ଏନ୍‍ସିସି କ୍ରମାଗତ ଭାବେ ଭାରତର ଯୁବକମାନଙ୍କୁ ରାଷ୍ଟ୍ର ନିର୍ମାଣ ଦିଗରେ ପ୍ରେରଣା ଦେଇଆସିଛି: ପ୍ରଧାନମନ୍ତ୍ରୀ
ଭାରତର ଯୁବଗୋଷ୍ଠୀ ବିଶ୍ୱ କଲ୍ୟାଣ ପାଇଁ ଏକ ଶକ୍ତି: ପ୍ରଧାନମନ୍ତ୍ରୀ
ବିଗତ ୧୦ ବର୍ଷ ମଧ୍ୟରେ ଭାରତର ଯୁବକମାନେ ସମ୍ମୁଖୀନ ହେଉଥିବା ଅନେକ ପ୍ରତିବନ୍ଧକକୁ ଦୂର କରିବା ଦିଗରେ ଆମେ କାର୍ଯ୍ୟ କରିଛୁ, ଏହା ଭାରତର ଯୁବବର୍ଗଙ୍କ ସାମର୍ଥ୍ୟକୁ ବୃଦ୍ଧି କରିଛି: ପ୍ରଧାନମନ୍ତ୍ରୀ
ଏହି ଅମୃତ କାଳରେ ଆମକୁ କେବଳ ଗୋଟିଏ ଲକ୍ଷ୍ୟ ମନେ ରଖିବାକୁ ପଡ଼ିବ, ତାହା ହେଲା ବିକଶିତ ଭାରତ, ଆମର ପ୍ରତ୍ୟେକ ନିଷ୍ପତ୍ତିର ମାନଦଣ୍ଡ, ଆମର ପ୍ରତ୍ୟେକ କାର୍ଯ୍ୟ ବିକଶିତ ଭାରତ ପାଇଁ ହେବା ଉଚିତ୍: ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଦିଲ୍ଲୀର କାରିଅପ୍ପା ପ୍ୟାରେଡ୍ ଗ୍ରାଉଣ୍ଡରେ ଜାତୀୟ କ୍ୟାଡେଟ କର୍ପସ୍ (ଏନସିସି) ପିଏମ୍‍ ଶୋଭାଯାତ୍ରାକୁ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ଶ୍ରୀ ମୋଦୀ କ୍ୟାଡେଟ୍‍ଙ୍କ ଦ୍ୱାରା ପରିବେଷଣ କରାଯାଇଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଦେଖିଥିଲେ । ଏହା ସହ ସେ ଶ୍ରେଷ୍ଠ କ୍ୟାଡେଟ୍ ପୁରସ୍କାର ପ୍ରଦାନ କରିଥିଲେ। ଏନସିସି ଦିବସ ଅବସରରେ ଉପସ୍ଥିତ ଜନତାଙ୍କୁ ଅଭିନନ୍ଦନ ଜଣାଇବା ସହ ପ୍ରଧାନମନ୍ତ୍ରୀ ଏହି ଉତ୍ସବରେ ଯୋଗ ଦେଇଥିବା ୧୮ ଦେଶର ପ୍ରାୟ ୧୫୦ କ୍ୟାଡେଟ୍ ସ୍ୱାଗତ କରିଥିଲେ । ମେରା ଯୁବ ଭାରତ ପୋର୍ଟାଲ ମାଧ୍ୟମରେ ଭର୍ଚୁଆଲ ପ୍ଲାଟଫର୍ମରେ ଯୋଗ ଦେଇଥିବା ସମଗ୍ର ଭାରତର ଯୁବକମାନଙ୍କୁ ସେ ଅଭିନନ୍ଦନ ଜଣାଇଥିଲେ ।

 

କ୍ୟାଡେଟମାନଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ସାଧାରଣତନ୍ତ୍ର ଦିବସ ପରେଡ୍ ପାଇଁ ମନୋନୀତ ହେବା ସ୍ୱୟଂ ଏକ ସଫଳତା। ସେ ଆହୁରି ମଧ୍ୟ କହିଛନ୍ତି ଯେ ଚଳିତ ବର୍ଷର ସାଧାରଣତନ୍ତ୍ର ଦିବସ ଅନ୍ୟ ବର୍ଷ ଅପେକ୍ଷା ଭିନ୍ନ ଥିଲା କାରଣ ଏହି ବର୍ଷ ଭାରତ ଏକ ଗଣତାନ୍ତ୍ରିକ ରାଷ୍ଟ୍ର ଭାବେ ୭୫ ବର୍ଷ ପୂରଣ କରିଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ସ୍ମୃତି ଜୀବନସାରା ରହିବ ଏବଂ କ୍ୟାଡେଟମାନେ ଏହି ଗୁରୁତ୍ୱପୂର୍ଣ୍ଣ ଅବସରର ଏକ ଅଂଶ ହୋଇଥିବାରୁ ଗର୍ବ ଅନୁଭବ କରିବେ। ପୁରସ୍କାର ଜିତିଥିବା କ୍ୟାଡେଟମାନଙ୍କୁ ସେ ଅଭିନନ୍ଦନ ଜଣାଇଛନ୍ତି। ଏନ୍‍ସିସି ପକ୍ଷରୁ ଆୟୋଜିତ ଅନେକ ଅଭିଯାନକୁ ଆଜି ପତାକା ଦେଖାଇ ଶୁଭାରମ୍ଭ କରିବାର ସୁଯୋଗ ମିଳିଛି ବୋଲି ମନ୍ତବ୍ୟ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏଭଳି ଅଭିଯାନ ଭାରତର ଐତିହ୍ୟ ସହ ଯୁବବର୍ଗଙ୍କ ଆକାଂକ୍ଷା ସହ ଯୋଡ଼ିଛି। ଏହି ଅଭିଯାନରେ ସାମିଲ ହୋଇଥିବା ସମସ୍ତ କ୍ୟାଡେଟଙ୍କୁ ସେ ଶୁଭେଚ୍ଛା ଜଣାଇଛନ୍ତି।

 

ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ ଯେ ଏନସିସି ଭାରତର ସ୍ୱାଧୀନତା ସମୟରେ ସ୍ଥାପିତ ହୋଇଥିଲା । ଅର୍ଥାତ୍‍ ଏନସିସିର ଯାତ୍ରା ଦେଶର ସମ୍ବିଧାନ ନିର୍ମାଣ ପୂର୍ବରୁ ହିଁ ଆରମ୍ଭ ହୋଇଥିଲା । ଶ୍ରୀ ମୋଦୀ କହିଥିଲେ ଯେ ୭୫ ବର୍ଷରୁ ଅଧିକ ସମୟ ଧରି ସମ୍ବିଧାନ ଗଣତନ୍ତ୍ରକୁ ପ୍ରେରଣା ଦେଇ ଦେଶ ଗଠନରେ ନାଗରିକ କର୍ତ୍ତବ୍ୟକୁ ଗୁରୁତ୍ୱାରୋପ କରିଛି। ସେହିଭଳି ଏନ୍‍ସିସି ଦେଶ ନିର୍ମାଣରେ ଭାରତର ଯୁବକମାନଙ୍କୁ ପ୍ରେରଣା ଦେବା ସହ ଶୃଙ୍ଖଳାର ଗୁରୁତ୍ୱ ଶିଖାଇଛି । ସାମ୍ପ୍ରତିକ ବର୍ଷମାନଙ୍କରେ ଏନସିସିର ପରିସର ଏବଂ ଦାୟିତ୍ୱକୁ ବିସ୍ତାର କରିବା ପାଇଁ ସରକାର ବ୍ୟାପକ ଭାବରେ କାର୍ଯ୍ୟ କରିଥିବାରୁ ପ୍ରଧାନମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଥିଲେ । ସେ ଉଲ୍ଲେଖ କରିଛନ୍ତି ଯେ ଏନସିସିକୁ ସୀମାନ୍ତ ଅଞ୍ଚଳ ଏବଂ ଉପକୂଳ ଜିଲ୍ଲାଗୁଡିକରେ ବିସ୍ତାର କରାଯାଇଛି, ୧୭୦ରୁ ଅଧିକ ସୀମାନ୍ତ ଜିଲ୍ଲା ଏବଂ ପାଖାପାଖି ୧୦୦ ଉପକୂଳବର୍ତ୍ତୀ ଜିଲ୍ଲାରେ ବର୍ତ୍ତମାନ ଏନସିସିର ଶାଖା କାର୍ଯ୍ୟ କରୁଛି। ଏହି ଜିଲ୍ଲାଗୁଡ଼ିକରେ ଯୁବ ଏନସିସି କ୍ୟାଡେଟମାନଙ୍କୁ ବିଶେଷ ଭାବେ ପ୍ରଶିକ୍ଷଣ ଦେବାର ଦାୟିତ୍ୱ ଗ୍ରହଣ କରିଥିବାରୁ ଶ୍ରୀ ମୋଦୀ ତିନି ସଶସ୍ତ୍ର ବାହିନୀକୁ ଅଭିନନ୍ଦନ ଜଣାଇଥିଲେ । ଏହି ପଦକ୍ଷେପ ଦ୍ୱାରା ସୀମାନ୍ତ ଅଞ୍ଚଳରେ ରହୁଥିବା ହଜାର ହଜାର ଯୁବକ ଉପକୃତ ହୋଇଛନ୍ତି ବୋଲି ସେ କହିଥିଲେ। କ୍ୟାଡେଟଙ୍କ ସଂଖ୍ୟା ବଢ଼ୁଥିବାରୁ ଏନସିସିରେ ସଂସ୍କାର ସ୍ପଷ୍ଟ ହେଉଛି ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ କହିଥିଲେ ଯେ ୨୦୧୪ରେ ପ୍ରାୟ ୧୪ ଲକ୍ଷ ଏନସିସି କ୍ୟାଡେଟ୍ ଥିଲେ ଏବଂ ଆଜି ଏହି ସଂଖ୍ୟା ୨୦ ଲକ୍ଷରେ ପହଞ୍ଚିଛି, ଯେଉଁଥିରେ ୮ ଲକ୍ଷରୁ ଅଧିକ ବାଳିକା କ୍ୟାଡେଟ୍ ଅଛନ୍ତି। ବିପର୍ଯ୍ୟୟ ପରିଚାଳନାରେ ଏନସିସି କ୍ୟାଡେଟ୍ମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା ସହ କ୍ରୀଡ଼ା ଜଗତରେ ଉତ୍କୃଷ୍ଟ ପ୍ରଦର୍ଶନ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ । ଏନସିସିକୁ ବିଶ୍ୱର ସର୍ବବୃହତ ୟୁନିଫର୍ମଧାରୀ ଯୁବ ସଂଗଠନ ବୋଲି କହି ସେ ଏଥିପାଇଁ ଗର୍ବ ଅନୁଭବ କରନ୍ତି ବୋଲି କହିଥିଲେ ପ୍ରଧାନମନ୍ତ୍ରୀ। ।

