ନ୍ୟୁଜ ଏକ୍ସ ୱାର୍ଲଡ଼ ଚ୍ୟାନେଲକୁ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ
ଏକବିଂଶ ଶତାବ୍ଦୀର ଭାରତକୁ ସମଗ୍ର ବିଶ୍ୱ ଦେଖୁଛି : ପିଏମ
ଭାରତର ସର୍ଜନାତ୍ମକ ସାଙ୍ଗଠନିକ ଦକ୍ଷତାକୁ ସାରା ବିଶ୍ୱ ନୀରିକ୍ଷଣ କରୁଛି : ପିଏମ
ଭୋକାଲ ଫର ଲୋକାଲ ଓ ଲୋକାଲ ଫର ଭୋକାଲ ଆହ୍ୱାନ ମୁଁ ଦେଇଥିଲି : ପିଏମ
ବିଶ୍ୱର ନୂଆ ଫ୍ୟାକ୍ଟ୍ରି ଭାବରେ ଆମ ଭାରତ ଉଭା ହୋଇଛି ; ବାର୍କଫୋର୍ସରୁ ଆମେ ବାର୍ଲଡ ଫୋର୍ସକୁ ଉନ୍ନୀତ ହୋଇପାରିଛୁ : ପିଏମ
ସୁଶାସନ ପାଇଁ ମିନମମ ଗଭର୍ଣ୍ଣମେଂଟ ଓ ମାକ୍ସିମମ ଗଭର୍ଣ୍ଣାନ୍ସର ଆବଶ୍ୟକତା ରହିଛି : ପିଏମ
ଅଗଣିତ ସର୍ଜନାର ପୁଣ୍ୟ ଭୂମିରେ ଭାରତ ରୂପାନ୍ତରିତ ହେଉଛି : ପିଏମ
ଭାରତର ଯୁବକମାନେ ଆମର ପ୍ରଥମ ଅଗ୍ରାଧିକାର : ପିଏମ
ଜାତୀୟ ଶିକ୍ଷାନୀତି ଯୁବକମାନଙ୍କୁ ପାଠ୍ୟ ବହି ବାହାରେ କିଛି ଚିନ୍ତା କରିବାକୁ ସୁଯୋଗ ଦେଇଛି : ପିଏମ

ଶନିବାର ଦିନ ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଅନୁଷ୍ଠିତ ହୋଇଥିବା ଏନଏକ୍ସଟି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେଇଛନ୍ତି । ନ୍ୟୁଜ ଏକ୍ସ ୱାର୍ଲଡ଼ ଚ୍ୟାନେଲ ଶୁଭ ଉନ୍ମୋଚନ ଉତ୍ସବରେ ଯୋଗ ଦେଇ ସମବେତ ଜନତାକୁ ଉଦବୋଧନ ଦେବା ଅବସରରେ ପ୍ରଧାନମନ୍ତ୍ରୀ ନିଜ ହୃଦୟରୁ ସଭିଁଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି । ହିନ୍ଦୀ, ଇଂରାଜୀ ଓ ଅନ୍ୟାନ୍ୟ ଆଂଚଳିକ ଭାଷାରେ ନିଜ ନେଟବାର୍କ ଖୋଲିଥିବା ଏହି ସଂସ୍ଥା ଏବେ ଏକ ବୈଶ୍ୱିକ ଚ୍ୟାନେଲରେ ପରିଣତ ହୋଇପାରିଛି । ବିଭିନ୍ନପ୍ରକାର ସ୍କଲାରସିପ ଓ ଫେଲୋସିପ ଆରମ୍ଭ କରାଯାଇଥିବାରୁ ସେ ଏଥିପାଇଁ ଧନ୍ୟବାଦ ଜ୍ଞାପନ କରିଥିଲେ ।

ଆଗରୁ ବିଭିନ୍ନ ମିଡିଆ କାର୍ଯ୍ୟକ୍ରମରେ ଯୋଗ ଦେଇ ଯାହା ଦେଖିବାକୁ ମିଳିନଥିଲା ତାହା ଏହି ନ୍ୟୁଜ ଏକ୍ସ ବାର୍ଲଡର ଶୁଭ ଉନ୍ମୋଚନ ଉତ୍ସବରେ ଦେଖିବାକୁ ପାଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି । ଏପରି ମିଡିଆ କାର୍ଯ୍ୟକ୍ରମ ପ୍ରାୟ ପୁରୁଣା ହୋଇଥିବା ବେଳେ ନ୍ୟୁଜ ଏକ୍ସ ବାର୍ଲଡ ଏହାକୁ ଅଲଗା ରୂପ ଦେବାରେ ଏବେ ସଫଳ ହୋଇପାରିଥିବା ମୋଦୀ କହିଛନ୍ତି । ଏହି ସମ୍ମିଳନୀ ପଲିଟିକ୍ସ ସେଂଟ୍ରିକ ନହୋଇ ପଲିସି ସେଂଟ୍ରିକ ହେବାରେ ସଫଳତା ଲାଭ କରିଛି । ଏହି ସମ୍ମିଳନୀରେ ସମାଜର ବିଭିନ୍ନ ବର୍ଗର ଲୋକ ଯୋଗଦେଇ ଏହାକୁ ପୁଷ୍କଳ କରିଛନ୍ତି ।

