ବିଶ୍ୱ ବାଣିଜ୍ୟ ପ୍ରଦର୍ଶନୀ ଏବଂ ଇନଭେଷ୍ଟ୍ ୟୁପି ୨.୦ ଶୁଭାରମ୍ଭ କରିଛନ୍ତି
ଶିଳ୍ପପତିମାନେ ଉତ୍ତରପ୍ରଦେଶରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱ ଏବଂ ଅଭିବୃଦ୍ଧିର ସୁଯୋଗକୁ ପ୍ରଶଂସା କରିଛନ୍ତି
“ବର୍ତ୍ତମାନ ଉତ୍ତରପ୍ରଦେଶ ଉତ୍ତମ ଶାସନ, ଉତ୍ତମ ଆଇନ ଶୃଙ୍ଖଳା ପରିସ୍ଥିତି, ଶାନ୍ତି ଏବଂ ସ୍ଥିରତା ପାଇଁ ଜଣାଶୁଣା”
“ଆଜି ଉତ୍ତରପ୍ରଦେଶ ଆଶା ଏବଂ ପ୍ରେରଣାର ଉତ୍ସ ହୋଇପାରିଛି”
“ଦେଶର ପ୍ରତ୍ୟେକ ନାଗରିକ ବିକାଶର ପଥ ଅତିକ୍ରମ କରିବାକୁ ଚାହାଁନ୍ତି ଏବଂ ଏକ ବିକଶିତ ଭାରତର ସାକ୍ଷୀ ହେବାକୁ ଇଚ୍ଛାବ୍ୟକ୍ତ କରନ୍ତି”
“ଆଜି ଭାରତ ବାଧ୍ୟତାମୂଳକରେ ନୁହେଁ ବରଂ ବିଶ୍ୱାସରେ ସଂସ୍କାର ଆଣିଛି”
“ଏକ ନୂତନ ମୂଲ୍ୟ ଏବଂ ଯୋଗାଣ ଶୃଙ୍ଖଳ ବିକାଶ ପାଇଁ ଉତ୍ତରପ୍ରଦେଶ ଏକ ଚାମ୍ପିଅନ୍ ଭାବରେ ଉଭା ହୋଇଛି”
“ଡବଲ୍ ଇଞ୍ଜିନ୍ ସରକାରଙ୍କ ସଂକଳ୍ପ ଏବଂ ଉତ୍ତରପ୍ରଦେଶର ସମ୍ଭାବନା, ଏହାଠାରୁ ଭଲ ଭାଗିଦାରୀ ହୋଇପାରିବ ନାହିଁ ବୋଲି ସେ କହିଛନ୍ତି”

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଲକ୍ଷ୍ନୌ ଠାରେ ଉତ୍ତର ପ୍ରଦେଶ ଗ୍ଲୋବାଲ ଇନଭେଷ୍ଟର୍ସ ସମ୍ମିଟ୍‍ ୨୦୨୩ ର ଉଦଘାଟନ କରିଛନ୍ତି । ସେ ବିଶ୍ୱ ବାଣିଜ୍ୟ ପ୍ରଦର୍ଶନୀର ଉଦଘାଟନ କରିଥିଲେ ଏବଂ ଏହି କାର୍ଯ୍ୟକ୍ରମ ସମୟରେ ଇନଭେଷ୍ଟ ୟୁପି ୨.୦ ର ଶୁଭାରମ୍ଭ କରିଥିଲେ । ଉତ୍ତରପ୍ରଦେଶ ଗ୍ଲୋବାଲ ଇନଭେଷ୍ଟର୍ସ ସମିଟ୍‍ ୨୦୨୩ ହେଉଛି ଉତ୍ତରପ୍ରଦେଶ ସରକାରଙ୍କ ଫ୍ଲାଗସିପ୍ ନିବେଶ ସମ୍ମିଳନୀ ଯାହା ନୀତି ର୍ନିମାତା, ଶିଳ୍ପପତି, ଶିକ୍ଷାବିତ୍‍, ଚିନ୍ତକ ଏବଂ ନେତାମାନଙ୍କୁ ଏକତ୍ରିତ କରି ବ୍ୟବସାୟିକ ସୁଯୋଗ ଏବଂ ସହଭାଗୀତା ସୃଷ୍ଟି କରିବ । ପ୍ରଦର୍ଶନୀକୁ ପ୍ରଧାନମନ୍ତ୍ରୀ ମଧ୍ୟ ବୁଲି ଦେଖିଥିଲେ ।

