୨୦,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପିଏମ୍ କିଷାନର ସପ୍ତଦଶ କିସ୍ତି କଲେ ହସ୍ତାନ୍ତର
କୃଷି ସଖୀ ଭାବେ ସ୍ୱୟଂ ସହାୟକ ଗୋଷ୍ଠୀର ୩୦ ହଜାରରୁ ଅଧିକ ମହିଳାଙ୍କୁ ଅନୁଦାନ ପ୍ରମାଣପତ୍ର ପ୍ରଦାନ କଲେ
‘‘କାଶୀବାସୀ ମୋତେ କ୍ରମାଗତ ତୃତୀୟ ଥର ପାଇଁ ନିଜର ପ୍ରତିନିଧି ଭାବେ ନିର୍ବାଚିତ କରି ଆଶୀର୍ବାଦ ଦେଇଛନ୍ତି’’
‘‘କୌଣସି ନିର୍ବାଚିତ ସରକାର କ୍ରମାଗତ ତୃତୀୟ ଥର ପାଇଁ ଶାସନକୁ ଫେରିବା ପୃଥିବୀର ଗଣତାନ୍ତ୍ରିକ ଦେଶମାନଙ୍କରେ ଖୁବ୍ କମ୍ ଦେଖିବାକୁ ମିଳିଥାଏ’’
ଏକବିଂଶ ଶତାବ୍ଦୀରେ ଭାରତକୁ ବିଶ୍ୱର ତୃତୀୟ ବୃହତ୍ତମ ଆର୍ଥିକ ଶକ୍ତିରେ ପରିଣତ କରିବାରେ ସମଗ୍ର କୃଷି ବ୍ୟବସ୍ଥାର ବଡ଼ ଭୂମିକା ରହିଛି’’
‘‘ପିଏମ କିଷାନ ସମ୍ମାନ ନିଧି ବିଶ୍ୱର ସର୍ବବୃହତ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ଯୋଜନା ଭାବରେ ଉଭା ହୋଇଛି’’
‘‘ମୁଁ ଖୁସି ଯେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧିରେ ପ୍ରଯୁକ୍ତିର ଉପଯୁକ୍ତ ବ୍ୟବହାର କରାଯାଇ ସଠିକ୍ ହିତାଧିକାରୀଙ୍କ ପାଖରେ ପହଞ୍ଚିପାରିଛି’’
‘‘ମୋର ସ୍ୱପ୍ନ ହେଉଛି ବିଶ୍ୱର ପ୍ରତ୍ୟେକ ଡାଇନିଂ ଟେବୁଲରେ ଭାରତର କିଛି ନା କିଛି ଖାଦ୍ୟଶସ୍ୟ କିମ୍ବା ଖାଦ୍ୟ ଉତ୍ପାଦ ରହିବା ଉଚିତ’’
‘‘ମା’ ଭଉଣୀଙ୍କ ବିନା କୃଷିର ପରିକଳ୍ପନା କରିବା ଅସମ୍ଭବ’’
‘‘ବନାସ ଡାଏରୀ ଆସିବା ପରେ ବନାରସର ଅନେକ ଦୁଗ୍ଧ ଉତ୍ପାଦକଙ୍କ ଆୟ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇଛି’’
ଏହି ଐତିହ୍ୟ ସହର

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତର ପ୍ରଦେଶର ବାରାଣସୀଠାରେ ଆୟୋଜିତ କୃଷକ ସମ୍ମାନ ସମ୍ମିଳନୀକୁ ସମ୍ବୋଧିତ କରିବା ସହ ପ୍ରାୟ ୯.୨୬ କୋଟି ହିତାଧିକାରୀ କୃଷକଙ୍କୁ ୨୦,୦୦୦ କୋଟି ରୁ ଅଧିକ ଟଙ୍କାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ-କିଷାନ)ର ସପ୍ତଦଶ କିସ୍ତି ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ମାଧ୍ୟମରେ ହସ୍ତାନ୍ତର କରିଛନ୍ତି । ଏହି କାର୍ଯ୍ୟକ୍ରମରେ ସେ ସ୍ୱୟଂ ସହାୟକ ଗୋଷ୍ଠୀର ୩୦ ହଜାରରୁ ଅଧିକ ମହିଳାଙ୍କୁ କୃଷି ସଖୀ ଭାବେ ପ୍ରମାଣପତ୍ର ପ୍ରଦାନ କରିଥିଲେ। ବୈଷୟିକ ଜ୍ଞାନକୌଶଳ ଜରିଆରେ ସାରା ଦେଶର କୃଷକଙ୍କୁ ଏହି କାର୍ଯ୍ୟକ୍ରମ ସହ ଯୋଡାଯାଇଥିଲା ।

ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଏହି ନିର୍ବାଚନ ମଣ୍ଡଳୀରୁ ଲୋକସଭା ନିର୍ବାଚନ ଜିତିବା ପରେ ପ୍ରଥମ ଥର ପାଇଁ କାଶୀବାସୀଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଲଗାତାର ତୃତୀୟ ଥର ପାଇଁ ତାଙ୍କୁ ଚୟନ କରିଥିବାରୁ ଶ୍ରୀ ମୋଦୀ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ‘‘ବର୍ତ୍ତମାନ ମା' ଗଙ୍ଗା ମଧ୍ୟ ମୋତେ ପୋଷ୍ୟ ଭାବେ ଗ୍ରହଣ କରିଥିବା ପରି ମନେ ହେଉଛି ଏବଂ ମୁଁ କାଶୀ ପାଇଁ ସ୍ଥାନୀୟ ବାସିନ୍ଦା ହୋଇପାରିଛି’’, କୃତଜ୍ଞତା ପ୍ରକାଶ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।

 

ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ, ଅଷ୍ଟାଦଶ ଲୋକସଭା ପାଇଁ ନିକଟରେ ଶେଷ ହୋଇଥିବା ସାଧାରଣ ନିର୍ବାଚନ ଭାରତୀୟ ଗଣତନ୍ତ୍ରର ବିଶାଳତା, ସାମର୍ଥ୍ୟ, ବ୍ୟାପକତା ଏବଂ ମୂଳଦୁଆର ପ୍ରତୀକ ଏବଂ ଏହା ଭାରତକୁ ବିଶ୍ୱ ସମ୍ମୁଖରେ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିଛି । ଏହି ନିର୍ବାଚନରେ ୬୪ କୋଟିରୁ ଅଧିକ ଲୋକ ଭୋଟ୍ ଦେଇଥିଲେ ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏତେ ବଡ଼ ଧରଣର ନିର୍ବାଚନ ଅନ୍ୟ କେଉଁଠି ହୁଏ ନାହିଁ, ଯେଉଁଥିରେ ନାଗରିକଙ୍କ ଏତେ ବଡ଼ ଭାଗିଦାରୀ ଦେଖିବାକୁ ମିଳେ। ନିକଟରେ ଇଟାଲୀରେ ଅନୁଷ୍ଠିତ ଜି-୭ ଶିଖର ସମ୍ମିଳନୀକୁ ତାଙ୍କର ଗସ୍ତ ବିଷୟରେ ମନେ ପକାଇ ପ୍ରଧାନମନ୍ତ୍ରୀ ଦର୍ଶାଇଥିଲେ ଯେ ଭାରତରେ ଭୋଟରଙ୍କ ସଂଖ୍ୟା ସମସ୍ତ ଜି-୭ ରାଷ୍ଟ୍ରର ଭୋଟରଙ୍କ ସଂଖ୍ୟା ଠାରୁ ଦେଢ଼ ଗୁଣ ଅଧିକ ଏବଂ ୟୁରୋପୀୟ ସଂଘର ସମସ୍ତ ସଦସ୍ୟ ରାଷ୍ଟ୍ରରେ ଭୋଟରଙ୍କ ସଂଖ୍ୟାଠାରୁ ଅଢ଼େଇ ଗୁଣ ଅଧିକ। ପ୍ରଧାନମନ୍ତ୍ରୀ ମୋଦୀ ୩୧ କୋଟିରୁ ଅଧିକ ମହିଳା ଭୋଟରଙ୍କ ଅଧିକ ସଂଖ୍ୟାରେ ଅଂଶଗ୍ରହଣ ଉପରେ ଆଲୋକପାତ କରିଥିଲେ । ଆମ ଦେଶରେ ବିଶ୍ୱର ସର୍ବାଧିକ ସଂଖ୍ୟକ ମହିଳା ଭୋଟର ଥିବା ବିଷୟରେ ଉଲ୍ଲେଖ କରିଥିଲେ । ସେ ଆହୁରି ମଧ୍ୟ କହିଥିଲେ ଯେ ଏହା ଆମେରିକାର ସମ୍ପୂର୍ଣ୍ଣ ଜନସଂଖ୍ୟାର ନିକଟତର। ଭାରତର ଗଣତନ୍ତ୍ରର ଶକ୍ତି ଏବଂ ସୌନ୍ଦର୍ଯ୍ୟ କେବଳ ସମଗ୍ର ବିଶ୍ୱକୁ ଆକର୍ଷିତ କରେ ନାହିଁ ବରଂ ଏହାର ପ୍ରଭାବ ମଧ୍ୟ ପକାଇଥାଏ ବୋଲି ଶ୍ରୀ ମୋଦୀ କହିଛନ୍ତି। ଗଣତନ୍ତ୍ରର ଏହି ପର୍ବରେ ଅଂଶଗ୍ରହଣ କରି ଏହାକୁ ସଫଳ କରିଥିବାରୁ ପ୍ରଧାନମନ୍ତ୍ରୀ ବାରାଣସୀବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ କୃତଜ୍ଞତା ଜ୍ଞାପନ କରି କହିଛନ୍ତି, ବାରାଣସୀର ଲୋକମାନେ କେବଳ ଜଣେ ସାଂସଦଙ୍କୁ ନୁହେଁ ବରଂ ପ୍ରଧାନମନ୍ତ୍ରୀଙ୍କୁ ନିର୍ବାଚିତ କରିଛନ୍ତି ।

