ଆସାମ ପୁଲିସ୍ ଦ୍ୱାରା ପରିକଳ୍ପିତ ‘ଆସାମ କୋପ୍‌' ମୋବାଇଲ୍ ଆପ୍ଲିକେସନ୍‌ର ଆନୁଷ୍ଠାନିକ ଭାବରେ ଆରମ୍ଭ କରିଛନ୍ତି
"ଗୌହାଟୀ ଉଚ୍ଚ ନ୍ୟାୟାଳୟର ନିଜସ୍ୱ ଐତିହ୍ୟ ଏବଂ ପରିଚୟ ରହିଛି’
"ଗଣତନ୍ତ୍ରର ଏକ ସ୍ତମ୍ଭ ଭାବରେ ଏକବିଂଶ ଶତାବ୍ଦୀରେ ଭାରତୀୟଙ୍କ ସୀମାହୀନ ଆକାଂକ୍ଷା ଗୁଡିକୁ ପୂରଣ କରିବା କ୍ଷେତ୍ରରେ ନ୍ୟାୟପାଳିକାର ଏକ ବଳିଷ୍ଠ ଏବଂ ସମ୍ବେଦନଶୀଳ ଭୂମିକା ରହିଛି ।
"ଆମେ ହଜାର ହଜାର ପୁରାତନ ନିୟମକୁ ପ୍ରତ୍ୟାହାର କରି ନେଇଛୁ, ନିୟମକୁ ହ୍ରାସ କରିଛୁ’
" ସରକାର ହୁଅନ୍ତୁ କିମ୍ବା ନ୍ୟାୟପାଳିକା ହୁଅନ୍ତୁ, ପ୍ରତ୍ୟେକ ଅନୁଷ୍ଠାନର ଭୂମିକା ଏବଂ ଏହାର ସାମ୍ବିଧାନିକ ଦାୟିତ୍ୱ ସାଧାରଣ ନାଗରିକ ମାନଙ୍କର ସହଜତାପୂର୍ଣ୍ଣ ଜୀବନ ସହ ସଂଯୁକ୍ତ’
"ଦେଶରେ ନ୍ୟାୟ ବିତରଣ ବ୍ୟବସ୍ଥାକୁ ଆଧୁନିକୀକରଣ କରିବା ନିମନ୍ତେ ପ୍ରଯୁକ୍ତି ବିଦ୍ୟା ପାଇଁ ଅସୀମିତ ପରିସର ରହିଛି’
"ଏଆଇ ମାଧ୍ୟମରେ ସାଧାରଣ ନାଗରିକଙ୍କ ପାଇଁ ନ୍ୟାୟର ସହଜତାକୁ ସୁଦୃଢ଼଼ କରିବା ନିମନ୍ତେ ଆମେ ଉଦ୍ୟମ ବୃଦ୍ଧି କରିବା ଉଚିତ୍‌’

ଆଜି ଆସାମର ଗୌହାଟୀ ସ୍ଥିତ ଶ୍ରୀମନ୍ତ ଶଙ୍କରଦେବ କଳାକ୍ଷେତ୍ର ଠାରେ ଗୌହାଟୀ ଉଚ୍ଚ ନ୍ୟାୟାଳୟର ପ୍ଲାଟିନମ୍ ଜୟନ୍ତୀ ଉତ୍ସବକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସମ୍ବୋଧିତ କରିଛନ୍ତି । ଏହି କାର୍ଯ୍ୟକ୍ରମ ସମୟରେ ପ୍ରଧାନମନ୍ତ୍ରୀ ଆସାମ ପୁଲିସ ଦ୍ୱାରା ପରିକଳ୍ପିତ ହୋଇଥିବା ଏକ ମୋବାଇଲ୍ ଆପ୍ଲିକେସନ୍ ‘ଆସାମ କୋପ୍‌' ର ଆନୁଷ୍ଠାନିକ ରୂପରେ ଶୁଭାରମ୍ଭ କରିଥିଲେ । ଏହି ଆପ୍ କ୍ରାଇମ ଆଣ୍ଡ କ୍ରିମିନାଲ୍ ନେଟୱର୍କ ଟ୍ରାକିଂ ସିଷ୍ଟମ (ସିସିଟିଏନ୍‌ଏସ୍‌) ଏବଂ ବାହନ ଜାତୀୟ ରେଜିଷ୍ଟରର ଡାଟାବେସରୁ ଅଭିଯୁକ୍ତ ତଥା ଯାନର ସନ୍ଧାନକୁ ସହଜ କରିବ ।

