“ଗୋଟିଏ ବର୍ଷ ମଧ୍ୟରେ ପ୍ରଶ୍ନ ‘ଭାରତରେ କାହିଁକି ବିନିଯୋଗ କରିବା’ ରୁ ଭାରତରେ କାହିଁକି ନିବେଶ କରିବା ନାହିଁ ’ କୁ ବଦଳି ଯାଇଛି
ଯେଉଁ ଲୋକମାନେ ନିଜ ସ୍ୱପ୍ନକୁ ଭାରତର ସାମର୍ଥ୍ୟ ସହିତ ଯୋଡିଥାନ୍ତି ସେମାନଙ୍କୁ ଭାରତ ନିରାଶ କରେ ନାହିଁ ”
ଗଣତନ୍ତ୍ର, ଜନସଂଖ୍ୟା ଏବଂ ଲାଭାଂଶ ଭାରତରେ ବ୍ୟବସାୟ ଗୁଡିକୁ ଦ୍ୱିଗୁଣିତ ଏବଂ ତିନି ଗୁଣ କରିବ ”
ସ୍ୱାସ୍ଥ୍ୟ ହେଉ, କୃଷି ହେଉ କିମ୍ବା ଲଜିଷ୍ଟିକ୍ସ ହେଉ, ସ୍ମାର୍ଟ ଟେକ୍ନୋଲୋଜିର ବ୍ୟବହାର ପାଇଁ ଭାରତ କାର୍ଯ୍ୟ କରୁଛି ”
“ବିଶ୍ୱ ଏକ ନିର୍ଭରଯୋଗ୍ୟ ଯୋଗାଣ ଶୃଙ୍ଖଳା ଆବଶ୍ୟକ କରେ । ବିଶ୍ୱର ବୃହତ୍ତମ ଗଣତନ୍ତ୍ର ଅପେକ୍ଷା କିଏ ଅଧିକ ବିଶ୍ୱସ୍ତ ଭାଗୀଦାର ହୋଇ ପାରିବ ”
“ସେମିକଣ୍ଡକ୍ଟର ନିବେଶ ପାଇଁ ଭାରତ ଏକ ଉତ୍କୃଷ୍ଟ ମାଧ୍ୟମ ପାଲଟିଛି ”
“ଭାରତ ଏହାର ବିଶ୍ୱସ୍ତରୀୟ ଦାୟିତ୍ୱକୁ ବୁଝିଥାଏ ଏବଂ ବନ୍ଧୁ ଦେଶ ମାନଙ୍କ ସହିତ ଏକ ବିସ୍ତୃତ ରୋଡ୍ ମ୍ୟାପ୍ ଉପରେ କାର୍ଯ୍ୟ କରୁଛି”

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର ଗାନ୍ଧିନଗରର ମହାତ୍ମା ମନ୍ଦିରରେ ସେମିକନ୍ ଇଣ୍ଡିଆ ୨୦୨୩ ର ଉଦଘାଟନ କରିଛନ୍ତି । ସମ୍ମିଳନୀର ବିଷୟବସ୍ତୁ ହେଉଛି ‘ଭାରତର ସେମିକଣ୍ଡକ୍ଟର ପାରିବେଶିକ ବ୍ୟବସ୍ଥାର ଉତ୍‌ପ୍ରେରିତ କରିବା’ । ଏହା ଭାରତର ସେମିକଣ୍ଡକ୍ଟର ରଣନୀତି ଏବଂ ନୀତିକୁ ପ୍ରଦର୍ଶିତ କରେ, ଯାହା ଭାରତକୁ ସେମିକଣ୍ଡକ୍ଟର ଡିଜାଇନ୍‌, ଉତ୍ପାଦନ ଏବଂ ପ୍ରଯୁକ୍ତି  ବିକାଶ ପାଇଁ ଏକ ବିଶ୍ୱସ୍ତରୀୟ କେନ୍ଦ୍ର କରିବାକୁ କଳ୍ପନା କରେ ।

 

ଏହି ଅବସରରେ ଉଦ୍ୟୋଗ ଜଗତର ନେତାମାନେ  ନିଜର ମତ ରଖିଥିଲେ । ଏସ୍‌ଇଏମ୍‌ଆଇର ଅଧ୍ୟକ୍ଷ ତଥା ସିଇଓ ଶ୍ରୀ ଅଜିତ ମିନୋଚା କହିଛନ୍ତି ଯେ ଭାରତର ଇତିହାସରେ ପ୍ରଥମ ଥର ପାଇଁ ଭୂ- ରାଜନୀତି, ଘରୋଇ ରାଜନୀତି ଏବଂ ଘରୋଇ ଗୁପ୍ତ କ୍ଷମତା ସେମିକଣ୍ଡକ୍ଟର ଉତ୍ପାଦନରେ ଖେଳାଳୀ ହେବା ପାଇଁ ଭାରତ ସପକ୍ଷରେ ଏକଜୁଟ ହୋଇ ଯାଇଛନ୍ତି । ସେ କହିଛନ୍ତି ମାଇକ୍ରୋନ୍ ଦ୍ୱାରା କରାଯାଇଥିବେ  ନିବେଶ ଭାରତରେ ଇତିହାସ ସୃଷ୍ଟି କରୁଛି ଏବଂ ଅନ୍ୟ ମାନଙ୍କ ଅନୁସରଣ ପାଇଁ ମଞ୍ଚ ସ୍ଥିର କରିବ ।  ସେ କହିଛନ୍ତି ଯେ , ସେମିକଣ୍ଡକ୍ଟର ପାରିବେଶିକ ବ୍ୟବସ୍ଥାକୁ ବୁଝୁଥିବା ନେତୃତ୍ୱ ହିଁ ବର୍ତ୍ତମାନର ବ୍ୟବସ୍ଥାକୁ ଭିନ୍ନ କରିଥାଏ । ସେ କହିଛନ୍ତି ଯେ ଏସିଆର ଇତିହାସରେ ସେମିକଣ୍ଡକ୍ଟର କ୍ଷେତ୍ରରେ  ଭାରତ ପରବର୍ତ୍ତୀ ଶକ୍ତି କେନ୍ଦ୍ର ହେବ ।

ନିକଟରେ ହ୍ୱାଇଟ ହାଉସରେ ପ୍ରଧାନମନ୍ତ୍ରୀଙ୍କ ସହ ସିଇଓ ଏଏମଡିଙ୍କର ବୈଠକକୁ ଶ୍ରୀ ମାର୍କ ପେପରମାଷ୍ଟର, ଇଭିପି ଏବଂ ସିଟିଓ ଏଏମ୍‌ଡି ମନେ ପକାଇଛନ୍ତି । ଆସନ୍ତା ୫ ବର୍ଷରେ ଏଏମ୍‌ଡି ପ୍ରାୟ ୪୦୦ ମିଲିୟନ୍ ଡଲାର ନିବେଶ କରିବ ବୋଲି ସେ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ଏଏମ୍‌ଡି ଏହାର ଗବେଷଣା ଏବଂ ବିକାଶ  କ୍ଷମତା ସମୂହକୁ ବୃଦ୍ଧି କରିବ । ସେ କହିଛନ୍ତି ଯେ, “ଆମେ ବେଙ୍ଗାଲୁରୁ ଠାରେ ଆମର ସର୍ବ ବୃହତ ଡିଜାଇନ କେନ୍ଦ୍ର ନିର୍ମାଣ କରିବୁ ।

