ସେୟାର
 
Comments
Dedicates National Atomic Timescale and Bhartiya Nirdeshak Dravya to the Nation
Lays Foundation Stone of National Environmental Standards Laboratory
Urges CSIR to interact with students to inspire them become future scientists
Bhartiya Nirdeshak Dravya’s 'Certified Reference Material System' would help in improving the Quality of Indian products
Exhorts Scientific Community to Promote ‘value creation cycle’ of Science, Technology and Industry
Strong Research will Lead to Stronger Brand India: PM

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭାରତୀୟ ମାପ ଓ ଓଜନ ସମାବେଶ 2021ରେ ଉଦ୍ଘାଟନ ଅଭିଭାଷଣ ଦେଇଛନ୍ତି । ଏହି ଅବସରରେ ସେ ଜାତୀୟ ଆଣବିକ ମାପକ ବା ଆଟୋମିକ୍‍ ଟାଇମ ସ୍କେଲ ଏବଂ ଭାରତୀୟ ନିର୍ଦ୍ଦେଶକ ଦ୍ରବ୍ୟ ପ୍ରଣାଳୀକୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିବା ସହ ଭିଡିଓ କନ୍‍ଫରେନ୍‍ସିଂ ବ୍ୟବସ୍ଥାରେ ଜାତୀୟ ପରିବେଶ ମାନ ପ୍ରୟୋଗଶାଳାର ଶିଳାନ୍ୟାସ କରିଛନ୍ତି । ଏହି ସମାବେଶ ଭାରତୀୟ ବୈଜ୍ଞାନିକ ଓ ଉଦ୍ୟୋଗିକ ଗବେଷଣା ପରିଷଦ ସିଏସ୍‍ଆଇଆର ଏବଂ ଜାତୀୟ ଭୌତିକ ପରୀକ୍ଷାଗାର ଏନ୍‍ପିଏଲ୍‍ର ମିଳିତ ଆନୁକୂଲ୍ୟରେ ନୂଆଦିଲ୍ଲୀଠାରେ ସଂପୃକ୍ତ ଦୁଇ ସଂସ୍ଥାର 75ତମ ପ୍ରତିଷ୍ଠା ଦିବସ ଅବସରରେ ଆୟୋଜିତ ହୋଇଛି । ଚଳିତବର୍ଷର ଏହି ଆୟୋଜନର ବାର୍ତ୍ତା ହେଲା ଦେଶର ସମାବେଶୀ ବିକାଶରେ ମାପ ଓ ଓଜନର ଭୂମିକା । ଏଥିରେ କେନ୍ଦ୍ରମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ଏବଂ ପ୍ରମୁଖ ବୈଜ୍ଞାନିକ ପରାମର୍ଶଦାତା ଡ. ବିଜୟ ରାଘବନ ଉପସ୍ଥିତ ଥିଲେ ।

ଏହି ଅବସରରେ ଉଦ୍‍ବୋଧନ ଦେଇ ପ୍ରଧାନମନ୍ତ୍ରୀ ନୂଆବର୍ଷରେ ଭାରତୀୟ ବୈଜ୍ଞାନିକମାନେ ସଫଳତାର ସହ ଦୁଇଟି କୋଭିଡ୍‍ ଟିକା ବିକଶିତ କରିଥିବାରୁ ସେମାନଙ୍କ କାର୍ଯ୍ୟର ଉଚ୍ଚପ୍ରଶଂସା କରିଥିଲେ । ସେ କହିଥିଲେ ଯେ ଭାରତର କୋଭିଡ୍‍ ଟିକାଦାନ କାର୍ଯ୍ୟକ୍ରମ ବିଶ୍ୱରେ ସର୍ବବୃହତ୍‍ ଏବଂ ଏହା ଆରମ୍ଭ ହେବାକୁ ଯାଉଛି । ସିଏସ୍‍ଆଇର ସହିତ ଦେଶର ବୈଜ୍ଞାନିକ ପ୍ରତିଷ୍ଠାନଗୁଡିକ ଏକାଠି ହୋଇ ଭାରତ ସମ୍ମୁଖୀନ ହେଉଥିବା ପ୍ରତ୍ୟେକ ସମସ୍ୟାର ସମାଧାନ ପାଇଁ ଉଦ୍ୟମ କରୁଥିବାରୁ ପ୍ରଧାନମନ୍ତ୍ରୀ ତାହାର ମଧ୍ୟ ପ୍ରଶଂସା କରିଥିଲେ ।