ଏହି ଅବସରରେ ଶିଳ୍ପ ମୁଖ୍ୟମାନେ ମତ ରଖିଥିଲେ । ଶ୍ରୀ କୁମାର ମଙ୍ଗଳମ ର୍ବିଲା କହିଛନ୍ତି ଯେ ଭାରତ ଉଲ୍ଲେଖନୀୟ ଉଦ୍ୟୋଗୀ ଗତିଶୀଳତା ଏବଂ ନବସୃଜନ ପ୍ରଦର୍ଶନ କରୁଛି ଏବଂ ଦେଶର ଅର୍ଥନୈତିକ ଦୃଶ୍ୟପଟରେ ନୂତନ ଶକ୍ତି ପ୍ରୟୋଗ ଲାଗି ପ୍ରଧାନମନ୍ତ୍ରୀଙ୍କୁ ଶ୍ରେୟ ଦେଇଛି । ଶ୍ରୀ ମୁକେଶ ଅମ୍ବାନୀ କହିଛନ୍ତି ଯେ ଚଳିତ ବର୍ଷର ବଜେଟ୍ ଏକ ବିକଶିତ ରାଷ୍ଟ୍ର ଭାବରେ ଭାରତର ଆର୍ବିଭାବ ପାଇଁ ମୂଳଦୁଆ ପକାଇଛି । ସେ କହିଛନ୍ତି ଯେ କାପେକ୍ସ ଖର୍ଚ୍ଚ ପାଇଁ ଅଧିକ ଆବଣ୍ଟନ ଦ୍ୱାରା ଅଧିକ ଅର୍ଥନୈତିକ ଅଭିବୃଦ୍ଧି ଏବଂ ସାମାଜିକ କଲ୍ୟାଣ ହେବ । ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଦେଶ ବହୁତ ପରିବର୍ତ୍ତନ କରିଛି ଏବଂ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିଭଙ୍ଗୀ ଏବଂ ନିର୍ଦେଶ ଉପରେ ଲେଜର ଭଳି ତୀକ୍ଷ୍ଣ ଧ୍ୟାନ ଏକ ର୍ନିଭୀକ ନୂତନ ଭାରତ ଗଠନ କରୁଛି । ଟାଟା ସନ୍ସର ଅଧ୍ୟକ୍ଷ ଶ୍ରୀ ନଟରାଜନ୍ ଚନ୍ଦ୍ରଶେଖରନ୍ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱ ଏପରି ପରିସ୍ଥିତି ସୃଷ୍ଟି କରିଛି ଯେଉଁଠାରେ ଭାରତ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ହେବାକୁ ଯାଉଛି । ଏହା କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ପ୍ରଧାନମନ୍ତ୍ରୀ ଯାହା ସକ୍ଷମ କରିଛନ୍ତି ତାହା ହେଉଛି ୩୬୦-ଡିଗ୍ରୀ ବିକାଶ । ସେ କହିଛନ୍ତି