 

ଏକବିଂଶ ଶତାବ୍ଦୀର ଭାରତକୁ ସମଗ୍ର ବିଶ୍ୱ ଅତି ନିରିଖେଇ ଦେଖୁଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସାରା ବିଶ୍ୱର ଲୋକେ ଏଠାକୁ ଆସିବାକୁ ଓ ଦେଖିବାକୁ ଚାହୁଁଛନ୍ତି । ଭାରତ ଏକମାତ୍ର ଦେଶ ଯେଉଁଠି କିଛି ଭଲ ଖବର ଲେଖାଯାଏ, ପ୍ରତିଦିନ ନୂଆ ରେକର୍ଡ ସ୍ଥାପନା ହେଉଛି ଓ ପ୍ରତିଦିନ କିଛି ନା କିଛି ନୂଆ ହେଉଛି । ୨୬ ଫେବୃୟାରୀରେ ପ୍ରୟାଗରାଜରେ ଅନୁଷ୍ଠିତ ହୋଇଥିବା ମହାକୁମ୍ଭ ଅବସରରେ ଅଭୂତପୂର୍ବ ଜନ ସମାଗମ ଏକ ନୂଆ ରେକର୍ଡ । ନଦୀକୂଳରେ ଏହ ଅସ୍ଥାୟୀ ସହରରେ କୋଟି କୋଟି ଲୋକ ସ୍ନାନ କରିବା ନିଶ୍ଚିତପକ୍ଷେ ଏକ ମାଇଲଖୁଂଟ । ଭାରତବର୍ଷର ସାଙ୍ଗଠନିକ ଓ ସର୍ଜନାତ୍ମକ ଦକ୍ଷତାକୁ ସମଗ୍ର ବିଶ୍ୱ ଦେଖିଲା । ସେମିକଣ୍ଡକ୍ଟରଠାରୁ ଆରମ୍ଭ କରି ଏୟାରକ୍ରାଫ୍ଟ କ୍ୟାରିୟର ପର୍ଯ୍ୟନ୍ତ ବିଭିନ୍ନ ଜିନିଷ ଏହି ଦେଶରେ ତିଆରି ହେଉଛି । ଭାରତଠାରୁ ସାରା ବିଶ୍ୱ କିଛି ନା କିଛି ଶିଖିବାକୁ ଚାହୁଁଥିବା ବେଳେ ନ୍ୟୁଜ ଏକ୍ସ ବାର୍ଲଡ ପାଇଁ ଏହା ଏକ ସୁଯୋଗ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

କିଛି ମାସ ପୂର୍ବରୁ ଦେଶରେ ନିର୍ବାଚନ ସରିଛି । ଏହା ବିଶ୍ୱର ସବୁଠାରୁ ବଡ ନିର୍ବାଚନ । ତେବେ ଷାଠିଏ ବର୍ଷ ଭିତରେ ତୃତୀୟ ଥର ଶାସନକୁୁ ଫେରିବାରେ ଏହା ପ୍ରଥମ ଘଟଣା । ଗତ ଏଗାର ବର୍ଷ ଭିତରେ ଦେଶରେ ହୋଇଥିବା ଉଲ୍ଲେଖନୀୟ ସଫଳତା ପାଇଁ ଜନତା ପୁଣିଥରେ ଏହି ଦଳକୁ ଜିତାଇଥିବା ପ୍ରଧାନମନ୍ତ୍ରୀ କହିଥିଲେ । ତେବେ ନ୍ୟୁଜ ଏକ୍ସ ବାର୍ଲଡ ପରି ନୂଆ ଚ୍ୟାନେଲ ଦେଶର ଅସଲ ଛବିକୁ ସାରା ବିଶ୍ୱ ଆଗରେ ପ୍ରଦର୍ଶନ କରିବ ବୋଲି ପ୍ରଧାନମନ୍ତ୍ରୀ ଆଶାପ୍ରକଟ କରିଥିଲେ ।

କିଛି ବର୍ଷ ତଳେ ଭୋକାଲ ଫର ଲୋକାଲ ଓ ଲୋକାଲ ଫର ଭୋକାଲର ନାରା ମୁଁ ଦେଇଥିଲି । ଏବେ ତାହା ବାସ୍ତବରେ ରୂପାନ୍ତରିତ ହୋଇଛି । ଭାରତର ଆୟୁଷ ଜିନିଷ ଓ ଯୋଗ ଏବେ ସାରା ବିଶ୍ୱରେ ଲୋକାଦୃତି ଲାଭ କରିଛି । ଅନ୍ୟପକ୍ଷରେ ଭାରତର ସୁପର ଫୁଡ, ମଖାନା, ଶ୍ରୀଅନ୍ନ ପରି ମାଣ୍ଡିଆ ଏବେ ବିଶ୍ୱର ଆକର୍ଷଣ ପାଲଟିଛି । ଅତୀତରେ ତାଙ୍କ ବନ୍ଧୁ ତଥା ଅଷ୍ଟ୍ରେଲିଆର ପୂର୍ବତନ ପ୍ରଧାନମନ୍ତ୍ରୀ ଟୋନି ଆବଟ୍ଟ ଦିଲ୍ଲୀ ହାଟରେ ନିଜେ ମାଣ୍ଡିଆ ଖାଇ ତାଙ୍କୁ ଖୁସି କରାଇଥିବା ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ।