ପ୍ରତିଷ୍ଠାନର ଉଦ୍ୟମ ସଂପର୍କରେ ଛାତଛାତ୍ରୀମାନଙ୍କ ସହ ମତବିନିମୟ କରି ସେମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ଏହି ଅବସରରେ ପ୍ରଧାନମନ୍ତ୍ରୀ ସିଏସ୍‍ଆଇଆରକୁ ପରାମର୍ଶ ଦେଇଥିଲେ । ସେ କହିଥିଲେ ଏହାଦ୍ୱାରା ଛାତ୍ରଛାତ୍ରୀମାନେ ଉଦ୍‍ବୁଦ୍ଧ ହୋଇ ଭବିଷ୍ୟତରେ ବୈଜ୍ଞାନିକ ହେବାକୁ ଆଗ୍ରହ ପ୍ରକାଶ କରିବେ । ଦେଶରେ ବିକାଶର ବିବର୍ତ୍ତନ ଓ ମୂଲ୍ୟାୟନରେ ସିଏସ୍‍ଆଇଆର- ଏନପିଏଲ୍‍ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବାରୁ ସେ ଦୁଇ ସଂସ୍ଥାର ଉଚ୍ଚ ପ୍ରଶଂସା କରିଥିଲେ । ଆଜିର ଏହି ବିଚାର ଗୋଷ୍ଠୀ ଅତୀତର ଉପଲବ୍‍ଧିର ଆଲୋଚନା କରିବା ସହିତ ଦେଶର ଭବିଷ୍ୟତ ଆହ୍ୱାନର ମୁକାବିଲା ପାଇଁ ପଥ ନିର୍ଦ୍ଧାରଣ କରିବାରେ ସହାୟକ ହେବ ବୋଲି ସେ କହିଛନ୍ତି । ଏହି ପ୍ରତିଷ୍ଠାନ ଏକ ଆତ୍ମନିର୍ଭର ଭାରତ ଗଠନ ଦିଗରେ ନୂଆ ମାନ ଓ ନୂଆ ମାପଦଣ୍ଡ ସ୍ଥାପନ କରିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତର ସମୟ ରକ୍ଷକଭାବେ ସିଏସ୍‍ଆଇଆର-ଏନ୍‍ପିଏଲ୍‍ର ମଧ୍ୟ ଦେଶର ଭବିଷ୍ୟତକୁ ବଦଳାଇବାର ଦାୟିତ୍ୱ ରହିଛି । ଦଶନ୍ଧି ଦଶନ୍ଧି ଧରି ଭାରତ ନିଜର ମାନ ଏବଂ ମାପ ପାଇଁ ବିଦେଶୀ ମାନ ତଥା ମାପକ ଉପରେ ନିର୍ଭର କରୁଥିଲା । ଏବେ କିନ୍ତୁ ଭାରତର ଗତି, ପ୍ରଗତି, ଉତ୍‍ଥାନ, ଭାବମୂର୍ତ୍ତି ଏବଂ ଶକ୍ତି ଆମ ନିଜ ମାପକରେ ମପାଯିବ । ସେ କହିଛନ୍ତି ଯେ ମାପ ଓ ଓଜନ ଯାହା ମାପର ବିଜ୍ଞାନ ତାହା ମଧ୍ୟ ଅନେକ ବୈଜ୍ଞାନିକ ଉପଲବ୍‍ଧି ପାଇଁ ଭିତ୍ତିଭୂମି ସୃଷ୍ଟି କରିବ । ମାପ ଓ ମାନ ବିନା କୌଣସି ଗବେଷଣା ଆଗକୁ ବଢିପାରେନା । ଏପରିକି ଆମର ଉପଲବ୍‍ଧିକୁ ମଧ୍ୟ ନିର୍ଦ୍ଦିଷ୍ଟ ଏକ ମାନଦଣ୍ଡରେ ମାପିବାକୁ ପଡିବ । ସେ  କହିଛନ୍ତି ଯେ ବିଶ୍ୱରେ ଭାରତର ବିଶ୍ୱସନୀୟତା ଏହାର ମାପ ବ୍ୟବସ୍ଥା ଉପରେ ନିର୍ଭର କରିବ । ଏହି ମାପ ଓ ଓଜନ ଏକ ଦର୍ପଣ ସଦୃଶ ; ଯାହା ଆମକୁ ବିଶ୍ୱରେ ଆମ ସ୍ଥିତିକୁ ଦେଖାଇ ଦେଉଛି । ସେଥିରୁ ଆମେ ଆମକୁ ମାପି ଆଗକୁ ବଢିବାର ସୁଯୋଗ ପାଇବା । ଏକ ଆତ୍ମନିର୍ଭର ଭାରତ ଲକ୍ଷ୍ୟ ହାସଲ ପାଇଁ ଆମକୁ ଉଭୟ ମାନ ଏବଂ ପରିମାଣ ଉପରେ ଗୁରୁତ୍ୱ ଦେବାକୁ ପଡିବ । ତେବେ ଯାଇ ଆତ୍ମନିର୍ଭର ଭାରତ ସଫଳ ହେବ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଯେଉଁମାନେ ଭାରତୀୟ ସାମଗ୍ରୀ କିଣୁଛନ୍ତି ସେ ସମସ୍ତ ଗ୍ରାହକଙ୍କ ହୃଦୟକୁ ଆମକୁ ଜିତିବାକୁ ପଡିବ । ସେଥିପାଇଁ କେବଳ ବିଶ୍ୱ ବଜାରରେ ଭାରତୀୟ ସାମଗ୍ରୀକୁ ଭର୍ତ୍ତି କରିଦେଲେ ଚଳିବ ନାହିଁ । ଏଥିପାଇଁ ଆମକୁ ଏହାର ମାନ ଓ ଗୁଣ ଉପରେ ଗୁରୁତ୍ୱ ଦେବାକୁ ହେବ । ଏ ଦିଗରେ କାମକରି ଭାରତୀୟ ସାମଗ୍ରୀକୁ ବିଶ୍ୱ ଚାହିଦା ଓ ଏହାର ଗ୍ରହଣୀୟତା ଉପଯୋଗୀ କରିବାକୁ ସେ ଆହ୍ୱାନ ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତୀୟ ନିର୍ଦ୍ଦେଶକ ଦ୍ରବ୍ୟ; ଯାହା ଆଜି ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ ହୋଇଛି ତାହା ଉତ୍ତମମାନର ଦ୍ରବ୍ୟ ତିଆରି କରିବାକୁ ଶିଳ୍ପ ଉଦ୍ୟୋଗକୁ ସାହାଯ୍ୟ କରିବ । ଭାରୀଧାତୁ, କୀଟନାଶକ, ଔଷଧପତ୍ର ଏବଂ ବୟନ ସାମଗ୍ରୀ ଆଦି କ୍ଷେତ୍ରରେ ଯେଉଁ ସାର୍ଟିଫାଏଡ ରେଫରେନ୍ସ ମେଟେରିଆଲ ସିଷ୍ଟମ ଚିଠା ପ୍ରସ୍ତୁତ ହୋଇଛି ତାହା ସାମଗ୍ରୀର ମାନବୃଦ୍ଧିରେ ସହାୟକ ହେବ । ସେ କହିଛନ୍ତି ଯେ ଏବେ ଶିଳ୍ପୋଦ୍ୟୋଗଗୁଡିକ ଖାଉଟି କୈନ୍ଦ୍ରିକ ଦୃଷ୍ଟିକୋଣ ଆପଣାଇ ସେ ଦିଗରେ ଅଗ୍ରସର ହେଉଛନ୍ତି । ପୂର୍ବଭଳି ଆଉ ନିୟମକାନୁନ କୈନ୍ଦ୍ରିକ ଆଭିମୁଖ୍ୟ ନାହିଁ । ଏହି ନୂଆ ମାନକ ସହିତ ଭାରତର ସ୍ଥାନୀୟ ସାମଗ୍ରୀକୁ ଏକ ଆନ୍ତର୍ଜାତିକ ପରିଚୟ ଦେବାକୁ ଦେଶର ପ୍ରାୟ ସବୁ ଜିଲାରେ ଅଭିଯାନ ଆରମ୍ଭ ହୋଇଛି । ଏହାଦ୍ୱାରା ଆମର ଏମ୍‍ଏସ୍‍ଏମ୍‍ଇ ଉଦ୍ୟୋଗ ବିଶେଷ ଉପକୃତ ହେବ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆନ୍ତର୍ଜାତିକ ମାନର ସମକକ୍ଷ ହେଲେ ବୃହତ୍‍ ବିଦେଶୀ ମ୍ୟାନୁଫାକଚରିଂ କଂପାନୀମାନ ଭାରତକୁ ଆସି ସ୍ଥାନୀୟ ଯୋଗାଣ ପ୍ରକ୍ରିୟାକୁ ଠାବ କରି ତଦ୍ଦ୍ୱାରା ଲାଭବାନ ହେବେ । ନୂଆ ମାନ ଦ୍ୱାରା ଉଭୟ ରପ୍ତାନୀ ଏବଂ ଆମଦାନୀ ସୁନିଶ୍ଚିତ ହୋଇପାରିବ । ଏହା ମଧ୍ୟ ଭାରତର ସାଧାରଣ ଖାଉଟିଙ୍କୁ ଉତ୍ତମ ମାନର ସାମଗ୍ରୀ ଯୋଗାଇବ ଏବଂ ରପ୍ତାନୀକାରୀମାନେ ସମ୍ମୁଖୀନ ହେଉଥିବା ସମସ୍ୟା ହ୍ରାସ ପାଇବ ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଛନ୍ତି ଯେ ଐତିହାସିକ ଦୃଷ୍ଟିରୁ ଦେଖାଯାଇଛି ଯେ ଯେଉଁ ଦେଶ ବିଜ୍ଞାନ ଓ ଗବେଷଣାକୁ ପ୍ରୋତ୍ସାହିତ କରିଛି ସେ ଦେଶ ଅଧିକ ଉନ୍ନତି ହାସଲ କରିଛି । ଏହାକୁ ସେ ବିଜ୍ଞାନ, ପ୍ରଯୁକ୍ତି ଓ ଉଦ୍ୟୋଗ ଜଗତର ଭ୍ୟାଲୁ କ୍ରିଏସନ ସାଇକଲ ବା ମୂଲ୍ୟ ସୃଜନ ଚକ୍ରଭାବେ ବର୍ଣ୍ଣନା କରିଛନ୍ତି । ଏହାକୁ ବୁଝାଇବାକୁ ଯାଇ ସେ କହିଛନ୍ତି ଯେ ଏକ ବେଜ୍ଞାନିକ ଉଦ୍ଭାବନ ଦ୍ୱାରା ଯେଉଁ ଟେକ୍‍ନୋଲଜି ସୃଷ୍ଟି ହୁଏ ତାହା ଶିଳ୍ପ ଉଦ୍ୟେଗର ବିକାଶରେ ସହାୟକ ହୋଇଥାଏ ଏବଂ ଉଦ୍ୟୋଗଜଗତ ମଧ୍ୟ ପ୍ରତିଦାନରେ ବିଜ୍ଞାନ କ୍ଷେତ୍ରରେ ପୁଞ୍ଜି ନିବେଶ କରି ନୂଆ ଗବେଷଣାକୁ ପ୍ରୋତ୍ସାହିତ କରେ । ଏହି ଚକ୍ର ଆମକୁ ନୂଆ ସମ୍ଭାବନା ଦିଗରେ ଆଗେଇ ନିଏ । ସିଏସ୍‍ଆଇଆର-ଏନ୍‍ପିଏଲ୍‍ ଏହି ଭ୍ୟାଲୁ ସର୍କଲକୁ ଆଗେଇ ନେବାରେ ଏକ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଛି ବୋଲି ସେ କହିଛନ୍ତି ।