ଯେ ବଜେଟରେ ଆବଣ୍ଟନ ଭିତ୍ତିଭୂମି ଏବଂ ବ୍ୟବହାର ଦ୍ୱାରା ପରିଚାଳିତ ଅଭିବୃଦ୍ଧିକୁ ନିଶ୍ଚିତ କରିବ ଏବଂ ଆମେ ଗ୍ରାମାଞ୍ଚଳର ଅଭିବୃଦ୍ଧି ମଧ୍ୟ ଦେଖିବୁ । ଜୁରିଚ୍ ବିମାନବନ୍ଦର ଏସିଆର ସିଇଓ ଡାନିଏଲ୍ ବିରଚେର୍ କହିଛନ୍ତି ଯେ ଜୁରିଚ୍ ବିମାନବନ୍ଦର ଏହାର ୭୫ ତମ ବାର୍ଷିକୀ ପାଳନ କରୁଛି ଯେପରି ଭାରତ ସ୍ୱାଧୀନତାର ୭୫ ବର୍ଷ ପାଳନ କରୁଛି । ସେ ଭାରତ ସହ ଦୀର୍ଘ ଦିନର ସହଭାଗିତା ବିଷୟରେ ଉଲ୍ଲେଖ କରିଛନ୍ତି ଯେଉଁଠାରେ ଜୁରିଚ୍ ବିମାନବନ୍ଦର ଦୁଇ ଦଶନ୍ଧି ପୂର୍ବରୁ ବେଙ୍ଗାଲୁରୁ ବିମାନବନ୍ଦରର ବିକାଶକୁ ସମର୍ଥନ କରିଥିଲା ଏବଂ ବର୍ତ୍ତମାନ ନୋଏଡା ଅନ୍ତର୍ଜାତୀୟ ବିମାନବନ୍ଦରର ବିକାଶ କରୁଛି । ସେ ଯମୁନା ଏକ୍ସପ୍ରେସୱେ ସହିତ ନୋଏଡା ଅନ୍ତର୍ଜାତୀୟ ବିମାନବନ୍ଦରର ସିଧାସଳଖ ସଂଯୋଗ ଉପରେ ଆଲୋକପାତ କରିଥିଲେ । ଡିକ୍ସନ୍ ଟେକ୍ନୋଲୋଜିର ଚେୟାରମ୍ୟାନ୍ ଶ୍ରୀ ସୁନୀଲ ଭାଚାନି କହିଛନ୍ତି ଯେ ଭାରତରେ ବିକ୍ରି ହେଉଥିବା ମୋବାଇଲ୍ ଫୋନର ପ୍ରାୟ ୬୫% ଉତ୍ତରପ୍ରଦେଶରେ ଉତ୍ପାଦିତ ହୋଇଛି ଏବଂ ଏହାକୁ ଉତ୍ତର ପ୍ରଦେଶ ସରକାରଙ୍କ ଗତିଶୀଳ ନୀତିକୁ ଏକ ଉତ୍ପାଦନ କେନ୍ଦ୍ରରେ ପରିଣତ କରିଛି । ସେ ଏହା ମଧ୍ୟ କହିଛନ୍ତି ଯେ ଆଜି ଡିକ୍ସନ୍ ଟେକ୍ନୋଲୋଜି ପ୍ରାୟ ୧୦୦ ବିଲିୟନ ଡଲାର ମୂଲ୍ୟର ମୋବାଇଲ୍ ଫୋନ୍ ରପ୍ତାନି କରିବାକୁ ଚାହୁଁଛି । ସମସ୍ତ ଶିଳ୍ପପତି ଉତ୍ତରପ୍ରଦେଶରେ ସୃଷ୍ଟି ହେଉଥିବା ସୁଯୋଗ ପ୍ରତି ଆଶା ପ୍ରଦର୍ଶନ କରିଥିଲେ ।

ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନିବେଶକ ସମ୍ପ୍ରଦାୟ, ଶିଳ୍ପପତି ତଥା ନୀତି ର୍ନିଣ୍ଣୟକାରୀଙ୍କୁ ଉଭୟ ପ୍ରଧାନମନ୍ତ୍ରୀ ତଥା ଉତ୍ତରପ୍ରଦେଶର ସଂସଦ ସଦସ୍ୟ ଭାବରେ ସ୍ୱାଗତ କରିଛନ୍ତିା

ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ଯେ ଉତ୍ତରପ୍ରଦେଶର ଭୂମି ଏହାର ସାଂସ୍କୃତିକ ଗୌରବ, ଗୌରବମୟ ଇତିହାସ ଏବଂ ସମୃଦ୍ଧ ଐତିହ୍ୟ ପାଇଁ ଜଣାଶୁଣା । ରାଜ୍ୟର ସାମର୍ଥ୍ୟକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ଅନାବଶ୍ୟକ ଶବ୍ଦ ଯଥା ଅନୁନ୍ନତ, ବିମାରୁ ଏବଂ ଉତ୍ତରପ୍ରଦେଶରେ ଲାଗିଥିବା ଖରାପ ଆଇନ ଶୃଙ୍ଖଳା ପରିସ୍ଥିତି ପ୍ରତି ଧ୍ୟାନ ଦେଇଥିଲେ । ପୂର୍ବ ସମୟରେ ଦୈନିକ ଖନନ କରାଯାଉଥିବା ହଜାର ହଜାର କୋଟି ମୂଲ୍ୟର ସ୍କାମ ଉପରେ ସେ ମଧ୍ୟ ମତ ରଖିଥିଲେ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ୫-୬ ବର୍ଷ ମଧ୍ୟରେ ଉତ୍ତରପ୍ରଦେଶ ଏକ ନୂତନ ପରିଚୟ ସୃଷ୍ଟି କରିଛି । ବର୍ତ୍ତମାନ ଉତ୍ତରପ୍ରଦେଶ ଉତ୍ତମ ଶାସନ, ଉତ୍ତମ ଆଇନ ଶୃଙ୍ଖଳା ପରିସ୍ଥିତି, ଶାନ୍ତି ଏବଂ ସ୍ଥିରତା ପାଇଁ ଜଣାଶୁଣା । ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ସମ୍ପଦ ସୃଷ୍ଟିକର୍ତ୍ତାଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି କରାଯାଉଛି । ପ୍ରଧାନମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ ଉତ୍ତରପ୍ରଦେଶରେ ଉନ୍ନତ ଭିତ୍ତିଭୂମି ପାଇଁ ପଦକ୍ଷେପ ଫଳପ୍ରଦ ହେଉଛି । ସେ କହିଛନ୍ତି ଖୁବ ଶୀଘ୍ର ୟୁପି ୫ ଟି ଅନ୍ତର୍ଜାତୀୟ ବିମାନବନ୍ଦର ସହିତ ଏକମାତ୍ର ରାଜ୍ୟ ଭାବରେ ପରିଚିତ ହେବ । ମାଲ ପରିବହନ କରିଡର ରାଜ୍ୟକୁ ମହାରାଷ୍ଟ୍ରର ସମୁଦ୍ର ଉପକୂଳ ସହିତ ସିଧାସଳଖ ସଂଯୋଗ କରିବ । ବ୍ୟବସାୟ କରିବାରେ ସହଜତା ପାଇଁ ୟୁପିରେ ସରକାରଙ୍କ ଚିନ୍ତାଧାରାରେ ଏକ ଅର୍ଥପୂର୍ଣ୍ଣ ପରିବର୍ତ୍ତନ ମଧ୍ୟ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି । ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇ କହିଛନ୍ତି, ଆଜି ୟୁପି ଆଶା ଏବଂ ପ୍ରେରଣାର ଉତ୍ସ ହୋଇପାରିଛି । ସେ କହିଛନ୍ତି ଯେ ୟୁପି ଦେଶ ପାଇଁ ଏକ ଉଜ୍ଜ୍ୱଳ ସ୍ଥାନ ପାଲଟିଛି ଯେପରି ଭାରତ ବିଶ୍ୱ ସ୍ତରରେ ଏକ ଉଜ୍ଜ୍ୱଳ ସ୍ଥାନ ପାଲଟିଛି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବିଶ୍ୱର ପ୍ରତ୍ୟେକ ବିଶ୍ୱାସର ସ୍ୱର ଭାରତୀୟ ଅର୍ଥନୀତିର ଅଗ୍ରଗତି ପ୍ରକ୍ରିୟାକୁ ନେଇ ଆଶାବାଦୀ ଥିବାରୁ ଏହା କେବଳ ମହାମାରୀ ଏବଂ ଯୁଦ୍ଧର ସମ୍ମୁଖୀନ ହୋଇ ନାହିଁ ବରଂ ଦ୍ରୁତ ପୁନରୁଦ୍ଧାର ମଧ୍ୟ ଦେଖାଇଛି ।

