ଶ୍ରୀରାମ ମନ୍ଦିର ର ପ୍ରତିଷ୍ଠା ପାଇଁ ଶୁଭେଚ୍ଛା ଜଣାଇଛନ୍ତି ଶ୍ରୀଲଙ୍କା ରାଷ୍ଟ୍ରପତି
ଭାରତର ୟୁନିଫାଇଡ୍ ପେମେଣ୍ଟ୍ ଇଣ୍ଟରଫେସ୍ ଅର୍ଥାତ୍ ୟୁପିଆଇ ଏବେ ଏକ ନୂଆ ଦାୟିତ୍ବ ନିର୍ବାହ କରୁଛି- ଭାରତ ସହିତ ଏହାର ପାର୍ଟନର ମିଳିତ ହୋଇଛନ୍ତି
"ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି ଭାରତରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିଛି"
ଭାରତର ନୀତି ହେଉଛି 'ନେବରହୁଡ୍ ଫାର୍ଷ୍ଟ'। ଆମର ସାମୁଦ୍ରିକ ଲକ୍ଷ୍ୟ ହେଉଛି ସାଗର ଅର୍ଥାତ୍ ଏହି ଅଞ୍ଚଳରେ ସମସ୍ତଙ୍କ ପାଇଁ ନିରାପତ୍ତା ଏବଂ ବିକାଶ
ୟୁପିଆଇ ସହ ଯୋଡ଼ି ହେଲେ ଉଭୟ ଶ୍ରୀଲଙ୍କା ଓ ମରିସସ ଲାଭବାନ ହେବା ସହ ଡିଜିଟାଲ ପରିବର୍ତ୍ତନକୁ ପ୍ରୋତ୍ସାହନ ମିଳିବ
ଏସିଆର ନେପାଳ, ଭୁଟାନ, ସିଙ୍ଗାପୁର ଓ ୟୁଏଇ ପରେ ଏବେ ମରିସସରୁ ଆଫ୍ରିକାରେ ରୁପେ କାର୍ଡ ଲଞ୍ଚ କରାଯାଉଛି
ପ୍ରାକୃତିକ ବିପର୍ଯ୍ୟୟ, ସ୍ୱାସ୍ଥ୍ୟ, ଅର୍ଥନୀତି କିମ୍ବା ଆନ୍ତର୍ଜାତିକ ସ୍ତରରେ ସମର୍ଥନ ହେଉ, ଭାରତ ପ୍ରଥମେ ସହାୟତା କରିଥାଏ ଏବଂ ଆଗକୁ ମଧ୍ୟ ଏହା ଜାରି ରହିବ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଶ୍ରୀଲଙ୍କାର ରାଷ୍ଟ୍ରପତି ଶ୍ରୀ ରାନିଲ ବିକ୍ରମସିଂହେ ଏବଂ ମରିସସର ପ୍ରଧାନମନ୍ତ୍ରୀ ଶ୍ରୀ ପ୍ରବୀନ୍ଦ ଜୁଗନାଥଙ୍କ ସହ ମିଳିତ ଭାବେ ଶ୍ରୀଲଙ୍କା ଏବଂ ମରିସସରେ ୟୁନିଫାଇଡ୍ ପେମେଣ୍ଟ ଇଣ୍ଟରଫେସ୍ (ୟୁପିଆଇ) ସେବା ଏବଂ ମରିସସରେ ରୁପେ କାର୍ଡ ସେବାର ଶୁଭାରମ୍ଭ କରିଛନ୍ତି ।

ମରିସସ୍ ପ୍ରଧାନମନ୍ତ୍ରୀ ଶ୍ରୀ ପ୍ରବିନ୍ଦ ଜୁଗନାଥ ସୂଚନା ଦେଇଛନ୍ତି ଯେ ମରିସସରେ କୋ-ବ୍ରାଣ୍ଡେଡ୍ ରୂପେ କାର୍ଡକୁ ଘରୋଇ କାର୍ଡ଼ ଭାବେ ମନୋନୀତ କରାଯିବ। ଆଜିର ଶୁଭାରମ୍ଭ ଉଭୟ ଦେଶର ନାଗରିକଙ୍କୁ ବହୁତ ସୁବିଧା ଦେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ଅଯୋଧ୍ୟା ଧାମରେ ଶ୍ରୀରାମ ମନ୍ଦିରର ପବିତ୍ରତା ପାଇଁ ଶ୍ରୀଲଙ୍କା ରାଷ୍ଟ୍ରପତି ଶ୍ରୀ ରାନିଲ ବିକ୍ରମସିଂହେ ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସେ ଶତାବ୍ଦୀ ପୁରୁଣା ଅର୍ଥନୈତିକ ସମ୍ପର୍କ ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ । ଦୁଇ ଦେଶ ମଧ୍ୟରେ ଯୋଗାଯୋଗର ଗତି ବଜାୟ ରଖିବା ଏବଂ ସମ୍ପର୍କକୁ ଗଭୀର କରିବା ପାଇଁ ରାଷ୍ଟ୍ରପତି ଆଶା ବ୍ୟକ୍ତ କରିଥିଲେ ।

