“ସ୍ଥାନୀୟ କଲ୍ୟାଣ ପାଇଁ ବୈଶ୍ୱିକ ସହଯୋଗ ଆମର ଆହ୍ୱାନ”
ଆଇନର ପ୍ରବର୍ତ୍ତନ ଓ କାର୍ଯ୍ୟକାରିତା ଦ୍ୱାରା ଆମ ପାଖରେ ଯାହା ନାହିଁ ତାହା ଆମେ ପାଇଥାଉ, ଯାହା ଆମ ପାଖରେ ଅଛି ତାହା ସୁରକ୍ଷିତ ହୋଇଥାଏ, ଆମ ପାଖରେ ହିଁ ଯାହା ଅଛି ତାହା ବଢିବା ସହିତ ଯୋଗ୍ୟତମକୁ ଏହା ବାଣ୍ଟିବାରେ ସହାୟକ ହୁଏ”
“ ଆମ ପୁଲିସ ବାହିନୀ କେବଳ ଲୋକଙ୍କୁ ସୁରକ୍ଷା ଦେଉନାହିଁ, ଏହା ଗଣତନ୍ତ୍ରକୁ ମଧ୍ୟ ସୁରକ୍ଷିତ କରୁଛି”
“ଭୟ ଓ ଆତଙ୍କ ଯେତେବେଳେ ବୈଶ୍ୱିକ ରୂପ ଧାରଣ କରେ ସେତେବେଳେ ସ୍ଥାନୀୟ ଭାବେ ଏହାର ମୁକାବିଲା କରିବା ସମ୍ଭବ ନୁହେଁ”
“ଆତଙ୍କବାଦୀ ଓ ଅପରାଧୀଙ୍କ ନିରାପଦ ଆଶ୍ରୟସ୍ଥଳକୁ ବିଲୋପ କରିବା ପାଇଁ ବିଶ୍ୱ ସମୁଦାୟ ଅଧିକ ଦ୍ରୁତଗତିରେ କାମ କରିବା ଆବଶ୍ୟକ”
“ଯୋଗାଯୋଗ, ସହଯୋଗ ଓ ସମନ୍ୱୟ ମାଧ୍ୟମରେ ଅପରାଧ, ଦୁର୍ନୀତି ଓ ଆତଙ୍କବାଦର ଅବସାନ ଘଟୁ”

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀର ପ୍ରଗତି ମୈଦାନରେ ଅନୁଷ୍ଠିତ ଇଣ୍ଟରପୋଲରେ ୯୦ ତମ ସାଧାରଣ ପରିଷଦ(ଜେନେରାଲ ଆସେମ୍ଲି)ରେ ଉଦ୍‌ବୋଧନ ଦେଇଛନ୍ତି । ସେ ତାଙ୍କ ଉଦ୍‌ବୋଧନ ଅବସରରେ ଏହି ସମାବେଶରେ ଭାଗ ନେଇଥିବା ସମସ୍ତ ପ୍ରତିନିଧି ଓ କର୍ମକର୍ତ୍ତାଙ୍କୁ ଅଭିନନ୍ଦନ ଜ୍ଞାପନ କରିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତ ତାହାର ସ୍ୱାଧୀନତାର ୭୫ତମ ବର୍ଷ ପାଳନ କରୁଛି ଏବଂ ଏହା ଦେଶର ଜନସାଧାରଣ ଓ ସଂସ୍କୃତିର ଏକ ଉତ୍ସବ । ୨୦୨୩ରେ ଇଣ୍ଟରପୋଲ ତାହାର ପ୍ରତିଷ୍ଠାର ଏକଶତ ବର୍ଷ ପାଳନ କରିବା ଏକ ବିରଳ ସଂଯୋଗ । ଏକ ଶହ ବର୍ଷ ପୂର୍ତ୍ତି ପାଳନ ଇଣ୍ଟରପୋଲ ଓ ଏହା ସମସ୍ତ ସଦସ୍ୟ ରାଷ୍ଟ୍ରଙ୍କ ପାଇଁ ଆତ୍ମନିରୀକ୍ଷଣ ଓ ଆତ୍ମ ସମୀକ୍ଷାରେ ସମୟ । ଏହା ମାଧ୍ୟମରେ ଭବିଷ୍ୟତର କର୍ମପନ୍ଥା ନିର୍ଦ୍ଧାରଣ କରିବାକୁ ହେବ । ଏହି ଶତବାର୍ଷିକ ପାଳନ ପ୍ରସ୍ତୁତି ଅବସର ଏକ ଆନନ୍ଦ ଓ ଉତ୍ସାହର କ୍ଷଣ । ଏହା ଅନୁଶୀଳନ, ଆତ୍ମସମୀକ୍ଷା ଏବଂ ଅତୀତର ଭୁଲଭଟକା, ବିଫଳତାରୁ ଶିକ୍ଷା କରି ନୂଆ ଆଶା ଓ ଉଦ୍ଦିପନା ସହିତ ଆଗକୁ ବଢିବାର ବେଳ ।

