Dedicates National Atomic Timescale and Bhartiya Nirdeshak Dravya to the Nation
Lays Foundation Stone of National Environmental Standards Laboratory
Urges CSIR to interact with students to inspire them become future scientists
Bhartiya Nirdeshak Dravya’s 'Certified Reference Material System' would help in improving the Quality of Indian products
Exhorts Scientific Community to Promote ‘value creation cycle’ of Science, Technology and Industry
Strong Research will Lead to Stronger Brand India: PM

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭାରତୀୟ ମାପ ଓ ଓଜନ ସମାବେଶ 2021ରେ ଉଦ୍ଘାଟନ ଅଭିଭାଷଣ ଦେଇଛନ୍ତି । ଏହି ଅବସରରେ ସେ ଜାତୀୟ ଆଣବିକ ମାପକ ବା ଆଟୋମିକ୍‍ ଟାଇମ ସ୍କେଲ ଏବଂ ଭାରତୀୟ ନିର୍ଦ୍ଦେଶକ ଦ୍ରବ୍ୟ ପ୍ରଣାଳୀକୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିବା ସହ ଭିଡିଓ କନ୍‍ଫରେନ୍‍ସିଂ ବ୍ୟବସ୍ଥାରେ ଜାତୀୟ ପରିବେଶ ମାନ ପ୍ରୟୋଗଶାଳାର ଶିଳାନ୍ୟାସ କରିଛନ୍ତି । ଏହି ସମାବେଶ ଭାରତୀୟ ବୈଜ୍ଞାନିକ ଓ ଉଦ୍ୟୋଗିକ ଗବେଷଣା ପରିଷଦ ସିଏସ୍‍ଆଇଆର ଏବଂ ଜାତୀୟ ଭୌତିକ ପରୀକ୍ଷାଗାର ଏନ୍‍ପିଏଲ୍‍ର ମିଳିତ ଆନୁକୂଲ୍ୟରେ ନୂଆଦିଲ୍ଲୀଠାରେ ସଂପୃକ୍ତ ଦୁଇ ସଂସ୍ଥାର 75ତମ ପ୍ରତିଷ୍ଠା ଦିବସ ଅବସରରେ ଆୟୋଜିତ ହୋଇଛି । ଚଳିତବର୍ଷର ଏହି ଆୟୋଜନର ବାର୍ତ୍ତା ହେଲା ଦେଶର ସମାବେଶୀ ବିକାଶରେ ମାପ ଓ ଓଜନର ଭୂମିକା । ଏଥିରେ କେନ୍ଦ୍ରମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ଏବଂ ପ୍ରମୁଖ ବୈଜ୍ଞାନିକ ପରାମର୍ଶଦାତା ଡ. ବିଜୟ ରାଘବନ ଉପସ୍ଥିତ ଥିଲେ ।

ଏହି ଅବସରରେ ଉଦ୍‍ବୋଧନ ଦେଇ ପ୍ରଧାନମନ୍ତ୍ରୀ ନୂଆବର୍ଷରେ ଭାରତୀୟ ବୈଜ୍ଞାନିକମାନେ ସଫଳତାର ସହ ଦୁଇଟି କୋଭିଡ୍‍ ଟିକା ବିକଶିତ କରିଥିବାରୁ ସେମାନଙ୍କ କାର୍ଯ୍ୟର ଉଚ୍ଚପ୍ରଶଂସା କରିଥିଲେ । ସେ କହିଥିଲେ ଯେ ଭାରତର କୋଭିଡ୍‍ ଟିକାଦାନ କାର୍ଯ୍ୟକ୍ରମ ବିଶ୍ୱରେ ସର୍ବବୃହତ୍‍ ଏବଂ ଏହା ଆରମ୍ଭ ହେବାକୁ ଯାଉଛି । ସିଏସ୍‍ଆଇର ସହିତ ଦେଶର ବୈଜ୍ଞାନିକ ପ୍ରତିଷ୍ଠାନଗୁଡିକ ଏକାଠି ହୋଇ ଭାରତ ସମ୍ମୁଖୀନ ହେଉଥିବା ପ୍ରତ୍ୟେକ ସମସ୍ୟାର ସମାଧାନ ପାଇଁ ଉଦ୍ୟମ କରୁଥିବାରୁ ପ୍ରଧାନମନ୍ତ୍ରୀ ତାହାର ମଧ୍ୟ ପ୍ରଶଂସା କରିଥିଲେ ।

