ମିଶନ ମୌସମ ଅଭିଯାନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆଇଏମଡି ଭିଜନ - ୨୦୪୭ ଉନ୍ମୋଚିତ
ବର୍ଷ ପୂର୍ତି ଉପଲକ୍ଷେ ପୋଷ୍ଟାଲ ଷ୍ଟାମ୍ପ ଓ କଏନର ପ୍ରଚଳନ
ଏହା କେବଳ ପାଣିପାଗ ବିଭାଗର ଯାତ୍ରା ନୁହେଁ, ବରଂ ଆଧୁନିକ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ଯାତ୍ରା : ପ୍ରଧାନମନ୍ତ୍ରୀ
'ବିଜ୍ଞାନ ପ୍ରତିଷ୍ଠାନରେ ଗବେଷଣା ଓ ଆବିଷ୍କାର ନବ ଭାରତର ବୈଶିଷ୍ଟ୍ୟ; ଗତ ଦଶ ବର୍ଷ ଭିତରେ ଆଇଏମଡିର ଭିତିଭୂମି ଓ ପ୍ରଯୁକ୍ତି ବିଦ୍ୟାରେ ଉଲ୍ଲେଖନୀୟ ଅଗ୍ରଗତି ଘଟିଛି : ପ୍ରଧାନମନ୍ତ୍ରୀ
କ୍ଲାଇମେଟ ସ୍ମାର୍ଟ ନେସନ ଗଢିବା ମିଶନ ମୌସମର ଲକ୍ଷ୍ୟ : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ୧୫୦ତମ ପ୍ରତିଷ୍ଠା ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଂଶଗ୍ରହଣ କରିଛନ୍ତି । ଉତ୍ସବରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ସମ୍ପୃକ୍ତ ବିଭାଗର ଦେଢ ଶହତମ ଯାତ୍ରା କେବଳ ବିଭାଗର ସଫଳ ଯାତ୍ରାକୁ ବଖାଣୁନାହିଁ ବରଂ ଏହା ଭାରତୀୟ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ସଫଳ ଗାଥା ପ୍ରକାଶ କରୁଛି । ଏତେ ଦିନ ଭିତରେ ଆଇଏମଡି ଲକ୍ଷ ଲକ୍ଷ ଭାରତୀୟଙ୍କ ସେବା କରିଆସିଛି ଓ ଏହା ବିଜ୍ଞାନର ଅଗ୍ରଗତିର ଏକ ପ୍ରତୀକ । ଆଇଏମଡିର ସଫଳତା ପାଇଁ ଏହି ଅବସରରେ ଏକ କଏନ ଓ ପୋଷ୍ଟାଲ ଷ୍ଟାମ୍ପ ଉନ୍ମୋଚିତ ହୋଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି । ୨୦୪୭ରେ ଭାରତର ଶହେତମ ବର୍ଷ ପୂର୍ତି ଉପଲକ୍ଷେ ଆଇଏମଡିର ଭବିଷ୍ୟତ ରୂପରେଖ ସମ୍ପର୍କରେ ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ । ଏହି ଅବସରରେ ସାରା ଦେଶର ନାଗରିକଙ୍କୁ ପ୍ରଧାନମନ୍ତ୍ରୀ ଅଭିବାଦନ ଜଣାଇଥିଲେ ।

ନିଜର ଦେଢ ଶହ ବର୍ଷର ଯାତ୍ରା ଲାଗି ଆଇଏମଡି ପକ୍ଷରୁ ଯୁବକମାନଙ୍କ ଲାଗି ଜାତୀୟ ପାଣିପାଗ ଅଲିମ୍ପିୟାଡର ଆୟୋଜନ କରାଯାଇଛି । ହଜାର ହଜାର ଛାତ୍ର ଏଥିରେ ଭାଗ ନେଇ ପାଣିପାଗ ବିଜ୍ଞାନ କ୍ଷେତ୍ରରେ ଅଧିକ ମନୋନିବେଶ କରିପାରିବେ ବୋଲି ମୋଦୀ କହିଛନ୍ତି । ଉତ୍ସବ ସ୍ଥଳୀରେ ଯୋଗ ଦେଇଥିବା ଛାତ୍ରଛାତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ କଥା ହୋଇଥିଲେ । କାର୍ଯ୍ୟକ୍ରମରେ ଭାଗ ନେଇଥିବା ଯୁବକମାନଙ୍କୁ ସେ ସାଧୁବାଦ ଜଣାଇଥିଲେ ।

