ଆଜି ପୁଣି ଥରେ ପୋଖରାନରେ ଭାରତର ଆତ୍ମନିର୍ଭରତା, ଆତ୍ମବିଶ୍ୱାସ ଓ ଏହାର ଗୌରବର ତ୍ରିବେଣୀ ଦେଖିବାକୁ ମିଳୁଛି '
"ଆତ୍ମନିର୍ଭର ଭାରତ ବିନା ବିକଶିତ ଭାରତର ଧାରଣା ଅକଳ୍ପନୀୟ"
ଭାରତର ପ୍ରତିରକ୍ଷା ଆବଶ୍ୟକତା ପାଇଁ ଆତ୍ମନିର୍ଭରଶୀଳତା ହେଉଛି ସଶସ୍ତ୍ର ବାହିନୀ ଉପରେ ଆତ୍ମବିଶ୍ୱାସର ଗ୍ୟାରେଣ୍ଟି
"ବିକଶିତ ସେନାକୁ ଶକ୍ତି ଦେବ ବିକଶିତ ରାଜସ୍ଥାନ"

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାଜସ୍ଥାନର ପୋଖରାନଠାରେ ତ୍ରି-ସେବା ଲାଇଭ୍ ଫାୟାର ଏବଂ କୌଶଳ ଅଭ୍ୟାସ ଆକାରରେ ସ୍ୱଦେଶୀ ପ୍ରତିରକ୍ଷା ସାମର୍ଥ୍ୟର ସମନ୍ୱିତ ପ୍ରଦର୍ଶନ ଦେଖିଥିଲେ । ଦେଶର ଆତ୍ମନିର୍ଭର ଭାରତ ଅଭିଯାନକୁ ଆଧାର କରି 'ଭାରତ ଶକ୍ତି' ଦେଶର ଦକ୍ଷତା ପ୍ରଦର୍ଶନ ପାଇଁ ବିଭିନ୍ନ ସ୍ୱଦେଶୀ ଅସ୍ତ୍ରଶସ୍ତ୍ର ପ୍ରଣାଳୀ ଏବଂ ପ୍ଲାଟଫର୍ମ ପ୍ରଦର୍ଶନ କରିବ ।

ଏହି ଅବସରରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଆଜି ଯେଉଁ ବୀରତା ଓ ଦକ୍ଷତା ପ୍ରଦର୍ଶନ କରାଯାଉଛି ତାହା ନୂଆ ଭାରତର ଆହ୍ୱାନ। ଆଜି ପୁଣି ଥରେ ପୋଖରାନ ଭାରତର ଆତ୍ମନିର୍ଭରତାର ତ୍ରିବେଣୀ, ଆତ୍ମବିଶ୍ୱାସ ଏବଂ ଏହାର ଗୌରବର ସାକ୍ଷୀ ପାଲଟିଛି। ସେ ଆହୁରି ମଧ୍ୟ କହିଛନ୍ତି, "ଏହା ସେହି ପୋଖରାନ ଯାହା ଭାରତର ପରମାଣୁ ପରୀକ୍ଷଣର ସାକ୍ଷୀ ଥିଲା ଏବଂ ଆଜି ଆମେ ସ୍ୱଦେଶୀକରଣର ଶକ୍ତି ଦେଖୁଛୁ"।

 

ଅତ୍ୟାଧୁନିକ ଏମ୍ଆଇଆରଭି  ଜ୍ଞାନକୌଶଳରେ ସଜ୍ଜିତ ଦୀର୍ଘ ଦୂରତା ବିଶିଷ୍ଟ ଅଗ୍ନି କ୍ଷେପଣାସ୍ତ୍ରର ପରୀକ୍ଷଣ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରି କହିଥିଲେ ଯେ ବିଶ୍ୱର ଅଳ୍ପ କେତୋଟି ଦେଶରେ ଏହି ନୂତନ ଯୁଗର ଜ୍ଞାନକୌଶଳ ଏବଂ ଦକ୍ଷତା ରହିଛି ଏବଂ ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରତା ପାଇଁ ଏହି ପରୀକ୍ଷଣ ଆଉ ଏକ ସଫଳତାର ପାହାଚ।

"ଆତ୍ମନିର୍ଭର ଭାରତ ବିନା ବିକଶିତ ଭାରତର ଧାରଣା ଅକଳ୍ପନୀୟ", ଅନ୍ୟମାନଙ୍କ ଉପରେ ନିର୍ଭରଶୀଳତା ହ୍ରାସ କରିବା ର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ କହିଥିଲେ । ଆଜିର ଅବସର ଏହି ସଂକଳ୍ପ ଦିଗରେ ଏକ ପଦକ୍ଷେପ ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତ ଖାଇବା ତେଲଠାରୁ ଆରମ୍ଭ କରି ଲଢୁଆ ବିମାନ ପର୍ଯ୍ୟନ୍ତ ଆତ୍ମନିର୍ଭରଶୀଳତା ଉପରେ ଗୁରୁତ୍ୱ ଦେଉଛି । ପ୍ରଧାନମନ୍ତ୍ରୀ କହିଥିଲେ ଯେ ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରତାର ସଫଳତା ଭାରତର ଟ୍ୟାଙ୍କ, ତୋପ, ଲଢୁଆ ବିମାନ, ହେଲିକପ୍ଟର ଏବଂ କ୍ଷେପଣାସ୍ତ୍ର ପ୍ରଣାଳୀ ଦ୍ୱାରା ଦେଖାଯାଇପାରେ ଯାହା ଭାରତର ଶକ୍ତିକୁ ପ୍ରତିଫଳିତ କରିଥାଏ । ଅସ୍ତ୍ରଶସ୍ତ୍ର, ଗୋଳାବାରୁଦ, ଯୋଗାଯୋଗ ଉପକରଣ, ସାଇବର ଏବଂ ମହାକାଶ ସହ ମେଡ୍ ଇନ୍ ଇଣ୍ଡିଆର ଉଡ଼ାଣକୁ ଆମେ ଅନୁଭବ କରୁଛୁ। ଏହା ପ୍ରକୃତରେ ଭାରତ ଶକ୍ତି" ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ତେଜସ ଲଢୁଆ ବିମାନ, ଅତ୍ୟାଧୁନିକ ହାଲୁକା ଲଢୁଆ ହେଲିକପ୍ଟର, ବୁଡ଼ାଜାହାଜ, ଡେଷ୍ଟ୍ରୋୟର, ଏୟାରକ୍ରାଫ୍ଟ କ୍ୟାରିୟର, ଅତ୍ୟାଧୁନିକ ଅର୍ଜୁନ ଟ୍ୟାଙ୍କ ଏବଂ ତୋପ ବିଷୟରେ ମଧ୍ୟ ସେ ଉଲ୍ଲେଖ କରିଥିଲେ ।

 

