ରାଣୀ ଲକ୍ଷ୍ମୀବାଇ ଏବଂ ୧୮୫୭ ମସିହା ସ୍ୱାଧୀନତା ସଂଗ୍ରାମର ନାୟକ ନାୟିକା ମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ ସହିତ ମେଜର ଧ୍ୟାନଚାନ୍ଦଙ୍କୁ ମନେ ପକାଇଛନ୍ତି
ପ୍ରଧାନମନ୍ତ୍ରୀ ଏନସିସି ପୁରାତନ ଛାତ୍ର ସଂଘର ପ୍ରଥମ ସଦସ୍ୟ ଭାବରେ ପଞ୍ଜୀକୃତ ହୋଇଛନ୍ତି
“ଗୋଟିଏ ପଟେ ଆମର ସୈନ୍ୟବାହିନୀର ଶକ୍ତି ବୃଦ୍ଧି ପାଉଛି, ଏକା ସମୟରେ ଭବିଷ୍ୟତରେ ଦେଶକୁ ସୁରକ୍ଷା ଦେବା ପାଇଁ ଦକ୍ଷ ଯୁବକମାନଙ୍କୁ ପ୍ରସ୍ତୁତ ପାଇଁ ମଧ୍ୟ କ୍ଷେତ୍ର ପ୍ରସ୍ତୁତ ହେଉଛି”
“ସରକାର ସୈନିକ ସ୍କୁଲରେ ଝିଅମାନଙ୍କ ନାମଲେଖା ଆରମ୍ଭ କରିଛନ୍ତି । ଚଳିତ ଶିକ୍ଷାବର୍ଷରୁ ୩୩ଟି ସୈନିକ ସ୍କୁଲରେ ବାଳିକାମାନଙ୍କ ନାମଲେଖା ଆରମ୍ଭ ହୋଇସାରିଛି “
“ଦୀର୍ଘ ଦିନ ଧରି ଭାରତ ବିଶ୍ୱର ବୃହତ୍ତମ ଅସ୍ତ୍ର ଖରିଦ କରୁଥିବା ଦେଶ ମଧ୍ୟରେ ରହିଆସିଛି କିନ୍ତୁ ଆଜି ଦେଶର ମନ୍ତ୍ର ହେଉଛି - ମେକ୍ ଇନ୍ ଇଣ୍ଡିଆ, ମେକ୍ ଫର ଦ ୱାର୍ଲ୍ଡ”

ଯେଉଁ ଭୂମିରେ ଆମର ରାଣୀ ଲକ୍ଷ୍ମୀବାଇ ସ୍ବାଧୀନତା ପାଇଁ ନିଜର ସବୁକିଛି ଉତ୍ସର୍ଗ କରିଛନ୍ତି, ସେହି ଭୂମିର ଲୋକମାନଙ୍କୁ ମୁଁ ହାତ ଯୋଡ଼ି ପ୍ରଣାମ କରୁଛି। ଝାନ୍‌ସୀ ସ୍ବାଧୀନତାର ଭାବନା ଜାଗ୍ରତ କରିଛି। ଏହାର ମାଟିର ପ୍ରତି କଣିକାରେ ବୀରତା ଓ ଦେଶ ପ୍ରେମ ଭରି ରହିଛି। ଝାନ୍ସିର ସାହସୀ ରାଣୀ ଲକ୍ଷ୍ମୀବାଇଙ୍କ ନିକଟରେ ମୋର କୋଟି କୋଟି ପ୍ରଣାମ।

କାର୍ଯ୍ୟକ୍ରମରେ ଆମ ସହିତ ଉପସ୍ଥିତ ଉତ୍ତର ପ୍ରଦେଶର ରାଜ୍ୟପାଳନ ଶ୍ରୀମତୀ ଆନନ୍ଦୀ ବେନ ପଟେଲ୍, ଉତ୍ତର ପ୍ରଦେଶର ଉତ୍ସାହୀ କର୍ମଯୋଗୀ ମୁଖ୍ୟମନ୍ତ୍ରୀ ଶ୍ରୀମାନ୍ ଯୋଗ୍ୟ ଆଦିତ୍ୟନାଥ ମହାଶୟ, ଦେଶର ରକ୍ଷାମନ୍ତ୍ରୀ ଏବଂ ଏହି ପ୍ରଦେଶର ଯଶସ୍ବୀ ପ୍ରତିନିଧି ଏବଂ ମୋର ବହୁତ ବରିଷ୍ଠ ସହଯୋଗୀ ଶ୍ରୀମାନ ରାଜନାଥ ସିଂ ମହାଶୟ, ରକ୍ଷା ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଅଜୟ ଭଟ୍ଟ ମହାଶୟ, ଏମଏସଏମଇ ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଭାନୁପ୍ରତାପ ବର୍ମା ମହାଶୟ, ସମସ୍ତ ଅନ୍ୟ ଅଧିକାରୀଗଣ, ଏନସିସି କ୍ୟାଡେଟ୍‌ସ ଏବଂ ଆଲୁମ୍‌ନି ଏବଂ ଉପସ୍ଥିତ ବନ୍ଧୁଗଣ!