ପ୍ରଧାନମନ୍ତ୍ରୀ ଇଣ୍ଟରପୋଲ୍‌ର ଦର୍ଶନ ଭାରତୀୟ ସଂସ୍କୃତି ସହିତ କିପରି ମେଳ ଖାଉଛି ତାହା ଦର୍ଶାଇଥିଲେ । ବେଦରୁ “ଆନୋ ଭଦ୍ରା କ୍ରତବୋ ୟନ୍ତୁ ବିଶ୍ୱତ” ଆପ୍ତ ବାକ୍ୟ ଉଦ୍ଧାର କରି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଥିଲେ ଯେ ଏହାର ଅର୍ଥ ହେଉଛି “ସବୁ ଦିଗରୁ ମହାନ ବିଚାର ଆସୁ । ଏହା ସହିତ ଇଣ୍ଟରପୋଲର ମଟୋ ବା ଦର୍ଶନ ମେଳ ଖାଉଛି ।” ଇଣ୍ଟରପୋଲର ମଟୋହେଲା ନିରାପଦ ବିଶ୍ୱ ସହିତ ପୁଲିସକୁ ଯୋଡିବା ବା କନେକ୍ଟିଂ ପୁଲିସ ଉଇଥ ଏ ସେଫର ୱାର୍ଲ୍ଡ । ଅତଏବ ବୈଶ୍ୱିକ ସହଯୋଗ ଦ୍ୱାରା ସମଗ୍ର ପୃଥିବୀକୁ ଅଧିକ ନିରାପଦ କରାଯିବା ବିଶେଷ ଗୁରୁତ୍ୱପୂର୍ଣ୍ଣ । ବିଶ୍ୱଶାନ୍ତି କ୍ଷେତ୍ରରେ ଭାରତର ବିଶେଷ ଅବଦାନ ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ମିଳିତ ଜାତିସଂଘର ଶାନ୍ତିରକ୍ଷା ପ୍ରୟାସରେ ଭାରତ ଅଗ୍ରଣୀ ଭୂମିକା ଗ୍ରହଣ କରି ଆସୁଛି । ଜାତିସଂଘ ଶାନ୍ତି ସେନାକୁ ଭାରତ ନିୟମିତ ସାହସୀ ପୁରୁଷ ଓ ମହିଳା ଯବାନ ଏବଂ ଅଧିକାରୀଙ୍କୁ ପଠାଉଛି । ଆମେ ବିଶ୍ୱ ଶାନ୍ତି ପାଇଁ ଅନେକ ତ୍ୟାଗ ସ୍ୱୀକାର କରିଛୁ ଏବଂ ଭାରତ ସ୍ୱାଧୀନ ହେବା ପୂର୍ବରୁ ଏ କ୍ଷେତ୍ରରେ ତାହାର ଅବଦାନ ରଖିଛି । ଦୁଇ ବିଶ୍ୱଯୁଦ୍ଧ ସମୟରେ ହଜାର ହଜାର ଭାରତୀୟ ସେମାନଙ୍କର ପ୍ରାଣୋତ୍ସର୍ଗ କରିଛନ୍ତି । 