 

କେବଳ ଭାରତର ମାଣ୍ଡିଆ ନୁହେଁ ବରଂ ହଳଦୀକୁ ବି ବିଦେଶାନୁମୁଖୀ କରାଯାଇଛି । ସାରା ବିଶ୍ୱକୁ ଭାରତ ପକ୍ଷରୁ ୬୦ ପ୍ରତିଶତ ହଳଦୀ ଯୋଗାଇ ଦିଆଯାଉଛି । ସେହିପରି କଫି ରପ୍ତାନୀ କ୍ଷେତ୍ରରେ ସାରା ବିଶ୍ୱରେ ଭାରତର ସ୍ଥାନ ସପ୍ତମ । ଲୋକାଲ ଫର ଭୋକାଲକୁ ଗୁରୁତ୍ୱ ଦିଆଯାଇ ଏନେଇ ବିଶେଷ ଉଦ୍ୟମ କରାଯାଇଥିବା ପ୍ରଧାନମନ୍ତ୍ରୀ ମୋଦୀ ଉଲ୍ଲେଖ କରିଛନ୍ତି । ସେହିପରି ଫ୍ରାନ୍ସରେ ଆୟୋଜିତ ଏଆଇ ଆକ୍ସନ ସମ୍ମିଳନୀରେ ଭାରତ ସହ ଆୟୋଜକ ଭାବରେ କାର୍ଯ୍ୟ ସମ୍ପାଦନ କରିଥିଲା । ପରେ ଏପରି ଏଆଇ ସମ୍ମିଳନୀକୁ ନିଜେ ଭାରତ ଆୟୋଜନ କରିବାକୁ ପ୍ରସ୍ତୁତ ହେଉଥିବା ଉଲ୍ଲେଖ କରାଯାଇଥିଲା । ନିଜ ଅଧ୍ୟକ୍ଷତାରେ ଜି-୨୦ ଶିଖର ସମ୍ମିଳନୀ ଆୟୋଜନ କରି ଭାରତ-ମଧ୍ୟପ୍ରାଚ୍ୟ-ୟୁରୋପ ଭିତରେ ଏକ ଆର୍ଥନୀତିକ କରିଡର ଆମ ଦେଶ ସ୍ଥାପନ କରିପାରିଛି । ଦ୍ୱୀପ ଦେଶଗୁଡିକର ସ୍ୱାର୍ଥକୁ ପ୍ରାଧାନ୍ୟ ଦେଇ ଭାରତ ଏବେ ଦକ୍ଷିଣ ବିଶ୍ୱ ପାଇଁ ନିଜ ସ୍ୱରକୁ ଶାଣିତ କରିଛି । ଜଳବାୟୁ ପରିବର୍ତନକୁ ଲକ୍ଷ୍ୟ ରଖି ଭାରତ ଏବେ ସାରା ବିଶ୍ୱକୁ ମିଶନ ଲାଇଫ ଦୃଷ୍ଟିକୋଣ ଦେଇଛି । ଅନ୍ତରାଷ୍ଟ୍ରୀୟ ସୌର ଚୁକ୍ତି ଓ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ପାଇଁ ଗଠିତ ସହାନୁବନ୍ଧକୁ ଭାରତ ପକ୍ଷରୁ ନେତୃତ୍ୱ ଦିଆଯାଉଛି । ଅନେକ ଦେଶୀ ଉତ୍ପାଦ ଏବେ ବୈଶ୍ୱିକ ହୋଇଥିବା ବେଳେ ଭାରତର ଗଣମାଧ୍ୟମ ବି ଏଥିରୁ ଭରପୂର ଲାଭ ଉଠାଉ ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ।

