ କରିଥିବାରୁ ସେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି, ଯେଉଁ କାରଣରୁ ଉପଯୁକ୍ତ ଫଳାଫଳ ସମ୍ମୁଖକୁ ଆସିବାରେ ଲାଗିଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ, “ଡିଜିଟାଲ୍ ଇଣ୍ଡିଆ ଏବଂ ମେକ୍ ଇନ୍ ଇଣ୍ଡିଆ ଏକ ପ୍ରକୃତ ପରିବର୍ତ୍ତନଶୀଳ ଶକ୍ତି ସୃଷ୍ଟି କରୁଛି ଯାହା ସକାରାତ୍ମକ ପ୍ରଗତି ଜାରି ରଖିବ” ।

 

ଫକ୍ସକନ୍‌ର ଅଧ୍ୟକ୍ଷ ଶ୍ରୀ ୟଙ୍ଗ ଲିୟୁ ତାଇୱାନ ସେମିକଣ୍ଡକ୍ଟର ଇଣ୍ଡଷ୍ଟ୍ରିର ମହିଷ ଭାବନା, ଯାହା କୌଣସି ଅଭିଯୋଗ ନକରି କଠିନ ପରିଶ୍ରମ କରିବାର କ୍ଷମତା ଅଟେ , ତାହା ଉପରେ ଆଲୋକପାତ କରିଛନ୍ତି ଏବଂ ଭାରତରେ ମଧ୍ୟ ସମାନ ଭାବନା ପ୍ରୟୋଗ କରା ଯାଇପାରିବ ବୋଲି କହିଛନ୍ତି । ଭାରତ ସରକାରଙ୍କ ଉଚ୍ଚ ‘କହିବା – କରିବା’ ଅନୁପାତକୁ ଦର୍ଶାଇ ଶ୍ରୀ ଲିୟୁ ବିଶ୍ୱାସର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ ଏବଂ ଅନେକ ବର୍ଷ ପୂର୍ବେ ତାଇୱାନ ଭଳି ଆହ୍ୱାନକୁ ଦୂର କରିବା ପାଇଁ ମିଳିତ ଭାବରେ କାର୍ଯ୍ୟ କରିବା ନିମନ୍ତେ କହିଛନ୍ତି ।

ସେମି କଣ୍ଡକ୍ଟର ଶିଳ୍ପକୁ ଆଗେଇ ନେବା ପାଇଁ ଭାରତ ସରକାରଙ୍କ ଇଚ୍ଛା ଶକ୍ତି ଏବଂ ଦୃଢ଼ ସଙ୍କଳ୍ପ ଉପରେ ଶ୍ରୀ ଲିୟୁ ତାଙ୍କର ବିଶ୍ୱାସ ଏବଂ ଆଶା ରହିଛି ବୋଲି କହିଛନ୍ତି । "ଆଇଟି’  ର ଆଇ’ ପାଇଁ ଇଣ୍ଡିଆ (ଭାରତ) ଏବଂ ତାଇୱାନ ପାଇଁ  ଟି’ ବୋଲି ଶ୍ରୀ ଲିୟୁ କହିଛନ୍ତି ।  ସେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଯେ ସେମିକଣ୍ଡକ୍ଟର ଶିଳ୍ପରେ ତାଇୱାନ ଭାରତର ସବୁଠାରୁ ବିଶ୍ୱସ୍ତ ଏବଂ ନିର୍ଭରଯୋଗ୍ୟ ଅଂଶୀଦାର ହେବ ।

ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ଯେ ସେମିକନ୍ ଭଳି କାର୍ଯ୍ୟକ୍ରମ ସଫ୍ଟୱେୟାର ଅପଡେଟ୍ ପରି ହୋଇଥାଏ , ଯେଉଁଠାରେ ବିଶେଷଜ୍ଞ ଏବଂ ଉଦ୍ୟୋଗର ନେତୃତ୍ୱ ସମୂହ ପରସ୍ପର ସହ ସାକ୍ଷାତ କରନ୍ତି ଏବଂ ଅଭିଜ୍ଞତା ବଂଟନ କରନ୍ତି । ଆମ ସମ୍ପର୍କର ସମନ୍ୱୟ ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଏହି ସ୍ଥାନରେ ଲାଗିଥିବା ପ୍ରଦର୍ଶନୀକୁ ଶ୍ରୀ ମୋଦୀ ଦେଖିଥିଲେ ଏବଂ ଏହି କ୍ଷେତ୍ରର ଉଦ୍ଭାବନ ଏବଂ ଶକ୍ତିରେ ଆନନ୍ଦ ପ୍ରକାଶ କରିଥିଲେ । ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ, ବିଶେଷ କରି ଯୁବ ପିଢ଼ିକୁ ଚାଲିଥିବା ପ୍ରଦର୍ଶନୀ ପରିଦର୍ଶନ କରିବାକୁ ଏବଂ ନୂତନ ଟେକ୍ନୋଲୋଜିର ଶକ୍ତି ବୁଝିବାକୁ ଅନୁରୋଧ କରିଥିଲେ ।

 

ଗତ ବର୍ଷ ସେମିକନର ପ୍ରଥମ ସଂସ୍କରଣରେ ଅଂଶଗ୍ରହଣକୁ ମନେ ପକାଇ ପ୍ରଧାନମନ୍ତ୍ରୀ ସେମିକଣ୍ଡକ୍ଟର ଶିଳ୍ପରେ ଭାରତରେ ପୁଞ୍ଜି ବିନିଯୋଗ ବିଷୟରେ ଉଠାଯାଇଥିବା ପ୍ରଶ୍ନ ଉପରେ ଆଲୋକପାତ କରିଥିଲେ । ସେ ଦର୍ଶାଇଛନ୍ତି ଯେ ପ୍ରଶ୍ନଗୁଡ଼ିକ ଏକ ବର୍ଷ ମଧ୍ୟରେ ‘ଭାରତରେ କାହିଁକି ବିନିଯୋଗ କରିବା’ ରୁ ‘ଭାରତରେ କାହିଁକି ନିବେଶ କରିବା ନାହିଁ’ ରେ ପରିବର୍ତ୍ତନ ହୋଇଛି । ଯ ସେ ଭାରତ ଉପରେ ସେମାନଙ୍କର ବିଶ୍ୱାସ ଦେଖାଇ ଥିବାରୁ ସେମାନଙ୍କୁ ସମ୍ମାନିତ କରି , “ଶିଳ୍ପପତିଙ୍କ ଉଦ୍ୟମ କାରଣରୁ ଏହି ଯୁଗାନ୍ତକାରୀ ପରିବର୍ତ୍ତନ ହୋଇଛି’  ବୋଲି ଶ୍ରୀ ମୋଦୀ କହିଛନ୍ତି । ସେ ମତ  ଦେଇଛନ୍ତି ଯେ ଶିଳ୍ପପତିମାନେ ନିଜର ଭବିଷ୍ୟତ ଏବଂ ସ୍ୱପ୍ନ ସହିତ ଭାରତର ଆକାଂକ୍ଷା ଏବଂ ସାମର୍ଥ୍ୟକୁ ଯୋଡିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, “ଭାରତ ନିରାଶ କରେ ନାହିଁ” । ଏକବିଂଶ ଶତାବ୍ଦୀର ଭାରତରେ ପ୍ରଚୁର ସୁଯୋଗକୁ ଶ୍ରୀ ମୋଦୀ ସୂଚାଇ ଦେଇଛନ୍ତି ଏବଂ କହିଛନ୍ତି ଯେ ଦେଶର ଗଣତନ୍ତ୍ର, ଜନସଂଖ୍ୟା ଏବଂ ଲାଭାଂଶ  ଭାରତରେ ବ୍ୟବସାୟକୁ ଦୁଇ ଗୁଣା ଏବଂ ତିନି ଗୁଣା କରିବ ।