 

ମକର ସଂକ୍ରାନ୍ତି ପାଖାପାଖି ୧୫ ଜାନୁୟାରୀ ୧୮୫୭ ମସିହାରେ ଭାରତୀୟ ପାଣିପାଗ ବିଭାଗ ସ୍ଥାପିତ ହୋଇଥିଲା । ତେବେ ଆମେ ସମସ୍ତେ ମକର ସଂକ୍ରାନ୍ତିର ଗୁରୁତ୍ୱ ସମ୍ପର୍କରେ ଊଣା ଅଧିକେ ଅବଗତ ଅଛୁ ବୋଲି ମୋଦୀ କହିଥିଲେ । ଗୁଜରାଟରୁ ଆସିଥିବା କାରଣରୁ ଏହି ମକର ସଂକ୍ରାନ୍ତି ତାଙ୍କର ପ୍ରିୟ ପର୍ବ ବୋଲି ମୋଦୀ କହିଥିଲେ । ଏହି ସଂକ୍ରାନ୍ତିରେ କାପ୍ରିକନ ସୂର୍ଯ୍ୟ ମକର ରାଶିକୁ ପ୍ରବେଶ କରି ତାଙ୍କର ଉତରାୟନ ହୋଇଥାଏ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ଉତର ଗୋଲାର୍ଦ୍ଧରେ ସୂର୍ଯ୍ୟଙ୍କ ତେଜ ବୃଦ୍ଧି କାରଣରୁ କୃଷି କାର୍ଯ୍ୟ ପାଇଁ ସଜବାଜ ଆରମ୍ଭ ହୁଏ । ସାରା ଦେଶରେ ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ମକର ସଂକ୍ରାନ୍ତି ପାଳନ କରାଯାଇଥାଏ । ଏହି ଅବସରରେ ପ୍ରଧାନମନ୍ତ୍ରୀ ଦେଶର ନାଗରିକମାନଙ୍କୁ ନିଜର ଶୁଭେଚ୍ଛା ଜ୍ଞାପନ କରିଛନ୍ତି ।

 

ଦେଶର ବିଜ୍ଞାନ ଭିତିକ ପ୍ରତିଷ୍ଠାନଗୁଡିକର ଅଗ୍ରଗତି ଏହାର ବିଜ୍ଞାନ ପ୍ରତି ରହିଥିବା ସଚେତନତାକୁ ସୂଚାଇଥାଏ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ନବ ଭାରତ ପାଇଁ ବିଜ୍ଞାନ ପ୍ରତିଷ୍ଠାନଗୁଡିକରେ ହେଉଥିବା ଗବେଷଣା ଓ ଆବିଷ୍କାର ଖୁବ ଯୁଗପୋଯୋଗୀ ବୋଲି ମୋଦୀ କହିଛନ୍ତି । ଗତ କିଛି ଦଶନ୍ଧି ଭିତରେ ଆଇଏମଡିର ଭିତିଭୂମି ଓ ପ୍ରଯୁକ୍ତି ବିଦ୍ୟାରେ ଆଖିଦୃଶିଆ ଅଗ୍ରଗତି ହୋଇଛି । ପରିମାର୍ଜିତ ଡପ୍ଲଲର ପାଣିପାଗ ରାଡାର, ସ୍ୱୟଂ ଚାଳିତ ପାଣିପାଗ ଷ୍ଟେସନ, ରନବେ ପାଣିପାଗ ନୀରିକ୍ଷଣ ଷ୍ଟେସନ, ଜିଲ୍ଲା ଭିତିକ ବୃଷ୍ଟିପାତ ନୀରିକ୍ଷଣ ଷ୍ଟେସନର ଅଭିବୃଦ୍ଧି ସମ୍ପୃକ୍ତ ବିଭାଗକୁ ସମୃଦ୍ଧ କରିଛି ବୋଲି ମୋଦୀ କହିଛନ୍ତି । ମହାକାଶ ଓ ପ୍ରଯୁକ୍ତି ବିଦ୍ୟା ଦ୍ୱାରା ପାଣିପାଗ ବିଭାଗକୁ ବିଶେଷ ସଫଳତା ମିଳିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି । ଆଂଟର୍କାଟିକାରେ ମୈତ୍ରୀ ଓ ଭାରତୀ ନାଁରେ ଦୁଇଟି ପାଣିପାଗ ନୀରିକ୍ଷଣ କେନ୍ଦ୍ର ରହିଛି । ଗତବର୍ଷ ଆର୍କ ଓ ଅରୁଣିକାର ପ୍ରବେଶ ଘଟିଛି । ଭାରତର ମିଶନ ମୌସମ ଆରମ୍ଭ ହେବା ପରେ ଆମେ ଏକ କ୍ଲାଇମେଟ ସ୍ମାର୍ଟ ନେସନ ଭାବରେ ବିବେଚିତ ହୋଇଛୁ ବୋଲି ମୋଦୀ କହିଛନ୍ତି ।

