ମହାମହିମ, ରାଷ୍ଟ୍ରପତି ମୁଇଜୁ,

ଉଭୟ ଦେଶର ପ୍ରତିନିଧି,

ଗଣମାଧ୍ୟମର ସାଥୀଗଣ,

ସମସ୍ତଙ୍କୁ ନମସ୍କାର!

ସର୍ବପ୍ରଥମେ ମୁଁ ରାଷ୍ଟ୍ରପତି ମୁଇଜ୍ଜୁ ଏବଂ ତାଙ୍କ ସହିତ ଆସିଥିବା ପ୍ରତିନିଧି ମଣ୍ଡଳକୁ ହାର୍ଦ୍ଦିକ ସ୍ୱାଗତ କରୁଛି।

ଭାରତ ଓ ମାଳଦ୍ୱୀପ ସମ୍ପର୍କ ଶହ ଶହ ବର୍ଷ ପୁରୁଣା।

ଆହୁରି ଭାରତ ମାଳଦ୍ୱୀପର ସବୁଠୁ ନିକଟତମ ପଡ଼ୋଶୀ ଏବଂ ଘନିଷ୍ଠ ବନ୍ଧୁ ରାଷ୍ଟ୍ର।

ଆମର ‘‘ପଡ଼ୋଶୀ ପ୍ରଥମ’’ ନୀତି ଏବଂ ‘‘ସାଗର’’ ଭିଜନରେ ମାଳଦ୍ୱୀପର ମହତ୍ୱପୂର୍ଣ୍ଣ ସ୍ଥାନ ରହିଛି।

 

ଭାରତ ସବୁବେଳେ ମାଳଦ୍ୱୀପ ପାଇଁ ପ୍ରଥମ ସହାୟତାକାରୀ ଭୂମିକା ନିର୍ବାହ କରିଛି।

ମାଳଦ୍ୱୀପର ଲୋକଙ୍କ ପାଇଁ ଅତ୍ୟାବଶ୍ୟକ ସାମଗ୍ରୀର ଆବଶ୍ୟକତା ପୂରଣ କରିବା ହେଉ,

ପ୍ରାକୃତିକ ବିପର୍ଯ୍ୟୟ ସମୟରେ ପିଇବା ପାଣି ଯୋଗାଣ ହେଉ,

କୋଭିଡ ସମୟରେ ଟିକା ଯୋଗାଇ ଦେବା ହେଉ,

ଭାରତ ସବୁବେଳେ ନିଜ ପଡ଼ୋଶୀ ହେବାର ଦାୟିତ୍ୱ ନିର୍ବାହ କରିଛି।

ଆଉ ଆଜି ଆମେ ଆପୋସ ସହଯୋଗକୁ ରଣନୀତିକ ମାର୍ଗ ଦେବା ଲାଗି,

‘ବିସ୍ତୃତ ଆର୍ଥିକ ଏବଂ ସାମୁଦ୍ରିକ ସୁରକ୍ଷା ଭାଗିଦାରୀ’ ସଂକଳ୍ପ ଆପଣାଇଛୁ।

ବନ୍ଧୁଗଣ,

ବିକାଶମୂଳକ ଭାଗିଦାରୀ ଆମ ସମ୍ପର୍କର ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ।

ଆଉ ଆମେ, ଏଥିରେ ସବୁବେଳେ ମାଳଦ୍ୱୀପର ଲୋକଙ୍କ ପ୍ରାଥମିକତାକୁ ପ୍ରାଧାନ୍ୟ ଦେଇଛୁ।

ଚଳିତ ବର୍ଷ ଏସବିଆଇ ମାଳଦ୍ୱୀପର ୧୦୦ ନିୟୁତ ଡଲାର ‘ଟ୍ରେଜରୀ ବିଲ୍ସ’କୁ ରୋଲ ଓଭର୍‌ କରିଛି।

ଆଜି ମାଳଦ୍ୱୀପର ଆବଶ୍ୟକତା ଅନୁସାରେ, ୪୦୦ ନିୟୁତ ଡଲାର ଏବଂ ତିନି ହଜାର କୋଟି ଟଙ୍କାର ମୁଦ୍ରା ଅଦଳବଦଳ ରାଜିନାମା ମଧ୍ୟ ସମ୍ପାଦିତ ହୋଇଛି।

 