 

ଏକବିଂଶ ଶତାବ୍ଦୀରେ ଭାରତର ଯୁବବର୍ଗ ଦେଶ ଓ ବିଶ୍ୱକୁ ନିର୍ଦ୍ଧାରଣ କରିବେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। "ଭାରତୀୟ ଯୁବକମାନେ କେବଳ ଭାରତର ବିକାଶରେ ଯୋଗଦାନ ଦେଉନାହାନ୍ତି ବରଂ ବିଶ୍ୱ ର ମଙ୍ଗଳ ପାଇଁ ଏକ ଶକ୍ତି" ବୋଲି ସେ ଗୁରୁତ୍ୱାରୋପ କରିଥିଲେ । ନିକଟରେ ଖବରକାଗଜରେ ପ୍ରକାଶିତ ଏକ ରିପୋର୍ଟକୁ ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗତ ଦଶନ୍ଧି ମଧ୍ୟରେ ଭାରତୀୟ ଯୁବକମାନେ ଦେଢ଼ ଲକ୍ଷରୁ ଅଧିକ ଷ୍ଟାର୍ଟଅପ୍ ଏବଂ ୧୦୦ରୁ ଅଧିକ ୟୁନିକର୍ନ ସୃଷ୍ଟି କରିଛନ୍ତି। ଯେଉଁଥିରେ ଭାରତୀୟ ବଂଶୋଦ୍ଭବମାନେ ନେତୃତ୍ୱ ନେଉଛନ୍ତି, ବିଶ୍ୱ ଜିଡିପିରେ ଟ୍ରିଲିୟନ ଟଙ୍କା ଯୋଗଦାନ କରୁଛନ୍ତି ଏବଂ ଲକ୍ଷ ଲକ୍ଷ ଲୋକଙ୍କ ଜୀବନରେ ଉନ୍ନତି ଆଣିବାରେ ସାହାଯ୍ୟ କରୁଛନ୍ତି । ଭାରତୀୟ ବୈଜ୍ଞାନିକ, ଗବେଷକ ଏବଂ ଶିକ୍ଷକମାନେ ବିଶ୍ୱର ପ୍ରଗତିକୁ ତ୍ୱରାନ୍ୱିତ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ । ସେ କହିଥିଲେ ଯେ କୌଣସି କ୍ଷେତ୍ରରେ ଭାରତର ଯୁବବର୍ଗଙ୍କ ପ୍ରତିଭା ଓ ଶକ୍ତିକୁ ଅଗ୍ରାହ୍ୟ କରି ବିଶ୍ୱର ଭବିଷ୍ୟତ କଳ୍ପନା କରିବା କଷ୍ଟକର ଏବଂ ସେଥିପାଇଁ ସେ ସେମାନଙ୍କୁ 'ବିଶ୍ୱ ମଙ୍ଗଳ ପାଇଁ ଶକ୍ତି' ବୋଲି ସମ୍ବୋଧନ କରନ୍ତି ।

 