ଝାନ୍‌ସୀର ଏହି ଶୌର୍ଯ୍ୟ ଭୂମିରେ ପାଦ ରଖିବା କ୍ଷଣି, ଏପରି କିଏ ଥିବ ଯାହାଙ୍କ ଶରୀରରେ ଶିହରଣ ଖେଳି ଯାଉନଥିବ! ଏପରି କିଏ ଥିବ ଯାହାଙ୍କ କାନରେ ‘ମୁଁ ମୋର ଝାନ୍‌ସି ଦେବି ନାହିଁ’ ର ଚିତ୍କାର ଗୁଞ୍ଜରିତ ହେଉନଥିବ! ଏପରି କିଏ ଥିବ ଯାହାଙ୍କୁ ଏଠାକାର ମାଟି ଠାରୁ ନେଇ ଆକାଶର ବୃହତ୍ ଶୂନ୍ୟତାରେ ସାକ୍ଷାତ ଦେବୀଙ୍କର ଦିବ୍ୟ ଦର୍ଶନ ହେଉନଥିବ !ଏବଂ ଆଜି ତ ଶୌର୍ଯ୍ୟ ଓ ପରାକ୍ରମର ପରାକାଷ୍ଠା ଆମର ରାଣୀ ଲକ୍ଷ୍ମୀବାଇଙ୍କର ଜନ୍ମ ଜୟନ୍ତୀ ମଧ୍ୟ ଅଛି! ଆଜି ଝାନ୍‌ସିର ଏହି ଭୂମିରେ ସ୍ବାଧୀନତାର ଭବ୍ୟ ଅମୃତ ମହୋତ୍ସବର ସାକ୍ଷୀ ରହିଛି! ଏବଂ ଆଜି ଏହି ଭୂମିରେ ଏକ ନୂଆ ସଶକ୍ତ ଏବଂ ସାମର୍ଥବାନ୍ ଭାରତ ଆକାର ନେଉଛି! ବର୍ତ୍ତମାନ ଆଜି ମୁଁ ଝାନ୍‌ସିକୁ ଆସି କିପରି ଅନୁଭବ କରୁଛି ତାହାକୁ ଶବ୍ଦର ପ୍ରକାଶ କରିପାରିବି ନାହିଁ। କିନ୍ତୁ ମୁଁ ଦେଖି ପାରୁଛି, ଦେଶଭକ୍ତିର ଯେଉଁ ଜୁଆର, ‘ମୋର ଝାନ୍‌ସୀ’ ର ଯେଉଁ ମନୋଭାବ ମୋର ମନରେ ଦେଖା ଦେଇଚି, ତାହା ବୁନ୍ଦେଲଖଣ୍ଡର ସଭିଙ୍କର ଶକ୍ତି ଅଟେ, ତାଙ୍କର ପ୍ରେରଣା ଅଟେ। ମୁଁ ଏହି ଜାଗ୍ରତ ଚେତନାକୁ ଅନୁଭବ ମଧ୍ୟ କରୁଛି ଏବଂ ଝାନ୍‌ସୀକୁ କହୁଥିବାର ମଧ୍ୟ ଶୁଣୁଛି! ଏହି ଝାନ୍‌ସୀ, ରାଣୀ ଲକ୍ଷ୍ମୀବାଇଙ୍କର ଏହି ଭୂମି କହୁଛି – ମୁଁ ତୀର୍ଥସ୍ଥଳୀ ବୀରଙ୍କର, ମୁଁ କ୍ରାନ୍ତିକାରୀମାନଙ୍କର କାଶୀ ମୁଁ ହେଉଛି ଝାନ୍‌ସୀ, ମୁଁ ହେଉଛି ଝାନ୍‌ସୀ, ମୁଁ ହେଉଛି ଝାନ୍‌ସୀ, ମୁଁ ହେଉଛି ଝାନ୍‌ସୀ। ମୋର ଉପରେ ଭାରତ ମା’ଙ୍କର ଅନନ୍ତ ଆଶୀର୍ବାଦ ରହିଛି ଯେଉଁଥିପାଇଁ କ୍ରାନ୍ତୀକାରିମାନଙ୍କର ଏହି କାଶୀ – ଝାନ୍‌ସୀର ଭୂମିରେ ମୋତେ ସର୍ବଦା ଭଲ ପାଇବା ମିଳିଛି। ଏବଂ ଏହା ମୋର ସୌଭାଗ୍ୟ ଯେ ମୁଁ ଝାନ୍‌ସୀର ରାଣୀଙ୍କ ଜନ୍ମସ୍ଥଳୀ, କାଶୀର ପ୍ରତିନିଧିତ୍ବ କରୁଛି, ମୋତେ କାଶୀର ସେବା କରିବାର ସୁଯୋଗ ମିଳିଛି। ତେଣୁ ଏହି ସ୍ଥାନକୁ ଆସି ମୋତେ ଏକ ବିଶେଷ କୃତଜ୍ଞତାର ଅନୁଭବ ହେଉଛି, ସ୍ଥାନଟି ଅତି ଆପଣାର ଲାଗୁଛି। ଏହି କୃତଜ୍ଞ ଭାବନା ସହିତ ଝାନ୍‌ସୀକୁ ମୁଁ ପ୍ରଣାମ କରୁଛି, ବୀର-ବୀରାଙ୍ଗନାମାନଙ୍କର ଏହି ଭୂମି ବୁନ୍ଦେଲଖଣ୍ଡକୁ ମୁଣ୍ଡ ନୁଆଇଁ ପ୍ରଣାମ କରୁଛି।