ଏହି ଭ୍ୟାଲୁ କ୍ରିଏସନ ସାଇକଲ ଆଜିର ଦୁନିଆରେ, ବିଶେଷକରି ଭାରତ ଯେତେବେଳେ ଆତ୍ମନିର୍ଭର ପଥରେ ଅଗ୍ରସର ହେଉଛି, ସେତେବେଳେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏଥିରେ ସିଏସ୍‍ଆଇଆରକୁ ଏକ ବଡ଼ ଭୂମିକା ନିର୍ବାହ କରିବାକୁ ପଡିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ସିଏସ୍‍ଆଇଆର-ଏନ୍‍ପିଏଲ୍‍ ଦ୍ୱାରା ପ୍ରସ୍ତୁତ ଜାତୀୟ ଆଟୋମିକ୍‍ ଟାଇମ ସ୍କେଲ ଘେନି ପ୍ରଧାନମନ୍ତ୍ରୀ ସନ୍ତୋଷ ପ୍ରକାଶ କରିବା ସହିତ ଏହାକୁ ଆଜି ମାନବ କଲ୍ୟାଣ ପାଇଁ ଉତ୍ସର୍ଗ କରିଛନ୍ତି । ସେ କହିଛନ୍ତି ଯେ ଭାରତ ନାନୋ ସେକେଣ୍ଡ ଅନୁପାତ ମଧ୍ୟରେ ସମୟକୁ ମାପିବାରେ ଏବେ ଆତ୍ମନିର୍ଭରଶୀଳ ହୋଇଛି । ସେ କହିଛନ୍ତି ଯେ ଏ କ୍ଷେତ୍ରରେ ନିର୍ଭୁଲତାର ସ୍ତର 2.8 ନାନୋ ସେକେଣ୍ଡ ହାସଲ କରିବା ଏକ ବିରାଟ ଉପଲବ୍‍ଧି ଏବଂ ଏହା ଆମ ଦକ୍ଷତା ପ୍ରମାଣିତ କରିଛି । ଏବେ ଭାରତୀୟ ମାନକ ସମୟ ଆନ୍ତର୍ଜାତିକ ମାନକ ସମୟର ସମକକ୍ଷ ହୋଇଛି ଏବଂ ଏଥିରେ ନିର୍ଭୁଲତାର ସ୍ତର 3 ନାନୋ ସେକେଣ୍ଡରୁ କମ୍‍ ରହିଛି । ଅତ୍ୟାଧୁନିକ ଟେକ୍‍ନୋଲଜି ସହିତ କାମ କରୁଥିବା ଇସ୍ରୋ ଭଳି ପ୍ରତିଷ୍ଠାନ ପାଇଁ ଏହା ବିଶେଷ ସହାୟକ ହେବ । ଅତ୍ୟାଧୁନିକ ଟେକ୍‍ନୋଲଜି ବ୍ୟବହାର କରୁଥିବା ବ୍ୟାଙ୍କିଙ୍ଗ, ରେଳବାଇ, ପ୍ରତିରକ୍ଷା, ସ୍ୱାସ୍ଥ୍ୟ, ଟେଲିକମ, ପାଣିପାଗ ପୂର୍ବାନୁମାନ, ବିପର୍ଯ୍ୟୟ ପରିଚାଳନା ଏବଂ ଅନେକ କ୍ଷେତ୍ର ଏହାଦ୍ୱାରା ବିଶେଷ ଉପକୃତ ହୋଇପାରିବେ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି ଟାଇମ ସ୍କେଲ ଇଣ୍ଡଷ୍ଟ୍ରି 4.0କୁ  ସୁଦୃଢ କରିବାରେ ଭାରତ ପାଇଁ ସହାୟକ ହେବ । ଭାରତ ପରିବେଶ କ୍ଷେତ୍ରରେ ଏକ ଅଗ୍ରଣୀ ଭୂମିକା ଗ୍ରହଣ କରୁଛି; ତଥାପି ଆମ ପାଖରେ ବାୟୁର ମାନ ଏବଂ ପ୍ରଦୂଷଣର ସ୍ଥିତି ମାପିବା ପାଇଁ ଯନ୍ତ୍ରପାତି ନ ଥିବାରୁ ଆମେ ଅନ୍ୟ ଉପରେ ନିର୍ଭର କରୁଛୁ । ଏହି ନୂଆ ଉପଲବ୍‍ଧି ଆମକୁ ଏ କ୍ଷେତ୍ରରେ ଆତ୍ମନିର୍ଭର କରିପାରିଛି । ଏହା ମଧ୍ୟ ଆମକୁ ପ୍ରଦୂଷଣ ନିୟନ୍ତ୍ରଣ କ୍ଷେତ୍ରରେ ସଫଳ ଏବଂ ଶସ୍ତା ଯନ୍ତ୍ରପାତି ଓ ଉପକରଣ ଉତ୍ପାଦନ କରିବାରେ ସହାୟକ ହେବ । ଏହାଦ୍ୱାରା ମଧ୍ୟ ପ୍ରଦୂଷଣ ମାପକାରୀ ଯନ୍ତ୍ରପାତି ଓ ଟେକ୍‍ନୋଲଜି କ୍ଷେତ୍ରରେ ବିଶ୍ୱ ବଜାରରେ ଭାରତକୁ ଜାଗା ମିଳିବ । ଆମର ବୈଜ୍ଞାନିକମାନଙ୍କ ନିରନ୍ତର ପ୍ରଚେଷ୍ଟା ଦ୍ୱାରା ଆମେ ଏହି ସଫଳତା ପାଇଛୁ ବୋଲି ଶ୍ରୀ ମୋଦୀ କହିଛନ୍ତି ।