ସେମିକଣ୍ଡକ୍ଟର ପ୍ରଡକ୍ଟ ଗ୍ରୁପ୍ ଆପ୍ଲାଏଡ୍ ମ୍ୟାଟେରିଆଲର ଅଧ୍ୟକ୍ଷ ଡଃ ପ୍ରଭୁ ରାଜ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କର ମଜଭୁତ ଦୃଷ୍ଟିକୋଣରୁ ଭାରତ ବିଶ୍ୱ ସେମିକଣ୍ଡକ୍ଟର ଉାଦ୍ୟାଗ କ୍ଷେତ୍ରରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବାକୁ ପ୍ରସ୍ତୁତ ଅଛନ୍ତି । ସେ କହିଛନ୍ତି ଯେ , ଆମେ ଦୃଢ଼ ଭାବରେ ବିଶ୍ୱାସ କରୁଛୁ ଯେ ଏହା ହେଉଛି ଭାରତର ଉଜ୍ଜ୍ୱଳ ସମୟ । କୌଣସି କମ୍ପାନୀ କିମ୍ବା ଦେଶ ଏକାକୀ ଏହି କ୍ଷେତ୍ରର ଆହ୍ୱାନ ଗୁଡିକ ଦୂର କରି ପାରିବେ ନାହିଁ । ଏହି କ୍ଷେତ୍ରରେ ସହଯୋଗୀ ଭାଗିଦାରୀ ପାଇଁ ଏହା ହେଉଛି ପ୍ରକୃଷ୍ଟ ସମୟ । ଏହି ନୂତନ ସହଯୋଗୀ ମଡେଲ ଆମକୁ ଏହି କ୍ଷେତ୍ରର ଅନୁକ୍ରମଣିକା ହେବାରେ ସକ୍ଷମ କରିପାରେ ବୋଲି ସେ ଗୁରୁତ୍ୱାରୋପ କରିଛନ୍ତି । ସେ କହିଛନ୍ତି, “ଭାରତର ସେମିକଣ୍ଡକ୍ଟର ଦୃଷ୍ଟିକୋଣରେ ଆମକୁ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର ବୋଲି ବିବେଚନା କରି ଥିବାରୁ ମୁଁ ଆପଣଙ୍କୁ ଧନ୍ୟବାଦ ଜଣାଉଛି ।”

 

କ୍ୟାଡେନ୍ସର ଅଧ୍ୟକ୍ଷ  ତଥା ସିଇଓ ଶ୍ରୀ ଅନିରୁଦ୍ଧ ଦେବଗନ କହିଛନ୍ତି ଯେ ଭାରତରେ ସେମିକଣ୍ଡକ୍ଟରରେ ପୁଞ୍ଜି ବିନିଯୋଗ କରିବା ପ୍ରକୃତରେ ଭଲ । ସରକାର ସମଗ୍ର ପାରିବେଶିକ ବ୍ୟବସ୍ଥାରେ ନିବେଶ କରୁଛନ୍ତି ବୋଲି ସେ ଖୁସି ବ୍ୟକ୍ତ କରିଛନ୍ତି ।

ବେଦାନ୍ତ ଗ୍ରୁପ୍‌ର ଅଧ୍ୟକ୍ଷ ଶ୍ରୀ ଅନୀଲ ଅଗ୍ରୱାଲ କହିଛନ୍ତି ଯେ ବିଶେଷଜ୍ଞମାନେ ଏହା ଅନୁଭବ କରୁଛନ୍ତି ଯେ ଗୁଜରାଟ ହେଉଛି ଭାରତର ସିଲିକନ୍ ଉପତ୍ୟକା ପାଇଁ ଉପଯୁକ୍ତ ସ୍ଥାନ । ସେ ଭାରତର ଯୁବକମାନଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି କରିବା କ୍ଷେତ୍ରରେ  ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ଉପରେ ଆଲୋକପାତ କରିଛନ୍ତି । “ଆମେ ଦେଖିଛୁ ଗତ ଦଶନ୍ଧିରେ ଭାରତ କିପରି ପରିବର୍ତ୍ତିତ ହୋଇଛି ଏବଂ ଯୁବ ଭାରତୀୟ ମାନଙ୍କର ଆକାଂକ୍ଷା ପ୍ରକୃତରେ ଅଧିକ ।

ମାଇକ୍ରୋନ ଟେକ୍ନୋଲୋଜିର ଅଧ୍ୟକ୍ଷ ତଥା ସିଇଓ ଶ୍ରୀ ସଞ୍ଜୟ ମେହେରୋତ୍ରା ଭାରତକୁ ଏକ ବିଶ୍ୱ ସେମିକଣ୍ଡକ୍ଟର କେନ୍ଦ୍ରରେ ପରିଣତ କରିବା ପାଇଁ ବିଶ୍ୱ ଦୃଷ୍ଟିକୋଣ ନିମନ୍ତେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଗୁଜରାଟ ରାଜ୍ୟରେ ମେମୋରି ପାଇଁ ଏକ ସେମିକଣ୍ଡକ୍ଟର ଆସେମ୍ବଲି ଏବଂ ପରୀକ୍ଷା ସୁବିଧା ସ୍ଥାପନ କରି ଶ୍ରୀ ମେହରୋତ୍ରା ଗର୍ବ ଅନୁଭବ କରି କହିଛନ୍ତି ଯେ ଏହି ପ୍ରକଳ୍ପ ଆସନ୍ତା ବର୍ଷରେ ସମୁଦାୟ ମଧ୍ୟରେ ୧୫,୦୦୦ ଅତିରିକ୍ତ ଚାକିରି ସହିତ ପ୍ରାୟ ୫୦୦୦ ନିଯୁକ୍ତି ସୃଷ୍ଟି କରିବାକୁ ଯାଉଛି । ରାଜ୍ୟରେ ସେମିକଣ୍ଡକ୍ଟର ଉଦ୍ୟୋଗ ପ୍ରତିଷ୍ଠା କରିବାରେ ସହଯୋଗ କରି ଥିବାରୁ ସେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ନବସୃଜନ, ବ୍ୟବସାୟ ଅଭିବୃଦ୍ଧି ଏବଂ ସାମାଜିକ ପ୍ରଗତିର ପରିବେଶକୁ ପ୍ରୋତ୍ସାହିତ କରିବା ନିମନ୍ତେ  ସହଯୋଗ କରିଥିବାରୁ ସେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି, ଯେଉଁ କାରଣରୁ ଉପଯୁକ୍ତ ଫଳାଫଳ ସମ୍ମୁଖକୁ ଆସିବାରେ ଲାଗିଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ, “ଡିଜିଟାଲ୍ ଇଣ୍ଡିଆ ଏବଂ ମେକ୍ ଇନ୍ ଇଣ୍ଡିଆ ଏକ ପ୍ରକୃତ ପରିବର୍ତ୍ତନଶୀଳ ଶକ୍ତି ସୃଷ୍ଟି କରୁଛି ଯାହା ସକାରାତ୍ମକ ପ୍ରଗତି ଜାରି ରଖିବ” ।