ବନ୍ଧୁଗଣ,

ଆଜି ହେଉଛି ଗୁରୁନାନକ ଦେବଙ୍କ ଜୟନ୍ତୀ, କାର୍ତ୍ତିକ ପୂର୍ଣ୍ଣିମା ସହିତ ଦେବ-ଦୀପାବଳୀ ମଧ୍ୟ ପାଳନ କରାଯାଉଛି। ମୁଁ ଗୁରୁ ନାନକଙ୍କୁ ପ୍ରଣାମ କରିବା ସହିତ ସମସ୍ତ ଦେଶବାସୀଙ୍କୁ ଏହି ପର୍ବର ହାର୍ଦ୍ଦିକ ଶୁଭ କାମନା ଜଣାଉଛି। ଦେବ-ଦୀପାବଳୀରେ କାଶି ଏକ ଅଦ୍ଭୁତ ଦୈବୀ ପ୍ରକାଶରେ ସଜାଇ ହୋଇଥାଏ। ଆମର ସହୀଦଙ୍କ ପାଇଁ ଗଙ୍ଗା ଘାଟରେ ଦୀପ ପ୍ରଦାନ କରାଯାଇଥାଏ। ଗତ ଥର ଦେବ ଦୀପାବଳିରେ ମୁଁ କାଶୀରେ ହିଁ ଥିଲି ଏବଂ ଆଜି ରାଷ୍ଟ୍ର ରକ୍ଷା ସମର୍ପଣ ପର୍ବରେ ଝାନ୍‌ସୀରେ ଅଛି। ମୁଁ ଝାନ୍‌ସୀର ଭୂମିରେ ମୋର କାଶୀର ଲୋକମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି।

ଭାଇ ଓ ଭଉଣୀମାନେ,

ଏହି ଭୂମି ରାଣୀ ଲକ୍ଷ୍ମୀବାଇଙ୍କର ଅଭିନ୍ନ ସହଯୋଗୀ ରହିଥିବା ବୀର ଝଲକାରି ବାଇଙ୍କ ବୀରତା ଏବଂ ସୈନ୍ୟ କୌଶଳର ମଧ୍ୟ ସାକ୍ଷୀ ରହିଛି। ମୁଁ 1857 ର ସ୍ବାଧୀନତା ସଂଗ୍ରାମୀମାନଙ୍କୁ ସେହି ଅମର ବୀରଙ୍କ ଚରଣରେ ମଧ୍ୟ ଆଦରପୂର୍ବକ ପ୍ରଣାମ କରୁଛି, ନିଜର ଶ୍ରଦ୍ଧାଞ୍ଜଳି ପ୍ରଦାନ କରୁଛି। ମୁଁ ପ୍ରଣାମ କରୁଛି ଏହି ଭୂମିରେ ଭାରତୀୟ ଶୌର୍ଯ୍ୟ ଏବଂ ସଂସ୍କୃତିର ଅମର ଗାଥା ଲେଖିଥିବା ଚାନ୍ଦେଲ-ବୁନ୍ଦେଲମାନଙ୍କୁ, ଯେଉଁମାନେ ଭାରତର ବୀରତାକୁ ପ୍ରମାଣିତ କରିଛନ୍ତି! ମୁଁ ପ୍ରଣାମ କରୁଛି ବୁନ୍ଦେଲଖଣ୍ଡର ଗୌରବ ତଥା ବୀର ଆଲ୍‌ହା-ଉଦଲଙ୍କୁ ଯିଏ ଆଜି ମଧ୍ୟ ମାତୃଭୂମିର ରକ୍ଷା ପାଇଁ ତ୍ୟାଗ ଓ ବଳିଦାନର ପ୍ରତୀକ ଅଟେ। ଏହିପରି ଆମର ଅନେକ ସେନାନୀ, ମହାନ କ୍ରାନ୍ତୀକାରୀ, ଯୁଗନାୟକ ଏବଂ ନାୟିକାମାନେ ରହିଛନ୍ତି ଯେଉଁମାନଙ୍କର ଏହି ଝାନ୍‌ସୀ ସହିତ ଏକ ସ୍ବତନ୍ତ୍ର ସମ୍ପର୍କ ରହିଛି। ଯେଉଁମାନେ ଏଠାରୁ ପ୍ରେରଣା ଲାଭ କରିଛନ୍ତି, ମୁଁ ସେହିସବୁ ମହାନ୍ ବିଭୁତିମାନଙ୍କୁ ମଧ୍ୟ ଆଦର ପୂର୍ବକ ଶ୍ରଦ୍ଧାଞ୍ଜଳି ଜଣାଉଛି। ରାଣୀ ଲକ୍ଷ୍ମୀବାଇଙ୍କ ସେନାରେ ତାଙ୍କ ସହିତ ଲଢ଼ିଥିବା, ବଳୀଦାନ ଦେଇଥିବା ଆପଣ ସଭିଙ୍କର ହିଁ ତ ପୂର୍ବଜ ଥିଲେ। ଏହି ଭୂମିର ସନ୍ତାନମାନଙ୍କ ମାଧ୍ୟମରେ ମୁଁ ସେହି ବଳୀଦାନକୁ ମଧ୍ୟ ପ୍ରଣାମ କରୁଛି, ବନ୍ଦନା କରୁଛି।

ବନ୍ଧୁଗଣ,

ଆଜି ମୁଁ ଝାନ୍‌ସୀର ଆଉ ଜଣେ ସୁପୁତ୍ର ମେଜର ଧ୍ୟାନଚାନ୍ଦ ଙ୍କୁ ମଧ୍ୟ ମନେ ପକାଇବାକୁ ଚାହିଁବି, ଯିଏ କି ଭାରତର ଖେଳ ଜଗତକୁ ଦୁନିଆରେ ପରିଚୟ ଦେଇଛନ୍ତି। ଏବେ କିଛି ଦିନ ତଳେ ଆମର ସରକାର ଦେଶର ଖେଳ-ରତ୍ନ ପୁରସ୍କାରକୁ ମେଜର ଧ୍ୟାନଚାନ୍ଦଙ୍କ ନାମରେ ରଖିବାର ଘୋଷଣା କରିଚି। ଝାନ୍‌ସୀର ପିଲାଙ୍କ, ଝାନ୍‌ସୀର ଏହି ସମ୍ମାନ ଆମ ସଭିଙ୍କୁ ଗୌରବାନ୍ବିତ କରୁଛି।