ଜ୍ଞାନର ବିଭିନ୍ନ କ୍ଷେତ୍ରରେ ଗବେଷଣାର ଗୁରୁତ୍ୱପୂର୍ଣ୍ଣ ଭୂମିକା ସଂପର୍କରେ ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣରେ ଦୀର୍ଘ ଆଲୋକପାତ କରିଛନ୍ତି । ସେ କହିଛନ୍ତି, ଯେକୌଣସି ପ୍ରଗତିଶୀଳ ସମାଜରେ ଗବେଷଣା କେବଳ ଏକ ସ୍ୱାଭାବିକ ଅଭ୍ୟାସ ନୁହେଁ; ଏହା ଏକ ପ୍ରାକୃତିକ ପ୍ରକ୍ରିୟା ମଧ୍ୟ । ସେ କହିଛନ୍ତି ଯେ ଗବେଷଣାର ପ୍ରଭାବ ବ୍ୟାବସାୟିକ କିମ୍ବା ସାମାଜିକ ହୋଇପାରେ । ଗବେଷଣା ମଧ୍ୟ ଆମ ଜ୍ଞାନ ଓ ବୋଧଗମ୍ୟତାର ପରିସରକୁ ସଂପ୍ରସାରିତ କରିଥାଏ । ଭବିଷ୍ୟତର ଗତିବିଧିକୁ ଅନୁମାନ କରିବା ସର୍ବଦା ସମ୍ଭବ ନୁହେଁ । ସେହିଭଳି ଗବେଷଣାର ଫଳାଫଳ ଏହାର ସ୍ଥିରୀକୃତ ଅନ୍ତିମ ଲକ୍ଷ୍ୟଠାରୁ ମଧ୍ୟ ଭିନ୍ନ ହୋଇପାରେ । ତେବେ ଗବେଷଣାର ଏକମାତ୍ର ନିଶ୍ଚିତ ଦିଗ ହେଲା ଏହା ଜ୍ଞାନର ଏକ ନୂଆ ଅଧ୍ୟାୟ ଖୋଲିବାରେ ସହାୟକ ହୁଏ; ଯାହା କେବେ ବ୍ୟର୍ଥ ଯାଏନା । ଏହି ଅବସରରେ ପ୍ରଧାନମନ୍ତ୍ରୀ  ଜେନେଟିକ୍ସର ସ୍ରଷ୍ଟା ମେଣ୍ଡେଲ ଏବଂ ନିକୋଲାସ ଟେସ୍‍ଲାଙ୍କ ଉଦାହରଣ ଦେଇଥିଲେ; ଯେଉଁମାନଙ୍କର ଗବେଷଣା ଲବ୍ଧ ତଥ୍ୟ ବହୁ ପରେ ସ୍ୱୀକୃତି ପାଇଥିଲା । ସେ କହିଛନ୍ତି ଯେ ଅନେକ ସମୟରେ ଗବେଷଣା ତୁରନ୍ତ ତାହାର ଲକ୍ଷ୍ୟ ପୂରଣରେ ସଫଳ ହୋଇ ନ ଥାଏ; କିନ୍ତୁ ପରବର୍ତ୍ତୀ ସମୟରେ ଏହା ଅନ୍ୟାନ୍ୟ କ୍ଷେତ୍ରରେ ଯୁଗାନ୍ତକାରୀ ସ୍ଥାପିତ ହୋଇଥାଏ । ସେ ଆଚାର୍ଯ୍ୟ ଜଗଦୀଶଚନ୍ଦ୍ର ବୋଷଙ୍କ ଉଦାହରଣ ଦେଇ କହିଛନ୍ତି ଯେ ତାଙ୍କ ସୂକ୍ଷ୍ମ ତରଙ୍ଗ ବା ମାଇକ୍ରୋୱେଭ ତତ୍ତ୍ୱ ସେତେବେଳେ ବ୍ୟାବସାୟିକ ଦୃଷ୍ଟିରୁ ଆଗେଇପାରି ନ ଥିଲା ; କିନ୍ତୁ ଆଜି ସମଗ୍ର ରେଡିଓ ଯୋଗାଯୋଗ ବ୍ୟବସ୍ଥା ତାହା ଉପରେ ଗଢି ଉଠିଛି । ସେ ମଧ୍ୟ ବିଶ୍ୱଯୁଦ୍ଧ ସମୟର ବିଭିନ୍ନ ଗବେଷଣାର ଉଦାହରଣ ଦେଇ କହିଥିଲେ ଯେ ସେତେବେଳେ ସେ ସବୁର ଉପଲବ୍‍ଧି ବିଶେଷ ଉଲ୍ଲେଖନୀୟ ହୋଇ ନ ଥିଲେ ହେଁ ପରବର୍ତ୍ତୀ କାଳରେ ବିଭିନ୍ନ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିଥିଲା । ଉଦାହରଣ ଦେଇ ସେ କହିଥିଲେ ଯେ ଯୁଦ୍ଧ ପାଇଁ ଡ୍ରୋନ ତିଆରି ହୋଇଥିଲା । ଏବେ ଏହା ଫଟୋ ଉଠାଇବାଠାରୁ ଆରମ୍ଭ କରି ଲୋକଙ୍କ ଘରେ ସାମଗ୍ରୀ ପହଞ୍ଚାଇବାର ମାଧ୍ୟମ ହୋଇଛି । ସେଥିପାଇଁ ଆମ ବୈଜ୍ଞାନିକଗଣ, ବିଶେଷକରି ଯୁବ ବୈଜ୍ଞାନିକମାନେ ଗବେଷଣାର କ୍ରସ ଫର୍ଟିଲାଇଜେସନର ସମ୍ଭାବନାକୁ ଗୁରୁତ୍ୱ ଦେଇ ତାହାର ଅନ୍ୱେଷଣ କରିବା ଉଚିତ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଅନେକ ଛୋଟ ଛୋଟ ଗବେଷଣା ବିଶ୍ୱର ଚେହେରା ବଦଳାଇବାରେ ସହାୟକ ହୋଇପାରିବ । ଏହି ଅବସରରେ ସେ ବିଜୁଳି ଶକ୍ତିର ଉଦାହରଣ ଦେଇଛନ୍ତି । ପରିବହନଠାରୁ ଯୋଗାଯୋଗ, ଉଦ୍ୟୋଗ ଓ ଦୈନନ୍ଦିନ ଜୀବନର ବିଭିନ୍ନ କ୍ଷେତ୍ରରେ ଅତି ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବା ବିଜୁଳି ଶକ୍ତି ଏକଦା ଏକ ଛୋଟ ଗବେଷଣାରୁ ବାହାରିଥିଲା । ସେହିଭଳି ସେମିକଣ୍ଡକ୍ଟରର ଉଦ୍ଭାବନ ଆମ ଡିଜିଟାଲ ବିପ୍ଳବକୁ ଋଦ୍ଧିମନ୍ତ କରିଛି । ଆମ ଯୁବ ଗବେଷକଙ୍କ ଆଗରେ ଏଭଳି ଅନେକ କିଛି ସମ୍ଭାବନା ରହିଛି । ସେମାନେ ଏ କ୍ଷେତ୍ରରେ ଗବେଷଣା କରି ନୂଆ ନୂଆ କଥା ଉଦ୍ଭାବନ କଲେ ଆମ ଭବିଷ୍ୟତ ସଂପୂର୍ଣ୍ଣ ବଦଳିଯିବ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆମକୁ ଏକ ଭବିଷ୍ୟତର ଆବଶ୍ୟକତା ପୂରଣ କରିବା ପାଇଁ ପ୍ରସ୍ତୁତ ଏକ ପରିବେଶତନ୍ତ୍ର ତିଆରି କରିବାକୁ ପଡିବ । ଭାରତ ଇତିମଧ୍ୟରେ ବିଶ୍ୱ ଇନୋଭେସନ ତାଲିକାରେ ଶ୍ରେଷ୍ଠ 50 ଦେଶଙ୍କ ମଧ୍ୟରେ ରହିଛି । ବିଜ୍ଞାନ ଓ ଇଂଜିନିୟରିଂ ପବ୍ଳିକେସନ କ୍ଷେତ୍ରରେ ପିଅର ରିଭ୍ୟୁ ତାଲିକାରେ ଭାରତର ସ୍ଥାନ ତୃତୀୟରେ ଅଛି । ଏସବୁ ଉପଲବ୍‍ଧି ଆମର ମୌଳିକ ଗବେଷଣାର ଫଳ । ଏହି ଗବେଷଣା ଉଦ୍ୟୋଗ ଓ ଅନୁଷ୍ଠାନ ମଧ୍ୟରେ ଥିବା ସହଯୋଗକୁ ସୁଦୃଢ କରୁଛି । ବିଶ୍ୱର ସମସ୍ତ ବଡ଼ ବଡ଼ କଂପାନୀମାନେ ଭାରତରେ ସେମାନଙ୍କ ଗବେଷଣାଗାର ପ୍ରତିଷ୍ଠା କରୁଛନ୍ତି । ନିକଟ ଅତୀତରେ ଏସବୁର ସଂଖ୍ୟା ଉଲ୍ଲେଖନୀୟଭାବେ ବଢିଛି ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଛନ୍ତି ଯେ ଭାରତୀୟ ଯୁବ ସମାଜ ପାଇଁ ଗବେଷଣା ଓ ନବସୃଜନର ସମ୍ଭାବନା ଅନନ୍ତ । ତେଣୁ ନବସୃଜନର ଆନୁଷ୍ଠାନିକରଣ ସମାନଭାବେ ଗୁରୁତ୍ୱପୂର୍ଣ୍ଣ; ଯାହା ନବସୃଜନ ସହ ସମାନ । ଆମ ଭୌତିକ ସତ୍ତ୍ୱାଧିକାରକୁ କିପରି ସୁରକ୍ଷିତ କରାଯାଇପାରିବ ସେ କଥା ଆମ ଯୁବ ସମାଜକୁ ବୁଝିବାକୁ ପଡିବ । ଆମକୁ ମଧ୍ୟ ମନେ ରଖିବାକୁ ହେବ ଯେ ଆମର ଅନେକ ପେଟେଣ୍ଟ ରହିଛି ଏବଂ ତାହାର ଉପଯୋଗିତାକୁ ଆମକୁ ବୁଝିବାକୁ ହେବ । ଯେଉଁ କ୍ଷେତ୍ରରେ ଆମର ଗବେଷଣା ଦୃଢ ସେ କ୍ଷେତ୍ରରେ ଆମର ପରିଚୟ ସୁଦୃଢ ହେବ ଏବଂ ଆମେ ଏ କ୍ଷେତ୍ରରେ ଆଗେଇପାରିବା । ଏହାଦ୍ୱାରା ଏକ ଅଧିକ ଶକ୍ତିଶାଳୀ ବ୍ରାଣ୍ଡ ଇଣ୍ଡିଆ ପାଇଁ ବାଟ ଖୋଲିଯିବ ।