ଭାରତୀୟ ସମାଜ ତଥା ଭାରତର ଯୁବକମାନଙ୍କ ଚିନ୍ତାଧାରା ଏବଂ ଆକାଂକ୍ଷାରେ ଦେଖାଯାଉଥିବା ବିରାଟ ପରିବର୍ତ୍ତନ ଉପରେ ପ୍ରଧାନମନ୍ତ୍ରୀ ମତ ରଖିଥିଲେ । ସେ କହିଛନ୍ତି ଯେ ଦେଶର ପ୍ରତ୍ୟେକ ନାଗରିକ ବିକାଶର ପଥ ଅତିକ୍ରମ କରିବାକୁ ଚାହାଁନ୍ତି ଏବଂ ଭବିଷ୍ୟତରେ ଏକ "ବିକଶିତ ଭାରତ” ର ସାକ୍ଷୀ ହେବାକୁ ଇଚ୍ଛା କରନ୍ତି । ସେ ପ୍ରକାଶ କରିଛନ୍ତି ଯେ ଭାରତୀୟ ସମାଜର ଆକାଂକ୍ଷା ସରକାରଙ୍କ ପାଇଁ ଏକ ପ୍ରେରଣାର ଶକ୍ତି ହୋଇପାରିଛି ଯାହା ଦେଶରେ ଚାଲିଥିବା ବିକାଶମୂଳକ କାର୍ଯ୍ୟରେ ପ୍ରେରଣା ଯୋଗାଉଛି । ଉତ୍ତରପ୍ରଦେଶର ଆକାର ଏବଂ ଜନସଂଖ୍ୟାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନିବେଶକମାନଙ୍କୁ କହିଛନ୍ତି ଯେ ଭାରତ ଭଳି ୟୁପିରେ ମଧ୍ୟ ଏକ ଆଙ୍କାକ୍ଷୀ ସମାଜ ଆପଣଙ୍କୁ ଅପେକ୍ଷା କରିଛି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଡିଜିଟାଲ୍ ବିପ୍ଳବ ଯୋଗୁଁ ଉତ୍ତରପ୍ରଦେଶ ସମାଜ ଅନ୍ତର୍ଭୂକ୍ତ ଅଭିବୃଦ୍ଧି ଏବଂ ସଂଯୁକ୍ତ ହୋଇପାରିଛି । ଏକ ବଜାର ଭାବରେ ଭାରତ ନିରବଚ୍ଛିନ୍ନ ଭାବରେ ଆଗକୁ ବଢିବାରେ ଲାଗିଛି । ପ୍ରକ୍ରିୟା ସରଳୀକରଣ କରାଯାଉଛି । ସେ କହିଛନ୍ତି, ଆଜି ଭାରତ ବାଧ୍ୟତାମୂଳକ ଭାବେ ନୁହେଁ ବରଂ ବିଶ୍ୱାସରୁ ସଂସ୍କାର ଆଣିଛି ।

ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ଯେ ଭାରତ ଆଜି ବାସ୍ତବ ଦୃଷ୍ଟିରୁ ଗତି ଏବଂ ମାପରେ ଗତି କରିବା ଆରମ୍ଭ କରିଛି । ଯେହେତୁ ଏକ ବହୁତ ବଡ ବର୍ଗର ମୌଳିକ ଆବଶ୍ୟକତା ପୂରଣ ହୋଇଛି ଏବଂ ସେମାନେ ଆଗକୁ ଚିନ୍ତା କରୁଛନ୍ତି । ଭାରତ ଉପରେ ବିଶ୍ୱାସର ଏହା ହେଉଛି ସବୁଠାରୁ ବଡ କାରଣ ।

ବଜେଟ୍ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଭିତ୍ତିଭୂମି ପାଇଁ ବଢୁଥିବା ଆବଣ୍ଟନ ଉପରେ ଆଲୋକପାତ କରିଥିଲେ ଏବଂ ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ସାମାଜିକ ଭିତ୍ତିଭୂମି କ୍ଷେତ୍ରରେ ନିବେଶକଙ୍କ ପାଇଁ ସୁଯୋଗ ବିଷୟରେ କହିଥିଲେ । ସେହିଭଳି ଭାରତ ଗ୍ରହଣ କରିଥିବା ସବୁଜ ଅଭିବୃଦ୍ଧି ପଥରେ ସେ ନିବେଶକଙ୍କୁ ଆମନ୍ତ୍ରଣ କରିଥିଲେ । ସେ ସୂଚନା ଦେଇଛନ୍ତି ଯେ ଚଳିତ ବର୍ଷର ବଜେଟରେ କେବଳ ଶକ୍ତି ସଞ୍ଚରଣ ପାଇଁ ୩୫,୦୦୦ କୋଟି ଟଙ୍କା ଆବଣ୍ଟନ କରାଯାଇଛି ।

ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ଏକ ନୂତନ ମୂଲ୍ୟ ଏବଂ ଯୋଗାଣ ଶୃଙ୍ଖଳାର ବିକାଶ ପାଇଁ ଉତ୍ତରପ୍ରଦେଶ ଏକ ଚାମ୍ପିୟନ ରୂପେ ଉଭା ହୋଇଛି । ସେ ରାଜ୍ୟରେ ଉପସ୍ଥିତ ଥିବା ପାରମ୍ପାରିକ ତଥା ଆଧୁନିକ ଏମଏସଏମଇର ନେଟୱାର୍କକୁ ଉଲ୍ଲେଖ କରିଛନ୍ତି ଏବଂ ଭଦୋହି ଏବଂ ବାରାଣାସୀର ରେଶମର ଉଦାହରଣ ଦେଇଛନ୍ତି ଯାହାକି ୟୁପିକୁ ଭାରତର ଟେକ୍ସଟାଇଲ ହବ କରିପାରିଛି । ସେ ସୂଚନା ଦେଇଛନ୍ତି ଯେ ଭାରତର ୬୦ ପ୍ରତିଶତ ମୋବାଇଲ୍ ଫୋନ୍ ସହିତ ସର୍ବାଧିକ ମୋବାଇଲ୍ ଉପାଦାନ ୟୁପିରେ ଉତ୍ପାଦିତ ହେଉଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଦେଶର ଦୁଇଟି ପ୍ରତିରକ୍ଷା କରିଡର ମଧ୍ୟରୁ ଗୋଟିଏ ୟୁପିରେ ବିକଶିତ ହେଉଛି । ଭାରତୀୟ ସେନାକୁ ମେଡ ଇନ୍ ଇଣ୍ଡିଆ ପ୍ରତିରକ୍ଷା ବ୍ୟବସ୍ଥା ଏବଂ ପ୍ଲାଟଫର୍ମ ଯୋଗାଇବା ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ପ୍ରଧାନମନ୍ତ୍ରୀ ସୂଚିତ କରିଛନ୍ତି ।

 

ଦୁଗ୍ଧ, କୃଷି, ମତ୍ସ୍ୟଚାଷ ଏବଂ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ଉତ୍ତରପ୍ରଦେଶର ସୁଯୋଗ ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ । ସେ କହିଛନ୍ତି ଯେ ଏହା ହେଉଛି ଜଣେ ସଚିବ ଯେଉଁଠାରେ ଘରୋଇ କ୍ଷେତ୍ରର ଅଂଶଗ୍ରହଣ ସୀମିତ ରହିଛି । ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପରେ ଥିବା ପିଏଲଆଇ ବିଷୟରେ ସେ ନିବେଶକମାନଙ୍କୁ କହିଥିଲେ । କୃଷକମାନଙ୍କ ପାଇଁ ସହାୟତା ଠାରୁ ଅମଳ ପରବର୍ତ୍ତୀ ପରିଚାଳନା ପର୍ଯ୍ୟନ୍ତ ଏକ ନିରନ୍ତର ଆଧୁନିକ ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ସରକାରଙ୍କ ପ୍ରତିବଦ୍ଧତାକୁ ପ୍ରଧାନମନ୍ତ୍ରୀ ଦୋହରାଇଛନ୍ତି । ସେ କହିଛନ୍ତି ଯେ କ୍ଷୁଦ୍ର ନିବେଶକମାନେ କୃଷି-ଭିତ୍ତିଭୂମି ପାଣ୍ଠି ବ୍ୟବହାର କରିପାରିବେ ।

ଫସଲର ବିବିଧକରଣ, କୃଷକମାନଙ୍କ ପାଇଁ ଅଧିକ ସମ୍ବଳ ଏବଂ ଉତ୍ପାଦନ ଖର୍ଚ୍ଚ ହ୍ରାସ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ପ୍ରାକୃତିକ ଚାଷ ଉପରେ ଧ୍ୟାନ ଦେଇଥିଲେ । ସେ ସୂଚନା ଦେଇଛନ୍ତି ଯେ ୟୁପିରେ ୫ କିଲୋମିଟର ପର୍ଯ୍ୟନ୍ତ ଗଙ୍ଗା କୂଳରେ ଉଭୟ ପାଶ୍ୱର୍ରେ ପ୍ରାକୃତିକ ଚାଷ ଆରମ୍ଭ ହୋଇଛି । ଏହି ବଜେଟରେ ପ୍ରସ୍ତାବିତ ୧୦ ହଜାର ବାୟୋ-ଇନପୁଟ୍ ଉତ୍ସ କେନ୍ଦ୍ର ବିଷୟରେ ମଧ୍ୟ ସେ ଉଲ୍ଲେଖ କରିଛନ୍ତି । ମିଲେଟର ପୁଷ୍ଟିକର ମୂଲ୍ୟ ଯାହାକୁ ଭାରତରେ ଶ୍ରୀ ଅନ୍ନ କୁହାଯାଏ, ପ୍ରଧାନମନ୍ତ୍ରୀ ସରକାରଙ୍କ ଉଦ୍ୟମକୁ ସୂଚାଇ ଦେଇଛନ୍ତି ଯେ ଭାରତର ଶ୍ରୀ ଅନ୍ନ ବିଶ୍ୱ ପୁଷ୍ଟିକର ସୁରକ୍ଷା ଆବଶ୍ୟକତାକୁ ସମାଧାନ କରିବା ଉଚିତ । ସେ କହିଛନ୍ତି ଯେ ନିବେଶକମାନେ ଶ୍ରୀ ଅନ୍ନରେ ପ୍ରସ୍ତୁତ ଖାଦ୍ୟ ଏବଂ ଏହାକୁ ରାନ୍ଧିବାର ସୁଯୋଗ ପାଇପାରିବେ ।

