ଷ୍ଟ୍ରାଟେଜିକ୍ ସିନକୁନ୍‍ ଲା ଟନେଲ ପ୍ରକଳ୍ପର ପ୍ରଥମ ବିସ୍ଫୋରଣ ଦେଖିଲେ
"କାର୍ଗିଲ ବିଜୟ ଦିବସ ଦେଶ ପାଇଁ ଦିଆଯାଇଥିବା ଅମର ବଳିଦାନ ସଂକ୍ରାନ୍ତରେ ଆମକୁ ମନେ ପକାଇ ଦିଏ "
କାର୍ଗିଲରେ ଆମେ କେବଳ ଯୁଦ୍ଧ ଜିତିନାହୁଁ, ସତ୍ୟ, ସଂଯମ ଓ ଶକ୍ତିର ଏକ ଅବିଶ୍ୱସନୀୟ ଉଦାହରଣ ଉପସ୍ଥାପନ କରିଛୁ
ଆଜି ଜମ୍ମୁ-କଶ୍ମୀର ନୂଆ ଭବିଷ୍ୟତ କଥା କହୁଛି, ବଡ଼ ସ୍ୱପ୍ନର କଥା କହୁଛି
ଲଦାଖର ବିକାଶ ଓ ଉନ୍ନତ ଭବିଷ୍ୟତ ପାଇଁ ସିନକୁନ୍‍ ଲା ଟନେଲ ନୂଆ ସମ୍ଭାବନାର ଦ୍ୱାର ଖୋଲିବ
ଗତ ୫ ବର୍ଷ ରେ ଲଦାଖର ବଜେଟ ୧୧୦୦ କୋଟିରୁ ୬୦୦୦ କୋଟିକୁ ବୃଦ୍ଧି ପାଇଛି
"ଅଗ୍ନିପଥ ଯୋଜନାର ଉଦ୍ଦେଶ୍ୟ ହେଉଛି ସେନାକୁ ସଜାଗ ଏବଂ ନିରନ୍ତର ଯୁଦ୍ଧ ପାଇଁ ପ୍ରସ୍ତୁତ ରଖିବା"
ସତ କଥା ହେଉଛି ଅଗ୍ନିପଥ ଯୋଜନାରେ ଦେଶର ଶକ୍ତି ବୃଦ୍ଧି ସହ ଦେଶକୁ ଦକ୍ଷ ଯୁବକ ମଧ୍ୟ ମିଳିବ
କାର୍ଗିଲର ବିଜୟ କୌଣସି ସରକାର କିମ୍ବା କୌଣସି ଦଳର ବିଜୟ ନୁହେଁ। ଏହି ବିଜୟ ଦେଶର

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଲଦାଖରେ ୨୫ତମ କାର୍ଗିଲ ବିଜୟ ଦିବସ ଅବସରରେ କର୍ତ୍ତବ୍ୟ ପାଳନ ସମୟରେ ସର୍ବୋଚ୍ଚ ବଳିଦାନ ଦେଇଥିବା ବୀରମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ସେ ଶ୍ରଦ୍ଧାଞ୍ଜଳି ସମାରୋହରେ ମଧ୍ୟ ଯୋଗ ଦେଇଥିଲେ। ପ୍ରଧାନମନ୍ତ୍ରୀ ଏନସିଓମାନଙ୍କ ଦ୍ୱାରା କାର୍ଗିଲ ଯୁଦ୍ଧ ସମ୍ପର୍କରେ ଗୌରବଗାଥାର ସୂଚନା ଶୁଣିଥିଲେ ଏବଂ ଅମର ସସ୍ମରଣ: ସ୍ମାରକୀ କୁଟୀର ପରିଦର୍ଶନ କରିଥିଲେ । ସେ ବୀର ଭୂମି ମଧ୍ୟ ପରିଦର୍ଶନ କରିଥିଲେ।

ଲଦାଖର ସିନକୁନ ଲା ଟନେଲ ପ୍ରକଳ୍ପର ପ୍ରଥମ ବିସ୍ଫୋରଣକୁ ପ୍ରଧାନମନ୍ତ୍ରୀ ଆଜି ଭର୍ଚୁଆଲ ମାଧ୍ୟମରେ ଦେଖିଥିଲେ । ସିନକୁନ୍‍ ଲା ଟନେଲ ପ୍ରୋଜେକ୍ଟରେ ନିମୁ - ପଦୁମ୍ - ଦର୍ଚା ରୋଡରେ ପ୍ରାୟ ୧୫,୮୦୦ ଫୁଟ ଉଚ୍ଚତାରେ ୪.୧ କିଲୋମିଟର ଲମ୍ବର ଟ୍ୱିନ୍-ଟ୍ୟୁବ ଟନେଲ ନିର୍ମାଣ କରାଯାଉଛି ଯାହା ଲେହକୁ ସବୁଦିନିଆ ଯୋଗାଯୋଗ ପ୍ରଦାନ କରିବ ।

