ଉତ୍ତର ପ୍ରଦେଶର ବାରଣାସୀ ଠାରେ କାଶୀ ସଂସଦ ସାଂସ୍କୃତିକ ମହୋତ୍ସବ ୨୦୨୩ ଉଦଯାପନୀ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
୧୬ଟି ଅଟଳ ଆବାସୀୟ ବିଦ୍ୟାଳୟ କଲେ ଉଦଘାଟନ
“କାଶୀ ସଂସଦ ସାଂସ୍କୃତିକ ମହୋତ୍ସବ ଭଳି ଉଦ୍ୟମ ଏହି ପ୍ରାଚୀନ ନଗରୀର ସାଂସ୍କୃତିକ ବାତାବରଣକୁ ମଜଭୁତ କରିବ”
“ମହାଦେବଙ୍କ ଆଶୀର୍ବାଦ ଯୋଗୁ କାଶୀର ବିକାଶର ଗତି ଅଭୂତପୂର୍ବ ହୋଇଛି”
“କାଶୀ ଓ ସଂସ୍କୃତି ଏକା ଶକ୍ତିର ଦୁଇଟି ନାମ”
“କାଶୀର କୋଣେ ଅନୁକୋଣ ସଂଗୀତର ଧାରା ପ୍ରବାହିତ, କାରଣ ଏହା ସ୍ୱୟଂ ନଟରାଜଙ୍କ ନଗରୀ”
“ମୁଁ ଯେତେବେଳେ ୨୦୧୪ରେ ଏଠାକୁ ଆସିଲି କାଶୀର ବିକାଶ ଓ ଐତିହ୍ୟ ନେଇ ମୁଁ ଯାହା ଭାବିଥିଲି ତାହା ଆସ୍ତେ ଆସ୍ତେ ସତ ହେବାରେ ଲାଗିଛି”
“ସାମଗ୍ରିକ ଉତ୍ସାହ ଯୋଗୁ ବାରଣାସୀ ଶହ ଶହ ବର୍ଷ ଧରି ଜ୍ଞାନପ୍ରାପ୍ତିର କେନ୍ଦ୍ର ରହି ଆସିଛି” “ପର୍ଯ୍ୟଟକ ମାର୍ଗଦର୍ଶନ ସଂସ୍କୃତି କାଶୀରେ ବିକଶିତ ହେବା ମୁଁ ଚାହୁଁଛି ଓ କାଶୀର ପର୍ଯ୍ୟଟନ ମାର୍ଗ ଦର୍ଶନ ବିଶ୍ୱରେ ସବୁଠାରୁ ଅଧିକ ସମ୍ମାନ ପାଇବ”

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୨୩-୦୯-୨୦୨୩) ଉତ୍ତର ପ୍ରଦେଶର ବାରଣାସୀର ରୁଦ୍ରାକ୍ଷ ଆନ୍ତର୍ଜାତିକ ସହଯୋଗ ଓ ଅଧିବେଶନ କେନ୍ଦ୍ରରେ କାଶୀ ସଂସଦ ସାଂସ୍କୃତିକ ମହୋତ୍ସବ ୨୦୨୩ର ଉଦଯାପନୀ ସମାରୋହରେ ଉଦବୋଧନ ଦେଇଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ୧୧୧୫ କୋଟି ଟଙ୍କା ବ୍ୟୟରେ ଉତ୍ତର ପ୍ରଦେଶର ବିଭିନ୍ନ ସ୍ଥାନରେ ନିର୍ମିତ ୧୬ଟି ଅଟଳ ଆବାସୀୟ ବିଦ୍ୟାଳୟର ମଧ୍ୟ ଉଦଘାଟନ କରିଛନ୍ତି । ଶ୍ରୀ ମୋଦୀ କାଶୀ ସଂସଦ ଖେଳ ପ୍ରତିଯୋଗିତା ପାଇଁ ପଞ୍ଜୀକରଣ ପୋର୍ଟାଲ ମଧ୍ୟ ଉନ୍ମୋଚନ କରିଛନ୍ତି । କାଶୀ ସଂସଦ ସାଂସ୍କୃତିକ ମହୋତ୍ସବର ବିଜେତାଗଣଙ୍କୁ ମଧ୍ୟ ସେ ପୁରସ୍କାର ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ଆଗରୁ ପ୍ରଧାନମନ୍ତ୍ରୀ ଅଟଳ ଆବାସୀୟ ବିଦ୍ୟାଳୟ ବିଦ୍ୟାର୍ଥୀମାନଙ୍କ ସହ ମଧ୍ୟ ମତ ବିନିମୟ କରିଥିଲେ ।