ରାଜ୍ୟରେ ଶିକ୍ଷା ଏବଂ ଦକ୍ଷତା ବିକାଶରେ ଘଟିଥିବା ବିକାଶମୂଳକ କାର୍ଯ୍ୟ ଉପରେ ପ୍ରଧାନମନ୍ତ୍ରୀ ମଧ୍ୟ ଧ୍ୟାନ ଦେଇଛନ୍ତି । ସେ ମହାଯୋଗୀ ଗୁରୁ ଗୋରଖନାଥ ଆୟୁଷ ବିଶ୍ୱବିଦ୍ୟାଳୟ, ଅଟଳ ବିହାରୀ ବାଜପେୟୀ ସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟ, ରାଜା ମହେନ୍ଦ୍ର ପ୍ରତାପ ସିଂହ ବିଶ୍ୱବିଦ୍ୟାଳୟ ଏବଂ ମେଜର ଧ୍ୟାନ ଚାନ୍ଦ କ୍ରୀଡା ବିଶ୍ୱବିଦ୍ୟାଳୟକୁ ବିଭିନ୍ନ ପ୍ରକାରର କୌଶଳ ପ୍ରଦାନ କରୁଥିବା ଅନୁଷ୍ଠାନ ଭାବରେ ତାଲିକାଭୁକ୍ତ କରିଥିଲେ । ଦକ୍ଷତା ବିକାଶ ମିଶନ ଅଧୀନରେ ୧୬ ଲକ୍ଷରୁ ଅଧିକ ଯୁବକଙ୍କୁ ତାଲିମ ଦିଆଯାଇଥିବା ସେ ସୂଚନା ଦେଇଛନ୍ତି ।

ସେ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ୟୁପି ସରକାର ପିଜିଆଇ ଲକ୍ଷ୍ନୌ ଏବଂ ଆଇଆଇଟି କାନପୁରରେ କୃତ୍ରିମ ବୁଦ୍ଧି ସମ୍ବନ୍ଧୀୟ ପାଠ୍ୟକ୍ରମ ଆରମ୍ଭ କରିଛନ୍ତି ଏବଂ ଦେଶର ଷ୍ଟାର୍ଟ ଅପ୍ ବିପ୍ଳବରେ ରାଜ୍ୟର ବୃଦ୍ଧି ପାଉଥିବା ଭୂମିକା ଉପରେ ଆଲୋକପାତ କରିଛନ୍ତି । ସେ ସୂଚନା ଦେଇଛନ୍ତି ଯେ ୟୁପି ସରକାର ଆସନ୍ତା ବର୍ଷରେ ୧୦୦ ଟି ଇନକ୍ୟୁବେଟର ଏବଂ ତିନୋଟି ଅତ୍ୟାଧୁନିକ କେନ୍ଦ୍ର ସ୍ଥାପନ କରିବାର ଲକ୍ଷ୍ୟ ସ୍ଥିର କରିଛନ୍ତି ଯାହା ପ୍ରତିଭାବାନ ଏବଂ କୁଶଳୀ ଯୁବକମାନଙ୍କ ପାଇଁ ଏକ ବିଶାଳ ସୁଯୋଗ ସୃଷ୍ଟି କରିବ ।