କୋଭିଡ ଟିକା ଓ ଜଳବାୟୁ ପରିବର୍ତ୍ତନର ମୁକାବିଲା ସମ୍ପର୍କରେ ଶ୍ରୀ ମୋଦୀ କହିଥିଲେ ଯେ ଏଭଳି ଯେକୌଣସି ବୈଶ୍ୱିକ ସଙ୍କଟର ସମାଧାନ କରିବାରେ ପ୍ରମୁଖ ଭୂମିକା ନେବାକୁ ଭାରତ ସଦା ପ୍ରସ୍ତୁତ । ଗୋଟିଏ ସମୟରେ ଅନେକ ଦେଶ ଓ ସମାଜ ବାହ୍ୟ ଜଗତ ପ୍ରତି ଆଖିବୁଜି ଦେଇ ନିଜ କଥାକୁ ଅଧିକ ଗୁରୁତ୍ୱ ଦେଉଥିବାବେଳେ ଭାରତ ସେତେବେଳେ ଅଧିକ ଆନ୍ତର୍ଜାତିକ ସହଯୋଗ ଉପରେ ଗୁରୁତ୍ୱ ଦେଇ କାମ କରୁଥିଲା । ସ୍ଥାନୀୟ କଲ୍ୟାଣ ପାଇଁ ବୈଶ୍ୱିକ ସହଯୋଗ ଆମର ଆହ୍ୱାନ ବୋଲି ସେ କହିଥିଲେ ।

 ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ ସମଗ୍ର ବିଶ୍ୱରେ ପୁଲିସବାହିନୀ କେବଳ ନିଜ ଦେଶର ଲୋକଙ୍କୁ ସୁରକ୍ଷିତ କରୁନାହିଁ; ଏହା ସାମାଜିକ କଲ୍ୟାଣ ଉପରେ ମଧ୍ୟ ଗୁରୁତ୍ୱ ଦେଉଛି । ଯେକୌଣସି ସଙ୍କଟ କାଳରେ ପୁଲିସବାହିନୀ ସମାଜର ମୁକାବିଲା ପ୍ରୟାସର ସମ୍ମୁଖରେ ରହେ । କୋଭିଡ ମହାମାରୀ କାଳରେ ଭାରତରେ ପୁଲିସ ବାହିନୀର ପ୍ରଶଂସନୀୟ କାର୍ଯ୍ୟର ଉଦାହରଣ ଦେଇ ସେ କହିଥିଲେ ଯେ ଅନେକ ପୁଲିସ କର୍ମଚାରୀ ମଧ୍ୟ ଏଥିରେ ଲୋକଙ୍କ ପାଇଁ ନିଜର ପ୍ରାଣକୁ ଉତ୍ସର୍ଗ କରିଥିଲେ ।