ଶ୍ରଦ୍ଧାଞ୍ଜଳି ସମାରୋହକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଲଦାଖର ଗୌରବମୟ ଭୂମି କାର୍ଗିଲ ବିଜୟ ଦିବସର ୨୫ ତମ ବାର୍ଷିକୀର ସାକ୍ଷୀ । "କାର୍ଗିଲ ବିଜୟ ଦିବସ ଆମକୁ ମନେ ପକାଇ ଦିଏ ଯେ ଦେଶ ପାଇଁ କରାଯାଇଥିବା ବଳିଦାନ ଅମର", ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି । ମାସ, ବର୍ଷ, ଦଶନ୍ଧି ଓ ଶତାବ୍ଦୀ ବିତି ଯାଇଥିଲେ ମଧ୍ୟ ଦେଶର ସୀମା ସୁରକ୍ଷା ପାଇଁ ଯେଉଁ ବଳିଦାନ ଦିଆଯାଇଛି, ତାହାକୁ ଭୁଲିହେବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ଆମ ସଶସ୍ତ୍ର ବାହିନୀର ଶକ୍ତିଶାଳୀ ସୁପରହିରୋଙ୍କ ନିକଟରେ ଦେଶ ସର୍ବଦା ଋଣୀ ଏବଂ ଗଭୀର କୃତଜ୍ଞ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।

 

କାର୍ଗିଲ ଯୁଦ୍ଧର ଦିନଗୁଡ଼ିକୁ ମନେ ପକାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ସେତେବେଳେ ସୈନିକମାନଙ୍କ ସହିତ ରହିବା ପାଇଁ ସେ ସୌଭାଗ୍ୟବାନ ଥିଲେ ଏବଂ ଆମ ସୈନିକମାନେ କିପରି ଏତେ ଉଚ୍ଚତାରେ ଏକ କଠିନ ଅପରେସନ କରିଥିଲେ ତାହା ସେ ଆଜି ବି ମନେ ରଖିଛନ୍ତି । ମାତୃଭୂମିର ସୁରକ୍ଷା ପାଇଁ ସର୍ବୋଚ୍ଚ ବଳିଦାନ ଦେଇଥିବା ଦେଶର ବୀର ପୁତ୍ରମାନଙ୍କୁ ମୁଁ ପ୍ରଣାମ କରୁଛି ବୋଲି ଶ୍ରୀ ମୋଦୀ କହିଛନ୍ତି।

କାର୍ଗିଲରେ ଆମେ କେବଳ ଯୁଦ୍ଧ ଜିତିନାହୁଁ ବରଂ ସତ୍ୟ, ସଂଯମ ଓ ଶକ୍ତିର ଏକ ଅବିଶ୍ୱସନୀୟ ଉଦାହରଣ ଉପସ୍ଥାପନ କରିଥିଲୁ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି। ଭାରତ ଶାନ୍ତି ବଜାୟ ରଖିବା ପାଇଁ ସମସ୍ତ ପ୍ରକାର ପ୍ରୟାସ କରୁଥିବା ବେଳେ ପ୍ରଧାନମନ୍ତ୍ରୀ ପାକିସ୍ତାନର ପ୍ରତାରଣା ଉପରେ ଆଲୋକପାତ କରିଥିଲେ। "ମିଥ୍ୟା ଏବଂ ଆତଙ୍କକୁ ସତ୍ୟ ଦ୍ୱାରା ଆଣ୍ଠେଇ ଦିଆଯାଇଥିଲା", ବୋଲି ସେ ଆହୁରି ମଧ୍ୟ କହିଛନ୍ତି।

