ପ୍ରଧାନମନ୍ତ୍ରୀ ମୁକ୍ତି ଯୋଦ୍ଧା ଓ ଅପରେସନ ବିଜୟର ପ୍ରବୀଣ ସେନାନୀଙ୍କୁ କଲେ ସମ୍ବର୍ଦ୍ଧିତ
“ଗୋଆର ଜନସାଧାରଣ ମୁକ୍ତି ଆନ୍ଦୋଳନ ଓ ସ୍ୱରାଜରେ କୌଣସି ଢିଲା ଦେଇ ନ ଥିଲେ । ଭାରତର ଇତିହାସରେ ସେମାନେ ମୁକ୍ତି ମଶାଲ ଜାଜ୍ଜଲ୍ୟମାନ ରଖିଥିଲେ”
“ଭାରତ ଏକ ଉତ୍ସାହ ଯେଉଁଠି ନିଜଠାରୁ ଦେଶର ସ୍ଥାନ ସର୍ବୋଚ୍ଚ ଓ ଗୋଟିଏ ମାତ୍ର ମନ୍ତ୍ର ଦେଶ ପ୍ରଥମ, ଗୋଟିଏ ସଂକଳ୍ପ ଏକ ଭାରତ, ଶ୍ରେଷ୍ଠ ଭାରତ”
“ସର୍ଦ୍ଦାର ପଟେଲ ଆଉ କିଛି ବର୍ଷ ବଞ୍ଚିଥିଲେ ଗୋଆର ମୁକ୍ତି ଏତେ ଅଧିକ ଦିନ ଲାଗି ନ ଥାନ୍ତା”
“ଅନ୍ୟଆଡେ ଯେତେବେଳେ କାମ ଆରମ୍ଭ ହୁଏ ବା ଅଗ୍ରଗତି ପଥରେ ଥାଏ, ଗୋଆରେ ତାହା ଶେଷ ହୋଇଥାଏ”
“ପୋପ୍ ଫ୍ରାନ୍‌‌ସିସଙ୍କ ସହ ସାକ୍ଷାତ ଓ ତାଙ୍କର ଭାରତର ସୁଦୃଢ ଗଣତନ୍ତ୍ର ଓ ବିବିଧତା ପ୍ରତି ଅନୁରାଗର ପ୍ରଧାନମନ୍ତ୍ରୀ ସ୍ମୃତିଚାରଣ କରିଥିଲେ”
“ଦେଶ ଗୋଆବାସୀ ମନୋହର ପାରିକରଙ୍କ ସାଧୁତା, ମେଧା ଓ ଅଧ୍ୟବସାୟର ପ୍ରତିଫଳନ ଦେଖିଛି”

 ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଗୋଆଠାରେ ଆଜି (୧୯.୧୨.୨୦୨୧) ଗୋଆ ମୁକ୍ତି ସଂଗ୍ରାମ ସ୍ମାରକୀ ଦିବସ ସମାରୋହରେ ଯୋଗ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମୁକ୍ତି ଯୋଦ୍ଧା ଓ ଅପରେସନ ବିଜୟର ପ୍ରବୀଣ ସେନାନୀଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରିଥିଲେ । ଆଗୁଦା କାରାଗାର ସଂଗ୍ରହାଳୟ, ଗୋଆ ମେଡିକାଲ କଲେଜ ସୁପର ସ୍ପେଶିଆଲିଟି ବ୍ଲକ, ନୂତନ ଦକ୍ଷିଣ ଗୋଆ ଜିଲ୍ଳା ହସ୍‌ପିଟାଲ, ମୋପା ବିମାନଘାଟୀରେ ଉଡାଣ କୌଶଳ ବିକାଶ କେନ୍ଦ ଓ ମାଡଗାଁଓର ଡାବୋଲିମ-ନାଭୋଲିମ୍‌ଠାରେ ଗ୍ୟାସ ବିଚ୍ଛିନ୍ନ ସବ୍‌ଷ୍ଟେସନ ସମେତ ଅନେକ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ କରିଥିଲେ । ଗୋଆ ବାର କାଉନସିଲ ଇଣ୍ଡିଆ ଟ୍ରଷ୍ଟଠାରେ ଭାରତ ଆନ୍ତର୍ଜାତିକ ଆଇନ ଶିକ୍ଷା ବିଦ୍ୟାଳୟର ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ।

ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଗୋଆର ମାଟି, ପାଣି, ପବନ, ସମୁଦ୍ର ସବୁ ହେଉଛି ପ୍ରକୃତିର ଅମୂଲ୍ୟ ଦାନ । ଆଜି ଗୋଆ ମୁକ୍ତିର ଗର୍ବରେ ଗୋଆବାସୀ ଉଲ୍ଲସିତ । ତାଙ୍କୁ ଆଜି ଶହୀଦ ସ୍ମାରକୀ ଓ ଆଜାଦ୍ ମୈଦାନରେ ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବାର ସୁଯୋଗ ମିଳିଛି । ସେ ମଧ୍ୟ ମିରାମାରରେ ସେଲ ପ୍ୟାରେଡ ଓ ଫ୍ଲାଇ ପାଷ୍ଟର ଅବଲୋକନ କରିଥିଲେ । ଦେଶ ପକ୍ଷରୁ ସେ ଅପରସେନ ବିଜୟର  ପ୍ରବୀଣ ସେନାନୀମାନଙ୍କୁ ସମ୍ମାନୀତ କରି ସନ୍ତୋଷ ପ୍ରକଟ କରିଥିଲେ । ପ୍ରଧାନମନ୍ତ୍ରୀ ମଜବୁତ ଗୋଆର ଉତ୍ସାହ ଓ ଅନେକ ସୁଯୋଗ ଓ ବିସ୍ମୟକାରୀ ଅଭିଜ୍ଞତା ଦେଇଥିବାରୁ ଗୋଆବାସୀଙ୍କୁ ଧନ୍ୟବାଦ ଦେଇଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗୋଆ ପର୍ତ୍ତୃଗୀଜମାନଙ୍କ ଦ୍ୱାରା ଶାସନାଧୀନ ହେଲାବେଳକୁ ଅବଶିଷ୍ଟ ଭାରତବର୍ଷ ମୋଗଲ ଶାସନ ଅଧୀନରେ ଥିଲା । ଭାରତ ତା’ପରେ ଅନେକ ଉତଥାନ ପତନ ଦେଖିଛି । ଅନେକ ଉତଥାନ ପତନ ସତ୍ତ୍ୱେ ଗୋଆ ତା’ର ଭାରତୀୟତା ହରାଇ ନାହିଁ କିମ୍ବା ଅବଶିଷ୍ଟ ଭାରତ ଗୋଆକୁ ଭୂଲି ପାରିନାହାଁନ୍ତି । ଏହି ସମ୍ପର୍କ ସମୟର ଅବଲୀଳ କ୍ରମେ କ୍ରମଶଃ ମଜବୁତ ହୋଇଛି । ଗୋଆ ଜନସାଧାରଣ ଏହାର ମୁକ୍ତି ଆନ୍ଦୋଳନ ଓ ସ୍ୱରାଜରେ କୌଣସି ଢିଲା ଦେଇ ନ ଥିଲେ । ଭାରତ ଇତିହାସରେ ସେମାନେ ମୁକ୍ତି ମଶାଲ ଜାଜ୍ଜ୍ୱଲ୍ୟମାନ ରଖିଥିଲେ । ଏହା ଏଇଥିପାଇଁ ଭାରତ କେବଳ ଏକ ରାଜନୀତିକ ଶକ୍ତି ନୁହେଁ, ଭାରତ ଏକ ଚିନ୍ତାଧାରା ଓ ପରିବାର ଯାହା ମାନବିକ ସ୍ୱାର୍ଥର  ସୁରକ୍ଷା କରିଛି । ଭାରତ ଏକ ଉତ୍ସାହ ଯେଉଁଠି ନିଜଠାରୁ ଦେଶର ସ୍ଥାନ ସର୍ବୋଚ୍ଚ  ଗୋଟିଏ ମାତ୍ର ମନ୍ତ୍ର, ଦେଶ ପ୍ରଥମ, ଗୋଟିଏ ସଂକଳ୍ପ ଏକ ଭାରତ ଶ୍ରେଷ୍ଠ ଭାରତ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶର ଲୋକମାନଙ୍କ ମନରେ ଏକ ବେଦନା ରହିଥିଲା ଯେ ଦୋଶ ଏକ ଅଂଶ ମୁକ୍ତ ହୋଇନାହିଁ ଓ ସେମାନେ ପରାଧୀନ ଅଛନ୍ତି । ସେ କହିଥିଲେ ଯେ ସର୍ଦ୍ଦାର ପଟେଲ ଆଉ କିଛି ବର୍ଷ ବଞ୍ଚିଥିଲେ ଗୋଆର ମୁକ୍ତି ଏତେ ଅଧିକ ଦିନ ଲାଗି ନ ଥାନ୍ତା । ପ୍ରଧାନମନ୍ତ୍ରୀ ଆନ୍ଦୋଳନର ନାୟକମାନଙ୍କ ପ୍ରତି ମଥାନତ କରିଥିଲେ । ଗୋଆ ମୁକ୍ତି ବିମୋଚନ ସମିତିର ଏକତ୍ରିଶ ଜଣ ସତ୍ୟାଗ୍ରହୀଙ୍କୁ ସତ୍ୟାଗ୍ରହ ପାଇଁ ବଳିଦାନ ଦେବାକୁ ହୋଇଥିଲା । ସେ ଏହି ବୀରମାନଙ୍କ ତ୍ୟାଗ ସମ୍ପର୍କରେ ଚିନ୍ତା କରିବା ସହ ପଞ୍ଜାବର ବୀର କରିନେଲ ସିଂ ବେନିପାଲଙ୍କୁ ବୀରତ୍ୱର  ସହ ସ୍ମରଣ କରିବାକୁ ନିବେଦନ କରିଥିଲେ । “ଗୋଆ ମୁକ୍ତି ଆନ୍ଦୋଳନ କେବଳ ଭାରତୀୟ ସଂକଳ୍ପର ପ୍ରତୀକ ନୁହେଁ, ଏହା ଭାରତୀୟ ଐକ୍ୟ ଓ ସଂହତିର ଏକ ଜୀବନ୍ତ ଦସ୍ତାବିଜ୍‌” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