ପ୍ରଧାନମନ୍ତ୍ରୀ ବୈଜ୍ଞାନିକମାନଙ୍କୁ କର୍ମଯୋଗୀଭାବେ ବର୍ଣ୍ଣନା କରି କହିଛନ୍ତି ଯେ ପରୀକ୍ଷାଗାରରେ ସେମାନେ ସନ୍ନ୍ୟାସୀ ପରି ଏକାଗ୍ରଚିତ୍ତରେ ଯେଉଁ କାର୍ଯ୍ୟ କରୁଛନ୍ତି ତାହା ପ୍ରଶଂସା ଯୋଗ୍ୟ । ସେମାନେ 130 କୋଟି ଭାରତୀୟଙ୍କ ଆଶା ଆକାଂକ୍ଷାର ସଂଯୋଜକ ବୋଲି ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣରେ କହିଛନ୍ତି ।

Click here to read full text speech

Explore More
୭୬ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଲାଲକିଲ୍ଲାର ପ୍ରାଚୀରରୁ ରାଷ୍ଟ୍ର ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୬ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଲାଲକିଲ୍ଲାର ପ୍ରାଚୀରରୁ ରାଷ୍ଟ୍ର ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
World TB Day: How India plans to achieve its target of eliminating TB by 2025

Media Coverage

World TB Day: How India plans to achieve its target of eliminating TB by 2025
...

Nm on the go

Always be the first to hear from the PM. Get the App Now!
...
Text of PM’s address at dedication & foundation laying ceremony of various projects in Varanasi, Uttar Pradesh
March 24, 2023
ସେୟାର
 
Comments
Lays foundation stone of the Passenger Ropeway from Varanasi Cantt station to Godowlia
Dedicates 19 drinking water schemes under the Jal Jeevan Mission
“Kashi defied the apprehensions of people and succeeded in transforming the city”
“Everyone has witnessed the transforming landscape of Ganga Ghats in the past 9 years”
“8 crore households in the country have received tapped water supply in the last 3 years”
“The government strives that every citizen contributes and none are left behind during the development journey of India in the Amrit Kaal”
“Uttar Pradesh is adding new dimensions to every sector of development in the state”
“Uttar Pradesh has emerged from the shadows of disappointment and now treading the path of its aspirations and expectations”

हर-हर महादेव!

आप सब लोगन के हमार प्रणाम बा..

यूपी की राज्यपाल आनंदी बेन पटेल, मुख्यमंत्री योगी आदित्यनाथ, केंद्रीय मंत्रिमंडल के मेरे सहयोगीगण, राज्य सरकार के मंत्रिगण, विधायकगण, अन्य महानुभाव और मेरी काशी के मेरे प्रिय भाइयों और बहनों!

नवरात्र का पुण्य समय है, आज मां चंद्रघंटा की पूजा का दिन है। ये मेरा सौभाग्य है कि इस पावन अवसर पर आज मैं काशी की धरती पर आप सबके बीच हूं। मां चंद्रघंटा के आशीर्वाद से आज बनारस की सुख-समृद्धि में एक और अध्याय जुड़ रहा है। आज यहां पब्लिक ट्रांसपोर्ट रोपवे का शिलान्यास किया गया है। बनारस के चौतरफा विकास से जुड़े सैकड़ों करोड़ रुपए के दूसरे प्रोजेक्ट्स का भी लोकार्पण और शिलान्यास हुआ है। इनमें पीने के पानी, स्वास्थ्य, शिक्षा, गंगा जी की साफ-सफाई, बाढ़ नियंत्रण, पुलिस सुविधा, खेल सुविधा, ऐसे अनेक प्रोजेक्ट्स शामिल हैं। आज यहां IIT BHU में ‘Centre of Excellence on Machine Tools Design का शिलान्यास भी हुआ है। यानि बनारस को एक और विश्वस्तरीय संस्थान मिलने जा रहा है। इन सभी प्रोजेक्ट्स के लिए बनारस के लोगों को, पूर्वांचल के लोगों को बहुत-बहुत बधाई।

भाइयों और बहनों,

काशी के विकास की चर्चा आज पूरे देश और दुनिया में हो रही है। जो भी काशी आ रहा है, वो यहां से नई ऊर्जा लेकर जा रहा है। आप याद कीजिए, 8-9 वर्ष पहले जब काशी के लोगों ने अपने शहर के कायाकल्प का संकल्प लिया था, तो बहुत लोग ऐसे थे, जिनको आशंकाएं थीं। कई लोगों को लगता था कि बनारस में कुछ बदलाव नहीं हो पाएगा, काशी के लोग सफल नहीं हो पाएंगे। लेकिन काशी के लोगों ने, आप सबने आज अपनी मेहनत से हर आशंका को गलत साबित कर दिया है।