ତୃତୀୟ ଥର ପାଇଁ ଏକ ନିର୍ବାଚିତ ସରକାରକୁ ଫେରାଇ ଆଣିବାର ନିର୍ବାଚନୀ ଜନାଦେଶକୁ ଅଭୂତପୂର୍ବ ବୋଲି ଦର୍ଶାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିଶ୍ୱ ଗଣତନ୍ତ୍ର ମଧ୍ୟରେ ଏହା ଏକ ବିରଳ ସଫଳତା। ‘‘୬୦ ବର୍ଷ ତଳେ ଭାରତରେ ଏଭଳି ହ୍ୟାଟ୍ରିକ୍ ହୋଇଥିଲା’’, ପ୍ରଧାନମନ୍ତ୍ରୀ କହିଥିଲେ। ସେ ଆହୁରି କହିଥିଲେ, ‘‘ଯୁବଆକାଂକ୍ଷା ଏତେ ଅଧିକ ଥିବା ଭାରତ ଭଳି ଦେଶରେ ଯଦି କୌଣସି ସରକାର ୧୦ ବର୍ଷର ଶାସନ ପରେ କ୍ଷମତାକୁ ଫେରିଯାଏ, ତେବେ ଏହା ଏକ ବିରାଟ ବିଜୟ ଏବଂ ବିଶାଳ ଆସ୍ଥା ଭୋଟ । ଆହୁରି ଆପଣମାନଙ୍କ ଏହି ବିଶ୍ୱାସ ମୋର ସବୁଠାରୁ ବଡ ପୁଞ୍ଜି ଏବଂ ଦେଶକୁ ନୂତନ ଉଚ୍ଚତାରେ ପହଞ୍ଚାଇବା ପାଇଁ ମୋତେ ଉତ୍ସାହିତ କରିଥାଏ।’’

 

