ଭାରତର ସଫଳତା ବିଶ୍ୱରେ ଏକ ନୂଆ ଆଶା ସଂଚାର କରିଛି : ପିଏମ
ବୈଶ୍ୱିକ ଅଭିବୃଦ୍ଧି ଦିଗରେ ଭାରତ ନେତୃତ୍ୱ ନେଉଛି : ପିଏମ
ସ୍ୱାମୀତ୍ୱ କାର୍ଡ ପ୍ରଚଳନ କରି ଗ୍ରାମୀଣ କ୍ଷେତ୍ରରେ ଉଦାହରଣ ସୃଷ୍ଟି ହୋଇଛି : ପିଏମ
ଯୁବକମାନେ ବର୍ତମାନ ଭାରତର ଏକ୍ସ ଫ୍ୟାକ୍ଟର : ପିଏମ
ଗତ ଶତାବ୍ଦୀରେ ପ୍ରଭାବ ଶୂନ୍ୟ ପ୍ରଶାସନକୁ ଆମେ ପ୍ରଭାବପୂର୍ଣ୍ଣ ଶାସନରେ ପରିଣତ କରିଛୁ : ପିଏମ
ଆଗରୁ ଘର ନିର୍ମାଣ ସରକାରଙ୍କ ନିୟନ୍ତ୍ରଣରେ ରହିଥିବା ବେଳେ ଏବେ ଏହା ଘର ମାଲିକଙ୍କ ହାତରେ ରହିଛି : ପିଏମ
କୌଣସି ରାଜନୈତିକ ପୃଷ୍ଠଭୂମି ନଥାଇ ଏକ ଲକ୍ଷ ଯୁବକଙ୍କୁ ରାଜନୀତିକୁ ଆଣିବାକୁ ତାଙ୍କ ଚିନ୍ତାଧାରା ରହିଥିବା ସେ କହିଥିଲେ ।

ଗୁରୁବାର ଦିନ ନୂଆଦିଲ୍ଲୀର ଭାରତ ମଣ୍ଡପରେ ଆୟୋଜିତ ରିପ୍ଲବିକ ପ୍ଲିନାରୀ ସମିଟ ୨୦୨୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେଇଥିଲେ । ସମବେତ ଜନତାକୁ ଉଦବୋଧନ ଦେଇ ତୃଣମୂଳସ୍ତରରେ ଯୁବକମାନଙ୍କୁ ସର୍ଜନାତ୍ମକ କାର୍ଯ୍ୟରେ ବିନିଯୋଗ କରି ହାକାଥନ ପ୍ରତିଯୋଗିତା ଆୟୋଜନ କରିଥିବାରୁ ରିପବ୍ଲିକ ଟିଭିକୁ ସେ ଧନ୍ୟବାଦ ଜଣାଇଥିଲେ । ଯେତେବେଳେ ଦେଶର ଯୁବକମାନେ ଜାତୀୟ ସମ୍ପାନରେ ନିଜକୁ ନିୟୋଜିତ କରିଥାନ୍ତି ସେତେବେଳେ ନୂଆ ଆଇଡିଆ ସୃଷ୍ଟି ହୋଇ ସମଗ୍ର ବାତାବରଣକୁ ସେମାନଙ୍କର ଊର୍ଜାରେ ଭରି ଦେଇଥାନ୍ତି । ଏହି ସମିଟରେ ସେହିପ୍ରକାର ଊର୍ଜା ପରିଲକ୍ଷିତ ହୋଇଥିବା ସେ କହିଥିଲେ । ସବୁ ପ୍ରକାର ବାଧାକୁ ଯୁବକମାନଙ୍କ ସମ୍ପୃକ୍ତି ହିଁ ଦୂର କରିଥାଏ ଓ ପ୍ରତି ଲକ୍ଷ୍ୟ ହାସଲ କରିବାକୁ ପ୍ରେରଣା ଦେଇଥାଏ । ଏହି ସମିଟ ପାଇଁ ଏକ ନୂଆ ଚିନ୍ତାଧାରା ନେଇ ରିପବ୍ଲିକ ଟିଭି କାମ କରୁଥିବାରୁ ସେ ପ୍ରଶଂସା କରିଥିଲେ । କୌଣସି ରାଜନୈତିକ ପୃଷ୍ଠଭୂମି ନଥାଇ ଏକ ଲକ୍ଷ ଯୁବକଙ୍କୁ ରାଜନୀତିକୁ ଆଣିବାକୁ ତାଙ୍କ ଚିନ୍ତାଧାରା ରହିଥିବା ସେ କହିଥିଲେ ।