ପ୍ରତିଷ୍ଠାନର ଉଦ୍ୟମ ସଂପର୍କରେ ଛାତଛାତ୍ରୀମାନଙ୍କ ସହ ମତବିନିମୟ କରି ସେମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ଏହି ଅବସରରେ ପ୍ରଧାନମନ୍ତ୍ରୀ ସିଏସ୍‍ଆଇଆରକୁ ପରାମର୍ଶ ଦେଇଥିଲେ । ସେ କହିଥିଲେ ଏହାଦ୍ୱାରା ଛାତ୍ରଛାତ୍ରୀମାନେ ଉଦ୍‍ବୁଦ୍ଧ ହୋଇ ଭବିଷ୍ୟତରେ ବୈଜ୍ଞାନିକ ହେବାକୁ ଆଗ୍ରହ ପ୍ରକାଶ କରିବେ । ଦେଶରେ ବିକାଶର ବିବର୍ତ୍ତନ ଓ ମୂଲ୍ୟାୟନରେ ସିଏସ୍‍ଆଇଆର- ଏନପିଏଲ୍‍ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବାରୁ ସେ ଦୁଇ ସଂସ୍ଥାର ଉଚ୍ଚ ପ୍ରଶଂସା କରିଥିଲେ । ଆଜିର ଏହି ବିଚାର ଗୋଷ୍ଠୀ ଅତୀତର ଉପଲବ୍‍ଧିର ଆଲୋଚନା କରିବା ସହିତ ଦେଶର ଭବିଷ୍ୟତ ଆହ୍ୱାନର ମୁକାବିଲା ପାଇଁ ପଥ ନିର୍ଦ୍ଧାରଣ କରିବାରେ ସହାୟକ ହେବ ବୋଲି ସେ କହିଛନ୍ତି । ଏହି ପ୍ରତିଷ୍ଠାନ ଏକ ଆତ୍ମନିର୍ଭର ଭାରତ ଗଠନ ଦିଗରେ ନୂଆ ମାନ ଓ ନୂଆ ମାପଦଣ୍ଡ ସ୍ଥାପନ କରିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତର ସମୟ ରକ୍ଷକଭାବେ ସିଏସ୍‍ଆଇଆର-ଏନ୍‍ପିଏଲ୍‍ର ମଧ୍ୟ ଦେଶର ଭବିଷ୍ୟତକୁ ବଦଳାଇବାର ଦାୟିତ୍ୱ ରହିଛି । ଦଶନ୍ଧି ଦଶନ୍ଧି ଧରି ଭାରତ ନିଜର ମାନ ଏବଂ ମାପ ପାଇଁ ବିଦେଶୀ ମାନ ତଥା ମାପକ ଉପରେ ନିର୍ଭର କରୁଥିଲା । ଏବେ କିନ୍ତୁ ଭାରତର ଗତି, ପ୍ରଗତି, ଉତ୍‍ଥାନ, ଭାବମୂର୍ତ୍ତି ଏବଂ ଶକ୍ତି ଆମ ନିଜ ମାପକରେ ମପାଯିବ । ସେ କହିଛନ୍ତି ଯେ ମାପ ଓ ଓଜନ ଯାହା ମାପର ବିଜ୍ଞାନ ତାହା ମଧ୍ୟ ଅନେକ ବୈଜ୍ଞାନିକ ଉପଲବ୍‍ଧି ପାଇଁ ଭିତ୍ତିଭୂମି ସୃଷ୍ଟି କରିବ । ମାପ ଓ ମାନ ବିନା କୌଣସି ଗବେଷଣା ଆଗକୁ ବଢିପାରେନା । ଏପରିକି ଆମର ଉପଲବ୍‍ଧିକୁ ମଧ୍ୟ ନିର୍ଦ୍ଦିଷ୍ଟ ଏକ ମାନଦଣ୍ଡରେ ମାପିବାକୁ ପଡିବ । ସେ  କହିଛନ୍ତି