ବିକଶିତ ଭାରତର ସ୍ତମ୍ଭ ଭାବରେ ସେ କୃଷକ, ନାରୀଶକ୍ତି, ଯୁବକ ଏବଂ ଗରିବମାନଙ୍କୁ ଗୁରୁତ୍ୱ ଦେଉଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଦୋହରାଇଥିଲେ ଏବଂ ମନେ ପକାଇଥିଲେ ଯେ ସରକାର ଗଠନ ପରେ ପ୍ରଥମ ନିଷ୍ପତ୍ତି କୃଷକ ଏବଂ ଗରିବ ପରିବାର ଉପରେ ଆଧାରିତ ଥିଲା । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ୩ କୋଟି ଅତିରିକ୍ତ ପରିବାରକୁ ସାମିଲ କରିବା କିମ୍ବା ପିଏମ କିଷାନ ସମ୍ମାନ ନିଧିର କିସ୍ତି ସମ୍ପର୍କରେ ନିଆଯାଇଥିବା ଏଭଳି ନିଷ୍ପତ୍ତି ଲୋକମାନଙ୍କୁ ସାହାଯ୍ୟ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ପ୍ରଧାନମନ୍ତ୍ରୀ କାର୍ଯ୍ୟକ୍ରମ ସ୍ଥଳରେ ଉପସ୍ଥିତ ଏବଂ ବୈଷୟିକ ଜ୍ଞାନକୌଶଳ ମାଧ୍ୟମରେ ଏହି କାର୍ଯ୍ୟକ୍ରମ ସହ ଯୋଡ଼ି ହୋଇଥିବା କୃଷକମାନଙ୍କୁ ଶୁଭେଚ୍ଛା ଜଣାଇବା ସହ କୋଟି କୋଟି ଚାଷୀଙ୍କ ଆକାଉଣ୍ଟରେ ୨୦ ହଜାର କୋଟି ଟଙ୍କା ଜମା ହୋଇଥିବା ଉଲ୍ଲେଖ କରିଥିଲେ । ୩ କୋଟି 'ଲଖପତି ଦିଦି' ସୃଷ୍ଟି ଦିଗରେ ଏକ ଦୃଢ଼ ପଦକ୍ଷେପ ଭାବେ କୃଷି ସଖୀ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି ବୋଲି ସେ କହିଥିଲେ। ଏହି ପଦକ୍ଷେପ ଦ୍ୱାରା ହିତାଧିକାରୀ ମହିଳାଙ୍କ ପାଇଁ ସମ୍ମାନପୂର୍ଣ୍ଣ ଆୟ ଏବଂ ସୁଯୋଗ ସୁନିଶ୍ଚିତ ହେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ପିଏମ କିଷାନ ସମ୍ମାନ ନିଧି ବିଶ୍ୱର ସର୍ବବୃହତ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ଯୋଜନା ଭାବରେ ଉଭା ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସେ ଆହୁରି କହିଥିଲେ, କୋଟି କୋଟି କୃଷକଙ୍କ ବ୍ୟାଙ୍କ ଆକାଉଣ୍ଟରେ ୩.୨୫ ଲକ୍ଷ କୋଟି ରୁ ଅଧିକ ଟଙ୍କା ହସ୍ତାନ୍ତର କରାଯାଇଛି। କେବଳ ବାରାଣସୀର ଚାଷୀ ପରିବାରଗୁଡ଼ିକୁ ୭୦୦ କୋଟି ଟଙ୍କା ସ୍ଥାନାନ୍ତର କରାଯାଇଛି । ଯୋଗ୍ୟ ହିତାଧିକାରୀଙ୍କ ପାଖରେ ଏହାର ଲାଭ ପହଞ୍ଚାଇବାରେ ପ୍ରଯୁକ୍ତିର ବ୍ୟବହାରକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ। ଏଥିସହି ବିକଶିତ ଭାରତ ସଂକଳ୍ପ ଯାତ୍ରାକୁ ଶ୍ରେୟ ମଧ୍ୟ ଦେଇଥିଲେ ଯାହା ୧ କୋଟିରୁ ଅଧିକ କୃଷକଙ୍କୁ ପିଏମ୍ କିଷାନ ଯୋଜନାରେ ନିଜକୁ ପଞ୍ଜୀକରଣ କରାଇବାରେ ସକ୍ଷମ କରିଥିଲା । ସେ ଆହୁରି ମଧ୍ୟ କହିଛନ୍ତି ଯେ ସୁଲଭତା ବୃଦ୍ଧି ପାଇଁ ନିୟମକୁ ସରଳୀକରଣ କରାଯାଇଛି। ଯେତେବେଳେ ଉଦ୍ଦେଶ୍ୟ ଏବଂ ବିଶ୍ୱାସ ସଠିକ ସ୍ଥାନରେ ଥାଏ, କୃଷକଙ୍କ କଲ୍ୟାଣ ସମ୍ବନ୍ଧୀୟ କାର୍ଯ୍ୟ ଦ୍ରୁତ ଗତିରେ ହୁଏ ବୋଲି ଶ୍ରୀ ମୋଦୀ କହିଥିଲେ ।

ଏକବିଂଶ ଶତାବ୍ଦୀରେ ଭାରତକୁ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥବ୍ୟବସ୍ଥାରେ ପରିଣତ କରିବାରେ କୃଷି ଇକୋସିଷ୍ଟମର ଭୂମିକା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ମୋଦୀ ଡାଲି ଏବଂ ତୈଳବୀଜ କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ପାଇଁ ବିଶ୍ୱସ୍ତରୀୟ ଦୃଷ୍ଟିକୋଣ ଏବଂ ତତ୍ପରତାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । କୃଷି ରପ୍ତାନିକାରୀ ହେବାର ଆବଶ୍ୟକତା ଉପରେ ମଧ୍ୟ ସେ ଜୋର ଦେଇଥିଲେ । ସେ ଉଲ୍ଲେଖ କରିଥିଲେ ଯେ ଏହି ଅଞ୍ଚଳର ସ୍ଥାନୀୟ ଉତ୍ପାଦଗୁଡିକ ଏକ ବିଶ୍ୱ ବଜାର ପାଇପାରୁଛନ୍ତି । ଏକ ଜିଲ୍ଲା ଏକ ଉତ୍ପାଦ ଯୋଜନା ତଥା ପ୍ରତ୍ୟେକ ଜିଲ୍ଲାରେ ରପ୍ତାନି ହବ୍ ମାଧ୍ୟମରେ ରପ୍ତାନିକୁ ପ୍ରୋତ୍ସାହନ ମିଳୁଛି । କୃଷି କ୍ଷେତ୍ରରେ ମଧ୍ୟ ଜିରୋ ଡିଫେକ୍ଟ-ଜିରୋ ଇଫେକ୍ଟ ମନ୍ତ୍ର ଉପରେ ଗୁରୁତ୍ୱାରୋପ କରି ସେ କହିଥିଲେ, "ମୋର ସ୍ୱପ୍ନ ହେଉଛି ଯେ ସମଗ୍ର ବିଶ୍ୱର ପ୍ରତ୍ୟେକ ଡାଇନିଂ ଟେବୁଲରେ ଅତି କମରେ ଗୋଟିଏ ଭାରତୀୟ ଖାଦ୍ୟ ଉତ୍ପାଦ ରହିବା ଉଚିତ୍ ।’’ ସେ ଆହୁରି ମଧ୍ୟ କହିଛନ୍ତି ଯେ କିଷାନ ସମୃଦ୍ଧି କେନ୍ଦ୍ର ମାଧ୍ୟମରେ ବାଜରା, ଔଷଧୀୟ ଉତ୍ପାଦ ଏବଂ ପ୍ରାକୃତିକ କୃଷିକୁ ସମର୍ଥନ କରିବା ପାଇଁ ଏକ ବିଶାଳ ନେଟୱାର୍କ ସୃଷ୍ଟି କରାଯାଉଛି ।