 

 

ଏହି ଅବସରରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ଭାରତ, ଶ୍ରୀଲଙ୍କା ଏବଂ ମରିସସ୍ ଭଳି ତିନୋଟି ବନ୍ଧୁ ରାଷ୍ଟ୍ର ପାଇଁ ଏକ ସ୍ୱତନ୍ତ୍ର ଦିନ, ଯେତେବେଳେ ସେମାନଙ୍କର ଐତିହାସିକ ସମ୍ପର୍କ ଆଧୁନିକ ଡିଜିଟାଲ ସଂଯୋଗର ରୂପ ନେଇଛି । ଏହା ଲୋକଙ୍କ ବିକାଶ ପାଇଁ ସରକାରଙ୍କ ପ୍ରତିବଦ୍ଧତାର ପ୍ରମାଣ ବୋଲି ସେ କହିଛନ୍ତି। ଫିନଟେକ୍ ସଂଯୋଗ ସୀମାପାର କାରବାର ଏବଂ ସଂଯୋଗକୁ ଆହୁରି ସୁଦୃଢ଼ କରିବ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । "ଭାରତର ୟୁପିଆଇ ବା ୟୁନାଇଟେଡ୍ ପେମେଣ୍ଟ ଇଣ୍ଟରଫେସ ଆଜି ଏକ ନୂତନ ଭୂମିକାରେ ଆସିଛି - ଭାରତ ସହିତ ୟୁନାଇଟିଂ ପାର୍ଟନର", ଭାବରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ।

ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି ଭାରତରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିଛି, ଯେଉଁଠାରେ ଦୁର୍ଗମ ଗ୍ରାମର କ୍ଷୁଦ୍ରତମ ବିକ୍ରେତାମାନେ ୟୁପିଆଇ ମାଧ୍ୟମରେ କାରବାର କରୁଛନ୍ତି ଏବଂ ଡିଜିଟାଲ ପେମେଣ୍ଟ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ। ୟୁପିଆଇ କାରବାରର ସୁବିଧା ଏବଂ ଗତି ବିଷୟରେ ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ ଯେ ଗତ ବର୍ଷ ୟୁପିଆଇ ମାଧ୍ୟମରେ ୨ ଲକ୍ଷ କୋଟି ଟଙ୍କା ବା ୮ ଟ୍ରିଲିୟନ ଶ୍ରୀଲଙ୍କା ଟଙ୍କା ବା ୧ ଟ୍ରିଲିୟନ ମରିସସ୍ ଟଙ୍କା ମୂଲ୍ୟର ୧୦୦ ବିଲିୟନରୁ ଅଧିକ କାରବାର ହୋଇଥିଲା । ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୩୪ ଲକ୍ଷ କୋଟି ଟଙ୍କା ବା ୪୦୦ ବିଲିୟନ ଆମେରିକୀୟ ଡଲାର ଟ୍ରାନ୍ସଫର ହୋଇଥିବା ବ୍ୟାଙ୍କ ଆକାଉଣ୍ଟ, ଆଧାର ଏବଂ ମୋବାଇଲ ଫୋନର ଜିଇଏମ ଟ୍ରିନିଟି ଜରିଆରେ ଶେଷ ମାଇଲ ଡେଲିଭରି କରିବା ବିଷୟରେ ମଧ୍ୟ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । କୋୱିନ୍ ପ୍ଲାଟଫର୍ମ ସହ ଭାରତ ବିଶ୍ୱର ସର୍ବବୃହତ ଟିକାକରଣ କାର୍ଯ୍ୟକ୍ରମ ଆୟୋଜନ କରିଛି ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ । ବୈଷୟିକ ଜ୍ଞାନକୌଶଳର ବ୍ୟବହାର ସ୍ୱଚ୍ଛତାକୁ ପ୍ରୋତ୍ସାହିତ କରୁଛି, ଦୁର୍ନୀତି ହ୍ରାସ କରୁଛି ଏବଂ ସମାଜରେ ଅନ୍ତର୍ଭୁକ୍ତୀକରଣ ବୃଦ୍ଧି କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