ଆତଙ୍କବାଦକୁ ନିନ୍ଦା କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଅତୀତରେ ପାକିସ୍ତାନ ସବୁବେଳେ ପରାଜୟର ସମ୍ମୁଖୀନ ହୋଇଛି। ପାକିସ୍ତାନ ତା'ର ଅତୀତରୁ କିଛି ଶିଖିନାହିଁ ଏବଂ ପ୍ରାସଙ୍ଗିକ ରହିବା ପାଇଁ ଆତଙ୍କବାଦ ଏବଂ ଛାୟା ଯୁଦ୍ଧ ଆଳରେ ଯୁଦ୍ଧ ଜାରି ରଖିଛି ବୋଲି ଶ୍ରୀ ମୋଦୀ କହିଛନ୍ତି। ଆତଙ୍କବାଦୀଙ୍କ ଘୃଣ୍ୟ ଉଦ୍ଦେଶ୍ୟ କେବେ ପୂରଣ ହେବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଆମର ବୀରମାନେ ସମସ୍ତ ଆତଙ୍କୀ ପ୍ରୟାସକୁ ଦମନ କରିବେ ବୋଲି ସେ କହିଛନ୍ତି।

ଲଦାଖ ହେଉ କି ଜମ୍ମୁ-କଶ୍ମୀର, ବିକାଶରେ ଆସୁଥିବା ସମସ୍ତ ଆହ୍ବାନକୁ ଭାରତ ଅତିକ୍ରମ କରିବ ବୋଲି ପ୍ରଧାନମନ୍ତ୍ରୀ ଦୋହରାଇଛନ୍ତି। ଆଜିଠାରୁ ଅଗଷ୍ଟ ୫ ତାରିଖରେ ଧାରା ୩୭୦ ଉଚ୍ଛେଦ କୁ ୫ ବର୍ଷ ପୂରିବ ଏବଂ ଆଜିର ଜମ୍ମୁ-କଶ୍ମୀର ସ୍ୱପ୍ନରେ ପରିପୂର୍ଣ୍ଣ ଏକ ନୂଆ ଭବିଷ୍ୟତ କଥା କହୁଛି ବୋଲି ସେ ସ୍ମରଣ କରାଇ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ପ୍ରଗତିର ଉଦାହରଣ ଦେଇଥିଲେ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଜି-୨୦ ବୈଠକ ଆୟୋଜନ, ଭିତ୍ତିଭୂମି ବିକାଶ ଏବଂ ପର୍ଯ୍ୟଟନ ଉପରେ ସରକାରଙ୍କ ଗୁରୁତ୍ୱ, ସିନେମା ହଲ୍ ଖୋଲିବା ଏବଂ ସାଢ଼େ ତିନି ଦଶନ୍ଧି ପରେ ଆରମ୍ଭ ହେଉଥିବା ତାଜିଆ ଶୋଭାଯାତ୍ରା ବିଷୟରେ ଉଲ୍ଲେଖ କରିଥିଲେ । ପୃଥିବୀର ଏହି ସ୍ୱର୍ଗ ଶାନ୍ତି ଓ ସମୃଦ୍ଧି ଦିଗରେ ଦ୍ରୁତ ଗତିରେ ଗତି କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

 

ଲଦାଖରେ ଘଟୁଥିବା ବିକାଶ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ସିନକୁନ ଲା ଟନେଲ ଜରିଆରେ ଏହି କେନ୍ଦ୍ର ଶାସିତ ଅଞ୍ଚଳ ପ୍ରତ୍ୟେକ ଋତୁରେ ସାରା ବର୍ଷ ସମଗ୍ର ଦେଶ ସହ ଯୋଡ଼ି ହୋଇ ରହିବ । ଲଦାଖର ବିକାଶ ଓ ଉନ୍ନତ ଭବିଷ୍ୟତ ପାଇଁ ଏହି ସୁଡ଼ଙ୍ଗ ନୂଆ ସମ୍ଭାବନାର ଦ୍ୱାର ଖୋଲିବ। ଲଦାଖବାସୀଙ୍କୁ ଅଭିନନ୍ଦନ ଜଣାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ସୁଡ଼ଙ୍ଗ ସେମାନଙ୍କ ଜୀବନକୁ ଆହୁରି ସହଜ କରିବ କାରଣ ଏହି ଅଞ୍ଚଳର ପ୍ରତିକୂଳ ପାଗ ଯୋଗୁଁ ସେମାନେ ସମ୍ମୁଖୀନ ହେଉଥିବା ଅନେକ ଅସୁବିଧା ଦୂର ହେବ ।