ଶ୍ରୀ ମୋଦୀ ଭାରତର ଭୌଗୋଳିକ ଓ ସାଂସ୍କୃତିକ ବିଶାଳତାର ଗୁରୁତ୍ୱ ଉଲ୍ଲେଖ କରି କହିଥିଲେ ଯେ ଏହାର ବିବିଧତା ଓ ବ୍ୟାପକତା ବିଶେଷ ଗୁରୁତ୍ୱପୂର୍ଣ୍ଣ । ଭାରତୀୟ ପୁଲିସ ଉଭୟ ପ୍ରାଦେଶିକ ଓ ସଂଘୀୟସ୍ତରରେ ସମନ୍ୱୟ ରଖା କରି ୯୦୦ରୁ ଅଧିକ କେନ୍ଦ୍ରୀୟ ଏବଂ ୧୦ହଜାରରୁ ଊର୍ଦ୍ଧ୍ୱ ପ୍ରାଦେଶିକ ଆଇନକୁ କାର୍ଯ୍ୟକାରୀ କରୁଛନ୍ତି । ସମ୍ବିଧାନରରେ ପ୍ରଦତ୍ତ ନାଗରିକ ଅଧିକାର ଓ ବିବିଧତାକୁ ସମ୍ମାନ ପ୍ରଦାନ କରି ଆମ ପୁଲିସ କାମ କରୁଛି । ସେମାନେ କେବଳ ଲୋକଙ୍କୁ ସୁରକ୍ଷା ପ୍ରଦାନ କରୁନାହାନ୍ତି, ଗଣତନ୍ତ୍ରଙ୍କୁ ମଧ୍ୟ ସୁରକ୍ଷିତ କରୁଛନ୍ତି । ଇଣ୍ଟରପୋଲର ସଫଳତା ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି ସଂଗଠନ ବିଶ୍ୱବ୍ୟାପୀ ୧୯୫ ଦେଶକୁ ଯୋଡି ବିଗତ ୯୯ବର୍ଷ ଧରି କାମ କରିଆସୁଛି । ଏହା ତାହାର ପ୍ରତିଷ୍ଠାର ଏକଶତବର୍ଷ ପୂରଣ କରିବାକୁ ଯାଉଥିବାରୁ ଏହି ଗୌରବମୟ ମୁହୂର୍ତ୍ତ ଉପଲକ୍ଷେ ଭାରତ ସରକାର ସ୍ମାରକ ଡାକଟିକେଟ ଓ ମୁଦ୍ରା ଉନ୍ମୋଚନ କରିବାକୁ ଯାଉଛନ୍ତି ।

 ପ୍ରଧାନମନ୍ତ୍ରୀ ବିଶ୍ୱରେ ଏବେ ମୁଣ୍ଡ ଟେକିଥିବା ଆତଙ୍କବାଦ, ଦୁର୍ନୀତି, ସଂଗଠିତ ଅପରାଧ, ଅବୈଧ ଶିକାର ଓ ମାଦକଦ୍ରବ୍ୟ ଚୋର କାରବାର ସମ୍ପର୍କରେ ଉଲ୍ଲେଖ କରି କହିଥିଲେ ଯେ ଏସବୁ ଅବରାଧ ଯେଉଁ ଗତିରେ ବଢୁଛି ତାହା ସମଗ୍ର ମାନବଜାତି ପାଇଁ ଅତ୍ୟନ୍ତ ଭୟଙ୍କର । ଏସବୁର ମିଳିତ ମୁକାବିଲା ଯେତେ ଶୀଘ୍ର ହେବ ପୃଥିବୀ ସେତେ ସୁରକ୍ଷିତ ହୋଇପାରିବ । ଭୟ ଓ ଆତଙ୍କ ଯେତେବେଳେ ବୈଶ୍ୱିକ ରୂପ ଧାରଣ କରେ ସେତେବେଳେ ସ୍ଥାନୀୟ ଭାବେ ଏହାର ମୁକାବିଲା କରାଯାଇପାରିବ ନାହିଁ । ତେଣୁ ଏସବୁ ଆହ୍ୱାନର ମୁକାବିଲା ପାଇଁ ସମଗ୍ର ବିଶ୍ୱ ତୁରନ୍ତ ଏକାଠି ହୋଇ ଲଢିବା ଆବଶ୍ୟକ ।

 ସେ କହିଥିଲେ, “ଆଇନର ପ୍ରବର୍ତ୍ତନ ଓ କାର୍ଯ୍ୟକାରିତା ଦ୍ୱାରା ଆମ ପାଖରେ ଯାହା ନାହିଁ ତାହା ଆମେ ପାଇଥାଉ, ଯାହା ଆମ ପାଖରେ ଅଛି ତାହା ସୁରକ୍ଷିତ ହୋଇଥାଏ, ଆମ ପାଖରେ ହିଁ ଯାହା ଅଛି ତାହା ବଢିବା ସହିତ ଯୋଗ୍ୟତମକୁ ଏହା ବାଣ୍ଟିବାରେ ସହାୟକ ହୁଏ”