 

ସମବେତ ଜନତାଙ୍କୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ପ୍ରଭୁ ମହାଦେବଙ୍କ ଆଶୀର୍ବାଦ ଯୋଗୁ କାଶୀ ପ୍ରତି ସମ୍ମାନ ନିରବଚ୍ଛିନ୍ନ ଭାବେ ବଢ଼ିବାରେ ଲାଗିଛି ଓ ନଗରୀ ନିମନ୍ତେ ପ୍ରଣୀତ ନୀତିଗୁଡ଼ିକ ଶିଖର ଛୁଇଁଛି । ଜି-୨୦ର ଶିଖର ବୈଠକ ପାଇଁ କାଶୀର ଅବଦାନର ପ୍ରଧାନମନ୍ତ୍ରୀ ଆଲୋକପାତ କରିବା ସହ ଯେଉଁମାନେ ଏହି ନଗରୀ ପରିଦର୍ଶନ କରିଛନ୍ତି, ସେମାନେ ଏହାର ସେବା, ମାଧୁର୍ଯ୍ୟ, ସଂସ୍କୃତି ଓ ସଂଗୀତ ଦ୍ୱାରା ଆବିଭୂତ ହୋଇ ଯାଇଛନ୍ତି ଓ ଜି-୨୦ର ସଫଳତା ଭଗବାନ ମହାଦେବଙ୍କ ଆଶୀର୍ବାଦ ବଳରେ ସମ୍ଭବ ହୋଇଛି ବୋଲି ସେ କହିଥିଲେ ।

ମହାଦେବଙ୍କ ଆଶୀର୍ବାଦ ଯୋଗୁ କାଶୀ ବିକାଶର ଅଭୂତପୂର୍ବ ଗତି ହାସଲ କରିଛି । ସେ ବାରଣାସୀରେ ଆଜି ଶିଳାନ୍ୟାସ କରିଥିବା ଆନ୍ତର୍ଜାତିକ କ୍ରିକେଟ୍ ଷ୍ଟାଡିୟମ୍ ଓ ୧୬ଟି ଅଟଳ ଆବାସିକ ବିଦ୍ୟାଳୟର ଉତ୍ସର୍ଗୀକୃତ ଭାବ ପାଇଁ ଶ୍ରୀ ମୋଦୀ କାଶୀର ଜନସାଧାରଣ ଓ ଶ୍ରମିକମାନଙ୍କ ପରିବାରକୁ ଅଭିନନ୍ଦନ ଜଣାଇଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ୨୦୧୪ ମସିହା ଠାରୁ କାଶୀର ସଂସଦ ସଦସ୍ୟ ଭାବେ ତାଙ୍କ ଦୂରଦୃଷ୍ଟି ଶେଷରେ ବାସ୍ତବ ରୂପ ନେଇଛି । ସେ କାଶୀ ସାଂସ୍କୃତିକ ମହୋତ୍ସବରେ ବିପୁଳ ସଂଖ୍ୟାରେ ଅଂଶଗ୍ରହଣ ପ୍ରତି ସମର୍ଥନ ଜଣାଇବା ସହ ସେ ଅଞ୍ଚଳ ବିଭିନ୍ନ ମେଧା ସହ ପରିଚିତ ହୋଇଥିବାରୁ କୃତଜ୍ଞତା ମଧ୍ୟ ଜଣାଇଥିଲେ । ଏହା ମହୋତ୍ସବର ପ୍ରଥମ ଭାଗ ହୋଇଥିବା ତଥା ଏଥିରେ ପ୍ରାୟ ୪୦ ହଜାର କଳାକାର ଅଂଶଗ୍ରହଣ କରିବା ଓ ଲକ୍ଷ ଲକ୍ଷ ପରିଦର୍ଶକ ଏଠାକୁ ଆସିଥିଲେ ବୋଲି ସେ କହିଥିଲେ । ଜନସାଧାରଣଙ୍କ ସହଯୋଗ ଯୋଗୁ କାଶୀ ସଂସଦ ସାଂସ୍କୃତିକ ମହୋତ୍ସବ ଆଗାମୀ ଦିନରେ ଏହାର ଏକ ପରିଚୟ ସୃଷ୍ଟି କରିବ ବୋଲି ସେ ବିଶ୍ୱାସ ପ୍ରକଟ କରିଥିଲେ । କାଶୀ ବିଶ୍ୱବ୍ୟାପୀ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ହେବାରେ ଲାଗିଛି ବୋଲି ସେ କହିଥିଲେ ।