 

ଫକ୍ସକନ୍‌ର ଅଧ୍ୟକ୍ଷ ଶ୍ରୀ ୟଙ୍ଗ ଲିୟୁ ତାଇୱାନ ସେମିକଣ୍ଡକ୍ଟର ଇଣ୍ଡଷ୍ଟ୍ରିର ମହିଷ ଭାବନା, ଯାହା କୌଣସି ଅଭିଯୋଗ ନକରି କଠିନ ପରିଶ୍ରମ କରିବାର କ୍ଷମତା ଅଟେ , ତାହା ଉପରେ ଆଲୋକପାତ କରିଛନ୍ତି ଏବଂ ଭାରତରେ ମଧ୍ୟ ସମାନ ଭାବନା ପ୍ରୟୋଗ କରା ଯାଇପାରିବ ବୋଲି କହିଛନ୍ତି । ଭାରତ ସରକାରଙ୍କ ଉଚ୍ଚ ‘କହିବା – କରିବା’ ଅନୁପାତକୁ ଦର୍ଶାଇ ଶ୍ରୀ ଲିୟୁ ବିଶ୍ୱାସର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ ଏବଂ ଅନେକ ବର୍ଷ ପୂର୍ବେ ତାଇୱାନ ଭଳି ଆହ୍ୱାନକୁ ଦୂର କରିବା ପାଇଁ ମିଳିତ ଭାବରେ କାର୍ଯ୍ୟ କରିବା ନିମନ୍ତେ କହିଛନ୍ତି ।

ସେମି କଣ୍ଡକ୍ଟର ଶିଳ୍ପକୁ ଆଗେଇ ନେବା ପାଇଁ ଭାରତ ସରକାରଙ୍କ ଇଚ୍ଛା ଶକ୍ତି ଏବଂ ଦୃଢ଼ ସଙ୍କଳ୍ପ ଉପରେ ଶ୍ରୀ ଲିୟୁ ତାଙ୍କର ବିଶ୍ୱାସ ଏବଂ ଆଶା ରହିଛି ବୋଲି କହିଛନ୍ତି । "ଆଇଟି’  ର ଆଇ’ ପାଇଁ ଇଣ୍ଡିଆ (ଭାରତ) ଏବଂ ତାଇୱାନ ପାଇଁ  ଟି’ ବୋଲି ଶ୍ରୀ ଲିୟୁ କହିଛନ୍ତି ।  ସେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଯେ ସେମିକଣ୍ଡକ୍ଟର ଶିଳ୍ପରେ ତାଇୱାନ ଭାରତର ସବୁଠାରୁ ବିଶ୍ୱସ୍ତ ଏବଂ ନିର୍ଭରଯୋଗ୍ୟ ଅଂଶୀଦାର ହେବ ।

ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ଯେ ସେମିକନ୍ ଭଳି କାର୍ଯ୍ୟକ୍ରମ ସଫ୍ଟୱେୟାର ଅପଡେଟ୍ ପରି ହୋଇଥାଏ , ଯେଉଁଠାରେ ବିଶେଷଜ୍ଞ ଏବଂ ଉଦ୍ୟୋଗର ନେତୃତ୍ୱ ସମୂହ ପରସ୍ପର ସହ ସାକ୍ଷାତ କରନ୍ତି ଏବଂ ଅଭିଜ୍ଞତା ବଂଟନ କରନ୍ତି । ଆମ ସମ୍ପର୍କର ସମନ୍ୱୟ ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଏହି ସ୍ଥାନରେ ଲାଗିଥିବା ପ୍ରଦର୍ଶନୀକୁ ଶ୍ରୀ ମୋଦୀ ଦେଖିଥିଲେ ଏବଂ ଏହି କ୍ଷେତ୍ରର ଉଦ୍ଭାବନ ଏବଂ ଶକ୍ତିରେ ଆନନ୍ଦ ପ୍ରକାଶ କରିଥିଲେ । ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ, ବିଶେଷ କରି ଯୁବ ପିଢ଼ିକୁ ଚାଲିଥିବା ପ୍ରଦର୍ଶନୀ ପରିଦର୍ଶନ କରିବାକୁ ଏବଂ ନୂତନ ଟେକ୍ନୋଲୋଜିର ଶକ୍ତି ବୁଝିବାକୁ ଅନୁରୋଧ କରିଥିଲେ ।

 

ଗତ ବର୍ଷ ସେମିକନର ପ୍ରଥମ ସଂସ୍କରଣରେ ଅଂଶଗ୍ରହଣକୁ ମନେ ପକାଇ ପ୍ରଧାନମନ୍ତ୍ରୀ ସେମିକଣ୍ଡକ୍ଟର ଶିଳ୍ପରେ ଭାରତରେ ପୁଞ୍ଜି ବିନିଯୋଗ ବିଷୟରେ ଉଠାଯାଇଥିବା ପ୍ରଶ୍ନ ଉପରେ ଆଲୋକପାତ କରିଥିଲେ । ସେ ଦର୍ଶାଇଛନ୍ତି ଯେ ପ୍ରଶ୍ନଗୁଡ଼ିକ ଏକ ବର୍ଷ ମଧ୍ୟରେ ‘ଭାରତରେ କାହିଁକି ବିନିଯୋଗ କରିବା’ ରୁ ‘ଭାରତରେ କାହିଁକି ନିବେଶ କରିବା ନାହିଁ’ ରେ ପରିବର୍ତ୍ତନ ହୋଇଛି । ଯ ସେ ଭାରତ ଉପରେ ସେମାନଙ୍କର ବିଶ୍ୱାସ ଦେଖାଇ ଥିବାରୁ ସେମାନଙ୍କୁ ସମ୍ମାନିତ କରି , “ଶିଳ୍ପପତିଙ୍କ ଉଦ୍ୟମ କାରଣରୁ ଏହି ଯୁଗାନ୍ତକାରୀ ପରିବର୍ତ୍ତନ ହୋଇଛି’  ବୋଲି ଶ୍ରୀ ମୋଦୀ କହିଛନ୍ତି । ସେ ମତ  ଦେଇଛନ୍ତି ଯେ ଶିଳ୍ପପତିମାନେ ନିଜର ଭବିଷ୍ୟତ ଏବଂ ସ୍ୱପ୍ନ ସହିତ ଭାରତର ଆକାଂକ୍ଷା ଏବଂ ସାମର୍ଥ୍ୟକୁ ଯୋଡିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, “ଭାରତ ନିରାଶ କରେ ନାହିଁ” । ଏକବିଂଶ ଶତାବ୍ଦୀର ଭାରତରେ ପ୍ରଚୁର ସୁଯୋଗକୁ ଶ୍ରୀ ମୋଦୀ ସୂଚାଇ ଦେଇଛନ୍ତି ଏବଂ କହିଛନ୍ତି ଯେ ଦେଶର ଗଣତନ୍ତ୍ର, ଜନସଂଖ୍ୟା ଏବଂ ଲାଭାଂଶ  ଭାରତରେ ବ୍ୟବସାୟକୁ ଦୁଇ ଗୁଣା ଏବଂ ତିନି ଗୁଣା କରିବ ।