ଏହାର ହୃଦୟରେ ଅଭିବୃଦ୍ଧି ସହିତ ମୋର୍ ନିୟମକୁ ଅନୁସରଣ କରେ । ସେ କହିଛନ୍ତି ଯେ , ଆମେ ଭାରତର ଡିଜିଟାଲ୍ ଏବଂ ଇଲେକ୍ଟ୍ରୋନିକ୍ ଉତ୍ପାଦନ କ୍ଷେତ୍ରରେ ସମାନ ଅଭିବୃଦ୍ଧିର ସାକ୍ଷୀ ଅଟୁ । ବିଶ୍ୱ ଇଲେକ୍ଟ୍ରୋନିକ୍ ଉତ୍ପାଦନରେ ଭାରତର ଅଂଶ ବହୁଗୁଣିତ ହୋଇଛି ବୋଲି ସେ ସୂଚନା ଦେଇଛନ୍ତି । ୨୦୧୪ ରେ ଭାରତର ଇଲେକ୍ଟ୍ରୋନିକ୍ସ ଉତ୍ପାଦନ ୩୦ ବିଲିୟନ ଡଲାରରୁ କମ୍ ଥିଲା, ଯାହା ଆଜି ୧୦୦ ବିଲିୟନ ଡଲାର ଅତିକ୍ରମ କରିଛି । ଗତ ୨ ବର୍ଷରେ ଇଲେକ୍ଟ୍ରୋନିକ୍ସ ଏବଂ ମୋବାଇଲ୍ ଉପକରଣ ଗୁଡିକର ରପ୍ତାନି ଦ୍ୱିଗୁଣିତ ହୋଇଛି ।

 

୨୦୧୪  ପରେ ଭାରତରେ ବୈଷୟିକ ବିକାଶ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ୨୦୧୪ ପୂର୍ବରୁ ଭାରତରେ କେବଳ ଦୁଇଟି ମୋବାଇଲ୍ ଉତ୍ପାଦନ ୟୁନିଟ୍ ଥିବାବେଳେ ଆଜି ଏହି ସଂଖ୍ୟା ୨୦୦ ରୁ ଅଧିକ ହୋଇ ଯାଇଛି । ସେ ଆହୁରି ମଧ୍ୟ ସୂଚନା ଦେଇଛନ୍ତି ଯେ ଦେଶରେ ବ୍ରଡବ୍ୟାଣ୍ଡ ବ୍ୟବହାରକାରୀ ମାନଙ୍କ ସଂଖ୍ୟା ବୃଦ୍ଧି ପାଇଛି । ୬ କୋଟିରୁ ୮୦ କୋଟି ପର୍ଯ୍ୟନ୍ତ ଇଣ୍ଟରନେଟ୍ ସଂଯୋଗ ସଂଖ୍ୟା ଆଜି ୨୫ କୋଟିରୁ ୮୫ କୋଟିରୁ ଅଧିକ ହୋଇଛି । ଏହି ପରିସଂଖ୍ୟାନ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ଯେ ଏହା କେବଳ ଭାରତର ଅଗ୍ରଗତି ନୁହେଁ ବରଂ ଦେଶରେ ବ୍ୟବସାୟ ବୃଦ୍ଧି ପାଇଁ ଏକ ସୂଚକ ଅଟେ । ଶ୍ରୀ ମୋଦୀ ସେମିକନ୍ ଇଣ୍ଡଷ୍ଟ୍ରିର ଅଭିବୃଦ୍ଧିର ଲକ୍ଷ୍ୟରେ ଭାରତର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଥିଲେ ।

“ବିଶ୍ୱ ଆଜି ଉଦ୍ୟୋଗ ୪.୦ ବିପ୍ଳବକୁ ଦେଖୁଛି” ବୋଲି ଶ୍ରୀ ମୋଦୀ ମନ୍ତବ୍ୟ ଦେଇ କହିଛନ୍ତି ଯେ ବିଶ୍ୱର ଯେକୌଣସି ଶିଳ୍ପ ବିପ୍ଳବର ଆଧାର ହେଉଛି ସେହି ନିର୍ଦ୍ଦିଷ୍ଟ କ୍ଷେତ୍ରର ଲୋକ ମାନଙ୍କର ଆକାଂକ୍ଷା । ପ୍ରଧାନମନ୍ତ୍ରୀ  ଉଦ୍ୟୋଗ ୪.୦ ବିପ୍ଳବ ଏବଂ ଭାରତୀୟ ଆକାଂକ୍ଷା ମଧ୍ୟରେ ଏକ ଅନୁରୂପ ଚିତ୍ର ଆଙ୍କି କହିଛନ୍ତି ଯେ, “ଅତୀତରେ ଶିଳ୍ପ ବିପ୍ଳବ ଏବଂ ଆମେରିକୀୟ ସ୍ୱପ୍ନର ସମାନ ସମ୍ପର୍କ ଥିଲା” । ସେ କହିଛନ୍ତି ଯେ ଭାରତୀୟ ଆକାଂକ୍ଷା ହେଉଛି ଭାରତର ବିକାଶର ଏକ ପ୍ରେରଣା ଶକ୍ତି ।

ନିକଟରେ ହୋଇଥିବା ରିପୋର୍ଟ ଉପରେ ସେ ମତ ଦେଇ କହିଛନ୍ତି ,  ଯେଉଁଥିରେ ଦର୍ଶାଯାଇଛି ଯେ ଦାରିଦ୍ର‌୍ୟ ଅତି ଦ୍ରୁତ ଗତିରେ ହ୍ରାସ ପାଉଛି ଯାହା ଫଳରେ ଦେଶରେ ଏକ ନବ- ମଧ୍ୟବିତ୍ତ ଶ୍ରେଣୀର ଆବିର୍ଭାବ ହେଉଛି । ବୈଷୟିକ ଅନୁକୂଳ ପ୍ରକୃତି ଏବଂ ପ୍ରଯୁକ୍ତି ବିଦ୍ୟା ଗ୍ରହଣ ପାଇଁ ଭାରତୀୟ ଲୋକ ମାନଙ୍କର ଆଗ୍ରହକୁ ଲକ୍ଷ୍ୟ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଶସ୍ତା ଡାଟା ଦର, ଗୁଣାତ୍ମକ ଡିଜିଟାଲ୍ ଭିତ୍ତିଭୂମି ଏବଂ ଗ୍ରାମ ଗୁଡିକରେ ବିଦ୍ୟୁତ୍ ଯୋଗାଣ ଡିଜିଟାଲ୍ ଉତ୍ପାଦର ବ୍ୟବହାରକୁ ବୃଦ୍ଧି କରିବାରେ ଲାଗିଛି । ସ୍ୱାସ୍ଥ୍ୟ ହେଉ, କୃଷି ହେଉ କିମ୍ବା ଲଜିଷ୍ଟିକ୍ସ ହେଉ, ସ୍ମାର୍ଟ ଟେକ୍ନୋଲୋଜିର ବ୍ୟବହାର ଦିଗରେ ଭାରତ କାର୍ଯ୍ୟ କରୁଛି ବୋଲି ଶ୍ରୀ ମୋଦୀ କହିଛନ୍ତି । ସେ ଉଲ୍ଲେଖ କରିଛନ୍ତି ଯେ,  ଭାରତରେ ଏପରି କିଛି ଲୋକ ଅଛନ୍ତି ଯେଉଁମାନେ ହୁଏତ ଏକ ଆବଶ୍ୟକ ଗୃହ ଉପକରଣ ବ୍ୟବହାର କରିନାହାଁନ୍ତି , କିନ୍ତୁ ପରସ୍ପର ସହ ସଂଯୁକ୍ତ ସ୍ମାର୍ଟ ଉପକରଣ ଗୁଡିକର ବ୍ୟବହାର କରିବାକୁ ଯାଉଛନ୍ତି । ସେହିଭଳି ପ୍ରଧାନମନ୍ତ୍ରୀ କହିଛନ୍ତି, ଏକ ନିର୍ଦ୍ଦିଷ୍ଟ ଛାତ୍ର ଜନସଂଖ୍ୟା ହୁଏତ ପୂର୍ବରୁ ସାଇକେଲ ବ୍ୟବହାର କରିନଥାନ୍ତେ, କିନ୍ତୁ ସେମାନେ ଆଜି ସ୍ମାର୍ଟ ଇଲେକ୍ଟ୍ରିକ୍ ବାଇକ୍ ବ୍ୟବହାର କରିବାକୁ ପ୍ରାଥମିକତା ଦେଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଭାରତର ବୃଦ୍ଧି ପାଉଥିବା ନବ- ମଧ୍ୟବିତ୍ତ ଶ୍ରେଣୀ ଭାରତୀୟ ଆକାଂକ୍ଷାର ଶକ୍ତି ପାଲଟିଛି ।  ସେ କହିଛନ୍ତି ଯେ ଚିପ୍ ତିଆରି ଶିଳ୍ପ ସୁଯୋଗରେ ପରିପୂର୍ଣ୍ଣ ଏକ ବଜାର ଏବଂ ସେ ବିଶ୍ୱାସ ବ୍ୟକ୍ତ କରିଛନ୍ତି ଯେ ଯେଉଁମାନେ ଶୀଘ୍ର ଆରମ୍ଭ କରନ୍ତି ସେମାନେ ଅନ୍ୟ ମାନଙ୍କ ତୁଳନାରେ ପ୍ରଥମ ପର୍ଯ୍ୟାୟ ଲାଭ କରିବାକୁ ବାଧ୍ୟ ଅଟନ୍ତି ।