ଅନାବଶ୍ୟକ ବାଧାବିଘ୍ନ ଦୂର ହେଲେ କୌଣସି ବ୍ୟକ୍ତି ବା ଦେଶର ଶକ୍ତି ବୃଦ୍ଧି ପାଇଥାଏ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ଏହି ଅବସରରେ ସନ୍ତୋଷ ବ୍ୟକ୍ତ ସେ କରିଥିଲେ ଯେ ଗତ ୧୦ ବର୍ଷ ମଧ୍ୟରେ ଭାରତରେ ଯୁବକମାନେ ସମ୍ମୁଖୀନ ହେଉଥିବା ଅନେକ ପ୍ରତିବନ୍ଧକ ଦୂର ହୋଇଛି ଏବଂ ଉଭୟ ଯୁବକ ଏବଂ ରାଷ୍ଟ୍ରର ସାମର୍ଥ୍ୟ ବୃଦ୍ଧି ପାଇଛି । ୨୦୧୪ରେ ଅଧିକାଂଶ ଯୁବକଙ୍କ ବୟସ ପ୍ରାୟ ୧୦-୧୨ ବର୍ଷ ହୋଇଥିବାରୁ ସେମାନେ ସେମାନଙ୍କ ପରିବାର ଲୋକଙ୍କୁ ସେହି ସମୟର ସ୍ଥିତି ବିଷୟରେ ପଚାରି ସେ ସମୟକୁ ଜାଣିବା ଉଚିତ ବୋଲି ସେ ଉଲ୍ଲେଖ କରିଥିଲେ। ପ୍ରଧାନମନ୍ତ୍ରୀ ଦସ୍ତାବିଜ ପ୍ରମାଣୀକରଣର ଏକ ଉଦାହରଣ ପ୍ରଦାନ କରିଥିଲେ, ଯେଉଁଠାରେ ପୂର୍ବରୁ ନାମଲେଖା, ପରୀକ୍ଷା ଏବଂ ନିଯୁକ୍ତି ପାଇଁ ଜଣେ ଗେଜେଟେଡ୍ ଅଧିକାରୀଙ୍କ ଦ୍ୱାରା ଦସ୍ତାବିଜ ଯାଞ୍ଚ କରିବାକୁ ପଡୁଥିଲା, ଯାହା କି ଗୁରୁତ୍ୱପୂର୍ଣ୍ଣ ଅସୁବିଧା ସୃଷ୍ଟି କରିଥିଲା । ସେ ଆଲୋକପାତ କରିଥିଲେ ଯେ ସରକାର ଏହି ସମସ୍ୟାର ସମାଧାନ କରିଛନ୍ତି ଏବଂ ବର୍ତ୍ତମାନ ଦସ୍ତାବିଜଗୁଡିକର ସ୍ୱୟଂ ପ୍ରମାଣୀକରଣ କୁ ଅନୁମତି ଦେଇଛନ୍ତି । ଛାତ୍ରବୃତ୍ତି ପାଣ୍ଠି ପ୍ରଦାନରେ ଅନେକ ସମସ୍ୟା ରହିଥିବା ବେଳେ ଛାତ୍ରବୃତ୍ତି ପାଇଁ ଆବେଦନ କରିବା ଓ ଗ୍ରହଣ କରିବାରେ ଯୁବପିଢ଼ି ସମ୍ମୁଖୀନ ହେଉଥିବା ଅସୁବିଧା ବିଷୟରେ ମଧ୍ୟ ସେ ଉଲ୍ଲେଖ କରିଥିଲେ। ସିଙ୍ଗଲ ୱିଣ୍ଡୋ ବ୍ୟବସ୍ଥା ପ୍ରଚଳନ ଏହି ପୁରୁଣା ସମସ୍ୟାକୁ ଦୂର କରିଛି ବୋଲି ସେ ଆଲୋକପାତ କରିଥିଲେ। ବିଷୟ ଚୟନ ସହ ଜଡିତ ଅନ୍ୟ ଏକ ପ୍ରମୁଖ ପ୍ରସଙ୍ଗ ଉପରେ ଆଲୋକପାତ କରି ଶ୍ରୀ ମୋଦୀ କହିଥିଲେ ଯେ ପୂର୍ବରୁ ବୋର୍ଡ ପରୀକ୍ଷା ପରେ ଗୋଟିଏ ବିଷୟ ଚୟନ ହେବା ପରେ ଏହାକୁ ବଦଳାଇବା କଷ୍ଟକର ଥିଲା, କିନ୍ତୁ ବର୍ତ୍ତମାନ ନୂତନ ଜାତୀୟ ଶିକ୍ଷା ନୀତିରେ ନିଜ ପସନ୍ଦ ଅନୁଯାୟୀ ବିଷୟ ପରିବର୍ତ୍ତନ କରିବାର ନମନୀୟତା ପ୍ରଦାନ କରାଯାଇଛି ।

 