ଏହାର ହୃଦୟରେ ଅଭିବୃଦ୍ଧି ସହିତ ମୋର୍ ନିୟମକୁ ଅନୁସରଣ କରେ । ସେ କହିଛନ୍ତି ଯେ , ଆମେ ଭାରତର ଡିଜିଟାଲ୍ ଏବଂ ଇଲେକ୍ଟ୍ରୋନିକ୍ ଉତ୍ପାଦନ କ୍ଷେତ୍ରରେ ସମାନ ଅଭିବୃଦ୍ଧିର ସାକ୍ଷୀ ଅଟୁ । ବିଶ୍ୱ ଇଲେକ୍ଟ୍ରୋନିକ୍ ଉତ୍ପାଦନରେ ଭାରତର ଅଂଶ ବହୁଗୁଣିତ ହୋଇଛି ବୋଲି ସେ ସୂଚନା ଦେଇଛନ୍ତି । ୨୦୧୪ ରେ ଭାରତର ଇଲେକ୍ଟ୍ରୋନିକ୍ସ ଉତ୍ପାଦନ ୩୦ ବିଲିୟନ ଡଲାରରୁ କମ୍ ଥିଲା, ଯାହା ଆଜି ୧୦୦ ବିଲିୟନ ଡଲାର ଅତିକ୍ରମ କରିଛି । ଗତ ୨ ବର୍ଷରେ ଇଲେକ୍ଟ୍ରୋନିକ୍ସ ଏବଂ ମୋବାଇଲ୍ ଉପକରଣ ଗୁଡିକର ରପ୍ତାନି ଦ୍ୱିଗୁଣିତ ହୋଇଛି ।

 

୨୦୧୪  ପରେ ଭାରତରେ ବୈଷୟିକ ବିକାଶ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ୨୦୧୪ ପୂର୍ବରୁ ଭାରତରେ କେବଳ ଦୁଇଟି ମୋବାଇଲ୍ ଉତ୍ପାଦନ ୟୁନିଟ୍ ଥିବାବେଳେ ଆଜି ଏହି ସଂଖ୍ୟା ୨୦୦ ରୁ ଅଧିକ ହୋଇ ଯାଇଛି । ସେ ଆହୁରି ମଧ୍ୟ ସୂଚନା ଦେଇଛନ୍ତି ଯେ ଦେଶରେ ବ୍ରଡବ୍ୟାଣ୍ଡ ବ୍ୟବହାରକାରୀ ମାନଙ୍କ ସଂଖ୍ୟା ବୃଦ୍ଧି ପାଇଛି । ୬ କୋଟିରୁ ୮୦ କୋଟି ପର୍ଯ୍ୟନ୍ତ ଇଣ୍ଟରନେଟ୍ ସଂଯୋଗ ସଂଖ୍ୟା ଆଜି ୨୫ କୋଟିରୁ ୮୫ କୋଟିରୁ ଅଧିକ ହୋଇଛି । ଏହି ପରିସଂଖ୍ୟାନ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ଯେ ଏହା କେବଳ ଭାରତର ଅଗ୍ରଗତି ନୁହେଁ ବରଂ ଦେଶରେ ବ୍ୟବସାୟ ବୃଦ୍ଧି ପାଇଁ ଏକ ସୂଚକ ଅଟେ । ଶ୍ରୀ ମୋଦୀ ସେମିକନ୍ ଇଣ୍ଡଷ୍ଟ୍ରିର ଅଭିବୃଦ୍ଧିର ଲକ୍ଷ୍ୟରେ ଭାରତର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଥିଲେ ।

“ବିଶ୍ୱ ଆଜି ଉଦ୍ୟୋଗ ୪.୦ ବିପ୍ଳବକୁ ଦେଖୁଛି” ବୋଲି ଶ୍ରୀ ମୋଦୀ ମନ୍ତବ୍ୟ ଦେଇ କହିଛନ୍ତି ଯେ ବିଶ୍ୱର ଯେକୌଣସି ଶିଳ୍ପ ବିପ୍ଳବର ଆଧାର ହେଉଛି ସେହି ନିର୍ଦ୍ଦିଷ୍ଟ କ୍ଷେତ୍ରର ଲୋକ ମାନଙ୍କର ଆକାଂକ୍ଷା । ପ୍ରଧାନମନ୍ତ୍ରୀ  ଉଦ୍ୟୋଗ ୪.୦ ବିପ୍ଳବ ଏବଂ ଭାରତୀୟ ଆକାଂକ୍ଷା ମଧ୍ୟରେ ଏକ ଅନୁରୂପ ଚିତ୍ର ଆଙ୍କି କହିଛନ୍ତି ଯେ, “ଅତୀତରେ ଶିଳ୍ପ ବିପ୍ଳବ ଏବଂ ଆମେରିକୀୟ ସ୍ୱପ୍ନର ସମାନ ସମ୍ପର୍କ ଥିଲା” । ସେ କହିଛନ୍ତି ଯେ ଭାରତୀୟ ଆକାଂକ୍ଷା ହେଉଛି ଭାରତର ବିକାଶର ଏକ ପ୍ରେରଣା ଶକ୍ତି ।