ବନ୍ଧୁଗଣ,

ଏଠାକୁ ଆସିବା ପୂର୍ବରୁ ମୁଁ ମହୋବାରେ ଥିଲି, ଯେଉଁଠାରେ ବୁନ୍ଦେଲଖଣ୍ଡର ଜଳ ସମସ୍ୟାର ସମାଧାନ ପାଇଁ ପାଣି ସମ୍ପର୍କିତ ଯୋଜନା ଏବଂ ଅନ୍ୟ ବିକାଶ ପ୍ରକଳ୍ପର ଲୋକାର୍ପଣ ଏବଂ ଶିଳାନ୍ୟାସର ସୁଯୋଗ ମୋତେ ମିଳିଛି। ଆଉ ଏବେ ଝାନ୍‌ସୀରେ ‘ରାଷ୍ଟ୍ର ରକ୍ଷା ସମର୍ପଣ ପର୍ବ’ ର ଅଂଶ ହୋଇଛି। ଏହି ପର୍ବ ଆଜି ଝାନ୍‌ସୀରୁ ଦେଶର ରକ୍ଷା କ୍ଷେତ୍ରରେ ଏକ ନୂଆ ଅଧ୍ୟାୟନ ଆରମ୍ଭ କରୁଛି। ଏବେ ଠାରେ 400 କୋଟି ଟଙ୍କାରେ ଭାରତ ଡାଇନାମିକ୍ ଲିମିଟେଡ୍‌ର ଏକ ନୂଆ ପ୍ଲାଣ୍ଟର ଶିଳାନ୍ୟାସ ହୋଇଛି। ଏହାଦ୍ବାରା ୟୁପି ଡିଫେନ୍‌ସ କରିଡରର ଝାନ୍ସୀ ନୋଡ କୁ ନୂତନ ପରିଚୟ ମିଳିବ। ଝାନ୍‌ସୀରେ ଆଣ୍ଟି ଟ୍ୟାଙ୍କ ମିଶାଇଲ୍ ପାଇଁ ଉପକରଣ ପ୍ରସ୍ତୁତ ହେବ, ଯଦ୍ବାରା ସୀମାରେ ଆମର ଯବାନମାନଙ୍କୁ ନୂତନ ଶକ୍ତି, ନୂଆ ବିଶ୍ବାସ ମିଳିବ ଏବଂ ଏହାର ଫଳସ୍ବରୂପ ଦେଶର ସୀମା ଅଧିକ ସୁରକ୍ଷିତ ହେବ।

ବନ୍ଧୁଗଣ,

ଏହା ସହିତ, ଆଜି ଭାରତରେ ନିର୍ମିତ ସ୍ବଦେଶୀ ଲାଇଟ୍ କମ୍ବାଟ୍ ହେଲିକପ୍‌ଟର୍ସ, ଡ୍ରୋନ୍‌ସ ଏବଂ ଇଲେକ୍‌ଟ୍ରୋନିକ୍ ୱାରଫେୟାର ମଧ୍ୟ ଆମର ସେନାଙ୍କୁ ସମର୍ପିତ କରାଯାଇଛି। ଏହା ଏପରି ଲାଇଟ୍ କମ୍ବାଟ୍ ହେଲିକପ୍ଟର ଯାହା ପ୍ରାୟ ସାଢ଼େ 16 ହଜାର ଫୁଟର ଉଚ୍ଚତାରେ ଉଡ଼ି ପାରିବ। ଏହା ନୂଆ ଭାରତର ଶକ୍ତି ଅଟେ। ଆତ୍ମ ନିର୍ଭର ଭାରତର ଉପଲବ୍ଧି ଅଟେ ଯାହାର ସାକ୍ଷୀ ଆମର ବୀର ଝାନ୍‌ସୀ ହେଉଛି।