ଉଚ୍ଚତର ସୋପାନକୁ ବିଜ୍ଞାନ ଉନ୍ନୀତ ହେବା ସହ ସାଧାରଣ ଲୋକର ଜୀବନ ଯାତ୍ରାକୁ ସହଜ କରିବା ଦିଗରେ ଏହା ବ୍ରତୀ ହେଉ ବୋଲି ପ୍ରଧାନମନ୍ତ୍ରୀ ଦୋହରାଇ ଥିଲେ । ସାରା ଦେଶର ୯୦ ଭାଗ ଲୋକଙ୍କୁ ପାଣିପାଗ ବିଭାଗର ଆଗୁଆ ସତର୍କତା ପହଂଚା ଯାଇପାରୁଛି । ଗତ ଦଶ ବର୍ଷ ଭିତରେ ଓ ଆଗ ଦଶ ବର୍ଷ ଭିତରେ ଯେକୌଣସି ପାଣିପାଗ ତଥ୍ୟ ଉପରେ ଏପରିକି ହ୍ୱାଟସ ଆପ ମାଧ୍ୟମରେ ସାଧାରଣ ଜନତା ଖବର ପାଇପାରୁଛନ୍ତି । ସବୁଭାଷାରେ ମେଘଦୂତ ମୋବାଇଲ ଆପ ମାଧ୍ୟମରେ ଲୋକେ ଖବର ବି ପାଇପାରୁଛନ୍ତି । ଦଶ ବର୍ଷ ତଳେ ମାତ୍ର ଦଶ ପ୍ରତିଶତ କୃଷକ ଓ ପଶୁ ପାଳକ ପାଣିପାଗ ସମ୍ପର୍କିତ ଖବର ଉପଯୋଗ କରିପାରୁଥିଲେ । ଏବେ ଏହାର ମାତ୍ରା ବୃଦ୍ଧି ପାଇ ପଚାଶ ପ୍ରତିଶତରେ ପହଂଚିଛି । ମୋବାଇଲରେ ଏବେ ଆଗୁଆ ବଜ୍ରପାତ ସୂଚନା ବି ଦିଆଯାଇପାରୁଛି । ପୂର୍ବରୁ ସାମୁଦ୍ରିକ ମତ୍ସ୍ୟଜୀବୀମାନେ ସମୁଦ୍ର ଗଲେ ଲକ୍ଷ ଲକ୍ଷ ପରିବାର ଚିନ୍ତାରେ ରହୁଥିଲେ । ହେଲେ ଏବେ ପାଣିପାଗ ବିଭାଗର ସହାୟତା କାରଣରୁ ଏମାନେ ସମୟୋପଯୋଗୀ ସୂଚନା ପାଇ ପାରୁଛନ୍ତି । କୃଷି ଓ ବ୍ଲୁ ଇକୋନମି କ୍ଷେତ୍ରକୁ ଏହା ଅଧିକ ନିରାପଦ ଓ ସ୍ଥାୟୀ କରିପାରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

 

ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ପାଣିପାଗ ବିଭାଗର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିଛି । ତେବେ ଆଗକୁ ଏପରି ବିପର୍ଯ୍ୟୟର ପ୍ରଭାବ ମାତ୍ରା କମାଇବା ଲାଗି ପାଣିପାଗ ବିଭାଗର ଦକ୍ଷତା ବୃଦ୍ଧି ହେବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି । ଆଗରୁ ଅନତିକ୍ରମ୍ୟ ବୋଲି ବିବେଚିତ ହେଉଥିବା ଏଭଳି ବିପର୍ଯ୍ୟୟ ମୁକାବିଲା କରିବା କ୍ଷେତ୍ରରେ ଆମ ଦେଶ ଏବେ ସକ୍ଷମ ହୋଇପାରିଛି । ୧୯୯୮ର କୁଚ କାଣ୍ଡଲା ଝଡ, ୧୯୯୯ର ଓଡିଶା ମହାବାତ୍ୟାରେ ହଜାର ହଜାର ଲୋକ ମୃତ୍ୟୁମୁଖରେ ପଡିବା କଥାକୁ ମନେ ପାଇଥିଲେ ପ୍ରଧାନମନ୍ତ୍ରୀ । ଏହି କିଛି ବର୍ଷ ଭିତରେ ଘଟିଥିବା ଅନେକ ଛୋଟ ବଡ ଝଡରେ ଯେତେଦୂର ସମ୍ଭବ ପ୍ରାଣହାନି ରୋକିବା ଦିଗରେ ସଫଳତା ମିଳିଥିବା କଥା ପ୍ରଧାନମନ୍ତ୍ରୀ କହିଛନ୍ତି । ଏସବୁ ପଛରେ ଭାରତୀୟ ପାଣିପାଗ ବିଭାଗର ପ୍ରଚ୍ଛନ୍ନ ହାତ ରହିଛି ବୋଲି ମୋଦୀ କହିଛନ୍ତି । ବିଜ୍ଞାନ ଓ ସତର୍କତାମୂଳକ ପଦକ୍ଷେପ ଯୋଗୁଁ କୋଟି କୋଟି ଟଙ୍କାର ସମ୍ପତି କ୍ଷତିରୁ ବି ରକ୍ଷା କରି ହେଇଛି ବୋଲି ସେ ଉଲ୍ଲେଖ କରିଥିଲେ ।

ବିଜ୍ଞାନରେ ଅଗ୍ରଗତି ଓ ଏହାର ସମ୍ପୂର୍ଣ୍ଣ ଉପଯୋଗିତା ଦେଶକୁ ବିଶ୍ୱ ଦରବାରରେ ଏକ ସ୍ୱତନ୍ତ୍ର ପରିଚିତି ଦେଇଛି । ପାଣିପାଗ ବିଭାଗର ଅଗ୍ରଗତି ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ଦେଶର ଦକ୍ଷତା ବୃଦ୍ଧି କରିପାରିଛି । ନେପାଳ, ବାଂଲାଦେଶ, ଭୂଟାନ, ଶ୍ରୀଲଙ୍କାକୁ ଭାରତର ଫ୍ଲାସ ଫ୍ଲଡ ଗାଇଲାନ୍ସ ସିଷ୍ଟମ ଦ୍ୱାରା ସୂଚନା ଦିଆଯାଉଛି । ପ୍ରାକୃତିକ ବିପର୍ଯ୍ୟୟ କ୍ଷେତ୍ରରେ ଅନ୍ୟ ଦେଶକୁ ସାହାଯ୍ୟ କରି ଭାରତ ଏକ ବିଶ୍ୱବନ୍ଧୁ ରାଷ୍ଟ୍ର ଭାବରେ ପରିଗଣିତ ହୋଇଛି । ଏହି ସଫଳତା ପଛରେ ଭାରତୀୟ ପାଣିପାଗ ବିଭାଗର ବୈଜ୍ଞାନିକମାନଙ୍କ ଅବଦାନ ରହିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି ।

 