ପ୍ରତିରକ୍ଷା କ୍ଷେତ୍ରରେ ଭାରତକୁ ଆତ୍ମନିର୍ଭରଶୀଳ କରିବା ଦିଗରେ ନିଆଯାଇଥିବା ପଦକ୍ଷେପ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ନୀତିଗତ ସଂସ୍କାର ଏବଂ ଘରୋଇ କ୍ଷେତ୍ରରେ ସାମିଲ କରିବା ଏବଂ ଏହି କ୍ଷେତ୍ରରେ ଏମଏସଏମଇ ଷ୍ଟାର୍ଟଅପ୍ ଗୁଡ଼ିକୁ ପ୍ରୋତ୍ସାହିତ କରିବା ବିଷୟରେ ଉଲ୍ଲେଖ କରିଥିଲେ। ସେ ଉତ୍ତରପ୍ରଦେଶ ଏବଂ ତାମିଲନାଡୁରେ ପ୍ରତିରକ୍ଷା କରିଡର ବିଷୟରେ ଆଲୋଚନା କରିଥିଲେ ଏବଂ ଏଥିରେ ୭୦୦୦ କୋଟି ଟଙ୍କାର ପୁଞ୍ଜିନିବେଶ ବିଷୟରେ ସୂଚନା ଦେଇଥିଲେ । ଏହାବ୍ୟତୀତ ଏସିଆର ସର୍ବବୃହତ ହେଲିକପ୍ଟର କାରଖାନା ଭାରତରେ କାମ ଆରମ୍ଭ କରିଛି । ଆମଦାନୀ ହୋଇନଥିବା ସାମଗ୍ରୀର ତାଲିକା ପ୍ରସ୍ତୁତ କରିବା ଏବଂ ଏହି ଜିନିଷଗୁଡ଼ିକର ଭାରତୀୟ ଇକୋସିଷ୍ଟମକୁ ସମର୍ଥନ କରିଥିବାରୁ ସେ ତିନୋଟି ବାହିନୀର ମୁଖ୍ୟମାନଙ୍କୁ ଅଭିନନ୍ଦନ ଜଣାଇଥିଲେ । ଗତ ୧୦ ବର୍ଷ ମଧ୍ୟରେ ଭାରତୀୟ କମ୍ପାନିମାନଙ୍କଠାରୁ ୬ ଲକ୍ଷ କୋଟି ଟଙ୍କାର ଉପକରଣ କ୍ରୟ ହୋଇଥିବାରୁ ପ୍ରଧାନମନ୍ତ୍ରୀ ଖୁସି ବ୍ୟକ୍ତ କରିଥିଲେ। ଏହି ସମୟ ମଧ୍ୟରେ ଦେଶର ପ୍ରତିରକ୍ଷା ଉତ୍ପାଦନ ଦ୍ୱିଗୁଣିତ ହୋଇ ୧ ଲକ୍ଷ କୋଟି ଟଙ୍କାରୁ ଅଧିକ ହୋଇଛି। ଗତ ୧୦ ବର୍ଷ ମଧ୍ୟରେ ୧୫୦ରୁ ଅଧିକ ପ୍ରତିରକ୍ଷା ଷ୍ଟାର୍ଟଅପ୍ ଆରମ୍ଭ ହୋଇଛି ଏବଂ ପ୍ରତିରକ୍ଷା ବାହିନୀ ସେମାନଙ୍କୁ ୧୮୦୦ କୋଟି ଟଙ୍କାର ଅର୍ଡର ଦେଇଛି।

 

ଭାରତର ପ୍ରତିରକ୍ଷା ଆବଶ୍ୟକତା ପାଇଁ ଆତ୍ମନିର୍ଭରଶୀଳତା ହେଉଛି ସଶସ୍ତ୍ର ବାହିନୀ ଉପରେ ଆତ୍ମବିଶ୍ୱାସର ଗ୍ୟାରେଣ୍ଟି ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି। ଯୁଦ୍ଧ ସମୟରେ ବ୍ୟବହୃତ ଅସ୍ତ୍ରଶସ୍ତ୍ର ଏବଂ ଉପକରଣ ସ୍ୱଦେଶୀ ଭାବରେ ତିଆରି ହେଲେ ସଶସ୍ତ୍ର ବାହିନୀର ଶକ୍ତି ବହୁଗୁଣିତ ହୋଇଯାଏ ବୋଲି ସେ ଗୁରୁତ୍ୱାରୋପ କରିଥିଲେ । ବିଗତ ୧୦ ବର୍ଷ ମଧ୍ୟରେ ଭାରତ ନିଜର ଲଢୁଆ ବିମାନ, ବିମାନବାହୀ ଜାହାଜ, ସି୨୯୫ ପରିବହନ ବିମାନ ଏବଂ ଅତ୍ୟାଧୁନିକ ଉଡ଼ାଣ ଇଞ୍ଜିନ ଉତ୍ପାଦନ କରିଛି ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ । ନିକଟରେ ଭାରତରେ ପଞ୍ଚମ ପିଢ଼ିର ଲଢୁଆ ବିମାନର ଡିଜାଇନ୍, ବିକାଶ ଏବଂ ଉତ୍ପାଦନ ପାଇଁ କ୍ୟାବିନେଟ୍ ନିଷ୍ପତ୍ତି ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ପ୍ରତିରକ୍ଷା କ୍ଷେତ୍ରର ଅଭିବୃଦ୍ଧି ଏବଂ ଭବିଷ୍ୟତରେ ସୃଷ୍ଟି ହେବାକୁ ଥିବା ଅନେକ ନିଯୁକ୍ତି ଏବଂ ଆତ୍ମନିଯୁକ୍ତି ସୁଯୋଗର ପରିକଳ୍ପନା କରିଥିଲେ । ଭାରତ ବିଶ୍ୱର ସର୍ବବୃହତ ପ୍ରତିରକ୍ଷା ଆମଦାନୀକାରୀ ଥିଲା ସେହି ସମୟକୁ ମନେ ପକାଇ ପ୍ରଧାନମନ୍ତ୍ରୀ ପ୍ରତିରକ୍ଷା ରପ୍ତାନୀକାରୀ ଭାବରେ ଭାରତର ଉଦୟ ଉପରେ ଆଲୋକପାତ କରିଥିଲେ ଏବଂ ୨୦୧୪ ତୁଳନାରେ ଦେଶର ପ୍ରତିରକ୍ଷା ରପ୍ତାନିରେ ୮ ଗୁଣ ବୃଦ୍ଧି ବିଷୟରେ ଉଲ୍ଲେଖ କରିଥିଲେ ।