ଏହି ଶତାବ୍ଦୀକୁ ଭାରତର ଶତାବ୍ଦୀ ଭାବେ ସାରା ବିଶ୍ୱ ବିବେଚନା କରୁଥିବା ପ୍ରଧାନମନ୍ତ୍ରୀ କହିଥିଲେ । ବିଭିନ୍ନ କ୍ଷେତ୍ରରେ ଭାରତର ସଫଳତା ସାରା ବିଶ୍ୱରେ ଗୁଞ୍ଜରଣ ସୃଷ୍ଟି କରିଛି । ଅନ୍ୟକୁ ବୁଡାଇ ନିଜେ ବୁଡିବା ଦେଶ ଭାବେ ଆଗରୁ ପରିଗଣିତ ଭାରତ ଏବେ ବୈଶ୍ୱିକ ଅଭିବୃଦ୍ଧି ଦିଗରେ ନେତୃତ୍ୱ ନେଉଛି । ଆଜିର କାର୍ଯ୍ୟାବଳୀକୁ ନେଇ ଭାରତର ଭବିଷ୍ୟତ ନିର୍ଭର କରୁଛି । ସ୍ୱାଧୀନତାର ୬୫ ବର୍ଷ ପରେ ବିଶ୍ୱର ଏଗାରତମ ବୃହତ ଅର୍ଥନୀତି ଭାବେ ଭାରତ ପରିଚିତ ଥିଲା । ଗତ ଶତାବ୍ଦୀରେ ପଂଚମ ବୃହତ ଅର୍ଥନୀତି ଭାବେ ଭାରତ ଉଭା ହୋଇଥିବା ବେଳେ ବିଶ୍ୱରେ ତୃତୀୟ ବୃହତ ଅର୍ଥନୀତି ହେବା ପଥରେ ଏହା ଏବେ ଅଗ୍ରସର ହେଉଛି ।

 

୧୮ ବର୍ଷ ତଳେ ୨୦୦୭ରେ ଭାରତର ବାର୍ଷିକ ଜିଡିପି ଏକ ଟ୍ରିଲିୟନ ଆମେରିକୀୟ ଡଲାରରେ ପହଂଚିଥିବା ବେଳେ ତା ପୂର୍ବରୁ ବର୍ଷ ସାରା ଦେଶର ଅର୍ଥନୈତିକ କାରବାର ଏକ ଟ୍ରିଲିୟନ ଆମେରିକୀୟ ଡଲାର ରହିଥିଲା । କିନ୍ତୁ ଆଜି ସେହି ପରିମାଣର ଅର୍ଥନୈତିକ କାରବାର କେବଳ ଗୋଟିଏ କ୍ୱାର୍ଟରରେ ଘଟୁଛି । ଗତ ଦଶ ବର୍ଷ ଭିତରେ ସଫଳତାର ସହ ୨୫ କୋଟି ଲୋକଙ୍କୁ ଭାରତ ଗରିବୀରୁ ରକ୍ଷା କରିପାରିଛି । ଅନେକ ଦେଶର ଲୋକ ସଂଖ୍ୟାଠାରୁ ଏହା ଯଥେଷ୍ଟ ଅଧିକା । ଆଗରୁ ସରକାର ପଠାଉଥିବା ଟଙ୍କାଟିଏ ଭିତରୁ ଲୋକଙ୍କ ପାଖରେ ମାତ୍ର ୧୫ ପଇସା ପହଂଚିପାରୁଥିଲା ଓ ୮୫ ପଇସା ବାଟମାରଣା ହେଉଥିଲା । କିନ୍ତୁ ଗତ ଶତାବ୍ଦୀରେ ଡିବିଟି ମାଧ୍ୟମରେ ଲୋକଙ୍କ ଖାତାକୁ ସିଧାସଳଖ ଭାବେ ୪୨ ଲକ୍ଷ କୋଟିରୁ ଅଧିକା ଟଙ୍କା ପଠାଯାଇଛି ।