ନିକଟରେ ହୋଇଥିବା ରିପୋର୍ଟ ଉପରେ ସେ ମତ ଦେଇ କହିଛନ୍ତି ,  ଯେଉଁଥିରେ ଦର୍ଶାଯାଇଛି ଯେ ଦାରିଦ୍ର‌୍ୟ ଅତି ଦ୍ରୁତ ଗତିରେ ହ୍ରାସ ପାଉଛି ଯାହା ଫଳରେ ଦେଶରେ ଏକ ନବ- ମଧ୍ୟବିତ୍ତ ଶ୍ରେଣୀର ଆବିର୍ଭାବ ହେଉଛି । ବୈଷୟିକ ଅନୁକୂଳ ପ୍ରକୃତି ଏବଂ ପ୍ରଯୁକ୍ତି ବିଦ୍ୟା ଗ୍ରହଣ ପାଇଁ ଭାରତୀୟ ଲୋକ ମାନଙ୍କର ଆଗ୍ରହକୁ ଲକ୍ଷ୍ୟ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଶସ୍ତା ଡାଟା ଦର, ଗୁଣାତ୍ମକ ଡିଜିଟାଲ୍ ଭିତ୍ତିଭୂମି ଏବଂ ଗ୍ରାମ ଗୁଡିକରେ ବିଦ୍ୟୁତ୍ ଯୋଗାଣ ଡିଜିଟାଲ୍ ଉତ୍ପାଦର ବ୍ୟବହାରକୁ ବୃଦ୍ଧି କରିବାରେ ଲାଗିଛି । ସ୍ୱାସ୍ଥ୍ୟ ହେଉ, କୃଷି ହେଉ କିମ୍ବା ଲଜିଷ୍ଟିକ୍ସ ହେଉ, ସ୍ମାର୍ଟ ଟେକ୍ନୋଲୋଜିର ବ୍ୟବହାର ଦିଗରେ ଭାରତ କାର୍ଯ୍ୟ କରୁଛି ବୋଲି ଶ୍ରୀ ମୋଦୀ କହିଛନ୍ତି । ସେ ଉଲ୍ଲେଖ କରିଛନ୍ତି ଯେ,  ଭାରତରେ ଏପରି କିଛି ଲୋକ ଅଛନ୍ତି ଯେଉଁମାନେ ହୁଏତ ଏକ ଆବଶ୍ୟକ ଗୃହ ଉପକରଣ ବ୍ୟବହାର କରିନାହାଁନ୍ତି , କିନ୍ତୁ ପରସ୍ପର ସହ ସଂଯୁକ୍ତ ସ୍ମାର୍ଟ ଉପକରଣ ଗୁଡିକର ବ୍ୟବହାର କରିବାକୁ ଯାଉଛନ୍ତି । ସେହିଭଳି ପ୍ରଧାନମନ୍ତ୍ରୀ କହିଛନ୍ତି, ଏକ ନିର୍ଦ୍ଦିଷ୍ଟ ଛାତ୍ର ଜନସଂଖ୍ୟା ହୁଏତ ପୂର୍ବରୁ ସାଇକେଲ ବ୍ୟବହାର କରିନଥାନ୍ତେ, କିନ୍ତୁ ସେମାନେ ଆଜି ସ୍ମାର୍ଟ ଇଲେକ୍ଟ୍ରିକ୍ ବାଇକ୍ ବ୍ୟବହାର କରିବାକୁ ପ୍ରାଥମିକତା ଦେଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଭାରତର ବୃଦ୍ଧି ପାଉଥିବା ନବ- ମଧ୍ୟବିତ୍ତ ଶ୍ରେଣୀ ଭାରତୀୟ ଆକାଂକ୍ଷାର ଶକ୍ତି ପାଲଟିଛି ।  ସେ କହିଛନ୍ତି ଯେ ଚିପ୍ ତିଆରି ଶିଳ୍ପ ସୁଯୋଗରେ ପରିପୂର୍ଣ୍ଣ ଏକ ବଜାର ଏବଂ ସେ ବିଶ୍ୱାସ ବ୍ୟକ୍ତ କରିଛନ୍ତି ଯେ ଯେଉଁମାନେ ଶୀଘ୍ର ଆରମ୍ଭ କରନ୍ତି ସେମାନେ ଅନ୍ୟ ମାନଙ୍କ ତୁଳନାରେ ପ୍ରଥମ ପର୍ଯ୍ୟାୟ ଲାଭ କରିବାକୁ ବାଧ୍ୟ ଅଟନ୍ତି ।

ମହାମାରୀର ପାର୍ଶ୍ୱ ପ୍ରତିକ୍ରିୟା ଏବଂ ରୁଷ - ୟୁକ୍ରେନ ଯୁଦ୍ଧ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବିଶ୍ୱକୁ ଏକ ବିଶ୍ୱସ୍ତ ଯୋଗାଣ ଶୃଙ୍ଖଳା ଆବଶ୍ୟକ । ସେ କହିଛନ୍ତି, “ବିଶ୍ୱର ବୃହତ୍ତମ ଗଣତନ୍ତ୍ର ଅପେକ୍ଷା କିଏ ଅଧିକ ବିଶ୍ୱସ୍ତ ଅଂଶୀଦାର ହୋଇ ପାରିବ ? ଭାରତ ଉପରେ ବୃଦ୍ଧି ପାଉଥିବା ବିଶ୍ୱାସକୁ ନେଇ ସେ ଖୁସି ବ୍ୟକ୍ତ କରିଛନ୍ତି । “ଏକ ସ୍ଥିର, ଦାୟିତ୍ୱସମ୍ପନ୍ନ ଏବଂ ସଂସ୍କାର ଭିତ୍ତିକ ସରକାର ଥିବାରୁ ନିବେଶକମାନେ ଭାରତ ଉପରେ ବିଶ୍ୱାସ କରନ୍ତି । ପ୍ରତ୍ୟେକ କ୍ଷେତ୍ରରେ ଭିତ୍ତିଭୂମି ବିକାଶ ହେଉ ଥିବାରୁ ଉଦ୍ୟୋଗ ଜଗତର ଭାରତ ଉପରେ ବିଶ୍ୱାସ ରହିଛି । ଏଠାରେ ଟେକ୍ନୋଲୋଜି ବୃଦ୍ଧି ପାଉଥିବାରୁ ବୈଷୟିକ କ୍ଷେତ୍ର ଭାରତରେ ବିଶ୍ୱାସ କରେ । ଆମର ଏକ ବୃହତ ପ୍ରତିଭା ଭଣ୍ଡାର ଥିବାରୁ ସେମିକଣ୍ଡକ୍ଟର ଉଦ୍ୟୋଗ ଭାରତ ଉପରେ ବିଶ୍ୱାସ କରେ ବୋଲି ସେ କହିଛନ୍ତି । “ଦକ୍ଷ ଇଞ୍ଜିନିୟର୍ ଏବଂ ଡିଜାଇନର୍ ମାନେ ଆମର ଶକ୍ତି । ଯିଏ ଦୁନିଆର ସବୁଠାରୁ ସ୍ଫୁର୍ତ୍ତିଶୀଳ ଏବଂ ସମନ୍ୱିତ ବଜାରର ଅଂଶ ହେବାକୁ ଚାହୁଁଛନ୍ତି,  ସେମାନେ ଭାରତ ଉପରେ ବିଶ୍ୱାସ ରଖିଛନ୍ତି । ଯେତେବେଳେ ଆମେ ଆପଣଙ୍କୁ ଭାରତରେ ତିଆରି କରିବାକୁ କହିବୁ, ଏହା ମଧ୍ୟ ଅନ୍ତର୍ଭୁକ୍ତ କରେ , “ଚାଲ, ଭାରତ ପାଇଁ ତିଆରି କରିବା, ବିଶ୍ୱ ପାଇଁ ତିଆରି  କରିବା ।”