ମଣିଷର ଉଦବର୍ତନ କ୍ଷେତ୍ରରେ ପାଣିପାଗ ଆକଳନ ଓ ଏହାର ପ୍ରଭାବର ଏକ ପ୍ରମୁଖ ଭୂମିକା ରହିଛି । ବେଦ, ସଂହିତା, ସୂର୍ଯ୍ୟ ସିଦ୍ଧାନ୍ତ, ତାମିଲନାଡୁର ସଙ୍ଗମ ସାହିତ୍ୟ, ଉତର ଭାରତର ଘଗ ବାଦାରୀ ଲୋକକଥାରେ ପାଣିପାଗ ସମ୍ପର୍କରେ ଜାଣିବା ପାଇଁ ବହୁ ଉପାଦେୟ କଥା ଉଲ୍ଲିଖିତ ରହିଛି । ପାଣିପାଗ ବିଜ୍ଞାନ ଏକ ଅଲଗା କଥା ନୁହେଁ ବରଂ ମହାଜାଗତିକ ଗଣନା, ପାଣିପାଗ ଅନୁଧ୍ୟାନ, ପଶୁର ବ୍ୟବହାର, ସାମାଜିକ ଅନୁଭୂତି ସହ ଏହା ଅଙ୍ଗାଙ୍ଗୀ ଭାବେ ଜଡିତ । କୃଷି ପରାଶର, ବୃହତ ସଂହିତା ପରି ପୁସ୍ତକରେ ବାଦଲର ପ୍ରକାର ଭେଦ ଓ ସୃଷ୍ଟି ଏବଂ ବିଭିନ୍ନ ଗ୍ରହର ଜ୍ୟାମିତିକ ଗତିବିଧି ସମ୍ପର୍କରେ ଅବତାରଣା ରହିଛି । ବିଭିନ୍ନ ହେମିସ୍ପିୟରର ଚାପ ଓ ତାପ ବାଦଲର ରୂପରେଖ ସ୍ଥିର କରି ବୃଷ୍ଟିପାତକୁ ନିୟନ୍ତ୍ରିତ କରିଥାଏ ବୋଲି କୃଷି ପରାଶରରେ ଉଲ୍ଲେଖ ରହିଥିବା କଥା ମୋଦୀ କହିଛନ୍ତି । ବିନା ଆଧୁନିକ ଯନ୍ତ୍ରପାତିରେ ପ୍ରାଚୀନ କାଳର ଗବେଷକମାନଙ୍କ ପାଣିପାଗର ପୂର୍ବାନୁମାନ ସେମାନଙ୍କର ଗଭୀର ଜ୍ଞାନ ଓ ପାଣ୍ଡିତ୍ୟକୁ ସୂଚାଏ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । କିଛି ବର୍ଷ ତଳେ ଗୁଜରାଟ ନାବିକମାନଙ୍କ ଶତାବ୍ଦୀ ପୁରୁଣା ସାମୁଦ୍ରିକ ଜ୍ଞାନ ଉପରେ ଆଧାରିତ ତାଙ୍କ ଦ୍ୱାରା ଉନ୍ମୋଚିତ ପ୍ରି-ମଡର୍ଣ୍ଣ କୁଚି ନାଭିଗେସନ ଟେକ୍ନିକସ ଓ ଭଏଜେସ ପୁସ୍ତକ କଥା ବି ସେ କହିଛନ୍ତି । ପ୍ରକୃତି ଓ ପଶୁର ବ୍ୟବହାର ସମ୍ପର୍କରେ ଭାରତର ଆଦିବାସୀ ସମ୍ପ୍ରଦାୟର ଜ୍ଞାନର ସ୍ୱର୍ଣ୍ଣିମ ଐତିହ୍ୟ ରହିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି । ଏବେକାର ଆଧୁନିକ ବିଜ୍ଞାନ ଏହା ସମ୍ପର୍କରେ ଅଧିକା ଗବେଷଣା କରିବା ଉଚିତ ବୋଲି ମୋଦୀ କହିଛନ୍ତି ।