ଦଶ ବର୍ଷ ତଳେ ସୌରଶକ୍ତି କ୍ଷେତ୍ରରେ ଭାରତ ପଛୁଆ ରହିଥିଲା । କିନ୍ତୁ ଏବେ ସୌରଶକ୍ତି ସମ୍ପନ୍ନ ରାଷ୍ଟ୍ର ହିସାବରେ ସାରା ବିଶ୍ୱରେ ପଂଚମରେ ଭାରତର ସ୍ଥାନ ରହିଛି । ଦେଶର ସୌରଶକ୍ତି ଦକ୍ଷତା ୩୦ ଗୁଣା ବୃଦ୍ଧି ପାଇଥିବା ବେଳେ ସୋଲାର ମଡ୍ୟୁଲ ଉତ୍ପାଦନରେ ବି ୩୦ ଗୁଣା ବୃଦ୍ଧି ଘଟିଛି । ଦଶ ବର୍ଷ ତଳେ ହୋଲିରେ ବ୍ୟବହାର କରାଯାଉଥିବା ବାଟର ଗନକୁ ବାହାରୁ ଆମଦାନୀ କରାଯାଉଥିଲା । କିନ୍ତୁ ଏବେ ଏପରି ଶିଶୁ ଖେଳଣା ବାହାରକୁ ତିନି ଗୁଣା ରପ୍ତାନୀ କରାଯାଉଛି । ଦଶ ବର୍ଷ ତଳେ ସେନା ପାଇଁ ବାହାରୁ ରାଇଫଲ ଆମଦାନୀ କରାଯାଉଥିବା ବେଳେ ଗତ ଶତାବ୍ଦୀରେ ପ୍ରତିରକ୍ଷା ସାମଗ୍ରୀ ରପ୍ତାନୀ କ୍ଷେତ୍ରରେ କୋଡିଏ ଗୁଣା ବୃଦ୍ଧି ଘଟିଛି ।

 

ଗତ ଦଶ ବର୍ଷ ଭିତରେ ଇସ୍ପାତ ଉତ୍ପାଦନ କ୍ଷେତ୍ରରେ ସାରା ବିଶ୍ୱରେ ଭାରତ ଦ୍ୱିତୀୟ ସ୍ଥାନରେ ଥିବା ବେଳେ ମୋବାଇଲ ଫୋନ ନିର୍ମାତା ଭାବରେ ଦ୍ୱିତୀୟ ଓ ଷ୍ଟାର୍ଟ ଅପ ଇକୋ ସିଷ୍ଟମରେ ତୃତୀୟ ସ୍ଥାନରେ ରହିଛି । ଏହି ସମୟରେ ଭିତିଭୂମି ନିର୍ମାଣ କ୍ଷେତ୍ରରେ ଭାରତର ପୁଞ୍ଜି ନିବେଶ ପାଂଚ ଗୁଣା ବୃଦ୍ଧି ପାଇଥିବା ବେଳେ ବିମାନ ବନ୍ଦର ନିର୍ମାଣ ଦ୍ୱିଗୁଣା ଓ କାର୍ଯ୍ୟକାରୀ ଏମ୍ସ ତିନି ଗୁଣା ବୃଦ୍ଧି ପାଇଛି । ଗତ ଶତାବ୍ଦୀରେ ମେଡିକାଲ କଲେଜ ସଂଖ୍ୟା ଓ ସିଟ ଦ୍ୱିଗୁଣା ବୃଦ୍ଧି ଘଟିଛି ।

ବର୍ତମାନର ଭାରତ ଉଚ୍ଚ ଚିନ୍ତା କରୁଛି, ଅଭିଳଷିତ ଲକ୍ଷ୍ୟ ପୂରଣ ପାଇଁ ସ୍ଥିର କରିବା ସହ ଫଳ ହାସଲ କରି ପାରୁଥିବା ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ଦେଶର ଚିନ୍ତାଧାରାରେ ପରିବର୍ତନ ଆସିଥିବା କାରଣରୁ ଏହା ସମ୍ଭବପର ହୋଇପାରିଥିବା ସେ କହିଥିଲେ । ଆଗରୁ ଷ୍ଟାଟସ କୋ ଗ୍ରହଣ କରିବାର ମାନସିକତା ରହିଥିଲା । କିନ୍ତୁ ଏବେ କିଏ ଭଲ ଫଳ ଦେଇପାରିବ ତାହା ଜନତା ଜାଣିଛନ୍ତି । ମରୁଡି ରିଲିଫ କାମଠାରୁ ଆରମ୍ଭ କରି ବନ୍ଦେ ଭାରତ ସଂଯୋଗୀକରଣ ଓ ଆନ୍ତର୍ଜାତିକ ବିମାନ ବନ୍ଦର ନିର୍ମାଣ ପରି ଅନେକ କ୍ଷେତ୍ରରେ ଲୋକଙ୍କ ଅଭିଳଷିତ ଆକାଂକ୍ଷା ପୂରଣ ହୋଇଥିବା ସେ ଉଦାହରଣ ଦେଇଥିଲେ । ବିକଶିତ ଭାରତ ଲକ୍ଷ୍ୟରେ ଏବେ ଲୋକଙ୍କ ମାନସିକତାରେ ପରିବର୍ତନ ଆସିଥିବା ସେ ଉଲ୍ଲେଖ କରିଥିଲେ ।

