“ଏନସିସିରୁ ଯେଉଁ ତାଲିମ ଓ ଶିକ୍ଷା ପାଇଛି ତାହା ଦେଶର ଦାୟିତ୍ୱ ତୁଲାଇବାରେ ମତେ ବହୁତ ସାହାଯ୍ୟ କରିଛି”
“ଦେଶର ସୀମାରେ ଏକ ଲକ୍ଷ ନୂତନ ସମର ଶିକ୍ଷାର୍ଥୀଙ୍କୁ ପ୍ରସ୍ତୁତ ରଖାଯାଇଛି”
“ଅଧିକରୁ ଅଧିକ ବାଳିକା ଯେପରି ସମର ଶିକ୍ଷାର୍ଥୀ ବାହିନୀରେ ସାମିଲ ହେବେ ତାହା ଦେଖିବା ଆମର କର୍ତ୍ତବ୍ୟ”
“ଦେଶ ସର୍ବପ୍ରଥମ ସଂକଳ୍ପ ନେଇ ଯେତେବେଳେ ଯୁବଗୋଷ୍ଠୀ ଆଗାଏ ବିଶ୍ୱର କୌଣସି ଶକ୍ତି ତାକୁ ଆଗକୁ ଯିବାରୁ ରୋକିପାରିବ ନାହିଁ”
“ସମର ଶିକ୍ଷାର୍ଥୀମାନେ ଡିଜିଟାଲ ପଦ୍ଧତି ଅଭ୍ୟାସରେ ପ୍ରମୁଖ ଭୂମିକା ଗ୍ରହଣ କରି ଭୁଲ ତଥ୍ୟ ଓ ଗୁଜବ ବିରୁଦ୍ଧରେ ଜନ ସଚେତନତା ସୃଷ୍ଟି କରିପାରିବେ”
“ସମର ଶିକ୍ଷାର୍ଥୀ ବାହିନୀ ଓ ଜାତୀୟ ସେବା ଯୋଜନା ଶିକ୍ଷା ପରିସରକୁ ନିଶାମୁକ୍ତ ରହିବାରେ ସହାୟକ ଭୂମିକା ଗ୍ରହଣ କରିବେ”

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ   ଆଜି (୨୮.୦୧.୨୨) କ୍ୟାରିଅପ୍ପା ଗ୍ରାଉଣ୍ଡରେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ର‌୍ୟାଲିକୁ ସମ୍ବୋଧନ କରିଛନ୍ତି । ପ୍ରଧାନମନ୍ତ୍ରୀ ଗାର୍ଡ ଅଫ ଅନର ନିରୀକ୍ଷଣ କରିବା ସହ ସମର ଶିକ୍ଷାର୍ଥୀ ବାହିନୀ ଦ୍ୱାରା ଆୟୋଜିତ ମାର୍ଚ୍ଚଫାଷ୍ଟର ମଧ୍ୟ ସମୀକ୍ଷା କରିଥିଲେ । ଏହାଛଡା ଶ୍ରୀ ମୋଦୀ ସମର ଶିକ୍ଷାର୍ଥୀମାନେ ସେମାନଙ୍କ ଦ୍ୱାରା ପ୍ରଦର୍ଶିତ ସେବା କୌଶଳ, ମାଇକ୍ରୋଲାଇଟ୍ ଫ୍ଲାଇଂ,ଖସଡିବା, ପାରାସେଲିଂ ଓ ସାଂସ୍କୃତିକ କାର୍ଯ୍ୟକ୍ରମର ମଧ୍ୟ ଅବଲୋକନ କରିଥିଲେ । ଶ୍ରେଷ୍ଠ ସମର ଶିକ୍ଷାର୍ଥୀ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଠାରୁ ପଦକ ଓ ବ୍ୟାଟନ ଗ୍ରହଣ କରିଥିଲେ ।