ପ୍ରଧାନମନ୍ତ୍ରୀ ଲଦାଖର ଲୋକଙ୍କ ପ୍ରତି ସରକାରଙ୍କ ପ୍ରାଥମିକତା ଉପରେ ଆଲୋକପାତ କରିଥିଲେ ଏବଂ କୋଭିଡ-୧୯ ମହାମାରୀ ସମୟରେ ଇରାନରୁ କାର୍ଗିଲ ଅଞ୍ଚଳରୁ ନାଗରିକମାନଙ୍କୁ ସୁରକ୍ଷିତ ସ୍ଥାନାନ୍ତର ପାଇଁ ବ୍ୟକ୍ତିଗତ ଭାବରେ ପ୍ରୟାସ କରିବା ବିଷୟରେ ଉଲ୍ଲେଖ କରିଥିଲେ । ଲଦାଖ ପଠାଇବା ପୂର୍ବରୁ ଜୈସଲମେରରେ ଏକ ଅବରୋଧ ଜୋନ ପ୍ରତିଷ୍ଠା କରାଯାଇଥିବା କଥା ସେ ମନେ ପକାଇଥିଲେ। ଲଦାଖବାସୀଙ୍କ ପାଇଁ ସହଜ ଜୀବନଧାରଣକୁ ପ୍ରୋତ୍ସାହିତ କରିବା ଏବଂ ଅଧିକ ସେବା ଯୋଗାଇବା ପାଇଁ ସରକାରଙ୍କ ପ୍ରୟାସ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ଗତ ୫ ବର୍ଷ ମଧ୍ୟରେ ବଜେଟ୍ ୧୧୦୦ କୋଟି ଟଙ୍କାରୁ ୬୦୦୦ କୋଟି ଟଙ୍କାକୁ ପ୍ରାୟ ୬ ଗୁଣ ବୃଦ୍ଧି ପାଇଛି । ସଡ଼କ, ବିଜୁଳି, ପାଣି, ଶିକ୍ଷା, ବିଜୁଳି ଯୋଗାଣ ହେଉ, ରୋଜଗାର ହେଉ, ଲଦାଖର ପ୍ରତ୍ୟେକ ଦିଗ ବଦଳୁଛି ବୋଲି ପ୍ରଧାନମନ୍ତ୍ରୀ ମୋଦୀ ପ୍ରଥମ ଥର ପାଇଁ ସାମଗ୍ରିକ ଯୋଜନାର ପ୍ରୟୋଗ ଉପରେ ଆଲୋକପାତ କରି କହିଛନ୍ତି। ଜଳ ଜୀବନ ମିଶନ ଅଧୀନରେ ଲଦାଖର ପରିବାରଗୁଡ଼ିକରେ ପାନୀୟ ଜଳର ୯୦ ପ୍ରତିଶତରୁ ଅଧିକ କଭରେଜ୍, ଲଦାଖର ଯୁବକମାନଙ୍କ ପାଇଁ ଗୁଣାତ୍ମକ ଉଚ୍ଚଶିକ୍ଷା ପାଇଁ ଆଗାମୀ ସିନ୍ଧୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ସମଗ୍ର ଲଦାଖ ଅଞ୍ଚଳରେ ଏକ ୪ଜି ନେଟୱାର୍କ ପ୍ରତିଷ୍ଠା ପାଇଁ କାର୍ଯ୍ୟ ଏବଂ ଜାତୀୟ ରାଜପଥ ୧ରେ ସର୍ବକାଳୀନ ଯୋଗାଯୋଗ ପାଇଁ ୧୩ କିଲୋମିଟର ଦୀର୍ଘ ଜୋଜିଲା ଟନେଲ ପାଇଁ ଚାଲିଥିବା କାର୍ଯ୍ୟର ଉଦାହରଣ ଦେଇଥିଲେ ।

ସୀମାନ୍ତ ଅଂଚଳ ପାଇଁ ମହତ୍ୱାକାଂକ୍ଷୀ ଲକ୍ଷ୍ୟ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ ଯେ ସୀମା ସଡ଼କ ସଂଗଠନ (ବିଆରଓ) ସେଲା ଟନେଲ ସମେତ ୩୩୦ରୁ ଅଧିକ ପ୍ରକଳ୍ପ ସମ୍ପୂର୍ଣ୍ଣ କରିଛି, ଯାହା କି ନୂତନ ଭାରତର ସାମର୍ଥ୍ୟ ଏବଂ ଦିଗକୁ ପ୍ରଦର୍ଶିତ କରୁଛି ।

 