ବହୁ ସଂଖ୍ୟକ ମହିଳାଙ୍କ ଉପସ୍ଥିତି ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କୃଷି କ୍ଷେତ୍ରରେ ସେମାନଙ୍କର ଗୁରୁତ୍ୱ ଓ ସମର୍ଥନ ଉପରେ ଆଲୋକପାତ କରିଥିଲେ । ମହିଳାଙ୍କ ଅବଦାନକୁ ବଢ଼ାଇବା ପାଇଁ କୃଷିର ପରିସରକୁ ବିସ୍ତାର କରିବା ସମ୍ପର୍କରେ ସେ ସୂଚନା ପ୍ରଦାନ କରିଥିଲେ । ଡ୍ରୋନ ଦିଦି କାର୍ଯ୍ୟକ୍ରମ ଭଳି କୃଷି ସଖୀ କାର୍ଯ୍ୟକ୍ରମ ଏହି ଦିଗରେ ଏକ ପଦକ୍ଷେପ ବୋଲି ପ୍ରଧାନମନ୍ତ୍ରୀ ଆଲୋକପାତ କରି କହିଥିଲେ । ଆଶା କର୍ମୀ ଏବଂ ବ୍ୟାଙ୍କ ସଖୀ ଭାବରେ ମହିଳାମାନଙ୍କ ଅବଦାନ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶ ବର୍ତ୍ତମାନ କୃଷି ସଖୀ ଭାବରେ ସେମାନଙ୍କ ଦକ୍ଷତା ଦେଖିବ । ପ୍ରଧାନମନ୍ତ୍ରୀ ମୋଦୀ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ କୃଷି ସଖୀ ଭାବରେ ୩୦,୦୦୦ରୁ ଅଧିକ ପ୍ରମାଣପତ୍ର ପ୍ରଦାନ କରିବା ବିଷୟରେ ଉଲ୍ଲେଖ କରିଥିଲେ । ସେ ସୂଚନା ଦେଇଥିଲେ ଯେ, ବର୍ତ୍ତମାନ ୧୧ଟି ରାଜ୍ୟରେ ଚାଲିଥିବା ଏହି ଯୋଜନା ଦେଶର ହଜାର ହଜାର ସ୍ୱୟଂ ସହାୟକ ଗୋଷ୍ଠୀ ସହିତ ଯୋଡ଼ି ହେବ ଏବଂ ୩ କୋଟି ଲକ୍ଷପତି ଦିଦି ସୃଷ୍ଟି କରିବାରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ।

 

କାଶୀ ଏବଂ ପୂର୍ବାଞ୍ଚଳର କୃଷକମାନଙ୍କ ପ୍ରତି କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ନିଷ୍ଠା ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ । ବନାସ ଦୁଗ୍ଧ ସଂକୁଳ, ପେରିସେବଲ କାର୍ଗୋ ସେଣ୍ଟର ଏବଂ ସମନ୍ୱିତ ପ୍ୟାକେଜିଂ ହାଉସ୍ ବିଷୟରେ ସେ ସୂଚନା ଦେଇଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ, ବନାସ ଡାଏରୀ ବନାରସ ଏବଂ ଏହାର ଆଖପାଖ ଅଞ୍ଚଳର କୃଷକ ଏବଂ ଗୋପାଳକମାନଙ୍କ ଭାଗ୍ୟ ବଦଳାଇ ଦେଇଛି । ଏବେ ଏହି ଦୁଗ୍ଧ କାରଖାନା ଦୈନିକ ପ୍ରାୟ ୩ ଲକ୍ଷ ଲିଟର କ୍ଷୀର ସଂଗ୍ରହ କରୁଛି। କେବଳ ବନାରସର ୧୪ ହଜାରରୁ ଅଧିକ ଗୋପାଳକ ପରିବାର ଏହି ଦୁଗ୍ଧ ଉତ୍ପାଦନ ସଂସ୍ଥାରେ ପଞ୍ଜୀକୃତ ହୋଇଛନ୍ତି। ଏବେ ବନାସ ଡାଏରୀ ଆଗାମୀ ଦେଢ଼ ବର୍ଷ ମଧ୍ୟରେ କାଶୀର ଆଉ ୧୬ ହଜାର ଗୋପାଳକଙ୍କୁ ଯୋଡିବାକୁ ଯାଉଛି । ବନାସ ଡାଏରୀ ଆସିବା ପରେ ବନାରସର ଅନେକ ଦୁଗ୍ଧ ଉତ୍ପାଦକଙ୍କ ଆୟ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇଛି ।