ପାଣିପାଗ ବିଜ୍ଞାନର ସଠିକ ଆକଳନ ଫଳରେ ଏହାର ଗୁରୁତ୍ୱ ବଢିଛି । ବିଭିନ୍ନ ସେକ୍ଟର, ଶିଳ୍ପ ଓ ପ୍ରତିଦିନ ଜୀବନ ଚର୍ଯ୍ୟାରେ ଏପ୍ରକାର ଡାଟା ବା ତଥ୍ୟ ପାଇବା ପାଇଁ ଚାହିଦା ବୃଦ୍ଧି ପାଇବ । ଭୂମିକମ୍ପ ପରି ପ୍ରାକୃତିକ ବିପର୍ଯ୍ୟୟ ସମେତ ଅନ୍ୟାନ୍ୟ ବିପର୍ଯ୍ୟୟ ଉପରେ ଆଗୁଆ ସୂଚନା ପାଇବା ଦିଗରେ ବି କାର୍ଯ୍ୟ କରାଯିବା ଉଚିତ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି । ବୈଜ୍ଞାନିକ, ଗବେଷକ, ଆଇଏମଡି ପରି ପ୍ରତିଷ୍ଠାନ ଏ ଦିଗରେ କାମ କରିବା ଉଚିତ ବୋଲି ସେ କହିଛନ୍ତି । ବୈଶ୍ୱିକ ସେବା ଓ ନିରାପତା ଦୃଷ୍ଟିରୁ ଭାରତ ଏ ଦିଗରେ କାମ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଦେଢ ଶହ ବର୍ଷର ଯାତ୍ରାରେ ସାମିଲ ହୋଇଥିବା ପାଣିପାଗ ବିଜ୍ଞାନୀ ଓ ଅନ୍ୟମାନଙ୍କୁ ଏହି ଅବସରରେ ଧନ୍ୟବାଦ ଦେଇଥିଲେ ପ୍ରଧାନମନ୍ତ୍ରୀ ।

 

ଏହି ଉତ୍ସବରେ ଅନ୍ୟ ପଦାଧିକାରୀଙ୍କ ସମେତ ଆର୍ଥ ସାଇନ୍ସର କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଡ. ଜିତେନ୍ଦ୍ର ସିଂ, ପ୍ରଫେସର ସିଲେଷ୍ଟି ସାଉଲୋ, ବିଶ୍ୱ ପାଣିପାଗ ସଂଘ (ଡବ୍ଲୁଏମଓ)ର ସାଧାରଣ ସଚିବ ପ୍ରମୁଖ ଉପସ୍ଥିତ ଥିଲେ ।

ଇତିହାସ

ଦେଶକୁ ଏକ କ୍ଲାଇମେଟ ସ୍ମାର୍ଟ ନେସନ ଭାବେ ମିଶନ ମୌସମ ଅଭିଯାନ ଆରମ୍ଭ ହୋଇଛି । ପାଣିପାଗ ନୀରିକ୍ଷଣ ପ୍ରଯୁକ୍ତି ବିଦ୍ୟା ଓ ସିଷ୍ଟମ, ହାଇ ରିସଉଲେସନ ପରିବେଶ ନୀରିକ୍ଷଣ, ନେକ୍ସଟ ଜେନେରେସନ ରାଡାର ଓ ସ୍ୟାଟେଲାଇଟ, ଉଚ୍ଚକ୍ଷମତା ସମ୍ପନ୍ନ କମ୍ପ୍ୟୁଟର ପରି ବିଭିନ୍ନ ଜିନିଷରେ ବିକାଶ କରିବାକୁ ଏହି ଅଭିଯାନ ଲକ୍ଷ୍ୟ ରଖିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି । ଜଳବାୟୁ ଓ ପାଣିପାଗ ବିଷୟରେ ରହିଥିବା ଧାରଣାକୁ ଏହି ଅଭିଯାନ ମାଧ୍ୟମରେ ପରିବର୍ଦ୍ଧିତ କରାଯିବାକୁ ବି ଲକ୍ଷ୍ୟ ରଖାଯାଇଛି ।

ଆଇଏମଡି ଭିଜନ-୨୦୪୭ ଡକ୍ୟୁମେଂଟକୁ ପ୍ରଧାନମନ୍ତ୍ରୀ ଉନ୍ମୋଚିତ କରିଛନ୍ତି । ପାଣିପାଗର ପୂର୍ବାନୁମାନ, ଜଳବାୟୁ ପରିବର୍ତନ ଓ ପରିଚାଳନା କ୍ଷେତ୍ରରେ ଏହା କାମ କରିବ ବୋଲି ମୋଦୀ କହିଛନ୍ତି ।