ସାମରିକ ଜ୍ଞାନକୌଶଳର ଉନ୍ନତିକରଣ ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ପରିବର୍ତ୍ତିତ ବୈଶ୍ୱିକ ପରିସ୍ଥିତିରେ ଆମ ପ୍ରତିରକ୍ଷା ବାହିନୀକୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଏବଂ ଉପକରଣ ସହିତ ଆଧୁନିକ କାର୍ଯ୍ୟଶୈଳୀ ଏବଂ ବ୍ୟବସ୍ଥା ର ଆବଶ୍ୟକତା ରହିଛି । ଅତୀତରେ ମଧ୍ୟ ପ୍ରତିରକ୍ଷା କ୍ଷେତ୍ରର ଉନ୍ନତି ର ଆବଶ୍ୟକତା ଅନୁଭବ କରିଥିଲେ ମଧ୍ୟ ଦୁର୍ଭାଗ୍ୟବଶତଃ ଏହି ପ୍ରସଙ୍ଗକୁ ବିଶେଷ ଗୁରୁତ୍ୱ ଦିଆଯାଉନାହିଁ ବୋଲି ଶ୍ରୀ ମୋଦୀ କହିଛନ୍ତି। ତେବେ ଗତ ୧୦ ବର୍ଷ ମଧ୍ୟରେ ପ୍ରତିରକ୍ଷା ସଂସ୍କାରକୁ ପ୍ରାଥମିକତା ଦିଆଯାଇଛି, ଯାହା ଆମ ସେନାକୁ ଅଧିକ ସକ୍ଷମ ଓ ଆତ୍ମନିର୍ଭରଶୀଳ କରିଛି। ଶ୍ରୀ ମୋଦୀ ଆହୁରି କହିଛନ୍ତି ଯେ ଆଜି ପ୍ରତିରକ୍ଷା କ୍ରୟରେ ଏକ ପ୍ରମୁଖ ଅଂଶଧନ ଭାରତୀୟ ପ୍ରତିରକ୍ଷା ଶିଳ୍ପକୁ ଦିଆଯାଉଛି ଏବଂ ପ୍ରତିରକ୍ଷା ଏବଂ ଗବେଷଣା ବିକାଶ ବଜେଟରେ ଘରୋଇ କ୍ଷେତ୍ର ପାଇଁ ୨୫ ପ୍ରତିଶତ ସଂରକ୍ଷଣ କରାଯାଇଛି । ଏହି ପ୍ରୟାସର ଫଳସ୍ୱରୂପ ଭାରତର ପ୍ରତିରକ୍ଷା ଉତ୍ପାଦନ ୧.୫ ଲକ୍ଷ କୋଟି ଅତିକ୍ରମ କରିଛି। ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ଅସ୍ତ୍ରଶସ୍ତ୍ର ଆମଦାନିକାରୀ ଦେଶ ଭାବେ ପରିଗଣିତ ହୋଇଥିବା ଦେଶର ଅତୀତର ଛବି ତୁଳନାରେ ଆଜି ଭାରତ ଅସ୍ତ୍ରଶସ୍ତ୍ର ରପ୍ତାନିକାରୀ ଦେଶ ଭାବେ ମଧ୍ୟ ନିଜର ପରିଚୟ ସୃଷ୍ଟି କରୁଛି। ୫୦୦୦ରୁ ଅଧିକ ଅସ୍ତ୍ରଶସ୍ତ୍ର ଓ ସାମରିକ ଉପକରଣ ଆମଦାନୀ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିବାରୁ ଶ୍ରୀ ମୋଦୀ ଖୁସି ବ୍ୟକ୍ତ କରିଛନ୍ତି।