ମହାମାରୀର ପାର୍ଶ୍ୱ ପ୍ରତିକ୍ରିୟା ଏବଂ ରୁଷ - ୟୁକ୍ରେନ ଯୁଦ୍ଧ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବିଶ୍ୱକୁ ଏକ ବିଶ୍ୱସ୍ତ ଯୋଗାଣ ଶୃଙ୍ଖଳା ଆବଶ୍ୟକ । ସେ କହିଛନ୍ତି, “ବିଶ୍ୱର ବୃହତ୍ତମ ଗଣତନ୍ତ୍ର ଅପେକ୍ଷା କିଏ ଅଧିକ ବିଶ୍ୱସ୍ତ ଅଂଶୀଦାର ହୋଇ ପାରିବ ? ଭାରତ ଉପରେ ବୃଦ୍ଧି ପାଉଥିବା ବିଶ୍ୱାସକୁ ନେଇ ସେ ଖୁସି ବ୍ୟକ୍ତ କରିଛନ୍ତି । “ଏକ ସ୍ଥିର, ଦାୟିତ୍ୱସମ୍ପନ୍ନ ଏବଂ ସଂସ୍କାର ଭିତ୍ତିକ ସରକାର ଥିବାରୁ ନିବେଶକମାନେ ଭାରତ ଉପରେ ବିଶ୍ୱାସ କରନ୍ତି । ପ୍ରତ୍ୟେକ କ୍ଷେତ୍ରରେ ଭିତ୍ତିଭୂମି ବିକାଶ ହେଉ ଥିବାରୁ ଉଦ୍ୟୋଗ ଜଗତର ଭାରତ ଉପରେ ବିଶ୍ୱାସ ରହିଛି । ଏଠାରେ ଟେକ୍ନୋଲୋଜି ବୃଦ୍ଧି ପାଉଥିବାରୁ ବୈଷୟିକ କ୍ଷେତ୍ର ଭାରତରେ ବିଶ୍ୱାସ କରେ । ଆମର ଏକ ବୃହତ ପ୍ରତିଭା ଭଣ୍ଡାର ଥିବାରୁ ସେମିକଣ୍ଡକ୍ଟର ଉଦ୍ୟୋଗ ଭାରତ ଉପରେ ବିଶ୍ୱାସ କରେ ବୋଲି ସେ କହିଛନ୍ତି । “ଦକ୍ଷ ଇଞ୍ଜିନିୟର୍ ଏବଂ ଡିଜାଇନର୍ ମାନେ ଆମର ଶକ୍ତି । ଯିଏ ଦୁନିଆର ସବୁଠାରୁ ସ୍ଫୁର୍ତ୍ତିଶୀଳ ଏବଂ ସମନ୍ୱିତ ବଜାରର ଅଂଶ ହେବାକୁ ଚାହୁଁଛନ୍ତି,  ସେମାନେ ଭାରତ ଉପରେ ବିଶ୍ୱାସ ରଖିଛନ୍ତି । ଯେତେବେଳେ ଆମେ ଆପଣଙ୍କୁ ଭାରତରେ ତିଆରି କରିବାକୁ କହିବୁ, ଏହା ମଧ୍ୟ ଅନ୍ତର୍ଭୁକ୍ତ କରେ , “ଚାଲ, ଭାରତ ପାଇଁ ତିଆରି କରିବା, ବିଶ୍ୱ ପାଇଁ ତିଆରି  କରିବା ।”

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ , ଭାରତ ଏହାର ବିଶ୍ୱସ୍ତରୀୟ ଦାୟିତ୍ୱକୁ ବୁଝେ ଏବଂ ବନ୍ଧୁ ଦେଶମାନଙ୍କ ସହିତ ଏକ ବିସ୍ତୃତ ରୋଡ୍ ମ୍ୟାପ୍ ଉପରେ କାର୍ଯ୍ୟ କରୁଛି । ସେଥିପାଇଁ ଭାରତ ଏକ ସ୍ଫୁର୍ତ୍ତିଶୀଳ ସେମିକଣ୍ଡକ୍ଟର ପାରିବେଶିକ ବ୍ୟବସ୍ଥା ନିର୍ମାଣ କରୁଛି । ନିକଟରେ ଜାତୀୟ କ୍ୱାଣ୍ଟମ୍ ମିଶନକୁ ଅନୁମୋଦନ କରା ଯାଇଥିଲା । ଏହା ବ୍ୟତୀତ, ନ୍ୟାସନାଲ୍ ରିସର୍ଚ୍ଚ ଫାଉଣ୍ଡେସନ୍ ବିଲ୍ ମଧ୍ୟ ସଂସଦରେ ଆଗତ ହେବାକୁ ଯାଉଛି । ଏକ ସେମିକଣ୍ଡକ୍ଟର ପାରିବେଶିକ ବ୍ୟବସ୍ଥା ସୃଷ୍ଟି କରିବାକୁ ଇଞ୍ଜିନିୟରିଂ ପାଠ୍ୟକ୍ରମକୁ ନବୀକରଣ କରାଯାଉଛି । ସେ ସୂଚନା ଦେଇଛନ୍ତି ଯେ ଭାରତରେ ୩୦୦ ରୁ ଅଧିକ ପ୍ରତିଷ୍ଠିତ କଲେଜ ଚିହ୍ନଟ କରାଯାଇଛି ଯେଉଁଠାରେ ସେମିକଣ୍ଡକ୍ଟର ଉପରେ ପାଠ୍ୟକ୍ରମ ଉପଲବ୍ଧ ହେବ । ଚିପ୍ସ ଟୁ ଷ୍ଟାର୍ଟଅପ୍ ପ୍ରୋଗ୍ରାମ ଇଞ୍ଜିନିୟର ମାନଙ୍କୁ ସାହାଯ୍ୟ କରିବ । “ଆକଳନ କରାଯାଇଛି ଯେ ଆସନ୍ତା ୫ ବର୍ଷ ମଧ୍ୟରେ ଆମ ଦେଶରେ ଏକ ଲକ୍ଷରୁ ଅଧିକ ଡିଜାଇନ ଇଞ୍ଜିନିୟର ସୃଷ୍ଟି  ହେବାକୁ ଯାଉଛନ୍ତି । ଭାରତର ବୃଦ୍ଧି ପାଉଥିବା ଷ୍ଟାର୍ଟ ଅପ୍ ପାରିବେଶିକ ବ୍ୟବସ୍ଥା ମଧ୍ୟ ସେମିକଣ୍ଡକ୍ଟର କ୍ଷେତ୍ରକୁ ମଜବୁତ କରିବାକୁ ଯାଉଛି ବୋଲି ସେ କହିଛନ୍ତି ।