୨୦୧୪ ପୂର୍ବରୁ ପ୍ରତିରକ୍ଷା ଦୁର୍ନୀତି, ଗୋଳାବାରୁଦ ଅଭାବ ଏବଂ ଅର୍ଡିନାନ୍ସ କାରଖାନାର ଅବନତିର ବାତାବରଣକୁ ମନେ ପକାଇ ପ୍ରଧାନମନ୍ତ୍ରୀ ଅସ୍ତ୍ରଶସ୍ତ୍ର କାରଖାନାଗୁଡ଼ିକୁ ୭ଟି ବଡ଼ କମ୍ପାନୀରେ ବିଭକ୍ତ କରିବା ବିଷୟରେ ଉଲ୍ଲେଖ କରିଥିଲେ । ସେହିଭଳି ହାଲ୍ କୁ ଦୁର୍ଦ୍ଦଶାରୁ ଫେରାଇ ଆଣି ରେକର୍ଡ ଲାଭ କରିଥିବା କମ୍ପାନୀରେ ପରିଣତ କରାଯାଇଥିଲା। ପ୍ରଧାନମନ୍ତ୍ରୀ ମୋଦୀ ସିଡିଏସ୍ ସୃଷ୍ଟି, ଯୁଦ୍ଧ ସ୍ମାରକୀ ପ୍ରତିଷ୍ଠା ଏବଂ ସୀମା ଭିତ୍ତିଭୂମି ପ୍ରତିଷ୍ଠା ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ।

 

ଓ୍ଵାନ୍ ରାଙ୍କ  ଓ୍ଵାନ୍ ପେନସନ୍ କାର୍ଯ୍ୟକାରୀ ହେବା ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଗର୍ବର ସହ କହିଥିଲେ, "ସଶସ୍ତ୍ର ବାହିନୀର ସୈନିକଙ୍କ ପରିବାର ମୋଦୀଙ୍କ ଗ୍ୟାରେଣ୍ଟିର ଅର୍ଥ ଅନୁଭବ କରିଛନ୍ତି। ଓଆରଓପି ଅଧୀନରେ ରାଜସ୍ଥାନର ୧.୭୫ ଲକ୍ଷ ପ୍ରତିରକ୍ଷା କର୍ମଚାରୀ ୫,୦୦୦ କୋଟି ଟଙ୍କାର ଲାଭ ପାଇଛନ୍ତି ବୋଲି ସେ ସୂଚନା ଦେଇଛନ୍ତି।

