ରାଣୀ ଲକ୍ଷ୍ମୀବାଇ ଏବଂ ୧୮୫୭ ମସିହା ସ୍ୱାଧୀନତା ସଂଗ୍ରାମର ନାୟକ ନାୟିକା ମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ ସହିତ ମେଜର ଧ୍ୟାନଚାନ୍ଦଙ୍କୁ ମନେ ପକାଇଛନ୍ତି
ପ୍ରଧାନମନ୍ତ୍ରୀ ଏନସିସି ପୁରାତନ ଛାତ୍ର ସଂଘର ପ୍ରଥମ ସଦସ୍ୟ ଭାବରେ ପଞ୍ଜୀକୃତ ହୋଇଛନ୍ତି
“ଗୋଟିଏ ପଟେ ଆମର ସୈନ୍ୟବାହିନୀର ଶକ୍ତି ବୃଦ୍ଧି ପାଉଛି, ଏକା ସମୟରେ ଭବିଷ୍ୟତରେ ଦେଶକୁ ସୁରକ୍ଷା ଦେବା ପାଇଁ ଦକ୍ଷ ଯୁବକମାନଙ୍କୁ ପ୍ରସ୍ତୁତ ପାଇଁ ମଧ୍ୟ କ୍ଷେତ୍ର ପ୍ରସ୍ତୁତ ହେଉଛି”
“ସରକାର ସୈନିକ ସ୍କୁଲରେ ଝିଅମାନଙ୍କ ନାମଲେଖା ଆରମ୍ଭ କରିଛନ୍ତି । ଚଳିତ ଶିକ୍ଷାବର୍ଷରୁ ୩୩ଟି ସୈନିକ ସ୍କୁଲରେ ବାଳିକାମାନଙ୍କ ନାମଲେଖା ଆରମ୍ଭ ହୋଇସାରିଛି “
“ଦୀର୍ଘ ଦିନ ଧରି ଭାରତ ବିଶ୍ୱର ବୃହତ୍ତମ ଅସ୍ତ୍ର ଖରିଦ କରୁଥିବା ଦେଶ ମଧ୍ୟରେ ରହିଆସିଛି କିନ୍ତୁ ଆଜି ଦେଶର ମନ୍ତ୍ର ହେଉଛି - ମେକ୍ ଇନ୍ ଇଣ୍ଡିଆ, ମେକ୍ ଫର ଦ ୱାର୍ଲ୍ଡ”