ମତ୍ସ୍ୟ ଚାଷୀଙ୍କ ଆୟରେ ଉନ୍ନତି ଆଣିବା ପାଇଁ ସରକାରଙ୍କ ଦ୍ୱାରା କରାଯାଇଥିବା କାର୍ଯ୍ୟ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ମତ୍ସ୍ୟ ସମ୍ପଦା ଯୋଜନା ଏବଂ କିଷାନ କ୍ରେଡିଟ୍ କାର୍ଡର ଲାଭ ବିଷୟରେ ଉଲ୍ଲେଖ କରିଥିଲେ । ବାରାଣସୀରେ ମାଛ ଚାଷ ସହ ଜଡ଼ିତ ଲୋକଙ୍କୁ ସହାୟତା କରିବା ପାଇଁ ପ୍ରାୟ ୭୦ କୋଟି ଟଙ୍କା ବ୍ୟୟରେ ଚନ୍ଦୌଲିରେ ଏକ ଆଧୁନିକ ମାଛ ବଜାର ନିର୍ମାଣ କରାଯାଇଥିବା ସେ ସୂଚନା ଦେଇଥିଲେ।

ବାରାଣସୀରେ ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମୁଫ୍ତ ବିଜୁଳି ଯୋଜନା ସମୃଦ୍ଧ ହେଉଥିବାରୁ ପ୍ରଧାନମନ୍ତ୍ରୀ ଖୁସି ବ୍ୟକ୍ତ କରିଥିଲେ । ଏହି ଯୋଜନାରେ ପ୍ରାୟ ୪୦ ହଜାର ସ୍ଥାନୀୟ ଲୋକ ପଞ୍ଜୀକରଣ କରିଥିବା ବେଳେ ୨୫୦୦ ଘରକୁ ସୋଲାର ପ୍ୟାନେଲ ମିଳିସାରିଛି ଏବଂ ୩ ହଜାର ଘର ପାଇଁ କାମ ଚାଲିଛି ବୋଲି ସେ ସୂଚନା ଦେଇଛନ୍ତି। ଏହା ଦ୍ୱାରା ଶୂନ୍ୟ ବିଜୁଳି ବିଲର ଦ୍ୱିଗୁଣିତ ଲାଭ ଏବଂ ହିତାଧିକାରୀ ପରିବାରକୁ ଅତିରିକ୍ତ ଆୟ ମିଳୁଛି।

ବାରାଣାସୀରେ ଯୋଗାଯୋଗକୁ ଆଗକୁ ବଢ଼ାଇବା ଏବଂ ଗାଁ ନିକଟରେ ପହଞ୍ଚିବା ଦିଗରେ ଗତ ୧୦ ବର୍ଷ ମଧ୍ୟରେ ହୋଇଥିବା କାର୍ଯ୍ୟ ସମ୍ପର୍କରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ବାରାଣାସୀରେ ଦେଶର ପ୍ରଥମ ସିଟି ରୋପୱେ ପ୍ରକଳ୍ପ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଗାଜିପୁର, ଆଜମଗଡ଼ ଏବଂ ଜୌନପୁର ସହରକୁ ସଂଯୋଗ କରୁଥିବା ରିଂ ରୋଡ୍ କାମ ସରିଛି । ଫୁଲଓ୍ଵାରିଆ ଏବଂ ଚୌକାଘାଟରେ ଫ୍ଲାଏଓଭର ନିର୍ମାଣ ସମ୍ପୂର୍ଣ୍ଣ ହୋଇଛି । କାଶୀ, ବାରାଣସୀ ଏବଂ କ୍ୟାଣ୍ଟ ରେଳ ଷ୍ଟେସନକୁ ନୂଆ ରୂପ ମିଳିଛି । ବବତପୁର ବିମାନବନ୍ଦରରୁ ବିମାନ ଚଳାଚଳ ଦ୍ୱାରା ବିମାନ ଯାତ୍ରା ଓ ବ୍ୟବସାୟ ସହଜ ହୋଇଛି । ଗଙ୍ଗା ଘାଟର ବିକାଶ, ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ନୂତନ ସୁବିଧା, ସହରର କୁଣ୍ଡଗୁଡିକର ନବୀକରଣ ଏବଂ ବାରଣସୀର ବିଭିନ୍ନ ସ୍ଥାନରେ ନୂତନ ବ୍ୟବସ୍ଥା ବିକଶିତ କରାଯାଉଛି । ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ, ଯେ କାଶୀରେ କ୍ରୀଡ଼ା ଭିତ୍ତିଭୂମିର ବିକାଶ ଏବଂ ନୂତନ ଷ୍ଟାଡିୟମ ଯୁବବର୍ଗଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି କରୁଛି ।