ଏକ କଣ୍ଡକ୍ଟର ଏବଂ ଇନସୁଲେଟରର ଅନୁରୂପ ପ୍ରଦାନ କରି , ଯେଉଁଠାରେ ଇନସୁଲେଟର ମାଧ୍ୟମରେ ନୁହେଁ, କଣ୍ଡକ୍ଟର ମାଧ୍ୟମରେ ଶକ୍ତି ଯାଇପାରିବ ବୋଲି ମତ ଦେବା ସହିତ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସେମିକଣ୍ଡକ୍ଟର ଶିଳ୍ପ ପାଇଁ ଏକ ଭଲ ଶକ୍ତି ପରିଚାଳକ ହେବା ପାଇଁ ଭାରତ ପ୍ରତ୍ୟେକ ଚେକ୍ ବକ୍ସକୁ ଟିକ୍ କରୁଛି । ଏହି କ୍ଷେତ୍ର ପାଇଁ ବିଦ୍ୟୁତର ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତାକୁ ଲକ୍ଷ୍ୟ କରି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ଭାରତର ସୌର ଶକ୍ତି ସ୍ଥାପିତ କ୍ଷମତା ଗତ ଦଶନ୍ଧିରେ ୨୦ ଗୁଣରୁ ଅଧିକ ବୃଦ୍ଧି ପାଇଛି ଏବଂ ୫୦୦ ଗିଗାୱାଟ ଅକ୍ଷୟ ଶକ୍ତି କ୍ଷମତାର ଏକ ନୂତନ ଲକ୍ଷ୍ୟ ଏହି ଦଶନ୍ଧି ଶେଷ ସୁଦ୍ଧା ହାସଲ କରିବାକୁ ସ୍ଥିର ହୋଇଛି । ସୌର ପିଭି ମଡ୍ୟୁଲ୍‌, ସବୁଜ ହାଇଡ୍ରୋଜେନ୍ ଏବଂ ଇଲେକ୍ଟ୍ରୋଲାଇଜର ଉତ୍ପାଦନ ପାଇଁ ନିଆ ଯାଇଥିବା ପ୍ରମୁଖ ପଦକ୍ଷେପ ଉପରେ ମଧ୍ୟ ସେ କହିଥିଲେ । ସେ କହିଛନ୍ତି ଯେ ଭାରତରେ ଚାଲିଥିବା ନୀତି ସଂସ୍କାର ସେମିକଣ୍ଡକ୍ଟର ପାରିବେଶିକ ବ୍ୟବସ୍ଥା ନିର୍ମାଣ ଉପରେ ସକାରାତ୍ମକ ପ୍ରଭାବ ପକାଇବ । ନୂତନ ଉତ୍ପାଦନ ଶିଳ୍ପ ପାଇଁ କାର୍ଯ୍ୟକାରୀ ହୋଇଥିବା ଅନେକ ଟିକସ ଛାଡ ବିଷୟରେ ସେ ସୂଚନା ଦେଇଛନ୍ତି ଏବଂ ଭାରତର ସର୍ବନିମ୍ନ କର୍ପୋରେଟ୍ ଟିକସ ହାର, ମୁଖହୀନ ଏବଂ ନିରବଚ୍ଛିନ୍ନ ଟିକସ ପ୍ରକ୍ରିୟା, ପୁରାତନ ନିୟମକୁ ରଦ୍ଦ କରିବା, ବ୍ୟବସାୟ କରିବାରେ ସହଜତା ବୃଦ୍ଧି ଏବଂ ସେମିକଣ୍ଡକ୍ଟର ଶିଳ୍ପ ପାଇଁ ବିଶେଷ ପ୍ରୋତ୍ସାହନ ବିଷୟରେ ଆଲୋକପାତ କରିଛନ୍ତି । ଶ୍ରୀ ମୋଦୀ କହିଛନ୍ତି ଯେ ଏହି ନିଷ୍ପତ୍ତି ଏବଂ ନୀତି ହେଉଛି ଏକ ପ୍ରତିଫଳନ ଯେ ଭାରତ ସେମିକଣ୍ଡକ୍ଟର ଶିଳ୍ପ ପାଇଁ ଲାଲ୍ ଗାଲିଚା ବିଛେଇବାକୁ ଯାଉଛି । “ଭାରତ ସଂସ୍କାର ପଥରେ ଆଗକୁ ବଢ଼ିବା ସହିତ ନୂତନ ସୁଯୋଗ ସୃଷ୍ଟି ହେବ । ସେମିକଣ୍ଡକ୍ଟର ନିବେଶ ପାଇଁ ଭାରତ ଏକ ଉତ୍କୃଷ୍ଟ କଣ୍ଡକ୍ଟର ପାଲଟିଛି ବୋଲି ସେ କହିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବିଶ୍ୱ ଯୋଗାଣ ଶୃଙ୍ଖଳା, କଞ୍ଚାମାଲ, ତାଲିମପ୍ରାପ୍ତ ମାନବ ଶକ୍ତି ଏବଂ ଯନ୍ତ୍ରପାତିର ଆବଶ୍ୟକତା ଭାରତ ବୁଝିଛି । “ଯେଉଁ କ୍ଷେତ୍ରରେ ଆମେ ଘରୋଇ ଖେଳାଳିଙ୍କ ସହ ଘନିଷ୍ଠ ଭାବରେ କାର୍ଯ୍ୟ କରିଛି, ତାହା ନୂତନ ଉଚ୍ଚତାକୁ ଛୁଇଁଛି । ମହାକାଶ କ୍ଷେତ୍ର ହେଉ କିମ୍ବା ଭୌଗୋଳିକ କ୍ଷେତ୍ର ହେଉ, ଆମେ ସବୁ ସ୍ଥାନରେ ଉତ୍କୃଷ୍ଟ ଫଳାଫଳ ପାଇଛୁ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି । ଗ୍ରହଣ କରାଯାଇଥିବା ମତାମତ ଆଧାରରେ ନିଆଯାଇଥିବା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ବିଷୟରେ ସେ ସୂଚନା ଦେଇଛନ୍ତି ।  ସେମିକନ୍ ଇଣ୍ଡିଆ କାର୍ଯ୍ୟକ୍ରମ ଅନୁସାରେ ବର୍ଦ୍ଧିତ ପ୍ରୋତ୍ସାହନ ବିଷୟରେ ସେ କହିଥିଲେ । ସେ ସ୍ପଷ୍ଟ କରିଛନ୍ତି ଯେ ବର୍ତ୍ତମାନ ଭାରତରେ ସେମିକଣ୍ଡକ୍ଟର ଉତ୍ପାଦନ ସୁବିଧା ସ୍ଥାପନ ପାଇଁ ଟେକ୍ନୋଲୋଜି ସଂସ୍ଥାଗୁଡ଼ିକୁ ୫୦ ପ୍ରତିଶତ ଅର୍ଥ ସହାୟତା ଦିଆଯିବ । ଦେଶର ସେମିକଣ୍ଡକ୍ଟର କ୍ଷେତ୍ରର ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ପାଇଁ ଆମେ ନିରନ୍ତର ନୀତି ସଂସ୍କାର କରୁଛୁ ବୋଲି ଶ୍ରୀ ମୋଦୀ କହିଛନ୍ତି ।

 

 

ଭାରତର ଜି୨୦ ବିଷୟ  ‘ଏକ ପୃଥିବୀ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତ’ ବିଷୟରେ ବିଚାର କରି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ଯେ ଭାରତକୁ ସେମିକଣ୍ଡକ୍ଟର ଉତ୍ପାଦନ କେନ୍ଦ୍ର କରିବା ପଛରେ ସମାନ ଭାବନା ପ୍ରୟୋଗ କରାଯାଇଛି । ସେ କହିଛନ୍ତି ଯେ ଭାରତ ଚାହୁଁଛି ଯେ ଏହାର ଦକ୍ଷତା, ସାମର୍ଥ୍ୟ ଏବଂ ସାମର୍ଥ୍ୟରୁ ସମଗ୍ର ବିଶ୍ୱ ଉପକୃତ ହେଉ । ବିଶ୍ୱର ମଙ୍ଗଳ  ଏବଂ ଏକ ଉନ୍ନତ ବିଶ୍ୱ ପାଇଁ ଭାରତର କ୍ଷମତାକୁ ବୃଦ୍ଧି କରିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି । ଏହି ଉଦ୍ୟମରେ ଅଂଶଗ୍ରହଣ, ପରାମର୍ଶ ଏବଂ ଚିନ୍ତାଧାରାକୁ ପ୍ରଧାନମନ୍ତ୍ରୀ ସ୍ୱାଗତ କରିବା ସହ ଶିଳ୍ପପତି ମାନଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ଭାରତ ସରକାର ପ୍ରତ୍ୟେକ ପଦକ୍ଷେପରେ ସେମାନଙ୍କ ସହ ଅଛନ୍ତି । ବକ୍ତବ୍ୟକୁ ଶେଷ କରି ପ୍ରଧାନମନ୍ତ୍ରୀ ଲାଲକିଲ୍ଲାରୁ ତାଙ୍କ ବକ୍ତବ୍ୟକୁ ମନେ ପକାଇ କହିଛନ୍ତି, “ଏହା ହେଉଛି ସମୟ । ଏହା ହେଉଛି ଉପଯୁକ୍ତ ସମୟ । କେବଳ ଭାରତ ନୁହେଁ , ସମଗ୍ର ବିଶ୍ୱ ପାଇଁ । ”

