କୁଏତରେ ପ୍ରବାସୀ ଭାରତୀୟଙ୍କ ସୌହାର୍ଦ୍ଦ୍ୟ ଓ ସ୍ନେହ ଅସାଧାରଣ: ପ୍ରଧାନମନ୍ତ୍ରୀ
୪୩ ବର୍ଷ ପରେ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀ କୁଏତ ଗସ୍ତ କରୁଛନ୍ତି: ପ୍ରଧାନମନ୍ତ୍ରୀ
ଭାରତ ଓ କୁଏତ ମଧ୍ୟରେ ସଭ୍ୟତା, ସମୁଦ୍ର ଏବଂ ବାଣିଜ୍ୟର ଏକ ଉତ୍ତମ ସମ୍ପର୍କ ରହିଛି: ପ୍ରଧାନମନ୍ତ୍ରୀ
ଭାରତ ଓ କୁଏତ କ୍ରମାଗତ ଭାବେ ପରସ୍ପର ସହ ଛିଡ଼ା ହୋଇଛନ୍ତି: ପ୍ରଧାନମନ୍ତ୍ରୀ
ବିଶ୍ୱର କୁଶଳୀ ପ୍ରତିଭାର ଚାହିଦାକୁ ପୂରଣ କରିବା ପାଇଁ ଭାରତ ପ୍ରସ୍ତୁତ: ପ୍ରଧାନମନ୍ତ୍ରୀ
ଭାରତରେ ସ୍ମାର୍ଟ ଡିଜିଟାଲ ବ୍ୟବସ୍ଥା ଆଉ ବିଳାସ ନୁହେଁ, ବରଂ ସାଧାରଣ ଲୋକଙ୍କ ଦୈନନ୍ଦିନ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଛି: ପ୍ରଧାନମନ୍ତ୍ରୀ
ଭବିଷ୍ୟତର ଭାରତ ହେବ ବିଶ୍ୱ ବିକାଶର କେନ୍ଦ୍ର, ବିଶ୍ୱର ଅଭିବୃଦ୍ଧି ଇଞ୍ଜିନ: ପ୍ରଧାନମନ୍ତ୍ରୀ
ବିଶ୍ୱ ମିତ୍ର ଭାବରେ ଭାରତ ବିଶ୍ୱର ବୃହତ୍ତର ମଙ୍ଗଳ ଲକ୍ଷ୍ୟ ନେଇ ଆଗକୁ ବଢୁଛି: ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କୁଏତର ଶେଖ ସାଦ ଅଲ ଅବଦୁଲ୍ଲା ଇଣ୍ଡୋର ସ୍ପୋର୍ଟସ କମ୍ପ୍ଲେକ୍ସରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ 'ହାଲା ମୋଦୀ'ରେ ଭାରତୀୟ ସମ୍ପ୍ରଦାୟର ଏକ ବିଶାଳ ସମାବେଶକୁ ସମ୍ବୋଧିତ କରିଛନ୍ତି । ଏହି କାର୍ଯ୍ୟକ୍ରମରେ କୁଏତରେ ସମ୍ପ୍ରଦାୟର ବିଭିନ୍ନ ବର୍ଗର ପ୍ରତିନିଧିତ୍ୱ କରୁଥିବା ଭାରତୀୟ ନାଗରିକମାନେ ଯୋଗ ଦେଇଥିଲେ।

 

ସମ୍ପ୍ରଦାୟ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ ଅସାଧାରଣ ଉତ୍ସାହର ସହ ସ୍ୱାଗତ କରାଯାଇଥିଲା । ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତ-କୁଏତ ସମ୍ପର୍କ ଭାରତୀୟ ସମ୍ପ୍ରଦାୟ ଦ୍ୱାରା ଗଭୀର ଭାବରେ ସମୃଦ୍ଧ, ଯାହା ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ପ୍ରୋତ୍ସାହିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଏହି ନିମନ୍ତ୍ରଣ ପାଇଁ କୁଏତର ଅମୀରଙ୍କୁ ଧନ୍ୟବାଦ ଜଣାଇ ସେ କହିଛନ୍ତି ଯେ ୪୩ ବର୍ଷ ପରେ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀ ଦୀର୍ଘ ବର୍ଷର ବନ୍ଧୁତାକୁ ସୁଦୃଢ଼ କରିବା ପାଇଁ କୁଏତ ଗସ୍ତ କରୁଛନ୍ତି।