ଯେ ବିଶ୍ୱରେ ଭାରତର ବିଶ୍ୱସନୀୟତା ଏହାର ମାପ ବ୍ୟବସ୍ଥା ଉପରେ ନିର୍ଭର କରିବ । ଏହି ମାପ ଓ ଓଜନ ଏକ ଦର୍ପଣ ସଦୃଶ ; ଯାହା ଆମକୁ ବିଶ୍ୱରେ ଆମ ସ୍ଥିତିକୁ ଦେଖାଇ ଦେଉଛି । ସେଥିରୁ ଆମେ ଆମକୁ ମାପି ଆଗକୁ ବଢିବାର ସୁଯୋଗ ପାଇବା । ଏକ ଆତ୍ମନିର୍ଭର ଭାରତ ଲକ୍ଷ୍ୟ ହାସଲ ପାଇଁ ଆମକୁ ଉଭୟ ମାନ ଏବଂ ପରିମାଣ ଉପରେ ଗୁରୁତ୍ୱ ଦେବାକୁ ପଡିବ । ତେବେ ଯାଇ ଆତ୍ମନିର୍ଭର ଭାରତ ସଫଳ ହେବ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଯେଉଁମାନେ ଭାରତୀୟ ସାମଗ୍ରୀ କିଣୁଛନ୍ତି ସେ ସମସ୍ତ ଗ୍ରାହକଙ୍କ ହୃଦୟକୁ ଆମକୁ ଜିତିବାକୁ ପଡିବ । ସେଥିପାଇଁ କେବଳ ବିଶ୍ୱ ବଜାରରେ ଭାରତୀୟ ସାମଗ୍ରୀକୁ ଭର୍ତ୍ତି କରିଦେଲେ ଚଳିବ ନାହିଁ । ଏଥିପାଇଁ ଆମକୁ ଏହାର ମାନ ଓ ଗୁଣ ଉପରେ ଗୁରୁତ୍ୱ ଦେବାକୁ ହେବ । ଏ ଦିଗରେ କାମକରି ଭାରତୀୟ ସାମଗ୍ରୀକୁ ବିଶ୍ୱ ଚାହିଦା ଓ ଏହାର ଗ୍ରହଣୀୟତା ଉପଯୋଗୀ କରିବାକୁ ସେ ଆହ୍ୱାନ ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତୀୟ ନିର୍ଦ୍ଦେଶକ ଦ୍ରବ୍ୟ; ଯାହା ଆଜି ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ ହୋଇଛି ତାହା ଉତ୍ତମମାନର ଦ୍ରବ୍ୟ ତିଆରି କରିବାକୁ ଶିଳ୍ପ ଉଦ୍ୟୋଗକୁ ସାହାଯ୍ୟ କରିବ । ଭାରୀଧାତୁ, କୀଟନାଶକ, ଔଷଧପତ୍ର ଏବଂ ବୟନ ସାମଗ୍ରୀ ଆଦି କ୍ଷେତ୍ରରେ ଯେଉଁ ସାର୍ଟିଫାଏଡ ରେଫରେନ୍ସ ମେଟେରିଆଲ ସିଷ୍ଟମ ଚିଠା ପ୍ରସ୍ତୁତ ହୋଇଛି ତାହା ସାମଗ୍ରୀର ମାନବୃଦ୍ଧିରେ ସହାୟକ ହେବ । ସେ କହିଛନ୍ତି ଯେ ଏବେ ଶିଳ୍ପୋଦ୍ୟୋଗଗୁଡିକ ଖାଉଟି କୈନ୍ଦ୍ରିକ ଦୃଷ୍ଟିକୋଣ ଆପଣାଇ ସେ ଦିଗରେ ଅଗ୍ରସର ହେଉଛନ୍ତି । ପୂର୍ବଭଳି ଆଉ ନିୟମକାନୁନ କୈନ୍ଦ୍ରିକ ଆଭିମୁଖ୍ୟ ନାହିଁ । ଏହି ନୂଆ ମାନକ ସହିତ ଭାରତର ସ୍ଥାନୀୟ ସାମଗ୍ରୀକୁ ଏକ ଆନ୍ତର୍ଜାତିକ ପରିଚୟ ଦେବାକୁ ଦେଶର ପ୍ରାୟ ସବୁ ଜିଲାରେ ଅଭିଯାନ ଆରମ୍ଭ ହୋଇଛି । ଏହାଦ୍ୱାରା ଆମର ଏମ୍‍ଏସ୍‍ଏମ୍‍ଇ ଉଦ୍ୟୋଗ ବିଶେଷ ଉପକୃତ ହେବ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆନ୍ତର୍ଜାତିକ ମାନର ସମକକ୍ଷ ହେଲେ ବୃହତ୍‍ ବିଦେଶୀ ମ୍ୟାନୁଫାକଚରିଂ କଂପାନୀମାନ ଭାରତକୁ ଆସି ସ୍ଥାନୀୟ ଯୋଗାଣ ପ୍ରକ୍ରିୟାକୁ ଠାବ କରି ତଦ୍ଦ୍ୱାରା ଲାଭବାନ ହେବେ । ନୂଆ ମାନ ଦ୍ୱାରା ଉଭୟ ରପ୍ତାନୀ ଏବଂ ଆମଦାନୀ ସୁନିଶ୍ଚିତ ହୋଇପାରିବ । ଏହା ମଧ୍ୟ ଭାରତର ସାଧାରଣ ଖାଉଟିଙ୍କୁ ଉତ୍ତମ ମାନର ସାମଗ୍ରୀ ଯୋଗାଇବ ଏବଂ ରପ୍ତାନୀକାରୀମାନେ ସମ୍ମୁଖୀନ ହେଉଥିବା ସମସ୍ୟା ହ୍ରାସ ପାଇବ ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଛନ୍ତି ଯେ ଐତିହାସିକ ଦୃଷ୍ଟିରୁ ଦେଖାଯାଇଛି ଯେ ଯେଉଁ ଦେଶ ବିଜ୍ଞାନ ଓ ଗବେଷଣାକୁ ପ୍ରୋତ୍ସାହିତ କରିଛି ସେ ଦେଶ ଅଧିକ ଉନ୍ନତି ହାସଲ କରିଛି । ଏହାକୁ ସେ ବିଜ୍ଞାନ, ପ୍ରଯୁକ୍ତି ଓ ଉଦ୍ୟୋଗ ଜଗତର ଭ୍ୟାଲୁ କ୍ରିଏସନ ସାଇକଲ ବା ମୂଲ୍ୟ ସୃଜନ ଚକ୍ରଭାବେ ବର୍ଣ୍ଣନା କରିଛନ୍ତି । ଏହାକୁ ବୁଝାଇବାକୁ ଯାଇ ସେ କହିଛନ୍ତି ଯେ ଏକ ବେଜ୍ଞାନିକ ଉଦ୍ଭାବନ ଦ୍ୱାରା ଯେଉଁ ଟେକ୍‍ନୋଲଜି ସୃଷ୍ଟି ହୁଏ ତାହା ଶିଳ୍ପ ଉଦ୍ୟେଗର ବିକାଶରେ ସହାୟକ ହୋଇଥାଏ ଏବଂ ଉଦ୍ୟୋଗଜଗତ ମଧ୍ୟ ପ୍ରତିଦାନରେ ବିଜ୍ଞାନ କ୍ଷେତ୍ରରେ ପୁଞ୍ଜି ନିବେଶ କରି ନୂଆ ଗବେଷଣାକୁ ପ୍ରୋତ୍ସାହିତ କରେ । ଏହି ଚକ୍ର ଆମକୁ ନୂଆ ସମ୍ଭାବନା ଦିଗରେ ଆଗେଇ ନିଏ । ସିଏସ୍‍ଆଇଆର-ଏନ୍‍ପିଏଲ୍‍ ଏହି ଭ୍ୟାଲୁ ସର୍କଲକୁ ଆଗେଇ ନେବାରେ ଏକ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଛି ବୋଲି ସେ କହିଛନ୍ତି ।