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ , ଭାରତ ଏହାର ବିଶ୍ୱସ୍ତରୀୟ ଦାୟିତ୍ୱକୁ ବୁଝେ ଏବଂ ବନ୍ଧୁ ଦେଶମାନଙ୍କ ସହିତ ଏକ ବିସ୍ତୃତ ରୋଡ୍ ମ୍ୟାପ୍ ଉପରେ କାର୍ଯ୍ୟ କରୁଛି । ସେଥିପାଇଁ ଭାରତ ଏକ ସ୍ଫୁର୍ତ୍ତିଶୀଳ ସେମିକଣ୍ଡକ୍ଟର ପାରିବେଶିକ ବ୍ୟବସ୍ଥା ନିର୍ମାଣ କରୁଛି । ନିକଟରେ ଜାତୀୟ କ୍ୱାଣ୍ଟମ୍ ମିଶନକୁ ଅନୁମୋଦନ କରା ଯାଇଥିଲା । ଏହା ବ୍ୟତୀତ, ନ୍ୟାସନାଲ୍ ରିସର୍ଚ୍ଚ ଫାଉଣ୍ଡେସନ୍ ବିଲ୍ ମଧ୍ୟ ସଂସଦରେ ଆଗତ ହେବାକୁ ଯାଉଛି । ଏକ ସେମିକଣ୍ଡକ୍ଟର ପାରିବେଶିକ ବ୍ୟବସ୍ଥା ସୃଷ୍ଟି କରିବାକୁ ଇଞ୍ଜିନିୟରିଂ ପାଠ୍ୟକ୍ରମକୁ ନବୀକରଣ କରାଯାଉଛି । ସେ ସୂଚନା ଦେଇଛନ୍ତି ଯେ ଭାରତରେ ୩୦୦ ରୁ ଅଧିକ ପ୍ରତିଷ୍ଠିତ କଲେଜ ଚିହ୍ନଟ କରାଯାଇଛି ଯେଉଁଠାରେ ସେମିକଣ୍ଡକ୍ଟର ଉପରେ ପାଠ୍ୟକ୍ରମ ଉପଲବ୍ଧ ହେବ । ଚିପ୍ସ ଟୁ ଷ୍ଟାର୍ଟଅପ୍ ପ୍ରୋଗ୍ରାମ ଇଞ୍ଜିନିୟର ମାନଙ୍କୁ ସାହାଯ୍ୟ କରିବ । “ଆକଳନ କରାଯାଇଛି ଯେ ଆସନ୍ତା ୫ ବର୍ଷ ମଧ୍ୟରେ ଆମ ଦେଶରେ ଏକ ଲକ୍ଷରୁ ଅଧିକ ଡିଜାଇନ ଇଞ୍ଜିନିୟର ସୃଷ୍ଟି  ହେବାକୁ ଯାଉଛନ୍ତି । ଭାରତର ବୃଦ୍ଧି ପାଉଥିବା ଷ୍ଟାର୍ଟ ଅପ୍ ପାରିବେଶିକ ବ୍ୟବସ୍ଥା ମଧ୍ୟ ସେମିକଣ୍ଡକ୍ଟର କ୍ଷେତ୍ରକୁ ମଜବୁତ କରିବାକୁ ଯାଉଛି ବୋଲି ସେ କହିଛନ୍ତି ।