ବନ୍ଧୁଗଣ,

ଆଜି ଗୋଟିଏ ପଟେ ଆମର ସେନାଙ୍କର ଶକ୍ତି ବମୁଛି ଓ ଏହା ସହିତ ଭବିଷ୍ୟତରେ ଦେଶର ରକ୍ଷା ପାଇଁ ସକ୍ଷମ ଯୁବକମାନଙ୍କ ପାଇଁ ଭୂମି ମଧ୍ୟ ପ୍ରସ୍ତୁତ କରାଯାଉଛି। ଏହା 100 ସୈନିକ ସ୍କୁଲ ଯାହାର ଆରମ୍ଭ ହେବ, ଏହା ଭବିଷ୍ୟତରେ ଦେଶର ଭବିଷ୍ୟତର ଶକ୍ତିଶାଳୀ ହାତରେ ଦେବାର କାମ କରିବ। ଆମର ସରକାର ସୈନିକ ସ୍କୁଲରେ ଝିଅମାନଙ୍କର ଆଡମିସନ ମଧ୍ୟ ଆରମ୍ଭ କରିଛି। 33 ସୈନିକ ସ୍କୁଲରେ ଏହି ଅଧିବେଶନରେ ଝିଅମାନଙ୍କର ଆଡମିସନ ମଧ୍ୟ ଆରମ୍ଭ ହୋଇଯାଇଛି। ଅର୍ଥାତ୍, ଏବେ ସୈନିକ ସ୍କୁଲରୁ ରାଣୀ ଲକ୍ଷ୍ମୀ ବାଇଙ୍କ ପରି ଝିଅ ମଧ୍ୟ ବାହାରିବେ, ଯେଉଁମାନେ ଦେଶର ରକ୍ଷା-ସୁରକ୍ଷା ଏବଂ ବିକାଶର ଦାୟୀତ୍ବ ନିଜର କାନ୍ଧକୁ ନେବେ। ଏହି ସବୁ ପ୍ରୟାସ ସହିତ, ଏନସିସି ଆଲୁମନି ଆସୋସିଏସନ ଏବଂ ଏନସିସି କ୍ୟାଡେଟ୍‌ସଙ୍କ ପାଇଁ ‘ନ୍ୟାସନାଲ୍ ପ୍ରୋଗ୍ରାମ ଅଫ୍‌ ସିମୁଲେସନ ଟ୍ରେନିଂ’  ଏହି ‘ରାଷ୍ଟ୍ର ରକ୍ଷା ସମର୍ପଣ ପର୍ବ’ ର ଭାବନାକୁ ସାକାର କରିବ ଏବଂ ମୁଁ ଆନନ୍ଦିତ ଯେ ଆଜି ରକ୍ଷା ମନ୍ତ୍ରଣାଳୟ, ଏନସିସି ମୋତେ ମୋର ପିଲାଦିନର ସ୍ମୃତିକୁ ମନେ ପକାଇ ଦେଇଛନ୍ତି। ମୋତେ ପୁଣି ଥରେ ଏନସିସିର ସେହି ଉତ୍ସାହ ବିଷୟରେ ମନେ ପଡ଼ି ଯାଉଛି। ମୁଁ ମଧ୍ୟ ଦେଶ ବ୍ୟାପୀ ରହିଥିବା ଲୋକମାନଙ୍କୁ ଅନୁରୋଧ କରିବି ଯଦି ଆପଣ କେବେ ଏନସିସି କ୍ୟାଡେଟ ଭାବେ ରହିଛନ୍ତି ତେବେ ନିଶ୍ଚିତ ଭାବରେ ଏହି ଆଲୁମନି ଆସୋସିଏସନର ଅଂଶ ହୁଅନ୍ତୁ ଏବଂ ଆସନ୍ତୁ, ଆମେ ସଭିଏଁ ପୁରାତନ ଏନସିସି କ୍ୟାଡେଟ୍ ଦେଶ ପାଇଁ ଆମେ ଯେଉଁଠାରେ ଅଛୁ, ଯେପରି କାମ କରୁଛୁ , କିଛି ନା କିଛି ଦେଶ ପାଇଁ କରିବାର ସଙ୍କଳ୍ପ ନେବା ଓ ମିଳିମିଶି କରିବା। ଯେଉଁ ଏନସିସି ଆମକୁ ସ୍ଥିରତା ଶିଖାଇଛି, ଯେଉଁ ଏନସିସି ଆମକୁ ସାହସ ଶିଖାଇଛି, ଯେଉଁ ଏନସିସି ଆମକୁ ଦେଶର ସ୍ବାଭିମାନ ପାଇଁ ବଞ୍ଚିବା ଶିଖାଇଚି, ଏପରି ସଂସ୍କାରକୁ ଦେଶ ପାଇଁ ଆମେ ମଧ୍ୟ ଉଜାଗର କରିବା। ଏନସିସି କ୍ୟାଡେଟସମାନଙ୍କର ଉତ୍ସାହ, ସେମାନଙ୍କର ସମର୍ପଣର ଲାଭ ଏବେ ଦେଶର ବର୍ଡ଼ର ଏବଂ କୋଷ୍ଟାଲ୍ ଏରିଆକୁ ମଧ୍ୟ ପ୍ରଭାବୀ ଭାବରେ ମିଳିପାରିବ। ଆଜି ପ୍ରଥମ ଏନିସି ଆଲୁମନି ସଦସ୍ୟତା କାର୍ଡ଼ ମୋତେ ଦେଇଥିବାରୁ ମୁଁ ଆପଣ ସଭିଙ୍କ ନିକଟରେ କୃତଜ୍ଞତା ପ୍ରକାଶ କରୁଛି। ମୋ ପାଇଁ ଏହା ଏକ ଗର୍ବର ବିଷୟ।

ବନ୍ଧୁଗଣ,

ଆଉ ଏକ ଗୁରୁତ୍ବପୂର୍ଣ୍ଣ ଶୁଭାରମ୍ଭ ଆଜି ଝାନ୍‌ସୀର ଏହି ବଳିଦାନ ମାଟିରୁ ହେଉଛି। ଆଜି ‘ନ୍ୟାସନାଲ୍ ୱାର ମେମୋରିଆଲ’ ରେ ଡିଜିଟାଲ୍ କିଓସ୍କର ମଧ୍ୟ ଶୁଭାରମ୍ଭ କରାଯାଉଛି। ଏବେ ସମସ୍ତ ଦେଶବାସୀ ଆମର ସହୀଦଙ୍କୁ, ଯୁଦ୍ଧର ହିରୋମାନଙ୍କୁ ମୋବାଇଲ୍ ଆପ୍ ମାଧ୍ୟମରେ ନିଜର ଶ୍ରଦ୍ଧାଞ୍ଜଳି ଦେଇ ପାରିବେ। ସମ୍ପୂର୍ଣ୍ଣ ଦେଶ ସହିତ ଏକ ପ୍ଲାଟଫର୍ମରେ ଭାବନାତ୍ମକ ଭାବରେ ସାମିଲ୍ ହୋଇପାରିବେ। ଏହା ସହିତ, ଆଜି ୟୁପି ସରକାର ଦ୍ବାରା ଅଟଳ ଏକତା ପାର୍କ ଏବଂ 600 ମେଗାୱାଟର ଅଲ୍‌ଟ୍ରାମେଗା ସୋଲାର ପାୱାର ପାର୍କର ମଧ୍ୟ ଝାନ୍‌ସୀକୁ ସମର୍ପିତ କରାଯାଇଛି। ଆଜି ଯେତେବେଳେ ଦୁନିଆଁ ପ୍ରଦୂଷଣ ଏବଂ ପରିବେଶର ଆହ୍ବାନର ସମ୍ମୁଖୀନ ହେଉଛି, ସେତେବେଳେ ସୋଲାର ପାୱାର ପାର୍କ ପରି ଉପଲବ୍ଧି ଦେଶ ଓ ପ୍ରଦେଶର ଦୂରଦର୍ଶୀ ଭିଜନର ଉଦାହରଣ ଅଟେ। ମୁଁ ବିକାଶର ଏହି ଉପଲବ୍ଧି ପାଇଁ, କ୍ରମାଗତ ଚାଲୁ ରହିଥିବା କାର୍ଯ୍ୟ ଯୋଜନା ପାଇଁ ମଧ୍ୟ ଆପଣ ସମସ୍ତଙ୍କୁ ଅଭିନନ୍ଦନ ଜଣାଉଛି।