ପ୍ରତିରକ୍ଷା କ୍ଷେତ୍ରରେ ସଂସ୍କାର ପାଇଁ ପ୍ରତିରକ୍ଷା ବାହିନୀକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ ଅଗ୍ନିପଥ ଯୋଜନାକୁ ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ସଂସ୍କାର ବୋଲି ବିସ୍ତୃତ ଭାବେ ଉଲ୍ଲେଖ କରିଥିଲେ । ଭାରତୀୟ ଫୋକସ୍ ର ହାରାହାରି ବୟସ ବିଶ୍ୱ ହାରାହାରି ଠାରୁ ଅଧିକ ହେବା ନେଇ ଦୀର୍ଘଦିନ ଧରି ଲାଗି ରହିଥିବା ଚିନ୍ତା ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଅତୀତରେ ଅଗ୍ନିପଥ ଯୋଜନା ମାଧ୍ୟମରେ ସମାଧାନ କରାଯାଉଥିବା ଏହି ଗୁରୁତ୍ୱପୂର୍ଣ୍ଣ ଚିନ୍ତାର ମୁକାବିଲା କରିବା ପାଇଁ କୌଣସି ଇଚ୍ଛାଶକ୍ତି ନଥିଲା । ଏହି ସମ୍ବେଦନଶୀଳ ପ୍ରସଙ୍ଗର ଖୋଲାଖୋଲି ରାଜନୀତିକରଣ କୁ ନେଇ ଦୁଃଖ ପ୍ରକାଶ କରି ପ୍ରଧାନମନ୍ତ୍ରୀ କହିଥିଲେ, "ଅଗ୍ନିପଥର ଉଦ୍ଦେଶ୍ୟ ହେଉଛି ସେନାକୁ ସଜାଗ ଏବଂ ନିରନ୍ତର ଯୁଦ୍ଧ ପାଇଁ ପ୍ରସ୍ତୁତ ରଖିବା"। ବାୟୁସେନା ବିମାନଗୁଡିକର ର ଆଧୁନିକୀକରଣ ପାଇଁ ଅତୀତର ଦୁର୍ନୀତି ଏବଂ ଅତୀତର ଅନିଚ୍ଛାକୁ ସେ ସମାଲୋଚନା କରିଥିଲେ। ସତ କଥା ହେଉଛି ଅଗ୍ନିପଥ ଯୋଜନା ଦେଶର ଶକ୍ତି ବୃଦ୍ଧି କରିବା ସହ ଦେଶକୁ ଦକ୍ଷ ଯୁବକ ମଧ୍ୟ ମିଳିବ । ଘରୋଇ କ୍ଷେତ୍ର ଏବଂ ଅର୍ଦ୍ଧସାମରିକ ବାହିନୀରେ ମଧ୍ୟ ଅଗ୍ନିବୀରମାନଙ୍କୁ ପ୍ରାଥମିକତା ଦେବା ପାଇଁ ଘୋଷଣା କରାଯାଇଛି।

 

ଅଗ୍ନିପଥ ଯୋଜନା ପଛରେ ପେନସନ ବୋଝ ବଞ୍ଚାଇବାର ଉଦ୍ଦେଶ୍ୟକୁ ମୁଖ୍ୟ କାରଣ ବୋଲି କୁହାଯାଉଥିବା ପ୍ରଚାରକୁ ପ୍ରତ୍ୟାଖ୍ୟାନ କରି ପ୍ରଧାନମନ୍ତ୍ରୀ ସ୍ମରଣ କରାଇ ଦେଇଛନ୍ତି ଯେ ଆଜି ନିଯୁକ୍ତି ପାଇଥିବା ଯବାନଙ୍କ ପେନସନ ବୋଝ ୩୦ ବର୍ଷ ପରେ ଆସିବ, ତେଣୁ ଏହି ଯୋଜନା ପଛର କାରଣ ଏହା ହୋଇପାରିବ ନାହିଁ । ସଶସ୍ତ୍ର ବାହିନୀର ଏହି ନିଷ୍ପତ୍ତିକୁ ଆମେ ସମ୍ମାନ ଦେଇଛୁ କାରଣ ଆମ ପାଇଁ ରାଜନୀତି ଅପେକ୍ଷା ଦେଶର ସୁରକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି।

ପ୍ରଧାନମନ୍ତ୍ରୀ ଦର୍ଶାଇଥିଲେ ଯେ ଯେଉଁମାନେ ଆଜି ଦେଶର ଯୁବକମାନଙ୍କୁ ବିଭ୍ରାନ୍ତ କରୁଛନ୍ତି, ଅତୀତରେ ସଶସ୍ତ୍ର ବାହିନୀ ପ୍ରତି ସେମାନଙ୍କର କୌଣସି ସମ୍ମାନ ନାହିଁ । ୱାନ୍ ରାଙ୍କ ୱାନ୍ ପେନସନ୍ ଉପରେ ପୂର୍ବ ସରକାରମାନେ ଦେଇଥିବା ମିଥ୍ୟା ପ୍ରତିଶ୍ରୁତିକୁ ମନେ ପକାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ବର୍ତ୍ତମାନର ସରକାର ହିଁ ଏହି ଯୋଜନା କାର୍ଯ୍ୟକାରୀ କରିଛନ୍ତି ଯେଉଁଠାରେ ପୂର୍ବତନ ସୈନିକମାନଙ୍କୁ ୧.୨୫ ଲକ୍ଷ କୋଟି ଟଙ୍କାରୁ ଅଧିକ ଦିଆଯାଇଥିଲା। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏମାନେ ହିଁ ସ୍ୱାଧୀନତାର ୭ ଦଶନ୍ଧି ପରେ ମଧ୍ୟ ସହିଦଙ୍କ ପାଇଁ ଯୁଦ୍ଧ ସ୍ମାରକୀ ନିର୍ମାଣ କରିନାହାଁନ୍ତି, ସୀମାରେ ମୁତୟନ ଆମ ଯବାନମାନଙ୍କୁ ପର୍ଯ୍ୟାପ୍ତ ପରିମାଣର ବୁଲେଟପ୍ରୁଫ୍ ଜ୍ୟାକେଟ୍ ପ୍ରଦାନ କରିନାହାଁନ୍ତି ଏବଂ କାର୍ଗିଲ ବିଜୟ ଦିବସକୁ ଅଣଦେଖା କରୁଥିଲେ।