ଏକ କଣ୍ଡକ୍ଟର ଏବଂ ଇନସୁଲେଟରର ଅନୁରୂପ ପ୍ରଦାନ କରି , ଯେଉଁଠାରେ ଇନସୁଲେଟର ମାଧ୍ୟମରେ ନୁହେଁ, କଣ୍ଡକ୍ଟର ମାଧ୍ୟମରେ ଶକ୍ତି ଯାଇପାରିବ ବୋଲି ମତ ଦେବା ସହିତ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସେମିକଣ୍ଡକ୍ଟର ଶିଳ୍ପ ପାଇଁ ଏକ ଭଲ ଶକ୍ତି ପରିଚାଳକ ହେବା ପାଇଁ ଭାରତ ପ୍ରତ୍ୟେକ ଚେକ୍ ବକ୍ସକୁ ଟିକ୍ କରୁଛି । ଏହି କ୍ଷେତ୍ର ପାଇଁ ବିଦ୍ୟୁତର ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତାକୁ ଲକ୍ଷ୍ୟ କରି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ଭାରତର ସୌର ଶକ୍ତି ସ୍ଥାପିତ କ୍ଷମତା ଗତ ଦଶନ୍ଧିରେ ୨୦ ଗୁଣରୁ ଅଧିକ ବୃଦ୍ଧି ପାଇଛି ଏବଂ ୫୦୦ ଗିଗାୱାଟ ଅକ୍ଷୟ ଶକ୍ତି କ୍ଷମତାର ଏକ ନୂତନ ଲକ୍ଷ୍ୟ ଏହି ଦଶନ୍ଧି ଶେଷ ସୁଦ୍ଧା ହାସଲ କରିବାକୁ ସ୍ଥିର ହୋଇଛି । ସୌର ପିଭି ମଡ୍ୟୁଲ୍‌, ସବୁଜ ହାଇଡ୍ରୋଜେନ୍ ଏବଂ ଇଲେକ୍ଟ୍ରୋଲାଇଜର ଉତ୍ପାଦନ ପାଇଁ ନିଆ ଯାଇଥିବା ପ୍ରମୁଖ ପଦକ୍ଷେପ ଉପରେ ମଧ୍ୟ ସେ କହିଥିଲେ । ସେ କହିଛନ୍ତି ଯେ ଭାରତରେ ଚାଲିଥିବା ନୀତି ସଂସ୍କାର ସେମିକଣ୍ଡକ୍ଟର ପାରିବେଶିକ ବ୍ୟବସ୍ଥା ନିର୍ମାଣ ଉପରେ ସକାରାତ୍ମକ ପ୍ରଭାବ ପକାଇବ । ନୂତନ ଉତ୍ପାଦନ ଶିଳ୍ପ ପାଇଁ କାର୍ଯ୍ୟକାରୀ ହୋଇଥିବା ଅନେକ ଟିକସ ଛାଡ ବିଷୟରେ ସେ ସୂଚନା ଦେଇଛନ୍ତି ଏବଂ ଭାରତର ସର୍ବନିମ୍ନ କର୍ପୋରେଟ୍ ଟିକସ ହାର, ମୁଖହୀନ ଏବଂ ନିରବଚ୍ଛିନ୍ନ ଟିକସ ପ୍ରକ୍ରିୟା, ପୁରାତନ ନିୟମକୁ ରଦ୍ଦ କରିବା, ବ୍ୟବସାୟ କରିବାରେ ସହଜତା ବୃଦ୍ଧି ଏବଂ ସେମିକଣ୍ଡକ୍ଟର ଶିଳ୍ପ ପାଇଁ ବିଶେଷ ପ୍ରୋତ୍ସାହନ ବିଷୟରେ ଆଲୋକପାତ କରିଛନ୍ତି । ଶ୍ରୀ ମୋଦୀ କହିଛନ୍ତି ଯେ ଏହି ନିଷ୍ପତ୍ତି ଏବଂ ନୀତି ହେଉଛି ଏକ ପ୍ରତିଫଳନ ଯେ ଭାରତ ସେମିକଣ୍ଡକ୍ଟର ଶିଳ୍ପ ପାଇଁ ଲାଲ୍ ଗାଲିଚା ବିଛେଇବାକୁ ଯାଉଛି । “ଭାରତ ସଂସ୍କାର ପଥରେ ଆଗକୁ ବଢ଼ିବା ସହିତ ନୂତନ ସୁଯୋଗ ସୃଷ୍ଟି ହେବ । ସେମିକଣ୍ଡକ୍ଟର ନିବେଶ ପାଇଁ ଭାରତ ଏକ ଉତ୍କୃଷ୍ଟ କଣ୍ଡକ୍ଟର ପାଲଟିଛି ବୋଲି ସେ କହିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବିଶ୍ୱ ଯୋଗାଣ ଶୃଙ୍ଖଳା, କଞ୍ଚାମାଲ, ତାଲିମପ୍ରାପ୍ତ ମାନବ ଶକ୍ତି ଏବଂ ଯନ୍ତ୍ରପାତିର ଆବଶ୍ୟକତା ଭାରତ ବୁଝିଛି । “ଯେଉଁ କ୍ଷେତ୍ରରେ ଆମେ ଘରୋଇ ଖେଳାଳିଙ୍କ ସହ ଘନିଷ୍ଠ ଭାବରେ କାର୍ଯ୍ୟ କରିଛି, ତାହା ନୂତନ ଉଚ୍ଚତାକୁ ଛୁଇଁଛି । ମହାକାଶ କ୍ଷେତ୍ର ହେଉ କିମ୍ବା ଭୌଗୋଳିକ କ୍ଷେତ୍ର ହେଉ, ଆମେ ସବୁ ସ୍ଥାନରେ ଉତ୍କୃଷ୍ଟ ଫଳାଫଳ ପାଇଛୁ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି । ଗ୍ରହଣ କରାଯାଇଥିବା ମତାମତ ଆଧାରରେ ନିଆଯାଇଥିବା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ବିଷୟରେ ସେ ସୂଚନା ଦେଇଛନ୍ତି ।  ସେମିକନ୍ ଇଣ୍ଡିଆ କାର୍ଯ୍ୟକ୍ରମ ଅନୁସାରେ ବର୍ଦ୍ଧିତ ପ୍ରୋତ୍ସାହନ ବିଷୟରେ ସେ କହିଥିଲେ । ସେ ସ୍ପଷ୍ଟ କରିଛନ୍ତି ଯେ ବର୍ତ୍ତମାନ ଭାରତରେ ସେମିକଣ୍ଡକ୍ଟର ଉତ୍ପାଦନ ସୁବିଧା ସ୍ଥାପନ ପାଇଁ ଟେକ୍ନୋଲୋଜି ସଂସ୍ଥାଗୁଡ଼ିକୁ ୫୦ ପ୍ରତିଶତ ଅର୍ଥ ସହାୟତା ଦିଆଯିବ । ଦେଶର ସେମିକଣ୍ଡକ୍ଟର କ୍ଷେତ୍ରର ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ପାଇଁ ଆମେ ନିରନ୍ତର ନୀତି ସଂସ୍କାର କରୁଛୁ ବୋଲି ଶ୍ରୀ ମୋଦୀ କହିଛନ୍ତି ।

 

 

ଭାରତର ଜି୨୦ ବିଷୟ  ‘ଏକ ପୃଥିବୀ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତ’ ବିଷୟରେ ବିଚାର କରି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ଯେ ଭାରତକୁ ସେମିକଣ୍ଡକ୍ଟର ଉତ୍ପାଦନ କେନ୍ଦ୍ର କରିବା ପଛରେ ସମାନ ଭାବନା ପ୍ରୟୋଗ କରାଯାଇଛି । ସେ କହିଛନ୍ତି ଯେ ଭାରତ ଚାହୁଁଛି ଯେ ଏହାର ଦକ୍ଷତା, ସାମର୍ଥ୍ୟ ଏବଂ ସାମର୍ଥ୍ୟରୁ ସମଗ୍ର ବିଶ୍ୱ ଉପକୃତ ହେଉ । ବିଶ୍ୱର ମଙ୍ଗଳ  ଏବଂ ଏକ ଉନ୍ନତ ବିଶ୍ୱ ପାଇଁ ଭାରତର କ୍ଷମତାକୁ ବୃଦ୍ଧି କରିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି । ଏହି ଉଦ୍ୟମରେ ଅଂଶଗ୍ରହଣ, ପରାମର୍ଶ ଏବଂ ଚିନ୍ତାଧାରାକୁ ପ୍ରଧାନମନ୍ତ୍ରୀ ସ୍ୱାଗତ କରିବା ସହ ଶିଳ୍ପପତି ମାନଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ଭାରତ ସରକାର ପ୍ରତ୍ୟେକ ପଦକ୍ଷେପରେ ସେମାନଙ୍କ ସହ ଅଛନ୍ତି । ବକ୍ତବ୍ୟକୁ ଶେଷ କରି ପ୍ରଧାନମନ୍ତ୍ରୀ ଲାଲକିଲ୍ଲାରୁ ତାଙ୍କ ବକ୍ତବ୍ୟକୁ ମନେ ପକାଇ କହିଛନ୍ତି, “ଏହା ହେଉଛି ସମୟ । ଏହା ହେଉଛି ଉପଯୁକ୍ତ ସମୟ । କେବଳ ଭାରତ ନୁହେଁ , ସମଗ୍ର ବିଶ୍ୱ ପାଇଁ । ”