ଏହି ଭ୍ୟାଲୁ କ୍ରିଏସନ ସାଇକଲ ଆଜିର ଦୁନିଆରେ, ବିଶେଷକରି ଭାରତ ଯେତେବେଳେ ଆତ୍ମନିର୍ଭର ପଥରେ ଅଗ୍ରସର ହେଉଛି, ସେତେବେଳେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏଥିରେ ସିଏସ୍‍ଆଇଆରକୁ ଏକ ବଡ଼ ଭୂମିକା ନିର୍ବାହ କରିବାକୁ ପଡିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ସିଏସ୍‍ଆଇଆର-ଏନ୍‍ପିଏଲ୍‍ ଦ୍ୱାରା ପ୍ରସ୍ତୁତ ଜାତୀୟ ଆଟୋମିକ୍‍ ଟାଇମ ସ୍କେଲ ଘେନି ପ୍ରଧାନମନ୍ତ୍ରୀ ସନ୍ତୋଷ ପ୍ରକାଶ କରିବା ସହିତ ଏହାକୁ ଆଜି ମାନବ କଲ୍ୟାଣ ପାଇଁ ଉତ୍ସର୍ଗ କରିଛନ୍ତି । ସେ କହିଛନ୍ତି ଯେ ଭାରତ ନାନୋ ସେକେଣ୍ଡ ଅନୁପାତ ମଧ୍ୟରେ ସମୟକୁ ମାପିବାରେ ଏବେ ଆତ୍ମନିର୍ଭରଶୀଳ ହୋଇଛି । ସେ କହିଛନ୍ତି ଯେ ଏ କ୍ଷେତ୍ରରେ ନିର୍ଭୁଲତାର ସ୍ତର 2.8 ନାନୋ ସେକେଣ୍ଡ ହାସଲ କରିବା ଏକ ବିରାଟ ଉପଲବ୍‍ଧି ଏବଂ ଏହା ଆମ ଦକ୍ଷତା ପ୍ରମାଣିତ କରିଛି । ଏବେ ଭାରତୀୟ ମାନକ ସମୟ ଆନ୍ତର୍ଜାତିକ ମାନକ ସମୟର ସମକକ୍ଷ ହୋଇଛି ଏବଂ ଏଥିରେ ନିର୍ଭୁଲତାର ସ୍ତର 3 ନାନୋ ସେକେଣ୍ଡରୁ କମ୍‍ ରହିଛି । ଅତ୍ୟାଧୁନିକ ଟେକ୍‍ନୋଲଜି ସହିତ କାମ କରୁଥିବା ଇସ୍ରୋ ଭଳି ପ୍ରତିଷ୍ଠାନ ପାଇଁ ଏହା ବିଶେଷ ସହାୟକ ହେବ । ଅତ୍ୟାଧୁନିକ ଟେକ୍‍ନୋଲଜି ବ୍ୟବହାର କରୁଥିବା ବ୍ୟାଙ୍କିଙ୍ଗ, ରେଳବାଇ, ପ୍ରତିରକ୍ଷା, ସ୍ୱାସ୍ଥ୍ୟ, ଟେଲିକମ, ପାଣିପାଗ ପୂର୍ବାନୁମାନ, ବିପର୍ଯ୍ୟୟ ପରିଚାଳନା ଏବଂ ଅନେକ କ୍ଷେତ୍ର ଏହାଦ୍ୱାରା ବିଶେଷ ଉପକୃତ ହୋଇପାରିବେ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି ଟାଇମ ସ୍କେଲ ଇଣ୍ଡଷ୍ଟ୍ରି 4.0କୁ  ସୁଦୃଢ କରିବାରେ ଭାରତ ପାଇଁ ସହାୟକ ହେବ । ଭାରତ ପରିବେଶ କ୍ଷେତ୍ରରେ ଏକ ଅଗ୍ରଣୀ ଭୂମିକା ଗ୍ରହଣ କରୁଛି; ତଥାପି ଆମ ପାଖରେ ବାୟୁର ମାନ ଏବଂ ପ୍ରଦୂଷଣର ସ୍ଥିତି ମାପିବା ପାଇଁ ଯନ୍ତ୍ରପାତି ନ ଥିବାରୁ ଆମେ ଅନ୍ୟ ଉପରେ ନିର୍ଭର କରୁଛୁ । ଏହି ନୂଆ ଉପଲବ୍‍ଧି ଆମକୁ ଏ କ୍ଷେତ୍ରରେ ଆତ୍ମନିର୍ଭର କରିପାରିଛି । ଏହା ମଧ୍ୟ ଆମକୁ ପ୍ରଦୂଷଣ ନିୟନ୍ତ୍ରଣ କ୍ଷେତ୍ରରେ ସଫଳ ଏବଂ ଶସ୍ତା ଯନ୍ତ୍ରପାତି ଓ ଉପକରଣ ଉତ୍ପାଦନ କରିବାରେ ସହାୟକ ହେବ । ଏହାଦ୍ୱାରା ମଧ୍ୟ ପ୍ରଦୂଷଣ ମାପକାରୀ ଯନ୍ତ୍ରପାତି ଓ ଟେକ୍‍ନୋଲଜି କ୍ଷେତ୍ରରେ ବିଶ୍ୱ ବଜାରରେ ଭାରତକୁ ଜାଗା ମିଳିବ । ଆମର ବୈଜ୍ଞାନିକମାନଙ୍କ ନିରନ୍ତର ପ୍ରଚେଷ୍ଟା ଦ୍ୱାରା ଆମେ ଏହି ସଫଳତା ପାଇଛୁ ବୋଲି ଶ୍ରୀ ମୋଦୀ କହିଛନ୍ତି ।