ଏହି ଉତ୍ସବରେ ଗୁଜରାଟର ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ପଟେଲ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି  କେନ୍ଦ୍ର ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ରାଜୀବ ଚନ୍ଦ୍ରଶେଖର, କ୍ୟାଡେନ୍ସର ସିଇଓ ଶ୍ରୀ ଅନିରୁଦ୍ଧ ଦେବଗନ୍‌, ଫକ୍ସକନ୍ ଅଧ୍ୟକ୍ଷ ଶ୍ରୀ ଯୁବ ଲିୟୁ ବେଦାନ୍ତର ଚେୟାରମ୍ୟାନ୍ ଶ୍ରୀ ଅନିଲ ଅଗ୍ରୱାଲ, ମାଇକ୍ରୋନ୍‌ର ସିଇଓ ଶ୍ରୀ ସଞ୍ଜୟ ମେହେରୋତ୍ରା, ଏଏମ୍‌ଡିର ସିଟିଓ, ଶ୍ରୀ ମାର୍କ ପେପରମାଷ୍ଟର ଏବଂ ସେମିକଣ୍ଡକ୍ଟର ପ୍ରଡକ୍ଟ ଗ୍ରୁପ୍ ଏଏମ୍‌ଏଟିର ଅଧ୍ୟକ୍ଷ ପ୍ରଭୁ ରାଜା ପ୍ରମୁଖ ଅନ୍ୟମାନଙ୍କ ମଧ୍ୟରେ ଯୋଗ ଦେଇଥିଲେ ।

ପୃଷ୍ଠଭୂମି

ସମ୍ମିଳନୀର ବିଷୟ ବସ୍ତୁ ହେଉଛି ‘ଭାରତର ସେମିକଣ୍ଡକ୍ଟର ପାରିବେଶିକ ବ୍ୟବସ୍ଥାକୁ ଉତ୍‌ପ୍ରେରିତ କରିବା’ । ଶିଳ୍ପ, ଏକାଡେମୀ ଏବଂ ଅନୁସନ୍ଧାନ ପ୍ରତିଷ୍ଠାନରୁ ବିଶ୍ୱସ୍ତରୀୟ ନେତା ମାନଙ୍କୁ ଏକତ୍ର କରିବାକୁ ଏହା ଲକ୍ଷ୍ୟ ରଖିଛି । ଏହା ଭାରତର ସେମିକଣ୍ଡକ୍ଟର ରଣନୀତି ଏବଂ ନୀତି ପ୍ରଦର୍ଶନ କରେ ଯାହା ଭାରତକୁ ସେମିକଣ୍ଡକ୍ଟର ଡିଜାଇନ୍‌, ଉତ୍ପାଦନ ଏବଂ ପ୍ରଯୁକ୍ତି ବିଦ୍ୟା ବିକାଶ ପାଇଁ ଏକ ବିଶ୍ୱସ୍ତରୀୟ କେନ୍ଦ୍ର କରିବାକୁ କଳ୍ପନା କରେ । ସେମିକନ୍ ଇଣ୍ଡିଆ ୨୦୨୩ ରେ ମାଇକ୍ରୋନ୍ ଟେକ୍ନୋଲୋଜି, ଆପ୍ଲାଏଡ୍ ସାମଗ୍ରୀ, ଫକ୍ସକନ୍‌, ଏସ୍‌ଇଏମ୍‌ଆଇ, କ୍ୟାଡେନ୍ସ, ଏବଂ ଏଏମ୍‌ଡି ଭଳି ପ୍ରମୁଖ କମ୍ପାନୀ ଗୁଡିକର ପ୍ରତିନିଧି ମାନେ ଯୋଗ ଦେଇଛନ୍ତି ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ପ୍ରତ୍ୟେକ ଭାରତୀୟଙ୍କ ରକ୍ତ ତାତିଛି  : 'ମନ କୀ ବାତ' ରେ ପ୍ରଧାନମନ୍ତ୍ରୀ ମୋଦୀ

ଲୋକପ୍ରିୟ ଅଭିଭାଷଣ

ପ୍ରତ୍ୟେକ ଭାରତୀୟଙ୍କ ରକ୍ତ ତାତିଛି : 'ମନ କୀ ବାତ' ରେ ପ୍ରଧାନମନ୍ତ୍ରୀ ମୋଦୀ
India’s Urban Growth Broadens: Dun & Bradstreet’s City Vitality Index Highlights New Economic Frontiers

Media Coverage

India’s Urban Growth Broadens: Dun & Bradstreet’s City Vitality Index Highlights New Economic Frontiers
NM on the go

Nm on the go

Always be the first to hear from the PM. Get the App Now!
...
Today, the world sees the Indian Growth Model as a model of hope: PM Modi
November 17, 2025
India is eager to become developed, India is eager to become self-reliant: PM
India is not just an emerging market, India is also an emerging model: PM
Today, the world sees the Indian Growth Model as a model of hope: PM
We are continuously working on the mission of saturation; Not a single beneficiary should be left out from the benefits of any scheme: PM
In our new National Education Policy, we have given special emphasis to education in local languages: PM

विवेक गोयनका जी, भाई अनंत, जॉर्ज वर्गीज़ जी, राजकमल झा, इंडियन एक्सप्रेस ग्रुप के सभी अन्य साथी, Excellencies, यहां उपस्थित अन्य महानुभाव, देवियों और सज्जनों!

आज हम सब एक ऐसी विभूति के सम्मान में यहां आए हैं, जिन्होंने भारतीय लोकतंत्र में, पत्रकारिता, अभिव्यक्ति और जन आंदोलन की शक्ति को नई ऊंचाई दी है। रामनाथ जी ने एक Visionary के रूप में, एक Institution Builder के रूप में, एक Nationalist के रूप में और एक Media Leader के रूप में, Indian Express Group को, सिर्फ एक अखबार नहीं, बल्कि एक Mission के रूप में, भारत के लोगों के बीच स्थापित किया। उनके नेतृत्व में ये समूह, भारत के लोकतांत्रिक मूल्यों और राष्ट्रीय हितों की आवाज़ बना। इसलिए 21वीं सदी के इस कालखंड में जब भारत विकसित होने के संकल्प के साथ आगे बढ़ रहा है, तो रामनाथ जी की प्रतिबद्धता, उनके प्रयास, उनका विजन, हमारी बहुत बड़ी प्रेरणा है। मैं इंडियन एक्सप्रेस ग्रुप का आभार व्यक्त करता हूं कि आपने मुझे इस व्याख्यान में आमंत्रित किया, मैं आप सभी का अभिनंदन करता हूं।

साथियों,

रामनाथ जी गीता के एक श्लोक से बहुत प्रेरणा लेते थे, सुख दुःखे समे कृत्वा, लाभा-लाभौ जया-जयौ। ततो युद्धाय युज्यस्व, नैवं पापं अवाप्स्यसि।। अर्थात सुख-दुख, लाभ-हानि और जय-पराजय को समान भाव से देखकर कर्तव्य-पालन के लिए युद्ध करो, ऐसा करने से तुम पाप के भागी नहीं बनोगे। रामनाथ जी आजादी के आंदोलन के समय कांग्रेस के समर्थक रहे, बाद में जनता पार्टी के भी समर्थक रहे, फिर जनसंघ के टिकट पर चुनाव भी लड़ा, विचारधारा कोई भी हो, उन्होंने देशहित को प्राथमिकता दी। जिन लोगों ने रामनाथ जी के साथ वर्षों तक काम किया है, वो कितने ही किस्से बताते हैं जो रामनाथ जी ने उन्हें बताए थे। आजादी के बाद जब हैदराबाद और रजाकारों को उसके अत्याचार का विषय आया, तो कैसे रामनाथ जी ने सरदार वल्‍लभभाई पटेल की मदद की, सत्तर के दशक में जब बिहार में छात्र आंदोलन को नेतृत्व की जरूरत थी, तो कैसे नानाजी देशमुख के साथ मिलकर रामनाथ जी ने जेपी को उस आंदोलन का नेतृत्व करने के लिए तैयार किया। इमरजेंसी के दौरान, जब रामनाथ जी को इंदिऱा गांधी के सबसे करीबी मंत्री ने बुलाकर धमकी दी कि मैं तुम्हें जेल में डाल दूंगा, तो इस धमकी के जवाब में रामनाथ जी ने पलटकर जो कहा था, ये सब इतिहास के छिपे हुए दस्तावेज हैं। कुछ बातें सार्वजनिक हुई, कुछ नहीं हुई हैं, लेकिन ये बातें बताती हैं कि रामनाथ जी ने हमेशा सत्य का साथ दिया, हमेशा कर्तव्य को सर्वोपरि रखा, भले ही सामने कितनी ही बड़ी ताकत क्‍यों न हो।