 ଆତଙ୍କବାଦ ବିରୋଧରେ ଭାରତର ଦୀର୍ଘ ଲଢେଇ କଥା ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ “ ଆମେ ଆମ ସୁରକ୍ଷା ଓ ନିରାପତ୍ତାର ମୂଲ୍ୟ ଜାଣୁ । ଏହି ଲଢେଇରେ ଆମର ହଜାର ହଜାର ନାଗରିକ ସେମାନଙ୍କ ଜୀବନକୁ ଉତ୍ସର୍ଗ କରୁଛନ୍ତି । ଏବେ ଆତଙ୍କବାଦ କେବଳ ଭୌତିକ କ୍ଷେତ୍ରରେ ହେଉନାହିଁ, ଅନ୍‌ଲାଇନ ଓ ସାଇବର ମାଧ୍ୟମରେ ଏହାର ପ୍ରସାର ଘଟୁଛି । ଗୋଟିଏ ବୋତାମ୍ ଚିପି ଆତଙ୍କବାଦୀ ଏକ ଦେଶକୁ ଚରମ ସଙ୍କଟ ମଧ୍ୟକୁ ଠେଲି ଦେଉଛନ୍ତି । ସେ କହିଛନ୍ତି ଯେ ଆତଙ୍କବାଦ ଯେତେବେଳେ ବିଶ୍ୱବ୍ୟାପୀ ପ୍ରସାରିତ ସେତେବେଳେ ଗୋଟିଏ ଦେଶ ନିଜ ସୀମା ସରହ୍ରଦକୁ ଜଗି ରହିଲେ ଯଥେଷ୍ଟ ହେବ ନାହିଁ । ଆତଙ୍କବାଦ ଓ ଆନ୍ତର୍ଜାତିକ ଅପରାଧର ସଫଳ ମୁକାବିଲା ପାଇଁ ଆଗୁଆ ସୂଚନା, ଅପରାଧୀ ଗୋଷ୍ଠୀଙ୍କୁ ଠାବ କରିବା, ଆନ୍ତର୍ଜାତିକ ସତର୍କ ବ୍ୟବସ୍ଥା ପ୍ରସ୍ତୁତି, ସୁରକ୍ଷିତ ପରିବହନ ବ୍ୟବସ୍ଥା, ଦୃଢ ଯୋଗାଯୋଗ ଭିତ୍ତିଭୂମି, ସବୁ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ପାଇଁ ସୁଦୃଢ ନିରାପତ୍ତା ବ୍ୟବସ୍ଥା, ବୈଷୟିକ ସହାୟତା ଏବଂ ଗୁଇନ୍ଦା ତଥ୍ୟ ଆଦାନପ୍ରଦାନର ଆବଶ୍ୟକତା ଅଧିକ ରହିଛି ।