ଜ୍ଞାନର ବିଭିନ୍ନ କ୍ଷେତ୍ରରେ ଗବେଷଣାର ଗୁରୁତ୍ୱପୂର୍ଣ୍ଣ ଭୂମିକା ସଂପର୍କରେ ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣରେ ଦୀର୍ଘ ଆଲୋକପାତ କରିଛନ୍ତି । ସେ କହିଛନ୍ତି, ଯେକୌଣସି ପ୍ରଗତିଶୀଳ ସମାଜରେ ଗବେଷଣା କେବଳ ଏକ ସ୍ୱାଭାବିକ ଅଭ୍ୟାସ ନୁହେଁ; ଏହା ଏକ ପ୍ରାକୃତିକ ପ୍ରକ୍ରିୟା ମଧ୍ୟ । ସେ କହିଛନ୍ତି ଯେ ଗବେଷଣାର ପ୍ରଭାବ ବ୍ୟାବସାୟିକ କିମ୍ବା ସାମାଜିକ ହୋଇପାରେ । ଗବେଷଣା ମଧ୍ୟ ଆମ ଜ୍ଞାନ ଓ ବୋଧଗମ୍ୟତାର ପରିସରକୁ ସଂପ୍ରସାରିତ କରିଥାଏ । ଭବିଷ୍ୟତର ଗତିବିଧିକୁ ଅନୁମାନ କରିବା ସର୍ବଦା ସମ୍ଭବ ନୁହେଁ । ସେହିଭଳି ଗବେଷଣାର ଫଳାଫଳ ଏହାର ସ୍ଥିରୀକୃତ ଅନ୍ତିମ ଲକ୍ଷ୍ୟଠାରୁ ମଧ୍ୟ ଭିନ୍ନ ହୋଇପାରେ । ତେବେ ଗବେଷଣାର ଏକମାତ୍ର ନିଶ୍ଚିତ ଦିଗ ହେଲା ଏହା ଜ୍ଞାନର ଏକ ନୂଆ ଅଧ୍ୟାୟ ଖୋଲିବାରେ ସହାୟକ ହୁଏ; ଯାହା କେବେ ବ୍ୟର୍ଥ ଯାଏନା । ଏହି ଅବସରରେ ପ୍ରଧାନମନ୍ତ୍ରୀ  ଜେନେଟିକ୍ସର ସ୍ରଷ୍ଟା ମେଣ୍ଡେଲ ଏବଂ ନିକୋଲାସ ଟେସ୍‍ଲାଙ୍କ ଉଦାହରଣ ଦେଇଥିଲେ; ଯେଉଁମାନଙ୍କର ଗବେଷଣା ଲବ୍ଧ ତଥ୍ୟ ବହୁ ପରେ ସ୍ୱୀକୃତି ପାଇଥିଲା । ସେ କହିଛନ୍ତି ଯେ ଅନେକ ସମୟରେ ଗବେଷଣା ତୁରନ୍ତ ତାହାର ଲକ୍ଷ୍ୟ ପୂରଣରେ ସଫଳ ହୋଇ ନ ଥାଏ; କିନ୍ତୁ ପରବର୍ତ୍ତୀ ସମୟରେ ଏହା ଅନ୍ୟାନ୍ୟ କ୍ଷେତ୍ରରେ ଯୁଗାନ୍ତକାରୀ ସ୍ଥାପିତ ହୋଇଥାଏ । ସେ ଆଚାର୍ଯ୍ୟ ଜଗଦୀଶଚନ୍ଦ୍ର ବୋଷଙ୍କ ଉଦାହରଣ ଦେଇ କହିଛନ୍ତି ଯେ ତାଙ୍କ ସୂକ୍ଷ୍ମ ତରଙ୍ଗ ବା ମାଇକ୍ରୋୱେଭ ତତ୍ତ୍ୱ ସେତେବେଳେ ବ୍ୟାବସାୟିକ ଦୃଷ୍ଟିରୁ ଆଗେଇପାରି ନ ଥିଲା ; କିନ୍ତୁ ଆଜି ସମଗ୍ର ରେଡିଓ ଯୋଗାଯୋଗ ବ୍ୟବସ୍ଥା ତାହା ଉପରେ ଗଢି ଉଠିଛି । ସେ ମଧ୍ୟ ବିଶ୍ୱଯୁଦ୍ଧ ସମୟର ବିଭିନ୍ନ ଗବେଷଣାର ଉଦାହରଣ ଦେଇ କହିଥିଲେ ଯେ ସେତେବେଳେ ସେ ସବୁର ଉପଲବ୍‍ଧି ବିଶେଷ ଉଲ୍ଲେଖନୀୟ ହୋଇ ନ ଥିଲେ ହେଁ ପରବର୍ତ୍ତୀ କାଳରେ ବିଭିନ୍ନ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିଥିଲା । ଉଦାହରଣ ଦେଇ ସେ କହିଥିଲେ ଯେ ଯୁଦ୍ଧ ପାଇଁ ଡ୍ରୋନ ତିଆରି ହୋଇଥିଲା । ଏବେ ଏହା ଫଟୋ ଉଠାଇବାଠାରୁ ଆରମ୍ଭ କରି ଲୋକଙ୍କ ଘରେ ସାମଗ୍ରୀ ପହଞ୍ଚାଇବାର ମାଧ୍ୟମ ହୋଇଛି । ସେଥିପାଇଁ ଆମ ବୈଜ୍ଞାନିକଗଣ, ବିଶେଷକରି ଯୁବ ବୈଜ୍ଞାନିକମାନେ ଗବେଷଣାର କ୍ରସ ଫର୍ଟିଲାଇଜେସନର ସମ୍ଭାବନାକୁ ଗୁରୁତ୍ୱ ଦେଇ ତାହାର ଅନ୍ୱେଷଣ କରିବା