साथियों,

रामनाथ जी के बारे में कहा जाता था कि वे बहुत अधीर थे। अधीरता, Negative Sense में नहीं, Positive Sense में। वो अधीरता जो परिवर्तन के लिए परिश्रम की पराकाष्ठा कराती है, वो अधीरता जो ठहरे हुए पानी में भी हलचल पैदा कर देती है। ठीक वैसे ही, आज का भारत भी अधीर है। भारत विकसित होने के लिए अधीर है, भारत आत्मनिर्भर होने के लिए अधीर है, हम सब देख रहे हैं, इक्कीसवीं सदी के पच्चीस साल कितनी तेजी से बीते हैं। एक से बढ़कर एक चुनौतियां आईं, लेकिन वो भारत की रफ्तार को रोक नहीं पाईं।

साथियों,

आपने देखा है कि बीते चार-पांच साल कैसे पूरी दुनिया के लिए चुनौतियों से भरे रहे हैं। 2020 में कोरोना महामारी का संकट आया, पूरे विश्व की अर्थव्यवस्थाएं अनिश्चितताओं से घिर गईं। ग्लोबल सप्लाई चेन पर बहुत बड़ा प्रभाव पड़ा और सारा विश्व एक निराशा की ओर जाने लगा। कुछ समय बाद स्थितियां संभलना धीरे-धीरे शुरू हो रहा था, तो ऐसे में हमारे पड़ोसी देशों में उथल-पुथल शुरू हो गईं। इन सारे संकटों के बीच, हमारी इकॉनमी ने हाई ग्रोथ रेट हासिल करके दिखाया। साल 2022 में यूरोपियन क्राइसिस के कारण पूरे दुनिया की सप्लाई चेन और एनर्जी मार्केट्स प्रभावित हुआ। इसका असर पूरी दुनिया पर पड़ा, इसके बावजूद भी 2022-23 में हमारी इकोनॉमी की ग्रोथ तेजी से होती रही। साल 2023 में वेस्ट एशिया में स्थितियां बिगड़ीं, तब भी हमारी ग्रोथ रेट तेज रही और इस साल भी जब दुनिया में अस्थिरता है, तब भी हमारी ग्रोथ रेट Seven Percent के आसपास है।

साथियों,

आज जब दुनिया disruption से डर रही है, भारत वाइब्रेंट फ्यूचर के Direction में आगे बढ़ रहा है। आज इंडियन एक्सप्रेस के इस मंच से मैं कह सकता हूं, भारत सिर्फ़ एक emerging market ही नहीं है, भारत एक emerging model भी है। आज दुनिया Indian Growth Model को Model of Hope मान रहा है।

साथियों,

एक सशक्त लोकतंत्र की अनेक कसौटियां होती हैं और ऐसी ही एक बड़ी कसौटी लोकतंत्र में लोगों की भागीदारी की होती है। लोकतंत्र को लेकर लोग कितने आश्वस्त हैं, लोग कितने आशावादी हैं, ये चुनाव के दौरान सबसे अधिक दिखता है। अभी 14 नवंबर को जो नतीजे आए, वो आपको याद ही होंगे और रामनाथ जी का भी बिहार से नाता रहा था, तो उल्लेख बड़ा स्वाभाविक है। इन ऐतिहासिक नतीजों के साथ एक और बात बहुत अहम रही है। कोई भी लोकतंत्र में लोगों की बढ़ती भागीदारी को नजरअंदाज नहीं कर सकता। इस बार बिहार के इतिहास का सबसे अधिक वोटर टर्न-आउट रहा है। आप सोचिए, महिलाओं का टर्न-आउट, पुरुषों से करीब 9 परसेंट अधिक रहा। ये भी लोकतंत्र की विजय है।

साथियों,

बिहार के नतीजों ने फिर दिखाया है कि भारत के लोगों की आकांक्षाएं, उनकी Aspirations कितनी ज्यादा हैं। भारत के लोग आज उन राजनीतिक दलों पर विश्वास करते हैं, जो नेक नीयत से लोगों की उन Aspirations को पूरा करते हैं, विकास को प्राथमिकता देते हैं। और आज इंडियन एक्सप्रेस के इस मंच से मैं देश की हर राज्य सरकार को, हर दल की राज्य सरकार को बहुत विनम्रता से कहूंगा, लेफ्ट-राइट-सेंटर, हर विचार की सरकार को मैं आग्रह से कहूंगा, बिहार के नतीजे हमें ये सबक देते हैं कि आप आज किस तरह की सरकार चला रहे हैं। ये आने वाले वर्षों में आपके राजनीतिक दल का भविष्य तय करेंगे। आरजेडी की सरकार को बिहार के लोगों ने 15 साल का मौका दिया, लालू यादव जी चाहते तो बिहार के विकास के लिए बहुत कुछ कर सकते थे, लेकिन उन्होंने जंगलराज का रास्ता चुना। बिहार के लोग इस विश्वासघात को कभी भूल नहीं सकते। इसलिए आज देश में जो भी सरकारें हैं, चाहे केंद्र में हमारी सरकार है या फिर राज्यों में अलग-अलग दलों की सरकारें हैं, हमारी सबसे बड़ी प्राथमिकता सिर्फ एक होनी चाहिए विकास, विकास और सिर्फ विकास। और इसलिए मैं हर राज्य सरकार को कहता हूं, आप अपने यहां बेहतर इंवेस्टमेंट का माहौल बनाने के लिए कंपटीशन करिए, आप Ease of Doing Business के लिए कंपटीशन करिए, डेवलपमेंट पैरामीटर्स में आगे जाने के लिए कंपटीशन करिए, फिर देखिए, जनता कैसे आप पर अपना विश्वास जताती है।

साथियों,

बिहार चुनाव जीतने के बाद कुछ लोगों ने मीडिया के कुछ मोदी प्रेमियों ने फिर से ये कहना शुरू किया है भाजपा, मोदी, हमेशा 24x7 इलेक्शन मोड में ही रहते हैं। मैं समझता हूं, चुनाव जीतने के लिए इलेक्शन मोड नहीं, चौबीसों घंटे इलेक्शन मोड में रहना जरूरी होता है, इमोशनल मोड में रहना जरूरी होता है, इलेक्शन मोड में नहीं। जब मन के भीतर एक बेचैनी सी रहती है कि एक मिनट भी गंवाना नहीं है, गरीब के जीवन से मुश्किलें कम करने के लिए, गरीब को रोजगार के लिए, गरीब को इलाज के लिए, मध्यम वर्ग की आकांक्षाओं को पूरा करने के लिए, बस मेहनत करते रहना है। इस इमोशन के साथ, इस भावना के साथ सरकार लगातार जुटी रहती है, तो उसके नतीजे हमें चुनाव परिणाम के दिन दिखाई देते हैं। बिहार में भी हमने अभी यही होते देखा है।

साथियों,

रामनाथ जी से जुड़े एक और किस्से का मुझसे किसी ने जिक्र किया था, ये बात तब की है, जब रामनाथ जी को विदिशा से जनसंघ का टिकट मिला था। उस समय नानाजी देशमुख जी से उनकी इस बात पर चर्चा हो रही थी कि संगठन महत्वपूर्ण होता है या चेहरा। तो नानाजी देशमुख ने रामनाथ जी से कहा था कि आप सिर्फ नामांकन करने आएंगे और फिर चुनाव जीतने के बाद अपना सर्टिफिकेट लेने आ जाइएगा। फिर नानाजी ने पार्टी कार्यकर्ताओं के बल पर रामनाथ जी का चुनाव लड़ा औऱ उन्हें जिताकर दिखाया। वैसे ये किस्सा बताने के पीछे मेरा ये मतलब नहीं है कि उम्मीदवार सिर्फ नामांकन करने जाएं, मेरा मकसद है, भाजपा के अनगिनत कर्तव्य़ निष्ठ कार्यकर्ताओं के समर्पण की ओर आपका ध्यान आकर्षित करना।