ସମବେତ ବ୍ୟକ୍ତି ଓ ଶିକ୍ଷାର୍ଥୀଗଣକୁ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ଦେଶ ଆଜାଦୀ କା ଅମ୍ରିତ ମହୋତ୍ସବ ପାଳନ କରୁଥିବା ପରିପ୍ରେକ୍ଷୀରେ ଏକ ଭିନ୍ନ ସ୍ୱାଦର ଉତ୍ସାହ ଦେଖିପାରୁଥିବା ପ୍ରକାଶ କରିଥିଲେ । ପ୍ରଧାନମନ୍ତ୍ରୀ ନିଜର ସମରଶିକ୍ଷାର୍ଥୀ ରହିଥିବା ବେଳର ସ୍ମୃତିଚାରଣ କରି ତାଙ୍କର ସମର ଶିକ୍ଷାର୍ଥୀ ବେଳର ତାଲିମ ତାଙ୍କୁ ଦେଶର ଦାୟିତ୍ୱ ତୁଲାଇବା ବେଳେ ଶକ୍ତି ପ୍ରଦାନ କରିଛି ବୋଲି କହିଥିଲେ ।

ପ୍ରଧାନମନ୍ତ୍ରୀ ଦେଶ ଗଠନରେ ଅବଦାନ ନିମନ୍ତେ ଲାଲା ଲାଜପତ ରାଏ ଏବଂ ଫିଲ୍ଡ ମାର୍ଶାଲ କ୍ୟାରିଅପ୍ପାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଦେଶର ଏହି ଦୁଇ ମହାନ ସାହସୀ ସୁପୁୁତ୍ରଙ୍କ ଜୟନ୍ତୀ ମଧ୍ୟ ଆଜି ପଡୁଛି ।

ଦେଶ ଆଜି ଯେତେବେଳେ ନୂତନ ସଂକଳ୍ପ ନେଇ ଆଗଉଛି ସମର ଶିକ୍ଷାର୍ଥୀ ବାହିନୀକୁ ମଜଭୂତ କରିବା ପାଇଁ ଅନେକ ପଦକ୍ଷେପ ନିଆଯାଉଛି । ସେଥିପାଇଁ ଦେଶରେ ଉଚ୍ଚସ୍ତରୀୟ ସମୀକ୍ଷା କମିଟି ଗଠନ କରାଯାଇଛି । ଗତ ଦୁଇବର୍ଷ ମଧ୍ୟରେ ସୀମାନ୍ତ ଅଞ୍ଚଳରେ ଏକ ଲକ୍ଷ ନୂତନ ସମରଶିକ୍ଷାର୍ଥୀ ସୃଷ୍ଟି ହୋଇଛନ୍ତି ବୋଲି ସେ କହିଥିଲେ ।

ପ୍ରତିରକ୍ଷା କ୍ଷେତ୍ରରେ କିପରି ଝିଅ ଓ ମହିଳାମାନଙ୍କ ନିମନ୍ତେ ବୃତ୍ତିଗତ ଜୀବନ ପାଇଁ ଦ୍ୱାର ଉନ୍ମୁକ୍ତ କରାଯାଇଛି ପ୍ରଧାନମନ୍ତ୍ରୀ ସେ  ସମ୍ପର୍କରେ  ବିସ୍ତୃତ ଭାବେ କହିଥିଲେ । ଅଧିକରୁ ଅଧିକ ଝିଅ ସମର ଶିକ୍ଷାର୍ଥୀରେ ଯୋଗଦାନ ଦେଶରେ ମନୋଭାବ ପରିବର୍ତ୍ତନର ପ୍ରତୀକଭାବେ ବିବେଚନା କରାଯାଇପାରେ । “ଦେଶ ଆପଣମାନଙ୍କ ଅବଦାନ ଆବଶ୍ୟକ କରୁଛି ଓ ସେଥିପାଇଁ ପର୍ଯ୍ୟାନ୍ତ ସୁଯୋଗ ରହିଛି” ବୋଲି ସେ ବାଳିକା ଶିକ୍ଷାର୍ଥୀମାନଙ୍କୁ କହିଥିଲେ । ସେ କହିଥିଲେ ଯେ,  “ଆଜିକାଲି ଅଧିକରୁ ଅଧିକ ଝିଅ ସୈନିକ ବିଦ୍ୟାଳୟରେ ନାମ ଲେଖାଉଛନ୍ତି ଓ ମହିଳାମାନେ ସେନାରେ ପ୍ରମୁଖ ଦାୟିତ୍ୱ ତୁଲାଉଛନ୍ତି । ଆମ ଦେଶର ଝିଅମାନେ ବାୟୁସେନାର ଲଢୁଆ ବିମାନ ଉଡାଉଛନ୍ତି  । ଏଭଳି  ପରିସ୍ଥିତିରେ ଅଧିକରୁ ଅଧିକ ବାଳିକା ସମର ଶିକ୍ଷାର୍ଥୀରେ ଯୋଗଦେବା ନେଇ ଆମେ ଉଦ୍ୟମ କରିବା ଦରକାର ବୋଲି ସେ କହିଥିଲେ ।