ଉଚିତ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଅନେକ ଛୋଟ ଛୋଟ ଗବେଷଣା ବିଶ୍ୱର ଚେହେରା ବଦଳାଇବାରେ ସହାୟକ ହୋଇପାରିବ । ଏହି ଅବସରରେ ସେ ବିଜୁଳି ଶକ୍ତିର ଉଦାହରଣ ଦେଇଛନ୍ତି । ପରିବହନଠାରୁ ଯୋଗାଯୋଗ, ଉଦ୍ୟୋଗ ଓ ଦୈନନ୍ଦିନ ଜୀବନର ବିଭିନ୍ନ କ୍ଷେତ୍ରରେ ଅତି ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବା ବିଜୁଳି ଶକ୍ତି ଏକଦା ଏକ ଛୋଟ ଗବେଷଣାରୁ ବାହାରିଥିଲା । ସେହିଭଳି ସେମିକଣ୍ଡକ୍ଟରର ଉଦ୍ଭାବନ ଆମ ଡିଜିଟାଲ ବିପ୍ଳବକୁ ଋଦ୍ଧିମନ୍ତ କରିଛି । ଆମ ଯୁବ ଗବେଷକଙ୍କ ଆଗରେ ଏଭଳି ଅନେକ କିଛି ସମ୍ଭାବନା ରହିଛି । ସେମାନେ ଏ କ୍ଷେତ୍ରରେ ଗବେଷଣା କରି ନୂଆ ନୂଆ କଥା ଉଦ୍ଭାବନ କଲେ ଆମ ଭବିଷ୍ୟତ ସଂପୂର୍ଣ୍ଣ ବଦଳିଯିବ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆମକୁ ଏକ ଭବିଷ୍ୟତର ଆବଶ୍ୟକତା ପୂରଣ କରିବା ପାଇଁ ପ୍ରସ୍ତୁତ ଏକ ପରିବେଶତନ୍ତ୍ର ତିଆରି କରିବାକୁ ପଡିବ । ଭାରତ ଇତିମଧ୍ୟରେ ବିଶ୍ୱ ଇନୋଭେସନ ତାଲିକାରେ ଶ୍ରେଷ୍ଠ 50 ଦେଶଙ୍କ ମଧ୍ୟରେ ରହିଛି । ବିଜ୍ଞାନ ଓ ଇଂଜିନିୟରିଂ ପବ୍ଳିକେସନ କ୍ଷେତ୍ରରେ ପିଅର ରିଭ୍ୟୁ ତାଲିକାରେ ଭାରତର ସ୍ଥାନ ତୃତୀୟରେ ଅଛି । ଏସବୁ ଉପଲବ୍‍ଧି ଆମର ମୌଳିକ ଗବେଷଣାର ଫଳ । ଏହି ଗବେଷଣା ଉଦ୍ୟୋଗ ଓ ଅନୁଷ୍ଠାନ ମଧ୍ୟରେ ଥିବା ସହଯୋଗକୁ ସୁଦୃଢ କରୁଛି । ବିଶ୍ୱର ସମସ୍ତ ବଡ଼ ବଡ଼ କଂପାନୀମାନେ ଭାରତରେ ସେମାନଙ୍କ ଗବେଷଣାଗାର ପ୍ରତିଷ୍ଠା କରୁଛନ୍ତି । ନିକଟ ଅତୀତରେ ଏସବୁର ସଂଖ୍ୟା ଉଲ୍ଲେଖନୀୟଭାବେ ବଢିଛି ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଛନ୍ତି ଯେ ଭାରତୀୟ ଯୁବ ସମାଜ ପାଇଁ ଗବେଷଣା ଓ ନବସୃଜନର ସମ୍ଭାବନା ଅନନ୍ତ । ତେଣୁ ନବସୃଜନର ଆନୁଷ୍ଠାନିକରଣ ସମାନଭାବେ ଗୁରୁତ୍ୱପୂର୍ଣ୍ଣ; ଯାହା ନବସୃଜନ ସହ ସମାନ । ଆମ ଭୌତିକ ସତ୍ତ୍ୱାଧିକାରକୁ କିପରି ସୁରକ୍ଷିତ କରାଯାଇପାରିବ ସେ କଥା ଆମ ଯୁବ ସମାଜକୁ ବୁଝିବାକୁ ପଡିବ । ଆମକୁ ମଧ୍ୟ ମନେ ରଖିବାକୁ ହେବ ଯେ ଆମର ଅନେକ ପେଟେଣ୍ଟ ରହିଛି ଏବଂ ତାହାର ଉପଯୋଗିତାକୁ ଆମକୁ ବୁଝିବାକୁ ହେବ । ଯେଉଁ କ୍ଷେତ୍ରରେ ଆମର ଗବେଷଣା ଦୃଢ ସେ କ୍ଷେତ୍ରରେ ଆମର ପରିଚୟ ସୁଦୃଢ ହେବ ଏବଂ ଆମେ ଏ କ୍ଷେତ୍ରରେ ଆଗେଇପାରିବା । ଏହାଦ୍ୱାରା ଏକ ଅଧିକ ଶକ୍ତିଶାଳୀ ବ୍ରାଣ୍ଡ ଇଣ୍ଡିଆ ପାଇଁ ବାଟ ଖୋଲିଯିବ ।