ପ୍ରଧାନମନ୍ତ୍ରୀ ଦୁର୍ନୀତିର ମୁକାବିଲା ଉପରେ ମଧ୍ୟ ଗୁରୁତ୍ୱ ଦେଇଛନ୍ତି । ସେ କହିଛନ୍ତି ଯେ ଦୁର୍ନୀତି ଓ ଆର୍ଥିକ ଅପରାଧ ଅନେକ ଦେଶର ପ୍ରଗତି ଓ ଲୋକ କଲ୍ୟାଣକୁ ଗୁରୁତରଭାବେ ପ୍ରଭାବିତ କରିଛି । ଦୁର୍ନୀତିଗସ୍ତମାନେ ସେମାନଙ୍କ ପାପାର୍ଜିିତ ଧନକୁ ବିଶ୍ୱର ବିଭିନ୍ନ ସ୍ଥାନରେ ଗୁପ୍ତରେ ଲୁଚାଇ ରଖିଛନ୍ତି । ଏସବୁ ଅର୍ଥ ଦେଶର ସାଧାରଣ ଜନତା ଧନ । ଏହାର ଚୋରି ଓ ତସ୍କରୀ ଫଳରେ ଗରିବ ଲୋକଙ୍କ ଧନ ବରବାଦ ହେଉଛି ।ସେସବୁ ଅର୍ଥକୁ ବିଭିନ୍ନ ହାନିକାରକ ଓ ଜନ ବିରୋଧୀ କାର୍ଯ୍ୟରେ ବିନିଯୋଗ କରାଯାଉଛି । ତେଣୁ ଏସବୁ ଧନ ଲୁଚା ଯାଇଥିବାର ସ୍ଥାନର ବିଲୋପ ସହିତ ଆତଙ୍କବାଦୀ ଓ ଅପରାଧୀଙ୍କ ଗୁପ୍ତ ଆଡ୍ଡା ଏବଂ ଆଶ୍ରୟସ୍ଥଳୀଗୁଡିକୁ ଧ୍ୱଂସ କରିବା ଉପରେ ପ୍ରଧାନମନ୍ତ୍ରୀ ଆର୍ନ୍ତଜାତିକ ସହଯୋଗ ପାଇଁ ଗୁରୁତ୍ୱ ଦେଇଛନ୍ତି । ଦୁର୍ନୀତିଗ୍ରସ୍ତ, ଆତଙ୍କବାଦୀ, ମାଦକଦ୍ରବ୍ୟର ଚୋର କାରବାର କରୁଥିବା ଗୋଷ୍ଠୀ, ପଶୁପକ୍ଷୀଙ୍କୁ ବେଆଇନ ଶିକାର କରୁଥିବା ଗ୍ୟାଙ୍ଗ, ଅପରାଧୀ ଗୋଷ୍ଠୀଙ୍କୁ ଦମନ କରିବାକୁ ହେଲେ ସେମାନଙ୍କ ନିରାପଦ ଆଶ୍ରୟସ୍ଥଳୀ ତୁରନ୍ତ ଧ୍ୱଂସ କରିବାକୁ ସେ ଆନ୍ତର୍ଜାତିକ ସହଯୋଗର ଆହ୍ୱାନ ଦେଇଛନ୍ତି । ଏଭଳି ତତ୍ତ୍ୱ ଗୋଟିଏ ଯାଗାରେ ଲୋକଙ୍କ ବିରୋଧରେ କରୁଥିବା ଅପରାଧ ସମଗ୍ର ମାନବଜାତି ପ୍ରତି ଅପରାଧ ବୋଲି ସେ କହିଛନ୍ତି । ଏଥିପାଇଁ ପୁଲିସ ବାହିନୀ ଓ ଆଇନ ପ୍ରଣୟନକାରୀ ସଂସ୍ଥାମାନେ ପଦ୍ଧତି, ବିଧି ଓ ବ୍ୟବସ୍ଥା ତିଆରି କରି ନିଜ ନିଜ ମଧ୍ୟରେ ସହଯୋଗକୁ ଅଧିକ ନିବିଡ କରିବାକୁ ସେ ପରାମର୍ଶ ଦେଇଛନ୍ତି ।

ପଳାତକ ଅପରାଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ତ୍ୱରାନ୍ୱିତ କରିବାକୁ ଇଣ୍ଟରପୋଲ ଶୀଘ୍ର ରେଡ କର୍ଣ୍ଣର ନୋଟିସ ଜାରି କରିବା ଉଚିତ ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏକ ନିରାପଦ ଓ ସୁରକ୍ଷିତ ବିଶ୍ୱ ଗଠନ ଆମ ସମସ୍ତଙ୍କର ମିଳିତ ଦାୟିତ୍ୱ । “ଭଲ” ଶକ୍ତି ଏକଜୁଟ ହେଲେ ଅପରାଧ ଭଳି ମନ୍ଦ ଶକ୍ତିର ଅବସାନ ସମ୍ଭବ ବୋଲି ସେ କହିଛନ୍ତି । ଏହି ସମ୍ମିଳନୀରେ ଯୋଗଦେଇଥିବା ପୁଲିସ ଅଧକାରୀମାନେ ଭାରତର ଜାତୀୟ ପୁଲିସ ସ୍କାରକ ଓ ଜାତୀୟ ଯୁଦ୍ଧ ସ୍କାରକ ବୁଲି ଦେଖିବା ସହିତ ଭାରତକୁ ସୁରକ୍ଷିତ ରଖିବାକୁ ପ୍ରାଣପାତ କରିଥିବା ବୀରମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇବାକୁ ପରାମର୍ଶ ଦେଇଛନ୍ତି । ଏହି ସମ୍ମିଳନୀ ଅପରାଧ, ଦୁର୍ନୀତି ଓ ଆତଙ୍କବାଦର ମୁକାବିଲାକୁ ଅଧିକ ସଫଳ କରିବାରେ ସହାୟକ ହେବ ବୋଲି ସେ ଆଶାପ୍ରକାଶ କରି କହିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, “ଯୋଗାଯୋଗ, ସହଯୋଗ ଓ ସମନ୍ୱୟ ଆତଙ୍କବାଦର ଅବସାନରେ ସହାୟକ ହେଉ।”