 

ଭାରତର ନୀତି 'ନେବରହୁଡ୍ ଫାର୍ଷ୍ଟ' ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ଆମର ସାମୁଦ୍ରିକ ଲକ୍ଷ୍ୟ ହେଉଛି ସାଗର ଅର୍ଥାତ୍ ଏହି ଅଞ୍ଚଳରେ ସମସ୍ତଙ୍କ ପାଇଁ ସୁରକ୍ଷା ଏବଂ ବିକାଶ । ଭାରତ ଏହାର ବିକାଶକୁ ପଡ଼ୋଶୀ ଦେଶ ଠାରୁ ଅଲଗା ଭାବେ ଦେଖୁନାହିଁ।

ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କ ଗତ ଗସ୍ତ ସମୟରେ ଗ୍ରହଣ କରାଯାଇଥିବା ଭିଜନ ଡକ୍ୟୁମେଣ୍ଟକୁ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଆର୍ଥିକ ଯୋଗାଯୋଗକୁ ସୁଦୃଢ଼ କରିବା ଉପରେ ଏହାର ପ୍ରମୁଖ ଉପାଦାନ ଭାବେ ଆଲୋକପାତ କରିଥିଲେ । ଜି-୨୦ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ପ୍ରବିନ୍ଦ ଜୁଗନାଥ ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦେଇ ଏହି ଆଲୋଚନା କରିଥିଲେ।

ପ୍ରଧାନମନ୍ତ୍ରୀ ବିଶ୍ୱାସ ବ୍ୟକ୍ତ କରିଥିଲେ ଯେ ୟୁପିଆଇ ସହିତ ସଂଯୋଗ ଶ୍ରୀଲଙ୍କା ଏବଂ ମରିସସ୍ କୁ ଉପକୃତ କରିବ ଏବଂ ଡିଜିଟାଲ ପରିବର୍ତ୍ତନକୁ ପ୍ରୋତ୍ସାହନ ମିଳିବ, ସ୍ଥାନୀୟ ଅର୍ଥନୀତିରେ ସକାରାତ୍ମକ ପରିବର୍ତ୍ତନ ଦେଖାଯିବ ଏବଂ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରାଯିବ । ମୋର ବିଶ୍ୱାସ ଯେ ଭାରତୀୟ ପର୍ଯ୍ୟଟକମାନେ ୟୁପିଆଇ ଥିବା ଗନ୍ତବ୍ୟସ୍ଥଳକୁ ପ୍ରାଥମିକତା ଦେବେ। ଶ୍ରୀଲଙ୍କା ଏବଂ ମରିସସରେ ରହୁଥିବା ଭାରତୀୟ ବଂଶୋଦ୍ଭବ ଏବଂ ସେଠାରେ ପଢୁଥିବା ଛାତ୍ରଛାତ୍ରୀମାନେ ମଧ୍ୟ ଏଥିରୁ ବିଶେଷ ଲାଭ ପାଇବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଏସିଆ ଉପସାଗରରେ ନେପାଳ, ଭୁଟାନ, ସିଙ୍ଗାପୁର ଏବଂ ୟୁଏଇ ପରେ ଏବେ ମରିସସ୍ ରୁପେ କାର୍ଡ ଆଫ୍ରିକାରେ ଶୁଭାରମ୍ଭ କରାଯାଉଛି ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଖୁସି ବ୍ୟକ୍ତ କରିଛନ୍ତି। ଏହା ଦ୍ୱାରା ମରିସସରୁ ଭାରତ ଆସୁଥିବା ଲୋକମାନେ ମଧ୍ୟ ସୁବିଧା ପାଇବେ । ହାର୍ଡ ମୁଦ୍ରା କିଣିବାର ଆବଶ୍ୟକତା ମଧ୍ୟ ହ୍ରାସ ପାଇବ । ୟୁପିଆଇ ଏବଂ ରୁପେ କାର୍ଡ ସିଷ୍ଟମ ଆମ ନିଜ ମୁଦ୍ରାରେ ରିଅଲ ଟାଇମ, ଶସ୍ତା ଏବଂ ସୁବିଧାଜନକ ଦେୟ ସକ୍ଷମ କରିବ । ଆଗାମୀ ଦିନରେ ଆମେ ସୀମାପାର ରେମିଟାନ୍ସ ଅର୍ଥାତ୍ ପର୍ସନ ଟୁ ପର୍ସନ (ପି୨ପି) ପେମେଣ୍ଟ ସୁବିଧା ଆଡକୁ ଯାଇପାରିବା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