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉତ୍ତରପ୍ରଦେଶର ଝାନସିରେ ଚାଲିଥିବା "ରାଷ୍ଟ୍ର ରକ୍ଷା ସମର୍ପଣ ପର୍ବ” ରେ ଯୋଗ ଦେଇଥିଲେ । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଝାନସି ଦୁର୍ଗ ପରିସରରେ ଆୟୋଜିତ "ରାଷ୍ଟ୍ର ରକ୍ଷା ସମର୍ପଣ ପର୍ବ” କୁ ପାଳନ କରୁଥିବା ଏକ ବିଶାଳ ସମାରୋହରେ ପ୍ରତିରକ୍ଷା ମନ୍ତ୍ରଣାଳୟର ଅନେକ ନୂତନ ପଦକ୍ଷେପକୁ ରାଷ୍ଟ୍ରକୁ ଉତ୍ସର୍ଗ କରିଛନ୍ତି । ଏହି ପ୍ରକଳ୍ପଗୁଡ଼ିକରେ ଏନସିସି ପୁରାତନ ଛାତ୍ର ସଂଘର ଶୁଭାରମ୍ଭ ଅର୍ନ୍ତଭୁକ୍ତ ଥିବାବେଳେ ପ୍ରଧାନମନ୍ତ୍ରୀ ସଂଘର ପ୍ରଥମ ସଦସ୍ୟ ଭାବରେ ପଞ୍ଜୀକୃତ ହୋଇଥିଲେ; ଏନସିସି କ୍ୟାଡେଟ୍ ପାଇଁ ମହାକାଶ ତାଲିମ ଜାତୀୟ କାର୍ଯ୍ୟକ୍ରମର ଶୁଭାରମ୍ଭ; ଜାତୀୟ ଯୁଦ୍ଧ ସ୍ମାରକୀରେ ଥିବା ହିରୋମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ କିଓସ୍କ; ଜାତୀୟ ଯୁଦ୍ଧ ସ୍ମାରକୀର ମୋବାଇଲ୍ ଆପ୍‌; ଭାରତୀୟ ନୌଜାହାଜ ପାଇଁ ଡିଆରଡିଓ ଦ୍ୱାରା ବିକଶିତ ଉନ୍ନତ ଇଲେକ୍ଟ୍ରୋନିକ୍ ୱାରଫେୟାର ସୁଟ୍ ‘ଶକ୍ତି’; ହାଲୁକା ଯୁଦ୍ଧ ହେଲିକପ୍ଟର ଏବଂ ଡ୍ରୋନ୍ ଆଦି ରହିଛି । ସେ ଉତ୍ତରପ୍ରଦେଶ ଡିଫେନ୍ସ ଇଣ୍ଡଷ୍ଟ୍ରିଆଲ କରିଡରର ଝାନସି ନୋଡରେ ଭାରତ ଡାଇନାମିକ୍ସ ଲିମିଟେଡର ୪୦୦ କୋଟି ଟଙ୍କାର ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଝାନସିର ଗାରାଉଥା ଠାରେ ୬୦୦ ମେଗାୱାଟ ବୃହତ୍‍ ସୌର ଶକ୍ତି ପାର୍କର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ୩୦୦୦ କୋଟିରୁ ଅଧିକ ମୂଲ୍ୟରେ ଏହା ର୍ନିମାଣ କରାଯାଉଛି ଏବଂ ଏହା ଦୁଇ ପ୍ରକାର ଲାଭ ଯଥା ଶସ୍ତା ବିଦ୍ୟୁତ୍‍ ଏବଂ ଗ୍ରୀଡ୍ ସ୍ଥିରତାର ସୁବିଧା ଯୋଗାଇବାରେ ସାହାଯ୍ୟ କରିବ ।  ପ୍ରଧାନମନ୍ତ୍ରୀ ଝାନସିରେ ଅଟଳ ଏକତା ପାର୍କର ଉଦଘାଟନ ମଧ୍ୟ କରିଛନ୍ତି । ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ନାମରେ ନାମିତ ଏହି ପାର୍କ ୧୧ କୋଟିରୁ ଅଧିକ ଟଙ୍କା ବ୍ୟୟରେ ର୍ନିମିତ ହୋଇଛି ଏବଂ ଏହା ପ୍ରାୟ ୪୦,୦୦୦ ବର୍ଗ ମିଟର ଅଞ୍ଚଳରେ ରହିଛି । ଏଥିରେ ଏକ ପାଠାଗାର, ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତି ମଧ୍ୟ ରହିବ । ଏହି ପ୍ରତିମୂର୍ତ୍ତିକୁ ପ୍ରଖ୍ୟାତ ସ୍ଥପତି ଶ୍ରୀ ରାମ ସୂତାର ର୍ନିମାଣ କରିଛନ୍ତି ଯିଏ କି ଷ୍ଟାଚ୍ୟୁ ଅଫ୍‍ ୟୁନିଟ୍‍ ପଛରେ ଥିଲେ ।

ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ରାଣୀ ଲକ୍ଷ୍ମୀବାଇଙ୍କ ଜନ୍ମ ବାର୍ଷିକୀକୁ ବୀରତ୍ୱର ତଥା ଶକ୍ତିର ନିୟମ ଶିଖାଇଥିଲେ ଏବଂ କହିଥିଲେ ଯେ ଆଜି ଝାନସିର ଏହି ମାଟି ସ୍ୱାଧୀନତାର ମହାନ ଅମୃତ ମହୋତ୍ସବର ସାକ୍ଷୀ! ଏବଂ ଆଜି ଏହି ଭୂମିରେ ଏକ ନୂତନ ଦୃଢ ଏବଂ ଶକ୍ତିଶାଳୀ ଭାରତ ରୂପ ନେଉଛି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ରାଣୀ ଲକ୍ଷ୍ମୀବାଇଙ୍କ ଜନ୍ମ ସ୍ଥାନକୁ ପ୍ରତିନିଧିତ୍ୱ କରି ସେ ଗର୍ବିତ ଅନୁଭବ କରୁଛନ୍ତି ଯାହାକି କାଶୀ ଅଟେ । ଗୁରୁ ନାନକ ଦେବ ଜୀଙ୍କ ପ୍ରକାଶ ପୂରବ, କାର୍ତ୍ତିକ ପୂର୍ଣ୍ଣିମା ଏବଂ ଦେବ-ଦୀପାବଳୀ ପାଇଁ ପ୍ରଧାନମନ୍ତ୍ରୀ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି । ବୀରତ୍ୱ ଏବଂ ବଳିଦାନ ଇତିହାସରେ ଅବଦାନ ପାଇଁ ପ୍ରଧାନମନ୍ତ୍ରୀ ଅନେକ ନାୟକ ଏବଂ ନାୟିକାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହି ଭୂମି ବୀରାଙ୍ଗନା ଝଲକରୀ ବାଇଙ୍କ ସାହସିକତା ଏବଂ ସାମରିକ ଶକ୍ତିର ସାକ୍ଷୀ ହୋଇଛି, ଯିଏକି ରାଣୀ ଲକ୍ଷ୍ମବାଇଙ୍କ ଘନିଷ୍ଠ ସହଯୋଗୀ ଥିଲେ । ମୁଁ ୧୮୫୭ ର ସ୍ୱାଧୀନତା ସଂଗ୍ରାମର ସେହି ଅମର ନାୟିକାଙ୍କ ପାଦତଳେ ମଧ୍ୟ ପ୍ରଣାମ କରେ । ମୁଁ ଚନ୍ଦେଲାସ-ବୁନ୍ଦେଲାସଙ୍କୁ ପ୍ରଣାମ କରେ, ଯିଏ ଏହି ଭୂମିରେ ଭାରତୀୟ ବୀରତା ଓ ସଂସ୍କୃତିର ଅମର ଗାଥା ଲେଖିଛନ୍ତି । ମୁଁ ବୁନ୍ଦେଲଖଣ୍ଡର ଗର୍ବକୁ ପ୍ରଣାମ କରୁଛି, ସେହି ସାହସୀ ଆଲହା-ଉଦଲ, ଯେଉଁମାନେ ମାତୃଭୂମିର ସୁରକ୍ଷା ପାଇଁ ବଳିଦାନ ଦେଇଛନ୍ତି ଏବଂ ବଳିଦାନର ପ୍ରତୀକ ଅଟନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ପ୍ରଧାନମନ୍ତ୍ରୀ ଝାନସିର ସୂପୂତ ମେଜର ଧ୍ୟାନ ଚାନ୍ଦଙ୍କୁ ମଧ୍ୟ ସ୍ମରଣ କରିଥିଲେ ଏବଂ ହକି କିମ୍ବଦନ୍ତୀଙ୍କ ସର୍ବୋଚ୍ଚ କ୍ରୀଡା ପୁରସ୍କାରର ନାମ ପରିବର୍ତ୍ତନ ବିଷୟରେ କହିଥିଲେ ।

ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଛନ୍ତି ଯେ ଆଜି ଗୋଟିଏ ପଟେ ଆମର ସୈନ୍ୟବାହିନୀର ଶକ୍ତି ବୃଦ୍ଧି ପାଉଛି, ଏଥି ସହିତ ଭବିଷ୍ୟତରେ ଦେଶକୁ ସୁରକ୍ଷା ଦେବା ପାଇଁ ଦକ୍ଷ ଯୁବକମାନଙ୍କ ପ୍ରସ୍ତୁତି ପାଇଁ ମଧ୍ୟ କ୍ଷେତ୍ର ପ୍ରସ୍ତୁତ ହେଉଛି । ଆରମ୍ଭ ହେବାକୁ ଥିବା ୧୦୦ ଟି ସୈନିକ ସ୍କୁଲ ଆଗାମୀ ଦିନରେ ଦେଶର ଭବିଷ୍ୟତକୁ ଶକ୍ତିଶାଳୀ ହାତରେ ଦେବା ପାଇଁ କାର୍ଯ୍ୟ କରିବ । ସେ କହିଛନ୍ତି ଯେ ସରକାର ସୈନିକ ସ୍କୁଲରେ ଝିଅଙ୍କ ନାମଲେଖା ଆରମ୍ଭ କରିଛନ୍ତି । ଚଳିତ ଶିକ୍ଷାବର୍ଷରୁ ୩୩ ସୈନିକ ସ୍କୁଲରେ ବାଳିକାମାନଙ୍କ ନାମଲେଖା ଆରମ୍ଭ ହୋଇସାରିଛି । ରାଣୀ ଲକ୍ଷ୍ମୀବାଇଙ୍କ ପରି ଝିଅମାନେ ମଧ୍ୟ ସୈନିକ ସ୍କୁଲରୁ ବାହାରିବେ, ଯେଉଁମାନେ ଦେଶର ପ୍ରତିରକ୍ଷା, ସୁରକ୍ଷା ଏବଂ ବିକାଶର ଦାୟିତ୍ୱ ନିଜ କାନ୍ଧକୁ ନେବେ ।