 

ଏହି ସମାବେଶକୁ ସମ୍ବୋଧିତ କରି , ପ୍ରଧାନମନ୍ତ୍ରୀ ଗୌହାଟୀ ଉଚ୍ଚ ନ୍ୟାୟାଳୟର ପ୍ଲାଟିନମ୍ ଜୟନ୍ତୀ ଉତ୍ସବରେ ଅଂଶଗ୍ରହଣ କରିବାର ସୁଯୋଗ ପାଇ ନିଜର ଖୁସି ବ୍ୟକ୍ତ କରିଛନ୍ତି । ସେ ଏହା ଉଲ୍ଲେଖ କରିଛନ୍ତି ଯେଉଁ ସମୟରେ ଦେଶ ସ୍ୱାଧୀନତାର ୭୫ ତମ ବର୍ଷ ପାଳନ କରୁଛି, ସେତେବେଳେ ଗୌହାଟୀ ଉଚ୍ଚ ନ୍ୟାୟାଳୟ ଏହାର ୭୫ ବର୍ଷ ପୂରଣ ଉତ୍ସବ ପାଳନ କରୁଛି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏବେ ଅଭିଜ୍ଞତାକୁ ସଂରକ୍ଷଣ କରିବାର ସମୟ ଆସିଛି ଏବଂ ନୂତନ ଲକ୍ଷ୍ୟ ପୂରଣ ପାଇଁ ଉତ୍ତରଦାୟୀ ଏବଂ ଦାୟିତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିବା ପାଇଁ ପରବର୍ତ୍ତୀ ପଦକ୍ଷେପ ମଧ୍ୟ ନିଆଯିବ । "ଗୌହାଟୀ ଉଚ୍ଚ ନ୍ୟାୟାଳୟର ନିଜସ୍ୱ ଐତିହ୍ୟ ଏବଂ ପରିଚୟ ରହିଛି" ବୋଲି ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇ କହିଛନ୍ତି ଯେ,  ଗୌହାଟୀ  ଉଚ୍ଚ ନ୍ୟାୟାଳୟର ଅଧିକାରର ପରିସର ହେଉଛି ବୃହତ୍ତମ ଯାହା ମଧ୍ୟରେ ଏହାର ପଡୋଶୀ ରାଜ୍ୟ ଅରୁଣାଚଳ ପ୍ରଦେଶ ଏବଂ ନାଗାଲାଣ୍ଡ ମଧ୍ୟ ଅନ୍ତର୍ଭୁକ୍ତ ।

 