ଏକ ଦଶନ୍ଧି ପୂର୍ବେ ଯୁବକମାନଙ୍କ ପାଇଁ ବ୍ୟାଙ୍କ ଋଣ ପାଇବା କଷ୍ଟକର ଥିଲା କାରଣ ବ୍ୟାଙ୍କଗୁଡିକ ଋଣ ପ୍ରଦାନ କରିବା ପୂର୍ବରୁ ଗ୍ୟାରେଣ୍ଟି ମାଗୁଥିଲେ। ଏ ବିଷୟକୁ ଉଲ୍ଲେଖ କରି ଶ୍ରୀ ମୋଦୀ କହିଥିଲେ ଯେ ୨୦୧୪ରେ ଯେତେବେଳେ ସେ ପ୍ରଧାନମନ୍ତ୍ରୀ ହୋଇଥିଲେ, ସେତେବେଳେ ସେ ପ୍ରତିଶ୍ରୁତି ଦେଇଥିଲେ ଯେ ସେ ଦେଶର ଯୁବକମାନଙ୍କ ପାଇଁ ଦାୟିତ୍ୱ ନେବେ । ସେ ଆହୁରି ମଧ୍ୟ କହିଛନ୍ତି ଯେ ସରକାର ମୁଦ୍ରା ଯୋଜନା ଆରମ୍ଭ କରିଥିଲେ, ଯେଉଁଥିରେ ବ୍ୟାଙ୍କ ଗ୍ୟାରେଣ୍ଟି ବିନା ଋଣ ପ୍ରଦାନ କରାଯାଇଥିଲା । ଏହି ଯୋଜନା ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ପ୍ରଥମେ ବିନା ଗ୍ୟାରେଣ୍ଟିରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦିଆଯାଉଥିଲା ଏବଂ ସରକାରଙ୍କ ତୃତୀୟ କାର୍ଯ୍ୟକାଳରେ ଏହି ସୀମାକୁ ୨୦ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି । ଗତ ୧୦ ବର୍ଷ ମଧ୍ୟରେ ମୁଦ୍ରା ଯୋଜନାରେ ୪୦ ଲକ୍ଷ କୋଟି ରୁ ଅଧିକ ଟଙ୍କା ପ୍ରଦାନ କରାଯାଇଛି, ଯାହା ଲକ୍ଷ ଲକ୍ଷ ଯୁବକଙ୍କୁ ସେମାନଙ୍କ ବ୍ୟବସାୟ ଆରମ୍ଭ କରିବାରେ ସାହାଯ୍ୟ କରିଛି ବୋଲି ସେ ଆଲୋକପାତ କରିଥିଲେ ।

 

ଯୁବବର୍ଗଙ୍କ ଭବିଷ୍ୟତ ପାଇଁ ନିର୍ବାଚନ ବ୍ୟବସ୍ଥାର ଗୁରୁତ୍ୱ ଉପରେ ଆଲୋକପାତ କରି ଶ୍ରୀ ମୋଦୀ କହିଥିଲେ ଯେ ଦୁଇଦିନ ତଳେ ଜାତୀୟ ଭୋଟର ଦିବସ ପାଳନ କରାଯାଇଥିଲା ଏବଂ ଅନେକ ଯୁବକ ପ୍ରଥମ ଥର ପାଇଁ ଭୋଟର ହେବାର ଗୌରବ ଅର୍ଜନ କରିଥିଲେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଭୋଟର ଦିବସର ଉଦ୍ଦେଶ୍ୟ ହେଉଛି ଅଧିକରୁ ଅଧିକ ଭୋଟରଙ୍କ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିବା । ଭାରତରେ ବିଶ୍ୱର ସର୍ବବୃହତ ନିର୍ବାଚନ ହେଉଥିବାବେଳେ କିଛି ମାସ ବ୍ୟବଧାନରେ କୌଣସି ନା କୌଣସି ନିର୍ବାଚନ ହେବା ଆହ୍ୱାନ ସୃଷ୍ଟି କରୁଛି ବୋଲି ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ। ପ୍ରାରମ୍ଭରେ ଲୋକସଭା ଓ ବିଧାନସଭା ନିର୍ବାଚନ ଏକାସାଙ୍ଗରେ ହେଉଥିଲେ ହେଁ ଏହି ଢାଞ୍ଚା ବଦଳିଯାଇଥିବାରୁ ଦେଶ ପାଇଁ ଗୁରୁତ୍ୱପୂର୍ଣ୍ଣ ସମସ୍ୟା ସୃଷ୍ଟି ହୋଇଛି। ବାରମ୍ବାର ନିର୍ବାଚନ ପାଇଁ ଭୋଟର ତାଲିକା ଅପଡେଟ୍ କରିବା ସହ ଅନେକ କାର୍ଯ୍ୟରେ ସାମିଲ ହେବା ସହ ଶିକ୍ଷକଙ୍କ କର୍ତ୍ତବ୍ୟ, ପାଠପଢ଼ା ଓ ପରୀକ୍ଷା ପ୍ରସ୍ତୁତି ପ୍ରଭାବିତ ହୋଇଥାଏ ବୋଲି ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ବାରମ୍ବାର ନିର୍ବାଚନ ମଧ୍ୟ ପ୍ରଶାସନିକ ଅସୁବିଧା ସୃଷ୍ଟି କରୁଛି ଏବଂ ସେଥିପାଇଁ ଦେଶ ବର୍ତ୍ତମାନ "ଏକ ରାଷ୍ଟ୍ର, ଗୋଟିଏ ନିର୍ବାଚନ" ଧାରଣା ଉପରେ ବିତର୍କ କରୁଛି । ପ୍ରଧାନମନ୍ତ୍ରୀ ମୋଦୀ ଭାରତର ଯୁବକମାନଙ୍କୁ ଏହି ବିତର୍କରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିବାକୁ ଆହ୍ୱାନ କରିଥିଲେ, କାରଣ ଏହା ସେମାନଙ୍କ ଭବିଷ୍ୟତକୁ ସିଧାସଳଖ ପ୍ରଭାବିତ କରିଥାଏ । ସେ ଉଲ୍ଲେଖ କରିଛନ୍ତି ଯେ ଯୁକ୍ତରାଷ୍ଟ୍ର ଆମେରିକା ଭଳି ଦେଶରେ ନୂତନ ସରକାର ଗଠନ ପାଇଁ ତାରିଖ ଧାର୍ଯ୍ୟ କରାଯାଏ ଏବଂ ପ୍ରତି ଚାରି ବର୍ଷରେ ନିର୍ବାଚନ ଅନୁଷ୍ଠିତ ହୁଏ । ହେଲେ ଆମ ଦେଶରେ ପ୍ରତି କିଛି ମାସରେ ନିର୍ବାଚନ ହେବାଦ୍ୱାରା ଏହାର ପ୍ରଭାବ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଉପରେ ପଡ଼ିଥାଏ। ଏଣୁ 'ଏକ ରାଷ୍ଟ୍ର, ଗୋଟିଏ ନିର୍ବାଚନ' ବିତର୍କରେ ସାମିଲ ହେବାକୁ ସେ ଯୁବକମାନଙ୍କୁ ଉତ୍ସାହିତ କରିଥିଲେ।