ଦଶନ୍ଧି ଦଶନ୍ଧି ଧରି ଭାରତକୁ ବିଶ୍ୱ ସମୁଦାୟ ଏକ ପଛୁଆ କାର୍ଯ୍ୟ କ୍ଷେତ୍ର ବୋଲି ବିବେଚନା କରି ଆସୁଥିବା ବେଳେ ସମଗ୍ର ବିଶ୍ୱ ପାଇଁ ଭାରତ ଏକ ନୂଆ ଫ୍ୟାକ୍ଟ୍ରି ଭାବେ ଉଭା ହୋଇପାରିଛି । ବାର୍କ ଫୋର୍ସ ନୁହେଁ ବରଂ ବାର୍ଲଡ ଫୋର୍ସ ଭାବେ ଭାରତକୁ ଏବେ ବିବେଚନା କରାଯାଉଛି । ଯେଉଁ ଦେଶ ଦିନେ ଅନ୍ୟ ଦେଶରୁ ବିଭିନ୍ନ ଜିନିଷ ଆମଦାନୀ କରୁଥିଲା ତାହା ଏବେ ବିଭିନ୍ନ ଜିନିଷ ବାହାରକି ରପ୍ତାନୀ କରୁଛି । ସ୍ଥାନୀୟ ବଜାର ସହ ଯୋଡି ହୋଇ ରହିଥିବା ଆମ ଦେଶର କୃଷକ ନିଜ ଉତ୍ପାଦକୁ ବିକିବା ପାଇଁ ଏବେ ବିଶ୍ୱ ବଜାର ପାଉଛି । ପୁଲବାମାର ଧଳା ମଟର, ମହାରାଷ୍ଟ୍ରର ପୁରନ୍ଦର ଡିମ୍ବିରି, କାଶ୍ମୀରର ଝିଂଟିକା ପରି ବିଭିନ୍ନ ଜିନିଷର ବୈଶ୍ୱିକ ଆଦର ବଢିବାରେ ଲାଗିଛି । ଭାରତର ପ୍ରତିରକ୍ଷା ଉତ୍ପାଦ ସାରା ବିଶ୍ୱକୁ ଭାରତୀୟ ଜ୍ଞାନ କୌଶଳକୁ ପରିଚିତି କରାଇଛି । ଇଲେକ୍ଟ୍ରୋନିକ୍ସଠାରୁ ଆରମ୍ଭ କରି ଅଟୋ ମୋବାଇଲ ଯାଏ ବିଭିନ୍ନ କ୍ଷେତ୍ରରେ ଭାରତର ଦକ୍ଷତାକୁ ସାରା ବିଶ୍ୱ ମାପି ପାରିଛି । ସାରା ବିଶ୍ୱକୁ ଭାରତ ଯେ କେବଳ ବିଭିନ୍ନ ଉତ୍ପାଦ ଯୋଗାଉନାହିଁ ବରଂ ବିଶ୍ୱର ଯୋଗାଣ ଶୃଙ୍ଖଳରେ ଏକ ନିର୍ଭର ଯୋଗ୍ୟ ଅଂଶୀଦାର ଭାବେ ଭାରତ ନିଜକୁ ଛିଡା କରାଇପାରିଛି ।

 

ଗତ ଦଶ ବର୍ଷର ଅଗ୍ରଗତିକୁ ଦେଖିଲେ ବର୍ଷ ବର୍ଷର କଠିନ ପରିଶ୍ରମ ସହ ବ୍ୟବସ୍ଥିତ ଯୋଜନା ଭାରତକୁ ବିଭିନ୍ନ କ୍ଷେତ୍ରରେ ନେତୃତ୍ୱ ନେବାକୁ ସୁଯୋଗ ଦେଇଛି ବୋଲି ଜଣାପଡିଥାଏ । ଅସମ୍ପୂର୍ଣ୍ଣ ପୋଲ ଓ ଖରାପ ରାସ୍ତା ଏବେ ଏକ୍ସପ୍ରେସ ବେ ଓ ଭଲ ରାସ୍ତାରେ ପରିଣତ ହୋଇଛି । କମିଯାଇଥିବା ଗସ୍ତ ସମୟ ଓ ଖର୍ଚ୍ଚ ବିଭିନ୍ନ ଶିଳ୍ପକୁ ଏବେ ବିଭିନ୍ନ ଲଜିଷ୍ଟିକ ଖର୍ଚ୍ଚ କମାଇବାରେ ସହାୟକ ହୋଇ ଅଟୋ ମୋବାଇଲ କ୍ଷେତ୍ରକୁ ଆହୁରି ବ୍ୟାପକ କରିପାରିଛି । ଇଭି ଉତ୍ପାଦନରେ ଉଲ୍ଲେଖନୀୟ ସଫଳତା ଭାରତକୁ ଅଟୋ ମୋବାଇଲ କ୍ଷେତ୍ରରେ ଏକ ପ୍ରମୁଖ ଉତ୍ପାଦନକାରୀ ଓ ରପ୍ତାନୀକାରୀ ଦେଶ ଭାବରେ ଗଢି ତୋଳିଛି ।