ବନ୍ଧୁଗଣ,

ମୋର ପଛ ପଟରେ ଐତିହାସିକ ଝାନ୍‌ସିର ଦୁର୍ଗ, ଏହି କଥା ସାକ୍ଷୀ ଅଟେ ଯେ ଭାରତ କୌଣସି ଯୁଦ୍ଧ ଶୌର୍ଯ୍ୟ ଓ ବୀରତାର ଅଭାବ କାରଣରୁ ହାରି ନାହିଁ! ରାଣୀ ଲକ୍ଷ୍ମୀବାଇଙ୍କ ନିକଟରେ ଯଦି ଇଂରେଜଙ୍କ ସମକକ୍ଷ ସମ୍ବଳ ଓ ଆଧୁନିକ ଅସ୍ତ୍ରଶସ୍ତ୍ର ଥାନ୍ତା, ତେବେ ଦେଶର ସ୍ବାଧୀନତାର ଇତିହାସ ବୋଧହୁଏ ଆଉ କିଛି ହୋଇଥାନ୍ତା! ଯେତେବେଳେ ଆମକୁ ସ୍ବାଧୀନତା ମିଳିଲା, ସେତେବେଳେ ଆମ ପାଖରେ ଅବସର ଥିଲା, ଅନୁଭବ ମଧ୍ୟ ଥିଲା। ଦେଶକୁ ସରଦାର ପଟେଲଙ୍କର ସ୍ବପ୍ନର ଭାରତ ଭାବେ ଗଢ଼ି ତୋଳିଲୁ, ଆତ୍ମନିର୍ଭର ଭାରତ କରିବା ଆମର ଦାୟୀତ୍ବ ଅଟେ। ଏହା ସ୍ବାଧୀନତାର ଅମୃତ ସମୟରେ ଦେଶର ସଙ୍କଳ୍ପ ଅଟେ ଓ ଦେଶର ଲକ୍ଷ୍ୟ ଅଟେ। ଏବଂ ବୁଲନ୍ଦଖଣ୍ଡରେ ୟୁପି ଡିଫେନ୍‌ସ ଇଣ୍ଡଷ୍ଟ୍ରିୟାଲ୍ କରିଡର ଏହି ଅଭିଯାନରେ ସାରଥୀର ଭୂମିକା ନିର୍ବାହ କରିବାକୁ ଯାଉଛି। ଯେଉଁ ବୁଲନ୍ଦଖଣ୍ଡ ଭାରତର ଶୌର୍ଯ୍ୟ ଓ ସାହସ ପାଇଁ ଜଣା ଯାଉଥିଲା, ତାର ପରିଚୟ ଏବେ ଭାରତର ସାମରିକ ସାମର୍ଥ୍ୟର ପ୍ରମୁଖ କେନ୍ଦ୍ର ଭାବରେ ଏବେ କରାଯିବ। ବୁନ୍ଦେଲଖଣ୍ଡ ଏକ୍ସପ୍ରେସ ୱେ ଏହି କ୍ଷେତ୍ର ପାଇଁ ବିକାଶର ଏକ୍ସପ୍ରେସ ହେବ, ମୋ ଉପରେ ବିଶ୍ବାସ କରନ୍ତୁ। ଆଜି ଏଠାରେ ମିସାଇଲ୍ ଟେକ୍‌ନୋଲୋଜି ସମ୍ବନ୍ଧିତ ଏକ କମ୍ପାନୀର ଶିଳାନ୍ୟାସ ହେଉଚି, ଭବିଷ୍ୟତରେ ଏପରି ଆହୁରି ଅନେକ କମ୍ପାନୀ ମଧ୍ୟ ଆସିବେ।