ମାଳଦ୍ୱୀପରେ ଭିତ୍ତିଭୂମି ବିକାଶ ପାଇଁ ଅଧିକ ସହଯୋଗ ବିଷୟରେ ଆମେ ଆଲୋଚନା କରିଛୁ ।

ଆଜି ଆମେ ପୁନର୍ବିକଶିତ ହନିମାଧୁ ବିମାନବନ୍ଦରକୁ ଉଦଘାଟନ କରିଛୁ ।

ଏବେ ଗ୍ରେଟର୍‌ ମାଲେ ଯୋଗାଯୋଗ ପ୍ରକଳ୍ପକୁ ମଧ୍ୟ ତ୍ୱରାନ୍ୱିତ କରାଯିବ।

ଥିଲାଫୁଶୀରେ ନୂଆ ବାଣିଜ୍ୟିକ ବନ୍ଦର ବିକାଶରେ ମଧ୍ୟ ସହଯୋଗ ଯୋଗାଇ ଦିଆଯିବ।

ଆଜି ଭାରତ ସହଯୋଗରେ ଗଠିତ ୭୦୦ରୁ ଅଧିକ ସାମାଜିକ ଆବାସ ୟୁନିଟ୍ ହସ୍ତାନ୍ତର କରାଯାଇଛି।

ମାଳଦ୍ୱୀପର ୨୮ଟି ଦ୍ୱୀପରେ ଜଳ ଏବଂ ସ୍ୱେରେଜ୍ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଛି ।

ଅନ୍ୟ ୬ଟି ଦ୍ୱୀପର କାମ ମଧ୍ୟ ଖୁବ୍ ଶୀଘ୍ର ଶେଷ ହେବ।

ଏହି ପ୍ରକଳ୍ପଗୁଡ଼ିକ ୩୦,୦୦୦ ଲୋକଙ୍କୁ ବିଶୁଦ୍ଧ ଜଳ ଯୋଗାଣ ସୁନିଶ୍ଚିତ କରିବ।

 

‘‘ହା ଡାଲୁ’’ରେ କୃଷି ଆର୍ଥିକ ଅଞ୍ଚଳ ପ୍ରତିଷ୍ଠା ଏବଂ ‘‘ହା ଆଲିଫୁ’’ରେ ମାଛ ପ୍ରକ୍ରିୟାକରଣ ସୁବିଧା ପ୍ରତିଷ୍ଠା ପାଇଁ ମଧ୍ୟ ସହାୟତା ଯୋଗାଇ ଦିଆଯିବ ।

ଓଶିନୋ-ଗ୍ରାଫି ଓ ନୀଳ ଅର୍ଥବ୍ୟବସ୍ଥାରେ ମଧ୍ୟ ଆମେ ସାଥୀ ହୋଇ କାମ କରିବୁ।

ବନ୍ଧୁଗଣ,

ଆର୍ଥିକ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ଆମେ ମୁକ୍ତ ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛୁ।

ସ୍ଥାନୀୟ ମୁଦ୍ରାରେ ବାଣିଜ୍ୟ ବୁଝାମଣା ଉପରେ ମଧ୍ୟ କାର୍ଯ୍ୟ କରାଯିବ।

ଆମେ ଡିଜିଟାଲ ସଂଯୋଗ ଉପରେ ମଧ୍ୟ ଧ୍ୟାନ ଦେଇଛୁ ।

କିଛି ସମୟ ପୂର୍ବରୁ ମାଳଦ୍ୱୀପରେ ରୁପେ କାର୍ଡ ଶୁଭାରମ୍ଭ କରାଯାଇଛି ।

ଆଗାମୀ ଦିନରେ ଭାରତ ଓ ମାଳଦ୍ୱୀପକୁ ମଧ୍ୟ ୟୁପିଆଇ ସହ ଯୋଡିବା ପାଇଁ କାମ କରାଯିବ ।

‘‘ଆଡ୍ଡୁ’’ ରେ ଏକ ନୂତନ ଭାରତୀୟ ଦୂତାବାସ ଏବଂ ବେଙ୍ଗାଲୁରୁରେ ମାଳଦ୍ୱୀପର ଏକ ନୂତନ ଦୂତାବାସ ଖୋଲିବା ଉପରେ ମଧ୍ୟ ଆମେ ଆଲୋଚନା କରିଛୁ ।

ଏହି ସବୁ ପଦକ୍ଷେପ ଆମ ଲୋକଙ୍କ ମଧ୍ୟରେ ସମ୍ପର୍କକୁ ପ୍ରୋତ୍ସାହିତ କରିବ।

 