साथियों,

आज काशी में पुरातन और नूतन दोनों स्वरूपों के दर्शन एक साथ हो रहे हैं। मुझे देश-विदेश में मिलने वाले लोग बताते हैं कि वो किस तरह विश्वनाथ धाम के पुनर्निर्माण से मंत्रमुग्ध हैं। लोग गंगा घाट पर हुए काम से प्रभावित हैं। हाल ही में जब दुनिया का सबसे लंबा रिवरक्रूज हमारी काशी से चला, उसकी भी बहुत चर्चा हुई है। एक समय था, जब गंगा जी में इसके बारे में सोचना भी असंभव था। लेकिन बनारस के लोगों ने ये भी करके दिखाया। आप लोगों के इन्हीं प्रयासों की वजह से एक साल के भीतर 7 करोड़ से अधिक पर्यटक काशी आए। और आप मुझे बताइए, ये जो 7 करोड़ लोग यहां आ रहे हैं, वो बनारस में ही तो ठहर रहे हैं, वो कभी पूड़ी कचौड़ी खा रहे हैं, कभी जलेबी-लौंगलता का आनंद ले रहे हैं, वो कभी लस्सी का पान कर रहे हैं तो कभी ठंडई का मजा लिया जा रहा है। और अपना बनारसी पान, यहां के लकड़ी के खिलौने, ये बनारसी साड़ी, कालीन का काम, इन सबके लिए हर महीने 50 लाख से ज्यादा लोग बनारस आ रहे हैं। महादेव के आशीर्वाद से ये बहुत बड़ा काम हुआ है। बनारस आने वाले ये लोग अपने साथ बनारस के हर परिवार के लिए आय के साधन ला रहे हैं। यहां आने वाले पर्यटक रोज़गार के, स्वरोज़गार के नए अवसर बना रहे हैं।

साथियों,

8-9 वर्षों के विकास कार्यों के बाद, जिस तेजी से बनारस का विकास हो रहा है, अब उसे नई गति देने का भी समय आ गया है। आज यहां टूरिज्म से जुड़े, शहर के सुंदरीकरण से जुड़े कई प्रोजेक्ट्स का लोकार्पण और शिलान्यास हुआ है। रोड हो, पुल हो, रेल हो, एयरपोर्ट हो, कनेक्टिविटी के तमाम नए साधनों ने काशी आना-जाना बहुत आसान कर दिया है। लेकिन अब हमें एक कदम और आगे बढ़ना है। अब जो ये रोप वे यहां बन रहा है, इससे काशी की सुविधा और काशी का आकर्षण दोनों बढ़ेगा। रोप वे बनने के बाद, बनारस कैंट रेलवे स्टेशन और काशी विश्वनाथ कॉरिडोर के बीच की दूरी बस कुछ मिनटों की रह जाएगी। इससे बनारस के लोगों की सुविधा और बढ़ जाएगी। इससे कैंट स्टेशन से गौदोलिया के बीच ट्रैफिक जाम की समस्या भी बहुत कम हो जाएगी।

साथियों,

वाराणसी में आस-पास के शहरों से, दूसरे राज्यों से लोग अलग-अलग काम से भी आते हैं। वर्षों से वो वाराणसी के किसी एक इलाके में आते हैं, काम खत्म करके रेलवे या बस स्टैंड चले जाते हैं। उनका मन होता है बनारस घूमने का। लेकिन सोचते हैं, इतना जाम है, कौन जाएगा? वो बचा हुआ समय स्टेशन पर ही बिताना पसंद करते हैं। इस रोप-वे से ऐसे लोगों को भी बहुत फायदा होगा।

भाइयों और बहनों,

ये रोप-वे प्रोजेक्ट सिर्फ आवाजाही का प्रोजेक्ट भर नहीं है। कैंट रेलवे स्टेशन के ऊपर ही रोप-वे का स्टेशन बनेगा, ताकि आप लोग इसका सीधे लाभ ले सकें। ऑटोमैटिक सीढ़ियां, लिफ्ट, व्हील चेयररैंप, रेस्टरूम और पार्किंग जैसी सुविधाएं भी वहीं उपलब्ध हो जाएगी। रोप वे स्टेशनों में खाने-पीने की सुविधा, खरीदारी की सुविधा भी होगी। ये काशी में बिजनेस और रोजगार के एक और सेंटर के रूप में विकसित होंगे।

साथियों,

आज बनारस की एयर कनेक्टिविटी को मजबूत करने की दिशा में भी बड़ा काम हुआ है। बाबतपुर हवाई अड्डे में आज नए एटीसी टावर का लोकार्पण हुआ है। अभी तक यहां देश-दुनिया से आने वाले 50 से अधिक विमानों को हैंडल किया जाता है। नया एटीसी टावर बनने से ये क्षमता बढ़ जाएगी। इससे भविष्य में एयरपोर्ट का विस्तार करना आसान होगा।

भाइयों और बहनों,

काशी में स्मार्ट सिटी मिशन के तहत जो काम हो रहे हैं, उनसे भी सुविधाएं बढ़ेंगी और आने-जाने के साधन बेहतर हो जाएंगे। काशी में श्रद्धालुओं और पर्यटकों की छोटी-छोटी आवश्यकताओं को ध्यान में रखकर ही फ्लोटिंगजेट्टी का निर्माण किया जा रहा है। नमामि गंगे मिशन के तहत गंगा किनारे के शहरों में सीवेज ट्रीटमेंट का एक बहुत बड़ा नेटवर्क तैयार हुआ है। पिछले 8-9 वर्षों में आप गंगा के बदले हुए घाटों के साक्षी बने हैं। अब गंगा के दोनों तरफ पर्यावरण से जुड़ा बड़ा अभियान शुरू होने वाला है। सरकार का प्रयास है कि गंगा के दोनों तरफ 5 किलोमीटर के हिस्से में प्राकृतिक खेती को बढ़ावा दिया जाए। इसके लिए इस वर्ष के बजट में भी ऐलान किए गए हैं। चाहे खाद हो या फिर प्राकृतिक खेती से जुड़ी दूसरी मदद इसके लिए नए केंद्र बनाए जा रहे हैं।

साथियों,

मुझे ये भी खुशी है कि बनारस के साथ पूरा पूर्वी उत्तर प्रदेश, कृषि और कृषि निर्यात का एक बड़ा सेंटर बन रहा है। आज वाराणसी में फल-सब्जियों की प्रोसेसिंग से लेकर भंडारण और ट्रांसपोर्टेशन से जुड़ी कई आधुनिक सुविधाएं तैयार हुई हैं। आज बनारस का लंगड़ा आम, गाज़ीपुर की भिंडी और हरी मिर्च, जौनपुर की मूली और खरबूजे, विदेश के बाजारों तक पहुंचने लगे हैं। इन छोटे शहरों में उगाई गईं फल-सब्जियां लंदन और दुबई के बाज़ारों तक पहुंच रही हैं। और हम सब जानते हैं, जितना ज्यादा एक्सपोर्ट होता है, उतना ही अधिक पैसा किसान तक पहुंचता है। अब करखियांव फूडपार्क में जो इंटिग्रेटेड पैकहाउस बना है, उससे किसानों-बागबानों को बहुत मदद मिलने जा रही है। आज यहां पुलिस फोर्स से जुड़े प्रोजेक्ट्स का भी लोकार्पण हुआ है। मुझे विश्वास है कि इससे पुलिसबल का आत्मविश्वास बढ़ेगा, कानून-व्यवस्था और बेहतर होगी।