 

ଏକବିଂଶ ଶତାବ୍ଦୀର ବିଶ୍ୱ ଦ୍ରୁତ ଗତିରେ ବଦଳୁଛି ଏବଂ ଏହି ପରିବର୍ତ୍ତନ ସହିତ ତାଳ ଦେଇ ଚାଲିବା ଜରୁରୀ ବୋଲି ମନ୍ତବ୍ୟ ଦେଇ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଏହି ପରିବର୍ତ୍ତନରେ ଯୁବବର୍ଗଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ। କଳା, ଗବେଷଣା ହେଉ ବା ନବସୃଜନ ପ୍ରତ୍ୟେକ କ୍ଷେତ୍ରରେ ଯୁବପିଢ଼ି ନିଜ ଅଭିନବ ଚିନ୍ତାଧାରା ଓ ସୃଜନଶୀଳତା ମାଧ୍ୟମରେ ନୂତନ ଶକ୍ତି ଆଣିବା ଦରକାର ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ରାଜନୀତିର ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ଭାବରେ ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ ଏବଂ ନୂତନ ପରାମର୍ଶ ଏବଂ ଅଭିନବ ଚିନ୍ତାଧାରା ସହିତ ଯୁବକମାନଙ୍କୁ ରାଜନୀତିରେ ପ୍ରବେଶ କରିବାକୁ ଉତ୍ସାହିତ କରିଥିଲେ। ସେ କହିଥିଲେ ଯେ ଏହା ସମୟର ଆବଶ୍ୟକତା । ଏକ ଲକ୍ଷ ଯୁବକ ରାଜନୀତିରେ ଯୋଗ ଦେବା ପାଇଁ ଲାଲକିଲ୍ଲାରୁ ଆହ୍ୱାନ ଦେଇଥିଲେ। ପ୍ରଧାନମନ୍ତ୍ରୀ ମୋଦୀ "ବିକଶିତ ଭାରତ: ଯୁବ ନେତା ଆଲୋଚନା" ସମୟରେ ପ୍ରଦର୍ଶିତ ଯୁବବର୍ଗଙ୍କ ଶକ୍ତି ବିଷୟରେ ଉଲ୍ଲେଖ କରିଥିଲେ । ଏହି ଅବସରରେ ଏକ ବିକଶିତ ଭାରତ ଗଠନ ପାଇଁ ସାରା ଦେଶରେ ଲକ୍ଷ ଲକ୍ଷ ଯୁବକ ଅମୂଲ୍ୟ ପରାମର୍ଶ ପ୍ରଦାନ କରିବା ସହ ନିଜର ଚିନ୍ତାଧାରା ବ୍ୟକ୍ତ କରିଛନ୍ତି ବୋଲି ସେ ଉଲ୍ଲେଖ କରିଥିଲେ ।

