ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମାଲେଠାରେ ମାଳଦ୍ୱୀପର ୬୦ତମ ସ୍ୱାଧୀନତା ଦିବସ ସମାରୋହରେ ‘ସମ୍ମାନିତ ଅତିଥି’ ଭାବରେ ଯୋଗ ଦେଇଛନ୍ତି। ପ୍ରଥମ ଥର କୌଣସି ଭାରତୀୟ ପ୍ରଧାନମନ୍ତ୍ରୀ ମାଳଦ୍ୱୀପର ସ୍ୱାଧୀନତା ଦିବସ ସମାରୋହରେ ଯୋଗ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ପ୍ରଥମ ବିଦେଶୀ ନେତା ଯାହାଙ୍କୁ ରାଷ୍ଟ୍ରପତି ମୁଇଜୁ ଆତିଥ୍ୟ ପ୍ରଦାନ କରିଛନ୍ତି।

 

ପ୍ରଧାନମନ୍ତ୍ରୀ ମାଳଦ୍ୱୀପର ରାଷ୍ଟ୍ରପତି ମହାମହିମ ଡକ୍ଟର ମହମ୍ମଦ ମୁଇଜୁଙ୍କ ସହ ରିପବ୍ଲିକ୍‌ ସ୍କୋୟାର ଠାରେ ସ୍ୱାଧୀନତା ଦିବସ ପରେଡ୍ ଦେଖିଥିଲେ। ଏହି ଅବସରରେ, ପ୍ରଧାନମନ୍ତ୍ରୀ ମାଳଦ୍ୱୀପର ଜନସାଧାରଣ ଏବଂ ସରକାରଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଥିଲେ। ଏହି ଉତ୍ସବରେ ମାଳଦ୍ୱୀପର ଜାତୀୟ ପ୍ରତିରକ୍ଷା ବାହିନୀ ଏବଂ ଅନ୍ୟାନ୍ୟ ସ୍ଥାନୀୟ ୟୁନିଟ୍ ଦ୍ୱାରା ଚିତ୍ତାକର୍ଷକ ପରେଡ୍ ପ୍ରଦର୍ଶିତ ହୋଇଥିଲା। ଏକ ଆଧୁନିକ ରାଷ୍ଟ୍ର ଭାବରେ ମାଳଦ୍ୱୀପର ସଫଳତା ଉପରେ ଆଧାରିତ ସାଂସ୍କୃତିକ ପ୍ରଦର୍ଶନର ଏକ ଧାରାବାହିକ ମଧ୍ୟ ପ୍ରଦର୍ଶିତ ହୋଇଥିଲା।

 

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ରାଷ୍ଟ୍ରପତି ମୁଇଜୁ ଏବଂ ମାଳଦ୍ୱୀପର ଜନସାଧାରଣଙ୍କୁ ସେମାନଙ୍କ ସାଦର ନିମନ୍ତ୍ରଣ ପାଇଁ ଧନ୍ୟବାଦ ଜଣାଇଥିଲେ। ସ୍ୱାଧୀନତା ଦିବସ ସମାରୋହରେ ‘ସମ୍ମାନିତ ଅତିଥି’ ଭାବରେ ତାଙ୍କର ଯୋଗଦାନ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କରେ ଏକ ମାଇଲଖୁଣ୍ଟ। ୨୦୨୫ରେ ଭାରତ ଏବଂ ମାଳଦ୍ୱୀପ ମଧ୍ୟରେ କୂଟନୀତିକ ସମ୍ପର୍କ ସ୍ଥାପନର ୬୦ ବର୍ଷ ପୂର୍ତ୍ତି ମଧ୍ୟ ପାଳନ କରାଯାଉଛି ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Centre releases Rs 1.09 lakh crore tax devolution; Uttar Pradesh gets biggest share to accelerate development spending

Media Coverage

Centre releases Rs 1.09 lakh crore tax devolution; Uttar Pradesh gets biggest share to accelerate development spending
NM on the go

Nm on the go

Always be the first to hear from the PM. Get the App Now!
...
Governor of Jharkhand meets Prime Minister
August 03, 2026