 

ପ୍ରଧାନମନ୍ତ୍ରୀ ସ୍ମୃତିଚାରଣ କରି କହିଥିଲେ ଯେ ସେ ଯେତେବେଳେ ଇଟାଲୀ ଓ ଭାଟିକାନ ସିଟି ଗସ୍ତ କରିଥିଲେ ପୋପ ଫ୍ରାନସିସଙ୍କ ସହ ସାକ୍ଷାତ କରିବାକୁ ତାଙ୍କୁ ସୁଯୋଗ ମିଳିଥିଲା । ପୋପଙ୍କ ଭାରତ ପ୍ରତି ମନୋଭାବ ମଧ୍ୟ ଖୁବ୍ ଉଦ୍ଦୀପନାମୂଳକ ଥିଲା । ପ୍ରଧାନମନ୍ତ୍ରୀ ମଧ୍ୟ ମହାମାନ୍ୟା ପୋପ୍‌ଙ୍କୁ ଭାରତ ଆସିବାକୁ ଆମନ୍ତ୍ରଣ ଜଣାଇଥିଲେ । ପୋପ୍ ଫ୍ରାନସିସ୍ ଏହି ଆମନ୍ତ୍ରଣ ପ୍ରତିକ୍ରିୟାରେ କହିଥିଲେ ଯେ, “ଏହା ମୋ ପାଇଁ ସବୁଠାରୁ ମହାନ୍ ଉପହାର” । ପ୍ରଧାନମନ୍ତ୍ରୀ ପୋପଙ୍କ ଭାରତୀୟ ବିବିଧତା ଓ ଆମର ମଜବୁତ୍ ଗଣତନ୍ତ୍ର ପ୍ରତି ଅନୁରାଗ ଉପରେ ଆଲୋକପାତ କରିଥିଲେ । ସେଣ୍ଟ କୁଇନ କେତେଭାନଙ୍କ ପବିତ୍ର ଅବଶେଷକୁ ଜର୍ଜିଆ ସରକାରଙ୍କୁ ହସ୍ତାନ୍ତର ନେଇ ମଧ୍ୟ ପ୍ରଧାନମନ୍ତ୍ରୀ କହିଥିଲେ ।