ପ୍ରଧାନମନ୍ତ୍ରୀ ଦର୍ଶାଇଛନ୍ତି ଯେ ୨୦୧୩ ପର୍ଯ୍ୟନ୍ତ", ଗୌହାଟୀ ଉଚ୍ଚ ନ୍ୟାୟାଳୟ ଅଧୀନରେ ସାତୋଟି ରାଜ୍ୟ ଥିଲା ଏବଂ ସେ ମଧ୍ୟ ଏହା ସହ ଜଡିତ ସମଗ୍ର ଉତ୍ତର ପୂର୍ବର ସମୃଦ୍ଧ ଇତିହାସ ଏବଂ ଗଣତାନ୍ତ୍ରିକ ଐତିହ୍ୟକୁ ଆଲୋକିତ କରିଛନ୍ତି । ପ୍ରଧାନମନ୍ତ୍ରୀ ସମଗ୍ର ଉତ୍ତରପୂର୍ବ ରାଜ୍ୟ ସହିତ ଆସାମ ରାଜ୍ୟକୁ ବିଶେଷ କରି ଆଇନଗତ ଭାଇଚାରାକୁ ଏହି ମହତ୍ୱପୂର୍ଣ୍ଣ ଦିନ ପାଇଁ ଅଭିନନ୍ଦନ ଜଣାଇଛନ୍ତି । ଆଜି ବାବାସାହେବଙ୍କ ଜୟନ୍ତୀର ମହତ୍ତ୍ୱ ଉପରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଡଃ ଆମ୍ବେଦକରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ସେ କହିଛନ୍ତି ଯେ, ସମାନତା ଏବଂ ସମନ୍ୱୟର ସାମ୍ବିଧାନିକ ମୂଲ୍ୟବୋଧ ହେଉଛି ଆଧୁନିକ ଭାରତର ମୂଳଦୁଆ ।

 

ଗତ ସ୍ୱାଧୀନତା ଦିବସରେ ଲାଲ୍‌କିଲ୍ଲାର ପ୍ରାଚୀରରୁ ଭାରତର ଆକାଂକ୍ଷୀ ସମାଜ ବିଷୟରେ ବିସ୍ତୃତ ବିବରଣୀକୁ ପ୍ରଧାନମନ୍ତ୍ରୀ ମନେ ପକାଇଥିଲେ । ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ଏକବିଂଶ ଶତାବ୍ଦୀରେ ଭାରତୀୟ ନାଗରିକଙ୍କ ଆକାଂକ୍ଷା ସୀମାହୀନ ଏବଂ ଗଣତନ୍ତ୍ରର ସ୍ତମ୍ଭ ଭାବରେ ନ୍ୟାୟପାଳିକାର ଏହି ଆକାଂକ୍ଷା ପୂରଣ କରିବାରେ ଏକ ଦୃଢ଼ ତଥା ସମ୍ବେଦନଶୀଳ ଭୂମିକା ରହିଛି । ଏକ ଶକ୍ତିଶାଳୀ, ଜୀବନ୍ତ" ଏବଂ ଆଧୁନିକ ଆଇନ ବ୍ୟବସ୍ଥା ଗଠନ କରିବାକୁ ସମ୍ବିଧାନ ମଧ୍ୟ ଆମ ଠାରୁ ଆଶା କରେ । ବ୍ୟବସ୍ଥାପିକା, ନ୍ୟାୟପାଳିକା ଏବଂ କାର୍ଯ୍ୟପାଳିକା ମାନଙ୍କର ମିଳିତ ଦାୟିତ୍ୱ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ପୁରୁଣା ଆଇନ ରଦ୍ଦ କରିବାର ଉଦାହରଣ ଦେଇଛନ୍ତି । ସେ କହିଛନ୍ତି "ଆମେ ହଜାର ହଜାର ପୁରୁଣା ନିୟମକୁ ପ୍ରତ୍ୟାହାର କରି ନେଇଛୁ । ସେ ସୂଚନା ଦେଇଛନ୍ତି ଯେ ପ୍ରାୟ ୨୦୦୦ ଏପରି ଆଇନ ଏବଂ ୪୦ ହଜାରରୁ ଅଧିକ ନିୟମକୁ ଉଚ୍ଛେଦ କରାଯାଇଛି । ଏହା ବ୍ୟବସାୟର ଅନେକ ବ୍ୟବସ୍ଥାର ଅଣ - ଅପରାଧୀକରଣ ସହିତ କୋର୍ଟରେ ମାମଲା ସଂଖ୍ୟା କମ୍ କରି ଦେଇଛି ।

 