 

ଶ୍ରୀ ମୋଦୀ କହିଥିଲେ ଯେ କାଶୀ ଓ ସଂସ୍କୃତି ଏକ ଶକ୍ତିର ଦୁଇଟି ନାମ ଓ କାଶୀ ଭାରତର ସାଂସ୍କୃତିକ ରାଜଧାନୀ ହେବାର ଗୌରବ ହାସଲ କରିଛି । ନଗରୀର କୋଣେ ଅନୁକୋଣେ ସଂଗୀତର ସ୍ରୋତ ବହିଚାଲେ ଓ ଏହା ମଧ୍ୟ ନଟରାଜଙ୍କ ନିଜସ୍ୱ ନଗରୀ । ସମସ୍ତ କଳା ଓ କୃତିର ଉତ୍ସ ବୋଲି ମହାଦେବଙ୍କୁ ସ୍ୱୀକାର କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭରତ ମୁନିଙ୍କ ଭଳି ଋଷିଗଣ କଳାର ସ୍ୱରୂପକୁ ବିକଶିତ କରାଇଥିଲେ । କାଶୀରେ ସବୁ ଜିନିଷରେ ସଂଗୀତ କଳାର ଛାପ ରହିଛି ।

ନଗରୀ ଗୌରବମୟ ଶାସ୍ତ୍ରୀୟ ସଂସ୍କୃତି ଉପରେ ଆଲୋକପାତ କରି ଶ୍ରୀ ମୋଦୀ ନଗରୀଟି ତବଲା, ସାହାନାଇ, ସୀତାର, ସାରଙ୍ଗୀ ଓ ବୀଣାର ସମାହାର ବୋଲି କହିଥିଲେ । ବାରାଣାସୀ, ଖୟାଲ, ଠୁମରୀ, ଦାଦ୍ରା, ଚଇତି ଓ କଜରୀ ଭଳି ସଂଗୀତ ଧାରା ଶହ ଶହ ବର୍ଷ ଧରି ସାଇତି ରଖିଥିବା ବେଳେ ଭାରତରେ ମଧୁୁର ଆତ୍ମା କୁହାଯାଉଥିବା ଗୁରୁ-ଶିଷ୍ୟ ପରମ୍ପରାକୁ ଉଜ୍ଜୀବିତ କରି ରଖିଛି । ପ୍ରଧାନମନ୍ତ୍ରୀ ତେଲିୟ ଘରାନା, ପିଆରୀ ଘରାନା ଓ ରାମପୁର କବୀର ଚୌରା ମୋହଲ୍ଲାର ସଂଗୀତସାଧକ ଗଣଙ୍କ ଯୋଗୁ ବାରାଣାସୀ ବିଶ୍ୱରେ ନାମ କମାଇଥିବା ଅନେକ ବିଶିଷ୍ଟ ସାଧକଙ୍କ ବିଷୟରେ ଅବତାରଣା କରିଥିଲେ । ବାରାଣାସୀର କେତେକ ମହାନ ସଂଗୀତଜ୍ଞ ସହ ମତ ବିନିମୟ ହୋଇଥିବାରୁ ସେ କୃତଜ୍ଞତା ଜଣାଇଥିଲେ ।

 