 

ଜ୍ଞାନର ରାଜଧାନୀ ଭାବରେ କାଶୀର ଖ୍ୟାତିକୁ ସ୍ମରଣ କରି ପ୍ରଧାନମନ୍ତ୍ରୀ କହିଥିଲେ, ଗୋଟିଏ ଐତିହ୍ୟ ସହର କିଭଳି ଆଧୁନିକ ସହରୀ ବିକାଶର ଏକ ନୂଆ ଗାଥା ଲେଖିପାରିବ ତାହା ବାରାଣସୀ ସମଗ୍ର ବିଶ୍ୱକୁ ଶିଖାଇ ଦେଇଛି । କାଶୀରେ ବିକାଶର ମନ୍ତ୍ର ତଥା ଐତିହ୍ୟ ସବୁଠି ଦେଖିବାକୁ ମିଳୁଛି। ଆଉ ଏହି ବିକାଶ କେବଳ କାଶୀ ପାଇଁ ଲାଭଦାୟକ ନୁହେଁ । ସମଗ୍ର ପୂର୍ବାଞ୍ଚଳରୁ ଯେଉଁ ପରିବାରମାନେ ସେମାନଙ୍କ କାମ ଏବଂ ଆବଶ୍ୟକତା ପାଇଁ କାଶୀକୁ ଆସନ୍ତି, ସେମାନେ ମଧ୍ୟ ଏହି ସବୁ କାର୍ଯ୍ୟରୁ ବହୁତ ସାହାଯ୍ୟ ପାଉଛନ୍ତି ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ । ବାବା ବିଶ୍ୱନାଥଙ୍କ ଆଶୀର୍ବାଦରେ କାଶୀର ବିକାଶର ଏହି ନୂଆ ଗାଥା ନିରବଚ୍ଛିନ୍ନ ଭାବେ ଜାରି ରହିବ ବୋଲି ଶ୍ରୀ ମୋଦୀ ଶେଷରେ କହିଛନ୍ତି।

ଏହି ଅବସରରେ ଉତ୍ତରପ୍ରଦେଶ ରାଜ୍ୟପାଳ ଶ୍ରୀମତୀ ଆନନ୍ଦୀବେନ ପଟେଲ, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଶ୍ରୀ ଯୋଗୀ ଆଦିତ୍ୟନାଥ, କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶ୍ରୀ ଶିବରାଜ ସିଂ ଚୌହାନ, କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଭଗୀରଥ ଚୌଧୁରୀ, ଉତ୍ତର ପ୍ରଦେଶର ଉପମୁଖ୍ୟମନ୍ତ୍ରୀ ଶ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଏବଂ ଶ୍ରୀ ବ୍ରଜେଶ ପାଠକ ଏବଂ ଉତ୍ତର ପ୍ରଦେଶ ସରକାରଙ୍କ ମନ୍ତ୍ରୀମାନେ ଉପସ୍ଥିତ ଥିଲେ ।

ପୃଷ୍ଠଭୂମି

ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୃଷକ କଲ୍ୟାଣ ଦିଗରେ ସରକାରଙ୍କ ପ୍ରତିବଦ୍ଧତାକୁ ପ୍ରତିଫଳିତ କରି ପ୍ରଧାନମନ୍ତ୍ରୀ କିଷାନ ନିଧିର ସପ୍ତଦଶ କିସ୍ତି ହସ୍ତାନ୍ତର କରିବା ପାଇଁ ତାଙ୍କର ପ୍ରଥମ ଫାଇଲରେ ସ୍ୱାକ୍ଷର କରିଥିଲେ । ଏହି ପ୍ରତିଶ୍ରୁତିକୁ ଜାରି ରଖି ପ୍ରଧାନମନ୍ତ୍ରୀ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ମାଧ୍ୟମରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ-କିଷାନ) ଅଧୀନରେ ପ୍ରାୟ ୯.୨୬ କୋଟି ହିତାଧିକାରୀ କୃଷକଙ୍କୁ ୨୦,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସପ୍ତଦଶ କିସ୍ତି ହସ୍ତାନ୍ତର କରିଛନ୍ତି । ବର୍ତ୍ତମାନ ସୁଦ୍ଧା ୧୧ କୋଟିରୁ ଅଧିକ ଯୋଗ୍ୟ କୃଷକ ପରିବାର ପିଏମ୍-କିଷାନ ଯୋଜନାରେ ୩.୦୪ ଲକ୍ଷ କୋଟି ଟଙ୍କାରୁ ଅଧିକ ଲାଭ ପାଇଛନ୍ତି।