ପ୍ରଧାନମନ୍ତ୍ରୀ ବୈଜ୍ଞାନିକମାନଙ୍କୁ କର୍ମଯୋଗୀଭାବେ ବର୍ଣ୍ଣନା କରି କହିଛନ୍ତି ଯେ ପରୀକ୍ଷାଗାରରେ ସେମାନେ ସନ୍ନ୍ୟାସୀ ପରି ଏକାଗ୍ରଚିତ୍ତରେ ଯେଉଁ କାର୍ଯ୍ୟ କରୁଛନ୍ତି ତାହା ପ୍ରଶଂସା ଯୋଗ୍ୟ । ସେମାନେ 130 କୋଟି ଭାରତୀୟଙ୍କ ଆଶା ଆକାଂକ୍ଷାର ସଂଯୋଜକ ବୋଲି ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣରେ କହିଛନ୍ତି ।

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi Praises Farmers For Taking India's Rich Mango Heritage To Global Markets

Media Coverage

PM Modi Praises Farmers For Taking India's Rich Mango Heritage To Global Markets
NM on the go

Nm on the go

Always be the first to hear from the PM. Get the App Now!
...
Prime Minister hold talks with Myanmar President U Min Aung Hlaing
June 01, 2026

The Prime Minister, Shri Narendra Modi, today held productive talks with the President of Myanmar, U Min Aung Hlaing.

The Prime Minister noted that India is honoured that President U Min Aung Hlaing chose India for his first foreign visit as President. He also expressed happiness that the President began his programme in India from Bodh Gaya with the blessings of Lord Buddha.

During the talks, the two leaders reviewed the full range of India-Myanmar relations and discussed ways to further strengthen bilateral cooperation.

The discussions covered avenues to deepen cooperation in trade, rare earths, healthcare, connectivity, heritage restoration and capacity building. The two sides also agreed to work closely in areas such as maritime security, cyber security and other sectors of mutual interest.

The Prime Minister underlined that Myanmar is vital to India’s ‘Neighbourhood First’, ‘Act East’ and Indo-Pacific policies, reaffirming the importance India attaches to its relations with Myanmar.

The Prime Minister wrote on X;

“Had a productive meeting with President U Min Aung Hlaing of Myanmar. We in India are honoured that he has chosen India for his first foreign visit as President. Equally gladdening is the fact that he began the visit from Bodh Gaya, with the blessings of Lord Buddha. We reviewed the full range of India-Myanmar relations. Myanmar is vital to India’s policies of ‘Neighbourhood First’, ‘Act East’ and Indo-Pacific.”

“Our talks covered ways to deepen cooperation in trade, rare earths, healthcare, connectivity, heritage restoration and capacity building. We also agreed to work closely in areas such as maritime security, cyber security and more.”