 

ଇତିହାସ   

ଭାରତକୁ ଏକ କ୍ଲାଇମେଟ ସ୍ମାର୍ଟ ନେସନ ଭାବେ ଗଢି ତୋଳିବା ପାଇଁ ମିଶନ ମୌସମ ଅଭିଯାନ ଆରମ୍ଭ କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି । ପାଣିପାଗ ନୀରିକ୍ଷଣ ଜ୍ଞାନ କୌଶଳ, ହାଇ ରିସଉଲେସନ ପରିବେଶ ଅନୁଧ୍ୟାନ, ନେକ୍ସଟ ଜେନେରେସନ ରାଡାର ଓ ସ୍ୟାଟେଲାଇଟ ବୃଦ୍ଧି, ହାଇ ଫର୍ମରମାନ୍ସ କମ୍ୟୁଟର ବୃଦ୍ଧି ଏହି ଅଭିଯାନର ଲକ୍ଷ୍ୟ ରହିଥିବା ପ୍ରଧାନମନ୍ତ୍ରୀ ମୋଦୀ ସୂଚନା ଦେଇଛନ୍ତି ।

ଆଇଏମଡି ଭିଜନ - ୨୦୪୭ ଡକ୍ୟୁମେଂଟକୁ ଏହି ଅବସରରେ ପ୍ରଧାନମନ୍ତ୍ରୀ ଉନ୍ମୋଚନ କରିଛନ୍ତି । ପାଣିପାଗ ପୂର୍ବାନୁମାନ, ପରିଚାଳନା, ଜଳବାୟୁ ପରିବର୍ତନ ପରି ବିଭିନ୍ନ କ୍ଷେତ୍ରରେ ଏହା କାମ କରିବ ବୋଲି କୁହାଯାଇଛି ।

ଆଇଏମଡିର ଦେଢ ଶହ ବର୍ଷ ପୂର୍ତି ଉପଲକ୍ଷେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଓ କର୍ମଶାଳାର ଆୟୋଜନ କରାଯାଇଛି । ଏପରି କାର୍ଯ୍ୟକ୍ରମ ମାଧ୍ୟମରେ ପାଣିପାଗ ତଥା ଜଳବାୟୁ ସମ୍ପର୍କରେ ସୂଚନା ତଥା ସେବା ଯୋଗାଇବା ପାଇଁ  ବିଭିନ୍ନ ସରକାରୀ ପ୍ରତିଷ୍ଠାନର ଉଲ୍ଲେଖନୀୟ ଭୂମିକା ରହିଥିବା କୁହାଯାଇଛି ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
On Puri’s Grand Road, a devotee’s submission

Media Coverage

On Puri’s Grand Road, a devotee’s submission
NM on the go

Nm on the go

Always be the first to hear from the PM. Get the App Now!
...
Prime Minister speaks with the Amir of Qatar
July 16, 2026
PM conveys heartfelt condolences on the passing of the Father Amir of Qatar
PM recalls the Father Amir’s visionary leadership and his contribution to strengthening India-Qatar relations
The two leaders reaffirm their resolve to carry forward the Father Amir’s legacy

Prime Minister Shri Narendra Modi had a telephone conversation today with the Amir of the State of Qatar, H.H. Sheikh Tamim bin Hamad Al Thani.

Prime Minister conveyed his heartfelt condolences on the passing of H.H. Sheikh Hamad bin Khalifa Al Thani, the Father Amir of Qatar.

Recalling the Father Amir’s significant contributions as the chief architect of modern Qatar, Prime Minister paid tribute to his visionary leadership, and recalled his pivotal role in strengthening India-Qatar relations over the years as well as his deep affection for India and the Indian community in Qatar.

The Amir of Qatar thanked Prime Minister for his call and conveyed his appreciation for the words of support in this difficult hour.

The two leaders reaffirmed their resolve to carry forward the Father Amir’s legacy and further strengthen the India-Qatar Strategic Partnership and people-to-people ties.

They agreed to remain in close touch.