ଯୁବ ସୁଲଭ ଶିକ୍ଷାର୍ଥୀମାନଙ୍କ ସମ୍ପର୍କରେ ଉଲ୍ଲେଖ କରି ସେ କହିଥିଲେ ଯେ ସେମାନଙ୍କ ମଧ୍ୟରୁ ଅଧିକାଂଶ ଏହି ଶତାବ୍ଦୀରେ ଜନ୍ମ ନେଇଥିବାରୁ ୨୦୪୭ ପର୍ଯ୍ୟନ୍ତ ଦେଶକୁ ଆଗେଇ ନେବା ପାଇଁ ସେମାନଙ୍କ ଗୁରୁଦାୟିତ୍ୱ ରହିଛି । “ଆପଣମାନଙ୍କ  ଉଦ୍ୟମ ଓ ସଂକଳ୍ପ ଭାରତର ସଫଳତା ଲକ୍ଷ୍ୟ ହାସଲ ଦିଗରେ ସହାୟକ ହେବ” ବୋଲି ସେ କହିଥିଲେ । ଦେଶକୁ ଆଗରେ ରଖି ଯେଉଁ ଦେଶର ଯୁବସମାଜ ଆଗେଇ ଚାଲେ ବିଶ୍ୱର କୌଣସି ଶକ୍ତି  ସେମାନଙ୍କୁ ଅଟକାଇ ପାରିବ ନାହିଁ  । ଏହାକୁ ଦେଶର ଷ୍ଟାର୍ଟଅପ ଓ ଖେଳପଡିଆର ସଫଳତା ବାସ୍ତବରେ ପ୍ରମାଣ କରି ଦେଖାଇ ଦେଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ଆଜିଠାରୁ ଆରମ୍ଭ କରି ଆଗାମୀ ୨୫ବର୍ଷ ପର୍ଯ୍ୟନ୍ତ ଯେଉଁ ଅମୃତକାଳ ଆସୁଛି ସେଥିରେ ନିଜର ଆକାଂକ୍ଷା ଓ କାର୍ଯ୍ୟ ସହ ଦେଶର ବିକାଶ ଓ ଆଶାକୁ ଯୋଡି ଅଗ୍ରସର ହେବା ପାଇଁ ପ୍ରଧାନମନ୍ତ୍ରୀ ଶିକ୍ଷାର୍ଥୀମାନଙ୍କୁ ନିବେଦନ କରିଥିଲେ । ଆଜିର ଯୁବ ପିଢି ‘ଲୋକାଲ ଫର ଭୋକାଲ’ ଅଭିଯାନରେ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବେ । “ଯଦି ଆଜିର ଯୁବଗୋଷ୍ଠୀ ଭାରତୀୟଙ୍କ ପରିଶ୍ରମ ଓ ସ୍ୱେଦବିନ୍ଦୁରେ ପ୍ରସ୍ତୁତ ଜିନିଷର ବ୍ୟବହାର ନିମନ୍ତେ ସଂକଳ୍ପ ନିଅନ୍ତି, ଭାରତର ଭାଗ୍ୟ ପରିବର୍ତ୍ତନ ହୋଇଯିବ ବୋଲି ସେ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ଗୋଟିଏ ପକ୍ଷରେ ଡିଜିଟାଲ ପ୍ରଯୁକ୍ତି ଜ୍ଞାନ ଓ ସୂଚନା ନେଇ ଅପାର ସମ୍ଭାବନା ରହିଛି । ଅପରପକ୍ଷରେ ତଥ୍ୟର ଅପପ୍ରଚାରରେ ମଧ୍ୟ ବିପଦ ରହିଛି । ଦେଶଣ ସାଧାରଣ ଜନତା ଯେପରି ଗୁଜବର  ଶିକାର ନ ହୁଅନ୍ତି ତାହା ଖୁବ୍ ଗୁରୁତ୍ୱପୂର୍ଣ୍ଣ । ଏଥିପାଇଁ ସମର ଶିକ୍ଷାର୍ଥୀ ମାନେ ଏକ ଜନସଚେତନତା ଅଭିଯାନ ଚଳାଇବାକୁ  ଶ୍ରୀ ମୋଦୀ ପ୍ରସ୍ତାବ ଦେଇଥିଲେ ।