ସେହିପରି ଇଲେକ୍ଟ୍ରୋନିକ୍ସ ଯନ୍ତ୍ରପାତି ମରାମତି କରିବା କ୍ଷେତ୍ରରେ ଅନୁରୂପ ପରିବର୍ତନ ଘଟିଥିବା ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି । ଗତ ଦଶନ୍ଧିରେ ପ୍ରଥମକରି ୨.୫ କୋଟି ପରିବାର ପାଖରେ ବିଜୁଳି ପହଂଚିପାରିଛି । ଫଳରେ ଇଲେକ୍ଟ୍ରୋନିକ୍ସ ଉପକରଣର ଚାହିଦା ବୃଦ୍ଧି ପାଇ ଉତ୍ପାଦନ ବି ବୃଦ୍ଧି ପାଇଛି । ଡାଟା ଯୋଗାଣ କ୍ଷେତ୍ରରେ ସୁଲଭତା ବି ମୋବାଇଲ ଫୋନର ଚାହିଦା ବଢେଇ ପାରିଛି । ମୋବାଇଲ ସେବା ବୃଦ୍ଧି ହେତୁ ବି ଡିଜିଟାଲ ଯନ୍ତ୍ରପାତି ବ୍ୟବହାର ବଢିଛି । ପିଏଲଆଇ ଯୋଜନା ପରି ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଏପ୍ରକାର ଚାହିଦାକୁ ଏକ ସୁଯୋଗରେ ପରିଣତ କରାଯାଇ ପାରିଛି । ଫଳରେ ଇଲେକ୍ଟ୍ରୋନିକ୍ସ ଯନ୍ତ୍ରପାତି ରପ୍ତାନୀକାରୀ ରାଷ୍ଟ୍ର ଭାବେ ଭାରତ ଏକ ପ୍ରମୁଖ ସ୍ଥାନ ଅକ୍ତିୟାର କରିପାରିଛି । ମିନିମମ ଗଭର୍ଣ୍ଣମେଂଟ ଓ ମାକ୍ସିମମ ଗଭର୍ଣ୍ଣାନାନ୍ସ ନ୍ୟାୟରେ ଭାରତ ବଡ ବଡ ଲକ୍ଷ୍ୟ ସାଧିତ କରିପାରିବ ବୋଲି ପ୍ରଧାନମନ୍ତ୍ରୀ ଦୋହରାଇଛନ୍ତି । ବ୍ରିଟିଶ ଶାସନ କାଳରୁ ରହିଆସିଥିବା ପ୍ରାୟ ଦେଢ ହଜାର ପୁରୁଣା ଆଇନକୁ ଗତ ଦଶନ୍ଧି ଭିତରେ ପରିବର୍ତନ କରାଯାଇଥିବା ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି । ଡ୍ରାମାଟିକ ଫରଫର୍ମାନ୍ସ ଆକ୍ଟ ଅନୁସାରେ ସର୍ବସାଧାରଣ ଜାଗାରେ ନାଚୁଥିବା ବ୍ୟକ୍ତି ଗିରଫ ହୋଇପାରୁଥିଲେ । ହେଲେ ଏବେ ଏଥିରେ ପରିବର୍ତନ କରାଯାଇଛି । ସ୍ୱାଧୀନତା ପରେ ଦୀର୍ଘ ୭୦ ବର୍ଷ ହେଲା ରହିଆସିଥିବା ଏହି ଆଇନକୁ ତାଙ୍କ ସରକାର ଉଚ୍ଛେଦ କରିଛନ୍ତି । ସେହିପରି ବାଉଁଶ କାଟିଲେ ଦଣ୍ଡିତ ହେବାକୁ ପଡୁଥିଲା କାରଣ ଏହା ଗଛ ଶ୍ରେଣୀରେ ଆସୁଥିଲା । ହେଲେ ଏହାକୁ ନୂଆ ଆଇନରେ ଘାସ ବୋଲି ଦର୍ଶାଯାଇ ଲୋକେ ଏହାକୁ ବିନା ବାଧାରେ ଏବେ କାଟି ପାରୁଥିବା କୁହାଯାଇଛି । ସୂଚନା ଯୋଗ୍ୟ ଯେ, ଆଦିବାସୀ ଓ ଉତର-ପୂର୍ବାଂଚଳ ଲୋକଙ୍କ ପାଇଁ ବାଉଁଶ ଜୀବନରେଖା । ତେବେ ରହିଆସିଥିବା ଏପରି ପୁରୁଣା ଆଇନ ପ୍ରତି ପୂର୍ବ ନେତା ଓ ବୁଦ୍ଧିଜୀବୀମାନେ କପରି ନିରବତା ଅବଲମ୍ବନ କରୁଥିଲେ ସେନେଇ ପ୍ରଧାନମନ୍ତ୍ରୀ ପ୍ରଶ୍ନ କରିଛନ୍ତି । ଏବେ ଏପ୍ରକାର କିଛି ପୁରୁଣା ଆଇନକୁ ତାଙ୍କ ନେତେୃତ୍ୱାଧୀନ ସରକାର ଉଚ୍ଛେଦ କରିପାରିଥିବା ସେ ଉଲ୍ଲେଖ କରିଛନ୍ତି ।

 

ଦଶବର୍ଷ ପୂର୍ବେ ଆଇଟିଆର ଦାଖଲ କରିବାକୁ ଲୋକଙ୍କୁ ନାକେଦମ ହେବାକୁ ପଡୁଥିଲା । ତେବେ ଏହାକୁ ଏବେ ଖୁବ ସରଳ କରାଯାଉଛି । କିଛି କ୍ଷଣ ଭିତରେ ଏହାକୁ ଦାଖଲ କରି ଜଣେ ବ୍ୟକ୍ତି ରିଫଣ୍ଡ ପାଇପାରୁଛି । ଆୟକର ଆଇନର ସରଳୀକରଣ ଉପରେ ଏବେ ସଂସଦରେ କାମ ଚାଲୁଥିବା ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ । ୧୨ ଲକ୍ଷ ଯାଏ ଆୟକର ଛାଡ କରିବା ଚାକିରିଆମାନଙ୍କୁ ସୁହାଇଥିବା ବେଳେ ଅଧିକା ଜମା ରଖି ଯୁବ ଗୋଷ୍ଠୀ ନିଜ ଅଭିଳଷିତ ସ୍ୱପ୍ନକୁ ଚରିତାର୍ଥ କରିପାରୁଛନ୍ତି । ଭଲରେ ଚଳିବା ଭଲ ବେପାର କରିବା ସହ ନିଜ ସ୍ୱପ୍ନକୁ ସାକାର କରିବା ହେଉଛି ଏହାର ପ୍ରକୃତ ଲକ୍ଷ୍ୟ । ଡାଟା ବ୍ୟବହାର କରି ବହୁ ଷ୍ଟାର୍ଟ ଅପ ଉପକୃତ ହେଉଛନ୍ତି । ମ୍ୟାପ ତିଆରି କରିବା ପାଇଁ ଆଗରୁ ସରକାରୀ ଅନୁମତି ଦରକାର ହେଉଥିଲା । କିନ୍ତୁ ଏବେ ଏହା ପରିବର୍ତନ କରାଯାଇ ଉଭୟ ଷ୍ଟାର୍ଟ ଅପ ଓ ଘରୋଇ କମ୍ପାନୀକୁ ଏହି ଡାଟାର ସୁବିନିଯୋଗ କରିବା ପାଇଁ ଅନୁମତି ଦିଆଯାଇଛି ।