 

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସ୍ୱାଧୀନତା ସଂଗ୍ରାମ ସମୟରେ ସବୁ ବୃତ୍ତି, ପେସା ଓ ବ୍ୟବସାୟ ବର୍ଗର ଗୋଟିଏ ଲକ୍ଷ୍ୟ ଥିଲା- ଭାରତର ସ୍ୱାଧୀନତା । ସେହିଭଳି ଏହି ଅମୃତ କାଳରେ ଆମର ଏକମାତ୍ର ଲକ୍ଷ୍ୟ ହେଉଛି ‘ବିକଶିତ ଭାରତ’। ଏହି ଲକ୍ଷ୍ୟ ହାସଲ ପାଇଁ ପ୍ରତ୍ୟେକ ନିଷ୍ପତ୍ତି ଏବଂ କାର୍ଯ୍ୟକୁ ବିଚାର କରାଯିବା ଉଚିତ ବୋଲି ସେ ଗୁରୁତ୍ୱାରୋପ କରିଥିଲେ। ଏହି ଅବସରରେ ସେ ପଞ୍ଚପ୍ରାଣ ବିଷୟରେ ଯୁବାବର୍ଗଙ୍କୁ ପ୍ରତିବଦ୍ଧ ହେବାକୁ ଉତ୍ସାହିତ କରିଥିଲେ। ଏହି ପଞ୍ଚପ୍ରାଣ ହେଉଛି- ବିକଶିତ ଭାରତ ଗଠନ, ଦାସତ୍ୱର ମାନସିକତାରୁ ମୁକ୍ତି, ଐତିହ୍ୟକୁ ନେଇ ଗର୍ବ କରିବା, ଭାରତର ଏକତା ପାଇଁ କାର୍ଯ୍ୟ କରିବା ଏବଂ ସଚ୍ଚୋଟତାର ସହ କର୍ତ୍ତବ୍ୟ ପାଳନ କରିବା । ଏହି ପଞ୍ଚ ପ୍ରାଣ ପ୍ରତ୍ୟେକ ଭାରତୀୟଙ୍କୁ ମାର୍ଗଦର୍ଶନ ଓ ପ୍ରେରଣା ଯୋଗାଇବ ବୋଲି ସେ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ଆୟୋଜିତ ସାଂସ୍କୃତିକ ପ୍ରଦର୍ଶନକୁ ପ୍ରଶଂସା କରି ଶ୍ରୀ ମୋଦୀ କହିଥିଲେ ଯେ ଏହା ଦେଶର ଏକ ଗୁରୁତ୍ୱପୂର୍ଣ୍ଣ ଶକ୍ତି "ଏକ ଭାରତ, ଶ୍ରେଷ୍ଠ ଭାରତ"ର ଭାବନାକୁ ପ୍ରତିଫଳିତ କରୁଛି । ପ୍ରୟାଗରାଜଠାରେ ଚାଲିଥିବା ମହାକୁମ୍ଭ ଆୟୋଜନ ମଧ୍ୟ ଦେଶର ଏକତାର ପ୍ରତୀକ ବୋଲି ସେ ଉଲ୍ଲେଖ କରି ତାହାକୁ 'ଏକତାର କୁମ୍ଭ' ବୋଲି କହିଥିଲେ। ଦେଶର ପ୍ରଗତି ପାଇଁ ଏହି ଏକତା ଜରୁରୀ ବୋଲି ସେ କହିଥିଲେ।

ନିଜର କର୍ତ୍ତବ୍ୟକୁ ସର୍ବଦା ମନେ ରଖିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । କର୍ତ୍ତବ୍ୟ ଆଧାରରେ ଏକ ଭବ୍ୟ ଏବଂ ଦିବ୍ୟ ବିକଶିତ ଭାରତର ମୂଳଦୁଆ ଗଢି ଉଠିବ ବୋଲି ନିଜର ଅଭିଭାଷଣ କହିଥିଲେ ପ୍ରଧାନମନ୍ତ୍ରୀ। କ୍ୟାଡେଟ୍ ଏବଂ ଯୁବକମାନଙ୍କୁ ଉତ୍ସାହିତ କରିବା ପାଇଁ ଲେଖିଥିବା କିଛି ଧାଡ଼ିକୁ ବକ୍ତବ୍ୟ ଶେଷରେ ମନେ ପକାଇଥିଲେ ଏବଂ ସମସ୍ତଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଥିଲେ ।

 

କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂହ, କେନ୍ଦ୍ର ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ଶ୍ରୀ ସଞ୍ଜୟ ସେଠ, ସେନା ମୁଖ୍ୟ ଜେନେରାଲ ଅନୀଲ ଚୌହାନ, ବାୟୁସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ, ନୌସେନା ମୁଖ୍ୟ ଏୟାର ଚିଫ୍ ମାର୍ଶାଲ ଏପି ସିଂ, ଏନସିସିର ମହାନିର୍ଦ୍ଦେଶକ ଆଡମିରାଲ ଦୀନେଶ କେ ତ୍ରିପାଠୀ, ଲେଫ୍ଟନାଣ୍ଟ ଜେନେରାଲ ଗୁରବୀରପାଲ ସିଂ ଏବଂ ପ୍ରତିରକ୍ଷା ସଚିବ ରାଜେଶ କୁମାର ସିଂ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

 

ପୃଷ୍ଠଭୂମି

 

ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସରେ ଆୟୋଜିତ ଏନ୍‍ସିସି କ୍ୟାମ୍ପରେ ମୋଟ ୨୩୬୧ ଜଣ ଏନସିସି କ୍ୟାଡେଟ୍ ଅଂଶଗ୍ରହଣ କରିଥିଲେ, ଯେଉଁଥିରେ ୯୧୭ ଜଣ ବାଳିକା କ୍ୟାଡେଟ୍ ସାମିଲ। ଏହା ବାଳିକା କ୍ୟାଡେଟମାନନଙ୍କ ପୂର୍ବ ଅଂଶଗ୍ରହଣ ତୁଳନାରେ ସର୍ବାଧିକ ଥିଲା । ପିଏମ୍ ରାଲିରେ ଏହି କ୍ୟାଡେଟମାନଙ୍କ ଅଂଶଗ୍ରହଣ ନୂଆଦିଲ୍ଲୀଠାରେ ଏକ ମାସ ଧରି ଚାଲିଥିବା ଏନସିସି ସାଧାରଣତନ୍ତ୍ର ଦିବସ ଶିବିର ୨୦୨୫ର ସଫଳ ସମାପନକୁ ସୂଚନା ଦେଉଛି । ଚଳିତ ବର୍ଷ ଏନସିସି ପିଏମ ରାଲିର ଥିମ୍ ରହିଥିଲା: 'ଯୁବ ଶକ୍ତି, ବିକଶିତତ ଭାରତ'।

 

ଏହି ଅବସରରେ ୮୦୦ରୁ ଅଧିକ କ୍ୟାଡେଟ୍ ଙ୍କ ଦ୍ୱାରା ଦେଶ ନିର୍ମାଣ ଦିଗରେ ଏନସିସିର ପ୍ରତିବଦ୍ଧତାକୁ ଦର୍ଶାଇ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ୧୮ଟି ବନ୍ଧୁତ୍ୱପୂର୍ଣ୍ଣ ବିଦେଶରୁ ୧୪୪ ଜଣ ଯୁବ କ୍ୟାଡେଟ୍ ଅଂଶଗ୍ରହଣ କରି ଚଳିତ ବର୍ଷର ରାଲିରେ ଉତ୍ସାହ ବଢ଼ାଇଥିଲେ।

 

ଏନସିସି ପିଏମ ରାଲିରେ ସାରା ଦେଶରୁ ମେରା ଯୁବ ଭାରତ, ଶିକ୍ଷା ମନ୍ତ୍ରଣାଳୟ ଏବଂ ଆଦିବାସୀ ବ୍ୟାପାରର ୬୫୦ରୁ ଅଧିକ ସ୍ୱେଚ୍ଛାସେବୀ ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେଇଥିଲେ ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
From Suzuki to Volkswagen, global auto giants bet big on India as sales slow elsewhere

Media Coverage

From Suzuki to Volkswagen, global auto giants bet big on India as sales slow elsewhere
NM on the go

Nm on the go

Always be the first to hear from the PM. Get the App Now!
...
PM Modi reaffirms resolve to harness Science & Tech for National Development and Global Good on National Science Day
February 28, 2026

The Prime Minister highlighted that, on National Science Day, we celebrate the spirit of research, innovation, and scientific curiosity that drives our nation forward.

PM Modi stated that, “This day commemorates the groundbreaking discovery of the Raman Effect by Sir CV Raman”. The Prime Minister noted that this discovery placed Indian research firmly on the global map.

The Prime Minister reaffirmed that our resolve to empower our youth, strengthen research ecosystems, and harness science and technology for national development and global good.

The Prime Minister wrote on X;

Today, on National Science Day, we celebrate the spirit of research, innovation and scientific curiosity that drives our nation forward.

This day commemorates the groundbreaking discovery of the Raman Effect by Sir CV Raman. This discovery placed Indian research firmly on the global map.

We reaffirm our resolve to empower our youth, strengthen research ecosystems and harness science and technology for national development and global good.