ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନ୍ୟୁୟର୍କର ଲଙ୍ଗ ଆଇଲ୍ୟାଣ୍ଡରେ ଆୟୋଜିତ କାର୍ଯ୍ୟକ୍ରମରେ ଏକ ବିଶାଳ ଭାରତୀୟ ସମ୍ପ୍ରଦାୟକୁ ସମ୍ବୋଧନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ୧୫ ହଜାରରୁ ଅଧିକ ଲୋକ ଯୋଗ ଦେଇଥିଲେ।

 

ଭାରତୀୟମାନେ ପ୍ରଧାନମନ୍ତ୍ରୀଙ୍କୁ ଅତ୍ୟନ୍ତ ଭବ୍ୟ ଏବଂ ଉତ୍ସାହର ସହ ସ୍ୱାଗତ କରିଥିଲେ । ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣରେ ଭାରତ-ଆମେରିକା ସମ୍ପର୍କରେ ଭାରତୀୟ ଆମେରିକୀୟ ସମ୍ପ୍ରଦାୟର ଗୁରୁତ୍ୱପୂର୍ଣ୍ଣ ଅବଦାନକୁ ସ୍ୱୀକାର କରିଥିଲେ ଏବଂ ଦୁଇ ପ୍ରମୁଖ ଗଣତନ୍ତ୍ର ମଧ୍ୟରେ ସମ୍ପର୍କକୁ ସୁଦୃଢ଼ କରିବାରେ ଏହାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ରାଷ୍ଟ୍ରପତି ବାଇଡେନଙ୍କ ସହ ତାଙ୍କ ଡେଲାୱେର ସ୍ଥିତ ବାସଭବନରେ ତାଙ୍କର ସାକ୍ଷାତ ବିଷୟରେ ପ୍ରଧାନମନ୍ତ୍ରୀ କହିଥିଲେ । ଆମେରିକା ପ୍ରତି ଭାରତୀୟ ସମ୍ପ୍ରଦାୟର ବିଶ୍ୱାସ ଏହି ଅସାଧାରଣ କାର୍ଯ୍ୟରେ ପ୍ରତିଫଳିତ ହୋଇଥିଲା ।

 

ପ୍ରଧାନମନ୍ତ୍ରୀ ୨୦୪୭ ସୁଦ୍ଧା ବିକଶିତ ଭାରତ ପାଇଁ ତାଙ୍କର ଯୋଜନା ବିଷୟରେ ଉଲ୍ଲେଖ କରିଥିଲେ । ଭାରତର ଉନ୍ନତି ପାଇଁ ନିଜକୁ ସମର୍ପିତ କରି ସର୍ବବୃହତ ଗଣତାନ୍ତ୍ରିକ ପ୍ରକ୍ରିୟାରେ ଐତିହାସିକ ତୃତୀୟ ଥର ପାଇଁ ଅଭୂତପୂର୍ବ ସଫଳତା ହାସଲ କରିଛନ୍ତି ବୋଲି ସେ କହିଥିଲେ। ଗତ ଏକ ଦଶନ୍ଧି ମଧ୍ୟରେ ଭାରତରେ ପରବର୍ତ୍ତୀ ପିଢ଼ିର ଭିତ୍ତିଭୂମି ପ୍ରତିଷ୍ଠା, ୨୫୦ ନିୟୁତ ଲୋକଙ୍କୁ ଦାରିଦ୍ର୍ୟରୁ ମୁକ୍ତ କରିବା, ଏହାର ଅର୍ଥନୀତିକୁ ପଞ୍ଚମ ସ୍ଥାନକୁ ନେବା ଏବଂ ବିଶ୍ୱ ଅର୍ଥନୀତିରେ ତୃତୀୟ ସ୍ଥାନ ପାଇଁ ପ୍ରୟାସ କରିବା ଭଳି ଉଲ୍ଲେଖନୀୟ ପରିବର୍ତ୍ତନ ଆସିଛି।

 