 

ଯେତେ ବେଳେ ନାଗରିକମାନଙ୍କ ସବୁପ୍ରକାର ବାଧା ବିଘ୍ନ ଦୂର ହୁଏ ସେତେ ବେଳେ କୌଣସି ସମାଜ କିମ୍ବା ଦେଶର ଦକ୍ଷତା ବୃଦ୍ଧି ପାଇଥାଏ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ପୂର୍ବ ପ୍ରଶାସନ ଦ୍ୱାରା ସୃଷ୍ଟି ହୋଇଥିବା ସବୁପ୍ରକାର ବାଧାକୁ ଚଳନ୍ତି ସରକାର ଦୂର କରିବାକୁ ଉଦ୍ୟମ ଜାରି ରଖିଛନ୍ତି ବୋଲି ସେ କହିଥିଲେ । ମହାକାଶ ବିଜ୍ଞାନ କ୍ଷେତ୍ରର ଉଦାହରଣ ଦେଇ ସେ କହିଥିଲେ ଯେ, ଆଗରୁ ସବୁକିଛି ଇସ୍ରୋ ଅଧୀନରେ ରହିଥିଲା । ସେବେ ମହାକାଶ ବିଜ୍ଞାନ ଓ ଉଦ୍ୟୋଗିକତା କ୍ଷେତ୍ରର ଏତେଟା ସୁବିନିଯୋଗ ହୋଇ ପାରୁନଥିଲା । କିନ୍ତୁ ଏବେ ଏହି କ୍ଷେତ୍ରରେ ଯୁବ ନବ ପ୍ରବର୍ତକମାନଙ୍କ ପାଇଁ ବାଟ ଫିଟିଛି । ଦେଶରେ ଏବେ ପ୍ରାୟ ୨୫୦ଟି ସ୍ପେସ ଷ୍ଟାର୍ଟ ଅପ ଖୋଲି ପାରିଛି । ବିକ୍ରମ-ଏସ ଓ ଅଗ୍ନିବାଣ ପରି ବିଭିନ୍ନ ରକେଟ ଏବେ ଏହି ଷ୍ଟାର୍ଟ ଅପଗୁଡିକ ତିଆରି କରୁଛନ୍ତି । ସେହିପରି ମ୍ୟାପିଂ ସେକ୍ଟରର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଗରୁ ଭାରତରେ ମାନଚିତ୍ର ପ୍ରସ୍ତୁତ କରିବାକୁ ହେଲେ ସରକାରଙ୍କର ଅନୁମତି ଲୋଡିବାକୁ ପଡୁଥିଲା । ହେଲେ ଏବେ ଏହି କଟକଣା ଉଠିଯାଇ ନୂଆ ଷ୍ଟାର୍ଟ ଅପ ପାଇଁ ଜିଓସ୍ପାସିଆଲ ମ୍ୟାପିଂ ଡାଟା ବାଟ ଫିଟାଇଛି । ସେହିପରି ବିଭିନ୍ନ କଟକଣା ସହ ଆଣବିକ ଶକ୍ତି କ୍ଷେତ୍ର ସରକାରଙ୍କ ଅଧୀନରେ ରହିଥିଲା । କିନ୍ତୁ ଏବେ ଚଳିତ ବଜେଟରେ ବିଶେଷ ପ୍ରାବଧାନ କରାଯାଇ ଏହି କ୍ଷେତ୍ରରେ ଘରୋଇ ପ୍ରବେଶ ପାଇଁ ଅନୁମତି ଦିଆଯାଇଛି । ଫଳରେ ୨୦୪୭ ସୁଦ୍ଧା ଭାରତର ଶହେ ଜିଗାବାଟ ଆଣବିକ ଶକ୍ତି ଦକ୍ଷତା ବୃଦ୍ଧି ପାଇବ ।