ବନ୍ଧୁଗଣ,

ପ୍ରତିରକ୍ଷା ଓ ନିରାପତ୍ତା ସହଯୋଗର ବିଭିନ୍ନ ଦିଗ ଉପରେ ଆମେ ବିସ୍ତୃତ ଭାବେ ଆଲୋଚନା କରିଛୁ।

ଏକତା ହାର୍ବର ପ୍ରକଳ୍ପ କାମ ଦ୍ରୁତ ଗତିରେ ଚାଲିଛି ।

ମାଳଦ୍ୱୀପ ଜାତୀୟ ପ୍ରତିରକ୍ଷା ବାହିନୀର ପ୍ରଶିକ୍ଷଣ ଏବଂ ଦକ୍ଷତା ବିକାଶରେ ଆମେ ଆମର ସହଯୋଗ ଜାରି ରଖିବୁ ।

ଭାରତ ମହାସାଗର ଅଞ୍ଚଳରେ ସ୍ଥିରତା ଏବଂ ସମୃଦ୍ଧି ପାଇଁ ଆମେ ଏକାଠି କାମ କରିବୁ ।

ଜଳ ବିଜ୍ଞାନ ଓ ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ସହଯୋଗ ବୃଦ୍ଧି କରାଯିବ।

କଲମ୍ବୋ ସୁରକ୍ଷା ସମ୍ମିଳନୀରେ ପ୍ରତିଷ୍ଠାତା ସଦସ୍ୟ ଭାବରେ ଯୋଗ ଦେବା ପାଇଁ ମାଳଦ୍ୱୀପକୁ ସ୍ୱାଗତ ।

ଜଳବାୟୁ ପରିବର୍ତ୍ତନ ଉଭୟ ଦେଶ ପାଇଁ ଏକ ବଡ଼ ଆହ୍ୱାନ।

ଏହି ପରିପ୍ରେକ୍ଷୀରେ ଭାରତ ମାଳଦ୍ୱୀପ ସହିତ ସୌର ଏବଂ ଶକ୍ତି ଦକ୍ଷତା କ୍ଷେତ୍ରରେ ଆମର ଅଭିଜ୍ଞତା ବାଣ୍ଟିବାକୁ ପ୍ରସ୍ତୁତ ଅଛି ।

ମହାମହିମ,

ପୁଣି ଥରେ ଆପଣଙ୍କୁ ଏବଂ ଆପଣଙ୍କ ପ୍ରତିନିଧି ଦଳକୁ ଭାରତରେ ଅନେକ ଅନେକ ସ୍ୱାଗତ ।

ଆପଣଙ୍କ ଗସ୍ତ ଫଳରେ ଆମ ସମ୍ପର୍କରେ ନୂତନ ଅଧ୍ୟାୟ ଯୋଡ଼ି ହୋଇଛି।

ମାଳଦ୍ୱୀପର ଲୋକମାନଙ୍କ ପ୍ରଗତି ଓ ସମୃଦ୍ଧି ଲାଗି ଆମେ ଆମର ଯଥାସମ୍ଭବ ସହାୟତା ଆଗକୁ ଜାରି ରଖିବୁ।

ଅନେକ ଅନେକ ଧନ୍ୟବାଦ।

 

 

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PMAY-U Nears 1.25 Crore Homes: Top 10 States With The Highest PMAY-U Completion Rates

Media Coverage

PMAY-U Nears 1.25 Crore Homes: Top 10 States With The Highest PMAY-U Completion Rates
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares Sanskrit Subhashitam emphasising that collective enthusiasm and actions prosper the nation
June 24, 2026

The Prime Minister, Shri Narendra Modi, shared a Sanskrit Subhashitam emphasising that the prosperity of the nation remains steadfast through collective dedication and endeavor. It is this very spirit that infuses society with new energy and paves the way to fulfill the resolutions of development.

The Prime Minister shared a Sanskrit Subhashitam-

"यत्रोत्साहसमारम्भो यत्रालस्यविहीनता।

नयविक्रमसंयोगस्तत्र श्रीरचला ध्रुवम्॥"

The Prime Minister posted on X:

"सामूहिक समर्पण और पुरुषार्थ से राष्ट्र की समृद्धि अक्षुण्ण रहती है। यही भावना समाज को नई ऊर्जा देती है और विकास के संकल्पों को सिद्धि तक पहुंचाने का मार्ग प्रशस्त करती है।

यत्रोत्साहसमारम्भो यत्रालस्यविहीनता।

नयविक्रमसंयोगस्तत्र श्रीरचला ध्रुवम्॥"