ଦେଶର ଅର୍ଥନୈତିକ ଶକ୍ତି ଅନୁପାତରେ ସଶସ୍ତ୍ର ବାହିନୀର ଶକ୍ତି ବୃଦ୍ଧି ପାଇଥାଏ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ । ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି ରେ ପରିଣତ ହେଲେ ପ୍ରତିରକ୍ଷା ଶକ୍ତି ମଧ୍ୟ ନୂଆ ଉଚ୍ଚତା ଛୁଇଁବ ବୋଲି ସେ କହିଛନ୍ତି । ସେ ଏହି ପ୍ରକ୍ରିୟାରେ ରାଜସ୍ଥାନର ଭୂମିକାକୁ ସ୍ୱୀକାର କରିବା ସହ କହିଛନ୍ତି ଯେ "ବିକଶିତ ରାଜସ୍ଥାନ ବିକଶିତ ସେନାକୁ ଶକ୍ତି ପ୍ରଦାନ କରିବ"।

 

ଅନ୍ୟମାନଙ୍କ ମଧ୍ୟରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନ ଲାଲ ଶର୍ମା, କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂହ, ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ଜେନେରାଲ ଅନିଲ ଚୌହାନ, ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ, ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶାଲ ଭିଭେକ ରାମ ଚୌଧୁରୀ ଏବଂ ନୌସେନା ମୁଖ୍ୟ ଆଡମିରାଲ ଆର ହରି କୁମାର ପ୍ରମୁଖ ଉପସ୍ଥିତ ଥିଲେ।

ପୃଷ୍ଠଭୂମି

ସ୍ଥଳ, ଆକାଶ, ସମୁଦ୍ର, ସାଇବର ଏବଂ ମହାକାଶ କ୍ଷେତ୍ରରେ ବିପଦର ମୁକାବିଲା ପାଇଁ ଭାରତୀୟ ସଶସ୍ତ୍ର ବାହିନୀର ସମନ୍ୱିତ ପରିଚାଳନା କ୍ଷମତା ପ୍ରଦର୍ଶନ କରୁଥିବା ବାସ୍ତବବାଦୀ, ସମନ୍ୱିତ, ମଲ୍ଟି-ଡୋମେନ୍ ଅପରେସନକୁ ଭାରତ ଶକ୍ତି ଅନୁକରଣ କରିବ।

 

ଏହି ଅଭ୍ୟାସରେ ଅଂଶଗ୍ରହଣ କରୁଥିବା ପ୍ରମୁଖ ଉପକରଣ ଏବଂ ଅସ୍ତ୍ରପ୍ରଣାଳୀ ମଧ୍ୟରେ ଟି-୯୦ (ଆଇଏମ୍) ଟ୍ୟାଙ୍କ, ଧନୁଷ ଏବଂ ସାରଙ୍ଗ ଗନ୍ ସିଷ୍ଟମ୍, ଆକାଶ ଅସ୍ତ୍ର ଶସ୍ତ୍ର ବ୍ୟବସ୍ଥା, ଲଜିଷ୍ଟିକ୍ ଡ୍ରୋନ୍, ରୋବୋଟିକ୍ ମୁଲ୍ସ, ଆଡଭାନ୍ସ ଲାଇଟ୍ ହେଲିକପ୍ଟର (ଏଏଲ୍ଏଚ୍) ଏବଂ ଅତ୍ୟାଧୁନିକ ସ୍ଥଳଯୁଦ୍ଧ ଏବଂ ଆକାଶମାର୍ଗରୁ ନିରୀକ୍ଷଣ କ୍ଷମତା ପ୍ରଦର୍ଶନ କରୁଥିବା ମାନବବିହୀନ ଆକାଶ ଯାନ ଆଦି ରହିଛି। ଭାରତୀୟ ନୌସେନା ନାଭାଲ ଆଣ୍ଟି-ସିପ୍ କ୍ଷେପଣାସ୍ତ୍ର, ଅଟୋନୋମ୍ କାର୍ଗୋ କ୍ୟାରିଂ ଏରିଏଲ୍ ଭେଇକିଲ୍‌ସ ଏବଂ ଏକ୍ସପେଣ୍ଡେବଲ୍ ଏରିଏଲ୍‌ ଟାରଗେଟ୍‌ସ ପ୍ରଦର୍ଶନ କରି ସାମୁଦ୍ରିକ ଶକ୍ତି ଏବଂ ବୈଷୟିକ ଜ୍ଞାନକୌଶଳ ଉପରେ ଆଲୋକପାତ କରିଥିଲା। ଭାରତୀୟ ବାୟୁସେନା ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ହାଲୁକା ଲଢୁଆ ବିମାନ ତେଜସ, ଲାଇଟ୍ ୟୁଟିଲିଟି ହେଲିକପ୍ଟର ଏବଂ ଆଡଭାନ୍ସ ଲାଇଟ୍ ହେଲିକପ୍ଟର ମୁତୟନ କରିଛି, ଯାହା ବାୟୁ ଚଳାଚଳରେ ବାୟୁସେନାର ଶ୍ରେଷ୍ଠତା ଏବଂ ବହୁମୁଖୀତା ପ୍ରଦର୍ଶନ କରୁଛି ।