 

ଆଜିର ଶୁଭାରମ୍ଭ ଗ୍ଲୋବାଲ୍ ସାଉଥ୍‌ ସହଯୋଗର ସଫଳତାର ପ୍ରତୀକ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । "ଆମର ସମ୍ପର୍କ କେବଳ କାରବାର ପାଇଁ ନୁହେଁ, ଏହା ଏକ ଐତିହାସିକ ସମ୍ପର୍କ", ପ୍ରଧାନମନ୍ତ୍ରୀ ମୋଦୀ ତିନି ଦେଶ ମଧ୍ୟରେ ଲୋକମାନଙ୍କ ମଧ୍ୟରେ ସମ୍ପର୍କର ଶକ୍ତି ଉପରେ ଆଲୋକପାତ କରିଥିଲେ । ବିଗତ ଦଶ ବର୍ଷ ମଧ୍ୟରେ ଭାରତ ତା'ର ପଡ଼ୋଶୀ ବନ୍ଧୁମାନଙ୍କୁ ସମର୍ଥନ କରୁଥିବା ପ୍ରତି ଦୃଷ୍ଟି ଆକର୍ଷଣ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ପ୍ରାକୃତିକ ବିପର୍ଯ୍ୟୟ ହେଉ, ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ପ୍ରସଙ୍ଗ ହେଉ, ଅର୍ଥନୈତିକ ହେଉ କି ଆନ୍ତର୍ଜାତିକ ମଞ୍ଚରେ ସହାୟତା, ପ୍ରତ୍ୟେକ ସଙ୍କଟ ସମୟରେ ଭାରତ ତା'ର ବନ୍ଧୁମାନଙ୍କ ପାଇଁ ଛିଡ଼ା ହୋଇଛି। "ଭାରତ ପ୍ରଥମ ପ୍ରତିକ୍ରିୟା ଦେଇଛି ଏବଂ ଆଗକୁ ମଧ୍ୟ ରହିବ", ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ଭାରତର ଜି-୨୦ ଅଧ୍ୟକ୍ଷତା ସମୟରେ ମଧ୍ୟ ଗ୍ଲୋବାଲ ସାଉଥର ଚିନ୍ତା ପ୍ରତି ବିଶେଷ ଧ୍ୟାନ ଦେଇଥିଲେ । ଭାରତର ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମିର ଲାଭ ଗ୍ଲୋବାଲ୍ ସାଉଥର  ଦେଶଗୁଡ଼ିକୁ ପ୍ରଦାନ କରିବା ପାଇଁ ଏକ ସାମାଜିକ ପ୍ରଭାବ ପାଣ୍ଠି ଗଠନ କରିବାକୁ ସେ ଉଲ୍ଲେଖ କରିଥିଲେ ।

ଅଭିଭାଷଣ ଶେଷ କରି ପ୍ରଧାନମନ୍ତ୍ରୀ ଆଜିର ଉନ୍ମୋଚନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ରାଷ୍ଟ୍ରପତି ରାନିଲ ବିକ୍ରମସିଂହେ ଏବଂ ପ୍ରଧାନମନ୍ତ୍ରୀ ପ୍ରବିନ୍ଦ ଜୁଗନାଥଙ୍କୁ ହୃଦୟରୁ କୃତଜ୍ଞତା ଜ୍ଞାପନ କରିଥିଲେ । ଏହି ଉତକ୍ଷେପଣକୁ ସଫଳ କରିଥିବାରୁ ସେ ତିନି ଦେଶର କେନ୍ଦ୍ରୀୟ ବ୍ୟାଙ୍କ ଏବଂ ଏଜେନ୍ସି ଗୁଡ଼ିକୁ ଧନ୍ୟବାଦ ଜଣାଇଛନ୍ତି।