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ " ସରକାର ହୁଅନ୍ତୁ କିମ୍ବା ନ୍ୟାୟପାଳିକା ହୁଅନ୍ତୁ, ପ୍ରତ୍ୟେକ ଅନୁଷ୍ଠାନର ଭୂମିକା ଏବଂ ଏହାର ସାମ୍ବିଧାନିକ ଦାୟିତ୍ୱ ସାଧାରଣ ନାଗରିକଙ୍କ ସହଜତାପୂର୍ଣ୍ଣ ଜୀବନ ସହ ଜଡିତ" । ସହଜ ଜୀବନଯାପନ ହାସଲ କରିବାରେ ଟେକ୍ନୋଲୋଜି ଏକ ଶକ୍ତିଶାଳୀ ଉପକରଣ ଭାବରେ ଉଭା ହୋଇଛି ବୋଲି ଦର୍ଶାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସରକାର ପ୍ରତ୍ୟେକ ସମ୍ଭାବ୍ୟ କ୍ଷେତ୍ରରେ ଟେକ୍ନୋଲୋଜିର ସମ୍ପୂର୍ଣ୍ଣ ଉପଯୋଗକୁ ନିଶ୍ଚିତ କରୁଛନ୍ତି ।

ଡିବିଟି,  ଆଧାର ଏବଂ ଡିଜିଟାଲ ଇଣ୍ଡିଆ ମିଶନ ଉଦାହରଣ ଦେବା ସହିତ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପ୍ରତ୍ୟେକ ଯୋଜନା ଗରିବ ଲୋକ ମାନଙ୍କର ଅଧିକାର ସୁନିଶ୍ଚିତ କରିବାର ମାଧ୍ୟମ ପାଲଟିଛି । ପ୍ରଧାନମନ୍ତ୍ରୀ ସ୍ୱାମୀତ୍ୱ ଯୋଜନା ଉପରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଏହା ମଧ୍ୟ ଦର୍ଶାଇଛନ୍ତି ଯେ ସମ୍ପତ୍ତି ଅଧିକାର ପ୍ରସଙ୍ଗକୁ ନେଇ ଭାରତ ଏକ ବୃହତ ନେତୃତ୍ୱ ନେଇଛି ଯାହା ଦେଶର ଆଇନ ବ୍ୟବସ୍ଥା ଉପରେ ଭାର ପକାଇଛି । ସେ ଦର୍ଶାଇଛନ୍ତି ଯେ ବିକଶିତ ରାଷ୍ଟ୍ରମାନେ ମଧ୍ୟ ଅସ୍ୱଚ୍ଛ ସମ୍ପତ୍ତି ଅଧିକାର ପ୍ରସଙ୍ଗ ଭଳି ଆହ୍ୱାନର ମୁକାବିଲା କରୁଛନ୍ତି । ସେ ସୂଚନା ଦେଇଛନ୍ତି ଯେ ଦେଶର ୧ ଲକ୍ଷରୁ ଅଧିକ ଗ୍ରାମର ଡ୍ରୋନ୍ ମ୍ୟାପିଂ ଏବଂ ଲକ୍ଷ ଲକ୍ଷ ନାଗରିକଙ୍କୁ ସମ୍ପତ୍ତି କାର୍ଡ ବଣ୍ଟନ କାର୍ଯ୍ୟ ସରିଛି, ଯାହା ଦ୍ୱାରା ସମ୍ପତ୍ତି ସମ୍ବନ୍ଧୀୟ ମାମଲା ହ୍ରାସ ପାଇବ ଏବଂ ନାଗରିକଙ୍କ ଜୀବନ ସହଜ ହେବ ।