 

ପ୍ରଧାନମନ୍ତ୍ରୀ କୁଏତର ବିକାଶରେ ସମୁଦାୟର କଠିନ ପରିଶ୍ରମ, ସଫଳତା ଏବଂ ଅବଦାନକୁ ପ୍ରଶଂସା କରିଥିଲେ, ଯାହାକୁ ସ୍ଥାନୀୟ ସରକାର ଏବଂ ସମାଜ ବ୍ୟାପକ ସ୍ୱୀକୃତି ଦେଇଥିଲେ ବୋଲି ସେ କହିଥିଲେ । ଭାରତୀୟ ସମ୍ପ୍ରଦାୟର କଲ୍ୟାଣ ପାଇଁ ସେ କୁଏତର ନେତୃତ୍ୱଙ୍କୁ ଧନ୍ୟବାଦ ଦେଇଥିଲେ। କୁଏତ୍ ଏବଂ ଉପସାଗରୀୟ ଅଞ୍ଚଳର ଭାରତୀୟ ଶ୍ରମିକମାନଙ୍କୁ ସହାୟତା କରିବା ପାଇଁ ଭାରତର ଦୃଢ଼ ପ୍ରତିବଦ୍ଧତାକୁ ପ୍ରତିଫଳିତ କରି ସେ ଇ-ମାଇଗ୍ରେଟ୍ ପୋର୍ଟାଲ୍ ଭଳି ସରକାରଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ଟେକ୍ନୋଲୋଜି ଭିତ୍ତିକ ପଦକ୍ଷେପ ବିଷୟରେ ଆଲୋଚନା କରିଥିଲେ।

 

ବିଶ୍ୱବନ୍ଧୁ ଭାବରେ ଭାରତର ଆଭିମୁଖ୍ୟକୁ ପ୍ରଧାନମନ୍ତ୍ରୀ ଦର୍ଶାଇଥିଲେ । ବିଶେଷ କରି ବୈଷୟିକ ଜ୍ଞାନକୌଶଳ, ଭିତ୍ତିଭୂମି ଏବଂ ସ୍ଥାୟୀତା କ୍ଷେତ୍ରରେ ଭାରତର ଦ୍ରୁତ ପ୍ରଗତି ଓ ରୂପାନ୍ତର ସମ୍ପର୍କରେ ସେ ବିସ୍ତୃତ ଭାବେ ସୂଚନା ଦେଇଥିଲେ। ସେ ଉଲ୍ଲେଖ କରିଥିଲେ ଯେ ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତି ହେବା ବ୍ୟତୀତ, ଭାରତ ଫିନଟେକରେ ବିଶ୍ୱସ୍ତରୀୟ ନେତୃତ୍ୱ ନେଉଥିଲା, ଯାହା ଷ୍ଟାର୍ଟଅପ୍ କ୍ଷେତ୍ରରେ ବିଶ୍ବରେ ତୃତୀୟ ବୃହତ୍ତମ ଏବଂ ବିଶ୍ୱର ସର୍ବାଧିକ ଡିଜିଟାଲ୍ ସଂଯୋଜିତ ସମାଜ ମଧ୍ୟରୁ ଅନ୍ୟତମ । ସେ ଆର୍ଥିକ ଅନ୍ତର୍ଭୁକ୍ତୀକରଣ, ମହିଳାଙ୍କ ନେତୃତ୍ବାଧୀନ ବିକାଶ ଏବଂ ଅନ୍ତର୍ଭୁକ୍ତ ଅଭିବୃଦ୍ଧି ଭଳି ସଫଳତା ଉପରେ ଆଲୋକପାତ କରିଥିଲେ। ଦୁଇ ଦେଶର ବିକାଶ ଭାରତ ଏବଂ ନ୍ୟୁ କୁଏତର ମିଳିତ ଆକାଂକ୍ଷା ଉପରେ ଆଲୋକପାତ କରି ସେ କହିଥିଲେ ଯେ ଭାରତ ଏବଂ କୁଏତ ପାଇଁ ଏକାଠି କାମ କରିବାର ବିପୁଳ ସୁଯୋଗ ରହିଛି । ଭାରତର ଦକ୍ଷତା ଏବଂ ଉଦ୍ଭାବନ ଦୁଇ ଦେଶ ମଧ୍ୟରେ ନୂତନ ଭାଗିଦାରୀକୁ ପ୍ରୋତ୍ସାହିତ କରିପାରିବ ।