साथियों,

भारतीय जनता पार्टी के लाखों-करोड़ों कार्यकर्ताओं ने अपने पसीने से भाजपा की जड़ों को सींचा है और आज भी सींच रहे हैं। और इतना ही नहीं, केरला, पश्चिम बंगाल, जम्मू-कश्मीर, ऐसे कुछ राज्यों में हमारे सैकड़ों कार्यकर्ताओं ने अपने खून से भी भाजपा की जड़ों को सींचा है। जिस पार्टी के पास ऐसे समर्पित कार्यकर्ता हों, उनके लिए सिर्फ चुनाव जीतना ध्येय नहीं होता, बल्कि वो जनता का दिल जीतने के लिए, सेवा भाव से उनके लिए निरंतर काम करते हैं।

साथियों,

देश के विकास के लिए बहुत जरूरी है कि विकास का लाभ सभी तक पहुंचे। दलित-पीड़ित-शोषित-वंचित, सभी तक जब सरकारी योजनाओं का लाभ पहुंचता है, तो सामाजिक न्याय सुनिश्चित होता है। लेकिन हमने देखा कि बीते दशकों में कैसे सामाजिक न्याय के नाम पर कुछ दलों, कुछ परिवारों ने अपना ही स्वार्थ सिद्ध किया है।

साथियों,

मुझे संतोष है कि आज देश, सामाजिक न्याय को सच्चाई में बदलते देख रहा है। सच्चा सामाजिक न्याय क्या होता है, ये मैं आपको बताना चाहता हूं। 12 करोड़ शौचालयों के निर्माण का अभियान, उन गरीब लोगों के जीवन में गरिमा लेकर के आया, जो खुले में शौच के लिए मजबूर थे। 57 करोड़ जनधन बैंक खातों ने उन लोगों का फाइनेंशियल इंक्लूजन किया, जिनको पहले की सरकारों ने एक बैंक खाते के लायक तक नहीं समझा था। 4 करोड़ गरीबों को पक्के घरों ने गरीब को नए सपने देखने का साहस दिया, उनकी रिस्क टेकिंग कैपेसिटी बढ़ाई है।

साथियों,

बीते 11 वर्षों में सोशल सिक्योरिटी पर जो काम हुआ है, वो अद्भुत है। आज भारत के करीब 94 करोड़ लोग सोशल सिक्योरिटी नेट के दायरे में आ चुके हैं। और आप जानते हैं 10 साल पहले क्या स्थिति थी? सिर्फ 25 करोड़ लोग सोशल सिक्योरिटी के दायरे में थे, आज 94 करोड़ हैं, यानि सिर्फ 25 करोड़ लोगों तक सरकार की सामाजिक सुरक्षा योजनाओं का लाभ पहुंच रहा था। अब ये संख्या बढ़कर 94 करोड़ पहुंच चुकी है और यही तो सच्चा सामाजिक न्याय है। और हमने सोशल सिक्योरिटी नेट का दायरा ही नहीं बढ़ाया, हम लगातार सैचुरेशन के मिशन पर काम कर रहे हैं। यानि किसी भी योजना के लाभ से एक भी लाभार्थी छूटे नहीं। और जब कोई सरकार इस लक्ष्य के साथ काम करती है, हर लाभार्थी तक पहुंचना चाहती है, तो किसी भी तरह के भेदभाव की गुंजाइश भी खत्म हो जाती है। ऐसे ही प्रयासों की वजह से पिछले 11 साल में 25 करोड़ लोगों ने गरीबी को परास्त करके दिखाया है। और तभी आज दुनिया भी ये मान रही है- डेमोक्रेसी डिलिवर्स।

साथियों,

मैं आपको एक और उदाहरण दूंगा। आप हमारे एस्पिरेशनल डिस्ट्रिक्ट प्रोग्राम का अध्ययन करिए, देश के सौ से अधिक जिले ऐसे थे, जिन्हें पहले की सरकारें पिछड़ा घोषित करके भूल गई थीं। सोचा जाता था कि यहां विकास करना बड़ा मुश्किल है, अब कौन सर खपाए ऐसे जिलों में। जब किसी अफसर को पनिशमेंट पोस्टिंग देनी होती थी, तो उसे इन पिछड़े जिलों में भेज दिया जाता था कि जाओ, वहीं रहो। आप जानते हैं, इन पिछड़े जिलों में देश की कितनी आबादी रहती थी? देश के 25 करोड़ से ज्यादा नागरिक इन पिछड़े जिलों में रहते थे।

साथियों,

अगर ये पिछड़े जिले पिछड़े ही रहते, तो भारत अगले 100 साल में भी विकसित नहीं हो पाता। इसलिए हमारी सरकार ने एक नई रणनीति के साथ काम करना शुरू किया। हमने राज्य सरकारों को ऑन-बोर्ड लिया, कौन सा जिला किस डेवलपमेंट पैरामीटर में कितनी पीछे है, उसकी स्टडी करके हर जिले के लिए एक अलग रणनीति बनाई, देश के बेहतरीन अफसरों को, ब्राइट और इनोवेटिव यंग माइंड्स को वहां नियुक्त किया, इन जिलों को पिछड़ा नहीं, Aspirational माना और आज देखिए, देश के ये Aspirational Districts, कितने ही डेवलपमेंट पैरामीटर्स में अपने ही राज्यों के दूसरे जिलों से बहुत अच्छा करने लगे हैं। छत्तीसगढ़ का बस्तर, वो आप लोगों का तो बड़ा फेवरेट रहा है। एक समय आप पत्रकारों को वहां जाना होता था, तो प्रशासन से ज्यादा दूसरे संगठनों से परमिट लेनी होती थी, लेकिन आज वही बस्तर विकास के रास्ते पर बढ़ रहा है। मुझे नहीं पता कि इंडियन एक्सप्रेस ने बस्तर ओलंपिक को कितनी कवरेज दी, लेकिन आज रामनाथ जी ये देखकर बहुत खुश होते कि कैसे बस्तर में अब वहां के युवा बस्तर ओलंपिक जैसे आयोजन कर रहे हैं।

साथियों,

जब बस्तर की बात आई है, तो मैं इस मंच से नक्सलवाद यानि माओवादी आतंक की भी चर्चा करूंगा। पूरे देश में नक्सलवाद-माओवादी आतंक का दायरा बहुत तेजी से सिमट रहा है, लेकिन कांग्रेस में ये उतना ही सक्रिय होता जा रहा था। आप भी जानते हैं, बीते पांच दशकों तक देश का करीब-करीब हर बड़ा राज्य, माओवादी आतंक की चपेट में, चपेट में रहा। लेकिन ये देश का दुर्भाग्य था कि कांग्रेस भारत के संविधान को नकारने वाले माओवादी आतंक को पालती-पोसती रही और सिर्फ दूर-दराज के क्षेत्रों में जंगलों में ही नहीं, कांग्रेस ने शहरों में भी नक्सलवाद की जड़ों को खाद-पानी दिया। कांग्रेस ने बड़ी-बड़ी संस्थाओं में अर्बन नक्सलियों को स्थापित किया है।

साथियों,

10-15 साल पहले कांग्रेस में जो अर्बन नक्सली, माओवादी पैर जमा चुके थे, वो अब कांग्रेस को मुस्लिम लीगी- माओवादी कांग्रेस, MMC बना चुके हैं। और मैं आज पूरी जिम्मेदारी से कहूंगा कि ये मुस्लिम लीगी- माओवादी कांग्रेस, अपने स्वार्थ में देशहित को तिलांजलि दे चुकी है। आज की मुस्लिम लीगी- माओवादी कांग्रेस, देश की एकता के सामने बहुत बड़ा खतरा बनती जा रही है।