ପ୍ରଧାନମନ୍ତ୍ରୀ ମଞ୍ଚକୁ ଆସିବା ପରେ ତାଙ୍କୁ ଇଣ୍ଟରପୋଲର ପଦାଧିକାରୀ ଓ କର୍ମକର୍ତ୍ତାଙ୍କ ସହିତ ପରିଚୟ କରାଇ ଦିଆଯାଇଥିଲା । ଶ୍ରୀ ମୋଦୀ ମଧ୍ୟ ଏହି ଅବସରରେ ଇଣ୍ଟରପୋଲର ୯୦ତମ ଜେନେରାଲ ଆସେମ୍ଲି ଆୟୋଜନର ସ୍ମାରକ ଡାକଟିକଟ ୧୦୦ଟଙ୍କିଆ ସ୍ମାରକ ମୁଦ୍ରା ଉନ୍ମୋଚନ କରିଥିଲେ ।

ପଳାତକ ଅପରାଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ତ୍ୱରାନ୍ୱିତ କରିବାକୁ ଇଣ୍ଟରପୋଲ ଶୀଘ୍ର ରେଡ କର୍ଣ୍ଣର ନୋଟିସ ଜାରି କରିବା ଉଚିତ ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏକ ନିରାପଦ ଓ ସୁରକ୍ଷିତ ବିଶ୍ୱ ଗଠନ ଆମ ସମସ୍ତଙ୍କର ମିଳିତ ଦାୟିତ୍ୱ । “ଭଲ” ଶକ୍ତି ଏକଜୁଟ ହେଲେ ଅପରାଧ ଭଳି ମନ୍ଦ ଶକ୍ତିର ଅବସାନ ସମ୍ଭବ ବୋଲି ସେ କହିଛନ୍ତି । ଏହି ସମ୍ମିଳନୀରେ ଯୋଗଦେଇଥିବା ପୁଲିସ ଅଧକାରୀମାନେ ଭାରତର ଜାତୀୟ ପୁଲିସ ସ୍କାରକ ଓ ଜାତୀୟ ଯୁଦ୍ଧ ସ୍କାରକ ବୁଲି ଦେଖିବା ସହିତ ଭାରତକୁ ସୁରକ୍ଷିତ ରଖିବାକୁ ପ୍ରାଣପାତ କରିଥିବା ବୀରମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇବାକୁ ପରାମର୍ଶ ଦେଇଛନ୍ତି । ଏହି ସମ୍ମିଳନୀ ଅପରାଧ, ଦୁର୍ନୀତି ଓ ଆତଙ୍କବାଦର ମୁକାବିଲାକୁ ଅଧିକ ସଫଳ କରିବାରେ ସହାୟକ ହେବ ବୋଲି ସେ ଆଶାପ୍ରକାଶ କରି କହିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, “ଯୋଗାଯୋଗ, ସହଯୋଗ ଓ ସମନ୍ୱୟ ଆତଙ୍କବାଦର ଅବସାନରେ ସହାୟକ ହେଉ।”