ପ୍ରଧାନମନ୍ତ୍ରୀ ଅନୁଭବ କରିଥିଲେ ଯେ ଦେଶରେ ନ୍ୟାୟ ବିତରଣ ବ୍ୟବସ୍ଥାକୁ ଆଧୁନିକୀକରଣ କରିବା ପାଇଁ ଟେକ୍ନୋଲୋଜି ପାଇଁ ଅସୀମିତ ପରିସର ଅଛି । ସୁପ୍ରିମକୋର୍ଟର ଇ - କମିଟିର କାର୍ଯ୍ୟକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ ଚଳିତ ବର୍ଷର ବଜେଟରେ ଘୋଷଣା କରାଯାଇଥିବା ଇ - କୋର୍ଟ ମିଶନର ପର୍ଯ୍ୟାୟ ୩ ବିଷୟରେ ସମାବେଶକୁ କହିଛନ୍ତି। ନ୍ୟାୟିକ ବ୍ୟବସ୍ଥାରେ ଦକ୍ଷତା ଆଣିବା ପାଇଁ ଏଆଇ ବ୍ୟବହାର କରିବାକୁ ବିଶ୍ୱ ସ୍ତରରେ ହେଉଥିବା ପ୍ରୟାସଗୁଡିକ ବିଷୟରେ ମଧ୍ୟ ସେ ଉଲ୍ଲେଖ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ  "ଏଆଇ ମାଧ୍ୟମରେ ସାଧାରଣ ନାଗରିକ ମାନଙ୍କ ପାଇଁ ନ୍ୟାୟର ସହଜତାକୁ ସୁଦୃଢ଼଼ କରିବା ନିମନ୍ତେ ମଧ୍ୟ ଉଦ୍ୟମ ବୃଦ୍ଧି କରାଯିବା ଉଚିତ ।

 

ବିକଳ୍ପ ବିବାଦର ସମାଧାନ ବ୍ୟବସ୍ଥା ବିଷୟରେ ଆଲୋଚନା କରି ପ୍ରଧାନମନ୍ତ୍ରୀ ଉତ୍ତର - ପୂର୍ବାଂଚଳର ସମୃଦ୍ଧ ସ୍ଥାନୀୟ ପାରମ୍ପାରିକ ବିକଳ୍ପ ବିବାଦର ସମାଧାନ ପ୍ରଣାଳୀ ଉପରେ ମତ ବ୍ୟକ୍ତ କରିଥିଲେ । ପ୍ରଥାଗତ ଆଇନ ଉପରେ ହାଇକୋର୍ଟଙ୍କ ୬ ଟି ପୁସ୍ତକ ପ୍ରକାଶନକୁ ମଧ୍ୟ ସେ ପ୍ରଶଂସା କରିଛନ୍ତି । ଏହି ପରମ୍ପରା ଗୁଡ଼ିକୁ ଆଇନ ବିଦ୍ୟାଳୟରେ ଶିକ୍ଷା ଦିଆଯାଉ ବୋଲି ସେ ଅନୁରୋଧ କରିଛନ୍ତି ।

 

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ , ନ୍ୟାୟ ସହଜତାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହେଉଛି ନାଗରିକ ମାନଙ୍କ ମଧ୍ୟରେ ଦେଶର ଆଇନ ବିଷୟରେ ସଠିକ୍ ଜ୍ଞାନ ଏବଂ ବୁଝାମଣା ରହିବା,  କାରଣ ଏହା ଦେଶ ତଥା ଏହାର ବ୍ୟବସ୍ଥା ଉପରେ ନାଗରିକ ମାନଙ୍କର ବିଶ୍ୱାସକୁ ବୃଦ୍ଧି କରିଥାଏ । ସମସ୍ତ ଆଇନର ଅଧିକ ସୁଗମ ସରଳ ସଂସ୍କରଣ ସୃଷ୍ଟି କରିବାର ପ୍ରୟାସ ବିଷୟରେ ଶ୍ରୀ ମୋଦୀ ସୂଚନା ଦେଇଛନ୍ତି । ସରଳ ଭାଷାରେ ଆଇନ ପ୍ରସ୍ତୁତ କରିବା ପାଇଁ ପ୍ରୟାସ କରାଯାଉଛି  ଏବଂ ଏହି ଉପାୟ ଆମ ଦେଶର କୋର୍ଟ ପାଇଁ ବହୁତ ସହାୟକ ହେବ ବୋଲି ସେ କହିଛନ୍ତି । ପ୍ରଧାନମନ୍ତ୍ରୀ ଭାସିଣୀ ପୋର୍ଟାଲ ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି,  ଯାହା ପ୍ରତ୍ୟେକ ନାଗରିକ ମାନଙ୍କୁ ନିଜ ଭାଷାରେ ଇଣ୍ଟରନେଟ୍ ସେବା ପାଇବାରେ ସାହାଯ୍ୟ କରିବାକୁ ଲକ୍ଷ୍ୟ ରଖିଛି । ଏଥିରୁ କୋର୍ଟ ମଧ୍ୟ ଉପକୃତ ହେଉଛନ୍ତି ବୋଲି ସେ କହିଛନ୍ତି ।

