ବୁଧବାର ଦିନ ଅନୁଷ୍ଠିତ ହୋଇଥିବା ଚତୁର୍ଦ୍ଦଶ ଭାରତ-ଫ୍ରାନ୍ସ ସିଇଓ ଫୋରମରେ ଉଭୟ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ମିଳିତ ଭାବେ ଉଦବୋଧନ ଦେଇଛନ୍ତି । ଏହି ଫୋରମରେ ଉଭୟ ପକ୍ଷର ବିଭିନ୍ନ କମ୍ପାନୀର ଏକାଧିକ ସିଇଓ ଯୋଗ ଦେଇଥିଲେ । ଏହି ଅବସରରେ ପ୍ରତିରକ୍ଷା, ମହାକାଶ, ବିକଶିତ ପ୍ରଯୁକ୍ତି ବିଦ୍ୟା, ଭିତ୍ତିଭୂମି, କୃତ୍ରିମ ବୁଦ୍ଧିମତା, ଜୀବ ବିଜ୍ଞାନ, ଜୀବନଶୈଳୀ, ଖାଦ୍ୟ ଓ ଆତିଥେୟତା ପରି ବିଭିନ୍ନ ବିଭାଗ ଉପରେ ଆଲୋକପାତ କରାଯାଇଥିଲା ।

 

ଭାରତ ଓ ଫ୍ରାନ୍ସ ଭିତରେ ରହିଥିବା ବାଣିଜ୍ୟିକ ସମ୍ପର୍କ ଓ ଆର୍ଥିକ ସହାୟତା ଉପରେ ନିଜ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ । ପୁଞ୍ଜି ନିବେଶ କ୍ଷେତ୍ରରେ ଭାରତର ଲୋକପ୍ରିୟ ବୈଶ୍ୱିକ ଭାବମୂର୍ତ୍ତି ସମ୍ପର୍କରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ । ସଦ୍ୟ ଉପସ୍ଥାପିତ ହୋଇଥିବା ବଜେଟର ବିଭିନ୍ନ ସଂସ୍କାରଧର୍ମୀ ଘୋଷଣା ଅନୁସାରେ ବୀମା କ୍ଷେତ୍ରରେ ଭାରତରେ ଶତ ପ୍ରତିଶତ ପୁଞ୍ଜି ନିବେଶ ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ । ଏସଏମଆର ଓ ଏଏମଆର ଯାନ୍ତ୍ରିକ ବିଦ୍ୟା ସହ ବେସାମରିକ ଆଣବିକ ଶକ୍ତି କ୍ଷେତ୍ରରେ ଘରୋଇ ପ୍ରବେଶ, ଉତ୍ପାଦଗୁଡିକର ମୂଲ୍ୟରେ ସରଳୀକରଣ, ଭଲ ଜୀବନଧାରଣ ପାଇଁ ସରଳୀକୃତ ଆୟକର କୋଡ ପ୍ରଚଳନ ପରି ବିଭିନ୍ନ ଦିଗ ଉପରେ ଏହି ଅବସରରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ । ବିଭିନ୍ନ ଆର୍ଥିକ ସଂସ୍କାର ଉପରେ ପ୍ରାଧାନ୍ୟ ଦେଇ ତାଙ୍କ ସରକାର ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି । ଗତ କିଛି ବର୍ଷ ଭିତରେ ଏପ୍ରକାର ପ୍ରାୟ ୪୦ ହଜାରରୁ ଊର୍ଦ୍ଧ୍ୱ କାର୍ଯ୍ୟ କରାଯାଇଥିବା ଉଲ୍ଲେଖ କରାଯାଇଛି ।

 

ପ୍ରତିରକ୍ଷା, ଶକ୍ତି, ଜାତୀୟ ରାଜପଥ, ବେସାମରିକ ବିମାନ ଚଳାଚଳ, ମହାକାଶ, ସ୍ୱାସ୍ଥ୍ୟ ଓ ଅନ୍ୟାନ୍ୟ କ୍ଷେତ୍ରରେ ଭାରତର ପ୍ରଗତି ପ୍ରତି ଫରାସୀ କମ୍ପାନୀଗୁଡିକ ଦୃଷ୍ଟି ଦେବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି । କୃତ୍ରିମ ବୁଦ୍ଧିମତା, ସେମି କଣ୍ଡକ୍ଟର, କ୍ୱାଂଟମ, ଖଣି ଓ ହାଇଡ୍ରୋଜେନ ମିଶନ ପରି କ୍ଷେତ୍ରରେ ଭାରତର ଦକ୍ଷତା ଓ ବୈଶ୍ୱିକ ପ୍ରଶଂସା ପ୍ରତି ବିଶେଷ ଦୃଷ୍ଟି ଦେବାକୁ ଫରାସୀ ଉଦ୍ୟୋଗପତିଙ୍କୁ ପ୍ରଧାନମନ୍ତ୍ରୀ କହିଛନ୍ତି । ଏସବୁ କ୍ଷେତ୍ରରେ ଉଭୟ ଦେଶର ଗବେଷଣା, ପୁଞ୍ଜି ନିବେଶ ଓ ଯାନ୍ତ୍ରିକ ସହଭାଗିତା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's strong growth outlook intact despite global volatility: Govt

Media Coverage

India's strong growth outlook intact despite global volatility: Govt
NM on the go

Nm on the go

Always be the first to hear from the PM. Get the App Now!
...
Prime Minister expresses grief over mishap in Coimbatore
April 17, 2026

The Prime Minister, Shri Narendra Modi, has expressed deep anguish over the mishap in Coimbatore, Tamil Nadu.

Shri Modi said that he is distressed to hear about the incident and extended his heartfelt condolences to those who have lost their loved ones. He also prayed for the speedy recovery of those injured in the mishap.

The Prime Minister’s Office posted on X;

“Distressed to hear about the mishap in Coimbatore, Tamil Nadu. I extend my heartfelt condolences to those who have lost their loved ones in the mishap. Prayers for the speedy recovery of those injured: PM @narendramodi”