ଆଜି ଉଦଘାଟିତ କାଶୀ ସଂସଦ ଖେଳ ପ୍ରତିଯୋଗିତାର ପୋର୍ଟାଲକୁ ନେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ସେ ଖେଳ ପ୍ରତିଯୋଗିତା ହେଉ ବା କାଶୀ ସଂସଦ ସାଂସ୍କୃତିକ ମହୋତ୍ସବ ଏହା କାଶୀର ନୂତନ ପରମ୍ପରାର ଅୟମାରମ୍ଭ ମାତ୍ର । ବର୍ତ୍ତମାନ କାଶୀ ସଂସଦ ଜ୍ଞାନ ପ୍ରତିଯୋଗିତା ମଧ୍ୟ ଆୟୋଜିତ ହେବ । “କାଶୀର ସଂସ୍କୃତି, ଖାଦ୍ୟପେୟ ଓ କଳାକୁ ନେଇ ସଚେତନତା ବୃଦ୍ଧି ପାଇଁ ଉଦ୍ୟମ ହୋଇଛି । କାଶୀ ସଂସଦ ଜ୍ଞାନ ପ୍ରତିଯୋଗିତା କାଶୀର ଉଭୟ ଗ୍ରାମ ଓ ସହରରେ ବିଭିନ୍ନ ସ୍ତରରେ ହେବ” ବୋଲି ସେ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ କାଶୀ ନଗରୀର ଜନସାଧାରଣ ଖୁବ୍ ଜ୍ଞାନୀ ଓ ପ୍ରତ୍ୟେକ ଅଧିବାସୀ କାଶୀର ବାର୍ତ୍ତାବହ ସଦୃଶ । ସେମାନଙ୍କୁ ଜ୍ଞାନ ସମ୍ପର୍କରେ ସଠିକ ଯୋଗାଯୋଗ କରିବାକୁ ଯାତ୍ରୀ ମାର୍ଗଦର୍ଶକଙ୍କୁ ଅଧିକ ଗୁଣବାନ କରିବାକୁ ସେ ପ୍ରସ୍ତାବ ଦେଇଥିଲେ । ସେଥିପାଇଁ କାଶୀ ସଂସଦ ଯାତ୍ରୀ ମାର୍ଗଦର୍ଶନ ପ୍ରତିଯୋଗିତା ମଧ୍ୟ ଆୟୋଜିତ ହେବ । “ମୁଁ ତାହା କରିବାକୁ ଚାହୁଁଛି କାରଣ ମୋ କାଶୀ ସମ୍ପର୍କରେ ବିଶ୍ୱବାସୀ ଅବଗତ ହୁଅନ୍ତୁ, ତାହା ହିଁ ମୁଁ ଚାହେଁ । କାଶୀର ଯାତ୍ରୀ ମାର୍ଗଦର୍ଶିକା ବିଶ୍ୱରେ ସମ୍ମାନିତ ହେବା ମୁଁ ଚାହେଁ” ବୋଲି ସେ କହିଥିଲେ ।

 