ଯେଉଁମାନେ ଛୋଟ ଅପରାଧ ପାଇଁ ବର୍ଷ ବର୍ଷ ଧରି ବନ୍ଦୀ ହୋଇ ରହିଛନ୍ତି ଏବଂ ସେମାନଙ୍କ ପାଖରେ ସମ୍ବଳ କିମ୍ବା ଅର୍ଥ ନାହିଁ ସେମାନଙ୍କ ପ୍ରତି ସରକାର ଏବଂ ନ୍ୟାୟପାଳିକା ସମ୍ବେଦନଶୀଳ ହେବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି । ସେ ମଧ୍ୟ ସେହି ଲୋକ ମାନଙ୍କ ଉପରେ ଧ୍ୟାନ ଦେଇଛନ୍ତି ଯେଉଁମାନଙ୍କ ପରିବାର ଆଇନଗତ ପ୍ରକ୍ରିୟା ସମାପ୍ତ ହେବା ପରେ ମଧ୍ୟ ସେମାନଙ୍କୁ ଗ୍ରହଣ କରିବାକୁ ପ୍ରସ୍ତୁତ ନାହାନ୍ତି । ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ଚଳିତ ବର୍ଷର ବଜେଟରେ ଏପରି କଏଦୀ ମାନଙ୍କ ପାଇଁ ଆର୍ôଥକ ସହାୟତା ନିମନ୍ତେ ବ୍ୟବସ୍ଥା ରହିଛି ଯେଉଁଠାରେ ସେମାନଙ୍କୁ ମୁକ୍ତ କରିବାରେ ସହାୟତା କରିବାକୁ କେନ୍ଦ୍ର ରାଜ୍ୟ ମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବ ।

"ଧର୍ମକୁ ଯେଉଁମାନେ ସୁରକ୍ଷା ଦିଅନ୍ତି, ସେମାନଙ୍କୁ ଧର୍ମ ସୁରକ୍ଷା ଦେଇଥାଏ’  ବୋଲି ପ୍ରଧାନମନ୍ତ୍ରୀ ଏକ ଶ୍ଲୋକରୁ ଉଦ୍ଧାର କରି କହିଛନ୍ତି ଏବଂ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ଏହା ହେଉଛି ଆମର ଧର୍ମ ଏବଂ ଏକ ଅନୁଷ୍ଠାନ ଭାବରେ ଆମର ଦାୟିତ୍ୱ ଯେଉଁଠାରେ ଦେଶ ପ୍ରତି କାର୍ଯ୍ୟ ସବୁଠାରୁ ଆଗରେ ରହିଛି । ପ୍ରଧାନମନ୍ତ୍ରୀ ତାଙ୍କ ବକ୍ତବ୍ୟ ସମାପ୍ତ କରି କହିଛନ୍ତି ଯେ , ଏହି ବିଶ୍ୱାସ ହିଁ ଦେଶକୁ  'ବିକାଶ ଭାରତ'ର ଲକ୍ଷ୍ୟ ଆଡକୁ ନେଇଯିବ ।