 

ଜାନୁଆରୀ ୨୦୨୫ ରେ ଭାରତରେ ଆୟୋଜିତ ହେବାକୁ ଥିବା ପ୍ରବାସୀ ଭାରତୀୟ ଦିବସ ଏବଂ ମହାକୁମ୍ଭରେ ଅଂଶଗ୍ରହଣ କରିବାକୁ ପ୍ରଧାନମନ୍ତ୍ରୀ ପ୍ରବାସୀ ସଦସ୍ୟମାନଙ୍କୁ ନିମନ୍ତ୍ରଣ କରିଥିଲେ ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Cotton duty relief: Textile industry welcomes import tax waiver, sees boost for exports and MSMEs

Media Coverage

Cotton duty relief: Textile industry welcomes import tax waiver, sees boost for exports and MSMEs
NM on the go

Nm on the go

Always be the first to hear from the PM. Get the App Now!
...
Prime Minister pays tribute to Lokmata Ahilyabai Holkar on her birth anniversary
May 31, 2026

The Prime Minister, Shri Narendra Modi has paid tributes to Lokmata Ahilyabai Holkar on her birth anniversary.

Shri Modi said that the entire nation remembers Lokmata Ahilyabai Holkar with deep respect and reverence for her wisdom, compassion and unwavering commitment to public welfare.

The Prime Minister noted that her life remains an exemplary model of good governance, patriotism and cultural pride. He said that she always led with courage and a strong sense of duty.

The Prime Minister highlighted her unparalleled contribution to ensuring justice and welfare for all, as well as her efforts towards the reconstruction of sacred temples and pilgrimage sites across the country. He remarked that her work further strengthened India’s cultural consciousness.

The Prime Minister stated that Lokmata Ahilyabai Holkar’s dedication to society, culture and nation-building will continue to inspire every generation of the country.

The Prime Minister wrote on X;

“लोकमाता अहिल्याबाई होल्कर जी को उनकी जयंती पर कोटि-कोटि नमन! बुद्धिमत्ता, करुणा और जनकल्याण के प्रति अटूट निष्ठा को लेकर पूरा देश उन्हें आदर और सम्मान के साथ स्मरण करता है। उनका जीवन सुशासन, राष्ट्रभक्ति और सांस्कृतिक गौरव का एक उत्कृष्ट उदाहरण है। उन्होंने सदैव साहस और कर्तव्यनिष्ठा के साथ नेतृत्व किया। देशभर में पावन मंदिरों और तीर्थस्थलों के पुनर्निर्माण से लेकर सभी के लिए न्याय और कल्याण सुनिश्चित करने में उन्होंने अतुलनीय योगदान दिया। उन्होंने भारत की सांस्कृतिक चेतना को और सशक्त बनाया। समाज, संस्कृति और राष्ट्र निर्माण के प्रति उनका समर्पण भाव देश की हर पीढ़ी को प्रेरित करता रहेगा।”