 

ଭାରତର ଗ୍ରାମଗୁଡିକରେ ଶହେ ଲକ୍ଷ କୋଟି ଟଙ୍କାର ଅନାବିଷ୍କୃତ ଅର୍ଥନୈତିକ ଦକ୍ଷତା ରହିଥିଲା । ବିନା ଆଇନଗତ କାଗଜପତ୍ର ଓ ମ୍ୟାପିଂରେ ଗାଁଗୁଡିକରେ ଘରଗୁଡିକ ରହିଥିବା କାରଣରୁ ଅନେକ ଗ୍ରାମବାସୀ ବ୍ୟାଙ୍କ ଋଣ ସହାୟତା ପାଇପାରୁ ନଥିଲେ । ଏଭଳି ସମସ୍ୟା ଭାରତ ପରି ଦେଶରେ କେବଳ ସୀମିତ ନୁହେଁ । ବରଂ ବଡ ବଡ ଦେଶର ନାଗରିକମାନେ ବି ଭୂମି ଅଧିକାରରୁ ବଂଚିତ ରହୁଥିବା ଦେଖିବାକୁ ମିଳିଛି । ଅନ୍ତର୍ଜାତିକ ସଂସ୍ଥାଗୁଡିକର ରିପୋର୍ଟ ଅନୁସାରେ ଯେଉଁ ଦେଶ ନିଜ ନାଗରିକମାନଙ୍କୁ ଭୂମି ଅଧିକାର ଦେଉଛି ସେମାନଙ୍କର ଜିଡିପିରେ ଅଭିବୃଦ୍ଧି ଘଟୁଛି । ସ୍ୱାମିତ୍ୱ ଯୋଜନାରେ ଭାରତର ଗ୍ରାମରେ ରହିଥିବା ଘରଗୁଡିକୁ ଭୂମି ଅଧିକାର ମିଳିଛି । ଡ୍ରୋନର ବ୍ୟବହାର କରାଯାଇ ପ୍ରତିଟି ଘରକୁ ସର୍ଭେ କରାଯାଇ ମ୍ୟାପ ପ୍ରସ୍ତୁତ କରାଯାଇଛି । ସାରା ଦେଶରେ ପ୍ରପର୍ଟି କାର୍ଡ ପ୍ରସ୍ତୁତ କରାଯାଇ ବିତରଣ କରାଯାଉଥିବା ପ୍ରଧାନମନ୍ତ୍ରୀ କହିଥିଲେ । ଏବେ ପ୍ରାୟ ଦୁଇ କୋଟିରୁ ଊର୍ଦ୍ଧ୍ୱ ପ୍ରପର୍ଟି କାର୍ଡ ଜାରି କରାଯାଇଥିବା ସେ ଉଲ୍ଲେଖ କରିଥିଲେ । ଆଗରୁ ପ୍ରପର୍ଟି କାର୍ଡ ନଥିବାରୁ ଗାଁଗୁଡିକରେ ବହୁ ବାଦ ବିବାଦ ଦେଖିବାକୁ ମିଳୁଥିଲା । କିନ୍ତୁ ଏବେ ଏଥିରେ ପରିବର୍ତନ ଘଟି ଏହି କାର୍ଡ ବଳରେ ଗ୍ରାମବାସୀମାନେ ବ୍ୟାଙ୍କ ଋଣ ସହାୟତା ପାଇପାରୁଛନ୍ତି ।