ଏକଦା ଶୂନ୍ୟ ସଂଖ୍ୟାର ଜନକ ରାଷ୍ଟ୍ର ଭାବରେ ଭାରତବର୍ଷର ସୁଖ୍ୟାତି ରହିଥିଲା । କିନ୍ତୁ ଏବେ ଏହା ଅନେକ ଉଦଭାବନ ଓ ସର୍ଜନାତ୍ମକ କାର୍ଯ୍ୟର କର୍ମ ଭୂମି ଭାବରେ ପରିଗଣିତ ହୋଇଛି । ଇନୋଭେଟିଙ୍ଗ ନୁହେଁ ବରଂ ଇଣ୍ଡୋଭେଟିଙ୍ଗ ଆମ ଦେଶ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଏହାର ଅର୍ଥ ଭାରତୀୟ ଉପାୟରେ ସର୍ଜନା କରିବା । ବିଭିନ୍ନ ସମସ୍ୟାର ସମଧାନ ପାଇଁ ଭାରତ ସରଳ, ସୁବିଧା ଓ ସୁଲଭ ଉପାୟ ବାହାର କରୁଛି । ୟୁପିଆଇ ପ୍ରଚଳନ କ୍ଷେତ୍ରରେ ଭାରତ ଅଗ୍ରଣୀ ଭୂମିକା ନିଭାଇ ଆସିଛି । ଫ୍ରାନ୍ସ, ୟୁଏଇ, ସିଙ୍ଗାପୁର ପରି ଦେଶ ନିଜ ଆର୍ଥିକ ପରିସୀମାରେ ଆମ ଦ୍ୱାରା ବିକଶିତ ହୋଇଥିବା ୟୁପିଆଇ ସିଷ୍ଟମକୁ ଆପଣେଇ ନେଇଛନ୍ତି । ଭାରତର ଡିଜିଟାଲ କ୍ଷେତ୍ର ଇଣ୍ଡିଆ ଷ୍ଟାକ ସହ ଯୋଡି ହେବା ପାଇଁ ଏବେ ବିଶ୍ୱର ଅନେକ ଦେଶ ଆଗ୍ରହ ପ୍ରକାଶ କରୁଥିବା ପରିଲକ୍ଷିତ ହୋଇଛି । କୋଭିଡ ମହାମାରୀ ବେଳେ ଭାରତ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଟୀକା ଭାରତର ସ୍ୱାସ୍ଥ୍ୟଜନିତ ଗୁଣବତାକୁ ବିଶ୍ୱ ଦରବାରରେ ଉପସ୍ଥାପିତ କରିପାରିଛି । ଆରୋଗ୍ୟ ସେତୁ ପ୍ରଚଳନ ପରେ ସାରା ବିଶ୍ୱରେ ଲୋକେ ଖୁବ ଉପକୃତ ହୋଇପାରୁଥିବା ପ୍ରଧାନମନ୍ତ୍ରୀ କହିଛନ୍ତି । ମହାକାଶ ବିଜ୍ଞାନ କ୍ଷେତ୍ରରେ ଭାରତ ଅଗ୍ରଣୀ ଭୂମିକା ନିଭାଉଥିବା ବେଳେ ଅନ୍ୟ ଦେଶଗୁଡିକୁ ଭାରତ ମହାକାଶ ସମ୍ବନ୍ଧିତ ବିଭନ୍ନ କ୍ଷେତ୍ରରେ ସହଯୋଗ କରିଆସୁଛି । ସେହିପରି ଏଆଇ କ୍ଷେତ୍ରରେ ଭାରତ ମଧ୍ୟ ବିକଶିତ ହେବାରେ ଲାଗିଛି । ରହିଥିବା ଜ୍ଞାନ କୌଶଳକୁ ଭାରତ ଅନ୍ୟ ଦେଶ ସହ ବି ବିନିମୟ କରୁଥିବା ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ।

 

ଅନେକ ଫେଲୋସିପ ପ୍ରଚଳନ କରିଥିବା ଆଇଟିଭି ନେଟବାର୍କକୁ ପ୍ରଧାନମନ୍ତ୍ରୀ ଉଚ୍ଚ ପ୍ରଶଂସା କରିଥିଲେ । ବିକଶିତ ଭାରତର ପ୍ରମୁଖ ଅଂଶୀଦାର ହେଉଛନ୍ତି ଯୁବ ଗୋଷ୍ଠୀ । ଜାତୀୟ ଶିକ୍ଷା ନୀତି ପିଲାମାନଙ୍କୁ ପାଠ୍ୟ ବହି ବାହାରକୁ ଯିବାକୁ ଅନୁମତି ଦେଇଛି । ଏଆଇ ଓ ଡାଟା ସାଇନ୍ସ ପାଇଁ ମାଧ୍ୟମିକ ପିଲାମାନେ କୋଡିଂ ଶିଖିବା ଆରମ୍ଭ କଲେଣି । ନୂଆ ନୂଆ ପ୍ରଯୁକ୍ତି ବିଦ୍ୟା ଉପରେ ଅଟଳ ଟିଙ୍କରିଙ୍ଗ ଲାବରେ ପିଲାମାନଙ୍କୁ ତାଲିମ ଦିଆଯାଉଛି । ଚଳିତ ବଜେଟରେ ପଚାଶ ହଜାର ନୂଆ ଅଟଳ ଚିଙ୍କରିଙ୍ଗ ଲାବ ହେବା ନେଇ ବ୍ୟବସ୍ଥା କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ ।