साथियों,

आज जब भारत, विकसित बनने की एक नई यात्रा पर निकल पड़ा है, तब रामनाथ गोयनका जी की विरासत और भी प्रासंगिक है। रामनाथ जी ने अंग्रेजों की गुलामी से डटकर टक्कर ली, उन्होंने अपने एक संपादकीय में लिखा था, मैं अंग्रेज़ों के आदेश पर अमल करने के बजाय, अखबार बंद करना पसंद करुंगा। इसी तरह जब इमरजेंसी के रूप में देश को गुलाम बनाने की एक और कोशिश हुई, तब भी रामनाथ जी डटकर खड़े हो गए थे और ये वर्ष तो इमरजेंसी के पचास वर्ष पूरे होने का भी है। और इंडियन एक्सप्रेस ने 50 वर्ष पहले दिखाया है, कि ब्लैंक एडिटोरियल्स भी जनता को गुलाम बनाने वाली मानसिकता को चुनौती दे सकते हैं।

साथियों,

आज आपके इस सम्मानित मंच से, मैं गुलामी की मानसिकता से मुक्ति के इस विषय पर भी विस्तार से अपनी बात रखूंगा। लेकिन इसके लिए हमें 190 वर्ष पीछे जाना पड़ेगा। 1857 के सबसे स्वतंत्रता संग्राम से भी पहले, वो साल था 1835, 1835 में ब्रिटिश सांसद थॉमस बेबिंगटन मैकाले ने भारत को अपनी जड़ों से उखाड़ने के लिए एक बहुत बड़ा अभियान शुरू किया था। उसने ऐलान किया था, मैं ऐसे भारतीय बनाऊंगा कि वो दिखने में तो भारतीय होंगे लेकिन मन से अंग्रेज होंगे। और इसके लिए मैकाले ने भारतीय शिक्षा व्यवस्था में आमूलचूल परिवर्तन नहीं, बल्कि उसका समूल नाश कर दिया। खुद गांधी जी ने भी कहा था कि भारत की प्राचीन शिक्षा व्यवस्था एक सुंदर वृक्ष थी, जिसे जड़ से हटा कर नष्ट कर दिया।

साथियों,

भारत की शिक्षा व्यवस्था में हमें अपनी संस्कृति पर गर्व करना सिखाया जाता था, भारत की शिक्षा व्यवस्था में पढ़ाई के साथ ही कौशल पर भी उतना ही जोर था, इसलिए मैकाले ने भारत की शिक्षा व्यवस्था की कमर तोड़ने की ठानी और उसमें सफल भी रहा। मैकाले ने ये सुनिश्चित किया कि उस दौर में ब्रिटिश भाषा, ब्रिटिश सोच को ज्यादा मान्यता मिले और इसका खामियाजा भारत ने आने वाली सदियों में उठाया।

साथियों,

मैकाले ने हमारे आत्मविश्वास को तोड़ दिया दिया, हमारे भीतर हीन भावना का संचार किया। मैकाले ने एक झटके में हजारों वर्षों के हमारे ज्ञान-विज्ञान को, हमारी कला-संस्कृति को, हमारी पूरी जीवन शैली को ही कूड़ेदान में फेंक दिया था। वहीं पर वो बीज पड़े कि भारतीयों को अगर आगे बढ़ना है, अगर कुछ बड़ा करना है, तो वो विदेशी तौर तरीकों से ही करना होगा। और ये जो भाव था, वो आजादी मिलने के बाद भी और पुख्ता हुआ। हमारी एजुकेशन, हमारी इकोनॉमी, हमारे समाज की एस्पिरेशंस, सब कुछ विदेशों के साथ जुड़ गईं। जो अपना है, उस पर गौरव करने का भाव कम होता गया। गांधी जी ने जिस स्वदेशी को आज़ादी का आधार बनाया था, उसको पूछने वाला ही कोई नहीं रहा। हम गवर्नेंस के मॉडल विदेश में खोजने लगे। हम इनोवेशन के लिए विदेश की तरफ देखने लगे। यही मानसिकता रही, जिसकी वजह से इंपोर्टेड आइडिया, इंपोर्टेड सामान और सर्विस, सभी को श्रेष्ठ मानने की प्रवृत्ति समाज में स्थापित हो गई।

साथियों,

जब आप अपने देश को सम्मान नहीं देते हैं, तो आप स्वदेशी इकोसिस्टम को नकारते हैं, मेड इन इंडिया मैन्युफैक्चरिंग इकोसिस्टम को नकारते हैं। मैं आपको एक और उदाहरण, टूरिज्म की बात करता हूं। आप देखेंगे कि जिस भी देश में टूरिज्म फला-फूला, वो देश, वहां के लोग, अपनी ऐतिहासिक विरासत पर गर्व करते हैं। हमारे यहां इसका उल्टा ही हुआ। भारत में आज़ादी के बाद, अपनी विरासत को दुत्कारने के ही प्रयास हुए, जब अपनी विरासत पर गर्व नहीं होगा तो उसका संरक्षण भी नहीं होगा। जब संरक्षण नहीं होगा, तो हम उसको ईंट-पत्थर के खंडहरों की तरह ही ट्रीट करते रहेंगे और ऐसा हुआ भी। अपनी विरासत पर गर्व होना, टूरिज्म के विकास के लिए भी आवश्यक शर्त है।

साथियों,

ऐसे ही स्थानीय भाषाओं की बात है। किस देश में ऐसा होता है कि वहां की भाषाओं को दुत्कारा जाता है? जापान, चीन और कोरिया जैसे देश, जिन्होंने west के अनेक तौर-तरीके अपनाए, लेकिन भाषा, फिर भी अपनी ही रखी, अपनी भाषा पर कंप्रोमाइज नहीं किया। इसलिए, हमने नई नेशनल एजुकेशन पॉलिसी में स्थानीय भाषाओं में पढ़ाई पर विशेष बल दिया है और मैं बहुत स्पष्टता से कहूंगा, हमारा विरोध अंग्रेज़ी भाषा से नहीं है, हम भारतीय भाषाओं के समर्थन में हैं।

साथियों,

मैकाले द्वारा किए गए उस अपराध को 1835 में जो अपराध किया गया 2035, 10 साल के बाद 200 साल हो जाएंगे और इसलिए आज आपके माध्यम से पूरे देश से एक आह्वान करना चाहता हूं, अगले 10 साल में हमें संकल्प लेकर चलना है कि मैकाले ने भारत को जिस गुलामी की मानसिकता से भर दिया है, उस सोच से मुक्ति पाकर के रहेंगे, 10 साल हमारे पास बड़े महत्वपूर्ण हैं। मुझे याद है एक छोटी घटना, गुजरात में लेप्रोसी को लेकर के एक अस्पताल बन रहा था, तो वो सारे लोग महात्‍मा गांधी जी से मिले उसके उद्घाटन के लिए, तो महात्मा जी ने कहा कि मैं लेप्रोसी के अस्पताल के उद्घाटन के पक्ष में नहीं हूं, मैं नहीं आऊंगा, लेकिन ताला लगाना है, उस दिन मुझे बुलाना, मैं ताला लगाने आऊंगा। गांधी जी के रहते हुए उस अस्पताल को तो ताला नहीं लगा था, लेकिन गुजरात जब लेप्रोसी से मुक्त हुआ और मुझे उस अस्पताल को ताला लगाने का मौका मिला, जब मैं मुख्यमंत्री बना। 1835 से शुरू हुई यात्रा 2035 तक हमें खत्म करके रहना है जी, गांधी जी का जैसे सपना था कि मैं ताला लगाऊंगा, मेरा भी यह सपना है कि हम ताला लगाएंगे।

साथियों,

आपसे बहुत सारे विषयों पर चर्चा हो गई है। अब आपका मैं ज्यादा समय लेना नहीं चाहता हूं। Indian Express ग्रुप देश के हर परिवर्तन का, देश की हर ग्रोथ स्टोरी का साक्षी रहा है और आज जब भारत विकसित भारत के लक्ष्य को लेकर चल रहा है, तो भी इस यात्रा के सहभागी बन रहे हैं। मैं आपको बधाई दूंगा कि रामनाथ जी के विचारों को, आप सभी पूरी निष्ठा से संरक्षित रखने का प्रयास कर रहे हैं। एक बार फिर, आज के इस अद्भुत आयोजन के लिए आप सभी को मेरी ढेर सारी शुभकामनाएं। और, रामनाथ गोयनका जी को आदरपूर्वक मैं नमन करते हुए मेरी बात को विराम देता हूं। बहुत-बहुत धन्यवाद!