ପ୍ରଧାନମନ୍ତ୍ରୀ ମଞ୍ଚକୁ ଆସିବା ପରେ ତାଙ୍କୁ ଇଣ୍ଟରପୋଲର ପଦାଧିକାରୀ ଓ କର୍ମକର୍ତ୍ତାଙ୍କ ସହିତ ପରିଚୟ କରାଇ ଦିଆଯାଇଥିଲା । ଶ୍ରୀ ମୋଦୀ ମଧ୍ୟ ଏହି ଅବସରରେ ଇଣ୍ଟରପୋଲର ୯୦ତମ ଜେନେରାଲ ଆସେମ୍ଲି ଆୟୋଜନର ସ୍ମାରକ ଡାକଟିକଟ ୧୦୦ଟଙ୍କିଆ ସ୍ମାରକ ମୁଦ୍ରା ଉନ୍ମୋଚନ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ଇଣ୍ଟରପୋଲର ଅଧ୍ୟକ୍ଷ ଅହମ୍ମଦ ନାସେଲ ଅଲ ରାଏଜ୍‌, ଏହାର ମହାସଚିବ ଜର୍ଗେନ ଷ୍ଟକ, ସିବିଆଇ ନିର୍ଦ୍ଦେଶକ ସୁବୋଧ କୁମାର ଜୟସ୍ୱାଲ ପ୍ରମୁଖ ଉପସ୍ଥିତ ଥିଲେ । ଏହି ସମ୍ମିଳନୀ ଅକ୍ଟୋବର ୧୮ରୁ ଆରମ୍ଭ ହୋଇଛି ଓ ୨୧ ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥିରେ ଇଣ୍ଟରପୋଲର୧୯୫ ସଦସ୍ୟ ରାଷ୍ଟ୍ରର ପୁଲିସ ଅଧିକାରୀ ଓ ପ୍ରତିନିଧି ଯୋଗ ଦେଇଛନ୍ତି । ପ୍ରତିବର୍ଷ ଇଣ୍ଟରପୋଲର ସର୍ବୋଚ୍ଚ କାର୍ଯ୍ୟନିର୍ବାହୀ ପରିଷଦ ଜେନେରାଲ ଆସେମ୍ଲି ବୈଠକ ଆୟୋଜିତ ହୋଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଥାଏ । ୧୯୯୭ ପରେ ଦୀର୍ଘ ୨୫ବର୍ଷ ବ୍ୟବଧାନରେ ଭାରତରେ ଇଣ୍ଟରପୋଲର ଦ୍ୱିତୀୟ ଜେନେରାଲ ଆସେମ୍ଲି ଅନୁଷ୍ଠିତ ହେଉଛି । ଭାରତର ପ୍ରସ୍ତାବକ୍ରମେ ଏହି ସମ୍ମିଳନୀର ଆୟୋଜନ କରାଯାଇଛି ।

 

 

 

 

 

 

 

 

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
On Puri’s Grand Road, a devotee’s submission

Media Coverage

On Puri’s Grand Road, a devotee’s submission
NM on the go

Nm on the go

Always be the first to hear from the PM. Get the App Now!
...
Prime Minister speaks with the Amir of Qatar
July 16, 2026
PM conveys heartfelt condolences on the passing of the Father Amir of Qatar
PM recalls the Father Amir’s visionary leadership and his contribution to strengthening India-Qatar relations
The two leaders reaffirm their resolve to carry forward the Father Amir’s legacy

Prime Minister Shri Narendra Modi had a telephone conversation today with the Amir of the State of Qatar, H.H. Sheikh Tamim bin Hamad Al Thani.

Prime Minister conveyed his heartfelt condolences on the passing of H.H. Sheikh Hamad bin Khalifa Al Thani, the Father Amir of Qatar.

Recalling the Father Amir’s significant contributions as the chief architect of modern Qatar, Prime Minister paid tribute to his visionary leadership, and recalled his pivotal role in strengthening India-Qatar relations over the years as well as his deep affection for India and the Indian community in Qatar.

The Amir of Qatar thanked Prime Minister for his call and conveyed his appreciation for the words of support in this difficult hour.

The two leaders reaffirmed their resolve to carry forward the Father Amir’s legacy and further strengthen the India-Qatar Strategic Partnership and people-to-people ties.

They agreed to remain in close touch.