ପୃଷ୍ଠଭୂମି

ଫିନଟେକ୍ ଉଦ୍ଭାବନ ଏବଂ ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି କ୍ଷେତ୍ରରେ ଭାରତ ଏକ ଅଗ୍ରଣୀ ଭାବେ ଉଭା ହୋଇଛି। ଅଂଶୀଦାର ଦେଶମାନଙ୍କ ସହିତ ଆମର ବିକାଶ ଅଭିଜ୍ଞତା ଏବଂ ଅଭିନବତା ବାଣ୍ଟିବା ଉପରେ ପ୍ରଧାନମନ୍ତ୍ରୀ ଦୃଢ଼ ଗୁରୁତ୍ୱାରୋପ କରିଛନ୍ତି । ଶ୍ରୀଲଙ୍କା ଏବଂ ମରିସସ୍ ସହିତ ଭାରତର ଦୃଢ଼ ସାଂସ୍କୃତିକ ଏବଂ ଲୋକମାନଙ୍କ ମଧ୍ୟରେ ସମ୍ପର୍କକୁ ଦୃଷ୍ଟିରେ ରଖି, ଏହି ଶୁଭାରମ୍ଭ ଦ୍ରୁତ ଏବଂ ନିରବଚ୍ଛିନ୍ନ ଡିଜିଟାଲ କାରବାର ଅଭିଜ୍ଞତା ମାଧ୍ୟମରେ ବିଭିନ୍ନ ବର୍ଗର ଲୋକଙ୍କୁ ଉପକୃତ କରିବ ଏବଂ ଦୁଇ ଦେଶ ମଧ୍ୟରେ ଡିଜିଟାଲ ସଂଯୋଗକୁ ବଢ଼ାଇବ ।

ଏହି ଶୁଭାରମ୍ଭ ଦ୍ୱାରା ଶ୍ରୀଲଙ୍କା ଏବଂ ମରିସସ୍ ଯାତ୍ରା କରୁଥିବା ଭାରତୀୟ ନାଗରିକ ତଥା ଭାରତ କୁ ଯାତ୍ରା କରୁଥିବା ମରିସସ୍ ନାଗରିକଙ୍କ ପାଇଁ ୟୁପିଆଇ ସେଟଲମେଣ୍ଟ ସେବା ଉପଲବ୍ଧ ହେବ । ମରିସସରେ ରୁପେ କାର୍ଡ ସେବାର ସମ୍ପ୍ରସାରଣ ଦ୍ୱାରା ମରିସସ୍‌ର ବ୍ୟାଙ୍କଗୁଡିକ ମରିସସରେ ରୁପେ ବ୍ୟବସ୍ଥା ଉପରେ ଆଧାରିତ କାର୍ଡ ଜାରି କରିବାରେ ସକ୍ଷମ ହେବେ ଏବଂ ଭାରତ ଏବଂ ମରିସସରେ ରୁପେ କାର୍ଡ ର ବ୍ୟବହାରକୁ ସହଜ କରିବ ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM-KUSUM 2.0 aims to help farmers generate RE alongside crops: Joshi

Media Coverage

PM-KUSUM 2.0 aims to help farmers generate RE alongside crops: Joshi
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares Sanskrit Subhashitam seeking blessings for well-being, wisdom and prosperity
September 10, 2026

The Prime Minister, Shri Narendra Modi, shared a Sanskrit Subhashitam invoking blessings for the well-being, auspiciousness, protection, peace, wisdom and prosperity of all. The Subhashitam seeks the blessings of Lord Indra, Lord Surya, Lord Garuda and Lord Brihaspati.

The Prime Minister shared a Sanskrit Subhashitam-

“स्वस्ति न इन्द्रो वृद्धश्रवाः।

स्वस्ति नः पूषा विश्ववेदाः।

स्वस्ति नस्तार्क्ष्यो अरिष्टनेमिः।

स्वस्ति नो बृहस्पतिर्दधातु॥”

The Subhashitam conveys that May the glorious Lord Indra bless us with well-being. May Lord Surya, the knower of the entire universe and the sustainer of all, bring auspiciousness to us. May Lord Garuda, the destroyer of obstacles, protect us all. May Lord Brihaspati, the lord of knowledge, bless us with peace, wisdom and prosperity.

The Prime Minister wrote on X;

“स्वस्ति न इन्द्रो वृद्धश्रवाः।

स्वस्ति नः पूषा विश्ववेदाः।

स्वस्ति नस्तार्क्ष्यो अरिष्टनेमिः।

स्वस्ति नो बृहस्पतिर्दधातु॥”