ଯେଉଁଠି ଏସସିସି / ଏନ୍‌ଏସ୍‌ଏସ୍ ରହିଛି ମାଦକ ଦ୍ରବ୍ୟ ସେସବୁ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ନ ପହଂଚିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଆରୋପ କରିଥିଲେ । ସମର ଶିକ୍ଷାର୍ଥୀମାନେ ନିଜେ ମାଦକ ପଦାର୍ଥ ଠାରୁ ନିଜକୁ ଦୂରେଇ ରଖିବା ସହ ସେମାନଙ୍କ ଶିକ୍ଷା ପରିସରତ୍କୁ ମଧ୍ୟ ଏଥିରୁ ଦୂରେଇ ରଖିବାକୁ ଉପଦେଶ ଦେଇଥିଲେ । ଏନସିସି/ଏନ୍‌ଏସଏସ୍‌ରେ ଯେଉଁ ବନ୍ଧୁମାନେ ନାହାଁନ୍ତି ସେମାନଙ୍କୁ ନିଶା ଅଭ୍ୟାସ ପରିହାର କରିବା ଉପରେ ସେ ଗୁରୁତ୍ୱା ଆରୋପ କରିଥିଲେ ।

ଦେଶରେ ସାମୁହିକ ବିକାଶ ପାଇଁ ନୂତନ ଶକ୍ତି ପ୍ରଦାନ କରୁଥିବା ସେଲଫ ଫୋର୍ ସୋସାଇଟି ପୋର୍ଟ୍‌ାଲରେ ନିଜକୁ ଯୋଡିବାକୁ ପ୍ରଧାନମନ୍ତ୍ରୀ ଶିକ୍ଷାର୍ଥୀମାନଙ୍କୁ କହିଥିଲେ । ଏହି ପୋର୍ଟାଲରେ ସାତହଜାରରୁ ଅଧିକ ସଂଗଠନ ଓ ୨ଲକ୍ଷ୨୫ହଜାର ଜନସାଧାରଣ ଯୋଡି ହୋଇଛନ୍ତି ।

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Nepal praises India's efforts in times of crisis; calls PM Modi 'exceptionally generous'

Media Coverage

Nepal praises India's efforts in times of crisis; calls PM Modi 'exceptionally generous'
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 30, 2026
August 30, 2026

Tiranga in Tashkent, Relief in Nepal: Soft Power Meets First Responder

Vocal for Local, Nari Shakti, Real Heroes: Mann Ki Baat’s Atmanirbhar Hour