ପ୍ରଧାନମନ୍ତ୍ରୀ କହିଥିଲେ, ସଂସ୍କାର ସହିତ ଲୋକଙ୍କ ଆବଶ୍ୟକତା ପୂରଣ ପାଇଁ ପଦକ୍ଷେପ ନେବାକୁ ସରକାର ପ୍ରତିଶ୍ରୁତିବଦ୍ଧ। ଉଦ୍ଭାବନ, ଉଦ୍ୟୋଗ, ଷ୍ଟାର୍ଟଅପ୍, ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଏବଂ ଡିଜିଟାଲ୍ ସଶକ୍ତୀକରଣ ଅଭିବୃଦ୍ଧି ଓ ସମୃଦ୍ଧିକୁ ପ୍ରୋତ୍ସାହିତ କରିବା ସହିତ ଦେଶରେ ନୂତନ ଶକ୍ତିର ଆବିର୍ଭାବ ବିଷୟରେ ସେ ଉଲ୍ଲେଖ କରିଥିଲେ। ମହିଳାଙ୍କ ନେତୃତ୍ବାଧୀନ ବିକାଶ ଏବଂ ସବୁଜ ପରିବର୍ତ୍ତନର ତୃଣମୂଳ ସ୍ତରରେ ପରିବର୍ତନକାରୀ ପ୍ରଭାବ ଉପରେ ସେ ଆଲୋକପାତ କରିଥିଲେ।


ବିଶ୍ୱ ଅଭିବୃଦ୍ଧି, ସମୃଦ୍ଧି, ଶାନ୍ତି ଏବଂ ନିରାପତ୍ତାକୁ ପ୍ରୋତ୍ସାହିତ କରିବା, ଜଳବାୟୁ ପରିବର୍ତ୍ତନର ମୁକାବିଲା, ଉଦ୍ଭାବନ, ଯୋଗାଣ ଏବଂ ମୂଲ୍ୟ ଶୃଙ୍ଖଳା ଏବଂ ଅନ୍ତର୍ଜାତୀୟ ଦକ୍ଷତା କେନ୍ଦ୍ରଗୁଡ଼ିକରେ ଥିବା ବ୍ୟବଧାନ ପୂରଣ କରିବାରେ ଭାରତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଆଜି ଅନ୍ତର୍ଜାତୀୟ ମଞ୍ଚରେ ଭାରତର ସ୍ୱର ଅଧିକରୁ ଅଧିକ ଶୁଣିବାକୁ ମିଳୁଛି।

 

ବୋଷ୍ଟନ ଓ ଲସ୍ ଆଞ୍ଜେଲସରେ ଯୁକ୍ତରାଷ୍ଟ୍ର ଆମେରିକାରେ ଦୁଇଟି ନୂତନ ଭାରତୀୟ ଦୂତାବାସ ଏବଂ ହ୍ୟୁଷ୍ଟନ ବିଶ୍ୱବିଦ୍ୟାଳୟରେ ତାମିଲ ଅଧ୍ୟୟନର ଏକ ଥିରୁଭାଲ୍ଲୁଭର ଚେୟାର ଖୋଲିବା ପାଇଁ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି । ଏହି ପଦକ୍ଷେପ ଦ୍ୱାରା ଭାରତ ଏବଂ ଯୁକ୍ତରାଷ୍ଟ୍ର ଆମେରିକାରେ ଥିବା ଏହାର ପ୍ରବାସୀଙ୍କ ମଧ୍ୟରେ ସମ୍ପର୍କ ଆହୁରି ସୁଦୃଢ଼ ହେବ । ସେ କହିଥିଲେ ଯେ ଭାରତ ଓ ଆମେରିକା ମଧ୍ୟରେ ଘନିଷ୍ଠ ସମ୍ପର୍କକୁ ପ୍ରୋତ୍ସାହିତ କରିବାରେ ପ୍ରବାସୀ ଭାରତୀୟଙ୍କ ଶକ୍ତି ବହୁତ ଗୁରୁତ୍ୱପୂର୍ଣ୍ଣ ହେବ ।

 

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Khichdi To Moringa Paratha: 7 Traditional Foods PM Modi Loves

Media Coverage

Khichdi To Moringa Paratha: 7 Traditional Foods PM Modi Loves
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 26, 2026
August 26, 2026

Accountability Meets Ambition: Record Low NPAs, Record Defence Output, Record Digital Adoption Under the Leadership of PM Modi