 

ଅଭିଭାଷଣ ଶେଷ କରି ପ୍ରଧାନମନ୍ତ୍ରୀ କହିଥିଲେ, କାର୍ଗିଲର ବିଜୟ କୌଣସି ସରକାର କିମ୍ବା କୌଣସି ଦଳର ବିଜୟ ନୁହେଁ। ଏହି ବିଜୟ ଦେଶର, ଏହି ବିଜୟ ହେଉଛି ଦେଶର ଐତିହ୍ୟ । ଏହା ଦେଶର ଗର୍ବ ଓ ସ୍ୱାଭିମାନର ପର୍ବ। ସେ ସମଗ୍ର ଦେଶ ତରଫରୁ ବୀର ଯବାନମାନଙ୍କୁ ସଲାମ କରିବା ସହ କାର୍ଗିଲ ବିଜୟର ୨୫ ବର୍ଷ ପୂର୍ତ୍ତି ଅବସରରେ ସମସ୍ତ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଏହି ଅବସରରେ ଲଦାଖର ଉପରାଜ୍ୟପାଳ ବ୍ରିଗେଡିୟର (ଡ. ) ବିଡି ଶର୍ମା, କେନ୍ଦ୍ର ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ଶ୍ରୀ ସଞ୍ଜୟ ସେଠ, ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ଜେନେରାଲ ଅନିଲ ଚୌହାନ ଏବଂ ତିନି ସଶସ୍ତ୍ର ବାହିନୀର ସେନା ମୁଖ୍ୟ ଉପସ୍ଥିତ ଥିଲେ।

ପୃଷ୍ଠଭୂମି

ସିନକୁନ୍‍ ଲା ଟନେଲ ପ୍ରୋଜେକ୍ଟରେ ୪.୧ କିଲୋମିଟର ଲମ୍ବର ଟ୍ୱିନ୍-ଟ୍ୟୁବ ଟନେଲ ରହିଛି ଯାହା ଲେହକୁ ସରୁଦିନିଆ ଯୋଗାଯୋଗ ଯୋଗାଇବା ପାଇଁ ନିମୁ - ପଦୁମ - ଦରଚା ରୋଡରେ ପ୍ରାୟ ୧୫,୮୦୦ ଫୁଟ ଉଚ୍ଚତାରେ ନିର୍ମାଣ କରାଯିବ । ଏହା ସମ୍ପୂର୍ଣ୍ଣ ହେଲେ ଏହା ବିଶ୍ୱର ସର୍ବୋଚ୍ଚ ଟନେଲ ହେବ। ସିନକୁନ୍‍ ଲା ଟନେଲ୍ କେବଳ ଆମର ସଶସ୍ତ୍ର ବାହିନୀ ଏବଂ ଉପକରଣର ଦ୍ରୁତ ଏବଂ ଦକ୍ଷ ଗତିବିଧି ସୁନିଶ୍ଚିତ କରିବ ନାହିଁ ବରଂ ଲଦାଖରେ ଅର୍ଥନୈତିକ ଏବଂ ସାମାଜିକ ବିକାଶକୁ ମଧ୍ୟ ପ୍ରୋତ୍ସାହିତ କରିବ ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi Praises Farmers For Taking India's Rich Mango Heritage To Global Markets

Media Coverage

PM Modi Praises Farmers For Taking India's Rich Mango Heritage To Global Markets
NM on the go

Nm on the go

Always be the first to hear from the PM. Get the App Now!
...
India-Myanmar Joint Statement during the Official Visit of the President of Myanmar to India
June 01, 2026

At the invitation of H.E. Shri Narendra Modi, Prime Minister of India, H.E. U Min Aung Hlaing, President of the Republic of the Union of Myanmar paid his first Official Visit to India from 30 May to 3 June 2026.