ଏହି ଉତ୍ସବରେ ଗୁଜରାଟର ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ପଟେଲ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି  କେନ୍ଦ୍ର ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ରାଜୀବ ଚନ୍ଦ୍ରଶେଖର, କ୍ୟାଡେନ୍ସର ସିଇଓ ଶ୍ରୀ ଅନିରୁଦ୍ଧ ଦେବଗନ୍‌, ଫକ୍ସକନ୍ ଅଧ୍ୟକ୍ଷ ଶ୍ରୀ ଯୁବ ଲିୟୁ ବେଦାନ୍ତର ଚେୟାରମ୍ୟାନ୍ ଶ୍ରୀ ଅନିଲ ଅଗ୍ରୱାଲ, ମାଇକ୍ରୋନ୍‌ର ସିଇଓ ଶ୍ରୀ ସଞ୍ଜୟ ମେହେରୋତ୍ରା, ଏଏମ୍‌ଡିର ସିଟିଓ, ଶ୍ରୀ ମାର୍କ ପେପରମାଷ୍ଟର ଏବଂ ସେମିକଣ୍ଡକ୍ଟର ପ୍ରଡକ୍ଟ ଗ୍ରୁପ୍ ଏଏମ୍‌ଏଟିର ଅଧ୍ୟକ୍ଷ ପ୍ରଭୁ ରାଜା ପ୍ରମୁଖ ଅନ୍ୟମାନଙ୍କ ମଧ୍ୟରେ ଯୋଗ ଦେଇଥିଲେ ।

ପୃଷ୍ଠଭୂମି

ସମ୍ମିଳନୀର ବିଷୟ ବସ୍ତୁ ହେଉଛି ‘ଭାରତର ସେମିକଣ୍ଡକ୍ଟର ପାରିବେଶିକ ବ୍ୟବସ୍ଥାକୁ ଉତ୍‌ପ୍ରେରିତ କରିବା’ । ଶିଳ୍ପ, ଏକାଡେମୀ ଏବଂ ଅନୁସନ୍ଧାନ ପ୍ରତିଷ୍ଠାନରୁ ବିଶ୍ୱସ୍ତରୀୟ ନେତା ମାନଙ୍କୁ ଏକତ୍ର କରିବାକୁ ଏହା ଲକ୍ଷ୍ୟ ରଖିଛି । ଏହା ଭାରତର ସେମିକଣ୍ଡକ୍ଟର ରଣନୀତି ଏବଂ ନୀତି ପ୍ରଦର୍ଶନ କରେ ଯାହା ଭାରତକୁ ସେମିକଣ୍ଡକ୍ଟର ଡିଜାଇନ୍‌, ଉତ୍ପାଦନ ଏବଂ ପ୍ରଯୁକ୍ତି ବିଦ୍ୟା ବିକାଶ ପାଇଁ ଏକ ବିଶ୍ୱସ୍ତରୀୟ କେନ୍ଦ୍ର କରିବାକୁ କଳ୍ପନା କରେ । ସେମିକନ୍ ଇଣ୍ଡିଆ ୨୦୨୩ ରେ ମାଇକ୍ରୋନ୍ ଟେକ୍ନୋଲୋଜି, ଆପ୍ଲାଏଡ୍ ସାମଗ୍ରୀ, ଫକ୍ସକନ୍‌, ଏସ୍‌ଇଏମ୍‌ଆଇ, କ୍ୟାଡେନ୍ସ, ଏବଂ ଏଏମ୍‌ଡି ଭଳି ପ୍ରମୁଖ କମ୍ପାନୀ ଗୁଡିକର ପ୍ରତିନିଧି ମାନେ ଯୋଗ ଦେଇଛନ୍ତି ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
How PLI schemes, design in India and manufacturing excellence are transforming the architectural lighting industry

Media Coverage

How PLI schemes, design in India and manufacturing excellence are transforming the architectural lighting industry
NM on the go

Nm on the go

Always be the first to hear from the PM. Get the App Now!
...
Prime Minister Narendra Modi Chairs Second High-Level Meeting with Secretaries of Government of India
July 28, 2026
Sectors discussed: Finance and Economy, Commerce and Industry, and Technology
PM emphasises the need to break both horizontal and vertical silos within the Government
PM emphasises the importance of technological self-reliance and building domestic capabilities in critical sectors
PM encourages greater participation of young innovators and entrepreneurs in cybersecurity ecosystem
PM Stresses Proactive Outreach on Strategic Sectors to Counter Misinformation
PM says Govt must always remain youthful, dynamic and forward-looking, continuously adapting to new challenges and opportunities with agility and innovation
Secretaries share experiences and perspectives on key initiatives, emerging opportunities and implementation challenges

Prime Minister Shri Narendra Modi chaired the second high-level meeting with Secretaries to the Government of India at his residence at 7, Lok Kalyan Marg earlier today. He reviewed the future action agenda of Ministries and Departments dealing with Finance and Economy, Commerce and Industry, and Technology sectors. The meeting focused on accelerating progress towards the goals of Viksit Bharat.

Prime Minister called for a strong focus on team building across Ministries and Departments, urging officers to work with a shared sense of purpose. He emphasised the need to break both horizontal and vertical silos within the Government so that departments function in close coordination and deliver integrated outcomes.

Highlighting the importance of citizen-centric governance, Prime Minister said that the people of India must remain at the centre of governance. He reminded that every decision and policy should be guided by the interests and aspirations of the common citizen.

Prime Minister stressed that while India is making significant investments in infrastructure, equal priority must be given to developing indigenous technologies. He underscored the importance of technological self-reliance and building domestic capabilities in critical sectors.

Prime Minister underlined that energy security is closely linked with national security, economic stability and citizens’ welfare. Prime Minister said India must achieve self-reliance in the energy sector through innovation, diversification and accelerated capacity creation.

Emphasising that reforms are not merely a fashionable term but a continuous necessity for effective governance, Prime Minister stressed the need to reform processes, improve work culture and strengthen institutional efficiency.

Prime Minister said that growing use of technology must be accompanied by a strong focus on cybersecurity to safeguard digital systems and infrastructure. He stressed the need for constant vigilance against emerging cyber threats. He called for encouraging greater participation of young innovators and entrepreneurs in the cybersecurity ecosystem and emphasised that it should evolve into a nationwide movement.

Prime Minister also emphasised the importance of proactive communication on strategic sectors where the country is undertaking major initiatives, to counter misinformation and unfounded fears surrounding such efforts.

Prime Minister says that new academic courses should be planned in partnership with industry to equip the workforce with skills required by emerging and future industries. He also observed that a government must always remain youthful, dynamic and forward-looking, continuously adapting to new challenges and opportunities with agility and innovation.

The meeting featured detailed discussions by Secretaries on the progress, priorities and implementation issues across their respective domains. The meeting was attended by the Cabinet Secretary, Secretaries of key Ministries and Departments, and senior officials from the Prime Minister’s Office.