ବିଶ୍ୱବ୍ୟାପୀ ଅଧିକରୁ ଅଧିକ ବିଦ୍ୱାନ କାଶୀ ସଂସ୍କୃତ ଶିକ୍ଷା କରିବାକୁ ଆସନ୍ତୁ, ଏହାକୁ ମନରେ ରଖି ଆଜି (୨୩-୦୯-୨୦୨୩) ୧୧୦୦ କୋଟି ଟଙ୍କା ବ୍ୟୟରେ ଅଟଳ ଆବସୀୟ ବିଦ୍ୟାଳୟ ମାନ ଉଦଘାଟିତ ହୋଇଛି । ଶ୍ରମିକଙ୍କ ପିଲାଙ୍କ ସମେତ ସମାଜର ଦୁର୍ବଳ ଶ୍ରେଣୀର ପିଲାମାନେ ଯେପରି ଗୁଣାତ୍ମକ ଶିକ୍ଷା ଲାଭ କରିପାରିବ ସେଥିପାଇଁ ଏହି ବିଦ୍ୟାଳୟଗୁଡ଼ିକ ଉଦଘାଟିତ ହୋଇଛି । “କୋଭିଡ୍ ବୈଶ୍ୱିକ ମହାମାରୀ କାଳରେ ଯେଉଁ ପିଲାମାନେ ନିଜର ମାତାପିତାଙ୍କୁ ହରାଇଛନ୍ତି । ସେମାନେ ବିନା ଦେୟାର ପଢ଼ିପାରିବେ ।” ସଂଗୀତ, କଳା, କାରୁକଳା, ବୈଷୟିକ ଜ୍ଞାନ ଓ କ୍ରୀଡ଼ା ମଧ୍ୟ ନିୟମିତ ପାଠ୍ୟକ୍ରମକୁ ଛାଡ଼ି ଏଥିରେ ରହିବ । ଆଦିବାସୀ ସମାଜ ନିମନ୍ତେ ଏକ ଏକଲବ୍ୟ ଆବାସିକ ବିଦ୍ୟାଳୟ ବିକଶିତ ହେଉଥିବା ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ । “ନୂନତ ଶିକ୍ଷା ନୀତି ସହ ସରକାର ଭାବନାରେ ସମ୍ପୂର୍ଣ୍ଣ ପରିବର୍ତ୍ତନ ଆଣିଛନ୍ତି । ବିଦ୍ୟାଳୟଗୁଡ଼ିକ ଆଧୁନିକ ହେବା ସହ ଶ୍ରେଣୀଗୁଡ଼ିକ କୁଶଳ ହେଉଛି ।” ପିଏମ ଶ୍ରୀ ଅଭିଯାନ ମାଧ୍ୟମରେ ଦେଶର ହଜାର ହଜାର ବିଦ୍ୟାଳୟର ଆଧୁନିକୀକରଣ ଆଧୁନିକ ପ୍ରଯୁକ୍ତି ବିଦ୍ୟା ଜରିଆରେ ହେଉଥିବା ସେ କହିଥିଲେ ।

କାଶୀ ନଗରୀର ସମସ୍ତ ବିକାଶମୂଳକ କାର୍ଯ୍ୟ ନିମନ୍ତେ ନଗରବାସୀଙ୍କ ଆକୁଣ୍ଠ ସହଯୋଗକୁ ପ୍ରଧାନମନ୍ତ୍ରୀ ସ୍ୱୀକାର କରିଥିଲେ । ପ୍ରବାସୀ ଶ୍ରମିକମାନଙ୍କ ନିମନ୍ତେ ବିଭିନ୍ନ ରାଜ୍ୟରେ ବଜେଟ୍ ଉପଲବ୍ଧ ଥିବାବେଳେ, କେତେକ ରାଜ୍ୟ ନିର୍ବାଚନ ଦୃଷ୍ଟିରୁ ସୁବିଧା ହେଉଥିବା ଉଦେଶ୍ୟରେ ଖର୍ଚ୍ଚ କରୁଛନ୍ତି । ମାତ୍ର ଉତ୍ତର ପ୍ରଦେଶରେ ଯୋଗୀ ଜୀଙ୍କ ମୁଖ୍ୟମନ୍ତ୍ରୀତ୍ୱ କାଳରେ ସମାଜର ଗରୀବ ଶ୍ରେଣୀର ପିଲାଙ୍କ ନିମନ୍ତେ ଏହା ଖର୍ଚ୍ଚ ହେଉଛି । ନିଜର ଆତ୍ମବିଶ୍ୱାସ ପାଇଁ ପ୍ରଧାନମନ୍ତ୍ରୀ ଆବାସିକ ବିଦ୍ୟାଳୟଗୁଡ଼ିକର ବିଦ୍ୟାର୍ଥୀମାନଙ୍କ ପ୍ରଶଂସା କରିଥିଲେ । “ମୋ କଥାକୁ ବିଶ୍ୱାସ କର, ଆଗାମୀ ଦଶ ବର୍ଷ ମଧ୍ୟରେ ଆପଣମାନେ ଦେଖିବେ ଏହିସବୁ ବିଦ୍ୟାଳୟ ବିଦ୍ୟାର୍ଥୀମାନେ କାଶୀ ପାଇଁ ଗୌରବ ଆଣିବେ” ବୋଲି କହି ସେ ଅଭିଭାଷଣର ଅନ୍ତ ଘଟାଇଥିଲେ ।