ଆସାମର ରାଜ୍ୟପାଳ ଶ୍ରୀ ଗୁଲାବ ଚାନ୍ଦ କଟାରିଆ, ଆସାମର ମୁଖ୍ୟମନ୍ତ୍ରୀ ଶ୍ରୀ ହିମନ୍ତ ବିଶ୍ୱଶର୍ମା, ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଶ୍ରୀ ପେମା ଖଣ୍ଡୁ, କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରୀ ଶ୍ରୀ କିରେନ ରିଜିଜୁ, ସୁପ୍ରିମକୋର୍ଟର ବିଚାରପତି ହୃଷୀକେଶ ରାୟ ଏବଂ ଗୌହାଟୀ ଉଚ୍ଚ ନ୍ୟାୟାଳୟର ପ୍ରଧାନ ବିଚାରପତି ସନ୍ଦୀପ ମେହେଟ୍ଟା ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

ପୃଷ୍ଠଭୂମି

ଗୌହାଟୀ ଉଚ୍ଚ ନ୍ୟାୟାଳୟ ୧୯୪୮ ମସିହାରେ ପ୍ରତିଷ୍ଠିତ ହୋଇଥିଲା ଏବଂ ଏହା ମାର୍ଚ୍ଚ ୨୦୧୩ ପର୍ଯ୍ୟନ୍ତ " ଆସାମ, ନାଗାଲାଣ୍ଡ, ମଣିପୁର, ମେଘାଳୟ, ମିଜୋରାମ, ତ୍ରିପୁରା ଏବଂ ଅରୁଣାଚଳ ପ୍ରଦେଶ ଭଳି ସାତୋଟି ଉତ୍ତର - ପୂର୍ବାଂଚଳ ରାଜ୍ୟ ପାଇଁ ସାଧାରଣ କୋର୍ଟ ଭାବରେ କାର୍ଯ୍ୟ କରିଥିଲା, ଯେତେବେଳ ପର୍ଯ୍ୟ ମଣିପୁର, ମେଘାଳୟ ଏବଂ ତ୍ରିପୁରା ରାଜ୍ୟ ପାଇଁ ପୃଥକ ଉଚ୍ଚ ନ୍ୟାୟାଳୟ ସୃଷ୍ଟି କରାଯାଇନଥିଲା । ଗୌହାଟୀ ଉଚ୍ଚ ନ୍ୟାୟାଳୟର  ବର୍ତ୍ତମାନ ଆସାମ, ନାଗାଲାଣ୍ଡ, ମିଜୋରାମ ଏବଂ ଅରୁଣାଚଳ ପ୍ରଦେଶ ଉପରେ ଅଧିକାର ରହିଛି, ଗୌହାଟୀରେ ଏହାର ମୁଖ୍ୟ ଆସନ ଏବଂ କୋହିମା (ନାଗାଲାଣ୍ଡ), ଆଇଜଲ (ମିଜୋରାମ) ଏବଂ ଇଟାନଗର (ଅରୁଣାଚଳ ପ୍ରଦେଶ) ରେ ତିନିଟି ସ୍ଥାୟୀ ଖଣ୍ଡପୀଠ ରହିଛି ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Railways’ electrification push reduces diesel consumption by 63%

Media Coverage

Railways’ electrification push reduces diesel consumption by 63%
NM on the go

Nm on the go

Always be the first to hear from the PM. Get the App Now!
...
Prime Minister congratulates Indian contingent on winning 19 medals at 22nd Asian U20 Athletics Championships
June 01, 2026

The Prime Minister, Shri Narendra Modi today congratulated the Indian contingent for its outstanding performance at the 22nd Asian U20 Athletics Championships.

The Prime Minister congratulated the Indian contingent on winning 19 medals, including 10 Gold medals, at the Championships.

The Prime Minister said that the achievement reflects the determination and excellence of India’s young athletes.

He expressed hope that these accomplishments would inspire many more young Indians to pursue sports in the years to come.

The Prime Minister wrote on X;

“Congratulations to the Indian contingent at the 22nd Asian U20 Athletics Championships for winning 19 medals, including 10 Golds. This outstanding performance reflects the determination and excellence of India’s young athletes. May these achievements inspire many more young Indians to pursue sports in the years to come.”