 

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ସ୍ୱୟଂ ସହାୟକ ଗୋଷ୍ଠୀର ୩୦,୦୦୦ରୁ ଅଧିକ ମହିଳାଙ୍କୁ କୃଷି ସଖୀ ଭାବରେ ପ୍ରମାଣପତ୍ର ମଧ୍ୟ ପ୍ରଦାନ କରିଥିଲେ । କୃଷି ସଖୀ ସମନ୍ୱୟ କାର୍ଯ୍ୟକ୍ରମ (କେଏସସିପି)ର ଲକ୍ଷ୍ୟ ହେଉଛି, କୃଷି ସଖୀ ଭାବରେ ଗ୍ରାମୀଣ ମହିଳାଙ୍କ ସଶକ୍ତୀକରଣ ମାଧ୍ୟମରେ ଗ୍ରାମୀଣ ଭାରତକୁ ରୂପାନ୍ତରିତ କରିବା। କୃଷି ସଖୀମାନଙ୍କୁ ପାରା-ସମ୍ପ୍ରସାରଣ ଶ୍ରମିକ ଭାବରେ ତାଲିମ ଏବଂ ପ୍ରମାଣପତ୍ର ପ୍ରଦାନ କରିବା ମଧ୍ୟ ଯୋଜନାର ଉଦ୍ଦେଶ୍ୟ । ଏହି ପ୍ରମାଣପତ୍ର ପାଠ୍ୟକ୍ରମ ‘ଲଖପତି ଦିଦି’ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସହିତ ମଧ୍ୟ ସମନ୍ୱିତ ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India marks landmark milestone with over 5 lakh organ donation pledges

Media Coverage

India marks landmark milestone with over 5 lakh organ donation pledges
NM on the go

Nm on the go

Always be the first to hear from the PM. Get the App Now!
...
Prime Minister pays homage to Dr. Syama Prasad Mookerjee on his Balidan Diwas, shares Sanskrit Subhashitam
June 23, 2026

The Prime Minister, Shri Narendra Modi, paid homage to Dr. Syama Prasad Mookerjee on his Balidan Diwas and remembered his immense contribution to nation-building.

The Prime Minister described Dr. Mookerjee as a distinguished patriot, scholar and statesman who dedicated his life to India’s development. Shri Modi said that Dr. Mookerjee’s unwavering conviction, courage in public life and commitment to national interest continue to inspire generations. He noted that Dr. Mookerjee’s sacrifice remains etched in the collective memory of the nation.

Paying respectful tributes to Dr. Mookerjee, the Prime Minister said that he dedicated his entire life to the selfless service of the nation and society. Shri Modi added that Dr. Mookerjee’s profound thoughts and ideals will continue to inspire every generation of the country to serve the motherland.

On the occasion, the Prime Minister also shared a Sanskrit Subhashitam:

“न कर्मणा न प्रजया धनेन त्यागेनैके अमृतत्वमानशुः।

परेण नाकं निहितं गुहायां विभ्राजते यद्यतयो विशन्ति॥”

The Subhashitam highlights that immortality is attained not through deeds, wealth, or lineage but through sacrifice and complete dedication to noble ideals. Those noble souls who renounce their personal interests for the sake of the nation, society and truth become immortal in the hearts of the people, transcending the limits of time.

The Prime Minister wrote on X;

“On his Balidan Diwas, I pay homage to Dr. Syama Prasad Mookerjee, a distinguished patriot, scholar and statesman who dedicated his life to India’s development. His unwavering conviction, courage in public life and commitment to national interest continue to inspire generations. Dr. Mookerjee’s sacrifice remains etched in our collective memory. We reaffirm our commitment to building a strong and developed India, guided by the values he cherished and served till his last breath.”

“निःस्वार्थ भाव से राष्ट्र और समाज की सेवा में आजीवन समर्पित रहे देश की महान विभूति डॉ. श्यामा प्रसाद मुखर्जी जी को उनके बलिदान दिवस पर आदरपूर्ण श्रद्धांजलि। उनके प्रखर विचार और आदर्श देश की हर पीढ़ी को मातृभूमि की सेवा के लिए प्रेरित करते रहेंगे।

न कर्मणा न प्रजया धनेन त्यागेनैके अमृतत्वमानशुः।

परेण नाकं निहितं गुहायां विभ्राजते यद्यतयो विशन्ति॥”