ବର୍ତମାନର ନ୍ୟୁଜ ଯୁଗରେ ବିଭିନ୍ନ ସୂତ୍ରରୁ ଖବର ପାଇଲେ ଜଣେ ସମୃଦ୍ଧ ହୋଇପାରିବ । ସେହିପରି ଗବେଷଣା ଯୁଗରେ ବିଭିନ୍ନ ସୂଚନା ପାଇବା ଆବଶ୍ୟକ । ତେବେ ପୂର୍ବରୁ ଅଧିକା ପଇସା ଖର୍ଚ୍ଚ କରି ଗବେଷକମାନେ ଏପରି ଜର୍ଣ୍ଣାଲ ମଗାଇଥାନ୍ତି । କିନ୍ତୁ ଏସବୁକୁ ଏବେ ସରକାର ସରଳ କରିଛନ୍ତି । ବାନ ନେସନ ବାନ ସବସ୍କ୍ରିପନ ନ୍ୟାୟରେ ଦେଶର ସବୁ ଗବେଷକମାନଙ୍କ ପାଖରେ ମାଗଣାରେ ଭଲ ଭଲ ଜର୍ଣ୍ଣାଲ ଏବେ ପହଂଚିପାରୁଛି । ଏନେଇ ପ୍ରାୟ ଛଅ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି । ମହାକାଶ ଗବେଷଣା, ବାୟୋଟେକ ଗବେଷଣା କିମ୍ବା ଏଆଇ ସବୁ କ୍ଷେତ୍ରରେ ଉନ୍ନତମାନର ଗବେଷଣା କରିବା ପାଇଁ ସରକାର ଭଲ ବ୍ୟବସ୍ଥା କରିଛନ୍ତି । ଆଇଆଇଟି ଛାତ୍ରମାନଙ୍କ ସହ ଡ. ବ୍ରିଆନ ଗ୍ରୀନଙ୍କ ସାକ୍ଷାତ ଆଲୋଚନା ଓ କେନ୍ଦ୍ରୀୟ ସ୍କୁଲ ପିଲାମାନଙ୍କର ମହାକାଶ ବିଜ୍ଞାନୀ ମାଇକ ମାସିମିନୋଙ୍କ ସହ ଆଲୋଚନାରୁ ଅତ୍ୟନ୍ତ ପ୍ରସନ୍ନତା ବ୍ୟକ୍ତ କରି ଭାରତବର୍ଷର ଏକ ଛୋଟିଆ ସ୍କୁଲରୁ ଅଭିନବ ସୃଜନ ସଷ୍ଟି ହେବ ବୋଲି ପ୍ରଧାନମନ୍ତ୍ରୀ ଆଶାପ୍ରକଟ କରିଥିଲେ ।

 

ବିଶ୍ୱ ଦରବାରରେ ଭାରତର ନାଁକୁ ଉଚ୍ଚକିତ କରିବା ପାଇଁ ନିମ୍ନ ମାନସିକତାରୁ ଓହରି ସକରାତ୍ମକ ମାନସିକତା ଆଣିବା ଆମ ଲକ୍ଷ୍ୟ ହେବା ଉଚିତ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଦଶବର୍ଷ ତଳେ ଆଗରୁ ଦେଶ ଭିତରେ ନେଟବାର୍କ ଚଳାଉଥିବା ଏହି ସଂସ୍ଥା ଏବେ ବୈଶ୍ୱିକ ହୋଇଛି । ଦେଶର ପ୍ରତି ନାଗରିକ ଓ ଉଦ୍ୟୋଗପତିଙ୍କ ପାଖରେ ଏଭଳି ବିକାଶନୋନ୍ମୁଖୀ ମାନସିକତା ରହିବା ଦରକାର । ପ୍ରତି ବଜାର, ଡ୍ରଇଁ ରୁମ, ଖାଇବା ଜାଗାରେ ମେଡ ଇନ ଇଣ୍ଡିଆର ଛାପ ରହିବା ଉଚିତ । ଅସୁସ୍ଥ ବେଳେ ହିଲ ଇନ ଇଣ୍ଡିଆ, ବିବାହ ବେଳେ ବେଡ ଇନ ଇଣ୍ଡିଆ ସହ ପର୍ଯ୍ୟଟନ, ପ୍ରଦର୍ଶନୀ, କନସର୍ଟ, କନଫରେନ୍ସ କ୍ଷେତ୍ରରେ ଭାରତକୁ ଗୁରୁତ୍ୱ ଦିଆଯିବା ଉଚିତ ବୋଲି ପ୍ରଧାନମନ୍ତ୍ରୀ ଆଶାବ୍ୟକ୍ତ କରିଥିଲେ । ସାହାସର ସହ ଏ ଦିଗରେ ସମ୍ପୃକ୍ତ ନେଟବାର୍କ ଓ ଚ୍ୟାନେଲ କାମ କରିବ ବୋଲି ପ୍ରଧାନମନ୍ତ୍ରୀ ଆଶା ପୋଷଣ କରିଥିଲେ ।