ଗୋଆର ପ୍ରଶାସନିକ ଦକ୍ଷତା ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗୋଆର ପ୍ରାକୃତିକ ସୌନ୍ଦର୍ଯ୍ୟ ସବୁବେଳେ ଏହାର ପରିଚୟ ହୋଇଆସିଛି  ଓ ଏବେ ପ୍ରଶାସନ ଗୋଆ ପାଇଁ ଆଉ ଏକ ପରିଚୟ ସୃଷ୍ଟି କରିଛି । ରାଜ୍ୟର ନୂତନ ପରିଚୟ ହେଲା  ପ୍ରତ୍ୟେକ ପ୍ରଶାସନିକ କାର୍ଯ୍ୟରେ ଆଗୁଆ । ଅନ୍ୟଆଡେ ଯେତେବେଳେ କାମ ଆରମ୍ଭ ହୁଏ ବା ଅଗ୍ରଗତି ପଥରେ ଥାଏ  ଗୋଆରେ ତାହା ଶେଷ ପର୍ଯ୍ୟାୟରେ ପହଞ୍ଚିଥାଏ । ପ୍ରଧାନମନ୍ତ୍ରୀ ଗୋଆକୁ ବାହ୍ୟ ମଳମୁକ୍ତ କରିବା, ଟିକାକରଣ, ହରଘର ଜଳ, ଜନ୍ମମୃତ୍ୟୁ ପଞ୍ଜୀକରଣ ଇତ୍ୟାଦି ଜୀବନଧାରଣ ପ୍ରଣାଳୀକୁ ସୁଗମ କରିଛି ବୋଲି କହିଥିଲେ । ସେ ଗୋଆର ସ୍ୱୟଂପୂର୍ଣ୍ଣା ଅଭିଯାନର ପ୍ରଶଂସା କରିଥିଲେ । ରାଜ୍ୟ ପ୍ରଶାସନିକ ଉତ୍କର୍ଷ ନିମନ୍ତେ ସେ ମୁଖ୍ୟମନ୍ତ୍ରୀ  ଓ ଅନ୍ୟାନ୍ୟ ମନ୍ତ୍ରୀମାନଙ୍କୁ ମଧ୍ୟ ପ୍ରଶଂସା କରିଥିଲେ। ପ୍ରଧାନମନ୍ତ୍ରୀ ମଧ୍ୟ ରାଜ୍ୟରେ ପର୍ଯ୍ୟଟନ ବିକାଶ ପାଇଁ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ । ନିକଟରେ ଭାରତୀୟ ଆନ୍ତର୍ଜାତିକ ଚଳଚ୍ଚିତ୍ର ମହୋତ୍ସବ ସଫଳତାର ସହ ଆୟୋଜନ କରିଥିବାରୁ ସେ ଧନ୍ୟବାଦ ଜଣାଇଥିଲେ ।

ପ୍ରଧାନମନ୍ତ୍ରୀ ଦିବ୍ୟଙ୍ଗତ ମନୋହର ପାରିକରଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । “ଯେତେବେଳେ ମୁଁ ଗୋଆର ସାଫଲ୍ୟ ଦେଖେ, ନୂତନ ପରିଚୟ ମଜବୁତ ହେବା ଦେଖେ  ମୁଁ ମୋର ବନ୍ଧୁ ମନୋହର ପାରିକରଙ୍କୁ ସ୍ମରଣ କରେ । ସେ ଗୋଆକୁ କେବଳ ନୂତନ ଶିଖରକୁ ନେଇ ନଥିଲେ ବରଂ ଗୋଆର ସମ୍ଭାବ୍ୟ ଭବିଷ୍ୟତର ମଧ୍ୟ ସମ୍ପ୍ରସାରଣ କରିଥିଲେ । ଜଣେ ଜୀବନର ଶେଷ ନିଶ୍ୱାସ ଥିବା ପର୍ଯ୍ୟନ୍ତ କେମିତି ନିଜ ରାଜ୍ୟ ଓ ତାର ରାଜ୍ୟବାସୀଙ୍କ ପ୍ରତି ନିଷ୍ଠାବାନ ରହିବ ଆମେ ତାଙ୍କ ଜୀବନରେ ଏହା ଦେଖିଛୁ ବାଲି କହିଥିଲେ । ମନୋହର ପାରିକରଙ୍କଠାରେ ଗୋଆବାସୀଙ୍କ ସାଧୁତା, ମେଧା ଓ ଅଧ୍ୟବସାୟର ପ୍ରତିଫଳନ ଦେଶବାସୀ ଲକ୍ଷ୍ୟ କରିଛନ୍ତି ବୋଲି ସେ କହିଥିଲେ।

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
‘Policy paralysis’ to ‘dynamism’: PM Modi returns to SRCC, maps India’s growth in 13 years

Media Coverage

‘Policy paralysis’ to ‘dynamism’: PM Modi returns to SRCC, maps India’s growth in 13 years
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares moments from his metro journey to and from the SRCC programme
September 05, 2026

Prime Minister Shri Narendra Modi today shared glimpses of his metro journey while traveling to and from the SRCC programme.

In a post on X, the Prime Minister shared:

"Metro moments…

On the way to the SRCC programme and back."