ବନ୍ଧୁଗଣ,

ଦୀର୍ଘ ସମୟ ଧରି ଭାରତକୁ ବିଶ୍ବର ସବୁଠାରୁ ବଡ଼ ଅସ୍ତ୍ରଶସ୍ତ୍ର କ୍ରୟକାରୀ ଦେଶ ଭାବରେ ପରିଚୟ ମିଳିଛି। କିନ୍ତୁ ଆଜି ଦେଶର ମନ୍ତ୍ର ହେଉଛି – ମେକ୍ ଇନ୍ ଇଣ୍ଡିଆ, ମେକ୍ ଫର ଦି ୱାର୍ଲଡ୍‌। ଆଜି ଭାରତ ନିଜର ସେନାଙ୍କୁ ଆତ୍ମନିର୍ଭର କରିବା ପାଇଁ କାମ କରୁଛି। ଆମେ ଦେଶର ଡିଫେନ୍ସ ସେକ୍ଟର କୁ ଦେଶର ପ୍ରାଇଭେଟ ସେକ୍ଟରର ପ୍ରତିଭା ସହିତ ସାମିଲ୍ କରୁଛୁ। ନୂଆ ଷ୍ଟାର୍ଟ-ଅପମାନଙ୍କୁ ମଧ୍ୟ ଏବେ ଏହି କ୍ଷେତ୍ରରେ ନିଜର ଦକ୍ଷତା ଦେଖାଇବାର ସୁଯୋଗ ମିଳିବ। ଏବଂ ଏହିସବୁ କ୍ଷେତ୍ରରେ ୟୁପି ଡିଫେନ୍‌ସ କରିଡର ର ଝାନ୍‌ସୀ ନୋଡ୍‌, ଏକ ପ୍ରମୁଖ ଭୂମିକା ଗ୍ରହଣ କରିବାକୁ ଯାଉଛି। ଏହାର ଅର୍ଥ ହେଉଛି ଏଠାକାର ଏମଏସଏମଇ ଉଦ୍ୟୋଗ ପାଇଁ, ଛୋଟ ଉଦ୍ୟୋଗ ଗୁଡ଼ିକ ପାଇଁ ନୂଆ ସମ୍ଭାବନା ସୃଷ୍ଟି ହେବ। ଏଠାକାର ଯୁବକମାନଙ୍କୁ ରୋଜଗାରର ନୂଆ ସୁଯୋଗ ମିଳିବ। ଏବଂ ଏହାର ଅର୍ଥ ହେଉଛି – ଯେଉଁ କ୍ଷେତ୍ର କିଛି ବର୍ଷ ପୂର୍ବରୁ ତ୍ରୁଟିପୂର୍ଣ୍ଣ ନୀତି କାରଣରୁ ଫେରି ଯାଉଥିଲେ ସେଠାରେ ଏବେ ନୂତନ ସମ୍ଭାବନା କାରଣରୁ ନିବେଶକଙ୍କ ଆକର୍ଷଣର କେନ୍ଦ୍ର ହେବ। ଦେଶ ବିଦେଶରୁ ଲୋକମାନେ ବୁନ୍ଦେଲଖଣ୍ଡ ଆସିବେ। ବୁନ୍ଦେଲଖଣ୍ଡର ଯେଉଁ ଭୂମିରେ କେବେ ମରୁଡ଼ି ହେଉଥିଲା ଆଜି ସେହି ଭୂମିରୁ ପ୍ରଗତିର ବୀଜ ଅଙ୍କୁରିତ ହେଉଛି।

ବନ୍ଧୁଗଣ,

ଦେଶ ଏହା ମଧ୍ୟ ନିଷ୍ପତ୍ତି ନେଇଛି ଯେ ରକ୍ଷା ବଜେଟରୁ ଯେଉଁ ସବୁ ଅସ୍ତ୍ରଶସ୍ତ୍ର ର କ୍ରୟ ହେବ, ସେଥିରୁ ଏକ ବଡ଼ ଅଂଶ ମେକ ଇନ୍‌ ଇଣ୍ଡିଆ ଉପକରଣରେ ଖର୍ଚ୍ଚ କରାଯିବ। ରକ୍ଷା ମନ୍ତ୍ରଣାଳୟ 200 ରୁ ଅଧିକ ଏପରି ଉପକରଣର ଲିଷ୍ଟ ପ୍ରସ୍ତୁତ କରିଛି ଯାହା ଏବେ ଦେଶରୁ ହିଁ କ୍ରୟ କରାଯିବ ଓ ବାହାରୁ ଅଣା ଯାଇପାରିବ ନାହିଁ। ତାହାକୁ ବିଦେଶରୁ କିଣିବାରେ ପ୍ରତିବନ୍ଧକ ଲଗା ଯାଇଛି।