The President was accompanied by the Union Ministers for President’s Office, Foreign Affairs, Finance & Revenue, Agriculture, Livestock & Irrigation, and Industry & MSME Business Development, and Governor of the Central Bank of Myanmar. A business delegation from diverse sectors including agriculture, pharmaceuticals, energy, banking, construction, IT, communications, trading and logistics, as well as members of the Myanmar-India Friendship Association, were part of the Myanmar delegation.

The Prime Minister of India and the President of Myanmar held talks on 1 June 2026, during which they reviewed bilateral, regional and global issues of mutual interest and charted the way forward for the relationship. The Prime Minister hosted a luncheon in honour of the visiting dignitary. Hon’ble President of India Smt. Droupadi Murmu received the President of Myanmar on the same day. Earlier, External Affairs Minister Dr. S. Jaishankar and National Security Adviser Shri Ajit Doval separately called on the President of Myanmar.

At the commencement of the visit, the President visited Bodh Gaya on 30 May 2026, where he offered prayers at Mahabodhi Temple, Mahabodhi Meditation Centre and Sujata Temple. These visits to deeply revered sites underscored the enduring spiritual and Buddhist ties, as well as the people-to-people links, between the two countries.

The President delivered a keynote speech at the India-Myanmar Business Conclave, jointly organised by the UMFCCI and CII, in New Delhi on 31 May 2026, where business heads from both sides discussed avenues for further strengthening and expanding bilateral trade and commercial opportunities. The President also toured the NTPC Energy Technology Research Alliance (NETRA) complex in Greater Noida to observe advanced R&D work, including in clean energy innovation, energy efficiency, renewable energy integration and grid resilience.

In his interaction with the President, the Prime Minister stated that Myanmar lies at the confluence of India’s Neighbourhood First, Act East and MAHASAGAR (Mutual and Holistic Advancement for Security and Growth Across Regions) policies. The discussions underscored the importance of strengthening bilateral cooperation, including trade and economic ties, defence and security, border management, development assistance and cultural exchanges. Both sides noted ongoing discussions on various bilateral Agreements and Memoranda of Understanding and looked forward to their early conclusion.

The Prime Minister underlined that enhanced connectivity would foster mutually beneficial economic linkages and shared prosperity in the region. In this regard, both sides shared the importance of working closely towards the completion of Kaladan Multi-Modal Transit Transport project and the India-Myanmar-Thailand trilateral highway.

The Prime Minister conveyed that the Mekong Ganga ICCR scholarships for Myanmar students would be enhanced from 36 to 100 from 2026 onwards.

Both sides agreed to facilitate and enhance bilateral trade including through the Rupee-Kyat settlement mechanism, and appreciated the steady growth in the volume of transactions recorded since its operationalisation in May 2024. Both sides also expressed support for closer trade and investment cooperation in the areas of mutual interest such as agro-processing, petroleum, energy, mining sectors, in accordance with their respective national laws and regulations.

The Prime Minister reaffirmed India’s support for the sovereignty and territorial integrity of the Republic of the Union of Myanmar. Both sides underscored the importance of preventing the misuse of sovereign territory for activities inimical to their security interests. The President reiterated Myanmar’s assurance that its territory would not be permitted to be used against India’s security interests. The Prime Minister affirmed that India, as a steadfast and trusted partner of Myanmar, remained committed to deepening security cooperation between the two countries.

The Prime Minister conveyed support for Myanmar-led efforts towards achieving peace, stability, national reconciliation and socio-economic development. He also offered continued assistance and cooperation, based on mutual respect and friendly relations between the two countries. The President appreciated India’s constructive support and cooperation.

The Prime Minister expressed confidence that the meetings of the President with the Governor of Maharashtra and the Chief Minister, as well as his business engagements during his upcoming visit to Mumbai on 02 - 03 June 2026 would further strengthen existing bilateral cooperation and economic ties.

The official visit of President U Min Aung Hlaing reaffirmed the long-standing friendship and close partnership between Myanmar and India and the shared commitment of both countries to further strengthen cooperation for the mutual benefit of the two countries. Both sides agreed to continue close engagement at all levels.

President U Min Aung Hlaing expressed his sincere appreciation to Prime Minister Shri Narendra Modi for the warm hospitality extended to him and to the members of his delegation during their stay in India. The President also extended an invitation to the Prime Minister of India to visit Myanmar at mutually convenient dates.