ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏକ ସରକାରୀ ଗସ୍ତରେ ଘାନାର ରାଜଧାନୀ ଆକରାରେ ପହଞ୍ଚିଛନ୍ତି । ସେ ବିମାନବନ୍ଦରରେ ପହଞ୍ଚିବା ମାତ୍ରେ ତାଙ୍କୁ ସ୍ୱତନ୍ତ୍ର ସମ୍ମାନ ଦେବାକୁ ଘାନାର ରାଷ୍ଟ୍ରପତି ମହାମହିମ ଜନ୍ ଡ୍ରାମାନୀ ମାହାମା ଔପଚାରିକ ସ୍ୱାଗତ କରିଥିଲେ । ଏହି ସମ୍ମାନ ଦୁଇ ଦେଶ ମଧ୍ୟରେ ବନ୍ଧୁତ୍ୱର ମଜବୁତ ଓ ଐତିହାସିକ ସମ୍ପର୍କକୁ ଦର୍ଶାଉଛି ।
ପ୍ରଧାନମନ୍ତ୍ରୀଙ୍କ ଘାନା ଯାତ୍ରା ବିଗତ ତିନି ଦଶକରେ ପ୍ରଥମ ଯାତ୍ରା । ଏହି ଐତିହାସିକ ଯାତ୍ରା ଭାରତ ଓ ଘାନା ମଧ୍ୟରେ ସହଭାଗିତାକୁ ଅଧିକ ସୁଦୃଢ଼ କରିବ । ଏଥିସହ ଆଫ୍ରିକା ଏବଂ ବୈଶ୍ୱିକ ଦକ୍ଷିଣ ସହଯୋଗୀମାନଙ୍କ ସହ ସମ୍ପର୍କକୁ ମଜବୁତ କରିବାକୁ ଭାରତର ପ୍ରତିବଦ୍ଧତାକୁ ରେଖାଙ୍କିତ କରିବ ।




Landed in Accra, Ghana. I’m honoured by the special gesture of President John Dramani Mahama for welcoming me at the airport. Our nations look forward to working together to strengthen our long-standing relationship and explore fresh avenues for collaboration. 🇮🇳🇬🇭@JDMahama pic.twitter.com/HDONiVt7tr
— Narendra Modi (@narendramodi) July 2, 2025