साथियों,

विकास का जो रास्ता हमने चुना है, उसमें सुविधा भी है और संवेदना भी है। इस क्षेत्र में एक चुनौती पीने के पानी की रही है। आज यहां पीने के पानी से जुड़ी अनेक परियोजनाओं का लोकार्पण हुआ है और नई परियोजनाओं पर काम भी शुरु हुआ है। गरीब की परेशानी कम करने के लिए ही हमारी सरकार हर घर नल से जल अभियान चला रही है। बीते तीन साल में देश-भर के 8 करोड़ घरों में नल से जल पहुंचना शुरू हुआ है। यहां काशी और आस-पास के गांवों में भी हजारों लोगों को इसका लाभ मिला है। उज्ज्वला योजना का भी बहुत लाभ बनारस के लोगों को हुआ है। सेवापुरी में नया बॉटलिंग प्लांट इस योजना के लाभार्थियों की भी मदद करेगा। इससे पूर्वी उत्तर प्रदेश और पश्चिमी बिहार में गैस सिलेंडर की आपूर्ति सुगम होगी।

साथियों,

आज केंद्र में जो सरकार है, यहां यूपी में जो सरकार है, वो गरीब की चिंता करने वाली सरकार है, गरीब की सेवा करने वाली सरकार है। और आप लोग भले प्रधानमंत्री बोलें, सरकार बोलें, लेकिन मोदी तो खुद को आपका सेवक ही मानता है। इसी सेवाभाव से मैं काशी की, देश की, यूपी की सेवा कर रहा हूं। थोड़ी देर पहले मेरी सरकार की अनेक योजनाओं के लाभार्थियों से बातचीत हुई है। किसी को आंखों की रोशनी मिली, तो किसी को सरकारी मदद से अपनी रोज़ी-रोटी कमाने में मदद मिली। स्वस्थ दृष्टि, समृद्ध काशी अभियान और अभी मैं एक सज्‍जन से मिला तो वो कह रहे थे- साहब स्‍वस्‍थ दृष्टि, दूरदृष्टि करीब एक हजार लोगों का मोतियाबिंद का मुफ्त इलाज हुआ है। मुझे संतोष है कि आज बनारस के हजारों लोगों को सरकार की योजनाओं का लाभ मिल रहा है। आप याद कीजिए, 2014 से पहले के वो दिन जब बैंकों में खाता खोलने में भी पसीने छूट जाते थे। बैंकों से ऋण लेना, इसके बारे में तो सामान्य परिवार सोच भी नहीं सकता था। आज गरीब से गरीब के परिवार के पास भी जनधन बैंक खाता है। उसके हक का पैसा, सरकारी मदद, आज सीधे उसके बैंक खाते में आता है। आज छोटा किसान हो, छोटा व्यवसायी हो, हमारी बहनों के स्वयं सहायता समूह हों, सबको मुद्रा जैसी योजनाओं के तहत आसानी से ऋण मिलते हैं। हमने पशुपालकों और मछली पालकों को भी किसान क्रेडिट कार्ड से जोड़ा है। रेहड़ी, पटरी, फुटपाथ पर काम करने वाले हमारे साथियों को भी पहली बार पीएम स्वनिधि योजना से बैंकों से ऋण मिलना शुरु हुआ है। इस वर्ष के बजट में विश्वकर्मा साथियों की मदद के लिए भी पीएम विश्वकर्मा योजना लेकर आए हैं। प्रयास यही है कि अमृतकाल में विकसित भारत के निर्माण में हर भारतीय का योगदान हो, कोई भी पीछे ना छूटे।

भाइयों और बहनों,

अब से कुछ देर पहले मेरी खेलो बनारस प्रतियोगिता के विजेताओं से भी बात हुई है। इसमें एक लाख से अधिक युवाओं ने अलग-अलग खेलों में हिस्सा लिया। सिर्फ ये अपने बनारस संसदीय क्षेत्र में मैं सभी को बहुत-बहुत बधाई देता हूं। बनारस के युवाओं को ज्यादा से ज्यादा खेलने का मौका मिले, इसके लिए यहां पर नई सुविधाएं भी विकसित की जा रही हैं। पिछले वर्ष सिगरा स्टेडियम के पुनर्विकास का फेज़-1 शुरु हुआ। आज फेज़-2 और फेज़-3 का भी शिलान्यास किया गया है। इससे यहां अब अलग-अलग खेलों की, हॉस्टल की आधुनिक सुविधाएं विकसित होंगी। अब तो वाराणसी में इंटरनेशनल क्रिकेट स्टेडियम भी बनने जा रहा है। जब ये स्टेडियम बनकर तैयार होगा, तो एक और आकर्षण काशी में भी जुड़ जाएगा।

भाइयों और बहनों,

आज यूपी, विकास के हर क्षेत्र में नए आयाम स्थापित कर रहा है। कल यानि 25 मार्च को योगी जी की दूसरी पारी का एक वर्ष पूरा हो रहा है। दो-तीन दिन पहले योगी जी ने लगातार सबसे ज्यादा समय तक यूपी के मुख्यमंत्री होने का रिकॉर्ड भी बनाया है। निराशा की पुरानी छवि से बाहर निकलकर, यूपी, आशा और आकांक्षा की नई दिशा में बढ़ चला है। सुरक्षा और सुविधा जहां बढ़ती है, वहां समृद्धि आना तय है। यही आज उत्तर प्रदेश में होता हुआ दिख रहा है। आज जो ये नए प्रोजेक्ट्स यहां जमीन पर उतरे हैं, ये भी समृद्धि के रास्ते को सशक्त करते हैं। एक बार फिर आप सभी को विकास के अनेक कामों के लिए बहुत-बहुत बधाई। बहुत-बहुत शुभकामनाएं। हर-हर महादेव !

धन्‍यवाद।