ଏନସିସି ପୁରାତନ ଛାତ୍ର ସଂଘର ପ୍ରଥମ ସଦସ୍ୟ ଭାବରେ ପଞ୍ଜୀକୃତ ହୋଇଥିବା ପ୍ରଧାନମନ୍ତ୍ରୀ ସାଥୀ ପୁରାତନ ଛାତ୍ର ମାନଙ୍କୁ ଦେଶର ସେବାରେ ଆଗକୁ ବଢିବାକୁ ଏବଂ ଯଥାସମ୍ଭବ ସହଯୋଗ କରିବାକୁ ଆହ୍ୱାନ କରିଛନ୍ତି ।

ଐତିହାସିକ ଝାନସି ଦୁର୍ଗରେ ଥିବାରୁ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତରେ ବୀରତ୍ୱର ଅଭାବ ନାହିଁ ଓ ଏହା ଯୋଗୁଁ ଭାରତ କୌଣସି ଯୁଦ୍ଧରେ ହାରି ନାହିଁ । ଯଦି ବ୍ରିଟିଶଙ୍କ ପରି ରାଣୀ ଲକ୍ଷ୍ମୀବାଇଙ୍କ ପାଖରେ ସମ୍ବଳ ଏବଂ ଆଧୁନିକ ଅସ୍ତ୍ରଶସ୍ତ୍ର ଥାଆନ୍ତା, ତେବେ ଦେଶର ସ୍ୱାଧୀନତାର ଇତିହାସ ଭିନ୍ନ ହୋଇଥାନ୍ତା ବୋଲି ସେ କହିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦୀର୍ଘଦିନ ଧରି ବିଶ୍ୱର ବୃହତ୍ତମ ଅସ୍ତ୍ର ଖରିଦଦାର ଦେଶ ମଧ୍ୟରେ ଭାରତ ରହିଆସିଛି । କିନ୍ତୁ ଆଜି ଦେଶର ମନ୍ତ୍ର ହେଉଛି - ମେକ୍ ଇନ୍ ଇଣ୍ଡିଆ, ମେକ୍ ଫର ଦ ୱାର୍ଲ୍ଡ । ଆଜି ଭାରତ ନିଜର ସୈନ୍ୟ ଶକ୍ତିକୁ ଆତ୍ମର୍ନିଭରଶୀଳ କରିବା ପାଇଁ କାର୍ଯ୍ୟ କରୁଛି । ଝାନସି ଏହି ଉଦ୍ୟୋଗରେ ଏକ ପ୍ରମୁଖ ଖେଳାଳି ହେବ ବୋଲି ସେ କହିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରତାର ପରିବେଶ ସୃଷ୍ଟି କରିବାରେ "ରାଷ୍ଟ୍ର ରକ୍ଷା ସମର୍ପଣ ପର୍ବ’ ଭଳି କାର୍ଯ୍ୟକ୍ରମ ବହୁ ସହାୟକ ହେବ। ସେ କହିଛନ୍ତି ଯେ ଆମର ଜାତୀୟ ନାୟକ ଏବଂ ନାୟିକାମାନଙ୍କ ପାଇଁ ମଧ୍ୟ ସମାନ ଢଙ୍ଗରେ ଉତ୍ସବ ପାଳନ ହେବା ଆବଶ୍ୟକ ।

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Vikas Bhi, Virasat Bhi: How JATAN, AI and Digital Archives are revolutionising India’s cultural heritage preservation

Media Coverage

Vikas Bhi, Virasat Bhi: How JATAN, AI and Digital Archives are revolutionising India’s cultural heritage preservation
NM on the go

Nm on the go

Always be the first to hear from the PM. Get the App Now!
...
Prime Minister hosts Commonwealth Games 2026 medal winners
August 09, 2026

The Prime Minister, Shri Narendra Modi today hosted India’s outstanding medal winners from the Commonwealth Games 2026 at 7 Lok Kalyan Marg. Shri Modi interacted with the athletes and heard about their experiences from the Games.

The Prime Minister said that the athletes’ achievements are a source of immense pride for the entire country and will inspire many youngsters to take up sports.

Shri Modi posted on X:

Delighted to host our outstanding medal winners from the Commonwealth Games 2026 at 7, Lok Kalyan Marg. Heard about their experiences from the Games.

Each one of them has made our nation proud through their exceptional performances. Their success will motivate many youngsters.