ଆସନ୍ତା ୨୫ ବର୍ଷ ଭିତରେ ଭାରତ ଏକ ବିକଶିତ ରାଷ୍ଟ୍ରରେ ପରିଣତି ହେବାକୁ ଯାଉଛି । ତେବେ ଏକ୍ଷେତ୍ରରେ ବିଶ୍ୱ ଦରବାରରେ ଆଇଟିଭି ଉଲ୍ଲେଖନୀୟ କାର୍ଯ୍ୟ କରିବାକୁ ସେ ଆହ୍ୱାନ ଦେଇଥିଲେ ।

 

ଏହି ଉତ୍ସବରେ ଅନ୍ୟ ମାନ୍ୟ ଗଣ୍ୟ ଅତିଥିମାନଙ୍କ ସହ ଆଇଟିଭି ମିଡିଆ ପ୍ରତିଷ୍ଠାତା ତଥା ରାଜ୍ୟସଭା ସାଂସଦ କାର୍ତିକେୟ ଶର୍ମା, ଅଷ୍ଟ୍ରେଲିଆର ପୂର୍ବତନ ପ୍ରଧାନମନ୍ତ୍ରୀ ଟୋନି ଆବଟ୍ଟ, ଶ୍ରୀଲଙ୍କାର ପୂର୍ବ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ରନିଲ ବିକ୍ରମସିଙ୍ଘେ ଉପସ୍ଥିତ ଥିଲେ ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's electronics exports surge 11-fold to Rs 4.24 lakh crore, women's workforce nears 30%

Media Coverage

India's electronics exports surge 11-fold to Rs 4.24 lakh crore, women's workforce nears 30%
NM on the go

Nm on the go

Always be the first to hear from the PM. Get the App Now!
...
Prime Minister recalls the courage of those impacted by Partition on Partition Horrors Remembrance Day
August 14, 2026
PM shares Sanskrit Subhashitam highlighting the power of hard work and human endeavor

Prime Minister Shri Narendra Modi today stated that as we mark Partition Horrors Remembrance Day, we recall the courage of all those who were impacted by Partition. He noted that it was a moment in history that tore apart several lives, where families were uprooted, loved ones were lost, and immense suffering was endured.

The Prime Minister highlighted that at the same time, overcoming this, people rebuilt their lives from nothing, turned adversity into achievement, and contributed immensely to our nation’s progress. He observed that their life journeys remind us of the strength of the human spirit. Shri Modi expressed hope that this day may deepen our resolve to preserve harmony and brotherhood in our nation and collectively work towards building a Viksit Bharat.

The Prime Minister offered his heartfelt tributes to all those countrymen who, emerging from that horrific period, made invaluable contributions to the progress of the country. He stated that through their courage and capability, they showed how resolutions are accomplished even in adverse circumstances. Shri Modi called upon everyone to further strengthen the national spirit of goodwill and solidarity.

Sharing a Subhashitam, the Prime Minister emphasized that it is through hard work, enterprise, and dedicated effort that diverse arts, science, technological skills, craftsmanship, and innovations flourish, paving the way for success. He added that therefore, one should not remain dependent on fate; rather, one should move steadily towards one's goals with courage, diligence, and persistent effort, for it is human endeavor that shapes destiny.

In a series of posts on X, the Prime Minister wrote:

"Today we mark #PartitionHorrorsRemembranceDay. We recall the courage of all those who were impacted by Partition. It was a moment in history that tore apart several lives…families were uprooted, loved ones were lost and immense suffering was endured.

At the same time, overcoming this, people rebuilt their lives from nothing, turned adversity into achievement and contributed immensely to our nation’s progress. Their life journeys remind us of the strength of the human spirit.

May this day deepen our resolve to preserve harmony and brotherhood in our nation and collectively work towards building a Viksit Bharat."

"विभाजन विभीषिका स्मृति दिवस पर उन सभी देशवासियों का हृदय से नमन, जिन्होंने उस वीभत्स दौर से निकलकर देश की प्रगति में अमूल्य योगदान दिया। उन्होंने अपने साहस और सामर्थ्य से दिखाया कि कैसे विपरीत परिस्थितियों में भी संकल्पों को सिद्ध किया जाता है। आइए, सद्भावना और एकजुटता की राष्ट्रीय भावना को और सशक्त करें।

उद्यमस्य प्रसादेन दृश्यन्ते विविधाः कलाः।
कातरा एव जल्पन्ति यद् भाव्यं तद् भविष्यति॥”

It is through hard work, enterprise and dedicated effort that diverse arts, science, technological skills, craftsmanship and innovations flourish, paving the way for success. Therefore, one should not remain dependent on fate; rather, one should move steadily towards one's goals with courage, diligence and persistent effort, for it is human endeavor that shapes destiny.