ବିକଶିତ ଭାରତରେ ଯୁବକମାନେ ହେଉଛନ୍ତି ବୃହତ ଅଂଶୀଦାର । ଏମାନଙ୍କ ପାଇଁ ଏକ୍ସ ଫ୍ୟାକ୍ଟର କାମ କରୁଥିବା ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ପରୀକ୍ଷା ନୀରିକ୍ଷା (ଏକ୍ସପେରିମେଂଟେସନ), ପାରଦର୍ଶିତା (ଏକ୍ସେଲେନ୍ସ), ସମ୍ପ୍ରସାରଣ (ଏକ୍ସପାନସନ)କୁ ଏହି ଏକ୍ସ ଫ୍ୟାକ୍ଟର ସୂଚାଉଥିବା ସେ ଅଭିହିତ କରିଥିଲେ । ପୁରୁଣା ପଦ୍ଧତିକୁ ପଛରେ ଛାଡି ଯୁବବର୍ଗ ନୂଆ ରାସ୍ତା ସୃଷ୍ଟି କରିଛନ୍ତି ଫଳରେ ବୈଶ୍ୱିକ ବେଂଚମାର୍କ ସୃଷ୍ଟି ହୋଇ ୧୪୦ କୋଟି ଭାରତୀୟଙ୍କ ପାଇଁ ରାସ୍ତା ଫିଟିଛି । ସରକାର ପ୍ରତିବର୍ଷ ସ୍ମାର୍ଟ ଇଣ୍ଡିଆ ହାକାଥନ ଆୟୋଜନ କରୁଥିବା ପ୍ରଧାନମନ୍ତ୍ରୀ କହିଥିଲେ । ଏଥିରେ ଏଯାବତ ପ୍ରାୟ ଦଶ ଲକ୍ଷ ଯୁବକ ଅଂଶଗ୍ରହଣ କରିଥିବା କଥା ସେ ଉଲ୍ଲେଖ କରିଥିଲେ । ବିଭିନ୍ନ ବିଭାଗ ଓ ମନ୍ତ୍ରଣାଳୟ ଦ୍ୱାରା ଯୁବ ଅଂଶଗ୍ରହଣକାରୀମାନଙ୍କୁ ଦିଆଯାଉଥିବା ପ୍ରୋବଲେମର ପ୍ରାୟ ଅଢେଇ ହଜାର ସଲ୍ୟୁସନ ପ୍ରସ୍ତୁତ ସରିଥିବା ଉଲ୍ଲେଖ କରାଯାଇଥିଲା । ରିପବ୍ଲିକ ଟିଭି ଦ୍ୱାରା ଏପ୍ରକାର ହାକାଥନ ସଂସ୍କୃତି ତିଆରି କରାଯାଇଥିବାରୁ ପ୍ରଧାନମନ୍ତ୍ରୀ ଖୁସି ପ୍ରକଟ କରିଥିଲେ ।

 

ଗତ ଶତାବ୍ଦୀରେ ନୂଆ ପ୍ରକାର ପ୍ରଶାସନକୁ ଦେଶ ଦେଖିଛି । ପ୍ରଭାବଶୂନ୍ୟ ପ୍ରଶାସନ ପ୍ରଭାବପୂର୍ଣ୍ଣ ସୁଶାସନରେ ପରିଣତ ହୋଇଥିବା ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ପ୍ରଥମକରି ସରକାରୀ ଯୋଜନାର ସୁଫଳ ପାଉଥିବା କଥା ଲୋକେ କହୁଛନ୍ତି ବୋଲି ସେ କହିଥିଲେ । ଆଗରୁ ଗରିବଙ୍କ ପାଇଁ ଘର ନିର୍ମାଣ କେବଳ କାଗଜପତ୍ରରେ ସୀମିତ ରହିଥିଲା । କିନ୍ତୁ ଏବେ ବାସ୍ତବରେ ସେମାନଙ୍କ ଲାଗି ଘର ତିଆରି କରାଯାଉଛି । ଆଗରୁ ଘର ତିଆରି କରିବାର ଡିଜାଇନ ଓ ମାଟେରିଆଲ ସବୁକିଛି ସରକାର ନିୟନ୍ତ୍ରଣ କରୁଥିଲେ । କିନ୍ତୁ ଏବେ ଚଳିତ ସରକାର ହିତାଧିକାରୀଙ୍କ ପାଖକୁ ଟଙ୍କା ପଠାଇ ଘର ନିର୍ମାଣ କ୍ଷେତ୍ରରେ ସ୍ୱାୟତତା ଆଣିପାରିଛନ୍ତି । ଆଗରୁ ଅସମ୍ପୂର୍ଣ୍ଣ ଘର ହସ୍ତାନ୍ତର କରାଯାଉଥିଲା କିନ୍ତୁ ଏବେ ଜଳ, ଗ୍ୟାସ, ବିଜୁଳି ସଂଯୋଗ ସହ ଗରିବମାନଙ୍କୁ ସେମାନଙ୍କୁ ସ୍ୱପ୍ନର ଘର ଯୋଗାଇ ଦିଆଯାଉଛି । ଉଜ୍ୱଳା ଯୋଜନାରେ ଗ୍ୟାସ ସଂଯୋଗ ଓ ସୌଭାଗ୍ୟ ଯୋଜନାରେ ବିଜୁଳି ସଂଯୋଗ ଯୋଗାଇ ଦିଆଯାଉଥିବା ପ୍ରଧାନମନ୍ତ୍ରୀ କହିଥିଲେ ।