 

ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଶ୍ରୀ ଯୋଗୀ ଆଦିତ୍ୟନାଥ ଓ ରାଜ୍ୟ ମନ୍ତ୍ରୀଗଣ ଏହି ଅବସରରେ ଉପସ୍ଥିତ ଥିଲେ ।

ପୃଷ୍ଠଭୂମି-

କାଶୀର ସାଂସ୍କୃତିକ ମଜଭୁତୀକରଣ ନିମନ୍ତେ କାଶୀ ସଂସଦ ସାଂସ୍କୃତିକ ମହୋତ୍ସବର ପରିକଳ୍ପନା କରାଯାଇଛି । ଏଥିରେ ୧୭ଟି ବିଭିନ୍ନ ଶ୍ରେଣୀରୁ ୩୭ ହଜାରରୁ ଅଧିକ ଅଂଶଗ୍ରହଣକାରୀ ଯୋଗ ଦେଇ ସେମାନଙ୍କ କର୍ମ ନିପୁଣତା ପ୍ରଦର୍ଶନ କରିଥିଲେ ।

 

ଗୁଣାତ୍ମକ ଶିକ୍ଷାର ବିକାଶ ନିମନ୍ତେ ଉତ୍ତର ପ୍ରଦେଶର ବିଭିନ୍ନ ସ୍ଥାନରେ ୧୬ଟି ଅଟଳ ଆବାସିକ ବିଦ୍ୟାଳୟ ଆଜି ଉଦଘାଟିତ ହୋଇଥିବା ବେଳେ ଏ ବାବଦ ୧୧୧୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଶ୍ରମିକ, ନିର୍ମାଣ ଶ୍ରମିକ ଓ ବାପା ମାଆ ଛେଉଣ୍ଡ (କୋଭିଡ-୧୯) ଯୋଗୁ ପିଲାମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରି ସେମାନଙ୍କ ସର୍ବାଙ୍ଗୀଣ ବିକାଶ ଏହି ବିଦ୍ୟାଳୟର ଲକ୍ଷ୍ୟ । ୧୦ରୁ ୧୫ ଏକର ପରିମିତ ସ୍ଥାନ ମଧ୍ୟରେ ଏହି ବିଦ୍ୟାଳୟ ତିଆରି ହୋଇଛି । ଏଥିରେ ଶ୍ରେଣୀ ଗୃହ, ଖେଳ ପଡ଼ିଆ, ଅଡିଟୋରିୟମ, ଛାତ୍ରାବାସ ଓ କର୍ମଚାରୀ ଆବାସସ୍ଥଳୀମାନ ରହିଛି । ପ୍ରତ୍ୟେକ ବିଦ୍ୟାଳୟରେ ଅନ୍ୟୁନ ଏକ ହଜାର ବିଦ୍ୟାର୍ଥୀ ପଢ଼ିପାରିବେ ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s mutual fund industry grows over twice as fast as global peers

Media Coverage

India’s mutual fund industry grows over twice as fast as global peers
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares Sanskrit Subhashitam highlighting the values of compassion and contentment
August 24, 2026

The Prime Minister, Shri Narendra Modi, said that compassion brings self-respect and contentment brings true happiness. He noted that this spirit further strengthens the bonds of cooperation and harmony in society.

The Prime Minister shared a Sanskrit Subhashitam-

“कारुण्येनात्मनो मानं तृष्णां च परितोषतः।

उत्थानेन जयेत्तन्द्रीं वितर्कं निश्चयाज्जयेत्॥”

The Subhashitam conveys that self-respect is achieved by showing kindness or compassion to others. Greed is overcome by being satisfied at one's fortune in life. One must conquer laziness, dubious reasoning and indecisiveness by exertion and entrepreneurship.

The Prime Minister wrote on X;

“करुणा से आत्म-सम्मान और संतोष से सच्ची खुशी मिलती है। इसी भाव से समाज में सहयोग और सद्भाव की डोर और सशक्त होती है।

कारुण्येनात्मनो मानं तृष्णां च परितोषतः।

उत्थानेन जयेत्तन्द्रीं वितर्कं निश्चयाज्जयेत्॥”