ବନ୍ଧୁଗଣ,

ଆମର ଆଦର୍ଶ ରାଣୀ ଲକ୍ଷ୍ମୀବାଇ, ଝଲକାରୀ ବାଇ, ଅବନ୍ତୀ ବାଇ, ଉଦା ଦେବୀଙ୍କ ପରି ଅନେକ ବୀର ରହିଥିଲେ। ଆମର ଆଦର୍ଶ ଲୌହପୁରୁଷ ସରଦାର ପଟେଲ୍, ଚନ୍ଦ୍ରଶେଖର ଆଜାଦ, ଭଗତ ସିଂହଙ୍କ ପରି ଆତ୍ମା ଅଟନ୍ତି। ତେଣୁ ଆଜିର ଅମୃତ ମହୋତ୍ସବରେ ଆମକୁ ଏକାଠି ହେବାକୁ ହେବ, ମିଳିତ ଭାବରେ ଆମେ ଦେଶର ଏକତା, ଅଖଣ୍ଡତା ପାଇଁ ସଭିଙ୍କୁ ସଙ୍କଳ୍ପ ନେବାକୁ ହେବ। ଆମକୁ ବିକାଶ ଓ ପ୍ରଗତି ପାଇଁ ସଙ୍କଳ୍ପ ନେବାକୁ ହେବ। ଯେପରି ଅମୃତ ମହୋତ୍ସବରେ ଆଜି ରାଣୀ ଲକ୍ଷ୍ମୀବାଇଙ୍କୁ ଦେଶ ଏପରି ଭବ୍ୟ ଭାବରେ ମନେ ପକାଉଛି ସେହିପରି ବୁନ୍ଦେଲଖଣ୍ଡରେ ଅନେକ ପୁଅ ଓ ଝିଅ ମଧ୍ୟ ରହିଛନ୍ତି। ମୁଁ ଏଠାକାର ଯୁବକମାନଙ୍କୁ ଆହ୍ବାନ କରୁଛି, ଅମୃତ ମହୋତ୍ସବରେ ଏହି ବଳୀଦାନର ଇତିହାସକୁ, ଏହି ଭୂମିର ପରାକାଷ୍ଠାକୁ ଦେଶ ଦୁନିଆ ସମ୍ମୁଖକୁ ଆଣନ୍ତୁ। ମୋର ପୁରା ବିଶ୍ବାସ ରହିଛି, ଆମେ ସବୁ ମିଶି କରି ଏହି ଅମର ବୀର ଭୂମିକୁ ତାର ଗୌରବ ଫେରାଇବୁ। ଏବଂ ମୁଁ ଆନନ୍ଦିତ ଯେ ସଂସଦରେ ମୋର ସାଥୀ ଭାଇ ଅନୁରାଗ ମହଶୟ କ୍ରମାଗତ ଭାବରେ ଏପରି ବିଷୟରେ କିଛି ନା କିଛି କାମ ଜାରି ରଖିଛନ୍ତି। ମୁଁ ଦେଖି ପାରୁଛି ଦେଶ ରକ୍ଷା କ୍ଷେତ୍ରରେ ଏହି ସାପ୍ତାହିକ ପର୍ବକୁ ଯେଉଁ ଭଳି ଭାବରେ ସେମାନେ ସ୍ଥାନୀୟ ଲୋକମାନଙ୍କୁ ସକ୍ରିୟ କରିଛନ୍ତି, ସରକାର ଓ ଲୋକମାନେ ମିଶି କିପରି ଅଦ୍ଭୁତ କାମ କରିପାରନ୍ତି ତାହା ଆମର ସାଂସଦ ଓ ତାଙ୍କର ସମସ୍ତ ସାଥୀମାନେ କରି ଦେଖାଇଛନ୍ତି। ମୁଁ ସେମାନଙ୍କୁ ମଧ୍ୟ ବହୁତ ବହୁତ ଅଭିନନ୍ଦନ ଜଣାଉଛି। ଏହି ଭବ୍ୟ ସମାରୋହକୁ ସଫଳ କରିବା ପାଇଁ ଆଦରଣୀୟ ରାଜନାଥ ମହାଶୟଙ୍କ ନେତୃତ୍ବରେ ପୁରା ଟିମ୍ ଯେପରି ଭାବରେ ସ୍ଥାନର ଚୟନ କରିଛନ୍ତି, ତାହା ପ୍ରଶଂସନୀୟ। ଡିଫେନ୍‌ସ କରିଡର କ୍ଷେତ୍ରରେ ଉତ୍ତର ପ୍ରଦେଶ ଦେଶ ରକ୍ଷା ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବ। ଏଥିପାଇଁ ରାଜନାଥ ଓ ତାଙ୍କର ପୁରା ଟିମ୍ ଅନେକ ଅନେକ ଅଭିନନ୍ଦନର ଅଧିକାରୀ ଅଟନ୍ତି। ଯୋଗୀ ମହାଶୟ ମଧ୍ୟ ଉତ୍ତର ପ୍ରଦେଶର ବିକାଶକୁ ଏକ ନୂତନ ଶକ୍ତି ପ୍ରଦାନ କରିଛନ୍ତି, ନୂତନ ଗତି ପ୍ରଦାନ କରିଛନ୍ତି। ଡିଫେନ୍‌ସ କରିଡର ଏବଂ ବୁନ୍ଦେଲଖଣ୍ଡର ଶୌର୍ଯ୍ୟ ଓ ସାମର୍ଥ୍ୟ ପାଇଁ ଏବଂ ଦେଶ ରକ୍ଷା କ୍ଷେତ୍ରରେ ଅବଦାନ ନିମନ୍ତେ ପୁଣିଥରେ ମୁଁ ତାଙ୍କୁ ମଧ୍ୟ ଅଭିନନ୍ଦନ ଜଣାଉଛି।

ବନ୍ଧୁଗଣ,

ଆଜିର ଏହି ପବିତ୍ର ଅବସରରେ ମୁଁ ଆପଣ ସଭିଙ୍କୁ ଅନେକ ଅନେକ ଶୁଭକାମନା ଜଣାଉଛି।

ଆପଣ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India-UK social security pact to benefit 90-95% of Indian professionals working in Britain

Media Coverage

India-UK social security pact to benefit 90-95% of Indian professionals working in Britain
NM on the go

Nm on the go

Always be the first to hear from the PM. Get the App Now!
...
Prime Minister highlights growing global engagement and investment in India
June 19, 2026

The Prime Minister, Shri Narendra Modi today highlighted India’s readiness to contribute towards a better planet and noted that the world is engaging with and investing in India with hope and enthusiasm.

The Prime Minister stated that thanks to the 140 crore people of India, the world looks at India with hope and enthusiasm. He added that this is also why the world is engaging with India and investing in India.

The Prime Minister highlighted these observations under #12YearsOfIndiaFirst.

The Prime Minister wrote on X;

“India is always ready to do whatever is possible to contribute towards a better planet. At the same time, thanks to the 140 crore people of India, the world looks at India with hope and enthusiasm. That is also why the world is engaging with India and investing in India.

#12YearsOfIndiaFirst”