ଦେଶର ବିକାଶ ପାଇଁ ଜାତୀୟ ସୁରକ୍ଷାକୁ ପ୍ରାଧାନ୍ୟ ଦେଇ ଗତ ଶତାବ୍ଦୀରେ ଉଲ୍ଲେଖନୀୟ କାମ କରାଯାଇଥିବା ପ୍ରଧାନମନ୍ତ୍ରୀ କହିଥିଲେ । ଆଗରୁ ଟିଭି ଗଣମାଧ୍ୟମରେ ସିରିଏଲ ବମବ୍ଲାଷ୍ଟ ଓ ସ୍ଲିପର ସେଲ ନେଟବାର୍କ ଉପରେ ତୁହାକୁତୁହା ବ୍ରେକିଂ ନ୍ୟୁଜ ଦେଖିବାକୁ ମିଳୁଥିଲା । ହେଲେ ଏବେ ଏହାର ପରିବର୍ତନ ଘଟିଛି । ସେହିପରି ନକ୍ସଲବାଦର ବିଲୋପ ଧୀରେ ଧୀରେ ଘଟି କିଛି ପ୍ରଭାବିତ ଜିଲ୍ଲାରେ ଏହାର ସଂଖ୍ୟା ଶହେରୁ ଦୁଇ ଡର୍ଜନକୁ ଖସି ଆସିଥିବା ସେ ଉଲ୍ଲେଖ କରିଥିଲେ । ନେସନ ଫାଷ୍ଟକୁ ଦୃଷ୍ଟିରେ ରଖି ଏସବୁ ଅଂଚଳରେ ତୃଣମୂଳସ୍ତରରେ ପ୍ରଶାସନକୁ ପହଂଚା ଯାଇପାରିଛି । ରାସ୍ତା, ବିଦ୍ୟାଳୟ, ହସ୍ପିଟାଲ ନିର୍ମାଣ ସହ ଏସବୁ ଜିଲ୍ଲାରେ ୪ଜି ନେଟବାର୍କ ପହଂଚି ପାରିଛି ।

 

ଜଙ୍ଗଲରୁ ନକ୍ସଲବାଦର ମୂଳପୋଛ ହେବା ସହ ଅର୍ବାନ ନକ୍ସଲବାଦର ଅଭ୍ୟୁଦୟ ଘଟିଛି । ବିଭିନ୍ନ ରାଜନୈତିକ ଦଳକୁ ଏହି ଅର୍ବାନ ନକ୍ସଲମାନେ ଏବେ ଅନୁପ୍ରବେଶ କରିବାକୁ ଆରମ୍ଭ କରିଛନ୍ତି । ଭାରତର ବିକାଶ ଓ ଐତିହ୍ୟ ପାଇଁ ଏହି ଅର୍ବାନ ନକ୍ସଲମାନେ ବିପଦ ବୋଲି ସେ କହିଥିଲେ । ଅର୍ବାନ ନକ୍ସଲମାନଙ୍କୁ ପାନେ ଦେବା ପାଇଁ ଅର୍ଣ୍ଣବ ଗୋସ୍ୱାମୀଙ୍କ ପ୍ରଚେଷ୍ଟାକୁ ସେ ପ୍ରଶଂସା କରିଥିଲେ ।

ନେସନ ଫାଷ୍ଟ ସ୍ପିରିଟରେ ରିପବ୍ଲିକ ଟିଭିର ସାମ୍ବାଦିକତା ଏକ୍ଷେତ୍ରରେ ଉଲ୍ଲେଖନୀୟ କାମ କରିବ ବୋଲି ପ୍ରଧାନମନ୍ତ୍ରୀ ଆଶା ପୋଷଣ କରିଥିଲେ ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

 

 

 

 

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
21% YoY rise in engineering exports in June shows sector's resilience amid global challenges: EEPC India Chairman

Media Coverage

21% YoY rise in engineering exports in June shows sector's resilience amid global challenges: EEPC India Chairman
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 14, 2026
July 14, 2026

From Local Fields to Global Recognition: PM Modi’s ‘Vocal for Local’ is Now Delivering Real Global Respect