ସମ୍ବୋଧନକୁ ସମାପ୍ତ କରି ପ୍ରଧାନମନ୍ତ୍ରୀ ଡବଲ ଇଞ୍ଜିନ ସରକାରଙ୍କ ସମାଧାନ ଏବଂ ଉତ୍ତରପ୍ରଦେଶର ସମ୍ଭାବନା ମଧ୍ୟରେ ଦୃଢ ଭାଗିଦାରୀ ଉପରେ ଆଲୋକପାତ କରିଛନ୍ତି । ସେ ଅଧିକ ସମୟ ନଷ୍ଟ ନକରି ସମୃଦ୍ଧିର ଏକ ଅଂଶ ହେବାକୁ ନିବେଶକ ଏବଂ ଶିଳ୍ପପତିମାନଙ୍କୁ ଅନୁରୋଧ କରିଥିଲେ । ପ୍ରଧାନମନ୍ତ୍ରୀ କହିଛନ୍ତି, ବିଶ୍ୱର ସମୃଦ୍ଧତା ଭାରତର ସମୃଦ୍ଧିରେ ଅଛି ଏବଂ ଏହି ସମୃଦ୍ଧିର ଯାତ୍ରାରେ ତୁମର ଅଂଶଗ୍ରହଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

ଏହି ଅବସରରେ ଉତ୍ତରପ୍ରଦେଶର ରାଜ୍ୟପାଳ ଶ୍ରୀମତୀ ଆନନ୍ଦିବେନ ପଟେଲ, ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଶ୍ରୀ ଯୋଗୀ ଆଦିତ୍ୟନାଥ, କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂହ, ଉତ୍ତରପ୍ରଦେଶ ସରକାରଙ୍କ ମନ୍ତ୍ରୀ, ବିଦେଶରୁ ଆସିଥିବା ମାନ୍ୟଗଣ୍ୟ ବ୍ୟକ୍ତି ତଥା ଶିଳ୍ପପତିମାନେ ଉପସ୍ଥିତ ଥିଲେ ।

ପୃଷ୍ଠଭୂମି

୧୦-୧୨ ଫେବୃଆରୀ ୨୦୨୩ ରୁ ଧାର୍ଯ୍ୟ ହୋଇଥିବା ଉତ୍ତରପ୍ରଦେଶ ଗ୍ଲୋବାଲ୍ ଇନଭେଷ୍ଟର୍ସ ସମିଟ୍‍ ୨୦୨୩ ହେଉଛି । ଉତ୍ତରପ୍ରଦେଶ ସରକାରଙ୍କ ଫ୍ଲାଗସିପ୍ ନିବେଶ ଶିଖର ସମ୍ମିଳନୀ ଯାହା ବିଶ୍ୱର ନୀତି ର୍ନିଣ୍ଣୟକାରୀ, ଶିଳ୍ପପତି, ଶିକ୍ଷାବିତ୍‍, ଚିନ୍ତକ ଏବଂ ନେତାମାନଙ୍କୁ ଏକତ୍ରିତ କରିବ ଏବଂ ବ୍ୟବସାୟିକ ସୁଯୋଗ ଅନୁସନ୍ଧାନ କରିବ ଏବଂ ସହଭାଗୀତା ଗଠନ କରିବ । 

ନିବେଶକ ୟୁପି ୨.୦ ହେଉଛି ଉତ୍ତରପ୍ରଦେଶର ଏକ ବିସ୍ତୃତ, ନିବେଶକ-କେନ୍ଦ୍ରିକ ଏବଂ ସେବା-ଆଧାରିତ ନିବେଶ ପରିବେଶ ଯାହା ନିବେଶକମାନଙ୍କୁ ପ୍ରାସଙ୍ଗିକ, ସୁ-ପରିଭାଷିତ, ଉନ୍ନତ ସେବା ପ୍ରଦାନ କରିବାକୁ ଚେଷ୍ଟା କରେ ।

 

 

 

 

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi urges people to take 9 pledges on health, saving water, others

Media Coverage

PM Modi urges people to take 9 pledges on health, saving water, others
NM on the go

Nm on the go

Always be the first to hear from the PM. Get the App Now!
...
Prime Minister receives phone call from President Emmanuel Macron, discusses situation in West Asia and maritime security
April 16, 2026

The Prime Minister, Shri Narendra Modi, received a phone call from the President of France, Emmanuel Macron.

During the conversation, the two leaders discussed the prevailing situation in West Asia. They agreed on the urgent need to restore safety and ensure freedom of navigation in the Strait of Hormuz.

Both leaders reiterated their commitment to continue close cooperation in advancing peace and stability in the region and beyond.

The Prime Minister wrote on X;

“Received a phone call from my dear friend President Emmanuel Macron. We discussed the situation in West Asia and agreed on the need to urgently restore safety and freedom of navigation in the Strait of Hormuz.

We will continue our close cooperation to advance peace and stability in the region and beyond.

@EmmanuelMacron”