 

ଘରୋଇ ସମାଧାନ ସହିତ ସମସାମୟିକ ଏବଂ ଭବିଷ୍ୟତର ଆହ୍ୱାନର ମୁକାବିଲା ଏବଂ ପରିଚାଳନା କରିବା ପାଇଁ ଭାରତର ପ୍ରସ୍ତୁତିର ଏକ ସ୍ପଷ୍ଟ ସଙ୍କେତ ସ୍ୱରୂପ, ଭାରତ ଶକ୍ତି ବିଶ୍ୱ ସ୍ତରରେ ଭାରତର ଘରୋଇ ପ୍ରତିରକ୍ଷା ସାମର୍ଥ୍ୟର ସ୍ଥିରତା, ଅଭିନବତା ଏବଂ ଶକ୍ତି ଉପରେ ଆଲୋକପାତ କରିଛି । ଏହି କାର୍ଯ୍ୟକ୍ରମ ଭାରତୀୟ ସଶସ୍ତ୍ର ବାହିନୀର ଶକ୍ତି ଏବଂ ପରିଚାଳନା ଦକ୍ଷତା ଏବଂ ସ୍ୱଦେଶୀ ପ୍ରତିରକ୍ଷା ଶିଳ୍ପର ଚତୁରତା ଏବଂ ପ୍ରତିବଦ୍ଧତାକୁ ପ୍ରଦର୍ଶନ କରି ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ଦିଗରେ ଦେଶର ଦୃଢ଼ ଅଗ୍ରଗତିର ଉଦାହରଣ ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Moving beyond Western paradigms: The geopolitical lesson of India’s multi-alignment

Media Coverage

Moving beyond Western paradigms: The geopolitical lesson of India’s multi-alignment
NM on the go

Nm on the go

Always be the first to hear from the PM. Get the App Now!
...
Prime Minister condoles loss of lives in a mishap in Surat, Gujarat
June 02, 2026
PM announces ex-gratia from PMNRF

Prime Minister Shri Narendra Modi today expressed deep pain over the tragic mishap in Surat district, Gujarat. He extended his heartfelt condolences to those who have lost their loved ones and prayed for the earliest recovery of the injured. The Prime Minister noted that rescue operations are underway and authorities are providing all possible assistance at the accident site.

The Prime Minister has announced an ex-gratia of Rs. 2 lakh from the Prime Minister’s National Relief Fund (PMNRF) for the next of kin of each deceased. Shri Modi also noted that Rs. 50,000 would be provided to those who sustained injuries in the incident.

The Prime Minister posted on X:

"Deeply pained to hear about a mishap in Surat district, Gujarat. My condolences to those who have lost their loved ones. May the injured recover at the earliest. Rescue operations are underway and authorities are providing all possible assistance at the accident site.

An ex-gratia of Rs. 2 lakh from PMNRF would be given to the next of kin of each deceased. The injured would be given Rs. 50,000: PM"